spot_img
Home Blog Page 5638

କନୌଜ ଘାଟରେ ୨ଶହ ଶବ ସମାଧି, କିଏ ପୋତିଲା ?

ଲକ୍ଷ୍ନୌ: ଗଙ୍ଗା ନଦୀରେ ଭାସୁଛି ଶବ । ବିହାରରୁ ଉତ୍ତରପ୍ରଦେଶ ସବୁ ଘାଟରେ କୁଢ କୁଢ ମୃତ ଦେହ । ପ୍ରଶାସନର ଅଜାଣତରେ ଲୋକେ ମୃତ କରୋନା ରୋଗୀଙ୍କ ମୃତ ଦେହ ଭସାଇଦେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଉତ୍ତରପ୍ରଦେଶର କନ୍ନାଉଜ ଗଙ୍ଗା ଘାଟରେ ଶହ ଶହ ଶବ ପୋତାଯାଇଛି । ଏତେ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ କିପରି ମୃତ୍ୟୁ ଘଟିଲା ଏବଂ କିଏ ଗଙ୍ଗା ନଦୀରେ ଏମାନଙ୍କୁ ଭସାଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି । ବିଶେଶକରି ଏଠାରେ କିଏ ସମାଧି ଦେଇଛି ତାହା ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି  ।

ଖବର ମୁତାବକ ଉତ୍ତରପ୍ରଦେଶରେ ସମୁଦାୟ ୨୦୦୦ ପରେ ମୃତ ଦେହ ଜବତ ହେଲାଣି । ସେଥି ମଧ୍ୟରୁ ମାତ୍ରାଧିକ ମୃତବ୍ୟକ୍ତିଙ୍କ ଶରୀର ଗାଜିଆବାଦ, କାନପୁର, ଉନ୍ନାଓ, କନୌଜ ଘାଟରୁ ଉଦ୍ଧାର କରାଯାଇଛି । ସେଥି ମଧ୍ୟରୁ କନୌଜ ଘାଟରୁ ଦୁଇ ଶହରୁ ଅଧିକ ମୃତ ଶରୀରକୁ ଘାଟରେ ସମାଧି ଦିଆଯାଇଥିବା ଜାଣିବାକୁ ମିଳିଛି । ପ୍ରଶାସନ ମୃତକଙ୍କ ତାଲିକା ଲୁଚାଉଥିବା ଅଭିଯୋଗ ହେଉଛି ଅନ୍ୟପଟେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇନାହିଁ ବୋଲି କୁହାଯାଉଛି  । କିନ୍ତୁ ବାସ୍ତବରେ ସମାଧି ଦିଆଯାଇଥିବା ଲୋକ କିଏ ? ସେମାନଙ୍କର ମୃତ୍ୟୁ କରୋନାରେ ହୋଇ ନାହିଁ ତ ? ଯଦି ହୋଇଛି ତେବେ ଏହାର ତାଲିକା କାହିଁକି ପ୍ରଶାସନ ଲୁଚାଉଛି ବୋଲି ପ୍ରଶ୍ନ ଉଠିଛି  ।

ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବା ମୁତାବକ ଘାଟରେ ପ୍ରତିଦିନ ଶବ ଭାସୁଥିବା ଦେଖିବାତକୁ ମିଳିଛି । କିନ୍ତୁ ପ୍ରଶାସନ ଏହି ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ଖୋଦ ସ୍ଥାନୀୟ ଲୋକଙ୍କ ସହାୟତାରେ ଗଙ୍ଗା ଘାଟରୁ ଶବ ଉଦ୍ଧାର ହେଉଛି, ତେଣୁ କେତେ ଲୋକଙ୍କ ମୃତଦେହ ଏଠାରେ ସମାଧି ଦିଆଯାଇଛି ତାହା ପ୍ରଶାସନ ଠାରୁ ଭଳ ଭାବେ ସ୍ଥାନୀୟ ଲୋକ ଜାଣିଥିବା ଦାବି କରିଛନ୍ତି ।

