spot_img
Home Blog Page 5637

ଲଣ୍ଡନରେ ପୁନାୱାଲା ପରିବାର, ସଂକ୍ରମଣ ବଢିବାରୁ ଦେଶ ଛାଡିଲେ କି ?

ନୂଆଦିଲ୍ଲୀ: ଅଦାର ପୁନୱାଲାଙ୍କ ପରେ ପିତା ସାୟରସ ପୁନାୱାଲା ଲଣ୍ଡନରେ । ଅଦାର ପୁନୱାଲାଙ୍କ ପୁରା ପରିବାର ଏବେ ଲଣ୍ଡନରେ । ଭାରତରେ କୋଭିଡ଼ର ପ୍ରଭାବ ଜାରି ଥିବାବେଳେ କାହିଁକି ଲଣ୍ଡନକୁ ଚାଲିଗଲେ ଏତେବଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ପରିବାର । ତାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ଭାରତରେ ୯୦ ପ୍ରତିଶତ ଭ୍ୟକ୍ସିନ ବିତରଣ କରିସାରିଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଏବଂ ତାଙ୍କ ପରିବାର ଲଣ୍ଡନ ଯିବା ପଛର କାରଣ କଣ ? ଭାରତରେ ସଂକ୍ରମଣ ବଢୁଥିବାରୁ ବିଦେଶ ଚାଲିଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏଭଳି ସ୍ଥିତିରେ ଟିକା ପ୍ରଦାନକାରୀ କମ୍ପାନୀର ମୁଖ୍ୟ ଦେଶ ଛାଡିବା ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବ ନେଇ ଅଲେକ ଗଣମାଧ୍ୟମ ପ୍ରଶ୍ନ କରିଛନ୍ତି ।

ସେପଟେ ସାଇରସ  ପୁନାୱାଲା ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଭାରତ ଛାଡ଼ିବା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସାଇରସ । ସେ କହିଛନ୍ତି ବର୍ତ୍ତମାନ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ପ୍ରତିବର୍ଷ ଜୁନ ମାସରେ ଆମେ ପରିବାର ସଦସ୍ୟ ଲଣ୍ଡନ ଆସିଥାଉ । ଗ୍ରୀଷ୍ମକାଳୀନ ଛୁଟି ବିତାଇବା ପାଇଁ ଆସିଥାଉ । କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଆସିଥାଉ ବୋଲି କହିଛନ୍ତି ସାଇରସ ପୁନାୱାଲା ।

ସାଇରସ କହିଛନ୍ତି ଭାରତ ଛାଡିବା ପ୍ରସଙ୍ଗ ଭିତ୍ତିହୀନ । ଭାରତକୁ ଛାଡିବା କିଭଳି ସମ୍ଭବ ? ନିଜ ଦେଶକୁ କିଏ କଣ କେବେ ଛାଡିପାରେ ବୋଲି କହିଛନ୍ତି ସାଇରସ । ଯେହେତୁ ଗ୍ରୀଷ୍ମକାଳୀନ ଅବକାଶ ଦେଶରେ ଜାରି ରହିଛି, ତେଣୁ ଆମେ ଲଣ୍ଡନ କେବଳ ଛୁଟି ବିତାଇବା ପାଇଁ ଆସିଛୁ । ଭାରତ ଛାଡିବା ଭଳି ମିଥ୍ୟା ପ୍ରସଙ୍ଗ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଅଧ୍ୟକ୍ଷ ସାଇରସ ପୁନମୱାଲା ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାର ୭୭ ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ମାତ ଦେଉଛି ସୁସ୍ଥ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧୨ହଜାର ୭୭ ଜଣ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ହଜାର ୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୬୧୧, କଟକ-୯୧୬, ଅନୁଗୁଳ- ୫୮୦, ସମ୍ବଲପୁରରୁ ୫୪୩, ବରଗଡ଼-୪୬୨, ପୁରୀ-୪୩୭, ବଲାଙ୍ଗୀରରୁ ୪୩୫ ଓ ନବରଙ୍ଗପୁର-୪୨୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଝାରସୁଗୁଡାରୁ ୪୨୫, କଳାହାଣ୍ଡିରୁ ୪୦୧, ଭଦ୍ରକ-୩୮୨, ନୂଆପଡାରୁ ୨୬୧, ଗଞ୍ଜାମରୁ ୨୧୮, ନୟାଗଡରୁ ୨୧୫, ସୋନପୁରରୁ ୨୧୩, କେନ୍ଦୁଝରରୁ ୨୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାୟଗଡ଼ାରୁ ୧୭୬, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ଷ୍ଟେଟପୁଲରୁ ୩୫୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରୋ ମୋଟ ସୁସ୍ଥ ସଂଖ୍ୟା ୫ଲକ୍ଷ ୧୪ହଜାର ୫୩୨କୁ ବୃଦ୍ଧି ପାଇଛି ।

