spot_img
Home Blog Page 5634

ପହଞ୍ଚିଲା ବାତ୍ୟା ‘ତଉତେ’, ସ୍ଥଳଭାଗରେ ରଚୁଛି ତାଣ୍ଡବଲୀଳା

ଅହମ୍ମଦାବାଦ: ଗୁଜୁରାଟ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଲା ବାତ୍ୟା ‘ତଉତେ’ । ସ୍ଥଳଭାଗ ଛୁଇଁଲା ବାତ୍ୟା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବାତ୍ୟାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ମଧ୍ୟ ତାଣ୍ଡବଲୀଳା ରଚିଛି । ସାଇକ୍ଲୋନ୍ ‘ତଉତେ’ ଲ୍ୟାଣ୍ଡଫଲ ପୂର୍ବରୁ ଅତ୍ୟନ୍ତ ଭୀଷଣ ଘୂର୍ଣ୍ଣିବାତ୍ୟାରେ ରୂପ ନେଇଛି ।

ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଏବଂ ଅତି ବେଶିରେ ୧୮୫ କିମି ବେଗରେ ପବନ ବହିବ । ଲ୍ୟାଣ୍ଡଫଲ ଚାଲିଥିବାବେଳେ ଅଧିକ କ୍ଷତିଗ୍ରସ୍ତ ହେବ ସୌରାଷ୍ଟ୍ରର ଅନେକ ଅଞ୍ଚଳ। ବିଶେଷକରି ପୋରବନ୍ଦର, ଦାମନ- ଡ୍ୟୁ, ଜୁନାଗଡ, ଭାବନଗର, ଅହମ୍ମଦାବାଦରେ ପଡିବ ଅଧିକ ପ୍ରଭାବ।

ଦକ୍ଷିଣ ଗୁଜରାଟ ଓ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାଫଳରେ ଉପକୂଳବର୍ତ୍ତି ଅଞ୍ଚଳର ଖାଲୁଆ ସ୍ଥାନରେ ପାଣି ଜମିବା ସହ ଅନେକ ନଦୀରେ ବନ୍ୟା ଆସିବା ନେଇ ଆକଳ କରିଛି ପାଣିପାଗ ବିଭାଗ । ପ୍ରବଳ ପବନ ସମୟରେ କଚ୍ଚା ଘର ସହ ଇଲେକ୍ଚ୍ରି ଖୁଣ୍ଟ, ଟେଲିଫୋନ୍ ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି । ସେହିଭଳି କ୍ଷତିଗ୍ରସ୍ତ ହୋଇପାରେ ଜାତୀୟ ରାଜପଥ ଓ ରେଲଓ୍ବେ ଲାଇନ୍।

ସର୍ବଦଳୀୟ ବୈଠକରେ ବିଧାୟକଙ୍କୁ ଶପଥପାଠ, ସଚେତନ କରାଇବାକୁ ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ । ବିଧାୟକ ମାନଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସଚେତନ କରାଇବାକୁ ମନ୍ତ୍ର ଦେଇଛନ୍ତି ନବୀନ । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ କୋଭିଡ ନିୟମ, ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି ସଂପର୍କରେ ସଚେତନ କରିବା ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ବିରୋଧରେ ଏ ଲଢେଇରେ ଆଗରେ ରହି ଆମ ପାଇଁ ଲଢୁଥିବା କୋଭିଡ ଯୋଦ୍ଧାମାନଙ୍କୁ ପୂରା ସହଯୋଗ ଯୋଗାଇଦେବେ। ଓଡ଼ିଶାର ପ୍ରତିଟି ପରିବାର, ତଥା ପ୍ରତିଟି ଜୀବନ ଯେପରି ସୁରକ୍ଷିତ ରହିବ, ସେଥିପାଇଁ ସଂପୂର୍ଣ୍ଣ ଦାୟିତ୍ବର ସହ କାମ କରିବେ। ଏ ଲଢେଇ, ସାରା ମାନବ ସମାଜର ଲଢେଇ। ସବୁ ଭେଦଭାବ ଭୁଲି, ସମସ୍ତଙ୍କୁ ସାଥିରେ ନେଇ, କୋଭିଡ ବିରୋଧରେ ସଂପୂର୍ଣ୍ଣ ବିଜୟ ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି।

ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ

ଭୁବନେଶ୍ୱର: କଟକ-ଭୁବନେଶ୍ୱରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି ।

ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି ଚାହୁଁଥିଲେwww.bhubaneswarcuttackpolice.gov.in ଉକ୍ତ ୱେବସାଇଟରେ ଆବେଦନ କରିବାକୁ ପଡିବ । ସେହିପରି
sms ମାଧ୍ୟମରେ ମଧ୍ୟ ଲାଇସେନ୍ସ ମିଳିହେବ ବୋଲି କହିଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏଥିପାଇଁ ଆବେଦନ କରିବାକୁ ଚାହୁଁଥିଲେ 72 ଘଣ୍ଟା ପୂର୍ବରୁ ତଥ୍ୟ ଦେବାକୁ ପଡିବ । କୋଭିଡ ସମୟରେ ଵ୍ୟଵସ୍ଥା କୁ ସରଲୀ କରଣ କରିବାକୁ କମିସନରେଟ ପୋଲିସ ପକ୍ଷରୁ ଏହି ପୋର୍ଟାଲ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସରପଞ୍ଚଙ୍କୁ ପୁଣି ମିଳିବ ଜିଲ୍ଲାପାଳ କ୍ଷମତା, କୋଭିଡରେ ମୃତ୍ୟୁ ହେଲେ ଏହି ସୁବିଧା…

ଭୁବନେଶ୍ୱର: କରୋନା ବିରୋଧରେ  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗଦେବା ସହ  କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।

କୋଭିଡ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ ଏବଂ ବାପା-ମାଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ ବୋଲି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ଗତବର୍ଷ ପରି ସରପଞ୍ଚମାନେ ଜିଲ୍ଲାପାଳ ଦାୟିତ୍ୱ ଫେରିପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  କୋଭିଡ ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି ।

ଲୋକଙ୍କୁ ସେବା ଯୋଗାଇବା ପାଇଁ ANM, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି  ।ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ ।ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ  । ଅନ୍ୟପଟେ  ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ TMC ଆରମ୍ଭ କରି ସାରିଛନ୍ତି। ସେହିପରି ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ତ୍ରୁଟିଶୂନ୍ୟ ଅକ୍ସିଜେନ  ଯୋଗାଣ ପାଇଁ ଅଧିକ  ସିଲିଣ୍ଡର, refilling ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ  ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ଦେଇଛନ୍ତି  ।
ନିଜ ରାଜ୍ୟର ଚାହିଦା ପୂରଣ ସହିତ  ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଅନ୍ୟ ରାଜ୍ୟକୁ ଅକ୍ସିଜୋନ ଯୋଗାଣ କରିବା ପାଇଁ ସରକାର ଟାକ୍ସଫୋର୍ସ ଗଠନ କରିଛନ୍ତି  । ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ୱ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଓଡିଶାର ଲୋକଙ୍କୁ ମାଗଣା ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଆଉଛି। ଘରୋଇ ଡାକ୍ତରଖାନା ମାନଙ୍କୁ ସାଥିରେ ନେଇ କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହାଦ୍ବାରା ରୋଗୀ ଶୀଘ୍ର ଚିକିତ୍ସା ସେବା ପାଉଛନ୍ତି ଓ ସାରା ଦେଶରେ ଓଡିଶାର ମୃତ୍ୟୁ ହାର ସେଥିପାଇଁ କମ୍‌ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ହେବ। କରୋନା ବିରୁଦ୍ଧରେ ସଫଳ ଲଢେଇ ପାଇଁ ଟିକାକରଣ ଆମର ମୁଖ୍ୟ ରଣକୌଶଳ ହେବ ବୋଲି କହିଛନ୍ତି  ।