PM କେୟାର୍ସରୁ ମିଳିଛି ଭେଣ୍ଟିଲେଟର: ଅଚଳ ଅଧିକ, ସଚଳ କମ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବରୁ ଜୀବନ ଯାଉଛି । ଗୋଟିଏ କିମ୍ବା ଦୁଇଟି ରାଜ୍ୟରେ ଏଭଳି ସ୍ଥିତି ଘଟିନାହିଁ । ସମ୍ଭବତଃ ଅଧିକାଂଶ ରାଜ୍ୟରେ ଅକ୍ସିଜେନ ଅଭାବ ଭଳି ପରିସ୍ଥିତି । କୋଭିଡର ଦିୱତୀୟ ଲହରରେ ଆକ୍ରାନ୍ତଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ପ୍ରାୟ କହିବାକୁ ଗଲେ ଅଧାରୁ ଅଧିକାଂଶ ଆକ୍ରାନ୍ତଙ୍କୁ ଆବଶ୍ୟକ ପଡୁଛି ଆକ୍ସିଜେନ । ଆଉ ଏପରି ସଙ୍କଟକୁ ଟାଳିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼ ଭଳି ରାଜ୍ୟଗୁଡିକୁ ଅକ୍ସିଜେନ ସିଲିଣ୍ଡର ଏବଂ ଆବଶ୍ୟକୀୟ ସରଞ୍ଜାମ ବିତରଣ କରିଛନ୍ତି ।

କିନ୍ତୁ ଏବେ ଆସିଥିବା ଖବର କିଛି ଅଲଗା । କଥାରେ ଅଛି ଯେପରି ଆମ୍ବ ଦେଖାଇ ହାମ୍ବଡ଼ା ଖୁଆଇ ଦେଲେ, ଠିକ ସେହିଭଳି ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ଅର୍ଥାତ କେନ୍ଦ୍ର ସରକାର ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ସରଞ୍ଜାମ ଦେଇଛନ୍ତି ସତ । କିନ୍ତୁ ତାହା କାର୍ଯ୍ୟକ୍ଷମ ହେଉନାହିଁ । ଅକ୍ଷମ ଭେଣ୍ଟିଲଟର ରୋଗୀଙ୍କ ଆବଶ୍ୟକତାରେ ଆସି ପାରୁନାହିଁ । ତେଣୁ ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ଲବାଚୀ ସୃଷ୍ଟି ହୋଇଛି । ଅନେକ ରାଜ୍ୟ ଏନେଇ ଅଭିଯୋଗ କରିବା ପରେ କେନ୍ଦ୍ର ସରକାର ଏହାର ଅଡିଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଜାବର ତିନୋଟି ମେଡିକାଲ କଲେଜକୁ ପିଏମ କେୟାର ଫଣ୍ଡରୁ ମିଳିଛି ୩୨୦ଟି ଭେଣ୍ଟିଲେଟର ମିଳିଛି । ଏହା ମଧ୍ୟରୁ କେବଳ ୮୩ ଟି କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟ ସମସ୍ତ ଭେଣ୍ଟିଲେଟର ଅଚଳ ବୋଲି ଅଭିଯୋଗ ହୋଇଛି । ସେହିପରି ବିହାରର ୧୩ଟି ଜିଲ୍ଲାକୁ ୧୦୯ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଥିବାବେଳେ ସେଥିରୁ ମଧ୍ୟ ଅଧିକାଂଶ ଭେଣ୍ଟିଲେଟର ଅଚଳ । ଅନ୍ୟପଟେ ଉତ୍ତରପ୍ରଦେଶକୁ ପଠାଯାଇଥିବା ୨୦ ପ୍ରତିଶତ ଭେଣ୍ଟିଲେଟର କାର୍ଯ୍ୟ କରୁନଥିବା ଜଣା ପଡିଛି ।

ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି  । କିନ୍ତୁ ଟେକନିକସିଆନଙ୍କ ଅଭାବ ଯୋଗୁ ଏସବୁ ଅଚଳ ହୋଇଥିବା  କହିଛନ୍ତି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ  । ସେପଟେ ପଞ୍ଜାବ ଏବଂ ରାଜସ୍ଥାନ ମଧ୍ୟ ସମାନ ଆରୋପ ଲଗାଇଛନ୍ତି  । ପିଏମ କେୟାର ଫଣ୍ଡ ନାମରେ ଘୋଟଲା ହୋଇଥିବା ଅଭିଯୋଗ ଆଣିଛନ୍ତି  । ଅଚଳ ଭେଣ୍ଟିଲେଟର ପଠାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ରାଜ୍ୟ ସରକାର  ।