ଏଥିସହିତ ପଢ଼ନ୍ତୁ: ଖଣ୍ଡଗିରି ପାହାଡ଼ ପାଦଦେଶର ଛାତିଥରା ଘଟଣା: ମାଆ କୋଳରୁ ଖସିଗଲା ଛୁଆ, ଆଉ ତା’ ପରେ..

ବିଶ୍ୱସ୍ତରୀୟ ଅନୁମୋଦନ ପାଇଲା ରିସର୍ଚ୍ଚ ସ୍କୋଲାର ରୁଦ୍ର ଚରଣ ମାଝୀଙ୍କ କାବ୍ୟ

ସୁନ୍ଦରଗଡ଼: ଗୋଲଡେନ୍ ବୁକ୍ ଅଫ୍ ଓ୍ବାର୍ଲ୍ଡରେ ରିସର୍ଚ୍ଚ ସ୍କୋଲାର ରୁଦ୍ର ଚରଣ ମାଝୀଙ୍କ କାବ୍ୟ । ସୁନ୍ଦରଗଡ଼ ଜିଲ୍ଲା ବଣେଇ ଜୁନିଆଣୀ ଗାଁର ଏହି ଉଦୀୟମାନ ତାରକାଙ୍କ ଲେଖା ଏବେ ବିଶ୍ବସ୍ତରୀୟ ଅନୁମୋଦନ ପାଇଛି । ଦେଶର ଅର୍ଜୁନ ପୁରସ୍କାର ପ୍ରାପ୍ତ ୧୩୧ ଜଣ ଖେଳାଳୀଙ୍କୁ ନେଇ ରୁଦ୍ର ଚରଣ ମାଝୀ କାବ୍ୟ ଲେଖିଥିଲେ । ସେଥିମଧ୍ୟରୁ ହକି ଖେଳାଳୀ ଇଗ୍ନେଶ ତିର୍କିଙ୍କ ବିଷୟରେ ଗୋବେଷଣାତ୍ମକ କାବ୍ୟ ଆନ୍ତର୍ଜାତୀୟ କାବ୍ୟ ସଂଗ୍ରହ ଅବସରରେ ‘ଗୋଲ୍ଡେନ ବୁକ ଅଫ ୱlର୍ଲ୍ଡ ରେକର୍ଡ’ ରେ ସ୍ଥାନ ପାଇଛି ।

ଆନ୍ତର୍ଜାତିକ ହ୍ୟୁମାନ ରାଇଟ କମିଶନ ଓ ସ୍ଫୋର୍ଟସ ଏକାଡେମି ଏସୋସିଏସନ ଅଫ ଇଣ୍ଡିଆ ତରଫରୁ ମଧ୍ୟ ଏହି ମହାନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି । ଯାହା ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଥିବା ବେଳେ ରିସର୍ଚ୍ଚ ସ୍କୋଲାରଙ୍କୁ ପ୍ରଶଂସାର ସୁଅ ଛୁଟିଛି । ଇଗ୍ନେଶ ତିର୍କୀ ୨୦୦୧ରେ ଭାରତୀୟ ହକି ଦଳରେ ଯୋଗ ଦେଇଥିଲେ ।୨୦୦୧ରେ ମୁରୁଗାପ୍ପା ଗୋଲ୍ଡ କପରେ ଗୋଲ୍ଡେନ ଗୋଲ ତାଙ୍କ ପ୍ରତିଭାର ଅୟମାରମ୍ଭ ହୋଇଥିଲା ।

