spot_img
Home Blog Page 5643

PMଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ଭ୍ୟାକସିନକୁ ନେଇ ଆଲୋଚନା

ନୂଆଦିଲ୍ଲୀ: କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ କରୋନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଭ୍ୟାକ୍ସିନ୍‌ ଉପରେ ବି ଆଲୋଚନା ହେଉଥିବା ସୂଚନା ମିଳିଛି । ବୈଠକରେ ନୀତି ଆୟୋଗ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ପ୍ରତିନିଧି ସାମିଲ ହୋଇଛନ୍ତି ।

ଦେଶରେ କରୋନା ସ୍ଥିତି ଉତ୍କଟ ହେଉଥିବାବେଳେ ଗୋଟେପଟେ ଅକ୍ସିଜେନର ଅଭାବ ଚିନ୍ତାର କାରଣ ପାଲଟିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ତଦନୁଯାୟୀ ବୃଦ୍ଧି ଘଟିବାରେ ଲାଗିଛନ୍ତି । ତେଣୁ ସମସ୍ତ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜଣାପଡିଛି ।

ବୈଠକରେ ନୀତି ଆୟୋଗ ସଦସ୍ୟ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ, ଏବଂ ଗୃହ ମନ୍ତ୍ରାଳୟର ଅନେକ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି  । ଭ୍ୟାକସିନ ଯୋଗାଣ, ଦେଶରେ କୋଭିଡ ଗାଇଡଲାଇନକୁ କଡାକଡ଼ି କରିବା, ଏବଂ ଅକ୍ସିଜେନ ଅଭାବ ଦୀର କରିବା ଆଦି ଦିଗରେ ବୈଠକରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି  ।

ପଶ୍ଚିମବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍

କୋଲକତା: ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆସନ୍ତା କାଲିଠାରୁ ମେ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅଲ୍ପାନ ବନ୍ଦୋପାଧ୍ୟୟ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗରୁ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଥିଲା । କିନ୍ତୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପରଠାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ଯାହାକୁ ନେଇ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ ବୋଲି ଆଶଙ୍କ କରାଯାଉଥିଲା ।
୧୬ ମେ ସକାଳୁ ୩୦ ମେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ଏହି ସମୟରେ ସ୍କୁଲ ଓ କଲେଜ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହା ସହିତ କେବଳ ଜରୁରୀକାଳିନ ସେବାକୁ ଛାଡି ଅନ୍ୟ ସବୁ ସରକାରୀ ଅଫିସ ଓ ବେସରକାରୀ ଅଫିସ ବନ୍ଦ ରହିବ । ୧୫ ଦିନ ପର୍ଯ୍ୟନ୍ତ ସରକାର ସମସ୍ତ ରାଜନୈତିକ,ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି ।
ଦୋକାନା ଖୋଲିବା ସମୟ
ଲକଡାଉନ କାଳରେ ସକାଳେ ୭ରୁ ୧୦ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହା ସହିତ ସରକାର ସାଧାରଣ ପରିବହନ ବ୍ୟାବସ୍ଥା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଅନ୍ତରାଜ୍ୟ ବସ ଚଳାଚଳ ସହିତ ମେଟ୍ରୋ ଓ ଫେରି ସର୍ଭିସ ମଧ୍ୟ ବନ୍ଦ ରହିବ । ଟ୍ରକ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି ।
ପେଟ୍ରୋଲ ପମ୍ପ୍ ଓ ଏଟିଏମ୍ ଖୋଲା ରହିବ
ଲକାଡାଉନ୍ କାଳରେ ଜରୁରୀ କାଳିନ ସେବା ସହିତ ପେଟ୍ରୋଲ ପମ୍ପ ଓ ଏଟିଏମ୍ ଖୋଲା ରହିବ । ମାତ୍ର ୫୦ ଲୋକଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେବ ବୋଲି ଆଦେଶରେ କୁହାଯାଇଛି ।

ଆରବ ଦୁନିଆକୁ କେମିତି ବଦଳାଇ ଦେଇଥିଲା ୬ ଦିନର ଯୁଦ୍ଧ ?

