spot_img
Home Blog Page 5655

କୋଭିଡ୍ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ ହେବ ଦୃଢ଼ କାର୍ଯାନୁଷ୍ଠାନ

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ, ଡିଜିପି, ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ମାମଲା ମାସେ ହେଲା ବଢ଼ି ଚାଲିଛି । କୋଭିଡ୍ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେବେ କରୋନାର ବିରୋଧରେ ଆମକୁ ଦୀର୍ଘ ଦିନ ଧରି ଯୁଦ୍ଧ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପରିଚାଳନା ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ୍ ପରିଚାଳନା ସମ୍ପର୍କରେ ରାଜ୍ୟ ସରକାର ଫିଡ୍‌ବ୍ୟାକ୍‌ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ୱ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୧) ଜିଲ୍ଲାସ୍ତରରେ କୋଭିଡ୍ ଚିକିତ୍ସା କେନ୍ଦ୍ର ଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ଼ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ ।

୨) ଅଧିକ ସଂକ୍ରମଣ ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବା ।

୩) ICU ଓ HDU ଦାୟିତ୍ୱରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ।

୪) ଟିକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରାଯାଉ । ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ । ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟିକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି ।

୫) କୋଭିଡ୍ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ । ଯଦି ସେମାନେ ଏହା ନ କରନ୍ତି, ତେବେ ସମ୍ପୃକ୍ତ ହସ୍ପିଟାଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ।

୬) କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ହେଲ୍‌ପ ଲାଇନ୍ ଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ ।

୭) ଏଭଳି କଠିନ ସମୟରେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର ।

CM Directs To Take Action If Private Hospital Taking Extra Money For Covid Treatment

କୋଭିଡ୍ ଆହ୍ୱାନ ବହୁତ ବଡ଼ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍‌ଡାଉନ୍ ଲାଗୁ କରାଯାଇଛି । ଏହା ଠିକ୍‌ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ ଏବଂ ଏହି କୋଭିଡ୍ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା ।

ତେଣୁ ସହରାଞ୍ଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କ ସହାୟତା କରଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ହେଉଛି ଏକ ରାଜ୍ୟ ଯେଉଁଠାରେ କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି । ଏହା ଦ୍ୱାରା ସବୁବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି ।

ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ଼ ଅଂଶ ଖର୍ଚ୍ଚ କରୁଛନ୍ତି । ତେଣୁ ଲୋକଙ୍କୁ ଉତ୍ତମ ମାନର ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ହେଉଛି ଆମର ମୁଖ୍ୟ  ରଣନୀତି । ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ଆଲୋଚନା ସମୟରେ ତୃତୀୟ ଲହରୀର ସମ୍ଭାବନା ସମ୍ପର୍କରେ ତଥ୍ୟ ସଂଗ୍ରହ ସହିତ ସମ୍ଭାବ୍ୟ ମୁକାବିଲା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍ପିଟାଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । କୋଭିଡ୍ ପର୍ଯ୍ୟବେକ୍ଷକ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅକ୍ସିଜେନ୍ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି । କୋଭିଡ୍ କେୟାର କେନ୍ଦ୍ର ଗୁଡ଼ିକରେ ଅଧିକ ICU ଓ ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ୍ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ସାରା ବିଶ୍ୱରେ ବର୍ତ୍ତମାନ ଭାରତର କୋଭିଡ୍ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି । ଓଡ଼ିଶାରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋକପାତ କରି ସେ କହିଛନ୍ତି, ଓଡ଼ିଶାର କୋଭିଡ୍ ସଂଖ୍ୟା ବର୍ତ୍ତମାନ ଦେଶର କୋଭିଡ୍ ସଂଖ୍ୟାର ୨.୭ ପ୍ରତିଶତ ରହିଛି । ସର୍ବଭାରତୀୟ ସ୍ତରରେ ମୃତ୍ୟୁହାର ୧.୦୯% ଥିବାବେଳେ, ଓଡ଼ିଶାରେ ଏହା ୦.୪୦% ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଡ଼ ସୀମାରେ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍‌ ରହୁଛି ବୋଲି ସେ କହିଛନ୍ତି ।

