spot_img
Home Blog Page 5600

ବାତ୍ୟା ‘ୟାସ’ ଉପରେ ପିଏମଙ୍କ ସମୀକ୍ଷା ବୈଠକକୁ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ, ସାମିଲ ହେବେ ନାହିଁ ମମତା

କୋଲକାତା: ବାତ୍ୟା ୟାସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ସେ ପଶ୍ଚିମବଙ୍ଗ ଯିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ନେଇ ସେଠାରେ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବୈଠକକୁ ନିମନ୍ତ୍ରଣ କରାଯିବାକୁ ନେଇ ଉତକ୍ଷିପ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଶୁଭେନ୍ଦୁ ମମତାଙ୍କୁ ନନ୍ଦିଗ୍ରାମ ଆସନରୁ ପରାସ୍ତ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ହତ୍ୟା ଅଭିଯୁକ୍ତ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ମାଡ଼ ମାରୁଥିବା ଫଟୋ ଭାଇରାଲ୍‌

ବାତ୍ୟା ୟାସ ଦ୍ୱାରା ପଶ୍ଚିମବଙ୍ଗର ୧ କୋଟି ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ପକ୍ଷରୁ ଦାବି କରାଯାଇଛି । ଆଜି ହେବାକୁ ଥିବା ସମୀକ୍ଷା ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ରାଜ୍ୟପାଳ ଜଗଦୀପ ଧନକଡ୍,ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ମମତା ଏହି ବୈଠକରେ ଯୋଗ ଦେବେ ନାହିଁ । ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ମମତା ସମୀକ୍ଷା ବୈଠକରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ତେବେ ମମତା ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଦସ୍ତାବିଜ୍ ଦେବା ପାଇଁ କାଲିକୁଣ୍ଡା ଯିବେ ବୋଲି ଜଣା ପଡିଛି । ନିର୍ବାଚନ ପରେ ପ୍ରଥମ ଥର ପାଇଁ ମମତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ସମୀକ୍ଷା ବୈଠକରେ ମମତା ଯଦି ସାମିଲ ନହୁଅନ୍ତି ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଆଗକୁ ଆହୁରି ବଢିବ ।

ହତ୍ୟା ଅଭିଯୁକ୍ତ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ମାଡ଼ ମାରୁଥିବା ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସୁଶୀଲ କୁମାର ମାଡ ମାରୁଥିବା ଫଟୋ ଭାଇରାଲ୍ । ସାଗର ରଣା ନାମକ ଜଣେ କୁସ୍ତିଯୋଦ୍ଧାଙ୍କୁ ମାଡ ମାରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୁଶୀଲ ଗୋଟିଏ ବାଡି ଧରି ସାଗରଙ୍କୁ ମାରୁଥିବା ବେଳେ ସାଗର ତଳେ ପଡିଥିବା ଦେଖିବାକୁ ମିଲିଛି । ଏହି ବିବାଦ ପାଇଁ କିଛି ଦିନ ତଳେ ସୁଶୀଲ କୁମାରଙ୍କୁ ଗିରଫ କରାଯାଇଥିଲା । ସୁଶୀଲଙ୍କ ମାଡ଼ରେ ସମ୍ପୃକ୍ତ କୁସ୍ତି ଖେଳାଳିଙ୍କ ଜୀବନ ବି ଯାଇଥିଲା । ଘଟଣାରେ ସୁଶୀଲ୍‌ଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା ।

Wrestler Sushil Kumar Arrested Sagar Dhankhar Murder Case New Photos Viral  Of Sagar Being Brutally Beaten New Revealing About Sushil Wrestler - बेरहम:  सागर को बेरहमी से पीटने की नई तस्वीरें आईं

