spot_img
Home Blog Page 5618

ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣଙ୍କ ହୃଦଘାତରେ ନିଧନ

ମୁମ୍ବାଇ: ୧୯୯୦ ଦଶକର ପ୍ରସିଦ୍ଧ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ରାମଲକ୍ଷ୍ମଣଙ୍କର ହୃଦଘାତରେ ନିଧନ ହୋଇଯାଇଛି । ଶନିବାର ସକାଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ନାଗପୁର ସ୍ଥିତ ନିଜ ବାସଭବନରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ହିନ୍ଦୀ ସହିତ ମରାଠୀ ଓ ଭୋଜପୁରୀ ଫିଲ୍ମ ପାଇଁ ସେ ସଂଗୀତ ନିର୍ଦ୍ଦେଶନା ଦେଇ ନିଜ ପାଇଁ ଅଲଗା ସ୍ଥାନ ତିଆରି କରିଥିଲେ ।

କରୋନାର ଦ୍ୱିତୀୟ ଟିକା ନେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲ । ଏହାପରେ ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।
ରାମଲକ୍ଷ୍ମଣଙ୍କ ପ୍ରକୃତ ନାମ ବିଜୟ ପାଟିଲ ଥିଲା । ତେବେ ବଲିଉଡରେ ପ୍ରବେଶ ସହିତ ସେ ନିଜ ନାମ ପରିବର୍ତ୍ତନ କରିଥିଲେ । ୧୯୯୦ ଦଶକର ପ୍ରସିଦ୍ଧ ଓ ବ୍ଲକବଷ୍ଟର ଫିଲ୍ମ ମୈନେ ପ୍ୟାର କିୟାର ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ରାଜଶ୍ରୀ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ସେହି ଦଶକର ସବୁଠୁ ସଫଳ ଫିଲ୍ମ ଥିଲା । ସୋଲେ ପରେ ଆୟ ଦୃଷ୍ଟିରୁ ଏହା ସବୁଠାରୁ ସଫଳ ଫିଲ୍ମ ଥିଲା । ମୈନେ ପ୍ୟାର କିୟା ସଲମାନଙ୍କୁ ସୁପରଷ୍ଟାର ବନାଇଥିଲା ଓ ବଲିଉଡକୁ ପୁଣି ଥରେ ରୋମାନ୍ସ-ମ୍ୟୁଜିକାଲ ଫିଲ୍ମର ଯୁଗ ଫେରିଥିଲା । ରାମଲକ୍ଷ୍ମଣ ରାଜଶ୍ରୀ ପ୍ରଡକ୍ସନର ପ୍ରଥମ ପସନ୍ଦ ଥିଲେ ।

ମୈନେ ପ୍ୟାର କିୟା ସହିତ ହମ ସାଥ୍ ସାଥ୍ ହୈ, ହମ୍ ଆପକେ ହୈ କୌନ୍ ଭଳି ସୁପର ଡୁପର ହିଟ୍ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ । ରାମଲକ୍ଷ୍ମଣଙ୍କ ନିଧନରେ ଲତା ମଙ୍ଗେସକର ଶୋକ ବ୍ୟକ୍ତ କରିଛନ୍ତି । ଟ୍ୱିଟ୍ କରି ଲତା ଲେଖିଛନ୍ତି ଯେ,ସେ ବହୁତ ଭଲ ବ୍ୟକ୍ତି ଥିଲେ । ମୁଁ ତାଙ୍କ ପାଇଁ ଅନେକ ଗୀତ ଗାଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ସୁଦ୍ଧା ନେବ ବାତ୍ୟାର ରୂପ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି । ୨୪ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା କ୍ରମଶଃ ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ଜଣାପଡ଼ିଛି ।

