spot_img
Home Blog Page 5635

ସିପିଙ୍କୁ ଦେଲେ ସଞ୍ଚିତ ଅର୍ଥ, କହିଲେ ଅଙ୍କଲ ଆପଣଙ୍କ ସେବାରେ ଲାଗୁ ମୋ ଟଙ୍କା..

ଭୁବନେଶ୍ୱର: କୁନି ପିଲା ଟା। ହୁଏତ ଦୁନିଆକୁ ଭଲସେ ଦେଖିନି, ବୁଝିବା ତ ପରର କଥା । ସାଙ୍ଗ ସାଥି ମେଳରେ ଖେଳିବା ଏବଂ ପାଠ ପଢିବାର ବୟସ । ସମାଜ ଠାରୁ ଶିଖିବାର ସମୟ । କିନ୍ତୁ ଏଭଳି କୋଭିଡ ଦୁସ୍ଥିତିରେ ସମାଜକୁ ଶିକ୍ଷା ଦେଇଛି ଏହି କୁନି ବାଳକ ଇଶାନ । ଆଉ ପୁଣି ଥରେ ପ୍ରମାଣିତ କରିଦେଇଛି ‘ସାନ ସିନା ଦାନ ତା ମହାନ’ ।

କୋଭିଡର ପ୍ରାଦୁର୍ଭାବ ଭିତରେ ସରକାର ଜୀବନକୁ ପ୍ରାଧାନ୍ୟ ଦେଇଛନ୍ତି । ତାଲାବନ୍ଦ କରିଛନ୍ତି । ଅନେକ ଦିନ ମଜୁରିଆ, ଶ୍ରମିକ ଏବଂ ଛୋଟ ଛୋଟ ବେପାର ବାଣିଜ୍ୟ କରି ବଞ୍ଚୁଥିବା ଲୋକମାନେ ଜୀବନ ବଞ୍ଚାଇବାକୁ ଜୀବିକାକୁ ପଛ କରିଦେଇଛନ୍ତି । କିନ୍ତୁ ସୁରକ୍ଷା ପ୍ରହରୀ ଆଜି ବି ସୁରକ୍ଷା ଦେଇଛାଲିଛନ୍ତି । ଖରାକୁ ଖାତିର ନକରି ଲୋକଙ୍କ ପାଇଁ ସତର୍କ ଘଣ୍ଟି ସାଜିଛନ୍ତି । ନିଜ ଜୀବନକୁ ପଛରେ ପକାଇ ସାଧାରଣ ଲୋକଟିର ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରିଚାଲିଛନ୍ତି ।