ଓଡ଼ିଶାରେ ବର୍ତ୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨% ରହିଛି । ଓଡ଼ିଶାରେ ଅକ୍ସିଜେନ ଉପଲବ୍ଧତା ଉପରେ ସୂଚନା ଦେଇ ସେ କହିଛନ୍ତି, ଯେ ରାଜ୍ୟରେ ବର୍ତ୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍‌ ଅକ୍ସିଜେନ ଖର୍ଚ୍ଚ ହେଇଛି । ରାଜ୍ୟରେ ଟିକାର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ନେଇ ସୂଚନା ଦେଇଛନ୍ତି । କୋଭିଡ୍ ନିୟମାବଳୀର ଉଲ୍ଲଂଘନ ପାଇଁ ବର୍ତ୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ କୋଭିଡ୍ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସମ୍ପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ବୈଠକରେ ସମ୍ବଲପୁର, ବରଗଡ଼, ପୁରୀ, କଟକ ଓ ଭୁବନେଶ୍ୱର ମହାନଗର ନିଗମରେ କୋଭିଡ୍ ପରିଚାଳନା ସମ୍ପର୍କରେ  ଜିଲ୍ଲାପାଳ ଓ କମିଶନର ମାନେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ ।

ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ୍ ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟିକାର ପ୍ରଥମ ଡୋଜ ନେଇ ସାରିଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଯେଉଁମାନେ ଦ୍ୱିତୀୟ ଡୋଜ୍ ଲଗାଇବା ପାଇଁ ଅପେକ୍ଷାରେ ଅଛନ୍ତି ଏଭଳି ଲଭାର୍ଥିଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯିବା ଆବଶ୍ୟକ । ଭୂଷଣ ଏ ସମ୍ପର୍କରେ ରାଜ୍ୟମାନଙ୍କୁ କହିଛନ୍ତି ସେମାନଙ୍କ ଠାରେ ମହଜୁଦ ଟିକାର ୭୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ପାଇବାକୁ ଥିବା ଲୋକଙ୍କ ପାଇଁ ସଂରକ୍ଷିତ ରଖିଥିବା ବେଳେ ବାକି ୩୦ ପ୍ରତିଶତ ପ୍ରଥମ ଡୋଜ୍ ପାଇବାକୁ ଥିବା ବ୍ୟକ୍ତିଙ୍କ ପାଇଁ  ସଂରକ୍ଷିତ ରଖିପାରିବେ ।

କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଟିକାକରଣ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୩ ଦିନ ମଧ୍ୟରେ ୭ ଲକ୍ଷ କରୋନା ଡୋଜ୍ ଦିଆଯିବ । ଏଯାବତ୍ ମୋଟ ୧୭.୨୬ କୋଟି ଡୋଜ ଦିଆଯାଇସାରିଛି । ମନ୍ତ୍ରାଳୟ ଅନୁଯାୟୀ ପ୍ରଥମ ମଇ ଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଯାବତ ମୋଟ ୨୫,୫୨, ୮୪୩ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇ ସାରିଛି ।

ଏଥିସହିତ ପଢ଼ନ୍ତୁ: ବିରୋଧୀ ଦଳ ନେତା ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

‘ତୋ ସ୍ୱାମୀ ମରିଯିବ’, ଏଭଳି କହି ICUରେ ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀକୁ ଅସାଦାଚରଣ କଲେ ୱାର୍ଡ଼ ବୟ

ପାଟଣା: ମୋତେ ବହୁତ ଡ଼ର ଲାଗୁଛି, ମେତେ ଏଠୁ ନେଇଯାଅ, ମୁଁ ଆଉ ବଞ୍ଚିବିନି ଅକ୍ସିଜେନର ଡର ମୋତେ ମାରିଦେବ। ତୁମକୁ ଆମ ଝିଅ ଲାଗିଲା । ତୁମେ ତା’ର ଯତ୍ନ ନେବ। ଏ ହେଉଛି ମୃତ୍ୟୁ ପୂର୍ବରୁ ଜଣେ ସ୍ୱାମୀର ସ୍ତ୍ରୀଙ୍କୁ କହୁଥିବା କେଇପଦ ଶେଷ କଥା…..