ଇସ୍ରାଏଲ୍ ଜୋରଦାର ଏୟାରଷ୍ଟ୍ରାଇକ୍ କରି ଗାଜା ସହରର ଏକ ୬ ମହଲା କୋଠାକୁ ମାଟିରେ ମିଶାଇ ଦେଇଛି। ଇସ୍ରାଏଲ୍ରେ ଆଭ୍ୟନ୍ତରୀଣ ଅଶାନ୍ତି ଲାଗିରହିଛି। ଅନେକ ସ୍ଥାନରେ ଇହୁଦି ଏବଂ ଆରବଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଖବର ମିଳିଛି । ସୋମବାରଠୁ ଆରମ୍ଭ ହୋଇଥିବା ଏହି ହିଂସାରେ ଗାଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୭ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ ପକ୍ଷରୁ ସୀମାରେ ସେନା ସଂଖ୍ୟା ବୃଦ୍ଧି କରାଯାଇଛି। ଏଥିରୁ ଆଶଙ୍କା କରାଯାଉଛି ପରିସ୍ଥିତି ୨୦୦୮-୯ କିମ୍ବା ୨୦୧୪ ଭଳି ଭୟଙ୍କର ହୋଇପାରେ। ସେନା ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ କହିଥିବା ବେଳେ ଲେଫ୍ଟନାଣ୍ଟ କର୍ଣେ୍ଣଲ୍ ଜୋନାଥନ କହିଛନ୍ତି, ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୈନିକଙ୍କୁ ସୂଚନା ଦିଆଯାଉଛି।

ଅନ୍ୟପଟେ ଇସ୍ରାଇଲର ପ୍ରଧାନମନ୍ତ୍ରୀ ବେଜାମିନ୍ ନେତ୍ନ୍ୟାହୁ ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସକୁ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ବିରୁଦ୍ଦରେ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହା ସେମାନେ ସ୍ୱପ୍ନରେ ବି ଭାବିନଥିବେ । ତାସହ ଇସ୍ରାଇଲର ରାଷ୍ଟ୍ରପତି ନିଜ ଦେଶବାସୀଙ୍କୁ ମଧ୍ୟ କହିଛନ୍ତି ଯେ ସମସ୍ତେ ସଶସ୍ତ୍ର ହୋଇ ସର୍ତକ ରୁହନ୍ତୁ । ଇସ୍ରାଇଲ ସେନା ଅନୁସାରେ ସୋମବାର ଦିନ ଅର୍ଥାତ ୧୦ ମେ ଦିନ ହମାସ ୧ହଜାରରୁ ଅଧିକ ରକେଟ୍ ଦ୍ୱାରା ଆକ୍ରମଣ କରିଥିଲା । କିନ୍ତୁ ତା ବାଦ୍ ଦୁନିଆର ଅଧିକାଂଶ ମୁସଲିମ୍ ଦେଶ ପାଲେଷ୍ଟିନର ସପକ୍ଷରେ ଛିଡାହେଇଛି ।

ହେଲେ ଇସ୍ରାଇଲ ବିରୁଦ୍ଦରେ କଡାକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଇସ୍ରାଇଲ ସହ ଭୀଷଣ ଯୁଦ୍ଧ ହେଲେ କଣ ଆରବ ଦେଶ ତାର ମୁକାବିଲା କରିପାରିବେ । କାହିଁକି ନା ଇସ୍ରାଇଲର ଇତିହାସ ଅନୁସାରେ ପୂର୍ବରୁ ଆରବ ଦୁନିଆକୁ ଇସ୍ରାଇଲ ଯୁଦ୍ଧକ୍ଷେତ୍ରରେ ଧୂଳି ଚଟାଇସାରିଛି । ୧୯୬୭ ଜୁନରେ ଇସ୍ରାଇଲ ଓ ଆରବ ଦେଶ ଭିତରେ ହୋଇଥିବା ଯୁଦ୍ଧରେ ଭୈାଗଳିକ ନକ୍ସାର ହିଁ ପରିବର୍ତ୍ତନ ହୋଇଯାଇଥିଲା । ଏହି ଯୁଦ୍ଧରେ ଇସ୍ରାଇଲ ବିରୁଦ୍ଧରେ ଥିଲେ ଆରବ ଦେଶ ମିଶର,ସିରିୟା ଓ ଜୋର୍ଡାନ । ୬ଦିନ ଧରି ଚାଲିଥିବା ଏହି ଯୁଦ୍ଧର ଫଳାଫଳ ଏୈତିହାସିକ ଥିଲା । ଏହାପୂର୍ବରୁ ଇସ୍ରାଏଲ ଓ ଆରବ ଦେଶ ମଧ୍ୟରେ ଯୁଦ୍ଧ ନ କରିବା ପାଇଁ ଅନେକ ରାଜନୈତିକ ଅଙ୍କ କଷାହେଲା । କିନ୍ତୁ କିଛି ବି ଆଲୋଚନା ପର୍ଯ୍ୟାଲୋଚନା କାମ ଦେଇନଥିଲା । ସେ ସମୟରେ ଇସ୍ରାଏଲ ଏହିସବୁ ଆରବଦେଶର ଏୟାରବେସ୍କୁ ଧ୍ୱଂସ କରିଦେଇଥିଲା ।