ଯେତେବେଳେ ସମସ୍ତେ ଘରେ ବନ୍ଦୀ, ସେତେବେଳେ ପୋଲିସ ବାହାରେ । ମାନବ ସମାଜକୁ ଭୟଭୀତ କରୁଥିବା ଭୂତାଣୁକୁ ମାତ ଦେବା ପାଇଁ ପୋଲିସର ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ପଡିବ । ପୋଲିସର ଏଭଳି କାର୍ଯ୍ୟ କୁନି ପିଲାଟିକୁ ପ୍ରଭାବିତ କରିଛି । ରଘୁନାଥପୁରର ଛାତ୍ର ଈଶାନ ନାୟକ ସଞ୍ଚିତ କରିଥିବା କିଛି ଟଙ୍କା ପୋଲିସକୁ ଦାନ କରିଛନ୍ତି । ପିଗି ବ୍ୟାଙ୍କକୁ ଭାଙ୍ଗି 43 ହଜାର ଟଙ୍କା କମିସନରେଟ ପୋଲିସକୁ ପ୍ରଦାନ କରିଛନ୍ତି। ଏହି ଟଙ୍କାରେ କିଛି ଏସେନସିଆଲ ସାମଗ୍ରୀ କିଣାଯାଉ ବୋଲି କହିଛନ୍ତି ଛାତ୍ର ଇଶାନ । ସେପଟେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଇଶାନଙ୍କ ସହାୟତାକୁ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ସାବାସ ଇଶାନ ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ: ରକ୍ତଦାତାଙ୍କୁ ଉତ୍ସାହିତ କଲେ ପ୍ରଣବ ପ୍ରକାଶ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ରକ୍ତ ଅଭାବ ଦେଖାଦେଇଛି । ରକ୍ତଦାନ ଶିବିର ଜରିଆରେ ରକ୍ତ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ମାସେ ବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ ହୋଇଛି । ଦୈନିକ ୨୦ରୁ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରି ୧୩ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଦେବୀ ତ୍ରିପାଠୀ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରକ୍ତଦାତାଙ୍କକୁ ଉତ୍ସାହିତ କରିଥିଲେ । କୋଭିଡ ନିୟମ ମାନି ରକ୍ତଦାନ ଶିବିର ଆୟୋଜନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତଥର ନିର୍ଦ୍ଦେଶ ଦେଇଥିଲେ ଓ ଏଥର ବି ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶା ମୋ ପରିବାର ତରଫରୁ ହାତକୁ ନିଆଯାଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ କୋଭିଡ ନିୟମ ଅନୁସାରେ ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀ ଜଣେ ଦୂରଦର୍ଶୀ  । ଭିଜୱରେ କାମ କରୁଛନ୍ତି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସାରା ଦେଶ ନବୀନ ପଟ୍ଟନାୟଙ୍କ ଦୂରଦୃଷ୍ଟିର ଉଦାହରଣ ଦେଉଛି, ମାନୁଛି ମଧ୍ୟ । ସେମାନେ ଖୋଲା ହୃଦୟରେ ନବୀନ ପଟ୍ଟନାୟକଙ୍କୁ ଦୂରଦର୍ଶୀ କହି ତାଙ୍କୁ ଅନୁସରଣ କରିବାକୁ କହୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ଭୁବନେଶ୍ୱର ବାର୍ତ୍ତାଜୀବୀ’କୁ ଉନ୍ମୋଚନ କଲେ ମାନସ ମଙ୍ଗରାଜ: ସତର୍କତାର ସହ କାର୍ଯ୍ୟ କରିବାକୁ ସାମ୍ୱାଦିକଙ୍କୁ ପରାମର୍ଶ

ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ୨-ଡିଜିକୁ ଦିଲ୍ଲୀ ଏମ୍ସକୁ ପଠାଗଲା

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ । କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା 2-ଡିଜି ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭାରମ୍ଭ କରିଛନ୍ତି । ଏହାପରେ ଔଷଧକୁ ଦିଲ୍ଲୀ ଏମ୍‌ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍‌ସକୁ 2-ଡିଜି ଔଷଧ ପ୍ରଦାନ କରିଛନ୍ତି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧ କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ବିରୋଧରେ କାର୍ଯ୍ୟ କରୁଥିବା ବେଳେ କରୋନା ଆକ୍ରାନ୍ତଙ୍କୁ ଗୁରୁତର ହେବାକୁ ଦେବନାହିଁ । ଆଜିଠୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ୨-ଡିଜି ଔଷଧ । ୨-ଡିଜି ନାମକ ଏହି ଔଷଧକୁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ‘ଡିଆର୍‌ଡିଓ’ ଲ୍ୟାବ୍‌ ପ୍ରସ୍ତୁତ କରିଛି। ପୂର୍ବରୁ 2-ଡିଜିର ଜୁରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ 2-ଡିଜି ଔଷଧ ସଫଳ ହୋଇଥିବା ଜଣାପଡିଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ

‘ନାରଦା’ ମାମଲାରେ ୩ TMC ନେତାଙ୍କୁ ଗିରଫ କଲା ସିବିଆଇ: ମମତା ପହଞ୍ଚି କହିଲେ ମୋତେ ଗିରଫ କର

କୋଲକାତା: ସରିଲା ନିର୍ବାଚନ ଫେରିଲା ସିବିଆଇ । କିଛି ଦିନର ନିରବତା ପରେ  ପଶ୍ଚିମବଙ୍ଗରେ ପୁଣି ଆକ୍ସନମୋଡରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ୩ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ମନ୍ତ୍ରୀଙ୍କୁ ଗିରଫ କରିଛି ସିବିଆଇ । ନାରଦା ଷ୍ଟ୍ରିଂ ଅପରେସନ୍ ମାମଲାରେ ସେମାନଙ୍କୁ ଗିରଫ କରିଥିବା ସୂଚନା । ସୋମବାର ସକାଳେ ପରିବହନ ମନ୍ତ୍ରୀ ଫିରହାଦ୍ ହାକିମ୍, ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖର୍ଜୀ, ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ଟିଏମ୍‌ସି ମେୟର ଶୋଭାନ ଚାଟାର୍ଜୀ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହା ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋତେ ମଧ୍ୟ ଗିରଫ କର ବୋଲି ସେ କହିଛନ୍ତି ।