ପୁଅକୁ ବିକି ଦେଲା ବାପା: ମାଆର ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ଶିଶୁ ବିକ୍ରି ଅଭିଯୋଗରେ ଜଣେ ଗିରଫ । ୫୦ ହଜାର ଟଙ୍କା ପାଇଁ ଶିଶୁ ପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କଲା ନୟାପଲ୍ଲୀ ପୋଲିସ । ୫୦ ହଜାର ଟଙ୍କାରେ ବାପା ପୁତ୍ରଟିକୁ ବିକ୍ରି କରିଥିବା ସୂଚନା ରହିଛି । ତେବେ ଏଯାଏଁ ବାପା ଫେରାର ଅଛି । ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ହୃଦୟହୀନ ବାପା । ଏ ନେଇ ଶିଶୁଟିର ମା’ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ତନାଘନା କରିଥିଲା  ପୋଲିସ । ଅଭିଯୁକ୍ତ ବାପା ତପନ ପଲେଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି । ତେବେ ଏଯାଏଁ ଶିଶୁ ପୁତ୍ରଟି ଉଦ୍ଧାର ହୋଇପାରିନାହିଁ ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର କୋଭିଡ୍‌ରେ ମୃତ୍ୟୁ

 

 

ଗଙ୍ଗାରେ ଶବ ଭାସୁଥିବା ଭିଡିଓ ସେୟାର କରିଥିବା ପୂର୍ବତନ IASଙ୍କ ବିରୁଦ୍ଧରେ ମାମଲା

ନୂଆଦିଲ୍ଲୀ: ଗଙ୍ଗାର କୂଳେକୂଳେ କୁଢକୁଢ ଶବ। କନୌଜରୁ କାନପୁର ପର୍ଯ୍ୟନ୍ତ ଶହ ଶହ ଶବ। କେଉଁଠି ମଣିଷ ଶବକୁ କୁକୁର, ବିଲୁଆ ଝୁଣି ଖାଉଛନ୍ତି ତ ପୁଣି କେଉଁଠି ମୃତଦେହର ଅଂଶ ବିଛାଡ଼ି ହୋଇପଡ଼ିଛି। ଜଳ ଜଳ ହୋଇ ବାରି ହୋଇପଡୁଛି କରୋନା ନିୟନ୍ତ୍ରଣରେ ବିଫଳତା। ଭାରତରେ ଏଭଳି ଦୃଶ୍ୟ ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ ମଳିନ କରିଛି। ଧୈର୍ଯ୍ୟ ହରା ହୋଇନଥିବା ଗଙ୍ଗାନଦୀ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ଦେଇଛି କରୋନା। ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ଯିଏ ଏହି ସତକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛି ତାର କଣ୍ଠରୋଧ କରିଦେବାକୁ ଚେଷ୍ଟା କରାଯାଉଛି।

ଗଙ୍ଗାର ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ପୂର୍ବତନ IAS ଅଧିକାରୀ ଏସ୍‌ପି ସିଂଙ୍କ ଉପରେ ୟୁପି ପୋଲିସ୍‌ ମାମଲା ରୁଜୁ କରିଛନ୍ତି। ଏସ୍‌ପି ସିଂ ଗଙ୍ଗାରେ ଭାସୁଥିବା ଶବର ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅବସରପ୍ରାପ୍ତ IAS ଏସ୍‌ପି ସିଂ ଏକ ଟୁଇଟ ମାଧ୍ୟମରେ ଦେଶର ଜନତାଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି। ଏସ୍‌ପି ସିଂ ଏକ ଭିଡିଓ ସେୟାର କରି ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ ଏଭଳି ଅଭାବନୀୟ ଦୃଶ୍ୟ ହିନ୍ଦୁଙ୍କ ପାଇଁ କଳଙ୍କ। ଏହା ପରେ ଏସ୍‌ପି ସିଂ ଶନିବାର ଦିନ ଆଉ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଉତ୍ତରପ୍ରଦେଶରେ ଏବେର କରୋନା ସ୍ଥିତିକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେଉଁମାନେ ଏବେ ସତ କହିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ୟୁପି ପୋଲିସ ମାମଲା ରୁଜୁ କରୁଛି। ମୋ ବିରୁଦ୍ଧରେ ମଧ୍ୟ ୟୁପି ପୋଲିସ୍‌ ଏବେ ୨ ଟି ମାମଲା ରୁଜୁ କରିଛି ବୋଲି କହିଛନ୍ତି ଏସ୍‌ପି ସିଂ।