ମେ ୪ ତାରିଖ ରାତିରେ ଦିଲ୍ଲୀର ଉତ୍ତରାଞ୍ଚଳରେ ଅବସ୍ଥିତ ଛତ୍ରଶାଳ ଷ୍ଟାଡିୟମ୍‌ ଭିତରେ ସୁଶୀଲ୍‌ କୁମାରଙ୍କ ସମେତ ଅନ୍ୟ ଖେଳାଳୀ ମାନେ ଆକ୍ରମଣ କରିବାରୁ ୨୩ ବର୍ଷୀୟ ସାଗର ରାଣାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇଜଣ ବନ୍ଧୁ ଆହତ ହୋଇଥିଲେ । ପୁଲିସ କହିବା ଅନୁସାରେ, ପାର୍କିଙ୍ଗ୍ ଏରିଆରେ ସୁଶୀଲ୍ କୁମାର, ଅଜୟ କୁମାର, ପ୍ରିନ୍‌ସ୍‌, ସୋନୁ, ସାଗର ରାଣା, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ପୁଲିସ ମଡେଲ୍‌ ଟାଉନ୍ ଥାନାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ଏଥିସହିତ ପଢ଼ନ୍ତୁ: ଦେଶରେ କରୋନା ଟିକାର ଅଭାବ ଭିତରେ ଏହି ହିସାବ ବଢାଇଲା ଚିନ୍ତା,ଗାଏବ ଟିକାକୁ ନେଇ ଉଠିଲା ପ୍ରଶ୍ନ

ବାତ୍ୟା କ୍ଷତିଭରଣା ନିଜେ କରିବ ରାଜ୍ୟ: ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କ୍ଷତିକ୍ଷତି ନେଇ ଆକଳନ ଚାଲିଛି ଏବେ କ୍ଷୟକ୍ଷତି ବାବଦରେ ଅର୍ଥରାଶି ଆମେ କେନ୍ଦ୍ରକୁ ମାଗିନାହୁଁ । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଆମେ ଜଣାଇବୁ  । ବାତ୍ୟାରେ କ’ଣ ହୋଇଛି ସେ ନେଇ ୮ ମିନିଟର ଏକ ଭିଡିଓ କ୍ଳିପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବାତ୍ୟା ଅଞ୍ଚଳର ସ୍ଥିତି ନେଇ ମଧ୍ୟ ପାଓ୍ୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ତେବେ ଅନୁଷ୍ଠିତ ବୈଠକରେ ରାଜ୍ୟ ପକ୍ଷରୁ ବାତ୍ୟା ନିରୋଧୀ ଭିତ୍ତିଭୂମି ଓ ବେଳାଭୂମିର ସୁରକ୍ଷା ପାଇଁ ଅନୁରୋଧ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିପର୍ଯ୍ୟୟ ଆଗରେ ହିମାଳୟ ଭଳି ମଜଭୁତ୍ ନବୀନ

