spot_img
Home Blog Page 5595

ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କ ପୋଲିସ ରିମାଣ୍ଡ ବଢ଼ାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସମସ୍ୟା ଅଧିକ ବଢିଯାଇଛି । ଶନିବାର ଦିଲ୍ଲୀ ପୋଲିସ ସୁଶୀଲକୁ ରୋହିଣୀ କୋର୍ଟରେ ଉପସ୍ଥାପନ କରି ଅଦାଲତକୁ ୭ ଦିନର ରିମାଣ୍ଡ ମାଗିଥିଲେ । କିନ୍ତୁ କୋର୍ଟ ଶୁଣାଣି ସମୟରେ ସୁଶୀଲଙ୍କ ରିମାଣ୍ଡକୁ କେବଳ ୪ ଦିନ ବଢାଇବା ପାଇଁ ନିଷ୍ପତ୍ତି ଶୁଣାଇଛନ୍ତି ।

ପଚରାଉଚରା ବେଳେ ସହଯୋଗ କରୁନାହାଁନ୍ତି ସୁଶୀଲ

ଦିଲ୍ଲୀ ପୋଲିସର କହିବା ହେଉଛି ସୁଶୀଲ କୁମାର ସେହି ଜଘନ୍ୟ ଅପରାଧର ମାଷ୍ଟର ମାଇଣ୍ଡ୍‌ଏବଂ ମୁଖ୍ୟ ଅଭିଯୁକ୍ତ । ଏଥିରେ ଜଣେ ଯୁବ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ହୋଇଛି । ଭିଡ଼ିଓ କ୍ଲିପ୍‌ଏବଂ ସାକ୍ଷୀପ୍ରମାଣକୁ ନଜରରେ ରଖି ଏହା ସ୍ପଷ୍ଟ ହୋଇଛି । ଗୋଟିଏ ପଟେ ସୁଶୀଲ କୁମାରଙ୍କ ରିମାଣ୍ଡ ୪ ଦିନ ବଢିଥିବା ବେଳେ ଅନ୍ୟପଟେ ଗତ ଛଅ ଦିନ ରିମାଣ୍ଡରେ ସୁଶୀଲ କୌଣସି ସହଯୋଗ କରି କରିନାହାଁନ୍ତି ଏବଂ ପ୍ରମାଣ ହାସଲ କରିବାରେ ସମସ୍ୟା ହେଉଥିବା କହିଛି ପୋଲିସ୍‌। ତେଣୁ କୋର୍ଟକୁ ୭ ଦିନର ରିମାଣ୍ଡ ମାଗିଛି ଦିଲ୍ଲୀ ପୋଲିସ୍‌।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତି ୨୪ ଘଣ୍ଟାରେ ସୁଶୀଲଙ୍କ ମେଡିକଲ ଚେକ୍‌ଅପ୍‌କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରିମାଣ୍ଡ ସମୟରେ କେବଳ ସୁଶୀଲଙ୍କ ଓକିଲ ହିଁ ତାଙ୍କୁ ସାକ୍ଷାତ କରିପାରିବେ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ମିଳିବ ନାହିଁ ।

ଚିକେନ୍ ବିରିୟାନୀରେ ଲେଗ୍ ପିସ୍ ନଥିବାରୁ ମନ୍ତ୍ରୀଙ୍କୁ କଲେ ଟ୍ୱିଟ୍

ହାଇଦ୍ରାବାଦ: ବିରିୟାନୀ ପ୍ରେମୀଙ୍କ ଆଶ୍ଚର୍ଯ୍ୟ ଜନକ ବ୍ୟବହାର। ଆଉ ଏହି ବିରିୟାନୀ ପ୍ରେମିଙ୍କ କାର୍ଯ୍ୟକଳାପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି । ଜୋମାଟୋରୁ ବିରିୟାନୀ ଅର୍ଡର କରିବା ପରେ ଯେତେବେଳେ ବିରିୟାନୀରେ ଲେଗ୍ ପିସ କମ ଆସିଥିଲା ସେତେବେଳେ ବ୍ୟକ୍ତି ଜଣଙ୍କ ସିଧାସଳଖ ମନ୍ତ୍ରୀଙ୍କୁ ଟ୍ୱିଟ୍ କରିଥିଲେ । ଆଉ ଏହି ଟ୍ୱିଟ୍ ପରେ ବିରିୟାନୀ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆଉ ଏହି ଘଟଣା ସାଂସଦ ଅସଦୁଦ୍ଦିନ ଓବେସିଙ୍କ ନିକଟରେ ପହଞ୍ଚିଥିଲା । ତାପରେ ସେଠାରୁ ମଧ୍ୟ  ଉତ୍ତର ସଙ୍ଗେ ସଙ୍ଗେ ଆସିଥିଲା ।

ସୂଚନା ଅନୁସାରେ, ଶିଳ୍ପ ମନ୍ତ୍ରୀ କେଟି ରାମା ରାଓଙ୍କ ଦ୍ୱାରା କରୋନା ମହାମାରୀକୁ ନେଇ ବ୍ୟବସ୍ଥା ସୁଧାରିବା ଏବଂ ଲୋକଙ୍କୁ ନିରନ୍ତର ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ହାଇଦ୍ରାବାଦର ବିରାୟାନୀ ପ୍ରେମୀଙ୍କ ଟ୍ୱିଟ ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଥୋଟାକୁରୀ ରଘୁପତି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ହାଇଦ୍ରାବାଦ ବିରିୟାନୀକୁ ନେଇ ଜୋମାଟୋ ଏବଂ କେଟି ରାମା ରାଓଙ୍କୁ ଦୁଃଖର ସହ ତାଙ୍କ ସମସ୍ୟା ବିଷୟରେ ଟ୍ୱିଟ୍ କରିଛନ୍ତି।

ଜୋମାଟୋ ଏବଂ କେଟି ରାମା ରାଓଙ୍କୁ ଟ୍ୟାଗ୍ କରି ରଘୁପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ମୁଁ ଅଧିକ ମସାଲା ଏବଂ ଲେଗ ପିସ୍ ସହ ଚିକେନ୍ ବିରିୟାନି ଅର୍ଡର କରିଥିଲି, କିନ୍ତୁ ମୋତେ ଏଥିରୁ କିଛି ବି ମିଳିଲା ନାହିଁ, କଣ ଏ ହେଉଛି ଲୋକଙ୍କ ସେବା କରିବାର ଉପାୟ।’ ତେବେ ଏହି ଟ୍ୱିଟ ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ମନ୍ତ୍ରୀ ରିଟ୍ୱିଟ କରି ଏହାର ଉତ୍ତର ଦେଇ ପଚାରିଥିଲେ ‘ମୁଁ କାହିଁକି ଏହି ଟୁଇଟରେ ଟ୍ୟାଗ୍ ହୋଇଛି, ଏଥିରେ ଆପଣ ମୋତେ  କଣ କରିବାକୁ ଆଶା କରୁଛନ୍ତି ?’

ତେବେ ମନ୍ତ୍ରୀଙ୍କ ଏହି ରିଟ୍ୱିଟ ପରେ ଲୋକମାନେ ରିଟ୍ୱିଟ କରି ଏହି ପ୍ରସଙ୍ଗରେ ଥଟ୍ଟା କରୁଥିବାର ମଧ୍ୟ ନଜର ଆସିଛି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ‘ଭଲ ବିରିୟାନି ପାଇବା ପ୍ରକୃତରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ’ । ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଜାଭେଦ୍ ଲେଖିଛନ୍ତି ଯେ ‘ହାଇଦ୍ରାବାଦରେ ଆମର ବିରିୟାନି ବିଷୟରେ ଆମେ ଗମ୍ଭୀର’ ।

ସ୍ୱପ୍ନରେ ସମ୍ପର୍କୀୟଙ୍କୁ ଦେଖିଲେ କ’ଣ ହୁଏ?