 

 

 

ଇସ୍ରାଏଲର ବାୟୁସେନା ଆକାଶମାର୍ଗରୁ ଆକ୍ରମଣ କରି ଆରବଦେଶଗୁଡିକର ନକ୍ସା ହିଁ ବଦଳାଇଦେଇଥିଲେ । ୬ଦିନ ଯୁଦ୍ଧ ପରେ ଇସ୍ରାଏଲର ଜିତ୍ ହେଲା । ତାପରେ ଇସ୍ରାଏଲ ମିଶର ଠୁ ସିନାୟୀ ପ୍ରାୟଦ୍ୱୀପ ,ଗାଜା ପଟୀ,ଜୋର୍ଡାନ ଠୁ ବେଷ୍ଟ ବ୍ୟାଙ୍କ, ଓ ସିରିୟାଠୁ ଗୋଲାନ୍ ହାଇଟସ୍ ଛଡାଇନେଇଥିଲା । ସଂଯୁକ୍ତ ରାଷ୍ଟ୍ରର ହସ୍ତକ୍ଷେପ ପରେ ଯୁଦ୍ଧରେ ବିରାମ ଲାଗିଥିଲା । ଅସଲରେ ୧୯୪୮ରେ ଆରବଦେଶ ଇସ୍ରାଏଲର ଅସ୍ତିତ୍ୱକୁ ହରାଇବା ପାଇଁ ପ୍ରଥମେ ଆକ୍ରମଣ କରିଥିଲା । ତାପରେ ସୁଏଜ କେନାଲକୁ ନେଇ ଦିତ୍ୱୀୟ ସଂଙ୍କଟ ୧୯୫୬ରେ ଉପୁଜିଥିଲା । ଆରବ ଦେଶ ସହ ସଂଘର୍ଷରେ ୧୯୪୮ରେ ୟହୁଦି ତାଙ୍କର ପବିତ୍ର ଭୂମିକୁ କବ୍ଚା କରିନେଇଥିଲେ । ସେଥିପାଇଁ ପାଲେଷ୍ଟାଇନ ଏହାକୁ ଅଲ ନକବା ବା ବିନାଶକାରୀ ବୋଲି ଘୋଷଣା କରିଦେଇଥିଲା । ସେ ସମୟରେ ପାଖାପାଖି ୭ଲକ୍ଷ ପାଲେଷ୍ଟାଇନ ବାସିନ୍ଦା ବେଘର ହୋଇଯାଇଥିଲେ ।୧୯୫୦ ରୁ ୧୯୬୦ ଭିତରେ ଆଉ କୈାଣସି ଯୁଦ୍ଧ ହୋଇନଥିଲା କିନ୍ତୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଥିଲା । ଇସ୍ରାଇଲ ଭଲଭାବରେ ଜାଣିଥିଲା ଯେ ଆଗାମୀ ଦିନରେ ନିଶ୍ଚିତ ଭାବେ ଯୁଦ୍ଧ ହେବ । ୧୯୬୭ ଆରମ୍ଭରୁ ଇସ୍ରାଏଲର ନେତାମାନେ ଆରବ ସହ ମୁକାବିଲା ଓ ସମାନତାର ଯୁକ୍ତି ବାଢିଲେ । ଆଉ ତାପରେ ହିଁ ୫ ଜୁନ୍ ୧୯୬୭ରେ ଇସ୍ରାଇଲର ବାୟୁସେନା ନିଜର ମିଶନ ଫୋକସ୍ ଆରମ୍ଭ କଲା । ଏବଂ ମିଶରର ୧୮ଟି ବିଭିନ୍ନ ଆଡ୍ଡା ଉପରେ ଆକାଶ ମାର୍ଗରୁ ଇସ୍ରାଇଲର ୨୦୦ ଲଢୁଆ ବିମାନ ଆକ୍ରମଣ କଲେ । ଯାହା ଫଳରେ ମିଶରର ୯୦ ପ୍ରତିଶତ ବାୟୁସେନା ଧ୍ୱଂସ ହେଇଗଲା । ଆଉ ତାପରେ ନିଜ ଆକ୍ରମଣର ଦିଗ ବଦଳାଇଲା ଇସ୍ରାଏଲ ଓ ସିରିୟା ଜୋର୍ଡାନ ଏବଂ ଇରାକ୍ର ବାୟୁସେନା ଉପରେ ଆକ୍ରମଣ କରି ସବୁକିଛି ଧ୍ୱଂସ କରିଦେଲା । ଏହି ୬ ଦିନର ଯୁଦ୍ଧ ଆରବ-ଇସ୍ରାଏଲ ସମୀକରଣ ହିଁ ବଦଳାଇ ଦେଇଥିଲା । ଇସ୍ରାଏଲ ଆରବ ଦୁନିଆକୁ ଡରାଇବାରେ ସଫଳ ହୋଇଥିଲା ।