ଦେଶରେ କରୋନା ଟିକାର ଅଭାବ ଭିତରେ ଏହି ହିସାବ ବଢାଇଲା ଚିନ୍ତା,ଗାଏବ ଟିକାକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକୁ ନେଇ ହୋହଲ୍ଲା ଜାରି ଥିବାବେଳେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ୪କୋଟି ଡୋଜର ହିସାବ ମିଳୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଦେଶରେ ପ୍ରତିଦିନ ଦିଆଯାଉଥିବା ଟିକା ଓ ଉତ୍ପାଦନ ତଥ୍ୟ ମେଳ ଖାଉନଥିବା ଅଭିଯୋଗ ହେଉଛି । ଆସନ୍ତୁ କୋଭାକ୍ସିନର ଗଣିତକୁ ବୁଝିବାକୁ ଚେଷ୍ଟା କରିବା । ଜାଣିବା କ’ଣ ପାଇଁ ଏହି ପ୍ରଶ୍ନ ଉଠୁଛି । କେଉଁଥିପାଇଁ କୋଭାକ୍ସିନ୍ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ସରକାରୀ ଡାଟା ଅନୁସାରେ ଗୁରୁବାର ସକାଳ ସୁଧା ଦେଶରେ ୨ କୋଟି ୧ ଲକ୍ଷ ଡୋଜ୍ ଲଗା ଯାଇ ସାରିଛି । ଟାଇମ୍ସ ଅଫ୍ ଇଣ୍ଡିଆ ଡାଟା ଅନୁସାରେ ଦେଶରେ ଏବେ ମଧ୍ୟ ୬ କୋଟିରୁ ଅଧିକ କୋଭାକ୍ସିନ୍ ଡୋଜ୍ ଉପଲବ୍ଧ ଅଛି । ଏହାମଧ୍ୟରେ ଭ୍ୟାକ୍ସିନ ରପ୍ତାନୀ ଡାଟା ମଧ୍ୟ ରହିଛି । ଭାରତ ବାୟୋଟେକ୍ ଏପ୍ରିଲ ୨୦ ତାରିଖରେ କହିଥିଲା ଯେ, ମାର୍ଚ୍ଚ ୧.୫ କୋଟି ଡୋଜ୍ ତିଆରି ହୋଇଛି ଏପ୍ରିଲ ଶେଷ ସୁଧା ଅଧିକ ୨ କୋଟି ଡୋଜ୍ ପ୍ରସ୍ତୁତ ହେବ । କମ୍ପାନୀ ସିଏମଡି କୃଷ୍ଣା ଏଲ୍ଲା କହିଥିଲେ ଯେ, ମେ’ ମାସରେ ୩ କୋଟି ଟିକା ଉତ୍ପାଦନ ହେବ । ଯଦି ମଧ୍ୟ ଉତ୍ପାଦନ ଆଶା ମୁତାବକ ନହୋଇଥିବ ତେବେ ମଧ୍ୟ ମେ’ ମାସ ଶେଷ ସୁଧା ୫ କୋଟି ୫୦ ଲକ୍ଷ ଟିକା ଉପଲବ୍ଧ ରହିବା କଥା । କେନ୍ଦ୍ର ମଧ୍ୟ ଅଲଗା ଅଲଗା ଦୁଇଟି ସତ୍ୟପାଠରେ କହିଥିଲା ଯେ, କୋଭାକ୍ସିନର ମାସିକ ଉତ୍ପାଦନ ୨ କୋଟି । ଏଥିମଧ୍ୟରୁ ଗୋଟିଏ ସତ୍ୟପାଠ ମେ’ ୨୪ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ରଖାଯାଇଥିଲା । ଜାନୁଆରି ୫ ତାରିଖରେ ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଲା କହିଥିଲେ ଯେ, ବାୟୋଟେକ୍ ପାଖରେ ୨ କୋଟି ଟିକାର ଷ୍ଟକ୍ ରହିଛି । ଯଦି ଏହି ୨ କୋଟିକୁ ହିସାବକୁ ନିଆଯାଏ ତେବେ ମୋଟ ଟିକା ସଂଖ୍ୟା ହେଉଛି ୭ କୋଟି ୫୦ ଲକ୍ଷ । ପୁଣି ଯଦି ଏଥିରେ ଜାନୁଆରି ଓ ଫେବ୍ରୁଆରୀ ଉତ୍ପାଦନକୁ ମିଶାଯାଏ ତେବେ ଏହି ସଂଖ୍ୟା ୮ କୋଟି ଡୋଜ୍ ହେବ । ମାର୍ଚ୍ଚ ଓ ଏପ୍ରିଲ ତୁଳନାରେ ସେହି ସମୟରେ ଉତ୍ପାଦନ କମ ହୋଇଥିଲା । ଉତ୍ପାଦିତ ଟିକା ଡୋଜରୁ ଭ୍ୟାକ୍ସିନ୍ ଡିପ୍ଲୋମାସୀ କ୍ରମରେ କିଛି ଟିକାକୁ ବିଦେଶକୁ ରପ୍ତାନୀ କରାଯାଇଥିଲା । ଭାରତରୁ ମୋଟ ୬ କୋଟି ୬୦ ଲକ୍ଷ ଟିକା ବିଦେଶକୁ ଯାଇଛି । ତେବେ ବିଦେଶକୁ ରପ୍ତାନୀ ହୋଇଥିବା ଟିକା ମଧ୍ୟରୁ ସଂଖ୍ୟାଧିକ ହେଉଛି କୋଭିସିଲ୍ଡ । ଯଦି ବି ମାନି ନିଆଯାଏ ଯେ, ୨ କୋଟି କୋଭିସିଲ୍ଡ୍ ଟିକା ବିଦେଶକୁ ପଠାଯାଇଛି ତେବେ ବି ବାକି ୪ କୋଟି କୋଭାକ୍ସିନ୍ ଡୋଜ୍ କୁଆଡେ ଗଲା ପ୍ରଶ୍ନର ଉତ୍ତର ମିଳୁନାହିଁ ।