୨୦୦୩ ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ଶେଷ ମୁହୂର୍ତ୍ତରେ ବିଜୟୀ ସୂଚକ ଗୋଲ ଦେଇ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ୨୦୦୪ ଏଥେନ୍ସ ଅଲିମ୍ପିକରେ ତାଙ୍କ ଭୂମିକା ଗରୁତ୍ବପୂର୍ଣ୍ଣ ଥିଲା । ଇଗ୍ନେଶ ତିର୍କୀଙ୍କ ଏହି ପ୍ରତିଭା ପାଇଁ ୨୦୦୩ରେ ଏକଲବ୍ୟ ପୁରସ୍କାର, ୨୦୦୯ରେ ଅର୍ଜୁନ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ଯାହାକୁ ନେଇ ରୁଦ୍ର ଚରଣ ଗବେଶଣାତ୍ମକ କାବ୍ୟ ଲେଖିଥିଲେ ।

ଭାରତ ଏବଂ ବ୍ରିଟେନ୍‌ରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍‌ ସହ ଲଢ଼ିବାରେ ସକ୍ଷମ କୋଭାକ୍ସିନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଦେଶରେ ହଇଚଇ ସୃଷ୍ଟି କରିଛି। ଭୂତାଣୁର ନୂଆ ରୂପ ଦେଶରେ ଚିନ୍ତାର କାରଣ ହୋଇ ଛିଡ଼ା ହୋଇଛି। ଏହି ସମୟରେ, ଭାରତ ବାୟୋଟେକ ରବିବାର ଦିନ କହିଛିଯେ କରୋନା ଟିକା କୋଭାକ୍ସିନ କରୋନାର ସମସ୍ତ ଷ୍ଟ୍ରେନ୍‌ ଉପରେ ପ୍ରଭାବଶାଳୀ ଅଟେ।

ଭାରତ ବାୟୋଟେକ କହିଛି ଯେ କୋଭାକ୍ସି ହେଉଛି ଏମିତି ଟିକା ଯାହା ଭାରତ ବ୍ରିଟେନ ଭଳି ଦେଶରେ ପ୍ରଥମ ଥର ପାଇଁ ଦେଖାଯାଇଥିବା ନୂଆ ଷ୍ଟ୍ରେନ୍‌ ସହ ଲିଢ଼ିବାରେ ସକ୍ଷମ ବୋଲି ଦାବି କରାଯାଇଥିଲା। ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଅନୁସନ୍ଧାନକୁ ଦର୍ଶାଇ ଭାରତ ବାୟୋଟେକ କହିଛି ଯେ ଭାରତରେ ଏବଂ ବ୍ରିଟେନରେ B.୧.୧.୭ ରେ ରିପୋର୍ଟ ହୋଇଥିବା B.୧.୧୧୭ ର ପ୍ରକାର ବିରୁଦ୍ଧରେ କୋଭାକ୍ସିନ ଲଢ଼ିବା ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଭାରତ ବାୟୋଟେକ୍ର ସୁଚିତ୍ରା ଏଲା ଏକ ଟୁଇଟ୍ କରି କହିଛନ୍ତି ଯେ କୋଭାକ୍ସିନ୍ ପୁଣି ଥରେ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇଛି।

ଭରତ ବାୟୋଟେକ୍ ତରଫରୁ କୁହାଯାଇଛି ଯେ କୋଭାକ୍ସିନ ବ୍ୟବହାରରେ B.୧.୧.୧ (UK) ଏବଂ ଭ୍ୟାକ୍ସିନ୍ ଷ୍ଟ୍ରେନ୍ ଅର୍ଥାତ୍ D୬୧୪G ର ନିରପେକ୍ଷକରଣରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିବା ତିନୋଟି ଟିକା ମଧ୍ୟରୁ ଭାରତ ବାୟୋଟେକର କୋଭାସିନ୍ ଅନ୍ୟତମ। କୋଭାକ୍ସିନ ବ୍ୟତୀତ ସେରମ୍ ପ୍ରତିଷ୍ଠାନର କୋଭିଶିଲ୍ଡ ଏବଂ ଋଷର ସ୍ପୁଟିନିକ୍-ଭି ଟିକା ମଧ୍ୟ ଭାରତରେ ବ୍ୟବହାର ପାଇଁ ଅନୁମୋଦିତ।