ବାସ୍ତୁଶାସ୍ତ୍ରରେ ଅନେକ କଥା ବର୍ଣ୍ଣିତ । ଯାହା ଶୁଭ ଅଶୁଭକୁ ନେଇ ସଙ୍କେତ ଦେଇଥାଏ ବୋଲି କୁହାଯାଏ । କେହି କେହି ଏହାକୁ ବିଶ୍ୱାସ କରନ୍ତି ତ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଏହାକୁ ନେଇ ଯେତେବେଳେ ଏକାଧିକ କଥା ଆଲୋଚନା ହୁଏ, ତାହା ବିଷୟରେ ଅଧିକ ଜାଣିବା ପାଇଁ ଲୋକ ମନ ବଳାଇଥାନ୍ତି । ତେବେ ସେହିଭଳି ଏକ ବିଷୟରେ ଆସନ୍ତୁ ଆଲୋଚନା କରିବା ।

· କୁହାଯାଏଯେ ଯଦି କୌଣସି ମହିଳାଙ୍କୁ ଶାଢୀ ପରିଧାନ କରିଥିବାର ଦେଖାଯାଏ ତେବେ ଘରକୁ ଟଙ୍କା ଆସିଥାଏ । ଏହା ମଧ୍ୟ କୁହାଯାଏଯେ ଲାଲ ସିନ୍ଦୁରରେ ମହାଲକ୍ଷ୍ମୀଙ୍କର ରୂପ କୁହାଯାଏ । ଏହାର ଅର୍ଥ ହେଉଛିଯେ ଯଦି କୌଣସି ବ୍ୟକ୍ତିର ଟଙ୍କା ଅସୁବିଧା ରହିଛି ତେବେ ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।

· ସ୍ୱପ୍ନରେ ଯଦି କୌଣସି ସଂପର୍କୀୟ ନଜର ଆସନ୍ତି ତେବେ ଏହା କୌଣସି ଶୁଭ ସଙ୍କେତକୁ ଦର୍ଶାଇଥାଏ ।

ସ୍ୱପ୍ନରେ ଯଦି ମାମୁଁ ଦେଖାଯାନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ । ଏହା ସହିତ ଏହାକୁ ସୁରକ୍ଷା,ପ୍ରେମ ଏବଂ ବୁଦ୍ଧିମାନର ସଙ୍କେତ ବୋଲି କୁହାଯାଏ । ବିଶେଷ କରି ଏହା ବ୍ୟକ୍ତିକୁ ଏକ ଊତ୍ସବର ସଙ୍କେତ ଦେଇଥାଏ ।

· ଯଦି କେହି ସ୍ୱପ୍ନରେ ନିଜ ମାମୁଁଙ୍କୁ ଦେଖି ଡରିଯାନ୍ତି ତେବେ ଏହା ବୁଝିବାକୁ ପଡ଼ିବଯେ ସେହି ବ୍ୟକ୍ତିର ଜୀବନରେ ଶାନ୍ତି ଓ ପ୍ରେମର ଅଭାବ ରହିଛି ।

· ଯଦି ସ୍ୱପ୍ନରେ ନିଜ ମାମୁଁଙ୍କୁ କୌଣସି ଉତ୍ସବରେ ଦେଖୁଛନ୍ତି ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । ଏହା ଶୋକସଭାର ସଙ୍କେତ ଦେଇଥାଏ ।

· ଯଦି କୌଣସି ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ତାଙ୍କର ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ ।

ସ୍ୱପ୍ନରେ ମାଙ୍କୁ ଦେଖିବା ଦ୍ୱାରା ସୌଭାଗ୍ୟର ସଙ୍କେତ ମିଳିଥାଏ । ଏହାର ଅର୍ଥ ହେଉଛିଯେ କୌଣସି ଶୁଭ ସଙ୍କେତ ମିଳିବା ।

· ଅଜା ଓ ଆଈ କିମ୍ବା ଜେଜେ ଓ ଜେଜେମାଙ୍କୁ ସ୍ୱପ୍ନରେ ଦେଖିବା ଦ୍ୱାରା ଏହା ସୁରକ୍ଷା ଏବଂ ବୁଦ୍ଧିମାନର ସଙ୍କେତ ଦେଇଥାଏ ।

· ଯଦି ଗୁରୁ କିମ୍ବା ଅଧ୍ୟାପକଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ପଢାରେ ସମସ୍ୟା ଦେଖାଦେବା ।

ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ..

ନନ୍ଦିଘୋଷ ବ୍ୟୁରୋ:  ଆଜି ନବୀନ ପଟ୍ଟନାୟକଙ୍କ ଶାସନର ପଞ୍ଚମ ପାଳି ୨ବର୍ଷପୂର୍ତ୍ତି ଦିବସ। ବଦଳୁଥିବା ଭାରତୀୟ ରାଜନୀତିକ ପରିବେଶରେ ଲଗାତାର ଏକ ସ୍ଥିର ଓ ସ୍ୱଚ୍ଛ ସରକାର ପ୍ରତିଷ୍ଠା କରି ନବୀନ  ଯେତିକି ଚହଳ ପକାଇଛନ୍ତି ସେତିକି ଓଡ଼ିଆଙ୍କ ପାଖରେ ଓଡ଼ିଶାର ନବ ନିର୍ମାଣ ତଥା ପୁନର୍ଗଠନ ପାଇଁ ବନ୍ଦନୀୟ ବି ହୋଇଛନ୍ତି। ଆଉ ନବୀନଙ୍କ ଏହି ପରିବର୍ତ୍ତନ ରଥର ସାରଥି ହୋଇଛନ୍ତି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ଆଜି ତାଙ୍କଜନ୍ମ ଦିବସରେ ତାଙ୍କୁ ଅଶେଷ ଶୁଭେଚ୍ଛା। ଓଡ଼ିଶା ଲୋକଙ୍କ ପାଖରେ ପାଣ୍ଡିଆନ୍ ଭାବେ ପରିଚିତ ଏହି ଆଇଏଏସ୍ ଅଧିକାରୀଙ୍କ ଜନ୍ମ ହୁଏ ୧୯୭୪ ମସିହା ଆଜିର ଦିନରେ। ତାମିଲ୍ ମୂଳଭାଷୀ ପାଣ୍ଡିୟାନ୍ ଜଣେ ସରକାରୀ ଅଧିକାରୀ ଭାବେ ଓଡ଼ିଶା ଲୋକଙ୍କ ପାଖରେ ଆବିର୍ଭାବ ହୁଅନ୍ତି। ଆଉ ତାଙ୍କ ଦୁଃଖ ସୁଖ ଓ ଭାଷା ବୁଝି ତାହାକୁ ସମାଧାନ କରିବା ଲାଗି ଚେଷ୍ଟା କରନ୍ତି। ତାଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟମାନଙ୍କଠୁ ଭିନ୍ନ ଓ ଅଭିନବ ତଥା ଲୋକ କେନ୍ଦ୍ରିକ ହେବା ହେତୁ ସେ ଅବିଳମ୍ବେ ଲୋକଙ୍କ ନିକଟତର ବି ହୋଇପାରନ୍ତି। ଏବେ ତ ସେ ଓଡ଼ିଆ ମାଟିର ଜ୍ୟୋଇଁ। ପୁଣି ନିଖୁଣ ଓଡ଼ିଆ କହିବା ଓ ଓଡ଼ିଆ ସଂସ୍କୃତିକୁ ସୁରକ୍ଷା ଦେବାରେ ଅନ୍ୟତମ ପୁରୋଧା।

 

