ଭୁବନେଶ୍ୱର: ରାଜ୍ୟର ଅଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମ ଅଧିକ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି ଗ୍ରାମ ବିକାଶ । କରୋନା ମୁକାବିଲା ଦିଗରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ବିଭିନ୍ନ କାରଣରୁ ରାଜ୍ୟ ଅଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉପାରୁନି । ଲୋକଙ୍କ ମଧ୍ୟରେ କରୋନା ଟିକାକୁ ନେଇ ସଚେତନତାର ଅଭାବ ଓ ଇଣ୍ଟରନେଣ୍ଟର ସୁବିଧା ନଥିବାରୁ ଟିକାକରଣରେ ଅସୁବିଧା ହେଉଛି । ଏଣୁ ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି । ଏବଂ ସେମାନଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ କରୁଛନ୍ତି । ମଇ ୨୯ ସୁଦ୍ଧା ଗ୍ରାମ ବିକାଶ ସ୍ୱେଚ୍ଛାସେବୀମାନେ ମୋଟ ୨୭୮୯ ଲୋକଙ୍କ ନାମ ଟିକାକରଣ ନେଇ ପଞ୍ଜୀକୃତ କରିଛନ୍ତି । ଆଉ ସେମାନଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ଗ୍ରାମ ବିକାଶ କମିଟି ସଦସ୍ୟ । ଗ୍ରାମ ବିକାଶ ସ୍ୱେଚ୍ଛାସେବୀମାନେ ରାୟଗଡ଼ାର ରଘୁନାଥପୁର, ଗୁମ୍ମା ବ୍ଳକ୍ର ନୂଆଁଗାଁ ଓ ଜଗନ୍ନାଥପୁର ଅଞ୍ଚଳରେ କରୋନା ଟିକା ନେଇ ଲୋକଙ୍କ ନାମ ପଞ୍ଜୀକୃତ କରିଥିଲେ । ସେହିଭଳି ରାଜ୍ୟର ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ୧୮-୪୪ ବର୍ଗର ଲୋକଙ୍କ ଟିକାକରଣ ନେଇ ପଞ୍ଜୀକୃତ କରାଉଛନ୍ତି ଗ୍ରାମ ବିକାଶ ସ୍ୱେଚ୍ଛାସେବୀ ।




ବେଞ୍ଚ ପକ୍ଷରୁ କୁହାଯାଇଛି ଯେ ଜୁହି ଚାୱଲାଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ ଏବଂ କେବଳ ଗଣମାଧ୍ୟମ ପ୍ରଚାର ପାଇଁ ଏହା ଦାଖଲ କରାଯାଇଛି। ଏହି ମାମଲାରେ ସରକାରଙ୍କ ନିକଟକୁ ଯିବା ପରିବର୍ତ୍ତେ ସେ କାହିଁକି କୋର୍ଟରେ ଆବେଦନ କରିଛନ୍ତି ବୋଲି ବେଞ୍ଚ୍ ଜୁହିଙ୍କୁ ମଧ୍ୟ ପଚାରିଥିଲେ। ଏହା ସହିତ ଶୁକ୍ରବାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହିଙ୍କ ୫ଜି ନେଟୱାର୍କିଙ୍ଗ ବିରୋଧରେ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ଜୁହି ଚାୱଲାଙ୍କୁ ବକେୟା କୋର୍ଟ ଫି ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁହି ମିଡିଆ ପ୍ଲାଟଫର୍ମରେ ଶୁଣାଣିର ଲିଙ୍କ୍ ଶେୟାର କରିବାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଜୁହି ଚାୱଲା ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି।