ଖଣ୍ଡଗିରି ପାହାଡ଼ ପାଦଦେଶର ଛାତିଥରା ଘଟଣା: ମାଆ କୋଳରୁ ଖସିଗଲା ଛୁଆ, ଆଉ ତା’ ପରେ..

ଭୁବନେଶ୍ୱର: ଖଣ୍ଡଗିରି ପାହାଡ଼ର ପାଦତଳେ ଘଟିଛି ଏକ ହୃଦୟବିଦାରକ ଘଟଣା । ଗଛରୁ ଡିଆଁ ମାରିବା ବେଳେ ମାଆ କୋଳରୁ ଖସିପଡ଼ିଲା ମାଙ୍କଡ଼ ଛୁଆ । ପେଟରେ ଲୁହା ଗ୍ରୀଲ ପଶି ରକ୍ତାକ୍ତ ହୋଇଯାଇଥିଲା କୁନି ମାଙ୍କଡ଼ । ଆଉ ଏହାର କିଛି ସମୟ ମେଡିକାଲ ଯିବା ବାଟରେ ଆଖି ବୁଜି ଦେଲା କୁନି ମାଙ୍କଡ଼ । ଛୁଆ ସିନା ମରିଗଲା ହେଲେ ଏଣେ ତେଣେ ଖୋଜିଚାଲିଥିଲା ମା’ ମାଙ୍କଡ଼ ।

ଭୂତାଣୁ ଭୟରେ ସମସ୍ତେ ଭୟଭୀତ । ଶୂନଶାନ ରାସ୍ତା ଘାଟ, ସବୁଠି ନିରବ । ହେଲେ ମାଙ୍କଡ଼ମାନଙ୍କ ଚାଲିଥିଲା ମଜା ମସ୍ତି । ଏ ଡାଳରୁ ସେ ଡାଳ ଡେଇଁ ମା କୋଳକୁ ଆସୁଥିଲା କୁନି ମାଙ୍କଡ଼ । କ୍ଷୀର ପିଇବ, ଆଉ ଘଡ଼ିଏ ଶୋଇଯିବ । ହେଲେ କିଏ ଜାଣିଥିଲା ମା’ କୋଳ ବଦଳରେ ମୃତ୍ୟୁ ଛକିଥିଲା ଲୁହା ଗ୍ରୀଲରେ । ମା’ ପାଖକୁ ଡେଉଁଥିବା ବେଳେ, ଖସିପଡ଼ିଥିଲା ଲୁହାର ଗ୍ରୀଲ ଉପରେ । ପେଟ ଖଣ୍ଡିଆ ହୋଇ ରକ୍ତ ଜୁଡ଼ବୁଡ଼ୁ ସହ ଯନ୍ତ୍ରଣା ପାଉଥିଲା କୁନି ମାଙ୍କଡ଼ । ଏଇଠି ଅଟକିନଥିଲା ମା’ର ମନ । ପିଲାକୁ କୋଳକୁ ନେଇ କାନ୍ଦୁଥିଲା, ଆଉ କେତେ କଥା କହିଯାଉଥିଲା । ମା ପାଖରୁ ମାଙ୍କଡ଼ ଛୁଆକୁ ଉଦ୍ଧାର କରି ନିଆଯାଇଥିଲା ହସ୍ପଟିଲା । ହେଲେ ଅଧାରାସ୍ତାରେ ସେ ମରିଯାଇଥିଲା