ଓଡ଼ିଶା ପ୍ରଶାସନରେ ଜଣେ ଗମ୍ଭୀର ଓ କଡ଼ା ଅଧିକାରୀ ଭାବେ ସେ ପରିଚିତ। କିନ୍ତୁ ଥରେ ଯିଏ ତାଙ୍କ ସହ ମିଶିଛି ସେ କେବେ କଳ୍ପନାରେ ବି ଚିନ୍ତା କରିପାରିବ ନି ଯେ ସେ କେତେ ନିକଟତର ହୋଇପାରନ୍ତି ! କୁହନ୍ତୁ ବନ୍ଧୁ, ଭାଇ.. ଏମିତି। ତାଙ୍କର ସରଳ ପଣିଆ ଓ ଅନ୍ୟକୁ ସହାୟତା କରିବାର ଆଗ୍ରହ କେବେ ଜାଣିବାକୁ ଚାହିଁଲେ ଥରେ ବୁଲି ଆସନ୍ତୁ ଗୋପାଳପୁରଠାରେ ଥିବା ଶ୍ରଦ୍ଧା ସଞ୍ଜିବନୀକୁ। ଏହା ୨୦୦୭ ମସିହା କଥା, ଯେତେବେଳେ  ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିଲେ ସେହି ସମୟରେ ଏଚ୍ଆଇଭି ଏଡ୍ସ୍ ମହାମାରୀ ରୂପେ ଆତଙ୍କ ସୃଷ୍ଟି କରୁଥାଏ । ଏବେ ଯେମିତି କରୋନା ଠିକ୍ ସେହିପରି। ଏହି ସମୟରେ ବାପା ମା’ ହରାଇଥିବା ଏଚ୍ଆଇଭି ଏଡ୍ସ ପ୍ରଭାବିତ ଶିଶୁଙ୍କୁ ବଞ୍ଚିବାର ଏକ ନୂଆ ରାହା ଦିଅନ୍ତି ପାଣ୍ଡିଆନ୍। ଶ୍ରଦ୍ଧା ସଞ୍ଜିବନୀ ନାମକ ଏହି ସଂସ୍ଥା ନିର୍ମାଣ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଥଇଥାନ ବ୍ୟବସ୍ଥା କରାଇଥିଲେ। । ପରବର୍ତ୍ତୀ ସମୟରେ ଏହି ଗୃହ ବାପା, ମା’ଛେଉଣ୍ଡ ପିଲାଙ୍କ ପାଇଁ ଆତ୍ମ ବିଶ୍ବାସର ଉତ୍ସ ପାଲଟିଛି।

କ୍ଷମତାସୀନ ଅଧିକାରୀ ଭାବେ ୨୦୦୦ ମସିହାରେ ପାଣ୍ଡିଆନ୍ ଓଡ଼ିଶା ଆସିଲେ। ଓଡ଼ିଶାର ରାଜନୀତିକ ଭିତ୍ତିଭୂମି ସେତେବେଳକୁ ବଦଳୁଥାଏ। ନବୀନଙ୍କନେତୃତ୍ବରେ ଓଡ଼ିଶା ନୂଆ ସ୍ବପ୍ନ ଦେଖୁଥାଏ। ଏହିସମୟରେ ପାଣ୍ଡିୟାନ୍ ଧର୍ମଗଡ଼ର ଉପ ଜିଲ୍ଲାପାଳ ଭାବେ ଚାଷୀ-ମିଲର ଭିତରେ ଥିବା ବିବାଦକୁ ସମାଧାନ କରିବାକୁ ଚାହିଁଲେ। ଚାଷୀ ଯେମିତି ତାଙ୍କ ପ୍ରାପ୍ୟ ଏମ୍ଏସ୍ପି ପାଇବେ ଏବଂ ସମବାୟ ସମିତିଗୁଡ଼ିକ ଯେମିତି ଲାଭ ପାଇପାରିବେ ସେଥିଲାଗି ବ୍ୟବସ୍ଥା କଲେ। ଏହାସେତେବେଳେ ଓଡ଼ିଶା ପ୍ରଶାସନରେ ଏକ ଉଦାହରଣ ସାଜିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନଙ୍କ ନଜରକୁ ସେ ଆସିଲେ। ୨୦୦୨ ମସିହାରେ ସେ ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। ଏହାପରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଛେଣ୍ଡ ବଜାରରେ ଜବରଦଖଲ ଉଚ୍ଛେଦ ରାଉରକେଲାବାସୀଙ୍କ ଲାଗି ଏକ ବରଦାନ କାର୍ଯ୍ୟ ହୋଇଥିଲା।

ରାଉରକେଲାରୁ ସେତେବେଳେ ଭାରତର ସର୍ବ କନିଷ୍ଠ ଜିଲ୍ଲାପାଳ ଭାବେ ପାଣ୍ଡିଆନଙ୍କ ବଦଳି ହେଲା ମୟୂରଭଞ୍ଜ। ଏହି ଯୁବ ଜିଲ୍ଲାପାଳ ନିଜର କାମ ପାଇଁ ସେତେବେଳେ ଭାରତ ସରକାରଙ୍କ ଦ୍ୱାରା ପ୍ରଶଂସିତ ହେଲେ।  ଜାତୀୟ ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ ପାଇଁ ସେ ରାଷ୍ଠ୍ରପତିଙ୍କ ଦ୍ବାରା ପୁରସ୍କୃତ ହେଲେ। ଜିଲ୍ଲା ନୁହେଁ ବରଂ ଗାଁ ବା ବ୍ଲକ ସ୍ତରରୁ ଭିନ୍ନକ୍ଷମଙ୍କୁ ଚିହ୍ନଟ କରିବା ପାଇଁ ସେ ଯେଉଁ ମାପଦଣ୍ଡ ସ୍ଥିର କଲେ ତାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନୀତିଗତ ଭାବେ ଗ୍ରହଣ କରିଲେ। ଖାଲି ସେତିକି ନୁହେଁ, ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଏନ୍ଆର୍ଇଜିଏ ଅଧୀନରେ ହିତାଧିକାରୀଙ୍କୁ ଯେଉଁ ନଗଦ ମଜୁରୀ ପ୍ରଦାନ ବ୍ୟବସ୍ଥା ଥିଲା ସେ ସେଥିରେ ପରିବର୍ତ୍ତନ ଆଣିଲେ। ପ୍ରଥମ ଥର ପାଇଁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମଜୁରୀ ପ୍ରଦାନ ବ୍ୟବସ୍ଥା ହେଲା। ଏହା ଭାରତ ସରକାର ପରବର୍ତ୍ତୀ ସମୟରେ ଗ୍ରହଣ କରିଲେ। ପାଣ୍ଡିଆନଙ୍କ ଏହି ନୀତି ତାଙ୍କର ତୃଣମୂଳ ସ୍ତରର ଧାରଣାକୁ ସ୍ପଷ୍ଟ କରିବା ସହ ଦୁର୍ନୀତିକୁ ଦୂର କରିବାରେ ସହାୟକ ହେଲା।