ପ୍ରଥମେ ହକିମ୍ , ଶ୍ରୀ ମିତ୍ର ଏବଂ ଶ୍ରୀ ଚାଟାର୍ଜୀଙ୍କୁ ସେମାନଙ୍କ ଘରେ ଅଟକ ରଖିଥିଲା ସିବିଆଇ ।  ପରେ ସେମାନଙ୍କ କୋଲକାତା ସ୍ଥିତି ସିବିଆଇ କାର୍ଯ୍ୟାଳୟକୁ ନେଇଥିଲା । ତାଙ୍କୁ ନାରଦା ଷ୍ଟ୍ରିଂ ଅପରେସନ୍ ମାମଲାରେ ଗିରଫ କରାଯାଇଥିବା ସେ କହିଛନ୍ତି । ତେବେ ତାଙ୍କୁ କୌଣସି ପ୍ରକାର ନୋଟିସ କରାନଯାଇ ଗିରଫ କରାଯାଇଥିବା ସେ କହିଛନ୍ତି ।

            ତେବେ ହାକିମଙ୍କୁ ସିବିଆଇ କାର୍ଯ୍ୟାଳୟ ନେବା ବେଳେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଟିଏମ୍‌ସି କର୍ମକର୍ତ୍ତା ତାଙ୍କ ଘର ନିକଟରେ ଜମା ହୋଇ ପ୍ରତିବାଦ କରିଥିଲେ । ଏଭଳି କି ସିବିଆଇ ଗାଡ଼ ଯିବାକୁ ବାଟ ଛାଡ଼ି ନଥିଲେ ଟିଏମ୍‌ସି କର୍ମକର୍ତ୍ତା । ପରେ ହାକିମ୍ ବୁଝାସୁଝା କରିବା ପରେ ଟିଏମ୍‌ସି କର୍ମକର୍ତ୍ତା ସିବିଆଇ ଗାଡ଼ି ଯିବାକୁ ବାଟ ଛାଡ଼ିଥିଲେ ।

ମୋଦି ସରକାରଙ୍କୁ ଝଟ୍‌କା: ସାଇଣ୍ଟିଫିକ୍ ଆଡଭାଇଜରୀ ଗ୍ରୁପ୍ ଚେୟାରମ୍ୟାନ୍ ଶାହିଦ ଜମିଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ସାଇଣ୍ଟିଫିକ୍ ଆଡଭାଇଜରୀ ଗ୍ରୁପ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମିଲ । କରୋନା ଭୂତାଣୁର ବିଭିନ୍ନ ଭ୍ୟାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ସରକାର ଗଠନ କରିଥିବା ବିଶେଷଜ୍ଞ ପ୍ୟାନେଲରୁ ଜମିଲ ଇସ୍ତଫା ଦେଇଛନ୍ତି । ନିକଟରେ ନ୍ୟୁୟର୍କ ଟାଇମ୍ସରେ ଏକ ସ୍ତମ୍ଭ ଲେଖିଥିଲେ । ଏଥିରେ କରୋନା ପରିଚାଳନା ଦିଗରେ ଭାରତ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ସରକାରୀସ୍ତରରେ ନିଆଯାଉଥିବା ପଦକ୍ଷେପକୁ ବିରୋଧ କରି ସେ ନିଜ ମତ ରଖିଥିଲେ । ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବା ବେଳେ ଟିକାର ଘୋର ଅଭାବ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ରହିଥିବା ନେଇ ଭାଇରୋଲୋଜିଷ୍ଟ ଜମିଲ ମତ ରଖିଥିଲେ । ଏହାଛଡ଼ା ମହାମାରୀ ନିୟନ୍ତ୍ରଣ ଲାଗି  ବିଶେଷଜ୍ଞଙ୍କ  ମତାମତକୁ ସରକାର ମାନି ନ ଥିବା ସେ ଅଭିଯୋଗ କରିଥିଲେ । ସରକାର ବୈଜ୍ଞାନିକଙ୍କ ମତାମତକୁ ଗୁରୁତ୍ୱ ଦେବା ଦରକାର ବୋଲି ବରିଷ୍ଠ ଭାଇରୋଲୋଜିଷ୍ଟ ଜମିଲ କହିଥିଲେ । ତେବେ ଏହି କାରଣରୁ ସେ ବୈଜ୍ଞାନିକ ପରାମର୍ଶଦାତା ପ୍ୟାନେଲରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି ।

