ନୂଆଦିଲ୍ଲୀ: କରୋନା ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ କରୁନି ଫାଇଜର ଟିକା । ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନେ ଫାଇଜର ଟିକା ନେବା ପରେ ବି ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଛି । ଫାଇଜରର ଟିକାର ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି କରୋନାର ମୂଳ ଭାଇରସ ତୁଳନାରେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଏଭଳି ଦୁର୍ବଳ ପ୍ରଦର୍ଶନ କରୁଛି । ଆଗାମୀ ଦିନରେ ଟିକା ନିର୍ମାତା ଫାଇଜର ଓ ବାଇୟୋନ ଟେକ୍ କମ୍ପାନୀ ଏହାର ବୁଷ୍ଟର ଡୋଜ୍ ସମ୍ପର୍କରେ ଯୋଜନା କରୁଛି । ଏହି ସର୍ଭେ ରିପୋର୍ଟ ଅନୁସାରେ କରୋନାର ମୂଳ ଭାରିଆଣ୍ଟ ବିରୋଧରେ ଫାଇଜର ଗୋଟିଏ ଡୋଜ୍ ଟିକା ୭୯ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ତିଆରି କରିପାରୁଥିଲା । କିନ୍ତୁ ଆଲଫା ଭାରିଆଣ୍ଟ କ୍ଷେତ୍ରରେ ଏହା ମାତ୍ର ୫୦ ପ୍ରତିଶତ, ଡେଲଟା କ୍ଷେତ୍ରରେ ୩୨ ପ୍ରତିଶତ ଏବଂ ବେଟା ଭାରିଆଣ୍ଟ କ୍ଷେତ୍ରରେ ୨୫ ପ୍ରତିଶତ ଆଣ୍ଟିବଡ଼ି ତିଆରି କରିପାରୁଛି ।
କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିବ ଓଡ଼ିଶା ହାଇକୋର୍ଟ
କଟକ: କଟକଣାରେ ଆସନ୍ତା ସୋମବାରଠୁ ଚାଲିବ ହାଇକୋର୍ଟ । ସୋମବାର ଠାରୁ ଜୁଲାଇ ୨ ତାରିଖ ଯାଏଁ କୋର୍ଟ ଚାଲିବ । ପ୍ରତି କାର୍ଯ୍ୟ ଦିବସରେ ଗୋଟିଏ ଡିଭିଜନ ଓ ୬ ସିଙ୍ଗିଲ ବେଞ୍ଚ କାମ କରିବ । ଭିସିରେ ସକାଳ ୧୦ଟା ୩୦ରୁ ଚାଲିବ କୋର୍ଟ କାମ । ୫୦ ପ୍ରତିଶତ କର୍ମଚାରୀରେ କୋର୍ଟ କାମ ଜାରି ରହିବ । କୋର୍ଟକୁ ଆସୁଥିବା କର୍ମଚାରୀ ସାଙ୍ଗରେ ଆଇକାର୍ଡ ନେଇ ଆସିବେ । ଅଫିସର ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ କୋର୍ଟ ଆସିବା ମନା । ଅନଲାଇନରେ ଚାଲିବ ଅଭିଯୋଗ ଓ କାଗଜପତ୍ର ଦାଖଲ ପ୍ରକ୍ରିୟା । ଇ-ଫାଇଲିଂ ପୋର୍ଟାଲରେ ଅଭିଯୋଗ ଓ କାଗଜପତ୍ର ଦାଖଲ କରିହେବ । ସକାଳ ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ।
ଏଥିସହିତ ପଢ଼ନ୍ତୁ: ଆରପାରିକୁ ଚାଲିଗଲେ ‘ଶଲାବୁଢ଼ା’, ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ
ବ୍ରିଟେନ୍ରେ ପିଲାଙ୍କ ପାଇଁ ଫାଇଜର ଟିକାକୁ ଅନୁମତି
ଲଣ୍ଡନ: ଆସୁଛି କରୋନାର ତୃତୀୟ ଲହର । ତୃତୀୟ ଲହରରେ ଶିଶୁ ବା ୧୮ ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ହେବର ଆଶଙ୍କା ରହିଛି । ଏନେଇ ଭାରତ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ବ୍ରିଟେନ୍ରେ ୧୨ରୁ ୧୫ ବର୍ଷର ପିଲାଙ୍କ ଟିକାକରଣ ହେବା ନେଇ ନିଷ୍ପତ୍ତି ହୋଇଛି । ବ୍ରିଟେନ୍ ସରକାର ପିଲା ମାନଙ୍କ ଟିକାକରଣ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରିଟେନ୍ରେ ୧୨ରୁ ୧୫ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ଅନୁମତି ଦେଇଛନ୍ତି । ବ୍ରିଟେନ୍ରେ ଏନେଇ ଗତକାଲି ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି । ବ୍ରିଟେନ୍ ସରକାରଙ୍କ କହିବା ଅନୁଯାୟୀ, ଫାଇଜରର ଟିକା ପିଲାଙ୍କ ସମ୍ପୂର୍ଣ୍ଣ ସୁରକ୍ଷିତ । EU ଓ USରେ ବି ଏହାକୁ ନେଇ ସମୀକ୍ଷା କରାଯାଉଛି । ଅପରପକ୍ଷରେ ଭାରତରେ କୋଭାକ୍ସିନ୍ କୁ ଡିଜିସିଏ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏ ନେଇ କ୍ଳିନିକାଲ ଟ୍ରାଏଲ ଆରମ୍ଭ ହୋଇଯାଇଛି ।
ଏଥିସହିତ ପଢ଼ନ୍ତୁ: ସ୍ପୁଟ୍ନିକ୍-ଭି ଟିକା ତିଆରି କରିବ ସେରମ୍ ଇନ୍ଷ୍ଟିଚ୍ୟୁଟ୍
ଦେଶରେ କମୁଛି ସଂକ୍ରମଣ ହାର: ୭ ପ୍ରତିଶତ ତଳେ ରହୁଛି ପଜିଟିଭ୍ ହାର
ନୂଆଦିଲ୍ଲୀ: ଦେଶରେ କମିବାରେ ଲାଗିଛି କରୋନା ଗ୍ରାଫ । ପଜିଟିଭ ହାର ୭ ପ୍ରତିଶତ ତଳକୁ ଖସିଥିବାବେଳେ ଆରୋଗ୍ୟ ହାର ୯୩ ଦଶମିକ ୧ ପ୍ରତିଶତରେ ପହଞ୍ଚିଛି । ୩୭୭ଟି ଜିଲ୍ଲାରେ ୫ ପ୍ରତିଶତରୁ କମ ପଜିଟିଭ୍ ହାର ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ମେ’ ୭ରୁ ଦେଶରେ ଆରମ୍ଭ ହୋଇଥିଲା ସଂକ୍ରମଣର ପିକ୍ । ଏବେ ଦୈନିକ ୬୮ ପ୍ରତିଶତ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଏବେ ବି ୨୫୭ଟି ଜିଲ୍ଲାରୁ ଦୈନିକ ୧୦୦ଟି ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଦେଶରେ ସଂକ୍ରମଣ କମ ହେବା ଏକ ଶୁଭ ଖବର ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ୬୦ ପ୍ରତିଶତରୁ ଅଧିକ ବୟସ୍କ ଟିକା ନେଇସାରିଛନ୍ତି । ଶିଶୁଙ୍କୁ ଟିକା ଦେବା ନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । କୋଭାକସିନ୍ ଏ ନେଇ କାମ ଜାରି ରଖିଛି । ଶିଶୁଙ୍କ ପାଇଁ ୨୫ କୋଟି ଟିକାର ଆବଶ୍ୟକ ଥିବା ନୀତି ଆୟୋଗ ସଦସ୍ୟ ଭି. କେ ପଲ୍ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ସ୍ପୁଟ୍ନିକ୍-ଭି ଟିକା ତିଆରି କରିବ ସେରମ୍ ଇନ୍ଷ୍ଟିଚ୍ୟୁଟ୍
ସ୍ପୁଟ୍ନିକ୍-ଭି ଟିକା ତିଆରି କରିବ ସେରମ୍ ଇନ୍ଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ: ସ୍ପୁଟ୍ନିକ୍-ଭି ଟିକା ତିଆରି କରିବ ସେରମ୍ ଇନ୍ଷ୍ଟିଚ୍ୟୁଟ୍ । ଏ ନେଇ ସେରମ ଇନଷ୍ଟିଚ୍ୟୁଟ୍କୁ ମିଳିଲା ଡିସିଜିଆଇ ପକ୍ଷରୁ ଅନୁମତି ମିଳିିଛି ।ଭାରତରେ ଡକ୍ଟର ରେଡ୍ଡୀ ଲ୍ୟାବ୍ ତିଆରି କରୁଛି ସ୍ପୁଟନିକ୍ ଭି । ସେରମ ଇନଷ୍ଟିଚ୍ୟୁଟ୍ ମଧ୍ୟ ସରକାରଙ୍କ ଅନୁମତି ମାଗିଥିଲା । ଋଷିଆ ପ୍ରସ୍ତୁତ ଟିକା ସ୍ପୁଟନିକ୍ ଭି ତିଆରି କରିବ ସେରମ୍ । କମ୍ପାନୀ ତା’ର ହଦପସର ପ୍ରତିଷ୍ଠାନରେ ଏହାର ଉତ୍ପାଦନ କରିବ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ହଦପସର ପ୍ରତିଷ୍ଠାନରେ ସ୍ପୁଟନିକ ଭି ଟିକାକୁ ବିକଶିତ କରିବା ପାଇଁ ସେରମ ରୁଷର ମସ୍କୋରେ ଥିବା ଗାମେଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାକ୍ରୋବାୟୋଲିଜି ସହ ଅନୁବନ୍ଧିତ ହୋଇଛି । ଅପରପକ୍ଷରେ ଭାରତରେ ଉପଲବ୍ଧ ଭ୍ୟାକ୍ସିନ୍ କୋଭାକ୍ସିନ ୮୧% ପ୍ରଭାବଶାଳୀ ଥିବା ବେଳେ କୋଭିସିଲ୍ଡି ୭୦ ପ୍ରତିଶତ ଓ ସ୍ପଟନିକ୍ ଭି ୯୨ ପ୍ରତିଶତ ପ୍ରଭାବଶାଳୀ । ତେବେ ମାତ୍ର ୨୧ ଦିନ ପରେ ଏହାର ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିଥାଏ ।
ଏଥିସହିତ ପଢ଼ନ୍ତୁ: ଗ୍ଳୋବାଲ୍ ଟେଣ୍ଡର ପ୍ରକ୍ରିୟାରେ ୨ ବିଦେଶୀ କମ୍ପାନୀଙ୍କ ଆବେଦନ
ଅନ୍ୟପକ୍ଷରେ ବିଶ୍ୱସ୍ତରରେ ସ୍ପୁଟନିକ-ଭିର ମାର୍କେଟିଂ କରୁଥିବା ରୁଷିଆର ଆରଡିଆଇଏଫ ଭାରତରେ ଏହାର ଉତ୍ପାଦନ ପାଇଁ ୬ଟି କମ୍ପାନୀ ସହ ଚୁକ୍ତି କରିଛି। ଏମାନଙ୍କ ମଧ୍ୟରେ ଡା ରେଡ୍ଡୀ ଲ୍ୟାବ, ଗ୍ଳେନ୍ ଫାର୍ମା, ହେଟ୍ରୋ ବାୟୋଫାର୍ମା, ପାନେସିୟା ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଓ ଭାରତ ବାୟୋଟେକ ରହିଛନ୍ତି।