ଆପଦରେ ଅବସର ଖୋଜୁଛି ଚିନ୍, ଭାରତକୁ ଦେଉଛି ନିମ୍ନମାନର ମେଡିକାଲ ଉପକରଣ

ସଂକଟ ବେଳେ ପଡୋଶୀର ସାଘାଂତିକ ଷଡଯନ୍ତ୍ର । ମହାମାରୀ ସମୟରେ ଚୀନ୍ର ମହା ଚାଲ୍ । ଜୀବନ ଯାଉଥିବାବେଳେ ଲାଭ ଦେଖୁଛି ଏଇ ବିସ୍ତାରବାଦୀ ଚୀନ୍ । ସାରା ଦୁନିଆକୁ କରୋନାର ବିପଦ ମଧ୍ୟକୁ ଠେଳିଦେଇ ଏବେ ରଚୁଛି ଷଡଯନ୍ତ୍ର । ସାହାଯ୍ୟ ନାଁରେ ଦେଉଛି ମୃତ୍ୟୁର ଉପହାର । ଭାରତରେ କୋରନା ସ୍ଥିତି ଜଟିଳ ପରିସ୍ଥିତିରେ ରହିଛି । ପ୍ରତିଦିନ ହଜାରହଜାର ଲୋକଙ୍କର ଜୀବନ ଯାଉଛି । ଅକ୍ସିଜେନ ଅଭାବରେ ଛଟପଟ ହୋଇ ଚାଲି ଯାଉଛି ସଂକ୍ରମିତଙ୍କ ଜୀବନ । ଏଭଳି ଭୟଙ୍କର ବିପଦ ସମୟରେ ଭାରତକୁ ପଛପଟୁ ମାରିବାକୁ ଚେଷ୍ଟା କରୁଛି ଚୀନ୍ । ଦେଶରେ ମେଡିକାଲ ସାମଗ୍ରୀର ଅଭାବ ଥିବାରୁ ଭାରତ ପଡୋଶୀ ଦେଶରୁ ଏହାର ଆମଦାନୀ କରୁଛି । ହେଲେ ସାହାର୍ଯ୍ୟ ନାଁରେ ଚୀନ ନକଲି ସାମଗ୍ରୀ ପଠାଉଥିବା ଜଣାପଡିଛି । ଚୀନରୁ ବିପୁଳ ପରିମାଣରେ ମେଡିକାଲ ଉପକରଣ ଭାରତକୁ ଆସୁଛି ।

ଦେଶରେ ଅକ୍ସିଜେନର ଅଭାବ ଦୁର କରିବାକୁ ଚୀନର ବିଭିନ୍ନ କମ୍ପାନୀରୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଆମଦାନୀ କରୁଛି ଭାରତ । ହେଲେ ଚୀନର କୁଟିଳ ପ୍ରକୃତି ପାଇଁ ଏବେ ଭାରତ ଅସୁବିଧାର ସମ୍ମୁଖିନ ହେଉଛି । କାରଣ ଅସଲି ବଦଳରେ ଦେଶକୁ ନକଲି ସାମଗ୍ରୀ ପଠାଇ ବ୍ୟବସାୟୀକ ଲାଭ କରୁଛି ଚୀନ୍ । ଜୀବନ ବଞ୍ଚାଇବା ପରିବର୍ତ୍ତେ ନିମ୍ନମାନର ମେଡିକାଲ ଉପକରଣ ପ୍ରଦାନ କରି ମୃତ୍ୟୁର ଖେଳ ଖେଳୁଛନ୍ତି ଚୀନ କମ୍ପାନୀ । ଏହା ସହିତ ସମାନ ଜିନିଷର ଦାମକୁ ମଧ୍ୟ ଅହେତୁକ ଭାବେ ବୃଦ୍ଧି କରିଛନ୍ତି । ଶକ୍ତିଶାଳୀ ରାଷ୍ଟ୍ର ହେବା ନିଶାରେ ଚୀନର ଏହି ଖେଳ ଭୂତାଣୁ ଭୟଠୁ ଆହୁରି ଭୟାନକ ହେଲାଣି । ରିପୋର୍ଟ ଅନୁସାରେ ଆମଦାନୀ ହେଉଥିବା ମେଡିକାଲ ସାମଗ୍ରୀର ଦର ୨ରୁ ୩ଗୁଣ ବଢିଛି । ଦାମ ବଢିଥିଲେ ମଧ୍ୟ ଆସୁଥିବା ସାମଗ୍ରୀର ଗୁଣାବତ୍ତା ଅତ୍ୟନ୍ତ ଖରାପ ।

ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ବୋଲି ବିଶେଷଜ୍ଞ କହିଛନ୍ତି । ଅଧିକ ଟଙ୍କା ଦେଇ ଦେଶ ଖରାପ ସାମଗ୍ରୀ କିଣୁଛି । ସେପଟେ ଟଙ୍କା ନେଇ ମାଲେମାଲ ହେଉଛି ଚୀନ୍ । ଅଭିଯୋଗ ଅନୁସାରେ ହାଇଲେବୁଲ ଅକ୍ସିଜେନ ବଦଳରେ ନର୍ମାଲ କନସେଣ୍ଟ୍ରେଟରରେ କମ୍ପ୍ରେସର ନଲଗାଇ ଚୀନ ଭାରତକୁ ରପ୍ତାନୀ କରୁଛି । ତେବେ ବଡକଥା ହେଲେ ପୂର୍ବରୁ ଦିଆଯାଇଥିବା ଅର୍ଡରକୁ କମ୍ପୀନୀମାନେ କ୍ୟାନସଲ କରିଦେଉଛନ୍ତି । ଆଉ ଅଧିକ ଦରରେ ସାମଗ୍ରୀ ନେବାକୁ ବାଧ୍ୟ କରୁଛନ୍ତି । ଅନେକ କମ୍ପାନୀ ଗତ ଏକ ସପ୍ତାହ ଭିତରେ 5 ଲିଟର ଏବଂ 10 ଲିଟର ଅକ୍ସିଜେନ କନସେଣ୍ଟ୍ରେଟରର ମୂଲ୍ୟ ବୃଦ୍ଧି କରିଛନ୍ତି ।

ଯାହାର ମୁଲ୍ୟ ପୂର୍ବରୁ ୨୫ ହଜାର ଥିଲା ତାହା ଏବେ ୩୫ ହଜାରରେ ପହଞ୍ଚିଛି । କିଛି ଦିନ ପୂର୍ବରୁ ଚାଇନାର ରାଷ୍ଟ୍ରଦୂତ ଟ୍ୱିଟ୍ କରି ନିଜର ମହାନତାକୁ ବଖାଣିଥିଲେ । ସେ କହିଥିଲେ ବିପଦ ସମୟରେ ଚାଇନାର କମ୍ପାନୀଗୁଡିକ ମାନବିକତା ଦେଖାଇଛନ୍ତି । ଭାରତୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ମାତ୍ର ଚୀନ କମ୍ପାନୀ ଗୁଡିକର ଏଭଳି ଆଚରଣ ପୁଣି ଥରେ ତାର ଦୋମୁହାଁ ନୀତି ଓ ଲାଭଖୋର ମନୋବୃତ୍ତିକୁ ପଦାକୁ ଆଣିଛି ।

