spot_img
Home Blog Page 5619

ଶିକାରୀଙ୍କ ଗୁଳିମାଡ଼ରେ ବନ କର୍ମଚାରୀ ମୃତ

ବଲାଙ୍ଗିର: ଶିକାର ପାଇଁ ଯାଇଥିବା ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ । ବଲାଙ୍ଗିର ଜିଲ୍ଲା ସଇଁତଳା ଫରେଷ୍ଟ ରେଞ୍ଜର କଦଳୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି କରମତଲା ନର୍ସରୀର ଜଗୁଆଳି ଯୁଗେଶ୍ବର ବୁଡେକ (୧୯) ।

Forest Watch Man Dies In Firing Of Miscreants In Bolangir

ଶୁକ୍ରବାର ରାତି ପ୍ରାୟ ୮ଟା ୪୦ରେ ଫରେଷ୍ଟର ସୁଧିର ଜେନାଙ୍କ ସହ ସୁଗେଶ୍ୱର କଦଳୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲକୁ ବାଇକରେ ଯାଇଥିଲେ । ଶିକାର ପାଇଁ ଜଙ୍ଗଲ ଭିତରକୁ ଯାଇଥିବା ୨ ଜଣ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ଯୁଗେଶ୍ୱର ଗୁରୁତର ଆହତ ହୋଇଥିଲେ । ରାତି ପ୍ରାୟ ୯ଟା ୪୫ରେ ସଇଁତଳା ଡାକ୍ତରଖାନାରେ ଯୋଗେଶ୍ବରଙ୍କ ମୃତ୍ୟୁ ହୋଇଛି । ସଇଁତଳା ପୋଲିସର ଗୁଳିମାଡ଼ ନେଇ ତଦନ୍ତ ଆରମ୍ଭ କରିଛି ।

ନଭେମ୍ବରରେ ନେପାଳରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

କାଠମାଣ୍ଡୁ: ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା କରିଛନ୍ତି  । ନେପାଳରେ ନଭେମ୍ବର ୧୨ରୁ ୧୯ ନଭେମ୍ବର ମଧ୍ୟରେ ନିର୍ବାଚନ ହେବ । ସରକାର ଗଠନ ନେଇ ଶେର୍ ବାହାଦୂର ଦେଉବା ଓ କେପି ଶର୍ମା ଓଲି ଉଭୟଙ୍କ ଦାବିକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି ।

Nepal President Bidya Devi Bhandari Announces New Dates For Mid Term Elections

ସାମ୍ବିଧାନିକ କ୍ଷମତା ଅନୁସାରେ ରାଷ୍ଟ୍ରପତି ସରକାର ଗଢ଼ିବା ଅବସ୍ଥା ନଥିବାରୁ ସଂସଦକୁ ଭଙ୍ଗ କରିଛନ୍ତି  । ଓଲି ସରକାର ସମୟରେ ଦ୍ୱିତୀୟଥର ପାଇଁ ସଂସଦକୁ ଭାଙ୍ଗି ଦିଆଯାଇଛି । ଦିନ ଯାକ ନାଟକୀୟ ଭାବେ ଓଲି ଓ ବିରୋଧୀ ମେଣ୍ଟ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ରାଜନୀତିକ ଦଳ ଭିତରେ ଥିବା ଅନ୍ତଃକନ୍ଦଳ ପାଇଁ ବିଳମ୍ବିତ ରାତିରେ ଉଭୟ ପକ୍ଷର ଦାବିକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରି ଦେଇଥିଲେ ।

Nepal President Bidya Devi Bhandari Announces New Dates For Mid Term Elections

ସରକାର ଗଠନ ଦାବି ଖାରଜ ପରେ ଅଧାରାତିରେ ହଠାତ୍ ଓଲି କ୍ୟାବିନେଟ୍ ବୈଠକ ଡାକିଥିଲେ । ଏବଂ ସଂସଦର ବିଲୟ ପାଇଁ ସୁପାରିସ୍ ସହ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନଭେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଯାତ୍ରୀ ବେଶରେ ଯାଇ ପଥର ବୋଝେଇ ଟ୍ରକକୁ ଜବତ କଲେ ଏସଡିପିଓ