ପାଲିଙ୍କି ବଦଳରେ ଉଠିଲା ବରର କୋକେଇ…

“ମୋର ବାହାଘର ହେବ । ମୁଁ ପାଲିଙ୍କିରେ ଚଢି ମୋ ସପନର ରାଜକୁମାରୀକୁ ଘରକୁ ଆଣିବି । ତାସହ ସାତ ଜନମର ସାଥୀ ହୋଇ ରହିବାର ପ୍ରତିଶୃତି ଦେବି । ମୋ ବୋଉ ପାଇଁ ସୁନାନାଖୀ ବୋହୁଟିଏ ଆଣିଦେବି । ମୁଁ ବାହାହେବି ।”

ଏମିତି ଅନେକ ଅସୁମାରୀ ସପ୍ନ ଦେଖି ନିଜ ବାହାଘର ତାରିଖକୁ ଅପେକ୍ଷା କରିଥିଲେ ଜୀବର୍ଧନ । ଖୁବ୍ ଖୁସି ମିଜାଜ୍‌ର ପିଲା ଥିଲେ ଜୀବର୍ଧନ । ସମସ୍ତଙ୍କୁ ହସାଇବାରେ ସେ ଖୁସି ପାଉଥିଲେ । ହେଲେ ଦୁଃଖର କଥା ଯେ ନିଜ ବାହାଘରର ଖୁସିରେ ନିଜେ ହିଁ ସାମିଲ ହୋଇପାରିଲେନି । କିଏ ବା ଜାଣିଥିଲା ବେଦୀରେ ହୋମନିଆଁ ଜଳିବା ପୂର୍ବରୁ ମଶାଣୀରେ ଜୁଇନିଆଁ ଜଳିବ ବୋଲି । ବରଗଡ ଜିଲ୍ଲାର ଲହଣ୍ଡା ପଂଚାୟତ ଯୋଗୀପାଲି ଗାଁର ବାସିନ୍ଦା ହେଉଛନ୍ତି ଜୀବର୍ଧନ ଭୋଇ । ସମ୍ବଲପୁରର ଏକ ଘରୋଇ କମ୍ପାନୀରେ ସେ କାମ କରୁଥିଲେ । ଗତ ୨୫ ତାରିଖରେ ତାଙ୍କର ବିବାହ ହେଇଥାନ୍ତା । ସେଥିପାଇଁ ଛୁଟିରେ ଘରକୁ ଆସି ବିବାହକାର୍ଯ୍ୟ ପାଇଁ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ । କିନ୍ତୁ ଗତ ୨୧ ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା ।