ସେ ଦୁଇଟି ଭିଡିଓ ସେୟାର କରିଥିଲେ ଯେଉଁ ୨ଟି ଭିଡିଓ ପାଇଁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ପ୍ରଥମ ଭିଡିଓରେ ସେ ବନାରସରେ କରୋନା ସଂକ୍ରମିତଙ୍କ ଶବକୁ ନାଳରେ ଫିଙ୍ଗୁଥିବା ଭିଡିଓ ସେୟାର କରିଥିଲେ ଏବଂ ଏହା ପରେ ଦ୍ୱିତୀୟରେ ଗଙ୍ଗାରେ ଶବ ଭାସୁଥିବା ଭିଡିଓ ସେୟାର କରିଥିଲେ। ଏସ୍‌ପି ସିଂ କହିଛନ୍ତି ଦେଶରେ ଏତେ ସଂଖ୍ୟାରେ ଲୋକ ମରୁଛନ୍ତି ଯେ ଗୋଟିଏ ଗରିବ ଅନ୍ତିମ ସତ୍କାର ପାଇଁ ଶ୍ମଶାନ ପାଉନାହିଁ। ସରକାର କରୋନାରେ ମୃତ୍ୟୁର ହାରକୁ ଲୁଚାଇ ପାରନ୍ତି କିନ୍ତୁ ଶବକୁ କେମିତି ଲୁଚାଇବ ବୋଲି ପ୍ରଶ୍ନ କରିଛନ୍ତି ଏସ୍‌ପି ସିଂ ।

ପୂର୍ବତନ IAS ଅଧିକାରୀ କହିଛନ୍ତି ସରକାର ଏବେ ଭୁଲ ରାସ୍ତାକୁ ଆପଣେଇଛନ୍ତି। ଇଏ ହେଉଛି ଲୋକତନ୍ତ୍ରର ଦେଶ। ଏଠାରେ ବିରୋଧିଙ୍କର କଥାକୁ ଶୁଣିବା ଦରକାର। ବିରୋଧରେ କହୁଥିବା ଲୋକର ବିରୋଧର ମାମଲା ରୁଜୁ କଲେ କହିଛି ଲାଭ ନାହିଁ । କାରଣ ମାମଲା ରୁଜୁ କଲେ ମରିଯାଉଥିବା ଲୋକଟିଏ ଆସୁ ଫେରି ଆସିବ ନାହିଁ। ସେଥିପାଇଁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ IAS ଅଧିକାରୀ ଏସ୍‌ପି ସିଂ ।

ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର: ଜାଣନ୍ତୁ କେଉଁଠି ଦିଆଯିବ ଟିକା

ପୁରୀ: ଟିକାକରଣ କେନ୍ଦ୍ରରେ ପରିବର୍ତ୍ତନ । ସୋମବାର ଠାରୁ ଅର୍ବାନ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ଟିକାକରଣ ହେବ ନାହିଁ । ଏହା ପରିବର୍ତ୍ତେ ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ ରୋଡ୍ ସ୍ଥିତ ବେଟ୍ରିକ ସ୍କୁଲ, ଲୋକନାଥ ରୋଡ୍‌ ସ୍ଥିତ ଗଦାଧର ସ୍କୁଲ, ଭିଆଇପି ରୋଡ୍ ସ୍ଥିତ କନଭେ୍ଟ ସ୍କୁଲ, ଗ୍ରାଣ୍ଡ ରୋଡ୍ ସ୍ଥିତ ବଳଗଣ୍ଡି ସ୍କୁଲ ଓ ଭୋଳାନାଥ ସ୍କୁଲରେ ଟିକାକରଣ କାର୍ଯ୍ୟକ୍ରମ ହେବ । ସକାଳ ୮. ଘଣ୍ଟାରୁ ରୁ ଦିନ ୧୨ ଘଣ୍ଟା ଓ ଅପରାହ୍ଣ ୩ ଘଣ୍ଟାରୁ ରୁ ୬ ଘଣ୍ଟା ଯାଏଁ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଥିସହିତ ପଢ଼ନ୍ତୁ: Delhi Lockdown Extension: ଦିଲ୍ଲୀରେ ଚତୁର୍ଥ ଥର ପାଇଁ ବଢିଲା ଲକଡାଉନ୍,୨୪ ମେ ପର୍ଯ୍ୟନ୍ତ କଟକଣା