୨୦୧୧ ମସିହାରେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କାମ କରିବାର ସୁଯୋଗ ମିଳିଲା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ନିଯୁକ୍ତ ହେଲେ। ନିଜର କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗ ଓ ଲୋକଙ୍କ ପାଖରେ ସରକାରୀ ନୀତିକୁ ପହଞ୍ଚାଇବା ପାଇଁ ତାଙ୍କର ବିଚକ୍ଷଣ ବୁଦ୍ଧି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତର କରିଲା। ଦିନକୁ ଦିନ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ବଢ଼ିଲା। ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ଭରସାଯୋଗ୍ୟ ଅଧିକାରୀ। ତାଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଓଡ଼ିଶାର ପ୍ରଗତିରଥକୁ ତ୍ବରାନ୍ବିତ କରିବା ଲାଗି ନବୀନ ତାଙ୍କୁ ଅଧିକ କ୍ଷମତା ଦେଲେ। ନୂଆକରି ୫-ଟି ବିଭାଗ ଖୋଲି ତାହାର ମୁଖ୍ୟ କରାଇଲେ। ଆଉ ଏବେ ଏହାର ସୁଫଳ ଓଡ଼ିଶାବାସୀ ଅନୁଭବ କରୁଛନ୍ତି।
ଶ୍ରୀକ୍ଷେତ୍ର ପୁରୀର ପରିବର୍ତ୍ତନ କଥା କୁହନ୍ତୁ କି ଲିଙ୍ଗରାଜ କ୍ଷେତ୍ର ଅଥବା ଘଟଗାଁ ତାରିଣୀ, ବିରଜା କ୍ଷେତ୍ର, ତାରାତାରିଣୀଙ୍କ ମନ୍ଦିର, ସମଲେଶ୍ବରୀଙ୍କ ପୀଠ ସବୁଠି ପରିବର୍ତ୍ତନ ଓ ବିକାଶର ପଦଧ୍ବନି ଦେଖିବାକୁ ମିଳୁଛି। ପୁଣି କେବଳ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ନୁହେଁ, ଓଡ଼ିଶାରେ ସଂସ୍କୃତିର ବିକାଶ ସ୍ରୋତକୁ ଧର୍ମ ନିରପେକ୍ଷ ଧାରାରେ ପରିଚାଳିତ କରିବା ଲାଗି କଟକର ମାଉଣ୍ଟ ହାଉସ୍ ଚର୍ଚର ପୁନର୍ବିନ୍ୟାସ କରାଯାଇଛି। ଭଦ୍ରକର ପ୍ରସିଦ୍ଧ ଦର୍ଘା-ଏହଜୁର ମସ୍ଜିଦ୍, ଭୁବନେଶ୍ବରର ଜାମା ମସ୍ଜିଦ୍, ସୁନ୍ଦରଗଡ଼ର ଗୁରୁଦ୍ବାର ପ୍ରଭୃତିରେ ଏହି ପୁନର୍ବିନ୍ୟାସର ଝଲକ ଦେଖିବାକୁ ମିଳିଛି।

ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ତାହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କାର୍ଯ୍ୟରେ ଲଗାଇଛନ୍ତି ୫-ଟି ସଚିବ ପାଣ୍ଡିଆନ୍। କଟକ ଶ୍ରୀରାମଚନ୍ଦ୍ର ହସ୍ପିଟାଲ୍ ଓ କଲେଜକୁ ୫୦୦୦ ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ପରିଣତ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ୩୫୦୦ କୋଟି ଯଙ୍କା ଖର୍ଚ ହେବ ବୋଲି ଆକଳନ ହୋଇଛି। ପ୍ରତି ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ଗୁଡ଼ିକର ନବୀକରଣ କରାଯାଇଛି। ଆଉ ଏବେ ମହାମାରୀ ସମୟରେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପରିଚାଳନା କରିବା ପାଇ ବିଶେଷ ଧ୍ୟାନ ଦେଇଛନ୍ତି ସେ। ରାଜ୍ୟରେ ଯେମିତି ସମସ୍ତେ ଚିକିତ୍ସା ସୁବିଧା ପାଇବେ ସେଥିଲାଗି ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ସାଙ୍ଗକୁ ରାଜ୍ୟବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଏବଂ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଓ ଟିକା ମାଗଣାରେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ପରିବର୍ତ୍ତନର ସାରଥି ଭାବେ ଓଡ଼ିଶାକୁ ହକିର ଏନ୍ତୁଡ଼ିଶାଳ ଭାବେ ଖ୍ୟାତି ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ପାଣ୍ଡିଆନ୍ ଆଗକୁ ନେଇଛନ୍ତି। ହକି ବିଶ୍ବକପ୍ ଆୟୋଜନ ଏହାର ନିଦର୍ଶନ। ଏହାଛଡ଼ା ଆଗକୁ ପରବର୍ତ୍ତୀ ହକି ବିଶ୍ୱକପ୍ ୨୦୨୩ ଆୟୋଜନ ପାଇଁ ଅଣ୍ଟା ଭିଡ଼ିବା ଆଉ ଏକ ଗୌରବମୟ ମୁହୂର୍ତ୍ତ। ବିଭିନ୍ନ ଷ୍ଟାଡିୟମ୍ ଏହି ଶାସନ ସମୟରେ ପୁନରୁଦ୍ଧାର ହୋଇପାରିଛି । ହକି ପ୍ରତି ତାଙ୍କର ଆଗ୍ରହକୁ ପ୍ରଶଂସା କରିଛି ଆନ୍ତର୍ଜାତୀୟ ହକି ସଂଘ । ଏଥିଲାଗି ନିକଟରେ ପାଣ୍ଡିଆନଙ୍କୁ ପ୍ରେସିଡେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। କର୍ମଚାରୀ ଓ ଅଧିକାରୀ ମାନଙ୍କ ସହ ସୁ ସମ୍ପର୍କ ଏବଂ ସେମାନଙ୍କୁ ପରିଚାଳନା କରିବାର ଦକ୍ଷତା ନଥିଲେ ପାଣ୍ଡିଆନଙ୍କୁ ଏତେ ସଫଳତା କେବେ ମିଳି ନଥାଆନ୍ତା। ଟିମ୍ ୱାର୍କରେ ବିଶ୍ବାସ କରୁଥିବା ପାଣ୍ଡିଆନ୍ କେବେ କୌଣସି କାମକୁ ଛୋଟ ବା ବଡ଼ ଭାବନ୍ତି ନାର୍ହି। ଏମିତିକି ପରିସ୍ଥିତି ଆସିଲେ ସେ ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର ବି ପାଲଟି ପାରନ୍ତି। ତାହା ବି ଦେଖିବାକୁ ମିଳିଥିଲା ୨୦୨୦ ମସିହାରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାରକୁ ସେ ଚଳାଇ ସ୍ବାଧୀନତା ଦିବସ ସମାରୋହକୁ ଆସିଥିଲେ।

 

ଫିଜିଓଲୋଜିରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ପ୍ରଥମ ଶ୍ରେଣୀରେ ଉତ୍ତୀଣ୍ଣ ହୋଇଥିବା ପାଣ୍ଡିଆନ୍ ୨୦୦୦ ମସିହାରେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ସେହିଦିନଠାରୁ ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଦାୟିତ୍ୱକୁ ସୁପରିଚାଳନା କରିବା ନଜର ଆସିଛନ୍ତି। ସେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ବିବାହ କରିଛନ୍ତି। ଏକଦା ଜାମସେଦପୁରରେ ଶିଶୁରୋଗ ଚିକିତ୍ସକ ଭାବେ ଖ୍ୟାତି ଅର୍ଜନ କରିଥିବା ଅକ୍ଷୟ କୁମାର ରାଉତଙ୍କଝିଅ ତଥା ବର୍ତ୍ତମାନର ମିଶନ ଶକ୍ତି ବିଭାଗ ସଚିବ ଆଇଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟ ହେଉଛନ୍ତି ତାଙ୍କ ପତ୍ନୀ। ତାଙ୍କର ଜଣେ ପୁଅ ଏବେ ଅଧ୍ୟୟନରତ। ଆଜି ତାଙ୍କରି ୪୭ତମ ଜନ୍ମ ଦିବସରେ ନନ୍ଦିଘୋଷ ଡିଜିଟାଲ୍ ପରିବାର ପକ୍ଷରୁ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମ୍ୟ କରୁଛୁ। ଓଡ଼ିଶାର ପ୍ରଗତୀ ସେମିତି ବଢ଼ିଚାଲୁ। ଶ୍ରୀ ଜଗନ୍ନାଥଙ୍କ ଆସ୍ଥା ତାଙ୍କ ଉପରେ ନିରନ୍ତର ରହୁ।