ହେଲେ ଭାଗ୍ୟର ବିଡମ୍ବନା ଯେ କୋଭିଡରୁ ସୁସ୍ଥ ହୋଇ ବର ବେଶ ଧାରଣ କରିପାରିଲେନି ଜୀବର୍ଧନ । ଭାବିଥିଲେ ଦେହ ଭଲ ହୋଇଯାଇଥିଲେ ୨୫ତାରିଖ ଦିନ ବାହାହେଇଥାନ୍ତେ । କିନ୍ତୁ ବାହାଘର ଦିନ ହିଁ କରୋନା କାରଣରୁ ସବୁଦିନ ପାଇଁ ଆଖି ବୁଜି ଦେଲେ ଜୀର୍ବଧନ । ସାତଜନ୍ମ ପାଇଁ ସାଥି ସାଜିବାକୁ ଧାର୍ଯ୍ୟ କରିଥିବା ତାରିଖ ହିଁ ତାଙ୍କ ଜୀବନର ଶେଷ ତାରିଖ ପାଲଟିଲା । ବିବାହ ଦିନ ହିଁ ଚାଲିଗଲା ବରର ଜୀବନ । ବରବେଶ ଧରି କନିଆ ପାଖକୁ ଯିବାର ଆଶା ନିରବୀ ଗଲା ସବୁଦିନ ପାଇଁ । ଘର ଦୁଆରୁ ବରଯାତ୍ରୀ ବାହାରିବା ବଦଳରେ କୋକେଇ ଉଠିଲା । ଯାହା ସତରେ ଖୁବ୍ ହୃଦୟବିଦାରକ ଘଟଣା । ଜୀବର୍ଧନଙ୍କ ମୃତରେ ସାରା ଗାଁରେ ଶୋକାକୁଳ ପରିବେଶ । କରୋନା କିଭଳି ନିଜର କାୟା ମେଲାଇଚାଲିଛି ଓ ଅନେକ ପରିବାରର ସୁଖ ଛଡେଇନେଉଛି ତାହା ହିଁ ବର୍ତମାନ ସବୁ ସ୍ଥାନରେ ଦେଖିବାକୁ ମିଳୁଛି । ନା ବୟସ ନା ସମୟ କିଛି ବି ମାନୁନି କରୋନା । କେବଳ ଛଡାଇନେଉଛି ମଣିଷ ଦେହରୁ ଜୀବନ ।

ନୂଆଗାଁ ତହସିଲଦାର ନିଲମ୍ୱିତ

ନୟାଗଡ଼: ନୂଆଗାଁ ତହସିଲ୍‌ଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ନୂଆଗାଁ ଶରତ କୁମାର ମଲ୍ଲିକଙ୍କୁ ନିଲମ୍ୱିତ କରିଛନ୍ତି ରାଜ୍ୟପାଳ । ଓସିଏସ୍ ନିୟମ ୧୯୬୨ ଅନୁଯାୟୀ ତହସିଲଦାରଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତେବେ ପରବର୍ତ୍ତୀ ଆଦେଶ ଯାଏଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ଶରତ କୁମାର ମଲ୍ଲିକ । ବିନା ଅନୁମତି ଜିଲ୍ଲା ସଦରମହକୁମା ଛାଡ଼ିବେ ନାହିଁ।  ତେବେ  ସେ ଓଡ଼ିଶା ସର୍ଭିସ୍‌ କୋଡ୍‌ ଅନୁସାରେ ସବ୍‌ସିଷ୍ଟେନ୍ସ ଭତ୍ତା ପାଇବାକୁ ଯୋଗ୍ୟ। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚିତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଫଳପ୍ରଦ ହୋଇଛି ଲକ୍‌ଡାଉନ୍ କଟକଣା: ଅବଧି ବୃଦ୍ଧି ନେଇ କିଛି ଏଭଳି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବାଲେଶ୍ବର ଓ ଭଦ୍ରକ ଗସ୍ତରେ ୫ ମନ୍ତ୍ରୀ ଓ ୪ ବିଧାୟକ: ରିଲିଫ୍ ଓ ପୁନର୍ଗଠନ କାର୍ଯ୍ୟକୁ ଗୁରୁତ୍ବ