୨୬ ତାରିଖ ସକାଳେ ପଶ୍ଚିମବଙ୍ଗ ଏବଂ ତତସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଓ ବାଂଲାଦେଶ ଉପକୂଳକୁ ଏହା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ପ୍ରଭାବରେ ୨୪ ତାରିଖରୁ ପବନ ଆରମ୍ଭ ହେବ । ୨୫ ତାରିଖରେ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଥଣ୍ଡା କାଶ ହେଲେ ବିନା ଡାକ୍ତରୀ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ ବଢୁଛି । ଏହି କ୍ରମରେ ଦେଖିଲେ ପଜିଟିଭ୍ ହାର କମୁଛି । ପୂର୍ବରୁ ଯାହା ୨୫ ପ୍ରତିଶତ ଥିଲା ତାହା ଏବେ ୧୮ ପ୍ରତିଶତରେ ପହଞ୍ଚିଲାଣି । ଏହି ସ୍ଥିତିକୁ ଦେଖିଲେ ମେ ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବାର ଆଶଙ୍କା ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଗାଁରେ ରହୁଥିବା ଲୋକମାନେ ଥଣ୍ଡା କାଶ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ ଔଷଧ ଖାଉଛନ୍ତି । ସେ ଏଭଳି ଭୁଲ୍ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Not Take Medicine With Out Doctor Consultation

ତେବେ ସବୁ ଔଷଧ ଦୋକାନ ମଧ୍ୟ ବିନା ପ୍ରେସକ୍ରିପସନରେ ଔଷଧ ନ ଦେବା ଉଚିତ୍ । ଏବେ ବିଭିନ୍ନ ରାଜ୍ୟରେ ଛୋଟ ପିଲା ଅଧିକ କରୋନା ସଂକ୍ରମିତ ହେଉଛନ୍ତି । ଏଥିପାଇଁ ଘରର ମୁଖ୍ୟଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । କାରଣ ଛୋଟ ପିଲାମାନେ ଘର ବାହାରକୁ ଯାଆନ୍ତି ନାହିଁ । ତେଣୁ ଘରର ସବୁ ଲୋକମାନେ ଯଥା ଶୀଘ୍ର ଟିକା ନେଇଯାଆନ୍ତୁ । ଘରର ଅନ୍ୟ ଲୋକ ସଚେତନ ହେବେ ତାହାଲେ ଛୋଟ ପିଲାଙ୍କ ସଂକ୍ରମଣ ହେବାର ବହୁତ କମ ଆଶଙ୍କା ଥାଏ ।

ବ୍ଲାକ୍ ଫଙ୍ଗସ୍ ର ଚିକିତ୍ସା ପାଇଁ ବଜାରକୁ ଆସିଲା ଔଷଧ : ଜାଣନ୍ତୁ କେତେ ରହିଛି ଏହାର ଦାମ୍ .

କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ୍ ଲୋକଙ୍କ ପାଇଁ ହୋଇଛି କାଳ । ଗୋଟିଏ ମହାମାରୀ ପ୍ରକୋପ ସରିନଥିବା ବେଳେ ଭାରୀ ପଡିଲାଣି ଏହି ନୂଆ ମହାମାରୀ । କରୋନା ଠାରୁ ଠିକ୍ ହୋଇଯାଉଥିବା ରୋଗୀ ବ୍ଲାକ ଫଙ୍ଗସ୍ ଜାଲରେ ବିଶେଷ ମାତ୍ରାରେ ପଡୁଛନ୍ତି । ସେଥିପାଇଁ ଅନେକ ରାଜ୍ୟ ବ୍ଲାକ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରିସାରିଲେଣି । ଦେଶସାରା କରୋନା ଭାଇରସ୍‌ର ଦ୍ୱିତୀୟ ଲହର । ଲୋକେ ଜୀବନ ବଂଚାଇବା ପାଇଁ ଅନବରତ ଚଲାଇଛନ୍ତି ଚେଷ୍ଟା । ହେଲେ ବର୍ତମାନ ପୁଣି ନୂଆ ରୋଗ ଲୋକଙ୍କର ଚିନ୍ତା ବଢାଇଛି ।

