ବିଦେଶରେ ଦେଖିବାକୁ ମିଳିବ ଆଇପିଏଲର ଟକ୍କର । UAEରେ ଖେଳାଯିବ ଚଳିତବର୍ଷର ବାକି ଆଇପିଏଲ ମ୍ୟାଚ୍ । ଏ ନେଇ ଆଜି ବିସିସିଆଇର ସ୍ୱତନ୍ତ୍ର ସାଧରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଇପିଏଲର ବାକିଥିବା ୩୧ଟି ମ୍ୟାଚ୍ UAEରେ ଖେଳାଯିବ । ତେବେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବା ନେଇ ଆଜି କୌଣସି ନିଷ୍ପତ୍ତି ନିଆଇପାରିନି । ଏ ନେଇ ଆଇସିସିକୁ ଅଧିକ ସମୟ ମାଗିବ ବିସିସିଆଇ । ଅକ୍ଟୋବରରୁ ନଭେମ୍ବର ମାସରେ ଭାରତରେ ଟି-୨୦ ଓ୍ବାଲ୍ଡ କପ୍ ହେବାକୁ ଥିବାବେଳେ ଏହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । କରୋନା ଓ ପାଗ ଖରାପ ପାଇଁ ଭାରତରେ ମ୍ୟାଚ୍ ହେବା ନେଇ ଆଶଙ୍କା ଦେଖାଦେଇଛି । ଭାରତରେ ଟି-୨୦ ମ୍ୟାଚ୍ ନ ହେଲେ UAEରେ ମ୍ୟାଚ୍ ହେବା ନେଇ ଆଶାବାଦୀ ରହିଛି ବିସିସିଆଇ । ଆଜି ବସିଥିବା ବୈଠକରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ତେବେ ବର୍ତ୍ତମାନର ପରିସ୍ଥିତିରେ ଆଇପିଏଲ୍କୁ ଦେଶ ବାହାରେ ଆୟୋଜନ କରାଯାଉଥିଲେ ହେଁ, ଆଗାମୀ ଦିନରେ ଦେଶରେ ଟି-୧୦ ବିଶ୍ୱକପ୍ ଆୟୋଜନ କରାଯିବାକୁ ନେଇ ଆଶାବାଦୀ ଅଛି ବିସିସିଆଇ । ଏଥିସହିତ ଏ ଦିଗରେ ଚୂଡ଼ାନ୍ତ ପଦକ୍ଷେପ ନେବା ନେଇ ଆଇସିସି ଜୁଲାଇ ପ୍ରଥମ ସପ୍ତାହ ଯାଏଁ ଅପେକ୍ଷା କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ସୂଚନା ଯୋଗ୍ୟ ଚଳିତ ବର୍ଷ ଆଇପିଏଲ୍ର ୨୯ଟି ମ୍ୟାଚ୍ ଖେଳାଯବା ପରେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା ।
ସମାଜବାଦୀ ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଆଇସିୟୁରେ ଭର୍ତ୍ତି
ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଏବଂ ସାଂସଦ ଆଜମ ଖାନଙ୍କୁ ଗୁରୁତର ଅବସ୍ଥାରେ କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଫୁସଫୁସରେ ଫାଇବ୍ରୋସିସ୍ଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଆଜମଙ୍କ ପୁଅଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ଆସିଛି । ମେନ୍ଦାତା ହସ୍ପିଟାଲର ମେଡିକଲ ଡାଇରେକ୍ଟର ରାକେଶ କପୂରଙ୍କ କହିବା ହେଉଛି ଆଜମଙ୍କୁ ୩ରୁ ୪ ଲିଟିର ଅକ୍ସିଜେନ ଆବଶ୍ୟକ ହେଉଛି ।