ଯୁବକଙ୍କୁ ଅଧିକ ଆକ୍ରାନ୍ତ କରୁଛି ବ୍ଲାକ୍ ଫଙ୍ଗସ, ପୂର୍ବ ତୁଳନାରେ ହୋଇଛି ଅଧିକ ଭୟଙ୍କର

ନୂଆଦିଲ୍ଲୀ: ବିପଦ ବଢ଼ୁଛି ପଛେ କମିବାର ନାଁ ହିଁ ଧରୁନି। ଲାଗୁଛି ଯେମିତି ଏବେ ପୁରା ବିଶ୍ୱକୁ କେହି ଅଭିସାପ ଦେଇଛି। କାରଣ ଗୋଟିଏ ପରେ ଗୋଟିଏ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଯୁବକଙ୍କ ଠାରୁ ବୃଦ୍ଧ ଏବେ ଘର କଣରେ ଭୟରେ ଲୁଚି ରହୁଛନ୍ତି। କେବଳ ରୋଗରୁ ବଞ୍ଚିବା ପାଇଁ। କରୋନାର ଦ୍ୱିତୀୟ ପ୍ରବାହ ପରେ ଏବେ ଦେଶରେ ଆତଙ୍କ ଖେଳାଇଛି ବ୍ଲାକ୍‌ ଫଙ୍ଗସ୍‌। ଦେଶରେ କ୍ରମାଗତ ଭାବରେ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏଥର ଏହି ରୋଗ ଯୁବକମାନଙ୍କୁ ଅଧିକ ପରିମାଣରେ ପ୍ରଭାବିତ କରୁଛି। ଗତ ବର୍ଷ ତୁଳନାରେ ଏଥର ବ୍ଲାକ୍‌ ଫଙ୍ଗସ୍ ଅଧିକ ମାରାତ୍ମକ ହୋଇଛି। ସବୁଠାରୁ ବଡ଼ କଥା ହେଉଛି କରୋନା ସଂକ୍ରମଣରୁ ଠିକ୍‌ ହେବାର କିଛି ସମୟ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ।

ଦିଲ୍ଲୀରେ ଏବେ ବ୍ଲାକ୍‌ ଫଙ୍ଗସରେ ପିଡ଼ିତ ୪୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩୦ ଜଣ ରୋଗୀ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ୧୦ ଜଣ ଦିଲ୍ଲୀ ଏମ୍ସରେ ଏବଂ ଅନ୍ୟ ୫ଜଣ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗ ଏତେ ଭୟଙ୍କରଯେ ଏହି ରୋଗରେ ପିଡ଼ିତ ଲୋକଙ୍କୁ ସିଧା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି। ତିଳେମାତ୍ର ବିଳମ୍ବ କଲେ କରୋନାକୁ ହରାଇ ଆସିଥିବା ବ୍ୟକ୍ତି ବ୍ଲାକ୍‌ ଫଙ୍ଗସ ଆଗରେ ହାର ମାନିଯିବ।  ସେପଟେ ଡାକ୍ତରଙ୍କର କହିବା କଥା ହେଉଛି ଏବେ ବ୍ଲାକ୍‌ ଫଙ୍ଗସରେ ପିଡ଼ିତ ରୋଗୀ ଚିକିତ୍ସା ପାଇଁ ଅନେକ ଆସୁଛନ୍ତି। ଏହି ରୋଗ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି କିମ୍ବା ପୁରା ସୁସ୍ଥ ହୋଇସାରିଥିବା ବ୍ୟକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।

ସାର ଗଙ୍ଗାରାମ ଡାକ୍ତରଖାନା ହେଉ କି ଦିଲ୍ଲୀ ଏମ୍ସ। ଭର୍ତ୍ତି ହୋଇଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ ଯୁବ ମାନଙ୍କର ସଂଖ୍ୟା ବହୁତ ଅଧିକ ରିଛି। ତେବେ ଗଙ୍ଗାରାମ ଡାକ୍ତରଖାନାର ଜଣେ ଚକ୍ଷୁ ଡାକ୍ତରଙ୍କ କହିବା ଅନୁଯାୟୀ ଗତ ବର୍ଷ ଏହି ରୋଗରେ ବୟସ୍କ ଲୋକ ଅଧିକ ସଂକ୍ରମିତ ହେଉଥିଲେ କିନ୍ତୁ ଏବେ ଏହି ରୋଗରେ ୩୦ରୁ ୫୦ ବର୍ଷର ବ୍ୟକ୍ତି ମଧ୍ୟ ଅଧିକ ସଂକ୍ରମିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଏହି ରୋଗ ଏବେ ତାର ରୂପକୁ ପରିବର୍ତ୍ତନ କରି ଅଧିକ ଘତକ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି।

ଏହା ମସ୍କିଷ୍କ, ଫୁସଫୁସ ଏବଂ ଚର୍ମ ଉପରେ ପ୍ରଭାବ ପକାଉଛି। କେବେ କେବେ ଆଖିର ରଶ୍ମୀ ମଧ୍ୟ ଚାଲିଯାଏ ଏବଂ ନାକର ହାଡ଼ ମଧ୍ୟ ପ୍ରଭାବିତ ହୁଏ । ଏହାଦ୍ୱାରା ମୁହଁରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ସାଇନସ ସମସ୍ୟା, ନାକରେ ଯନ୍ତ୍ରଣା ଏବଂ ଜ୍ୱର ଭଳି ସମସ୍ୟା ହୁଏ । ଫୁସଫୁସରେ ଏହି ରୋଗ ହେବାଦ୍ୱାରା କାଶ, ଛାତି ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦିଏ । କେବଳ ସେତିକି ନୁହେଁ ଚର୍ମ କଳା ପଡ଼ିଯିବା ଭଳି ସମସ୍ୟା ଦେଖାଦିଏ । ଏହା ସହିତ ପେଟ ଯନ୍ତ୍ରଣା ମଧ୍ୟ ହୁଏ ।