ଏହା କାହିଁକି ଲୋକଙ୍କୁ ହେଉଛି ଏସବୁ ବିଷୟରେ ବର୍ତମାନ ବଡ ବଡ ଡାକ୍ତର ସୂଚନା ମଧ୍ୟ ଦେଉଛନ୍ତି । ରୋଗର ଚିନ୍ତା ସହ ଲୋକଙ୍କୁ ନିରାକରଣ ପାଇଁ ଉପାୟ ବି ଚିନ୍ତାକରିବାକୁ ପଡେ । ଆଉ ରୋଗର ଚିକିତ୍ସା ଔଷଧରୁ ହିଁ ହେବ । ତେବେ ଏହାରି ଭିତରେ ଗୋଟିଏ କଂମ୍ପାନୀ ଏହି ରୋଗର ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି । ବର୍ତମାନ ଫାର୍ମା କଂମ୍ପାନୀ ଏମଏସଏନ ଲେବରୋଟୋରୀଜ୍ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ପାସାକୋନାଜୋଲ ଔଷଧ ତିଆରି କରିଛନ୍ତି । ଆଉ ଏହି ଔଷଧ ବଜାରରେ ଉପଲବ୍ଧ ହେବା ପରେ ଅନେକ ଲୋକଙ୍କୁ ଆଶ୍ୱସ୍ତି ମିଳିବ ।

ଏହି କଂମ୍ପାନୀର କହିବା ଅନୁସାରେ ୧୦୦ ଏମ୍ ଜି ଥିବା ପାସାକୋନାଜୋଲ ଟ୍ୟାବଲେଟ୍ ଓ ୩୦୦ ଏମ୍ ଜି କ୍ଷମତା ଥିବା ପାସାକୋନାଜୋଲ ଇଂଜେକସନ୍ ତିଆରି କରାଯାଇଛି । ଯାହା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଉପରେ କାର୍ଯ୍ୟକାରୀ ହୋଇପାରିବ । ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ବି ମଂଜୁରୀ ମିଳିଯାଇଛି । ବ୍ଲାକ ଫଙ୍ଗସ୍‌ର ଔଷଧ ବଜାରରେ ପ୍ରତି ଟ୍ୟାବଲେଟ୍ ୬୦୦ ଟଙ୍କା ଉପଲବ୍ଧ ହେଉଥିବା ବେଳେ,ପ୍ରତି ଇଂଜେକସନ୍ ର ଦାମ୍ ୮୫୦୦ ଟଙ୍କା ରଖାଯାଇଛି ।

କୋଭିଡ-୧୯ରୁ ଠିକ୍ ହେବାପରେ ରୋଗୀମାନେ ମ୍ୟୁକୋରୋମାୟକୋସିସ ନାମକ ଦୁର୍ଲଭ ଫଙ୍ଗସ୍‌ର ଶିକାର ହେଉଛନ୍ତି । ରୋଗୀଙ୍କର ଆଖିର ଦୃଷ୍ଟିଶକ୍ତି ଚାଲିଯାଉଛି । ଏହି ଭାଇରସ୍ ଏତେ ଖତରନାକ ଯେ ଏଥିରେ ଅନେକ ଲୋକ ମୃତ୍ୟୁବରଣ କଲେଣି । ଏହି ରୋଗର ସର୍ବାଧିକ ପ୍ରଭାବ ରାଜସ୍ଥାନ,ବିହାର,ଉତ୍ତରପ୍ରଦେଶଓ ମହାରାଷ୍ଟ୍ରରେ ଦେଖିବାକୁ ମିଳୂଛି । ଅନ୍ୟନ୍ୟା ରାଜ୍ୟ ମାନଙ୍କରେ ବି ଏହି ରୋଗର ଅଳ୍ପ ବହୁତ ପ୍ରଭାବ ରହିଛି । ହେଲେ ରାଜସ୍ଥାନ ଏମିତି ଏକ ଜାଗା ଯେଉଁଠି ପୁଣି ୭୦୦ ନୂଆ ମାମଲା ସାମ୍ନାକୁ ଆସିଛି । କରୋନା ଠୁ ଭଲ ହୋଇଥିବା ରୋଗୀ ପୁଣିଥରେ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଏହି ବ୍ଲାକ ଫଙ୍ଗସ୍ ସହ ମୁକାବିଲା କରିବା ଏତେ ଟା ବି ସହଜ ନହେଁ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।