ଭୁବନେଶ୍ବର: ବାତ୍ୟା ‘ୟାସ’ ପ୍ରଭାବିତ ଅଞ୍ଚଳରେ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛ। ତୃଣମୂଳରେ ସରକାରୀ ଅଧିକାରୀଙ୍କ ସହ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରଭାବିତ ଲୋକଙ୍କ ପାଖରେ ଯେମିତି କୌଣସି ମୌଳିକ ସମସ୍ୟା ନ ରହେ ଏବଂ ଥଇଥାନ ଓ ପୁନର୍ଗଠନ କାର୍ଯ୍ୟ ଯେମିତି ଅବିଳମ୍ବେ ଶେଷ ହେବ ତାହାକୁ ଧ୍ୟାନରେ ରଖିବା ଲାଗି ମୁଖ୍ୟମନ୍ତ୍ରୀ ୫ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କକରିଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କାର୍ଯ୍ୟ ରୂପାନ୍ତର ଲାଗି ଆବଶ୍ୟକ ସଂଯୋଜନା କରୁଛନ୍ତି।
ବାତ୍ୟାର କିଛିଦିନ ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ବାଳେଶ୍ବର ଓ ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପ୍ରସ୍ତୁତି କାଯର୍ଯ୍ୟକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ଦୁଇ ବରିଷ୍ଠ ନେତା ଏବେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅଧିକାରୀ ଓ ସାଧାରଣ ଲୋକଙ୍କ ଭିତରେ ସଂଯୋଜନାକୁ ବଢ଼ାଇ ପରିସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ରିଲିଫ୍ ସାମଗ୍ରୀ ଯେମିତି ପ୍ରଭାବିତ ଲୋକଙ୍କ ପାଖରେ ଠିକଣା ଭାବେ ପହଞ୍ଚିବ, ପୁନଃନିର୍ମାଣ କାର୍ଯ୍ୟ ଯେମିତି ତ୍ବରାନ୍ବିତ ହେବ ତାହାର ଅନୁଧ୍ୟାନ କରିବା ସେଥିଲାଗି ଆହୁରି ଚାରିଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମୀର ଦାଶ, ସୁଶାନ୍ତ ସିଂହ, ଏବଂ ଜ୍ୟୋତିରଞ୍ଜନ ପାଣିଗ୍ରାହୀ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା, ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ

ଶ୍ରୀ ସ୍ବାଇଁ ଗୁରୁବାରଠାରୁ ବାଲେଶ୍ବରରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ ସହ ଅତ୍ୟାବଶ୍ୟକ ସାମଗ୍ରୀ କିପରି ଲୋକଙ୍କ ପାଖରେ ଅଭାବ ନହେବ ଏବଂ ଆବଶ୍ୟକ ଅନୁସାରେ ଲୋକେ ସାମଗ୍ରୀ ପାଇପାରିବେ ତାହାକୁ ଅନୁଧ୍ୟାନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ ଏବଂ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବାଲେଶ୍ବରରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଆମେରିକୀୟ ସାଂସଦଙ୍କୁ ଭେଟିଲେ ବେଦୈଶିକ ମନ୍ତ୍ରୀ ଏସ ଜୟଶଙ୍କର

ୱାଶିଂଟନ୍: ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ପାର୍ଟିର ପ୍ରଭାବଶାଳୀ ଆମେରିକୀୟ ସାଂସଦମାନଙ୍କୁ ଭେଟିଛନ୍ତି । ଆମେରିକୀୟ ସାଂସଦମାନଙ୍କୁ ଭେଟି ସେମାନଙ୍କ ସହ କ୍ୱାଡ ଓ ଟୀକା ଉପରେ ସହଯୋଗକୁ ନେଇ ଆଲୋଚନା ହୋଇଛି ।

ଗୃହ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ସାଂସଦ ଗ୍ରେଗୋରୀ ମିକ୍ସ ଏବଂ ମାଇକେଲ ମ୍ୟାକକାଲଙ୍କୁ ଭେଟିବା ପରେ ଜୟଶଙ୍କର କହିଛନ୍ତି ଯେ, ଟିକାକୁ ନେଇ ଆମର ସହଯୋଗ ତଥା କ୍ୱାଡ ଉପରେ ଆଲୋଚନା ହୋଇଛି । ମଜବୁତ ସମ୍ପର୍କ ପ୍ରତିଷ୍ଠାରେ ଏହାର ଭୂମିକାକୁ ସ୍ୱୀକାର କରାଯାଇଛି ।