ଟାଙ୍ଗୀ: ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ସ୍ଥାନରେ ବେଆଇନ୍ ପଥର ଖାଦାନ ଚାଲୁଛି  । ଅଧିକାଂଶଙ୍କ ପାଖରେ ଲିଜ୍ ଲାଇସେନ୍ସ ନାହିଁ  । ଏଭଳି ଚୋରା ପଥର କାରବାରକୁ ରୋକିବାକୁ ବିଭିନ୍ନ ସମୟରେ ରେଡ୍ ହେଉଥିବା ବେଳେ ମାଫିଆ ଖସି ପଳାଉଛନ୍ତି । ଏଭଳି ସ୍ଥଳେ ଛଦ୍ମ ବେଶରେ ଯାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ପଥର ଟ୍ରକକୁ ଜବତ କରିଛନ୍ତି ।

SDPO Seized Stone Loaded Truck In Disguise

ଏସଡିପିଓ ରାତିରେ ଯାତ୍ରୀ ବେଶରେ ରହି ରାସ୍ତା ଉପରେ ପଥର ବୋଝେଇ ଟ୍ରକକୁ ଲିଫ୍ଟ ମାଗି ସେଥିରେ ୫ କିଲୋମିଟର ଯାଇଥିଲେ । ଟ୍ରକରେ ଥାଇ ଟାଙ୍ଗୀ ଥାନା ପୋଲିସକୁ ସୂଚନା ଦେବା ସହ ଥାନାକୁ ପଥର ଭର୍ତ୍ତି ଟ୍ରକକୁ ହସ୍ତାନ୍ତର କରିଛନ୍ତି । ଜବତ ଟ୍ରକ୍ ଡ୍ରାଇଭରଙ୍କ ପାଖରେ କେ ଫର୍ମ ନଥିବାରୁ ଟ୍ରକକୁ ଜବତ କରାଯାଇଛି । ପୋଲିସର ଏଭଳି ଉପାୟ ପରେ ପଥର ମାଫିଆ ଛାନିଆଁ ହୋଇ ପଡ଼ିଛନ୍ତି  ।

SDPO Seized Stone Loaded Truck In Disguise

ପୂର୍ବରୁ ଅନେକ ସମୟରେ ବେଆଇନ୍ ପଥର ଖାଦାନ ଉପରେ ପ୍ରଶାସନ ରେଡ୍ କରିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଏପରିକି ପଥର ମାଫିଆ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି  ।

ରାଜ୍ୟରେ ୧୦ ଦିନ ମଧ୍ୟରେ ୩୨ ହଜାର ୮୮୪ ଶିଶୁଙ୍କୁ କରୋନା

ଭୁବନେଶ୍ୱର: ଭୂତାଣୁ କବଳରେ ଶିଶୁ । ରାଜ୍ୟରେ ୧୦ ଦିନ ମଧ୍ୟରେ ୩୨ ହଜାର ୮୮୪ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ବିତୀୟ ଲହରରେ ବି ଅତି ଭୟଙ୍କର ହେଉଛି କରୋନା  । ଛୋଟ ପିଲା ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି । ୧୪ ବର୍ଷରୁ କମ୍ ବୟସ୍କର ପିଲା ଅଧିକ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ କରୋନା ଦ୍ବାରା ଶିଶୁଙ୍କ ଆକ୍ରାନ୍ତ ହାର ୨୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ପିଲା ମାନଙ୍କୁ ସଙ୍ଗରୋଧରେ ରଖିବା ସମ୍ଭବ ନଥିବାରୁ ସଂକ୍ରମଣ ବଢୁଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ୨୧ ଦିନର ଚିକିତ୍ସା ପରେ କରୋନାକୁ ହରାଇଲା ମାସକର ଛୁଆ

ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ପୁରୀ ଜିଲ୍ଲାର ଶିଶୁଙ୍କ କ୍ଷେତ୍ରରେ ଅଧିକ ଲକ୍ଷଣ ଦେଖାଯାଉଛି । ଛୋଟ ପିଲାଙ୍କ ପାଇଁ ଏବେ ଟିକାକରଣ ଆରମ୍ଭ ହୋଇନଥିବା ବେଳେ ଏଭଳି ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଏଭଳି ସ୍ଥିତିରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ସବୁ ରାଜ୍ୟର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ମୋଟ ସଂକ୍ରମଣ ମାମଲାର ୨୦ ପ୍ରତିଶତ ଶିଶୁ

