spot_img
Home Blog Page 5636

ବାଘେଶ୍ୱରପୁର ଗାଁରେ କାର୍‌ ବନେଟ୍‌ରୁ ବାହାରିଲା ନାଗରାଜ

ପିପିଲି: କାର୍‌ ଭିତରୁ ନାଗ ସାପ ଉଦ୍ଧାର । ବାଘେଶ୍ୱରପୁର ଗାଁର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ କାର୍‌ରୁ ନାଗ ସାପ ଉଦ୍ଧାର । କାର୍ ବନ୍ନେଟ୍‌ରେ ଫସିରହିଥିଲା ନାଗ । ଏ ନେଇ ଶ୍ରୀ ପଣ୍ଡା ଜାଣିବାକୁ ପାଇବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ପହଞ୍ଚି ଥିଲେ।  କାରର ବନେଟ ଖୋଲିଲା ବେଳକୁ ବାମ ପଟ କଡ଼ରେ ଇଞ୍ଜିନ ଉପରେ କୁଣ୍ଡଳୀ ମାରି ୪ ଫୁଟ ଲମ୍ବର ନାଗ ସାପ ଟି ବସିଥିଲା । ସୁଶାନ୍ତ ସ୍ନେକ ହୁକ ସାହାଯ୍ୟରେ ନାଗ ଟିକୁ ଉଦ୍ଧାର କରିଥିଲେ । ଏବଂ ସାପଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଛାଡି ଦେଇଥିଲେ ।

https://www.youtube.com/watch?v=j43ZblA9DV4

ଏଥିସହିତ ପଢ଼ନ୍ତୁ: ଟିକାକରଣ ପାଇଁ କମିଟି ଗଠନ , ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ

ବାତ୍ୟା ପାଇଁ ମୁମ୍ୱାଇରେ ବନ୍ଦ ହେଲା ଟିକାକରଣ

ମୁମ୍ୱାଇ: ବାତ୍ୟା ପାଇଁ ଭ୍ୟାକ୍‌ସିନେସନ ବନ୍ଦ । ବାତ୍ୟା ତୌକାତେକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ପରେ ୧୭ ତାରିଖରେ କରୋନା ଟିକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ରିହାନମୁମ୍ୱାଇ ମ୍ୟୁନିସିପାଲ କର୍ପୋରେସନ (ବ୍ରିହାନ) । ବାତ୍ୟା ତୌକାତେ ଯୋଗୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଥିଲା । ୧୭ ତାରିଖରେ ହେବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମ ୧୮ ଓ ୧୯ ମେ ରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରଭାବରେ ଗୁଜରାଟ, କର୍ଣ୍ଣାଟକ, ଗୋଆ ଓ କେରଳରେ ବର୍ଷା ସାଙ୍ଗକୁ ପବନ ବହୁଛି । କର୍ଣ୍ଣାଟକରେ ୪ ଓ କେରଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ନିଖୋଜଙ୍କ ସଂଖ୍ୟା ବଢୁଛି । ଆସନ୍ତାକାଲି ଭୋର ସମୟରେ ବାତ୍ୟା ତୌକତେ ଗୁଜୁରାଟ ଉପକୂଳ ମହୁଭା ଏବଂ ପୋରବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହି ସମୟରେ ୧୬୦ରୁ ୧୮୦ କିଲୋମିଟରେ ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ । ଗୁଜରାଟର ଜୁନାଗଡ, ଆମ୍ରେଲି, ଭାବାନଗର, ଡିଉ ଏବଂ ଏହାର ଆଖପାଖରେ ଥିବା ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇପାରେ । ଲାକ୍ଷାଦୀପ ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର , ଗୋଆ ଏବଂ ଗୁଜରାଟରେ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ୬ ରାଜ୍ୟରେ ୧୦୦ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ସେହିଭଳି ପୁନେ, ଅହମ୍ମଦାବାଦ ଓ ଗୁଜରାଟକୁ ୫ଟି ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି ।