ଲୋକ ପାଉନାହାନ୍ତି ଟିକା, ବିଜେପି ସାଂସଦ ଘରେ ନେଲେ ଭ୍ୟାକ୍ସିନ୍

ଭୋପାଳ: ଦେଶରେ କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ସାଧାରଣ ଲୋକ ଜୀବନ ବଂଚାଇବା ପାଇଁ ଟିକାକୁ ଚାତକ ଭଳି ଚାହିଁ ରହିଛନ୍ତି । ଟିକା ପଂଜିକରଣ ପାଇଁ ଲୋକଙ୍କ ଭରସା କୋୱିନ୍ ପୋର୍ଟାଲ । କିନ୍ତୁ ପୋର୍ଟାଲ ଦେଉଛି ଚକମା । ପୋର୍ଟାଲ ଖୋଲିଲେ ବୁକିଂ ପାଇଁ ସ୍ଲଟ୍ ହିଁ ନାହିଁ । ଲୋକଙ୍କ ପାଇଁ ଟିକା ଅପ୍ରାପ୍ୟ ହୋଇଥିବା ବେଳେ ନେତାଙ୍କ ପାଇଁ କିନ୍ତୁ ଏହ ସହଜରେ ଉପଲବ୍ଧ । ଲୋକ ଟିକା କେନ୍ଦ୍ରରେ ଗହଳି କରି ଟିକା ନେଉଛନ୍ତି । କିଛି ପାଉଛନ୍ତି କିଛି ପାଉ ନାହାନ୍ତି । କିନ୍ତୁ ଭାରତରେ ଏମିତି ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ପାଖରେ ଟିକା ପହଂଚି ଯାଉଛି । ପୁରା ସିଷ୍ଟମ ସେମାନଙ୍କ ଘରେ ପଂହଚି ଟିକା ଦେଉଛି । ସେମାନେ ହେଉଛନ୍ତି ରାଜନେତା ।
ମଧ୍ୟପ୍ରଦେଶରୁ ଏହିଭଳି ଗୋଟିଏ ଚମକାଇବା ଭଳି ଖବର ଆସିଛି । ଜନସେବା କଥା କହି ରାଜନୀତିକୁ ଆସିଥିବା ନେତା କରୋନା ଆତଙ୍କରେ ଲୋକଙ୍କୁ ଭୁଲି ଆଗ ନିଜେ କେମିତି ସୁରକ୍ଷିତ ରହିବେ ସେକଥା ଭାବୁଛନ୍ତି । ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ ପାଇଁ ଜନତା ପଛ ନିଜ ଜୀବନ ଆଗ ।
ବିଜେପିର ଏହି ନେତାଙ୍କ ନିଜର ନିର୍ବାଚନ ମଣ୍ଡଳୀର ଜନତା ଟିକା ପାଉଛନ୍ତି କି ନାହିଁ ତାକୁ ନେଇ ଚିନ୍ତା ନାହିଁ । ଆପେ ବଂଚିଲେ ବାପା ନାଁ ନ୍ୟାୟରେ ସେ ଆଗ ଟିକା ନେଇଛନ୍ତି । ତା’ପୁଣି ନିଜ ଅଫିସରେ । ଉଜ୍ଜୟନୀର ସେଠି ନଗର ସ୍ଥିତ ନିଜ ଅଫିସରେ ସାଂସଦ ଟିକା ନେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସାଂସଦ କେବଳ ଏକା ଟିକା ନେଇ ନାହାନ୍ତି । ତାଙ୍କ ସହଯୋଗୀ ମାନେ ମଧ୍ୟ ଟିକା ନେଇଛନ୍ତି । ସାଧାରଣ ଜନତା ଯେଉଁଠି ଟିକା ନେବାକୁ ଲମ୍ବା ଲାଇନରେ ବିପଜ୍ଜନକ ପରିସ୍ଥିତିରେ ଛିଡା ହେଉଛନ୍ତି ସେଠି କେମିତି ସାଂସଦଙ୍କୁ ତାଙ୍କ ଅଫିସରେ ଟିକା ଦେବାକୁ ପ୍ରଶାସନ ପହଂଚି ଗଲା ତାକୁ ନେଇ ପ୍ରଶ୍ନ ଉଠୁଛି । ନିଜ ଅଫିସରେ ଟିକା ନେଉଥିବା ସାଂସଦଙ୍କ ଫଟୋ ଭାରତରେ ଭିଆଇପି କଲଚର କେତେ ମଜବୁତ ସେ କଥା କହୁଛି ।
ସୂଚନାଯୋଗ୍ୟ ଯେ, ସାଂସଦଙ୍କ ନିଜ ନିର୍ବାଚନ ମଣ୍ଡଳିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ମିଳୁନାହିଁ । ୪୫ ବର୍ଷରୁ ଅଧିକ ଯେଉଁମାନେ ଟିକା ନେଇଥିଲେ ସେମାନେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଅପେକ୍ଷାର ଅନ୍ତ ହେଉନାହିଁ ।ଏମିତିରେ ନେତାଙ୍କ ଅଫିସରେ ବସି ଟିକା ନେବା ଚିତ୍ର ନିଶ୍ଚିତ ଭାବେ ଆମ ବ୍ୟବସ୍ଥାକୁ ଶକ୍ତ ଚାପୁଡା ।