ନିକଟ ଅତୀତରେ ଆଜମଙ୍କ ଫୁସଫୁସରେ ଫାଇବ୍ରୋସିସ ଚିହ୍ନଟ ହୋଇଥିଲା । ଏହା ସହିତ କ୍ୟାଭିଟି ମିଳିଥିଲା । ଏଥିପାଇଁ ଅକ୍ସିଜେନ ସପୋର୍ଟକୁ ୨ ଲିଟରରୁ ବଢାଇ ୫ ଲିଟର କରାଯାଇଛି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଆଜମଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଡାକ୍ତରଙ୍କ କହିବା ହେଉଛି ଫାଇବ୍ରୋସିସ ଯୋଗୁଁ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ । ତେବେ କୋଭିଡ ସଂକ୍ରମିତଙ୍କ ଅକ୍ସିଜେନ ସ୍ତର ବଢିଥାଏ ଏବଂ କମିଥାଏ । ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଡାକ୍ତର ଲଗାତାର ଆଜମଙ୍କ ସ୍ଥିତି ପରଖୁଛନ୍ତି ।

ଅନ୍ୟପଟେ ଆଜମଙ୍କ ପୁଅ ମୋହମ୍ମଦ ଅବଦୁଲ୍ଲା ଆଜମଙ୍କ ସ୍ଥିତି ଠିକ୍ରହିଛି । ଯଦିଓ ରିପୋର୍ଟ ନେଗେଟିଭ୍ଆସିଛି ତଥାପି ତାଙ୍କ ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଡାକ୍ତର ।
ନା ପ୍ରଥମ ପର୍ଯ୍ୟାୟ, ନା ଦ୍ୱିତୀୟ ପର୍ଯ୍ୟାୟ, ଏଭଳି ଏକ ଗାଁ, ଯାହାକୁ ଛୁଇଁପାରିନି କରୋନା
ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଏଭଳି ଏକ ଗାଁ ବିଷୟରେ ଶୁଣିବାକୁ ମିଳିଛି, ଯାହାକୁ କରୋନା ଛୁଇଁପାରିନି । ମଧ୍ୟପ୍ରଦେଶର ବଡ଼ବାନି ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ଗାଁ ହେଉଛି ସେଙ୍ଗାବ । ଏହି ଗାଁର ଜନସଂଖ୍ୟା ପ୍ରାୟ ୨ ହଜାର ୫ ଶହ । କରୋନା ସଂକ୍ରମଣ ଆରମ୍ଭ ହେବାମାତ୍ରା ଗ୍ରାମବାସୀ ଏହାର ସୀମାକୁ ସିଲ କରିଦେଲେ । ଗାଁ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଗଲା । ଏହା ସହିତ ଅଜଣା ବ୍ୟକ୍ତିଙ୍କ ପ୍ରବେଶକୁ ନିଷେଧ କଲେ ଗ୍ରାମବାସୀ ।

ଗ୍ରାମ ପଞ୍ଚୟାତ ସରପଞ୍ଚ ଶ୍ରୀରାମ ଯାଦବଙ୍କ କହିବା ଅନୁସାରେ ସତର୍କତା ଏବଂ ସୁରକ୍ଷା ହିଁ କରୋନାରୁ ବଞ୍ଚିବାର ମୂଳମନ୍ତ୍ର । ଯାହାକୁ ପ୍ରମାଣିତ କରିଛି ସେଙ୍ଗାବ ଗାଁ । ଏହି କାରଣରୁ ଗତବର୍ଷର ପ୍ରଥମ ପର୍ଯ୍ୟାୟ ଏବଂ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ କରୋନା କୌଣସି ଗ୍ରାମବାସୀଙ୍କୁ ଛୁଇଁପାରିନି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଶୁକ୍ରବାର କରୋନା ଭୂତାଣୁ ସଂକ୍ରମଣର ୧୮୫୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୭ ଲକ୍ଷ ୭୫ ହଜାର ୭୦୯ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