ବିଜେପି ନେତା ପୋଡ଼ିଦେଲେ ବିଜେପି ପତାକା

କୋରାପୁଟ: ବିଜେପି ନେତା ପୋଡ଼ିଦେଲେ ବିଜେପି ପତାକା । ଦଳୀୟ କାର୍ଯ୍ୟକତାଙ୍କ ମୃତ୍ୟୁ ପରେ ଶବ ସହ ପତାକାକୁ ବି ଜାଳି ଦେଇଛନ୍ତି କୋରାପୁଟ ଜିଲ୍ଲା ବିଜେପି ସଭାପତି । ସିମିଳିଗୁଡାର ଜଣେ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ପରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

କୌଣସି ନେତା କିମ୍ବା କାର୍ଯ୍ୟକର୍ତ୍ତା ମୃତ୍ୟୁବରଣ କଲେ ଦଳୀୟ ପତାକା ଶବାଧାରରେ ନିଆଯାଏ । ତେବେ ଶେଷକୃତ୍ୟ ପୂର୍ବରୁ ପତାକା ବାହାର କରାଯାଏ । ହେଲେ ବିଜେପି ନେତା ଦଳୀୟ ପତାକାକୁ ସମ୍ମାନ ଦେବାକୁ ଭୁଲି ଯାଇ ପୋଡିଦେବାକୁ ପଛାଇ ନଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଓଡିଶାକୁ ଚିଦାମ୍ବରମଙ୍କ ପ୍ରଶଂସା, କୋଭିଡ ପରିଚାଳନାରେ ନିଭାଉଛି ଦାୟିତ୍ୱ

ଭୁବନେଶ୍ୱର: କୋଭିଡ ପରିଚାଳନାରେ ଓଡ଼ିଶା ନିଭାଉଛି ଦାୟିତ୍ୱ । ଅକ୍ସିଜେନ ବଣ୍ଟନ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ରଣନୀତି, ଯୋଜନା ଓ ଦରଦୃଷ୍ଟି ଯୋଗୁଁ କରୋନାକୁ ଆୟତ କରିବାରେ ସଫଳ ହୋଇଛନ୍ତି ଓଡ଼ିଶା ସରକାର । ଜାତୀୟ ଗଣମାଧ୍ୟମରେ ଏଭଳି ବିବୃତି ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଓଡ଼ିଶା ସହ କେରଳ ମଧ୍ୟ କରୋନା ମୁକାବିଲା ବେଶ ସଫଳତା ପାଇଥିବା କହିଛନ୍ତି ଚିଦାମ୍ବରମ୍ବ ।

ବର୍ତ୍ତମାନ ସମୟରେ ଅନେକ ବାଧାବିଘ୍ନ ସତ୍ୱେ ରାଜ୍ୟ ସରକାର ସେମାନେ ନିଜ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ ହୋଇପାରିଛନ୍ତି  । ଏଥିସହ କେନ୍ଦ୍ର ସରକାରଙ୍କ ଟିକାକରଣ ଯୋଜନାକୁ ମଧ୍ୟ ପି ଚିଦାମ୍ବରମ ନିନ୍ଦା କରିଛନ୍ତି । ଦେଶରେ ଟିକା ଅଭାବକୁ ଦୁର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଦେଶରେ କେତେ ଟିକାର ଆବଶ୍ୟକ ରହିଛି ତାର ହିସାବରେ ମଧ୍ୟ କେନ୍ଦ୍ର ବିଫଳ ହୋଇଛି ।

ଦେଶରେ ଟିକାର ଅଭାବ ଥିବା ବେଳେ କେନ୍ଦ୍ରର ଟିକା ଉତ୍ସବ ପାଳନକୁ ନାପସନ୍ଦ କରିଛନ୍ତି ଚିଦାମ୍ବରମ । ପ୍ରତ୍ୟେକ ଦିନ ଟିକାକରଣକୁ ବଢାଇବା ବଦଳରେ ଟିକାକରଣ କମୁଛି । ସ୍ପୁଟନିକ୍‌ ଭି ବ୍ୟତିତ ଅନ୍ୟକୌଣସି ଟିକାକୁ ସରକାର ଅନୁମତି ନଦେବା ମଧ୍ୟ ଏକ ବିଫଳତା ବୋଲି ଚିଦାମ୍ବରମ କହିଛନ୍ତି ।

ଟିକାକରଣ ପାଇଁ କମିଟି ଗଠନ , ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର: ଟିକାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ଟିକା ପ୍ରଦାନ ପାଇଁ ୧୨ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟି ଗଠିତ ହୋଇଥିବାବେଳେ ଏହି କମିଟିରେ ଡାକ୍ତର ସିବିକେ ମହାନ୍ତି ରହିଛନ୍ତି ।