ଶ୍ରୀଲଙ୍କାରେ ଏସିଡ୍ ବର୍ଷାର ବିପଦ ! ସହଯୋଗର ହାତ ବଢାଇଲା ଭାରତ

କଲମ୍ବୋ: ଶ୍ରୀଲଙ୍କାରେ ହେବାକୁ ଯାଇଛି ଏସିଡ ବର୍ଷା । କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଶ୍ରୀଲଙ୍କା କିନ୍ତୁ ଏକ ଭିନ୍ନ ସଙ୍କଟ ଦେଇ ଗତି କରୁଛି । ଶ୍ରୀଲଙ୍କା ଉପକୂଳରେ ଏକ ଜାହାଜରେ ନିଆଁ ଲାଗିଯାଇଥିବା କାରଣରୁ ଏସିଡ୍ ବର୍ଷା ହେବାର ଆଶଙ୍କା ଦେଖାଦେଇଛି।
ଗତ ସପ୍ତାହରେ କଲମ୍ବୋ ଉପକୂଳରେ ସିଙ୍ଗାପୁରର ଏକ ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରୁ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ବାହାରୁଥିବାରୁ ଏସିଡ୍ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା ଚେତାବନୀ ଦେଇଛି । ତେବେ ଶ୍ରୀଲଙ୍କାକୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ସାହାଯ୍ୟ କରୁଥିବା ସୂଚନା ମିଳିଛି ।


ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା କହିଛି ଯେ ଗତ ସପ୍ତାହରେ କଲମ୍ବୋ ଉପକୂଳରେ ନିଆଁ ଲାଗିଥିବା ଜାହାଜ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ନିର୍ଗତ ହେତୁ ଏସିଡ୍ ବର୍ଷା ହୋଇପାରେ। ଖରାପ ପାଗ ପରିସ୍ଥିତିରେ ଲୋକଙ୍କୁ ସଚେତନ ହେବାକୁ ପରିବେଶ ସଂଗଠନ କହିଛି। କୁହାଯାଉଛି ଯେ ଜାହାଜରେ ୩୨୫ ମେଟ୍ରିକ୍ ଇନ୍ଧନ ଲୋଡ୍ କରାଯାଇଥିଲା। ଯେଉଁଥିରେ ପ୍ରାୟ ୨୫ ଟନ୍ ବିପଜ୍ଜନକ ନାଇଟ୍ରିକ୍ ଏସିଡ୍ ରହିଥିଲା ।
ଜାହାଜ ଏମବି ‘X-Press Pearl’ ଗୁଜୁରାଟର ହାଜିରା ଠାରୁ କଲମ୍ବୋ ବନ୍ଦରକୁ ରାସାୟନିକ ପଦାର୍ଥ ସହ କଞ୍ଚାମାଲ ନେଇ ଆସୁଥିଲା । ଜାହାଜଟି ମେ ୨୦ ରେ କଲମ୍ବୋ ଠାରୁ ପ୍ରାୟ ୧୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା ଏବଂ ବନ୍ଦରରେ ପ୍ରବେଶକୁ ଅପେକ୍ଷା କରିଥିଲା । ଜାହାଜରେ ୩୨୫ ମେଟ୍ରିକ୍ ଇନ୍ଧନ ଲୋଡ୍ କରାଯାଇଥିଲା। ଯେଉଁଥିରେ ପ୍ରାୟ ୨୫ ଟନ୍ ବିପଜ୍ଜନକ ନାଇଟ୍ରିକ୍ ଏସିଡ୍ ରହିଥିଲା । ଏବଂ କୈଣସି ଯାନ୍ତ୍ରୀଙ୍କ ତ୍ରୁଟି କରାଣରୁ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ।


ଶୁକ୍ରବାର ଦିନ ସାମୁଦ୍ରିକ ପରିବେଶ ସୁରକ୍ଷା ଦଳର ଜଣେ ଅଧିକାରୀ କହିଛନ୍ତି ଯେ, ‘ଏମଭି ଏକ୍ସ-ପ୍ରେସ ପର୍ଲ’ରୁ ନାଇଟ୍ରୋଜେନ ଡାଇଅକ୍ସାଇଡର ବହୁତ ଅଧିକ ପରିମାଣରେ ନିର୍ଗତ ହେଉଥିଲା । ଏବଂ ବର୍ଷା ଋତୁରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହେବା ଦ୍ୱାରା କିଛି ସ୍ଥାନରେ ଏସିଡ୍ ବର୍ଷା ହେବାର ସମ୍ଭାବନା ମଧ୍ଯ ରହିଛି । ତେଣୁ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ସଜାଗ ରହିବା ଉଚିତ ଏବଂ ଏହି ଦିନରେ ସେମାନେ ବର୍ଷାରେ ଓଦା ହେବାରୁ ବଞ୍ଚି ରହିବା ଆବଶ୍ୟକ ।
ତେବେ ବର୍ତ୍ତମାନ ନିଆଁକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି।  ନିଆଁ ଲାଗିବା ଫଳରେ ପ୍ରଦୂଷଣ ବ୍ୟାପିବାର ବିପଦକୁ ଏଡ଼ାଇବା ପାଇଁ ଯଥାଶୀଘ୍ର ସମୁଦ୍ର କୂଳକୁ ସଫା କରିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ଶ୍ରୀଲଙ୍କାର ଅଧିକାରୀ କହିଛନ୍ତି ଏହାସହ ସେମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିବା ସ୍ପଷ୍ଟ କରିଛନ୍ତି ।


ତେବେ ଭାରତ ମଙ୍ଗଳବାର ଦିନ ଶ୍ରୀଲଙ୍କା ନୌସେନାକୁ କଣ୍ଟେନର ଜାହାଜରେ ନିଆଁ ଲିଭାଇବାରେ ସାହାଯ୍ୟ କରିବା ପାଇଁ ଆଇସିଜି ବୈଭବ, ଆଇସିଜି ଡୋର୍ନିୟର୍ ଏବଂ ଟଗ୍ ୱାଟର ଲିଲି ପଠାଇଛି। କଲମ୍ବୋ ଗେଜେଟର ରିପୋର୍ଟ ଅନୁଯାୟୀ, ପ୍ରଦୂଷଣର ମୁକାବିଲା କରୁଥିବା ଭାରତର ସ୍ୱତନ୍ତ୍ର ଜାହାଜ ‘ସମୁଦ୍ର ପ୍ରହରୀ’ ଶନିବାର ଦିନ କଲମ୍ବୋରେ ପହଞ୍ଚିବ, ଯାହାଦ୍ୱାରା ଜାହାଜରୁ ବାହାରୁଥିବା ପ୍ରଦୂଷଣ ମୁକାବିଲା କରାଯାଇପାରିବ।
ତେବେ ଭାରତୀୟ ମିଶନ କହିଛି ଯେ, ‘ଜାହାଜରେ ଜ୍ୱଳନ୍ତ ସାମଗ୍ରୀର ପରିମାଣ ସୀମିତ ବୋଲି ଅନୁମାନ କରାଯାଉଛି। ଭାରତୀୟ ଆଇସିଜି ଜାହାଜଗୁଡ଼ିକ ପରିସ୍ଥିତିର ଆକଳନ ଜାରି ରଖିଛି ଏବଂ ନିଆଁକୁ ସମ୍ପୂର୍ଣ୍ଣରୂପେ ଲିଭାଇବା ଏବଂ ଜାହାଜକୁ ଥଣ୍ଡା କରିବା ପରେ ଜାହାଜକୁ ଯିବା କିମ୍ବା ନିକଟତର ହେବା ନିଷ୍ପତ୍ତି ନିଆଯିବ। ଏହି ସମୟରେ ନାଭାଲ କମାଣ୍ଡର ନିଶାନ୍ତ ଉଲୁଗେଟନ ଶୁକ୍ରବାର ଦିନ କହିଛନ୍ତି ଯେ ଜାହାଜ ଦୁଇ ଭାଗରେ ବିଭକ୍ତ ହେବାର କୌଣସି ବିପଦ ନାହିଁ ଏବଂ ଜାହାଜ ବର୍ତ୍ତମାନ ସ୍ଥିର ରହିଛି।