ସେପଟେ କର୍ଣ୍ଣାଟକରେ ମଧ୍ୟ ଶିଶୁ କରୋନା ସଂକ୍ରମିତ ହେଉଥିବା ମାମଲା ଏବେ ମନରେ ଭୟ ସୃଷ୍ଟି କରିଛି । ଦୁଇ ମାସ ଭିତରେ ୯ ବର୍ଷ ବୟସ ମଧ୍ୟରେ ୪୦ ହଜାର ଶିଶୁ ସଂକ୍ରମିତ ହୋଇଥିବା ବେଳେ ଏହା ୧୪୩ ପ୍ରତିଶତ ରହିଛି । ୧୦ରୁ ୧୯ ବର୍ଷ ଭିତରେ ୧୬୦ ପ୍ରତିଶତ ଶିଶୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି  ।

ସମ୍ଭାବ୍ୟ ବାତ୍ୟା ‘ୟଶ’ ନେଇ ୭୪ ଟ୍ରେନ୍ ବାତିଲ ନିଷ୍ପତ୍ତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟଶ ଟ୍ରେନ୍ ବାତିଲ କଲା ଇଷ୍ଟ-କୋଷ୍ଟ ରେଳବାଇ । ଭୁବନେଶ୍ୱର-ପୁରୀ ଠାରୁ ଓ ଦେଇ ଯାଉଥିବା ଟ୍ରେନ୍ ବାତିଲ  । ଏହି ବାତ୍ୟା ସମୟରେ ମୋଟ ୭୪ଟି ଟ୍ରେନ୍ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସେଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର-ମୁମ୍ୱାଇ କୋଣାର୍କ ଏକ୍ସପ୍ରେସ (ସ୍ପେଶାଲ) ।  ଭୁବନେଶ୍ୱର-ହାଓ୍ୱଡା ଜନଶତାଦ୍ଦୀ ସ୍ପେଶାଲ । ପୁରୀ ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ । ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ । ହାଓ୍ୱଡା –ପୁରୀ ସ୍ପେଶାଲ । ଭୁବନେଶ୍ୱର ସିକନ୍ଦରାବାଦ ବିଶାଖା ସ୍ପେଶାଲ । ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ । ଅହମ୍ମଦାବାଦ, ସୁରଟ, ଆଜମେରକୁ ପୁରୀରୁ ଯାଉଥିବା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସବୁ କେନ୍ଦ୍ରୀୟ ଯୋଜନାର ଅର୍ଥ ପାଇଁ ନୂଆ ନିୟମ, ଚାରି କିସ୍ତିରେ ମିଳିବ ଟଙ୍କା

ସବୁ କେନ୍ଦ୍ରୀୟ ଯୋଜନାର ଅର୍ଥ ପାଇଁ ନୂଆ ନିୟମ, ଚାରି କିସ୍ତିରେ ମିଳିବ ଟଙ୍କା

ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ପାଇଁ ଏଣିକି ନୂଆ ବ୍ୟବସ୍ଥାରେ ରାଜ୍ୟକୁ ଅର୍ଥ ମିଳିବ । ଗୋଟିଏ କି ଦୁଇଟି ନୁହେଁ, ୪ଟି କିସ୍ତିରେ ରାଜ୍ୟକୁ ମିଳିବ କେନ୍ଦ୍ରୀୟ ଯୋଜନାର ଅର୍ଥ । ପ୍ରଥମ କିସ୍ତିର ବିନିଯୋଗ ପ୍ରମାଣପତ୍ର ଦେଲେ ମିଳିବ ଦ୍ୱିତୀୟ କିସ୍ତି । ଏବାଦରେ  ରାଜ୍ୟ ସରକାର ମାସିକ ରିପୋର୍ଟ ବି ଦେବେ । ଏନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ମନ୍‌ମାନି ଉନ୍ନୟନ କାର୍ଯ୍ୟରେ ବାଧା ଦେବା ସାଙ୍ଗକୁ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛି । ସେପଟେ ବିଜେପି କହିଛି, ଏହାଦ୍ୱାରା ବ୍ୟବସ୍ଥା ଅଧିକ ଚଳଚଞ୍ଚଳ ହେବ  ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍ଏସ୍‌) ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଅନୁଦାନ ପାଇଁ ନୂଆ ସର୍ତ୍ତ । କୌଣସି ଯୋଜନା ପାଇଁ ଏଣିକି ୪ଟି କିସ୍ତିରେ ମିଳିବ କେନ୍ଦ୍ରୀୟ ଅନୁଦାନ। ପ୍ରଥମ କିସ୍ତି ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ଦେଲେ ଦ୍ୱିତୀୟ କିସ୍ତି ମିଳିବ। ତା’ ସାଙ୍ଗକୁ ପ୍ରତ୍ୟେକ ଯୋଜନା ପାଇଁ ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ବାଧ୍ୟତାମୂଳକ  । ପ୍ରତି ଯୋଜନା ପାଇଁ ନୋଡାଲ ଅଫିସର ରହିବେ । ଏଭଳି ବ୍ୟବସ୍ଥା ଦ୍ୱାରା ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ବିଜେଡି କହିଛି । କେନ୍ଦ୍ରୀୟ ଯୋଜନା ପାଇଁ ଠିକ ସମୟରେ ଅର୍ଥ ମିଳୁନଥିବା ବେଳେ ଏବେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟଙ୍କ ସହ କୌଣସି ପରାମର୍ଶ ନକରି ଏପରି ସର୍ତ୍ତ ରଖିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । କଂଗ୍ରେସ ବିଧାୟକ ମଧ୍ୟ ସମାଲୋଚନା କରିଛନ୍ତି ।