ଝାରସୁଗୁଡା ସବ୍‌ଜେଲରେ ପଶିଲା କରୋନା, ୬୮ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡା ସବ୍‌ଜେଲରେ ପଶିଲା କରୋନା । ୬୮ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉପ-କାରାଗାରରେ ୨୮୦ ଜଣ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ଝାରସୁଗୁଡା ଉପ- କାରଗାର ଅଧୀକ୍ଷକ ଦେବେନ୍ଦ୍ର ଥାଟି କହିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି ।

ଦୁଇଟି ସେଲ୍‌ରେ ୫୦ ଜଣ ଲେଖାଏ ଆଇସୋଲେସନରେ ଅଛନ୍ତି । ଜଣଙ୍କ ଶରୀର ଖୁବ୍ ଖରାପ ହୋଇପଡ଼ିବାରୁ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । ଆଜି ଝାରସୁଗୁଡା ଜିଲ୍ଲାରୁ ୩୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଟାଉକଟଏ, ଗୁଜୁରାଟ ମାଙ୍ଗାରୋଲ ନିକଟରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଟାଉକଟଏ । ଗୁଜରାଟର ବେରାୱଲ ଓ ପୋରବନ୍ଦର ମଝି ମାଙ୍ଗାରୋଲ ନିକଟରେ ବାତ୍ୟା ଟାଉକଟଏ ସ୍ଥଳଭାଗ ଛୁଇଁବ । ଏନେଇ ମାଙ୍ଗରୋଲ, ପୋରବନ୍ଦର ଓ ବେରାୱଲ, କଚ୍ଛ, ଦ୍ୱାରକାରେ ରେଡ ଆଲର୍ଟ ଜାରି କରିଛି ପ୍ରଶାସନ ।

ସେପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟ ଗଲା NDRF ଟିମ୍‌ । ବାତ୍ୟା ମୁକାବିଲା ଲାଗି ଓଡ଼ିଶାରୁ ସ୍ୱତନ୍ତ୍ର ବିମାନ ଯୋଗେ ଗୁଜରାଟ ଯାଇଛନ୍ତି NDRFର ୫ ଟିମ । ଏହି ଟିମ୍‌ରେ ମୋଟ୍‌ ୧୨୬ଜଣ ସଦସ୍ୟ ରହିଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ଅଛନ୍ତି ୨୫ ଜଣ ସଦସ୍ୟ । କଟକର ଡେପୁଟି କମଣ୍ଡାଣ୍ଟଙ୍କ ନତୃତ୍ବରେ ଏହି ଟିମ୍‌ଗୁଡ଼ିକୁ ଗୁଜରାଟ ପଠାଯାଇଛି ।

ଗୁଜରାଟ ଓ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମେ’ ୧୮ ସୁଦ୍ଧା ଗୁଜରାଟର ଉପକୂଳକୁ ବାତ୍ୟା ଟାଉକଟଏ ଛୁଇଁବା ଆକଳନ କରାଯାଇଛି ।

ଆଉ ୨ ସପ୍ତାହ ଲକଡାଉନ ବଢ଼ିଲେ ରାଜ୍ୟରେ ସଂକ୍ରମଣ କମିବ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର: ଦେଶରେ କୋଭିଡ୍‌ ସଂକ୍ରମଣ ପିକ୍‌ରେ ପହଞ୍ଚି ସାରିଛି । ସଂକ୍ରମଣ ସ୍ଥିର ରହିଥିବା ବେଳେ ସୁସ୍ଥତା ହାର ବଢିଛି । ଏବେ ରାଜ୍ୟରେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି କରୋନା । ଆଉ ୨ ସପ୍ତାହ ଲକଡାଉନ ବଢ଼ିଲେ ରାଜ୍ୟରେ ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ମେ ଶେଷ ବେଳକୁ କରୋନା ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହେବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର୍ । ଦିନକରେ ୧୧ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କ ଜୀବନ ନେଇଛି କିଲର କରୋନା । ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୩, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । କ୍ୱାରେଣ୍ଟାଇନରୁ ୬୬୧୧, ଲୋକାଲ କେସ୍ ୫୧୯୪ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବଢିଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧା , ସୁନ୍ଦରଗଡ ଓ କଟକରୁ ଲଗାତାର ଭାବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ପରେ ରାଜ୍ୟରେ ପୁଣି ସଂକ୍ରମଣ ହାର ଅଧିକ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଅବଧିରେ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୦ହଜାର ଉପରେ ରହିଛି । ଆଗକୁ ଦିନକୁ ୬୦ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଆଶିମ ବାନାର୍ଜୀଙ୍କ କରୋନାରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଆଶିମ ବାନାର୍ଜୀଙ୍କ ପରଲୋକ । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