କରୋନାର ଦ୍ୱିତୀୟ ଲହରୀରେ କ୍ଷତିଗ୍ରସ୍ତ ହୋଇଛି  ସାରା ଦେଶ। ପଦାର ପଡୁଛି ବିଭନ୍ନ ରାଜ୍ୟର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। କେଉଁଠି ଅମ୍ଲଜାନ ମିଳୁନି,  କେଉଁଠି ବେଡ୍ ମିଳୁନି। ତ ପୁଣି କେଉଁଠି ଡାକ୍ତର ଓ ମେକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ପ୍ରତ୍ୟେକ ଦିନ ଚିଲିଯାଉଛି ହଜାର ହଜାର ଜୀବନ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବିହାରରୁ। ଯେଉଁଠି ମେଡିକାଲ କର୍ମଚାରୀ ଅପେକ୍ଷା କରିରହୁଛନ୍ତି ରୋଗୀଙ୍କ ମୃତ୍ୟୁକୁ ଓ ବେଡ୍ ଖାଲି ହେବାକୁ।

ବିହାରରର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ସ୍ତ୍ରୀ ରୁଚି ଶର୍ମା ଆଣିଛନ୍ତି ଏମିତି କିଛି ସାଙ୍ଗାତିକ ଅଭିଯୋଗ ଯାହା ଆପଣଙ୍କ ଛାତି ଥରାଇ ଦେବ। ତୋ ସ୍ୱାମୀ ଆଉ ବଞ୍ଚିବନି , ସ୍ୱାମୀକୁ ବଞ୍ଚାଇବାର ସଂଘର୍ଷ ସମୟରେ ସ୍ତ୍ରୀକୁ ବାରମ୍ବାର ଶୁଣିବାକୁ ମିଳିଥିଲା ଏମିତି କଥା ।  ଖାଲି ସେତିକି ନୁହେଁ ସ୍ୱାମୀ ବଞ୍ଚାଇବା ପାଇଁ ନେହୁରା ହେଉଥିବାବେଳେ ଶୋଷଣର ଶିକାର ବି ହୋଇଥିଲେ।

ଗତ ଏପ୍ରିଲ ୯ରେ ରୁଚିଙ୍କ ସ୍ୱାମୀଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ଯାହାପରେ ତାଙ୍କୁ ଭାଗଲପୁରର ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ହେଲେ ଏହା ପରେ ବି ତାଙ୍କ ସ୍ୱାମୀ ଠିକ୍ ହୋଇନଥିଲେ । ପରେ ଜଣାପଡ଼ିଲା ଯେ ତାଙ୍କର ଅକ୍ସିଜେନ୍ ସପ୍ଲାଇ ବନ୍ଦ କରିଦିଆଯାଇଛି ।