ସେପଟେ ରାଜ୍ୟର ସ୍ୱାର୍ଥ ବଦଳରେ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କ ପାଇଁ ଓକିଲାତି କରିଛି ।  ଏହାଦ୍ୱାରା ଯୋଜନାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ଯୁକ୍ତି ବାଢ଼ିଛି ବିଜେପି । ରାଜ୍ୟରେ ଏବେ ୩୨ଟି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଚାଲିଛି। ଠିକ ସମୟରେ ଅର୍ଥ ଆସୁନଥିବା ବେଳେ କେନ୍ଦ୍ରୀୟ ଅନୁଦାନ ପାଇଁ ଏଭଳି ନିୟମ କରୋନା ମହାମାରୀ ସମୟରେ ଅଧିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ଅଛି ।

କୋଭିଡ ପରିଚାଳନା ନେଇ ବିଜେଡିର ଭର୍ଚୁଆଲ ବୈଠକ: ଅକ୍ସିଜେନ୍ ଓ ଆମ୍ୱୁଲାନ୍ସ ବ୍ୟବସ୍ଥା ନେଇ ଆଲୋଚନା

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ନେଇ ବିଜେଡିର ଭର୍ଚୁଆଲ ବୈଠକ  । କୋଭିଡ ନେଇ ବିଜେଡି ବିଧାୟକ କେତେ ସଚେତନ ଅଛନ୍ତି ଓ କେମିତି ନିଜ ନିର୍ବାଚନମଣ୍ଡଳୀକୁ ସଚେତନ କରୁଛନ୍ତି, ସେ ନେଇ ଆଲୋଚନା ହୋଇଛି । ଅକ୍ସିଜେନ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି  । ଏନେଇ ୮ରୁ ୧୦ ଦିନ ଭିତରେ ବିଧାୟକମାନେ ରିପୋର୍ଟ ଦେବେ । ସେମାନଙ୍କ ସହ ସିଧାସଳଖ କଥା ହେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିବା ବେଳେ ବିଧାୟକ ଦେବୀ ମିଶ୍ର, ପ୍ରତାପ ଦେବ, ବ୍ୟୋମକେଶ ରାୟ ଓ ପ୍ରଣବ ବଲବନ୍ତରାୟ ଯୁବ ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ନେଇ ଆଲର୍ଟରେ ଓଡ଼ିଶା, ସ୍ଥାନାନ୍ତରଣରେ ସାମିଲ୍ ହେବ ପଞ୍ଚାୟତ

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ: ହସ୍ପିଟାଲର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ଖୋଲିଲା କୋଭିଡ ହସ୍ପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଜିଲ୍ଲା କୋଭିଡ ହସ୍ପିଟାଲକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

        ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ସହଯୋଗରେ ନିର୍ମିତ ଏହି ହସ୍ପିଟାଲରେ ୯୦ ଟି ଅକ୍ସିଜେନ୍ ବେଡ୍, ୪୦ଟି HDU ଶଯ୍ୟା ଏବଂ 20 ଟି ଆଇସିୟୁ ବେଡ୍ ଅଛି | ଏଥିରେ ଉଚ୍ଚମାନର ଲାବ୍ରୋଟାରୀ ଏବଂ ଡାଇଗ୍ନୋଷ୍ଟିକ୍ ସୁବିଧା ସହିତ ମଧ୍ୟ ସଜ୍ଜିତ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜିଲ୍ଲାର ଗୁରୁତର କୋଭିଡ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବାରେ ଏହି ଡାକ୍ତରଖାନା ସହାୟକ ହେବ ଏବଂ ସେମାନଙ୍କୁ ଭୁବନେଶ୍ୱର କିମ୍ବା କଟକ ଡାକ୍ତରଖାନାକୁ ଯିବାକୁ ପଡ଼ିବ ନାହିଁ ।