ଏକାକୀ ରହୁଥିବା ବୟସ୍କଙ୍କୁ ଟିକାକରଣ କେନ୍ଦ୍ରରେ ପହଁଚାଉଛି BMC

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିଙ୍କ ପାଇଁ ବିଏମସି ବଢାଇଲା ସାହାଯ୍ୟର ହାତ । ସିନିଅର ସିଟିଜେନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି ଭୁବନେଶ୍ୱର ମହାନଗର ନିଗମ । ଚଳପ୍ରଚଳ କରିପାରୁନଥିବା ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଘରୁ ଆଣି କୋଭିଡ ଟିକା ଦେଇଛି ବିଏମସି । ଆଜିଠାରୁ ଏଭଳି ଅଭିନବ ଉପାୟରେ ଟିକାକରଣ ଆରମ୍ଭ କରାଯାଉଛି ।

ଅଧିକାଂଶ ବ୍ୟକ୍ତିଙ୍କ ପୁଅ ଓ ଝିଅ ବାହାରେ ରହୁଥିବାରୁ ସେମାନଙ୍କର ଟିକାକରଣରେ ଅସୁବିଧା ସୃଷ୍ଟି ହୋଇଛି । ଏ ସମସ୍ତ ଘଟଣାକୁ ପରିଲିଖିତ କରି ବିଏମସି ଏହି ବ୍ୟବସ୍ଥା କରିଛି । ବିଏମସି ଅଞ୍ଚଳରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଟିକା ନେବାର ପୂର୍ଵ ଦିନ ୧୯୨୯ ନମ୍ବରରେ କଲକରିବା ସହ ବୁକିଂ କରିପାରିବେ । ଏହାର ପରଦିନ ବିଏମସିର ସ୍ୱତନ୍ତ୍ର ଗାଡି ଯାଇ ତାଙ୍କୁ ଘରୁ ଆଣିବା ସହ ଟିକାକରଣ ପରେ ଘରେ ଛାଡ଼ି ଆସିବାର ବ୍ୟବସ୍ଥା କରିଛି ।

ବର୍ତ୍ତମାନ ୩ ଟି କେନ୍ଦ୍ରରେ ଏହି ଟିକାକରଣ ଚାଲୁରହିଛି । ଅନ୍ୟପଟେ ଏଭଳି ବ୍ୟବସ୍ଥା ଦ୍ୱାରା ପ୍ରାପ୍ତ ବୟସ୍କ ବ୍ୟକ୍ତି ଉପକାର ପାଇପାରିବେ ଓ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କିଛି ବରିଷ୍ଠ ନାଗରିକ । ଏଭଳି ସ୍ଥିତିରେ ଟିକାକରଣର ଆବଶ୍ୟକତା ରହିଥିବାବେଳେ ପରିଜନ ପାଖରେ ନଥିବାରୁ ଟିକାକରଣରୁ ବଞ୍ଚିତ ହେଉଥିଲେ ବୟସ୍କ ବ୍ୟକ୍ତି । ବିଏମସିର ଏହି ପ୍ରୟାସ ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି ।

ସମ୍ମିଳିତ ଭାବେ ହେବ କରୋନା ମୁକାବିଲା, ବିଧାନସଭାରେ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: କୋଭିଡ୍‌ ବିରୋଧୀ ଲଢ଼େଇରେ ସାମିଲ ହେବେ ସମସ୍ତ ରାଜନୈତିକ ଦଳ । ସମ୍ମିଳିତ ଭାବେ କରୋନା ମୁକାବିଲା ପାଇଁ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବସିଥିବା ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସାମିଲ ହୋଇଛନ୍ତି ।

ସେହିପରି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବହିନୀପତି, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ଦାଶରଥି ଗମାଙ୍ଗ, ସନ୍ତୋଷ ସିଂ ସାଲୁଜା ବୈଠକରେ ଯୋଗ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