ତେବେ ଏହି ବ୍ଲାକ୍‌ ଫଙ୍ଗସରୁ କେମିତି ରକ୍ଷା ପାଇବେ। ଡାକ୍ତରଙ୍କର କହିବା ଅନୁଯାୟୀ ପ୍ରଥମେ କରୋନା ରୋଗୀଙ୍କ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ଜରୁରି। ଖାଲି ସେତିକି ନୁହେଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଏବଂ ଠିକ୍‌ ପରିମାଣରେ ଷ୍ଟେରଏଡ ଦିଆଯାଉଛି କି ନାହିଁ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଷ୍ଟେରଏଡ ନେଉଥିବା ରୋଗୀଙ୍କୁ ଏହି ରୋଗ ହେବାର ଅଧିକ ବିପଦ ରହିଛି। କାରଣ ଷ୍ଟେରଏଡ ଦେହରେ ରୋଗ ପ୍ରତିରୋଧକ ତନ୍ତ୍ରକୁ ଦୁର୍ବଳ କରିଦେଇଥାଏ। ଏହି କାରଣରୁ ବ୍ଲାକ୍‌ ଫଙ୍ଗସ ତାର କାୟା ବିସ୍ତାର କରିବାକୁ ସୁଯୋଗ ପାଇଥାଏ। ତେବେ ବ୍ଲାକ୍‌ ଫଙ୍ଗସର ଲକ୍ଷଣକୁ ପ୍ରଥମରୁ ଚିହ୍ନି ତାର ଚିକିତ୍ସା କହିବା ଜରୁରୀ ।

ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଯେଉଁ ମାନେ କରୋନା ସଂକ୍ରମିତ ହେବା ପରେ ଘରେ ହୋମ ଆଇସୋଲେସନ୍‌ରେ ରହିଛନ୍ତି। ସେମାନେ ଡାକ୍ତରଙ୍କର ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। କାରଣ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଇଲେ ବ୍ଲାକ୍‌ ଫଙ୍ଗସର ଶୀକାର ହୋଇପାରନ୍ତି।

ତେବେ ବ୍ଲାକ୍‌ ଫଙ୍ଗସରୁ ବଞ୍ଚିବା ପାଇଁ ମ୍ୟୁକୋରମାଇକୋସିସର ଚିକିତ୍ସା ଆବଶ୍ୟ । ଯାହା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ। ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଆମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଆଯାଏ। ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣିର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ। କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା। ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା: ୧୩ ରାଜ୍ୟକୁ ପଠାଇଲାଣି ୧୪୨୯୪ ମାଟ୍ରିକ୍ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର:  କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଏଯାବତ୍ ମୋଟ  ୭୭୭ ଟ୍ୟାଙ୍କରରେ ୧୪୨୯୪.୧୪୧ ମାଟ୍ରିକ୍ ଟନ୍  ମେଡିକାଲ ଅକ୍ସିଜେନ ପଠାଇଛି ଓଡ଼ିଶା । ଆଉ ଏହି ଅକ୍ସିଜେନ ପ୍ରେରଣରେ ସାରଥି ସାଜିଛି ଓଡ଼ିଶା ପୋଲିସ ।