ସେହିପରି କୋଭିଡରେ କିପରି ଶିଶୁ ସୁରକ୍ଷା ହୋଇପାରିବ ସେନେଇ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । DMETଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ ତର୍ଜମା କରିବ କମିଟି । କରୋନା ମୁକାବିଲା ନେଇ ପରାମର୍ଶ ଦେବ ଗଠିତ ହୋଇଥିବା ଏହି ନୂତନ କମିଟି । ସେହିପରି ଆବଶ୍ୟକୀୟ ଭିତ୍ତିଭୂମୀ ସମ୍ପର୍କରେ ମଧ୍ୟ କମିଟି ପରାମର୍ଶ ଦେବ  ।

କୋଭିଡର ଦ୍ୱିତୀୟ ଲହରରେ ଯୁବ ଗୋଷ୍ଠୀ ଆକ୍ରାନ୍ତ ହେଉଥିବାବେଳେ ତୃତୀୟ ଲହରୀରେ ଶିଶୁ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି  । ରାଜ୍ୟରେ ଶିଶୁଙ୍କ ଉପରେ ଯେପରି ତୃତୀୟ ଲହରୀରେ କୌଣସି ପ୍ରଭାବ ନପଡେ, ସେନେଇ ସରକାର ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି  । ଏହି କମିଟି ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ମଧ୍ୟ ସରକାରଙ୍କୁ ରିପୋରିଟ କରିବେ  ।

କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି ? ଆଧାରକାର୍ଡ ନଥିଲେ ବି ନେଇପାରିବେ ଟିକା

ନନ୍ଦିଘୋଷ ବ୍ୟୁରୋ: ଆଧାର କାର୍ଡ ପାଇଁ ଆପଣ କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି? ଟାକା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଭାବୁଛନ୍ତି କି ଟିକା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ? ତେବେ ଆପଣ ଏ ବିଷୟରେ ନିହାତି ଜାଣି ରଖିବା ଦରକାର । ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ନେଇ ପାରିବେ ଟିକା । ଏଥିରୁ କେହି ଆପଣଙ୍କୁ ବଞ୍ଚିତ କରିପାରିବେ ନାହିଁ । ଦେଶରେ କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହୋଇଥିବା ବେଳେ ବର୍ତ୍ତମାନ ୨ୟ ପର୍ଯ୍ୟାୟରେ ୧୮ବର୍ଷରୁ ୪୪ବର୍ଷର ନାଗରିକଙ୍କୁ ଦିଆଯାଉଛି ଭ୍ୟାକ୍ସିନ । ତେବେ ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ଚାଲିଛି ।

ଯେଉଁଥିରେ ପଞ୍ଜିକରଣ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଆପଣ ଜାଣନ୍ତି କି ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ପାଇ ପାରିବେ ଭ୍ୟାକ୍ସିନ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ଭ୍ୟାକ୍ସିନ ନେଇ ପାରିବେ । କରୋନା ଭ୍ୟାକ୍ସିନ୍ , ଔଷଧ ଦେବା, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ବାରଣ କରାଯାଇପାରିବ ନାହିଁ । କେହିବି ଆତ୍ୟାବଶ୍ୟକୀୟ ସେବାରୁ ବାଦ୍ ପଡିବେ ନାହିଁ ।

ଦେଶରେ କରୋନା ମହାମାରୀ ଅତି ଭୟଙ୍କର ରୂପ ଧାରଣ କରୁଛି । ପ୍ରତିଦିନ ଅକ୍ସିଜେନ ଅଭାବ ଓ ବେଡ ଅଭାବରୁ ରୋଗୀ ପ୍ରାଣ ହରାଉଛନ୍ତି । ଲୋକଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ଅଭାବ ଥିବା ବେଳେ କିଛି କ୍ଷେତ୍ରରେ ସେମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଖବର ସାମନାକୁ ଆସୁଛି । ତେବେ ଲୋକ କିପରି ସୁବିଧାରେ ସେବା ପାଇ ପାରିବେ ସେ ନେଇ ଏହି ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ଆଧାର ନାହିଁ କିମ୍ବା କୌଣସି କାରଣରୁ ଆଧାର ଅନଲାଇନ୍ ଯାଞ୍ଚ ସଫଳ ହୋଇନାହିଁ ତେବେ ଆଧାର ଅଧିନିୟମ, 2016 ରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ତାଙ୍କୁ ସେବା ଯୋଗାଇ ଦିଆଯିବ ।