ପାହାଡ଼ ଚଢ଼ି ଦୁର୍ଗମ ଗାଁରେ ସ୍ବାସ୍ଥ୍ୟସେବା ଯୋଗାଇଲେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କଟୁଆପଦର ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ । ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ କର୍ମୀ ଓ ଡାକ୍ତର ଏହି ଦୁର୍ଗମ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୀୟ କୁମାର ସ୍ୱାଇଁ, ସ୍ବାସ୍ଥ୍ୟ କର୍ମୀ ସୁଜିତ୍ ପୂଜାସ୍ଥି, ସଂଗ୍ରାମ କିଶୋରୀ ଦାସ, ମ୍ୟାଲେରିଆ ସୁପର ଭାଇଜର ଅମୁଲ୍ୟ ରତ୍ନ ସଦଙ୍ଗା ମାଥିଲି ବ୍ଲକର ପାହାଡ଼ ଉପରେ ଥିବା ଜଟୁଆପଦର ଗାଁକୁ ୧୨ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ପହଞ୍ଚିଛନ୍ତି ।

Health Team Of Mathili Check Up People's Health In Mountain Area

ଗାଁରେ ବରିଷ୍ଠ ନାଗରିକ, ଶିଶୁ ଓ ମହିଳାମାନଙ୍କ ରକ୍ତ ପରୀକ୍ଷା ସହ ବ୍ଲଡ୍ ପ୍ରେସର ଚେକଅପ୍, କୋଭିଡ୍ ପରୀକ୍ଷା କରାଯାଇଛି । ରୋଗପ୍ରତିଷେଧକ କ୍ଷମତା ମଧ୍ୟ ପରୀକ୍ଷା କରିଛନ୍ତି ଡାକ୍ତରୀ ଟିମ୍ । ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । ଅଙ୍ଗନୱାଡି କର୍ମୀଙ୍କ ସହ ଏହି ୧୨ ଜଣିଆ ସ୍ବାସ୍ଥ୍ୟ ଟିମର କାର୍ଯ୍ୟକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ସମ୍ଭାବ୍ୟା ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରସ୍ତୁତି ନେଇ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ ।

ଅପରାହ୍ଣରେ ହେବାକୁ ଥିବା ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିହ, ଏସଆରସି, ବାତ୍ୟା ପ୍ରଭାବିତ ହେବାକୁ ଥିବା ଉପକୂଳ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହା ପୂର୍ବରୁ ଗତ ୨ ଦିନ ହେଲା ଏସଆରସି ନିୟମିତ ବୈଠକ କରିବା ସହ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖିଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ୟଶ୍ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଦେଇ ଅତିକ୍ରମ କରିବ । ୨୬ ତାରିଖ ସକାଳେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ଆକଳନ କରାଯାଉଥିଲେ ସୁଦ୍ଧା ସ୍ପଷ୍ଟ ଚିତ୍ର ଆସିନାହିଁ ।

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୪ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ ମାମଲା । ହେଲେ ଥମୁନି ଦୈନିକ ମୃତ୍ୟୁ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୫୭ ହଜାର ୨୯୯ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୧୯୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ ଲକ୍ଷ ୫୭ ହଜାର ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନାର ସ୍ଥିତି

ମୋଟ କରୋନା ମାମଲା–  କୋଟି ୬୨ ଲକ୍ଷ ୮୯ ହଜାର ୨୯୦

ମୋଟ ସୁସ୍ଥ–  କୋଟି ୩୦ ଲକ୍ଷ ୭୦ ହଜାର ୩୬୫

ମୋଟ ମୃତ୍ୟୁ–  ଲକ୍ଷ ୯୫ ହଜାର ୫୨୫

ସକ୍ରିୟ ସଂକ୍ରମଣ ମାମଲା– ୨୯ ଲକ୍ଷ ୨୩ ହଜାର ୪୦୦

ମୋଟ ଟିକାକରଣ– ୧୯ କୋଟି ୩୩ ଲକ୍ଷ ୭୨ ହଜାର ୮୧୯

ଦେଶରେ କରୋନା ମୃତ୍ୟୁ ହାର ୧.୧୨ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୮୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ସଂକ୍ରମଣ ମାମଲା ୧୨ ପ୍ରତିଶତରୁ ତଳକୁ ଖସିଛି । କରୋନାର ସକ୍ରିୟ ସଂକ୍ରମଣ ମାମଲାରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