          ଏଯାବତ୍ ଆନ୍ଧ୍ର ପ୍ରଦେଶକୁ ୨୩୬ ଟ୍ୟାଙ୍କରରେ ୪୬୪୨.୧୨୯ ମାଟ୍ରିକ୍ ଟନ୍ , ତେଲେଙ୍ଗାନାକୁ ୨୦୪ ଟ୍ୟାଙ୍କରରେ ୩୪୬୪ ମାଟ୍ରିକ୍ ଟନ୍, ହରିୟାଣାରୁ ୧୧୩ ଟ୍ୟାଙ୍କରରେ  ୨୧୨୧.୭୨୨ ମାଟ୍ରିକ୍ ଟନ୍, ମଧ୍ୟ ପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୦୨୫.୪୮ ମାଟ୍ରିକ୍ ଟନ୍, ଉତ୍ତରପ୍ରଦେଶ ୪୭ ଟ୍ୟାଙ୍କରରେ ୯୨୧.୮୫୧ ମାଟ୍ରିକ୍ ଟନ୍, ମହାରାଷ୍ଟ୍ର  ୩୪ ଟ୍ୟାଙ୍କରରେ ୫୬୬.୬୭୧ ମାଟ୍ରିକ୍ ଟନ୍, ଛତିଶଗଡ଼ ୨୬ ଟ୍ୟାଙ୍କରରେ ୩୯୯.୨୮୨ ମାଟ୍ରିକ୍ ଟନ୍, ଦିଲ୍ଲୀ ୨୨ ଟ୍ୟାଙ୍କରରେ ୪୧୦.୨୪ ମାଟ୍ରିକ୍ ଟନ୍, ତାମିଲନାଡ଼ୁ ୨୨ ଟ୍ୟାଙ୍କରରେ ୪୦୮.୦୮୭ ମାଟ୍ରିକ୍ ଟନ୍, କର୍ଣ୍ଣାଟକ ୬ ଟ୍ୟାଙ୍କରରେ ୧୨୦.୯୬ ମାଟ୍ରିକ୍ ଟନ୍ , ପଞ୍ଜାବ ୪ ଟ୍ୟାଙ୍କରରେ ୧୦୭.୮୯ ମାଟ୍ରିକ୍ ଟନ୍, ବିହାର ୩ ଟ୍ୟାଙ୍କରରେ ୬୬.୧୪ ମାଟ୍ରିକ୍ ଟନ୍ ଓ ରାଜସ୍ଥାନକୁ ୨ ଟ୍ୟାଙ୍କରରେ ମୋଟ ୩୯.୪୨ ମାଟ୍ରିକ୍ ଟନ୍ ମେଡିକାଲ ଅକ୍ସଜେନ୍ ପଠାଯାଇଛି ।

ଗଛ ମୂଳେ କରୋନା ଆକ୍ରାନ୍ତ, ଡ଼ାଳରେ ଝୁଲୁଛି ସାଲାଇନ

ପାଟନା: ନିମ୍ବ ଗଛ ମୂଳେ ଲାଗିଛି ସାଲାଇନ । କୋଭିଡ ଆକ୍ରାନ୍ତଙ୍କ ଚାଲିଛି ଚିକିତ୍ସା । ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚିତ୍ରଟି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଅଞ୍ଚଳର ହୋଇଥିବା ଜଣା ପଡିଛି ।

ଭାଇରାଲ ଭିଡିଓରୁ ମିଳିଥିବା ଖବର ମୁତାବକ କୋଭିଡ ଆକ୍ରାନ୍ତ ହୋଇଥିବା କିଛି ବ୍ୟକ୍ତି ମେଡିକାଲ ପରିବର୍ତ୍ତେ ନିମ୍ବ ଗଛ ମୂଳେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରିବା ପାଇଁ ଜଣେ ବ୍ୟକ୍ତି ପାଖରେ ବସିଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି ଉକ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ସାଲାଇନ ସଂଯୋଗ କରାଯାଇଛି । କିନ୍ତୁ କୌଣସି ମେଡିକାଲ ସାମଗ୍ରୀ ପାଖରେ ନଥିବାବେଳେ ଗଛର ଡାଳରେ ବନ୍ଧାଯାଇଛି ସାଲାଇନ ବୋଟଲ । ଏବଂ ଖଟିଆ ଉପରେ ଶୋଇ ରହିଛନ୍ତି ଆକ୍ରାନ୍ତ । କିନ୍ତୁ ଏଠି କୌଣସି ଆଇସୋଲେସନ ୱାର୍ଡ ନଥିବାବେଳେ କୋଭିଡ ଆକ୍ରାନ୍ତ ଖୋଲା ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଯଦ୍ବାରା ସଂକ୍ରମଣ କମିବା ପରିବର୍ତ୍ତେ ବାୟୁରେ ବାପିବା ନୋଇ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ୱର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର କୋଭିଡ୍‌ରେ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି । କଟକ ବଡ଼ ମେଡ଼ିକାଲରେ ଏହି କଏଦୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୪୫ ବର୍ଷୀୟ ତ୍ରିପତି ମହାନ୍ତି । ଜେଲରେ ପୂର୍ବରୁ ୩ ଥର କୋଭିଡ୍‌ ଟେଷ୍ଟ ହୋଇଥିଲେ ବି ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ଗତ ୧୧ ତାରିଖରେ ତ୍ରିପତି ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଗୁରୁତର ହେବାରୁ ଏମ୍ସକୁ ନିଆଯାଇଥିଲା । ଗତକାଲି ସେଠାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଚଳିତବର୍ଷ ୩ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲରେ ଥିବା କଏଦୀମାନକୁ ଟୀକା ଦେବା ପାଇଁ ଚିଠି ଲେଖା ହୋଇଛି । ଜେଲ ସାନିଟାଇଜ କରିବାକୁ ବିଏମସିକୁ ଅବଗତ କରାଯାଇଛି । ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି ।