ଆପଣ ଟିକା ପାଇଁ ରେଜିଷ୍ଟ୍ରେସନ କରିବେ କିପରି? ଟିକା ପାଇଁ ରେଜିଷ୍ଟ୍ରେସମନ ବାଧ୍ୟତାମୂଳକ କରାଯାଇଥିବା ବେଳେ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ ରହିଛି । ତେବେ ଆପଣ ‘ଆରୋଗ୍ୟ ସେତୁ ’ ଆପରେ ରେଜିଷ୍ଟ୍ରସନ କରିବା ବେଳେ ସାତୋଟି ଆଇଡି ଯଥା ଆଧାର ନମ୍ବର, ଡ୍ରାଇଭିଂ ଲାଇସେନ୍ସ, ସ୍ଥାୟୀଆକାଉଣ୍ଟ ନମ୍ବର ବା ପାନ୍, ପାସପୋର୍ଟ, ପାସବୁକ୍, NPR ସ୍ମାର୍ଟ କାର୍ଡ ଏବଂ ଭୋଟରଙ୍କ IDରୁ କୌଣସି ଗୋଟିଏକୁ ବ୍ୟବହାର କରି ଟୀକାକରଣ ପଞ୍ଜକରଣ କରିପାରିବେ।

କରୋନା ଆକ୍ରନ୍ତଙ୍କ ଘରେ କରୁଛନ୍ତି ଫ୍ରି ହୋମ ଡେଲିଭରି କରୁଛନ୍ତି ପର୍ବତାରୋହୀ ନିଳାଚଳ

ଭୁବନେଶ୍ୱର: ଲକ ଡାଉନରେ ଘରେ ଘରେ ଔଷଧ ଓ ଖାଦ୍ୟ ସାମଗ୍ରୀ ପହଁଚାଉଛନ୍ତି ପର୍ବତାରୋହୀ ନୀଳାଚଳ ପରିଡା। ବୟସ୍କ ଓ ଅସହାୟ ଲୋକଙ୍କ ସେ ସାହାରା ପାଲଟିଛନ୍ତି। ଲକଡାଉନ ସମୟରେ ବୟସ୍କ ବ୍ୟକ୍ତି ଓ କରୋନା ଆକ୍ରାନ୍ତଙ୍କ ଘରେ ଫ୍ରି ହୋମ ଡେଲିଭରି କରୁଛନ୍ତି ନୀଳାଚଳ। କରୋନା ସମୟରେ ସବୁ କିଛି ବନ୍ଦ ହୋଇଯାଇଥିବା ବେଳେ ଏବେ ଲୋକଙ୍କ ସେବାରେ ଲାଗିପଡିଛନ୍ତି ନୀଳାଚଳ।

ନିଶା ପର୍ବତ ଚଢିବା ହେଲେ କରୋନା ମହାମାରୀ ଯୋଗୁଁ ସବୁ ସ୍ୱପ୍ନ ଅଧାରେ ଅଟକିଛି। ପର୍ବତ ଚଢିବା ଛାଡି ପ୍ରଥମେ ପରିବା ବିକୁଥିଲେ ଏବେ ଅସହାୟ ଓ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି ରାଜ୍ୟର ଦୁଃସାହସିକ କ୍ରୀଡ଼ାବିତ ତଥା ପର୍ବତାରୋହୀ ନୀଳାଚଳ ପରିଡା। କରୋନା ମହାମାରୀ ପାଇଁ ଲୋକେ ଆତଙ୍କିତ,ସବୁଠି ଲାକଡଡାଉନ ଓ ସଟଡାଉନ ଭଳି ପରିସ୍ଥିତି। ଏଭଳି ସମୟରେ ଅସହାୟ କରୋନା ଆକ୍ରାନ୍ତଙ୍କ ସେବାରେ ବାହାରି ପଡିଛନ୍ତି ନୀଳାଚଳ।