କୋଭିଡ ହସ୍ପିଟାଲ ସମ୍ପୂର୍ଣ୍ଣ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଶଯ୍ୟା ଅମ୍ଳଜାନ ସହିତ ଯୋଡ଼ିହୋଇଛି ଏବଂ ଆବଶ୍ୟକ ହେଲେ ଅମ୍ଳଜାନ ଶଯ୍ୟା ଆହୁରି ବୃଦ୍ଧି କରାଯିବ। ଏହି କୋଭିଡ-କେୟାର ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଆଗକୁ ଆସିଥିବାରୁ ସେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁଣି ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମମତା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଟ୍ବିଷ୍ଟ । ପୁଣି ଭବାନୀପୁର ଫେରିବେ ଦିଦି । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମମତା ବାନାର୍ଜୀ । ଏନେଇ  ଭବାନୀପୁରରୁ ନିର୍ବାଚିତ ଟିଏମ୍‌ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି  । ବାଚସ୍ପତିଙ୍କୁ ସେ ଇସ୍ତଫାପତ୍ର ପଦାନ କରିଛନ୍ତି ଶୋଭନଦେବ ଚଟ୍ଟୋପାଧ୍ୟାୟ  । ଦଳର ସୁପ୍ରିମୋଙ୍କୁ ବିଧାନସଭାକୁ ଫେରାଇବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି  । ମମତା ବାନାର୍ଜୀ ଆଗାମୀ ୬ ମାସ ମଧ୍ୟରେ ନିର୍ବାଚିତ ହେବା ଆବଶ୍ୟକ । ଶୋଭନଦେବ ଚଟ୍ଟୋପାଧ୍ୟାୟ ଏବେ କୃଷିମନ୍ତ୍ରୀ ଭାବେ ୬ ମାସ କାର୍ଯ୍ୟ ଜାରି ରଖିବେ  । ୨୦୧୧ ଉପନିର୍ବାଚନ ଓ ୨୦୧୬ ନିର୍ବାଚନରେ ମମତା ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ଭବାନୀପୁର ଛାଡ଼ି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ି ମମତା ହାରିଥିଲେ ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କରୋନାରେ ଚାଲିଗଲେ ପ୍ରଖ୍ୟାତ ପରିବେଶବିତ୍ ପଦ୍ମ ବିଭୂଷଣ ସୁନ୍ଦର ଲାଲ ବହୁଗୁଣା

ଆଉ ନାହାନ୍ତି ପ୍ରଖ୍ୟାତ ପରିବେଶବିତ୍‌ ତଥା ପଦ୍ମ ବିଭୁଷଣ ସୁନ୍ଦର ଲାଲ ବହୁଗୁଣା  । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆଜି ଆଖି ବୁଜିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି  । ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମଧୁମେହ ଯୋଗୁଁ ସେ ଗୁରୁତର ହୋଇପଡିଲେ । ତାଙ୍କ ଅକ୍ସିଜେନ ସ୍ତର ମଧ୍ୟ କ୍ରମାଗତ ହ୍ରାସ ପାଉଥିଲା ବୋଲି ଡାକ୍ତର କହିଛନ୍ତି  । ଚିପକୋ ମୁଭମେଣ୍ଟର ଅନ୍ୟତମ ନେତା ସୁନ୍ଦରଲାଲ ହିମାଳୟରେ ଥିବା ଜଙ୍ଗଲଗୁଡ଼ିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢ଼େଇ କରୁଥିଲେ । ୧୯୭୦ ମସିହା ଚିପକୋ ମୁଭମେଣ୍ଟ ଓ ୧୯୮୦ର ତେହରି ଡ୍ୟାମ ବିରୋଧୀ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କରୋନାରେ ମୃତ ବୃଦ୍ଧାଙ୍କ ମରଶରୀରକୁ ଶ୍ମଶାନରୁ ଉଠାଇ ଆଣିଲା ପ୍ରଶାସନ: ନୟାଗଡ଼କୁ କଲା ସ୍ଥାନାନ୍ତର