ଗୁଗଲ ବାବାଙ୍କ ବିନା ଦୁନିଆ ଅଚଳ । କିଛି ବି ଜାଣିବାର ଅଛି ତ ଗୁଗଲ ଭରସା । ଗୁଗୁଲ ଡାଉନ୍ ତ ସବୁକିଛି ଡାଉନ୍ । କରୋନା କାଳରେ ଗୁଗଲ ଅନେକଙ୍କ ପାଇଁ ସୂଚନାର ସ୍ରୋତ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଗୁଗଲ ମଧ୍ୟ ନିଜର ନୂଆ ଫିଚର୍ ଲଂଚ କରିଛି । ଆପଣମାନେ ତ ଦେଖୁଛନ୍ତି କେଉଁଭଳି ସାରା ଦେଶରେ ରହିଛି କରୋନାର ସ୍ଥିତି । ସେଥିପାଇଁ ଟେକ୍ କଂମ୍ପାନୀ ଏହି ବିଷୟକୁ ନେଇ କିଛି ନୂଆ ନୂଆ ଫିଚର ,ଲଂଚ କରୁଛନ୍ତି । ଗୁଗଲ ମଧ୍ୟ ଏହି ନୂଆ ଫିଚରକୁ ନେଇ ଆଗକୁ ଆସିଛି । ଯେଉଁଥିରେ ଆପଣ କୋଭିଡ-୧୯ ସଂମ୍ବନ୍ଧିତ ପ୍ରଶ୍ନକୁ ସର୍ଚ କରିପାରିବେ ।

ଯେମିତିକି ଭ୍ୟାକସିନ୍ କିମ୍ବା ରେଜିଷ୍ଟ୍ରେସନ ବାବଦରେ ସହଜରେ ଜାଣିପାରିବେ । ସୋମବାର ଦିନ କଂମ୍ପାନୀ ଏହି ନୂତନ ଫିଚରର ଘୋଷଣା କରିଛି । ଏଥିରେ ଯେତେବେଳେ ଗୁଗଲ ୟୁଜରସ୍ ଭ୍ୟାକସିନ ବିଷୟରେ ସର୍ଚ କରିବେ । ସେତେବେଳେ ତାଙ୍କୁ ଭ୍ୟାକସିନର ଉପକାରିତା କଣ ? କେମିତି ଭ୍ୟାକସିନ ନେବେ ? ଏହାର ସାଇଡ୍ଇଫେକ୍ଟ କଣ ? ଏସବୁ ବିଷୟରେ ବି ସୂଚନା ମିଳିବ । ତାସହ କୋୱିନ ପୋର୍ଟାଲକୁ ଯିବା ପାଇଁ ଏହିଠାରେ ଲିଙ୍କ ମଧ୍ୟ ଦିଆଯିବ । କେବଳ ସେତିକି ନୁହେଁ ଭ୍ୟାକସିନକୁ ନେଇ ଲେଟେଷ୍ଟ ଅପଡେଟ୍ ବି ଏଥିରେ ଆପଣ ମାନେ ପାଇପାରିବେ । ଏଥିରେ ଯାହା ବି ଡାଟା ୟୁଜରର୍ସ ମାନଙ୍କୁ ମିଳିବ । ତାହା ସ୍ୱାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗରୁ ଆସିଥିବା ସୂଚନା ଉପରେ ହିଁ ଆଧାରିତ ହୋଇଥିବ । ଏହିଭଳି ଲୋକଙ୍କୁ ଜରୁରୀ ସୂଚନା ପହଂଚାଇବା ପାଇଁ ହିଁ ଗୁଗୁଲ ଏହି ନୂଆ ଫିଚର୍ ଲଂଚ କରିଛି ।

କିଛିଦିନ ତଳେ ଭ୍ୟାକସିନେସନର ପ୍ରକ୍ରିୟାକୁ ଲୋକଙ୍କୁ ଆହୁରୀ ଭଲଭାବରେ ବୁଝାଇବା ପାଇଁ ନିଜ ପେଜ୍ ରେ ଡୁଡଲ ମଧ୍ୟ ବନାଇଥିଲା । ଆଗାମୀ ଦିନରେ ଗୁଗୁଲ ମ୍ୟାପରେ ବି କ୍ରିଟିକାଲ ରିସର୍ଚ ଭଳି ଜିନିଷକୁ ଅପଡେଟ୍ କରିବା ପାଇଁ କଂମ୍ପାନୀର ଯୋଜନା ରହିଛି । ଯେମିତିକି କେଉଁ ହସ୍ପିଟାଲରେ ବେଡ୍ ଉପଲବ୍ଧ ଅଛି କିମ୍ବା କେଉଁଠି ଅକ୍ସିଜେନର ଅଭାବ ଅଛି । ଏସବୁ ବିଷୟରେ ୟୁଜରସ୍ ନିଜ ମ୍ୟାପରେ ହସ୍ପିଟାଲର ସୂଚନା ପାଇବାକୁ ଚାହିଁଲେ କିଭଳି ସହଜରେ ପାଇପାରିବେ ତାର ଯୋଜନା କରୁଛି ଗୁଗଲ । ଏହିଭଳି ନୂଆ ନୂଆ ଫିଚର ଜରିଆରେ ସାଧାରଣ ଲୋକେ ବି କରୋନାସହ ଜଡିତ ସମସ୍ତ ତଥ୍ୟ ସହଜରେ ପାଇପାରିବେ ।






ସାଧାରଣତଃ ମରିବା ପରେ ମୃତ ବ୍ୟକ୍ତିର ଆଙ୍ଗୁଳି ମୁଠା ହୋଇଯାଏ । ଯାହାକୁ ଖୋଲିବା ବି ସହଜରେ ସମ୍ବବ ହୋଇନଥାଏ । ମରିଯିବା ପରେ ଆଙ୍ଗୁଠିର ଟିପ ଚିହ୍ନ ବଦଳିଯିବା ହୁଏତ ଖୁବ୍ କମ୍ ଲୋକ ଜାଣିଥାନ୍ତି । କିନ୍ତୁ ଫରେନସିକ୍ ଡିପାର୍ଟମେଣ୍ଟ,ଡାକ୍ତର ଓ ବୈଜ୍ଞାନିକମାନେ ଏସବୁ ଭଲଭାବରେ ଜାଣନ୍ତି । କାହିଁକି ସେମାନଙ୍କ ଅନୁସାରେ ଅନେକ ଟିପ୍ ଚିହ୍ନର ପରୀକ୍ଷା କରେ ବହୁତ ଅପରାଧିକ ମାମଲରା ସମାଧାନ ସେମାନେ କରିଥାନ୍ତି । ବେଳେ ବେଳେ ମୃତ ବ୍ୟକ୍ତିଙ୍କର ପରିଚୟ ଜାଣିବା ପାଇଁ ଆଙ୍ଗୁଠିର ଟିପ ଚିହ୍ନ ହିଁ ସହାୟକ ହୁଏ । ଫରେନସିକ୍ ଡିମାଟମେଣ୍ଟ ଅନୁସାରେ ବଂଚିଥିବା ବ୍ୟକ୍ତିର ଟିପ ଚିହ୍ନ ମରିଯିବା ପରେ ସାମାନ୍ୟ ବଦଳିଯାଏ ସତ କିନ୍ତୁ ତାହା ପ୍ରକୃତ ଲୋକର ଚିହ୍ନଟ କରିବାରେ ସାହାର୍ଯ୍ୟ କରିଥାଏ ।
ଯେଉଁମାନଙ୍କ ପାଖରେ ସ୍ଲୋଟ ଅଛି ସେମାନେ ଫେରିଯାଉଥିବାରୁ ତାଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କହିବା କଥା ଯେ ପ୍ରତ୍ୟେକ ଦିିନ ଏହି ସେଣ୍ଟରରେ ୧୩୦ ରୁ ୧୫୦ ଜଣ ଭ୍ୟାକସିନ ଦେବାର କ୍ଷମତା ରହିଛି । ତାପରେ ଅନେକ ଲୋକ ବିନା ରେଜିଷ୍ଟ୍ରେସନରେ ବି ସେଣ୍ଟରକୁ ଆସୁଛନ୍ତି । ତେଣୁକରି କିଛି ଲୋକ ନିରାଶ ହୋଇ ଫେରୁଛନ୍ତି । ହେଲେ ଫେରିଯାଉଥିବା ଲୋକଙ୍କୁ ଚିକିତ୍ସା ଅଧିକାରୀଙ୍କ ନମ୍ବର ଦିଆଯାଉଛି । ଯେମିତିକି ସେମାନେ ପରବର୍ତୀ ସମୟରେ ଯୋଗାଯୋଗ କରି ନିଜର ସ୍ଲୋଟ ପ୍ରସ୍ତୁତ କରିପାରିବେ । ହେଲେ ଏହିଭଳି ସ୍ଥିତିକୁ କେଉଁ ହିସାବରେ ଆୟତ୍ତ କରିହେବ ତାହା ଚିନ୍ତାର ବିଷୟ । କାହିଁକି ନା ଅନେକ ଭ୍ୟାକସିନ ସେଣ୍ଟରରେ ଏବେ ହଜାର ହଜାର ସଂଖ୍ୟାରେ ଭିଡ ଜମୁଛି । ତାସହ ସେଣ୍ଟରେ ଭ୍ୟାକସିନର ଅଭାବ ମଧ୍ୟ ରହିଛି । କେମିତି ପ୍ରତ୍ୟେକ ଲୋକଙ୍କୁ ଭ୍ୟାକସିନ ମିଳିବ ଓ ସମସ୍ତେ କୋଭିଡକୁ ହରାଇବେ ତାହା ହିଁ ଚିନ୍ତା ।