କଲିକତାର ଏକ ଡାକ୍ତରଖାନାରେ ଆଶିମ ବାନାର୍ଜୀଙ୍କ ଚିକିତ୍ସା ଚାଲିଥିଲା । ଡାକ୍ତରଖାନାର ଚେୟାରମ୍ୟାନ ଡ. ଆଲୋକ ରାୟ ଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଥିଲେ ।

ଅନ୍ୟପଟେ ପଶ୍ଚିମବଙ୍ଗରେ ଦିନକରେ ସର୍ବାଧିକ ୨୦ ହଜାର ୮୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୪ ହଜାର ୮୦୨ରେ ପହଞ୍ଚିଛି । ପଶ୍ଚିମବଙ୍ଗରେ ନିର୍ବାଚନ ହେବା ପରେ ସଂକ୍ରମଣର ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ପ୍ରତି ଦୁଅ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏଥିସହ ପଶ୍ଚିମବଙ୍ଗରେ ଶନିବାର ୧୩୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨,୯୯୩ରେ ପହଞ୍ଚିଛି ।

ସଂକ୍ରମିକଙ୍କ ମୃତ୍ୟୁ ପରେ ଶବକୁ ମିଳିଲାନି କାନ୍ଧ, ପିପିଇ କିଟ ପିନ୍ଧି ଶବ ସତ୍କାର କଲେ ଯୁବ ବିଜେଡି ନେତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଆକାଠି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ପ୍ରହଲ୍ଲାଦ ସେଠୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୪ ଦିନ ଧରି ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗୁରୁବାର ସନ୍ଧ୍ୟାରେ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଓ ସେ ମୃତ୍ୟୁ ବରଣ କରିଥିଲେ। ହେଲେ ତାଙ୍କ ଶବକୁ ସତ୍କାର କରିବାକୁ ଆତ୍ମୀୟ ଲୋକ କିମ୍ବା ସାହି ପଡିଶା କେହି ଆସିଲେ ନାହିଁ କି ଶବକୁ ଛୁଇଁ ନଥିଲେ। ଏପରିକି ୧୪ ଘଣ୍ଟା ଧରି ଘରେ ଶବ ପଡି ରହିଥିଲା।

ପ୍ରହଲ୍ଲାଦଙ୍କ ମୃତ୍ୟୁ ଖବର ପାଇ ବାଂଶପାଳ ତହସିଲଦାର ସପନ କୁମାର ସାହୁ, ବିଡ଼ିଓ ଉଗ୍ରସେନ ଓରାମ, ଡାକ୍ତର ଅମରେନ୍ଦ୍ର ଦାସ ଆଜି ସକାଳେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଶବ ଟି ଘରେ ପଡିରହିଥିବା ଜାଣିବା ପରେ ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଞ୍ଜନ କୁମାର ବେଜ, ନାଏବ ସରପଞ୍ଚ ପଞ୍ଚାନନ ବାରିକ, ୱାର୍ଡ ମେମ୍ବର ସୋମନାଥ ସାହୁ, ପ୍ରହଲ୍ଲାଦଙ୍କ ପୁଅ ସୂର୍ଯ୍ୟକାନ୍ତ ସେଠୀ ମିଶି ଶବକୁ କାନ୍ଧ ଦେବା ସହ ବ୍ଲକ ପ୍ରଶାସନ ର ସହଯୋଗରେ ଶବକୁ ସତ୍କାର କରିଥିଲେ । ଏପରି ଦୁଃଖଦ ସମୟରେ ଲୋକେ ଭୟଭୀତ ହୋଇ ପାଖକୁ ଯାଉନଥିବା ବେଳେ ଯୁବ ବିଜେଡି ନେତାଙ୍କ ମାନବିକତା କୁ ତହସିଲଦାର, ବିଡ଼ିଓ ସମେତ ଅଂଚଳ ବାସୀ ପ୍ରଶଂସା କରିଛନ୍ତି।