ଜୟଶଙ୍କର ଏବଂ ଆମେରିକା ଗୃହର ‘ ଇଣ୍ଡିଆ କାକସ୍’ର ସହ-ଅଧ୍ୟକ୍ଷ ତଥା ଡେମୋକ୍ରାଟିକ୍ ପାର୍ଟିର ସାଂସଦ ବ୍ରାଡ ଶେର୍ମନ ଏବଂ ରିପବ୍ଲିକାନ୍ ପାର୍ଟିର ସାଂସଦ ଷ୍ଚିଭ୍ ଚାବୋଟ୍ ମଧ୍ୟରେ ଆଲୋଚନା ହୋଇଥିବା କହିଛନ୍ତି ମନ୍ତ୍ରୀ ଜୟଶଙ୍କର।

ତେବେ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କୋଭିଡ ପରିସ୍ଥିତିର ସାମ୍ନା କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା କଂଗ୍ରେସ ଏକ ଦୃଢ ସ୍ତମ୍ଭ ହୋଇ ଛିଡ଼ା ହୋଇଛି । ଏବଂ ଏହି ସମସ୍ତ ଚାରିଜଣ ଆମେରିକୀୟ ସାଂସଦ ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ କରିବାରେ ସହଯୋଗ କରୁଛନ୍ତି ।

ଡେମୋକ୍ରାଟିକ୍ ପାର୍ଟିର ସାଂସଦ ବ୍ରାଡ ଶେର୍ମନ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ଭାରତ ଯେଉଁଭଳି କୋଭିଡ-19 ସହ ଲଢୁଛି ଏବଂ ଚୀନାରୁ ନିଜର ଅର୍ଥନୀତିକୁ ଅଲଗା କରିବାକୁ କାର୍ଯ୍ୟ କରୁଛି ତାହା ପ୍ରସଂଶନୀୟ ।

ତେବେ ଏହାର ଗୋଟିଏ ଦିନ ପୂର୍ବରୁ, ଆମେରିକୀୟ ଗ୍ଲୋବାଲ ଲିଡରସିପ୍ ଆଣ୍ଡ ଏନଗେଜମେଣ୍ଟ (EAGLE) ଧାରା ପ୍ରଣୟନ କରିବା ପରେ କଂଗ୍ରେସ ସାଂସଦ ବିଡେନ ପ୍ରଶାସନ ଭାରତ ପ୍ରତି ପଦକ୍ଷେପକୁ ପ୍ରଶଂସା କରିଥିଲେ। after introducing the Ensuring American Global Leadership and Engagement (EAGLE) Act,  Congressman Meeks appreciated the Biden administration’s initiative towards India.