ଏକ ମାସରେ ୧୦ ଗୁଣା ବଢ଼ିଲା ରେମଡେସିଭିର ଉତ୍ପାଦନ, କେନ୍ଦ୍ର କରିବନି…

ନୂଆଦିଲ୍ଲୀ: କିଛି ଦିନ ହେବ କରୋନା ଚିକିତ୍ସା ପାଇଁ ଫଳପ୍ରଦ ହୋଇଥିବା ରେମଡେସିଭିରକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହା ପଛର ଏକମାତ୍ର କାରଣ ହେଉଛି କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି । ଯାହାପରେ ଲୋକ ଏହାର କଳାବଜାରୀ କରିବା ଆରମ୍ଭ କରିଦେଲେ । କିନ୍ତୁ ଏବେ ଏହି ବିପଦ ହୁଏତ ଟଳିଯିବ । କାରଣ ସରକାର ୧୦ ଗୁଣା ଅଧିକ ରେମଡେସିଭିର ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି ।

ରେମଡେସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟ ସଂଖ୍ୟା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଯେଉଁ କାରଣରୁ ଏଥିରେ ଆଉ ସମସ୍ୟା ଦେଖାଦେବ ନାହିଁ । ଖାଲି ସେତିକି ନୁହେଁ ବରଂ ଏବେ ଚାହିଦା ଠାରୁ ଅଧିକ ଏହାର ଉତ୍ପାଦନ ହେଉଛି । ଏହାକୁ ନେଇ କେନ୍ଦ୍ରୀୟ କେମିକାଲ ଏବଂ ଫର୍ଟିଲାଇଜର ମନ୍ତ୍ରୀ ମନସୁଖ କହିଛନ୍ତିଯେ, କେନ୍ଦ୍ର ସରକାର ଏକ ମାସ ମଧ୍ୟରେ ୩ ଲକ୍ଷ ୫୦ ହଜାର ୟୁନିଟ୍ପହଞ୍ଚାଇଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ସରକାର ରେମଡେସିଭିର ପ୍ଲାଣ୍ଟ ସଂଖ୍ୟାରେ ବିପୁଳ ବୃଦ୍ଧି କରିଛନ୍ତି । ଗୋଟିଏ ମାସ ମଧ୍ୟରେ ଏହି ପ୍ଲାଣ୍ଟ ସଂଖ୍ୟା ୨୦ରୁ ୬୦ରେ ପହଞ୍ଚିଛି । ତେଣୁ କେନ୍ଦ୍ର ସରକାର ରେମଡେସିଭିରକୁ କେନ୍ଦ୍ରୀୟ ଆବଣ୍ଟନରୁ ବାଦ୍ଦେବାପାଇଁ ନିର୍ଣ୍ଣୟ ନେଇଛନ୍ତି ।

 

କେବଳ ସେତିକି ନୁହେଁ ବରଂ ଜରୁରୀକାଳୀନ ସ୍ଥିତି ପାଇଁ ୫୦ ଲକ୍ଷ ରେମଡେସିଭିର ଗଚ୍ଛିତ ରଖାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

କୋରନା ପରୀକ୍ଷା କରିବାକୁ ଆସିଥିବା ଡାକ୍ତରୀ ଦଳଙ୍କୁ ଠେଙ୍ଗା ବାଡ଼ି ଧରି ଗୋଡାଇଲେ ଗ୍ରାମବାସୀ

ବାରବାଙ୍କି: କରୋନ ପରୀକ୍ଷା କରିବାକୁ ଆସି ହଟହଟା ହେଲେ ଡାକ୍ତରୀ ଦଳ । ଠେଙ୍ଗା ବାଡ଼ି ଧରି ଗୋଡ଼ାଇଲେ ଗ୍ରାମବାସୀ । ଅଳ୍ପକେ ବଞ୍ଚିଗଲେ ଡାକ୍ତରୀ ଦଳ । ଘଟଣାଟି ହେଉଛି ଉତ୍ତରପ୍ରଦେଶର ବାରବାଙ୍କି ରେବତୀପୁର ଗାଁର, ଯେଉଁଠାରେ କରୋନା ପରୀକ୍ଷା କରିବାକୁ ଆସିଥିବା ଡାକ୍ତରୀ ଦଳଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ ।

ଡାକ୍ତରୀ ଦଳର ସଦସ୍ୟମାନେ କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରି ଘଟଣାସ୍ଥଳରୁ ଖସି ପଳାଇଛନ୍ତି । କରୋନା ଯାଞ୍ଚକୁ ନେଇ ଗାଁ ଲୋକଙ୍କ ଯୁକ୍ତି କରିବା ପରେ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଡାକ୍ତରୀ ଦଳ ଗାଁର ବଂସୀଲାଲ ନାମକ ବ୍ୟକ୍ତିଙ୍କ ଦୋକାନରେ ରାସନ ନେଉଥିବା ଲୋକଙ୍କ କରୋନା ପରୀକ୍ଷା କରୁଥିଲେ। କିଛି ଲୋକ ସହମତିରେ ନିଜର କରୋନା ପରୀକ୍ଷା ମଧ୍ୟ କରାଉଥିଲେ । କିନ୍ତୁ କିଛି ସମୟ ପରେ ଅନ୍ୟ କିଛି ଗ୍ରାମବାସୀ ଯେତେବେଳେ ରାସନ ନେବାକୁ ଆସିଥିଲେ, ସେମାନେ କରୋନା ପରୀକ୍ଷା କରାଇବାକୁ ମନା କରିଦେଇଥିଲେ । ଏହାପରେ ଦୋକାନୀ ପରୀକ୍ଷା ପରେ ରାସନ ଦେବାକୁ କହିଥିଲେ । ଦୋକାନୀଙ୍କ ଏମିତି କହିବା ମାତ୍ରେ ମାମଲା ଆହୁରି ବିଗିଡ଼ି ଯାଇଥିଲା । ଏବଂ ଏହା ଶୁଣିବା ପରେ ଗ୍ରାମବାସୀ ରାଜି ହୋଇନଥିଲେ। ମହିଳା ଏବଂ ଅନ୍ୟ କିଛି ଲୋକ କରୋନା ପରୀକ୍ଷା କରିବାକୁ ମନା କରିଦେଇଥିଲେ ହେଁ ଡାକ୍ତରୀ ଦଳର କିଛି ସଦସ୍ୟ ଏହି ପରୀକ୍ଷା କରିବାକୁ ବାଧ୍ୟ କରିଥିଲେ  ଏବଂଯାହା ପରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଗ୍ରାମବାସୀ ଠେଙ୍ଗା ବାଡ଼ି ଧରି ଉତ୍ତେଜନା କରୁଥିବାର ଦେଖାଯାଇଛି । ଗ୍ରାମବାସୀଙ୍କୁ ଦେଖି ସ୍ୱାସ୍ଥ୍ୟ କର୍ମୀମାନେ ସେଠାରୁ ଆସି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।