ପାଇରେଟେଡ୍‌ ସାଇଟରେ ରାଧେର ଷ୍ଟ୍ରିମିଂ, ସଲମାନ ରାଗିଯାଇ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପ୍ରତି ବର୍ଷ ଇଦ୍‌ରେ ସଲମାନ ଖାନଙ୍କ ଗୋଟିଏ ନୂଆ ଚଳଚ୍ଚିତ୍ର ଚଳଚିତ୍ର ବଜାରକୁ ଆସିଥାଏ। ଏଥର ମଧ୍ୟ ଦର୍ଶକଙ୍କ ମନକୁ କରୋନା କାଳରେ ଝୁମେଇବା ପାଇଁ ରିଲିଜ ହୋଇଛି ରାଧେ। ମୋଷ୍ଟ ଓ୍ୱାଣ୍ଟେଡ ସମସ୍ତଙ୍କର ଚାହିଦା ଭାଇଜାନ୍‌ଙ୍କ ଏହି ଚଳଚିତ୍ର ଇଦ୍‌ରେ ମୁକ୍ତିଲାଭ କରିଛି। ରିଲିଜ ହେବା ପରେ ସଲମାନଙ୍କ ଫିଲ୍ମ ଭଲ ଇନ୍‌କମ୍‌ରେ ଭଲ ରେକର୍ଡ କରିଛି। କିନ୍ତୁ ଗୋଟିଏ ପଟେ ସଲମାନ ତାଙ୍କ ଚଳଚ୍ଚିତ୍ରର ଏହି ସଫଳତାକୁ ନେଇ ଖୁସି ଥିବା ବେଳେ, ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପାଇରେଟେଡ ସାଇଟରେ ପ୍ରସାରିତ ହୋଇଥିବାରୁ ସେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି।  ସଲମାନ ଟ୍ୱିଟ୍ କରି ପାଇରେଟେଡ ସାଇଟ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଭିନେତା ଟ୍ୱିଟ୍ କରି କହିଛନ୍ତି – ‘ଆମେ ଆପଣଙ୍କୁ ରାଧେ ଚଳଚ୍ଚିତ୍ର ବହୁତ କମ୍‌ ୨୪୯ ଟଙ୍କାରେ ଦେଖାଇଲୁ।ଏହା ସତ୍ତ୍ୱେ ପାଇରେଟେଡ ସାଇଟଗୁଡିକ ରାଧେକୁ ବେଆଇନ ଭାବରେ ଷ୍ଟ୍ରିମ୍ କରୁଛନ୍ତି, ଯାହା ଏକ ଗୁରୁତର ଅପରାଧ। ଏହି ଡକାୟତି ହୋଇଥିବା ସାଇଟଗୁଡିକ ବିରୁଦ୍ଧରେ ସାଇବର ସେଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦୟାକରି ଡକାୟତି ସହିତ ଜଡିତ ହୁଅନ୍ତୁ ନାହିଁ ନଚେତ୍ ସାଇବର ସେଲ୍ ମଧ୍ୟ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଯଦି ଦେଖିବା ତେବେ ରାଧେ ପିଲ୍ମକୁ ୟୁଏଇରେ ୫୦% ପ୍ରେକ୍ଷାଳୟର କ୍ଷମତା ସହିତ ମୁକ୍ତିଲାଭ କରାଯାଇଥିଲା। ​​ ୟୁଏଇରେ ଉଦଘାଟନୀ ଦିବସରେ ରାଧେ ୩୭୯,୦୦୦ ଆମେରିକୀୟ ଡଲାର ସଂଗ୍ରହ କରିଥିଲା, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ୨୭୭୭,୨୭୭୮ କୋଟି ଅଟେ। ଏହା କେବଳ ସଲମାନ ଖାନଙ୍କ ପୂର୍ବ ଚଳଚ୍ଚିତ୍ର ଦବଙ୍ଗ ୩ ଠାରୁ ଅଧିକ ନୁହେଁ ବରଂ ‘ଗରଜିଲା ବରସେସ କଙ୍ଗ’ ଅପେକ୍ଷା ଅଧିକ ଲାଭ ହୋଇଛି ।