ରାଜ୍ୟରେ ଫଳପ୍ରଦ ହୋଇଛି ଲକ୍‌ଡାଉନ୍ କଟକଣା: ଅବଧି ବୃଦ୍ଧି ନେଇ କିଛି ଏଭଳି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କରୋନା ପିକ୍ ପାର କରିସାରିଛି  । ଏବେ ଧୀରେଧୀରେ ସଂକ୍ରମଣ ପୂରା କମିଯିବ  । ପଜିଟିଭ୍ ହାର କମିକି ୧୪ପ୍ରତିଶତରେ ପହଁଚିଲାନି । ଯାହା ପୂର୍ବରୁ ୨୦ ପ୍ରତିଶତ ଥିଲା ।  ଏହା ରାଜ୍ୟ ପାଇଁ ଏକ ଖୁସିର ଖବର  । ଲକଡାଉନକୁ ସଫଳତାର ସହ ଲାଗୁ କରାଯିବାରୁ ରାଜ୍ୟ ଏହି ସଫଳତା ହାସଲ କରିପାରିଛି । ଏଣୁ ଲକଡାଉନ ଅବଧି ଆହୁରୀ ଦୁଇ ସପ୍ତାହ ବୃଦ୍ଧି କରାଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର । ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ ୨ ଦିନ ହେଲା କମ୍ ରହିଛି । ଗତ ୨୫ ତାରିଖରେ ରାଜ୍ୟରେ ମୋଟ ୧୧୬୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ ତାରିଖରେ ୬ହଜାର ୭୨୩ ଜଣ ଓ ୨୭ ତାରିଖରେ ମୋଟ ୭ହଜାର ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଅପେକ୍ଷା କଟକରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୦୯୧, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୧, ଭଦ୍ରକ ଓ ରାୟଗଡ଼ାରୁ ୨୪୬ଜଣ ଲେଖାଏଁ, ନବରଙ୍ଗପୁରରୁ ୨୪୨, ଯାଜପୁର ଓ ସମ୍ବଲପୁରରୁ ୨୪୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୨୨୦, ବାଲେଶ୍ବରରୁ ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୮୪, ଜଗତସିଂହପୁରରୁ ୧୮୩, ନୟାଗଡ଼ରୁ ୧୬୪, କଳାହାଣ୍ଡି ଓ ଗଞ୍ଜାମରୁ ୧୫୦ଜଣ ଲେଖାଏଁ, ବୌଦ୍ଧରୁ ୧୪୮, ଷ୍ଟେଟପୁଲରୁ ୧୪୬, ମାଲକାନିଗିରିରୁ ୧୩୫, ବଲାଙ୍ଗୀରରୁ ୧୩୦, ପୁରୀରୁ ୧୧୦, କନ୍ଧମାଳରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋନପୁରରୁ ୭୪, କେନ୍ଦୁଝରରୁ ୭୨, ଦେଓଗଡ଼ରୁ ୬୮, ନୂଆପଡାରୁ ୬୬, ଝାରସୁଗୁଡାରୁ ୬୪, ଗଜପତିରୁ ୩୮, ମୟୂରଭଞ୍ଜରୁ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୩୫ହଜାର ୧୭୯ ସଂକ୍ରମିତ । ପଜିଟିଭ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ବାତ୍ୟା ପ୍ରଭାବତ ଅଞ୍ଚଳ ପରିଦର୍ଶନ ନେଇ ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ସହ ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ । ଦିନ ୧୧ଟାରେ କ୍ଷୟକ୍ଷତି ଆକଳନ ନେଇ ଏକ ବୈଠକରେ ଯୋଗ ଦେବେ  । ଏନେଇ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-T ସଚିବ ଭି.କେ ପାଣ୍ଡିଆନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପହଞ୍ଚିଲେ । ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା । ବାତ୍ୟାରେ ରାଜ୍ୟରେ କ’ଣ କ୍ଷତି ହୋଇଛି ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ  ।

ଏହାପରେ ୧୨ଟା ୧୫ ମିନିଟରେ ବିମାନ ଯୋଗେ ଆକାଶମାର୍ଗରୁ ବାତ୍ୟା ଓ ବନ୍ୟାଞ୍ଚଳର ଅନୁଧ୍ୟାନ କରିବେ । ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ବରରେ ସ୍ଥିତି ଅନୁଧ୍ୟାନ କରିବେ  । ପରେ ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ସ୍ଥିତି ପରଖିବା ସହ ପଶ୍ଚିମବଙ୍ଗରେ ଏକ ବୈଠକ କରିବେ ପ୍ରଧାନମନ୍ତ୍ରୀ  । ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି  ।  ସ୍ବତନ୍ତ୍ର ପ୍ୟାକେଜ୍ ନେଇ ଓଡ଼ିଶା ସରକାର ନିଶ୍ଚିତ ଭାବରେ କେନ୍ଦ୍ର ପାଖରେ ଦାବି ରଖିବାକୁ ଦଳ ପକ୍ଷରୁ କୁହାଯାଇଛି  ।