ଏ ହେଉଛି ମା’ଠୁ ତାର ଛୁଆକୁ ନେବା ସମୟର ଦୃଶ୍ୟ । ପିଲାକୁ ନପାଇ ଏପଟ ସେପଟ ହେଉଥିଲା ଆଉ କାନ୍ଦୁଥିଲା । କେତେବେଳେ ବନ୍ଦ ଦୋକାନ ତଳେ ଖୋଜୁଥିଲା ତୋ କେତେବେଳେ ଲୁହା ଖମ୍ବ ଉପରେ ଚଢ଼ି ଚାରିଆଡ଼କୁ ଦେଖୁଥିଲା । କାଳେ ତା ପିଲାକୁ ଏଇଠି କେଉଁଠି ଲୁଚାଯାଇଛି । ପାଖରେ ଥିବା ଲୋକଙ୍କ ଆଖିରୁ ବି ପାଣି ଜକେଇ ଆସୁଥିଲା ମା’ର ଏ ମମତାକୁ ଦେଖି । ଛୁଆ ମାଙ୍କଡ଼କୁ ବଞ୍ଚାଇବା ପାଇଁ ଶତ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଯୁବକମାନେ ତାର ସତ୍କାର କରିଛନ୍ତ ।

ଦିଲ୍ଲୀରେ ସୁଧୁରୁଛି କରୋନାର ସ୍ଥିତି, ଦୈନିକ ମୃତ୍ୟୁ ହାର ୩ଶହରୁ କମିଲା

ନୂଆଦିଲ୍ଲୀ: କରୋନା କବଳରୁ ଧିରେ ଧିରେ ମୁକୁଳୁଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାରୁ ଦୈନିକ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ମହାମାରୀ ଯୋଗୁଁ ୨୬୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ଭିତରେ କରୋନାର୬,୪୫୬ ନୂଆ ମାମଲା ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୭୦୬ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟରେ କରୋନା ସଂକ୍ରମିତ ହାର ୧୦.୪୦ ପ୍ରତିଶତକୁ ଖସି ଆସିଛି। ଏହି ସୂଚନା ଦିଲ୍ଲୀ ସରକାରଙ୍କ ହେଲ୍ଥ ବୁଲେଟିନରୁ ଜାରି କରାଯାଇଛି । ଏହାପୂର୍ବରୁ ମେ ୧୪ରେ ଦିଲ୍ଲୀର କରୋନାରେ ମୃତ୍ୟୁ ସଂଖ୍ୟା ୩୦୦ ରୁ କମ୍ ଆସିଥିଲା। ସେତେବେଳେ ୨୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୧୫ ମେରେ ୩୩୭, ୧୩ ମେରେ ୩୦୮  ଏବଂ ୧୨ ମେରେ ୩୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଦିଲ୍ଲୀରେ କ୍ରମାଗତ ଭାବେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ମେ ୧୨ରେ ପଜିଟିଭ ହାର ୧୭.୦୩ ପ୍ରତିଶତ ଥିଲା। ମେ ୧୩ ରେ ଏହା ୧୪.୨୪ ପ୍ରତିଶତ ଏବଂ ମେ ୧୫ରେ ୧୧.୩୨ ପ୍ରତିଶତକୁ ହ୍ରାସ ପାଇଛି। ସର୍ବଶେଷ ଆକଳନ ପରେ, ଦିଲ୍ଲୀର ମୋଟ ସକ୍ରିୟ ମାମଲା ବର୍ତ୍ତମାନ ୬୨ ହଜାର ୭୮୩ ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୩ ଲକ୍ଷ ୯ ହଜାର ୫୭୮ କରୋନା ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଏଥି ସହିତ ରାଜଧାନୀରେ ଏପର୍ଯ୍ୟନ୍ତ ୨୧ ହଜାର ୫୦୬ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ବ୮ ହଜାର ୮୭ ଜଣଙ୍କୁ ଟିକା ଦିଆଯାଇଛି। ଏହି ସମୟ ମଧ୍ୟରେ ଟିକାର ପ୍ରଥମ ଡୋଜ୍‌ ୮୦ ହଜାର ୨୯୨ ଜଣଙ୍କୁ ଦିଆଯାଇଛି। ୩୭ ହଜାର ୭୯୫ ଲୋକଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି ।