ଆଉ ୨୬ ଜୀବନ ନେଲା କରୋନା, ଖୋର୍ଦ୍ଧା ଓ କୋରାପୁଟରୁ ୪ ଜଣ ଲେଖାଏଁ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସମାନ୍ତରଳ ସ୍ଥିତିରେ ରହିଛି । ଗତ ୨୬ ଘଣ୍ଟାରେ ଆଉ ୨୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୪୫୬କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରୁ ଆଉ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରେ ଲକ୍ଷେ ଟପିଲା ସଂକ୍ରମଣ

ଖୋର୍ଦ୍ଧା ଓ କୋରାପୁଟରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦କୁ ବୃଦ୍ଧି ପାଇଛି । ୫ ଲକ୍ଷ ୬୭ ହଜାର ୩୮୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୬୩୯ ସକ୍ରିୟ ସଂକ୍ରମଣ ମାମଲା ରହିଛି । କରୋନାରେ ମୋଟ ୨୪୫୬ ଜଣ ପ୍ରାଣ ହରାଇଛନ୍ତି ।

ରାଜ୍ୟରୁ ଆଉ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରେ ଲକ୍ଷେ ଟପିଲା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୧ ହଜାର ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୬ ହଜାର ୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୮୮୯ ଜଣ ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ଜିଲ୍ଲାରେ ମୋଟ ସଂକ୍ରମଣ ମାମଲା ଲକ୍ଷେ ପାର୍ କରିଛି ।

ଅନୁଗୁଳରୁ ୮୬୪, ବାଲେଶ୍ୱରରୁ ୫୦୯, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବଲାଙ୍ଗିରରୁ ୨୯୮, ବୌଦ୍ଧରୁ ୨୭୩, କଟକରୁ ୯୪୪, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩, କଳାହାଣ୍ଡିରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, ଖୋର୍ଦ୍ଧାରୁ ୧୪୫୧, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୭୦୮ ଏବଂ ଷ୍ଟେଟ ପୁଲରୁ ୨୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ନୂତନ ୧୧ ହଜାର ୧୦୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦କୁ ବୃଦ୍ଧି ପାଇଛି । ୫ ଲକ୍ଷ ୬୭ ହଜାର ୩୮୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୬୩୯ ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ସକ୍ରିୟ ରହିଛି  । ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ କ୍ଷେତ୍ର ସୃଷ୍ଟର ୭୨ ଘଣ୍ଟା ମଧ୍ୟରେ ୨୪ ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇପାରେ ।

କ୍ରମଶଃ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ । ୨୬ ତାରିଖ ସକାଳ ସମୟରେ ଉତ୍ତର ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୫ ତାରିଖ ଠାରୁ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ପରବର୍ତ୍ତୀ ସମୟରେ ବର୍ଷା ପରିମାଣ ବଢ଼ିବ । ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୨୫ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଖୋର୍ଦ୍ଧା, ମୟୂରଭଞ୍ଜ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୨୪ ତାରିଖ ସନ୍ଧ୍ୟାରୁ ଝଡ଼ ପବନ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବାର ଆଶଙ୍କା ଥିବାବେଳେ ଝଟକା ପବନ ଘଣ୍ଟାପ୍ରତି ୬୦ କିମି ରହିପାରେ । ୨୫ ତାରିଖ ବେଳକୁ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ । ଘଣ୍ଟାପ୍ରତି ପବନର ବେଗ ୪୦ରୁ ୬୦ କିଲୋମିଟର ଓ ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ବେଗର ବହିବ । ୨୬ ତାରିଖ ଅପରାହ୍ଣ ବେଳକୁ ପବନ ଆହୁରି ବଢ଼ିବ । ଆଜିଠାରୁ ୨୭ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।