ନୀଳାଚଳଙ୍କ ଘର ଭୁବନେଶ୍ୱର ଡେ଼ଲ୍ଟା ଅଞ୍ଚଳରେ। ଘରର ସ୍ଥିତି ଅତନ୍ତ୍ୟ ଦୟନୀୟ ହେଲା ଏହାକୁ ଭୁଲି ସମାଜ ତଥା ଲୋକଙ୍କ ପାଇଁ କିଛି କରିଦେଖାଇବାକୁ କହିଛନ୍ତି ନୀଳାଚଳ। ଦେଶ ବିଦେଶରେ ପର୍ବତ ଆରୋହଣ କରି ରାଜ୍ୟ ପାଇଁ ଅନେକ ନାଁ ସାଉଁଟି ଥିବା ନୀଳାଚଳ କରୋନା ସମୟରେ ଲୋକଙ୍କୁ ସହାୟତ କରିବା ପାଇଁ ଗୋ ଇଣ୍ଡିଆ ଆଡ଼ଭେଞ୍ଚର ଟିମ ନାମକ ଏକ ସଂଗଠନ ଗଠନ କରି କରୋନା ଆକ୍ରାନ୍ତଙ୍କ ଘରେ ଔଷଧ ଓ ଖାଦ୍ୟ ସାମଗ୍ରୀ ମାଗଣାରେ ପହଞ୍ଚାଉଛନ୍ତି।

ନୀଳାଚଳଙ୍କ ନେତୃତ୍ୱରେ ଗୋ ଇଣ୍ଡିଆ ଆଡ଼ଭେଞ୍ଚର ସଂଗଠନରେ ମୋଟ 32 ଜଣ ସଦସ୍ୟ ଥିବା ବେଳେ 15 ଜଣ ଗ୍ରାଉଣ୍ଡରେ ଲୋକଙ୍କ ଘର ଘର ବୁଲି ଔଷଧ ଓ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି। ଏହା ପୂର୍ବରୁ କରୋନାର ପ୍ରଥମ ଲହର ସମୟରେ ଲକଡାଉନ ଯୋଗୁ ସବୁ କିଛି ବନ୍ଦ ରହିଥିବା ବେଳେ ଭୁବନେଶ୍ୱର ଡେ଼ଲ୍ଟା ଅଞ୍ଚଳରେ ପରିବାବା ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ନୀଳାଚଳ। କରୋନାର ପ୍ରଥମ ଲହର ସମୟରେ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସମ୍ମାନ ଜଣାଇ 2020 ଆଇପିଏଲର ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମର ଖେଳାଳି କ୍ରିସ ମୋରିସ ନିଜ ଜର୍ସିରେ କରୋନା ଯୋଦ୍ଧା ନୀଳାଚଳ ପରିଡାଙ୍କ ନାଁ ଲେଖିଥିଲେ।

କୋଭିଡ ପରିଚାଳନା ନେଇ ବିଜୁ ଯୁବ ଜନତା ଦଳର ସମୀକ୍ଷା: କରୋନା ଟିକା ନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ଳୋବାଲ ଟେଣ୍ଡରକୁ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ସମଗ୍ର ରାଜ୍ୟରେ  ତ୍ୱରାନ୍ୱିତ କରୁଅଛି । ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ଼ଃ ରାୟ କହିଥିଲେ ‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତା ଆଜି  ସମଗ୍ର ଦେଶରେ ସାମାଜିକ ବିପ୍ଲବରେ ପରିଣତ ହୋଇପାରିଛି । ବିଜୁ ଯୁବ ଜନତା ଦଳ’ ଓଡ଼ିଶା ମୋ ପରିବାର’ ର ସମସ୍ତ ସାମାଜିକ କାର୍ଯ୍ୟ ଯଥା ଜୀବନ ବିନ୍ଦୁ ରକ୍ତଦାନ, ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ। ଏହି କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଥିଲେ ଯେ ” କୋଭିଡ ୧୯ ର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦଷ୍ଟି ସମ୍ପନ୍ନ ନେତୃତ୍ୱ ଆଧାରରେ  ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ୍ ଟିକାକରଣ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛନ୍ତି”। ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ଲୋବାଲ ଅନଲାଇନ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରୟ କରିବାର କାର୍ଯ୍ୟକ୍ରମ  ଆରମ୍ଭ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ  ସୁବ୍ରତ ଛାଟୋଇ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।