 

ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି: ଦୁର୍ଘଟଣା ଏଡ଼ାଇବାକୁ କୋଭିଡ ହସ୍ପିଟାଲରେ ମୁତୟନ ହେଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଅଗ୍ନିଶମ ବିଭାଗର ଆଗୁଆ ପ୍ରସ୍ତୁତି ।  ନିକଟ ଅତୀତରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡକୁ ଆଖି ଆଗରେ ରଖି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗିକୃତ କୋଭିଡ ହସ୍ପିଟାଲ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ମହାନିର୍ଦ୍ଦେଶକ ଅଗ୍ନିଶମସେବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୬୨ ଗୋଟି କୋଭିଡ ହସ୍ପିଟାଲରେ ୩୮୪ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ କରାଯାଇଛି । ଏଥିସହିତ ଅଧିକ କୋଭିଡ ସଂକ୍ରମିତ ରୋଗୀ ରହିଥିବା ବଡ଼ ବଡ଼ ହସ୍ପିଟାଲମାନଙ୍କରେ ଫାୟାର ଟେଣ୍ଡର ମଧ୍ୟ ମୁତୟନ କରାଯାଇଛି ।

        ରବିବାର ଏମ୍ ଅକ୍ଷୟ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା , ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ବହ୍ମପୁର ମହାନଗରରେ କୋଭିଡ ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଥିବା ୬ ଗୋଟି କୋଭିଡ କେୟାର ହସ୍ପିଟାଲ ଯଥା ଏମ୍‌କେସିଜି କୋଭିଡ ମେଡିକାଲ କଲେଜ -୧, ଏମ୍‌କେସିଜି କୋଭିଡ ମେଡିକାଲ କଲେଜ ୨, ଉତ୍ସର୍ଗୀକୃତ  କୋଭିଡ ହସ୍ପିଟାଲ ଏମ୍‌କେସିଜି ମେଡିକାଲ କଲେଜ, ଅଶ୍ୱିନୀ କୋଭିଡ ହସ୍ପିଟାଲ , ଟାଟା କୋଭିଡ ହସ୍ପିଟାଲ ଶୀତଳାପଲ୍ଲୀ, ସିଟି କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ  । ଏହି ଅବସରରେ ମୁତୟନ ଥିବା କର୍ମଚାରୀ ଓ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତା ପଦକ୍ଷେପ  ଓ ପ୍ରସ୍ତୁତି ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଇଥିଲେ । ଏହା ବ୍ୟତୀତ ଅସିତ ପାଣିଗ୍ରାହୀ ଅଗ୍ନିଶମ ଆରକ୍ଷୀ ମହାନିରୀକ୍ଷକ ଯାଜପୁର ଜିଲ୍ଲାରେ ଥିବା ଟାଟା  କୋଭିଡ ହସ୍ପିଟାଲ ମଧ୍ୟ ପରିଦର୍ଶନ କରି କର୍ମଚାରୀମାନଙ୍କୁ ସହ ଅଗ୍ନିନିରାପତ୍ତା ସମ୍ୱନ୍ଧରେ  ଆଲୋଚନା କରିଥିଲେ । ଏତତ୍ ଭିନ୍ନ ମହାନିର୍ଦ୍ଦେଶକ ଅଗ୍ନିଶମ ସେବା ଉପରୋକ୍ତ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର ଗୁଡ଼ିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ମକ୍ ଡ୍ରିଲ କରାଯାଇ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବା ସହ ଅଗ୍ନିଦୁର୍ଘଟଣା ବାବଦରେ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସଂକ୍ରମଣ ବଢିବାରୁ ବନ୍ଦ ରହିଲା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ପୁରୀ: କୋଭିଡ ସଂକ୍ରମିତ ବୃଦ୍ଧି ଯୋଗୁଁ ଜୁନ ୧୫ ଯାଏ ଜଗା ବନ୍ଦ ରହିଲା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ ୧୫ ଯାଏ ସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ତେବେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଚାଲୁ ରହିବା ନେଇ କହିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ଘଟୁଥିବାବେଳେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ସେହିପରି ଗତକାଲି ଠାରୁ ଅର୍ଥାତ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ମଧ୍ୟ ଆରମ୍ଭ କରାଯାଇଛି ।