ଏହି ମାମଲା ଯାଞ୍ଚ କରି ପୋଲିସ ଅଭିଯୋଗ ଆଧାରରେ ପାଞ୍ଚ ଜଣଙ୍କ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଏହାପୂର୍ବରୁ ବାରବାଙ୍କିରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ ସ୍ୱାସ୍ଥ୍ୟ ବିଭାଗ ଏକ ଦଳ ଗ୍ରାମବାସୀଙ୍କୁ କରୋନା ଟିକା ଦେବାକୁ ଯାଇଥିଲେ ଏବଂ ଟିକା ଭୟରେ ଅଧିକାଂଶ ଗ୍ରାମବାସୀ ନଦୀକୁ ଡେଇଁ ପଡିଥିଲେ।

ବାତ୍ୟା ମଡେଲ ନବୀନ ପଟ୍ଟନାୟକ: ବାତ୍ୟା ସହିତ ଲଢିବା ପାଇଁ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକ ପରେ ଦିଲ୍ଲୀ ଫେରି ଓଡ଼ିଶାକୁ ୫ଶହ କୋଟି ଏବଂ  ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଥିଲେ । ଯାହାକୁ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ ।

Road Will Repair Within Two Days Assured SRC Cyclone YaasRoad Will Repair Within Two Days Assured SRC Cyclone Yaas

ଏସ୍‌ଆରସି ପ୍ରଦୀପ କୁମାର ଜେନାଙ୍କ କହିବା ଅନୁସାରେ ଓଡ଼ିଶା ପାଇଁ ବାତ୍ୟା କିଛି ନୂଆ ନୁହେଁ । ‘ୟାସ୍‌’ ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାକୁ ଆସିଥିବା ଅଷ୍ଟମ ବାତ୍ୟା ଏବଂ ଗତ ୩୦ ମାସ ମଧ୍ୟରେ ଏହା ପଞ୍ଚମ ବାତ୍ୟା । ୨୦୧୮ରେ ‘ତିତଲି’ର ସାମ୍ନା କରିଛି ଓଡ଼ିଶା । ୨୦୧୯ରେ ଫନି ଓ ବୁଲବୁଲ ଏବଂ ୨୦୨୦ରେ ଅମ୍ଫାନ । ଗତ ୨୪ ମାସ ମଧ୍ୟରେ ଫନି ଏବଂ ଅମ୍ଫାନ ପରେ ୟଶ୍‌ସମର ସାଇକ୍ଲୋନ୍‌। ମୌସୁମୀ ଚକ୍ରବର୍ତ୍ତୀକୁ ଖୁବ୍‌ଭଲ ଭାବରେ ବୁଝିଛି ଓଡ଼ିଶା ।

ସ୍ୱତନ୍ତ୍ର ରିଲିଫ୍‌କମିଶନର ପିକେ ଜେନାଙ୍କ କହିବା ହେଉଛି, ଏଥର ଭାରତୀୟ ପାଣିପାଗ ବିଭାଗ ମଧ୍ୟ ‘ୟଶ୍‌’ର ଲ୍ୟାଣ୍ଡଫଲକୁ ନେଇ ସ୍ପଷ୍ଟ ନଥିଲେ । ଭିନ୍ନ ଭିନ୍ନ ନମୁନାକୁ ନେଇ ଅଧ୍ୟୟନ କରାଗଲା । ଏହାପରେ ପ୍ରସ୍ତୁତି ଆରମ୍ଭ ହେଲା । ତେବେ ପ୍ରସ୍ତୁତି ମଧ୍ୟ ଏମିତି ସେମିତି ନୁହେଁ ବରଂ ଖୁବ୍‌ବଡ଼ ଧରଣର ଥିଲା । ଏହା ପାରାଦ୍ୱୀପ ଏବଂ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଗଲା ।

ପୂର୍ବରୁ ଜଳ ଓ ବିଦ୍ୟୁତର ବ୍ୟବସ୍ଥା କରାଯାଇଥିଲା :
ପିକେ ଜେନାଙ୍କ କହିବା ଅନୁସାରେ ପୂର୍ବରୁ ଡିଜେଲ ଜେନେରେଟର ଭଳି ବ୍ୟାକ୍‌ଅପ ଆୟୋଜନ କରାଯାଇଥିଲା । ପିଇବା ପାଇଁ ଓ୍ୱାଟର ଟ୍ୟାଙ୍କରର ବ୍ୟବସ୍ଥା ମଧ୍ୟ କରାଗଲା । ଏହା ସହିତ ପାଞ୍ଚଜଣ ବରିଷ୍ଠ ସଚିବ, ପାଞ୍ଚଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜଣେ ମନ୍ତ୍ରୀଙ୍କୁ ଲ୍ୟାଣ୍ଡଫଲ ସ୍ଥାନକୁ ପଠାଯାଇଥିଲା । ଏଭଳି ସ୍ଥିତିରେ କୋଭିଡ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ଲୋକଙ୍କୁ ଦୁଇ ଦୁଇଟି ବଡ଼ ସମସ୍ୟାରୁ ରକ୍ଷା କରିବାର ଥିଲା । ଗୋଟିଏ ପଟେ ବାତ୍ୟା କବଳରୁ ତ ଅନ୍ୟପଟେ କୋଭିଡ ସଂକ୍ରମଣରୁ । ୭ ଲକ୍ଷ ୧୦ ହଜାର ଲୋକଙ୍କୁ ୮ ହଜାର ୪ ଶହ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଥିଲା । ଏହି ସମୟରେ କୋଭିଡ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପଟେ ଏକାଧିକ ହସ୍ପିଟାଲ କୋଭିଡ ପାଇଁ ବିପଦ ସଙ୍କେତରେ ଥିବାବେଳେ ସେଗୁଡ଼ିକର କବାଟ ଏବଂ ଝରକାକୁ ଲିକ୍‌ପ୍ରୁଫ୍‌ପାଇଁ ଯୋଜନା କରାଯାଇଥିଲା । ଖାଲି ସେତିକି ନୁହେଁ ଔଷଧର ଅଭାବ ନ ହେବାପାଇଁ ୭ ଦିନର ଷ୍ଟକ୍‌ମଧ୍ୟ ରଖାଯାଇଥିଲା ।

 

୧୯୯୯ ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା । ଏଥିରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । ଯାହାପରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବା ପାଇଁ ସଙ୍ଗଠନ ସ୍ତର ଭାବରେ OSDM ଆରମ୍ଭ ହୋଇଥିଲା । କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ଓଡ଼ିଶା ୨୦୦୭ରେ ହୃଦୟଙ୍ଗମ କରିଥିଲା । ଯାହାପରେ ଅଗ୍ନିଶମ କେନ୍ଦ୍ରକୁ ଉପକରଣ ଏବଂ ପ୍ରଶିକ୍ଷଣ ସହିତ ମଜବୁତ କରାଗଲା । ଏବେ ପ୍ରାୟ ୪୦୦ ଅଗ୍ନିଶମ କେନ୍ଦ୍ରରେ ଉଚ୍ଚ ପ୍ରଶିକ୍ଷଣ ପ୍ରାପ୍ତ ଲୋକ ଅଛନ୍ତି । ପ୍ରତିବର୍ଷ ୧୯ ଜୁନରେ ରାଜ୍ୟସ୍ତରୀୟ ଏକ ମକଡ୍ରିଲର ଆୟୋଜନ ହୁଏ ।

 

ଏବେ ଆଉ ସେ ଦିନ ନାହିଁ । ଓଡ଼ିଶା  ସାଜିଛି ମଡେଲ । ବାତ୍ୟାପରେ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ପ୍ରସ୍ତୁତ ଓଡ଼ିଶା ।