କୋଭିଡ ମୁକାବିଲାରେ ସମସ୍ତ ଦଳର ପରାମର୍ଶକୁ ନେଇ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି । ଏହି ବୈଠକରେ ବିଜେପି ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇଥିବା ବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ  ।

ପୋଲିସ-ନକ୍ସଲ ଗୁଳି ବିନିମୟ,କ୍ରସ ଫାୟାରରେ ୩ ଗ୍ରାମବାସୀ ନିହତ

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ତାଣ୍ଡବ । ସୁକମା ଜିଲ୍ଲାରେ ପୋଲିସ୍ କ୍ୟାମ୍ପ ଉପରେ ଗୁଳି ବିନିମୟ କରିଛନ୍ତି ମାଓବାଦୀ । ଏଥିରେ ତିନି ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସିଲଗୀର୍ ଅଞ୍ଚଳରେ ହେଉଥିବା ପୋଲିସ୍ କ୍ୟାମ୍ପକୁ ବିରୋଧ କରି ଗତ ତିନି ଦିନ ହେଲା ସ୍ଥାନୀୟଲୋକ ଆନ୍ଦୋଳନ କରୁଥିଲେ । ହେଲେ ଆଜି ପୋଲିସ୍ କ୍ୟାମ୍ପ ଉପରେ ଅଚାନକ ଗୁଳିଚାଳନା କରିଥିଲେ ମାଓବାଦୀ ।

ସୁକମାରେ ମାଓ ଉତ୍ପାତ କମାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଣ୍ଟା ଭିଡିଛନ୍ତି । ସେପଟେ ପ୍ରଶାସନର ଏଭଳି ଋଣନୀତିରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ । ଯେଉଁଥିପାଇଁ ପୋଲିସ କ୍ୟାମ୍ପକୁ ବିରୋଧ କରି ଗୁଳି ଚାଳନା କରିଥିବା ଜଣା ପଡିଛି । ଯେଉଁଥିରେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି ।

ଗତମାସରେ ବିଜାପୁର ଏନକାଉଣ୍ଟରରେ 22 ଜଣ ଯବାନ ମାଏବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ । ଏହାପରେ ମଧ୍ୟ ଜଣେ ଯବାନଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ସର୍ତ୍ତ ମୁତାବକ ପରବର୍ତ୍ତୀ ସମୟରେ ଖଲାସ କରିଥିଲେ  । ହେଲେ ପୁଣି ଥରେ ଆଶାକର୍ମୀ ଏବଂ ନର୍ସଙ୍କୁ ଅପହରଣ କରିନେଇଥିଲେ  ।

ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ପରିବହନ ବିଭାଗ, ଜାଣନ୍ତୁ କେତେ ରହିଲା..

ଭୁବନେଶ୍ୱର: କୋଭିଡ ସମୟରେ ପରିବହନ ବିଭାଗର ନିଷ୍ପତି । ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ପରିବହନ ବିଭାଗ । କିନ୍ତୁ କେବଳ ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରାଯାଇଥିବା ଜଣା ପଡିଛି । ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ ।

ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ଭୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ନେଇପାରିବେ। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା କରାଯାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସ ନେବା ପାଇଁ ଚଢା ଦର ଦାବି କରୁଥିବା ବେଳେ ପରିବହନ ବିଭାଗ ଏନେଇ ନିଷ୍ପତି ନେଇଛନ୍ତି। ନିଷ୍ପତି ମୁତାବକ ଧାର୍ଯ୍ୟ ହୋଇଥିବା ଦର ଠାରୁ କୌଣସି ଆମ୍ବୁଲାନ୍ସ ଅଧିକ ଟଙ୍କା ନେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ ଆହତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆମେରିକା ଆକ୍ଟର ତଥା ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନସ ଆହତ । ଦୁର୍ଘଟଣାରେ ନିକ ଜୋନସ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଏକ କାର୍ଯ୍ୟକ୍ରମ ପାଇଁ ସୁଟିଙ୍ଗ ଜାରି ଥିବାବେଳେ ସେହି ସମୟରେ ଆହତ ହୋଇଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ।

ଜୋନସଙ୍କୁ ଆମ୍ବୁଲାନ୍ସରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବର୍ତ୍ତମାନ ସେ ସୁସ୍ଥ ରହିଥିବା ପରିବାର ପକ୍ଷରୁ ଜଣାଯାଇଛି । କୋଭିଡ ସମୟରେ ଅସହାୟକୁ ସହୟତା ଦେବା ପାଇଁ ନିକଟରେ ଘୋଷଣା କରିଥିଲେ ପତି-ପତ୍ନୀ । ସେହିପରି କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି, ଯେଉଁମାନଙ୍କର ଭେଣ୍ଟିଲେଟରର ଆବଶ୍ୟକତା ରହିଛି । ସେମାନଙ୍କୁ ସ୍ବାସ୍ଥ୍ୟ ଜନିତ ସମସ୍ତ ବ୍ୟବସ୍ଥା କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ପ୍ରିୟଙ୍କା ଏବଂ ନିକ୍ ।

ନେତାଙ୍କ ଗିରଫ ବିରୋଧରେ କର୍ମୀ, CBI କାର୍ଯ୍ୟାଳୟକୁ ପଥର ମାଡ଼

କୋଲକାତା: ନିର୍ବାଚନ ସରିଛି କିନ୍ତୁ ତାତି ଏବେ ବହୁଛି । ଦିଦି- ମୋଦି ଲଢେଇରେ ଏଣ୍ଟ୍ରି ମାରିଛି ସିବିଆଇ। ନାରଦା ଷ୍ଟିଙ୍ଗ କେସରେ ଗିରଫ ହୋଇଥିବା ତିନି ଟିଏମସି ନେତାଙ୍କ ସପକ୍ଷରେ ବାହାରିଛନ୍ତି କର୍ମୀ । ଗିରଫ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଁଚିଥିଲେ । ଆଉ ଏବେ ଦଳୀୟ କର୍ମୀ ନେତାଙ୍କ ଗିରଫ ପ୍ରତିବାଦରେ ବାହାରିଛନ୍ତି । ସୂଚନା ମୁତାବକ ସିବିଆଇ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି ଟିଏମସି କର୍ମୀ ।

ନାରଦା ମାମଲାରେ ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ , ଟିଏମସି ବିଧାୟକ ମଦନ ମିତ୍ର ଓ ପୂର୍ବତନ ବିଜେପି ନେତା ସୋବେନ୍ ଚାଟାର୍ଜୀଙ୍କୁ ଗିରଫ କରିଛି ସିବିଆଇ । ଆଜି ସକାଳେ ସିବିଆଇ ଏହି ନେତାମାନଙ୍କ ଘରେ ପ୍ରଥମେ ରେଡ୍ କରିଥିଲା । ପରେ ସେମାନଙ୍କୁ ପଚରାଉଚରା ପାଇଁ ସିବିଆଇ ଅଫିସକୁ ନେଇଥିଲା । ପଚରାଉଚରା ପରେ ସିବିଆଇ ଏମାନଙ୍କୁ ଗିରଫ କରିଥିଲା ।

ବିନା କୌଣସି ନୋଟିସରେ ତିନି ମନ୍ତ୍ରୀ, ବିଧାୟକଙ୍କୁ ଗିରଫ କରାଯିବାରୁ ସ୍ବର ଉଠାଇଛି ଟିଏମସି । ସିବିଆଇ କାର୍ଯ୍ୟାଳୟରେ ମମତା ବାନାର୍ଜୀ ପହଁଚି ମୋତେ ଗିରଫ କରାଯାଉ ବୋଲି କହିଥିଲେ । ବିଜେପି ନିର୍ବାଚନରେ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି କରୁଥିବା ଅଭିଯୋଗ କରିଛି ଟିଏମ୍‌ସି । ଅନେକ ଟିଏମସି କର୍ମୀ ସିବିଆଇ ଅଫିସ ବାହାରେ ହଙ୍ଗାମା କରିଛନ୍ତି।