ରୁଚି ଆହୁରି ଅଭିଯୋଗ କରିଛନ୍ତି ଯେ ହସ୍ପିଟାଲରେ ସଫାସୁତୁରା ପ୍ରତି ବି ଧ୍ୟାନ ଦିଆଯାଉ ନଥିଲା । ତାଙ୍କ ସ୍ମାମୀ ଶୌଚ ସାରିବା ପରେ ସେମିତେ ଅବସ୍ଥାରେ ବେଡରେ ପଡ଼ିଥିଲେ। ଆଉ ସେ ଯେତେବେଳେ ଏହାକୁ ସଫା କରିବା ପାଇଁ ମେଡିକାଲ ଷ୍ଠାଫ୍ଙଙ୍କୁ  କହିଥିଲେ। ସେତେବଳେ ତାଙ୍କ ସହ ଦୁର୍ବ୍ୟବହାର କରି ଶୋଷଣ କରିବାକୁ ଚେଷ୍ଟା କରାଯାଇଥିଲା। ଜ୍ୟୋତିକୁମାର ନାମକ ୱାର୍ଡ୍ ବୟ ସ୍ୱାମୀଙ୍କ ସାମ୍ନାରେ ତାଙ୍କ ଓଢ଼ଣି ଟାଣିନେବା ସହିତ ଅଣ୍ଟାକୁ ଧରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ହସ୍ପିଟାଲ କର୍ତ୍ତୁପକ୍ଷ କିନ୍ତୁ ଏନେଇ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ ଓଲଟା ଧମକ ଦେଇଥିବା କହିଛନ୍ତି ରୁଚି ।

ଅକ୍ସିଜେନ ଅଭାବରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିବାରୁ ସେ ଡାକ୍ତରଙ୍କ ପାଖରେ ବାରମ୍ବାର ନେହୁରା ହେଉଥିଲେ। ହେଲେ ଡାକ୍ତର କହୁଥିଲେ ଯେ ଆମେ କ’ଣ ଆଉ ବିଶ୍ରାମ ନେବୁନି । ବିଶ୍ରମ ନେବାର ବି କ’ଣ ଆମର ଅଧିକାର ନାହିଁ?

ରୁଚି ଅଭିଯୋଗ କରିଛନ୍ତି ଯେ ରାତିରେ ଯେତେବେଳେ ରୋଗୀମାନେ ଛଟପଟ ହେଉଥିଲେ, ସେତେବେଳେ ଷ୍ଟାଫମାନେ ନାଇଟ ଡ୍ୟୁଟି ନ କରି କବାଟ ଓ ଲାଇଟ ବନ୍ଦ କରି ଫିଲ୍ମ ଦେଖୁଥିଲେ। ରୋଗୀଙ୍କ ପାଖରେ କେହି ବି ରହୁ ନଥିଲେ । ଏମିତି ଅବସ୍ଥାରେ ଯେତେବେଳେ ରୁଚି ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହିଁଲେ । ସେତେବେଳେ ମେଡିକାଲର କମ୍ପାଉଣ୍ଡର ତାଙ୍କୁ ଧକ୍କା ଦେଇ ବାହାର କରିଦେବାର ଧମକ ଦେଇଥିଲେ। ସେ ନିଜେ ସ୍ୱାମୀଙ୍କ ସୌଚ ସଫା କରିବାକୁ ଅନୁରୋଦ କରିଥିଲେ ହେଲେ କମ୍ପାଉଣ୍ଡର ତାଙ୍କୁ ସିଧା ମନା କରିଦେଇଥିଲେ ଓ କହିଥିଲେ ଯେ ସକାଳେ ସଫେଇ କର୍ମଚାରୀ ଆସିଲେ ଯାଇ ସଫା ହେବ ।

ଏହାପରେ ସେ ତାଙ୍କ ସ୍ୱାମୀଙ୍କୁ ସେଠୁ ପାଟଣାର ଅନ୍ୟ ଏକ ମେଡିକାଲକୁ ନେଇଥିଲେ । ହେଲେ ସେ
ଠାରେ ବି ସେହିଭଳି କରୂଣ ପରିସ୍ଥିତି । କେହି ବି ରୋଗୀଙ୍କ ଯତ୍ନ ନେଉ ନଥିଲେ । ସେଥି ଡାକ୍ର ଓ ନର୍ସ ମାନେ କେବଳ ରୋଗାଙ୍କ ମୃତ୍ୟୁ କୁ ଆଉ ବେଡ୍ ଖାଲି ହେବାକୁ ଅପେକ୍ଷା କରି ରହୁଥିଲେ। ଶେଷରେ ରୁଚିଙ୍କ ସ୍ୱମୀ ଚିକିତ୍ସାରେ ଅବହେଳା ଯୋଗୁ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ସ୍ତ୍ରୀ ଓ କୁନି ଝୁଅକୁ ଏକା ଛାଡ଼ି ସବୁଦିନ ପାଇଁ ଆଖି ବୁଜିଦେଲେ।