ଦିଦି କହିଲେ ମୁଁ ଅପେକ୍ଷା କରିଛି ୨୦ ମିନିଟ, ବିଲମ୍ବରେ ଆସିଲେ ମୋଦି

କୋଲକାତା: ପ୍ରଧାନମନ୍ତ୍ରୀ ଅଧ ଘଣ୍ଟା ମମତା ବାନାର୍ଜୀଙ୍କ ପାଇଁ ଅପେକ୍ଷା କରିବା ଖବର ପରେ ବଢୁଛି ବିବାଦ । ରାଜନୈତିକ ଅସହିଷ୍ଣୁତା ଯୋଗୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏପରି କରିଥିବା ଅଭିଯୋଗ ହୋଇଛି । କାହିଁକି ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ ଅପେକ୍ଷା କରାଇଲେ ଦିଦି । ଏହାକୁ ନେଇ ରାଜନୈତିକ ବିରୋଧ ଜାରି ରହିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିଲେ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ନିହାତି ଆବଶ୍ୟକ ନୁହେଁ । ଏମିତିରେ ବେଶି ରାଜନୈତିକ ବୟାନ ବାଜି ହୋଇଥାଏ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୦ ମିନିଟ୍‌ ଧରି ମମତା ବାନାର୍ଜୀଙ୍କୁ ଅପେକ୍ଷା କରାଇଥିବା ଅଭିଯୋଗ କରିଛନ୍ତି । ମମତା ନିଜେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଠିକ୍‌ ସମୟରେ ଯାଇଥିବା ବେଳେ ସେଠାରେ ପ୍ରଧାନମନ୍ତ୍ରୀ ପହଁଞ୍ଚିନଥିଲେ । ବରଂ ତାଙ୍କୁ ୨୦ ମିନିଟ୍‌ ଅପେକ୍ଷା କରିବାକୁ କୁହାଯାଇଥିଲା ।

ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତରେ ଯାଇଥିବା ବେଳେ ମମତା ସମୀକ୍ଷା ବୈଠକକୁ ଆସିନଥିଲେ । ତାପରଠାରୁ ବିଜେପି ନେତା ଓ କେନ୍ଦ୍ରର କିଛି ଦିଦିଙ୍କୁ ପ୍ରବଳ ବିରୋଧ କରିଛନ୍ତି । ଏଥିସହ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାର ଦିଲ୍ଲୀ ଡାକିବା ପରେ ମମତା କେନ୍ଦ୍ର ଉପରେ ପ୍ରବଳ ବର୍ଷିଛନ୍ତି ।

କରୋନାର ଦ୍ୱିତୀୟ ଲହର: ରାଜଧାନୀ ଦିଲ୍ଲୀ ଏକ ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ: କରୋନାକୁ ନେଇ ଆଶ୍ୱସ୍ଥିକର ଖବର ସାମ୍ନାକୁ ଆସିବାରେ ଲାଗିଛି । କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣି କରୋନା ସ୍ଥିତି ନିୟନ୍ତ୍ରଣରେ ଆସିବାର ନଜର ଆସିଛି । ଏଥିରେ ଆଗରେ ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ କରୋନା ମାମଲା କମିବାରେ ଲାଗିଛି । ଏବଂ ବର୍ତ୍ତମାନ ଅନଲକ୍ ପାଇଁ ଦାବି ଜୋର ଧାରିଛି । ଦିଲ୍ଲୀର କରୋନାର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଏକ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।
କରୋନା ସଂକ୍ରମଣ କମିବା ସହିତ ଲକଡାଉନ ହଟାଇବାରୁ ଆଶା ମଧ୍ୟ ବୃଦ୍ଧି ପାଇଛି । କେଜ୍ରିୱାଲ ସରକାର ନିଶ୍ଚିତ କରିଛନ୍ତି ଯେ କରୋନା ମାମଲା ହ୍ରାସ ହେବା ସହିତ ଧୀରେ ଧୀରେ ସମସ୍ତ କାର୍ଯ୍ୟକଳାପ ପୁଣି ଖୋଲିଦିଆଯିବ । ତେବେ ଏନେଇ କିଛି ମାତ୍ରାରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି ।
ତେବେ କେଜ୍ରିୱାଲ କହିଛନ୍ତି ଯେ “ଗତ ୨୪ ଘଣ୍ଟାରେ ପ୍ରାୟ ୯୦୦ ମାମଲା ରେକର୍ଡ ହୋଇଛି । ଏବଂ କରୋନାର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଏକ ହଜାରରୁ କମ୍ ମାମଲା ସାମ୍ନାକୁ ଆସିଛି। ତେଣୁ ଆମେ ଆଶା କରୁଛି ଯେ ମାମଲା ହ୍ରାସ ହେବା ସହ ଆମେ ଅନଲକର ପ୍ରକ୍ରିୟା ଆରମ୍ଭ କରିଦେବୁ। ଆମେ ଚାହୁଁଛୁ ଯେ, ପୁଣି ଅର୍ଥନୈତିକ ସ୍ଥରରେ ଆଉ କିଛି କ୍ଷତି ନହେଉ ।
ଅନ୍ୟପକ୍ଷରେ ଦିଲ୍ଲୀର ବ୍ୟବସାୟୀମାନେ କେଜ୍ରିୱାଲ ସରକାରଙ୍କୁ ଲକଡାଉନକୁ ହଟାଇବାକୁ ଦାବି କରିଛନ୍ତି। ତେବେ ଏନେଇ ବ୍ୟବସାୟୀମାନଙ୍କୁ ଧର୍ଯ୍ୟବାନ ହେବାକୁ କେଜ୍ରିୱାଲ ସେମାନଙ୍କୁ ନିବେଦନ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ମୁଁ ବ୍ୟବସାୟୀଙ୍କ ଯନ୍ତ୍ରଣାକୁ ବୁଝିପାରୁଛି । “ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ବହୁତ କଷ୍ଟର ସହ ଆମେ ମାସ ଦେଢ ମାସ ହେବ ଲକଡାଉନ କରି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ। ତେଣୁ ଟିକେ ଧର୍ଯ୍ୟ ରଖନ୍ତୁ ଅଧର୍ଯ୍ୟ ହୁଅନ୍ତୁ ନାହିଁ । ଆମେ ମଧ୍ୟ ଚାହୁଁଛୁ ଯେ ଦୋକାନ ବଜାର ଖୋଲୁ ବୋଲି ତେଣୁ ବ୍ୟସ୍ତ ହେବାର କିଛି ନାହିଁ ଧୀରେ ଧୀରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଆମେ ସବୁକିଛି ଖୋଲିଦେବୁ । ପରିସ୍ଥିତି ସୁଧୁରିବା ପରେ ଧିରେ ଧିରେ ଶ୍ରମିକମାନେ ମଧ୍ୟ ଫେରୁଛନ୍ତି ।
ଗତକାଲି ଦୁଇଟି କାର୍ଯ୍ୟକଳାପ ଉପରେ ଦିଲ୍ଲୀ ସରକାର ଲକଡାଉନ ହଟାଇଛନ୍ତି । ସୋମବାରଠାରୁ ନିର୍ମାଣ କାର୍ଯ୍ୟ ଏବଂ କାରଖାନା ଆଦି ଖୋଲିବାକୁ ସୂଚନା ଦେଇଛନ୍ତି। କାରଣ ସବୁଠାରୁ ଗରିବ ଶ୍ରେଣୀର ଲୋକେ ହେଉଛନ୍ତି ପ୍ରବାସୀ ଶ୍ରମିକ । ଲକଡାଉନ୍ ସମୟରେ ଏମାନେ ହିଁ ସବୁଠୁ ବେଶି ସମସ୍ୟା ପଡ଼ିଥାନ୍ତି । ତେଣୁ ଧୀରେ ଧୀରେ କରୋନା ଭାଇରସ ମାମଲା କମିଲେ ଦିଲ୍ଲୀ ସରକାର ଆସନ୍ତା ସପ୍ତାହରେ ଅନ୍ୟ କିଛି କାର୍ଯ୍ୟକଳାପ ଉପରେ କୋହଳ କରିବା ନେଇ କେଜ୍ରିୱାଲ କହିଛନ୍ତି ।