ସାଗର ହତ୍ୟା ମାମଲା: ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରେ ଉପସ୍ଥାପନ କରିବ ଦିଲ୍ଲୀ ପୋଲିସ୍, ଶେଷ ହେଉଛି ରିମାଣ୍ଡ୍
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାଗର ଧନଖଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଛଅ ଦିନର ପୋଲିସ୍ରିମାଣ୍ଡ୍ଆଜି ଶେଷ ହେଉଛି । ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଦିଲ୍ଲୀର ରୋହିଣୀ କୋର୍ଟରେ ଉପସ୍ଥାପନ କରିବ । ଅନ୍ୟପଟେ ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ପୁଣିଥରେ ଆଠ ଦିନ ରିମାଣ୍ଡରେ ନେବାପାଇଁ ଦାବି କରିଛି । ସୁଶୀଲ କୁମାର କୁସ୍ତିଯୋଦ୍ଧା ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗତ ୨୩ରେ ଗିରଫ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା।
ତେବେ ସାଗର ଧନଖଡ଼ ହତ୍ୟା ମାମଲାରେ ୧୨ ଜଣ ଅଭିଯୁକ୍ତ ସାମିଲ ଥିବା କୁହାଯାଉଛି । ଏମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ଦିଲ୍ଲୀ ପୋଲିସ୍। ଫେରାର ଅଭିଯୁକ୍ତମାନେ ହେଲେ, ପ୍ରବୀଣ, ପ୍ରଦୀପ ଏବଂ ବିନୋଦ ପ୍ରଧାନ । ଅଭିଯୁକ୍ତଙ୍କ ଲିଷ୍ଟରେ ୧୧ ଜଣଙ୍କ ନାମ ଉଲ୍ଲେଖ ରହିଛି । ଏହା ପଛର ଏକମାତ୍ର କାରଣ ହେଉଛି, ସୁଶୀଲ କୁମାରଙ୍କ ବନ୍ଧୁ ପ୍ରିନ୍ସ ସରକାରୀ ସାକ୍ଷୀ ହୋଇ ଯାଇଛନ୍ତି ।
ବସ୍ତି ସୁରକ୍ଷା ମଞ୍ଚ ଉପଦେଷ୍ଟା ଶିବରାମଙ୍କ ଦେହାନ୍ତ: କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ
ଭୁବନେଶ୍ୱର: ସିପିଆଇ(ଏମ୍-ଏଲ) ରେଡଷ୍ଟାର ପାର୍ଟି ରାଜ୍ୟ ସମ୍ପାଦକ ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା କମ୍ରେଡ ଶିବରାମଙ୍କ ଦେହାନ୍ତ । ଗତ କିଛି ଦିନ ହେଲେ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ ଶିବାରାମ । ଜଣେ ଖଟିଖିଆ, ମେହନତି ମଣିଷର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଥିବା ନେତା ଭାବେ ସେ ଲୋକଙ୍କ ମଧ୍ୟରେ ପରିଚିତ । ବ୍ୟବହାର ମାର୍ଜିତ ଓ ଅହମିକା ବିବର୍ଜିତ ମଣିଷ ଥିଲେ ସେ । ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ନେଇ ସେ ଅନେକ ଥର ସ୍ୱର ଉଠାଇଥିଲେ । ରାଜଧାନୀର ଅନେକ ଗଣଆନ୍ଦୋଳନରେ ସେ ଭାଗନେଇଥିଲେ । ତାଙ୍କର ଏଭଳି ଅକାଳରେ ବିୟୋଗରେ ତାଙ୍କ ପରିଚିତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ଏଥିସହିତ ପଢ଼ନ୍ତୁ: ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ମହଙ୍ଗା ହେବ ବିମାନ ଯାତ୍ରା, ୧୬ ପ୍ରତିଶତ ପର୍ଯ୍ୟନ୍ତ ନ୍ୟୁନତମ ଭଡ଼ା ବଢାଇଲା କେନ୍ଦ୍ର, ୧ ଜୁନରୁ ଲାଗୁହେବ ନୂଆ ଦର
ନୂଆଦିଲ୍ଲୀ: ଏବେ ପକେଟ୍ଉପରେ ଭାରି ପଡ଼ିବ ବିମାନ ଯାତ୍ରା । ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଟିକେଟ ଦର ବୃଦ୍ଧି କରିଛନ୍ତି । ତେବେ ଜୁନରେ ନୂଆ ଦର ଲାଗୁ ହେବ । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟର ବିମାନର ଭଡ଼ା ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁସାରେ ୪୦ ମିନିଟ୍ଦୂରତା ବିଶିଷ୍ଟ ବିମାନ ଭଡ଼ା ନ୍ୟୁନତମ ୨୩୦୦ ଟଙ୍କାରୁ ବଢି ୨୬୦୦ ଟଙ୍କା କରାଯାଇଛି । ଅନ୍ୟପଟେ ୪୦ରୁ ୬୦ ମିନିଟ୍ବା ଏକ ଘଣ୍ଟା ଯାତ୍ରା କରୁଥିବା ବିମାନ ଭଡ଼ା ବ୍ୟକ୍ତି ପିଛା ନ୍ୟୁନତମ ୨୯୦୦ ଟଙ୍କାରୁ ବୃଦ୍ଧି ହୋଇ ୩୩୦୦ ଟଙ୍କା ଧାର୍ଯ୍ୟ ହୋଇଛି । ତେବେ ବିଶ୍ୱବ୍ୟାପି କରୋନା ମହାମାରୀ ସମୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
କରୋନା ଯୋଗୁଁ ବିମାନ ଚଳଚଳ କ୍ଷେତ୍ର ଉପରେ ଏକ ବଡ଼ ଧରଣର ପ୍ରଭାବ ପଡ଼ିଛି । ସେଣ୍ଟର ଫର ଏସିଆ ପେସିଫିକ୍ଏଭିଏସନ୍ଅନୁସାରେ ଏହି ସେକ୍ଟରକୁ ଆର୍ଥିକ ବର୍ଷରେ ଛଅରୁ ସାଢେ ଛଅ ଆରବ ଡଲାରର କ୍ଷତି ହୋଇପାରେ । ଏହି ସଙ୍ଗଟରୁ ବର୍ତ୍ତିବା ପାଇଁ ପ୍ରାୟ ୫ ଆରବ ଡଲାର ନିବେଶର ଆବଶ୍ୟକତା ରହିଛି ।

ଗତବର୍ଷ ଇଣ୍ଟରନ୍ୟାସନାଲ ଏବିଏସନ ଟ୍ରାଭେଲ ଆସୋସିଏସନ ଏକ ରିପୋର୍ଟରେ ଦାବି କରିଥିଲାଯେ, କରୋନା ହେତୁ ଭାରତୀୟ ବିମାନ ସେବା କମ୍ପାନୀ ଗୁଡ଼ିକୁ ୨୦୨୦ରେ ୧୧୨୨ କୋଟି ଡଲାରର କ୍ଷତି ସହିବାକୁ ପଡ଼ିବ ଏବଂ ୨୯ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇପାରନ୍ତି ।
ସୂଚନାଯୋଗ୍ୟ ୨୦୨୧ ଫେବୃଆରୀ ମାସରେ ରେଲଓ୍ୱେ ମନ୍ତ୍ରଣାଳୟ ଲୋକାଲ ଟ୍ରେନର ଭଡ଼ା ଦାମ୍ବଢାଇ ଦେଇଥିଲେ । ପୂର୍ବରୁ ୨୦ କିଲୋମିଟର ଯାତ୍ରା ପାଇଁ ୧୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା, ପରେ ସେହି ସମାନ ରାସ୍ତା ଯାତ୍ରା ପାଇଁ ୩୦ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା ।