ବାରମ୍ବାର ଦେଶର ବିକାଶକୁ ନେଇ ଡିଣ୍ଡିମ ପିଟାହେଉଥିବାବେଳେ ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟାବସ୍ଥାର ବିକଳାଙ୍ଗ ଚିତ୍ର। ତେବେ ଆମର ପ୍ରଶ୍ନ ଏ ସବୁ କ’ଣ ପ୍ରଶାସନ ନଜରକୁ ଆସୁ ନାହିଁ । ନା ପ୍ରଶାଶନ ଜାଣି ଜଣି ଆଖି ବୁଜିଦେଇଛି ।

ବିରୋଧୀ ଦଳ ନେତା ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍ସ ଡାକ୍ତରୀ ଦଳଙ୍କ ସହ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଉଭୟ ଏମ୍ସ ଓ ଏସ୍‌ସିବି ଡାକ୍ତରଙ୍କ ସହ କଥା ହୋଇଛନ୍ତି । ତେବେ ବର୍ତ୍ତମାନ ଶ୍ରୀ ନାୟକ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବାରୁ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି ।

ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।  ଏବଂ ଆଶୁ ଆରୋଗ୍ୟ ନେଇ ସେମାନେ ଯଥା ସମ୍ଭବ ଚେଷ୍ଟା କରୁଥିବା କହିଛନ୍ତି ।

ତେବେ ପ୍ରଦୀପ୍ତଙ୍କ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସମସ୍ତ ସୁବିଧା ନେଇ ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଆବଶ୍ୟକୀୟ ଔଷଧ ସଠିକ୍ ସମୟରେ ଯୋଗାଇ ଦିଆଯାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅପରପକ୍ଷରେ ପ୍ରଦୀପ୍ତଙ୍କ ଚିକିତ୍ସା ନେଇ ଡାକ୍ତରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଏଥିସହିତ ପ୍ରଦୀପ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ, କରୋନା ସଂକ୍ରମିତ ହୋଇ ଗତ ୧୬ ଦିନ ହେଲା ଏମ୍ସ ଆଇସିୟୁରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଶ୍ରୀ ନାୟକ ।

କରୋନାରେ ଆଖି ବୁଜିଲେ ବିଚାରପତି, ଭିଜିଲାନ୍ସ ଜଜ ରାଜକିଶୋର ନାୟକଙ୍କ ଦେହାନ୍ତ

ଭୁବନେଶ୍ୱର: ରାଜ୍ୟରେ ଘାତକ ହେଉଛି ମହାମାରୀ କରୋନା । ନେବାରେ ଚାଲିଛି ପ୍ରାଣ । ଆଜି କରୋନାରେ ଜଣେ ବିଚାରପତିଙ୍କ ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ଭିଜିଲାନ୍ସ ଜଜ ରାଜକିଶୋର ନାୟକଙ୍କ ମୃତ୍ୟୁ ହୋଇଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଭିଜିଲାନ୍ସ ବିଚାରପତିଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ, ଗୋଟିଏ ହସ୍ପିଟାଲରୁ ୪ ଜଣ ଚିହ୍ନଟ

ଗୋଆର ସରକାରୀ ହସ୍ପିଟାଲରେ ୨୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ପାନାଜୀ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଗୋଆ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ୨୦ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଘଟଣା । ଭୋର୍ ସମୟରେ ହୋଇଥିବା ମୃତ୍ୟୁକୁ ନେଇ ହାଇକୋର୍ଟ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ । ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୬ ଜଣଙ୍କ ମୃତ୍ୟୁ ରାତି ୨ରୁ ସକାଳ ୬ଟା ମଧ୍ୟରେ ହୋଇଛି । ତେବେ ମୃତ୍ୟୁ କେମିତି, କେଉଁ ପରିସ୍ଥିତିରେ ହେଲା ଜଣାପଡ଼ିନାହିଁ ?

ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଛନ୍ତି । କହିଛନ୍ତି, ମେଡିକାଲରେ ଅକ୍ସିଜେନ୍ ଉପଲବ୍ଧତା, ବିତରଣ ଏବଂ କୋଭିଡ୍ ୱାର୍ଡରେ ପହଞ୍ଚିବା ମଧ୍ୟରେ ଫାଙ୍କ ରହିଛି । ଯାହାକି ରୋଗୀଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରି ଥାଇପାରେ । ତେବେ, ରାଜ୍ୟରେ ଅକ୍ସିଜେନର ଅଭାବ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ର ପ୍ରମୋଦ ସାୱନ୍ତ ପିପିଇ କିଟ୍ ପିନ୍ଧି ମେଡିକାଲରେ କୋଭିଡ୍ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭେଟିଥିଲେ । କହିଥିଲେ, ଡାକ୍ତର ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ । ସେମାନେ ଅକ୍ସିଜେନ୍ ପରିବହନ କଥା ବୁଝିବେ ନାହିଁ ।

କରୋନା ନେଇ ‘କଂସ’ କରୁଛନ୍ତି ସଚେତନ

ବାଲେଶ୍ଵର: ନୀଳଗିରିରେ କଂସ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ଯୁବକ। ବାରମ୍ୱାର ହାତକୁ ସାବୁନରେ ଧୋଇବା ସହ ମୁହଁରେ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ଅନୁରୋଧ ବି କରୁଛନ୍ତି। ବୁଲିଲେଣି ୭ରୁ ଅଧିକ ଜିଲ୍ଲା। ବାଲେଶ୍ଵର ଜିଲ୍ଲା  ଖଇରା ବ୍ଲକ ଗରପଡ଼ା ଗାଁର  ଗୟାଧର ବିଶ୍ଵାଳ। ଖୋର୍ଦ୍ଧା, କଟକ, ବାଲେଶ୍ଵର, ମୟୂରଭଞ୍ଜ, କେଉଁଝର, ଯାଜପୁର, ଭଦ୍ରକ, ଆଦି ଜିଲ୍ଲାକୁ ଯାଇ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି। କରୋନାର ଭୟାବହତାର ବାର୍ତ୍ତା ବାଣ୍ଟିବା ସହ କିଭଳି ଲୋକେ ଏଥିରୁ ମୁକ୍ତ ହୋଇପାରିବେ ସେ ନେଇ ସେ ଅଣ୍ଟା ଭିଡ଼ିଛନ୍ତି । ଆଗକୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଯାଇ ସଚେତନ କରିବେ ବୋଲି କହିଛନ୍ତି। ଏ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଗୟାଧରଙ୍କ ଏ ପରି ଜନସଚେତନତା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ବେଶ ପ୍ରଶଂସା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ଘର ଘର ବୁଲି କାନ୍ଥରେ ପୋଷ୍ଟର ମାରି ସଚେତନ କରୁଛନ୍ତି ସରପଞ୍ଚ: ହାତ ଯୋଡ଼ି ମାସ୍କ ପିନ୍ଧିବାକୁ କଲେ ନିବେଦନ

ଡାକ୍ତର ନଥିବାରୁ ଫେରାଇ ଦେଲା ମେଡିକାଲ : ବ୍ୟାଣ୍ଡେଜ୍ ବାନ୍ଧି ଘରକୁ ପଠାଇଲେ ପୋଲିସ କର୍ମଚାରୀ

ବଲାଙ୍ଗୀର: ପୋଲିସ କର୍ମଚାରୀଙ୍କ ବଦାନ୍ୟତା । ଗତ କିଛି ଦିନ ତଳେ ବଲାଙ୍ଗୀର ସହରରେ ଦୁର୍ଘଟଣାଗ୍ରସ୍ତ ଲୋକ ଓ କରୋନା ସଂକ୍ରମିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିବା ବଲାଙ୍ଗୀର ପୋଲିସର ପୁଣି ଏକ ମାନବିକତା କାର୍ଯ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଗତ ସନ୍ଧ୍ୟାରେ ଲକଡାଉନ ସମୟରେ ଜଣେ ଯୁବତୀ କୌଣସି ଜରୁରୀକାଳୀନ କାମରେ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଦୁର୍ଘଟଣାରେ ଯୁବତୀର ହାତରେ ଆଘାତ ଲାଗିଥିବା ବେଳେ ସେ ଭୀଷଣକଷ୍ଟ ପାଉଥିଲେ ।  ତେବେ ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ କର୍ମଚାରୀମାନେ ତାଙ୍କୁ କିଛି ଔଷଧ ଦେଇ ସକାଳେ ଆସିବା ପାଇଁ କହିଥିଲେ । ତେବେ ତୁଷୁରା ଥାନା ନିକଟରେ ଡ୍ୟୁଟି କରୁଥିବା ପୋଲିସ ଏଏସଆଇ ମୁନା ପାଢ଼ୀ ଯୁବତୀଙ୍କୁ ଜରୁରୀକାଳୀନ ଚିକିତ୍ସା କରିବା ସହ ଭାଙ୍ଗିଥିବା ହାତକୁ ବ୍ୟାଣ୍ଡେଜ୍ କରି ଘରକୁ ପଠାଇଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବ ପୋଲିସ ଅଧିକାରୀ ମୁନା ପାଢ଼ୀଙ୍କ ମହାନତା ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି । ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ପ୍ରବାହ ସହ ରାଜ୍ୟର ଲଢ଼େଇ ଜାରି ରହିଛି । ପ୍ରାୟ ୬ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । କୋଭିଡ୍ ଟେଷ୍ଟିଂ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଜିଲ୍ଲାରେ RT-PCR ଟେଷ୍ଟି ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ରାଜ୍ୟର ଷୋହଳ ଜିଲ୍ଲା- ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ସଦର ମହକୁମାରେ ଗୋଟିଏ ଗୋଟିଏ RT-PCR ଟେଷ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ଟେଷ୍ଟ ସେଣ୍ଟର ଗୁଡ଼ିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାଓଲୋଜିଷ୍ଟ ଓ ତିନି ଜଣ ଲାବ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ । କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ।

ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ, ଗୋଟିଏ ହସ୍ପିଟାଲରୁ ୪ ଜଣ ଚିହ୍ନଟ

ଭୁବନେଶ୍ୱରେ: ରାଜଧାନୀ ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ । ୨୪ ଘଣ୍ଟା ଭିତରେ ଭୁବନେଶ୍ୱରରୁ ଚାରି ଚାରି ଜଣ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କେୟାର୍ ହସ୍ପିଟାଲରୁ ଆଉ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅନାନିଶ୍ୱାସୀ ଲାଗିବା, ଅଧା ମୁଁହ ଫୁଲିଯିବା ଲକ୍ଷଣ ସହ ଜର ମଧ୍ୟ ରହୁଛି । ଏହା ଛଡ଼ା ଏହି ରୋଗର ଆକ୍ରାନ୍ତ ରୋଗୀଙ୍କୁ ସବୁ କିଛି ଦୁଇ ଦୁଇଟି ଦେଖାଯିବାର ଲକ୍ଷଣ ରହୁଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ବ୍ଲାକ୍‌ ଫଙ୍ଗସ, ଭୁବନେଶ୍ୱରରେ ଭୂତାଣୁ

ଗତକାଲି ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ୭୧ ବର୍ଷ ବୟସ୍କ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଗତ ୨୦ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୮ ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକଳରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ଯୋଗୁଁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।