ସେପଟେ ବିନା ଭକ୍ତ ଓ ସୀମିତ ସେବାୟତଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯାଇଛି । ଆଗକୁ ମଧ୍ୟ କଟକଣା ଭିତରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ହେବ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଉପସ୍ଥିତ ରହିଥିଲେ ।

ଶୁଦ୍ଧିକ୍ରିୟାରେ ଭୋଜି ଦେଲେନି, ମାଗଣାରେ ଔଷଧ ବାଣ୍ଟିଲେ

ସମ୍ବଲପୁର: ବାପାଙ୍କ ଶୁଦ୍ଧିକ୍ରିୟା ବଦଳରେ ନିଜ ଦୋକାନରୁ ମାଗଣାରେ ଔଷଧ ଦେଲେ ଯୁବକ । କରୋନା ମହାମାରୀ ସମୟରେ ମାନବିକତାର ପରିଚୟ ଦେଲେ ସମ୍ବଲପୁରର ଅକ୍ଷୟ ନାୟକ । ସମ୍ବଲପୁର ଜିଲ୍ଲା ଜାମପାଲି ଗାଁର ଅକ୍ଷୟଙ୍କ ବାପା ଗଣେଶ ନାଏକଙ୍କ ଗତ ୧୨ ତାରିଖରେ ହୃତଘାତରେ ଦେହାନ୍ତ ହୋଇଥିଲା ।

ରାଜ୍ୟରେ କରୋନା ମହାମାରୀ ଓ କଟକଣାକୁ ଦେଖି ଶୁଦ୍ଧିକ୍ରିୟା ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ । ଶୁଦ୍ଧିକ୍ରିୟା ପରିବର୍ତ୍ତେ ପରମାଣପୁର ଛକରେ ଥିବା ନିଜର ଔଷଧ ଦୋକାନରୁ ଗରିବ ଲୋକଙ୍କୁ ମାଗଣାରେ ଔଷଧ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

୧୪ ତାରିଖରୁ ବାପାଙ୍କ ଏକାଦଶ, ଅର୍ଥାତ ମେ ୨୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ଔଷଧ ଦେବେ ବୋଲି କହିଛନ୍ତି । ମାଗଣାରେ ୧୦ ଔଷଧ ଦେବା ନେଇ ସେ ବ୍ୟାନର ମାଧ୍ୟରେ ନିଜ ଦୋକାନ ଆଗରେ ଅବଗତ କରାଇଛନ୍ତି । ଔଷଧ ପାଇଁ ଲୋକଙ୍କ ସଂଖ୍ୟା ବଢୁଥିବାବେଳେ ଏଥିପାଇଁ ଅକ୍ଷୟଙ୍କ ପ୍ରଶଂସା କରିଛନ୍ତି ଲୋକେ ।

ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳ ପାଇଁ କେନ୍ଦ୍ରର SOP

ନୂଆଦିଲ୍ଲୀ: ଫୋକସ୍‌ରେ ଗ୍ରାମାଞ୍ଚଳ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ କରୋନା ସ୍ଥିତି ଉଦବେଗଜନକ ରହିଥିବା ବେଳେ ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପିଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କରୋନା ପରିଚାଳନା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାକୁ ନୂଆ SOP ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଗ୍ରାମାଞ୍ଚଳ, ଆଦିବାସୀ ଅଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ବ ଦିଆଯାଇଛି । କରୋନା ସ୍ଥିତି ତଦାରଖ ସହ ଡୋର ଡୁ ଡୋର ସ୍କ୍ରିନିଂ, ହୋମ୍‌ ଆଇସୋଲେସନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଗୁରୁତ୍ବ ଦିଆଯାଇଛି । ଟେଷ୍ଟିଂ ଉପରେ ଅଧିକ ଫୋକସ୍ ଓ ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି ।