ସୁନା କିଣିବାକୁ ମନ ବଳାଉଛନ୍ତି କି? ଆସୁଥିବା ଅକ୍ଷୟ ତୃତୀୟାରେ କିଣିବାକୁ ଚାହୁଁଛନ୍ତି କି ସୁନା ? ତେବେ ନିଶ୍ଚିତ ଏହା ଏକ ଭଲ ସୁଯୋଗ । ବର୍ତମାନ ସୁନା ଓ ଚାନ୍ଦୀର ଦାମ୍ ସାମାନ୍ୟ କମ୍ ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଂଜରେ ଆଜି ସକାଳୁ ସୁନାର ଦରଦାମ କମିଛି ବୋଲି ସୂଚନା ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ଦଶଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପ୍ରତି ୪୪,୬୧୦ଟଙ୍କା ଓ ୪୮,୬୭୦ଟଙ୍କା ରହିଛି । ଦେଶରେ ପ୍ରମୂଖ ସହର ମାନଙ୍କରେ ସୁନାର ଦରରେ କିଛିଟା ପରିବର୍ତ୍ତନ ଆସିଛି । ତେଣୁକରି ଆଶା କରାଯାଉଛି ଯେ ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିର ଦରଦାମ୍ରେ ପରିବର୍ତ୍ତନ ହେବ । ଗ୍ରାହକମାନେ ସୁନା କିଣିବା ବେଳେ ନିଶ୍ଚିତ ରୂପେ ଶୁଦ୍ଦତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତି । ତେଣୁକରି ଗ୍ରାହକଙ୍କ ସଠିକ୍ ସୁନାର ଶୁଦ୍ଦତା ଜାଣିବା ପାଇଁ ସରକାରଙ୍କ ଦ୍ୱାରା ଏକ ଆପ୍ ମଧ୍ୟ ଜାରୀ କରାଯାଇଛି । ବିସ୍ କେୟାର ଆପ୍ ଜରିଆରେ ଗ୍ରାହକ ସୁନାର ଶୁଦ୍ଦତା ଭଲ ଭାବରେ ଜାଣିପାରିବେ ।
ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟଙ୍କର ରୂପ ନେଇଥିବାବେଳେ କୋଭିଡ଼ ଲଢେଇରେ ସାମିଲ ହେବା ନେଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉକ୍ତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସା ସହ ଅମ୍ଲଜାନ ଯୋଗାଣ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ସନରାଇଜର୍ସ ପକ୍ଷରୁ କୁହାଯାଇଛି। ଏହା ସହ ସନ୍ ଟିଭି ଜରିଆରେ କୋଭିଡ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ବୋଲି ଏହା ଘୋଷଣା କରିଛି। ସନ୍ ଟିଭିର ମାଲିକ କାଳାନିଧି ମାରାନ୍ ଥିବା ବେଳେ ତାଙ୍କ କନ୍ୟା କାବ୍ୟା ସନ୍ରାଇଜର୍ସ ଦଳର ପରିଚାଳନା ଦାୟିତ୍ବରେ ରହିଛନ୍ତି। କାବ୍ୟା ହିଁ କୋଭିଡ୍ ଲଢ଼େଇ ପାଇଁ ୩୦ କୋଟି ଟଙ୍କା ଦାନ କରିବାର ନିଷ୍ପତ୍ତି ନେଇଛନ୍ତି। ଖେଳାଳି ଓ ଅଣଖେଳାଳି କରୋନା ସଂକ୍ରମିତ ହେବା ପରେ ଚଳିତବର୍ଷର ଆଇପିଏଲ୍କୁ ସ୍ଥଗିତ ରଖାଯାଇଛି। ଫଳରେ ସମସ୍ତ ଫ୍ରାଞ୍ଚାଇଜି ଦଳ ବେଶ୍ କିଛି କ୍ଷତି ସହିବେ। ତଥାପି ଆଇପିଏଲ୍ ଫ୍ରାଞ୍ଚାଇଜି ଦଳମାନେ କରୋନା ପୀଡ଼ିତଙ୍କ ସହାୟତା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି।