ଏଥିସହିତ ପଢ଼ନ୍ତୁ: ଓଡିଶାକୁ ଚିଦାମ୍ବରମଙ୍କ ପ୍ରଶଂସା, କୋଭିଡ ପରିଚାଳନାରେ ନିଭାଉଛି ଦାୟିତ୍ୱ

‘ଭୁବନେଶ୍ୱର ବାର୍ତ୍ତାଜୀବୀ’କୁ ଉନ୍ମୋଚନ କଲେ ମାନସ ମଙ୍ଗରାଜ: ସତର୍କତାର ସହ କାର୍ଯ୍ୟ କରିବାକୁ ସାମ୍ୱାଦିକଙ୍କୁ ପରାମର୍ଶ

ଭୁବନେଶ୍ୱର: ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହାମାରୀର ଦ୍ୱିତୀୟ ପ୍ରବାହରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ଲାଗି ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଏଥିସହ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ଲାଗି ଟିକାକରଣ ବ୍ୟବସ୍ଥା କରାଯାଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କତାର ସହ କାମ କରିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।  ଭୁବନେଶ୍ୱର ସାମ୍ୱାଦିକ ସଂଘର ବାର୍ଷିକ ପତ୍ରିକା ‘ଭୁବନେଶ୍ୱର ବାର୍ତ୍ତାଜୀବୀ’ର ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି । ରବିବାର ଭର୍ଚୁଆଲ ମାଧ୍ୟମରେ ଏହି ପତ୍ରିକା ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସାମ୍ୱାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସାମ୍ୱାଦିକ ସଂଘ ଉପ ସଭାପତି ଗଗନ ସ୍ୱାଇଁ, ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାସ, ସଂଗଠନ ସମ୍ପାଦକ ଜତେନ୍ଦ୍ର ମହାନ୍ତି, ନୃସିଂହ ମହାପାତ୍ରଙ୍କ ସମେତ ବହୁ ଜିଲ୍ଲା ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ୱାଦିକଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: କରୋନା କବଳରେ ବିରଳ ଜନଜାତି ଡଙ୍ଗରିଆ : ୧୩ ସଂକ୍ରମିତ ଚିହ୍ନଟ

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା ଅଭୁଲା ଗୀତ । ୬ ଫେବ୍ରୁଆରୀ  ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ସେ । ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ ଅମରେନ୍ଦ୍ର ମହାନ୍ତି । ବହୁ ଖ୍ୟାତନାମା ସଂଗୀତଜ୍ଞଙ୍କ ସହ କାମ କରିଛନ୍ତି । ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନେକଙ୍କ ସହ କାମ କରିଛନ୍ତି ସେ  । ଅମରେନ୍ଦ୍ରଙ୍କ ଦେହାନ୍ତ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଅପରପକ୍ଷରେ ଅମରେନ୍ଦ୍ରଙ୍କ ଦେହାନ୍ତ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା କବଳରେ ବିରଳ ଜନଜାତି ଡଙ୍ଗରିଆ : ୧୩ ସଂକ୍ରମିତ ଚିହ୍ନଟ

ରାୟଗଡ଼ା: କରୋନା କବଳରୁ ବର୍ତ୍ତି ପାରିଲେନି ବିରଳ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ପୂର୍ବ ଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ ଟି ଡଙ୍ଗରିଆ ଗାଁକୁ  ବ୍ୟାପିଛି କରୋନା । ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡ଼ା, ନିର୍ଗୁଣ୍ଡି ଗାଁର ୧୯ ଡଙ୍ଗରିଆ ଆଜି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କିଭଳି ନିୟନ୍ତ୍ରଣ ହେବ, ଏ ନେଇ ପ୍ରଶାସନ ପକ୍ଷରୁ ତର୍ପରତା ପ୍ରକାଶ ପାଇଛି । । କଲ୍ୟାଣସିଂହପୁର ବିଡିଓଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଫକେରୀ ଗାଁରେ ପହଞ୍ଚି ସ୍ୱାବ୍ ଟେଷ୍ଟିଂ ପାଇଁ ଡଙ୍ଗରିଆଙ୍କୁ ଡାକିଥିଲେ । କିନ୍ତୁ ଭୟରେ ଅଧିକାଂଶ ଡଙ୍ଗରିଆ ଟେଷ୍ଟି ପାଇଁ ଆସିନଥିଲେ । ମାତ୍ର ୧୬ ଜଣଙ୍କର ସ୍ୱାବ୍ ଟେଷ୍ଟିଂ କରିବାରେ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । କଲ୍ୟାଣସିଂହପୁର ବ୍ଳକର ୩୬ଟି ଗାଁରେ ବୈନିକ ବଜାର, ହାଟରେ ଉତ୍ପାଦିତ ଫସଲକୁ ବିକ୍ରି କରି ଡଙ୍ଗରିଆ ଜୀବିକା ନିର୍ବହ କରୁଛନ୍ତି । କରୋନା ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ପକ୍ଷରୁ କଲ୍ୟାଣସିଂହପୁର ବ୍ଳକ୍‌ର ମାଝିଗୁଡ଼ା, କଲ୍ୟାଣସିଂହପୁରକୁ ସାପ୍ତାହିକ ହାଟକୁ ବନ୍ଦ କରିଦିଆଯାଇଛି । ଫଳରେ କଲ୍ୟାଣସିଂପୁର  ଦୈନିକ ବଜାରକୁ ଆସି ଡଙ୍ଗରିଆ ଉତ୍ପାଦିକ ଫସଲକୁ ବିକ୍ରି କରି ଘରକୁ ଫେରୁଛନ୍ତି । ଦୈନିକ ବଜାରରେ କିଣାବିକା କରିବା ସମୟରେ ହିଁ ଡଙ୍ଗରିଆ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ହଜାର ୭୫୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୨କରୋନା ଆକ୍ରାନ୍ତଙ୍କ ଜୀବନ ନେଇ ଭାଇରସ୍ । କ୍ବାରେଣ୍ଟାଇନରୁ ୬୦୨୪, ଲୋକାଲ କେସ୍ ୪୭୩୩ । ୩୦ଜିଲ୍ଲାରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ରହିଛି । ଆଜି କଟକରୁ ସର୍ବାଧିକ ୯୭୩, ଖୋର୍ଦ୍ଧାରୁ ୯୦୯, ସୁନ୍ଦରଗଡ଼ରୁ ୮୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬୦୬, ବଲାଙ୍ଗୀରରୁ ୫୦୭, ନୂଆପଡାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ବରଗଡ଼ରୁ ୪୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୩୮୮, ନବରଙ୍ଗପୁରରୁ ୩୮୬, ବାଲେଶ୍ବରରୁ ୩୫୪, ପୁରୀରୁ ୩୫୦, ଢେଙ୍କାନାଳରୁ ୨୮୯, କୋରାପୁଟରୁ ୨୮୨, ଯାଜପୁରରୁ ୨୮୧, ସୋନପୁରରୁ ୨୪୫, ନାୟଗଡ଼ରୁ ୨୨୭, ଜଗତସିଂହପୁରରୁ ୨୧୯, ଗଞ୍ଜାମରୁ ୨୦୯, କେନ୍ଦୁଝରରୁ ୨୦୮, ଷ୍ଟେଟପୁଲରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୧୪୮, ଗଜପତିରୁ ୧୪୧, ରାୟଗଡ଼ାରୁ ୧୩୬, ବୌଦ୍ଧରୁ ୧୩୩, କଳାହାଣ୍ଡିରୁ ୧୨୫, ମାଲକାନଗିରିରୁ ୧୨୩, ଦେବଗଡ଼ରୁ ୧୦୨, କନ୍ଧମାଳରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୧୪ହଜାର ୫୩୨ । ଆକ୍ଟିଭ କେସ୍ ଲକ୍ଷେ ୬ହଜାର ୬୧ ।

ଏଥିସହିତ ପଢ଼ନ୍ତୁ: ବାଘେଶ୍ୱରପୁର ଗାଁରେ କାର୍‌ ବନେଟ୍‌ରୁ ବାହାରିଲା ନାଗରାଜ