spot_img
Home Blog Page 5660

ଦିଲ୍ଲୀରେ ହ୍ରାସ ପାଇଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୧୨, ୬୫୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ। ଦିଲ୍ଲୀରେ ମଧ୍ୟ ଧିରେ ଧିରେ କମୁଛି କରୋନା। ଦିଲ୍ଲୀ ସରକାରଙ୍କ ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ କରୋନାର ଅବସ୍ଥା ବର୍ତ୍ତମାନ ସୁଧୁରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨,୬୫୧ ଟି ନୂଆ କରୋନା ସଂକ୍ରମିତ ରୋଗୀ  ଚିହ୍ନଟ ହେବା ସହ ୩୧୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଲକ୍‌ଡାଉନ ପରେ ଦିଲ୍ଲୀରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଦିଲ୍ଲୀରେ ଏବେ ପଜିଟିଭ କେସ ୧୯.୧୦ ପ୍ରତିଶତକୁ ଖସି ଆସିଛି।  ଗତ 2୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୩୦୬ ଜଣକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଏବେ ଦିଲ୍ଲୀରେ ୫୨ ହଜାର ୪୫୧ ଜଣ କରୋନା ରୋଗୀ ଘରେ ରହି ଚିକିତ୍ସିଚ ହେଉଛନ୍ତି।

ଅନ୍ୟପକ୍ଷରେ ଟିକା ଅଭାବରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗାଟ କରିଛନ୍ତି। ସିସୋଦିଆ କହିଛନ୍ତି ଯେ ଆମର ବୈଜ୍ଞାନିକମାନେ ଦେଶ ପାଇଁ ୨-୨ ଟିକା ଆବିଷ୍କାର କରିଛନ୍ତି। ଏହି ଟିକା ବାହାରିବା ପରେ ଲୋକମାନେ ଆଶା କରିଥିଲେ ଆଉ ଲୋକେ କରୋନାରେ ମରିବେ ନାହିଁ। କିନ୍ତୁ ଟିକା ବାହାରିବା ସତ୍ତ୍ୱେ ଆମ ଦେଶର ଲୋକଙ୍କ ଜୀବନକୁ କରୋନାରୁ ରକ୍ଷା କରାଯାଇପାରୁ ନାହିଁ।

ବନ୍ଧୁକ ଦେଖାଇଲେ, ୬ ଲକ୍ଷ ଛଡାଇନେଲେ

ଖୋର୍ଦ୍ଧା: ବନ୍ଧୁକ ମୁନରେ ୬ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପେଟରେ ବନ୍ଧୁକ ଲଗାଇ ୬ଲକ୍ଷ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ବାଣପୁର-୧ ବିଦ୍ୟୁତ୍‌ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ।

ସୂଚନା ଅନୁଯାୟୀ ସଞ୍ଜିତ ଆଜି ମଧ୍ୟାହ୍ନରେ ବିଦ୍ୟୁତ୍‌ କଲେକ୍ସନ ପାଇସା ଡିପୋଜିଟ୍‌ କରିବାକୁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ । ଶକ୍ତି ହଲ ନିକଟରେ ଦୁଇ ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ତାଙ୍କ ଗାଡିକୁ ଅଟକାଇବା ସହ ତାଙ୍କ ପେଟରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ଲୁଟ୍‌ କରିଥିଲେ ।

ତେବେ ଟଙ୍କା ବ୍ୟାଗ୍‌ରେ ମୋଟ୍‌ 6 ଲକ୍ଷ 16 ହଜାର ଟଙ୍କା ରହିଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ସଞ୍ଜିତ । ଅଭିଯୋଗ ପରେ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ଏବଂ ଗୋଆ ଯାତ୍ରା କରୁଥିଲେ ଏହି ସବୁ ନିୟମ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଉଭୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରିଛନ୍ତି ।

ଦେଶର ଯେକୌଣସି ସ୍ଥାନରୁ ଗୋଆର ଯେକୌଣସି ଷ୍ଟେସନକୁ ଯାଉଥିବା ଯାତ୍ରୀ ଗୋଆ ରାଜ୍ୟରେ ପ୍ରବେଶ କରିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ୍ Covid19 ଟୀକା ନେଇଥିବା ପ୍ରମାଣ ପତ୍ର ଦର୍ଶାଇବା ଜରୁରୀ ଅଟେ | ନିମ୍ନ ପ୍ରଦତ୍ତ ବ୍ୟକ୍ତିବିଶେଷ ଗୋଆ ଯିବା ପାଇଁ ଛାଡ଼ ପାଇବେ । A. ଗୋଆ ରାଜ୍ୟର ବାସିନ୍ଦା B. କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର୍ଯ୍ୟ ପ୍ରମାଣ ପତ୍ର / ନିଯୁକ୍ତିଦାତାଙ୍କଠାରୁ ଚିଠି C . ମେଡିକାଲ ସେବାରେ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟକ୍ତି ମାନେ ।

ସେହିଭଳି, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡିକ ସଂପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସରକାରୀ ଅନୁଷ୍ଠାନିକ କ୍ଵାରେଣ୍ଟୀନ/ ଦେୟଯୁକ୍ତ କ୍ଵାରେଣ୍ଟୀନରେ ବାଧ୍ୟତାମୂଳକ ଭାବେ 14 ଦିନ ପାଇଁ ରହିବାକୁ ପଡିବ । ଦୁଇଟି ଡୋଜ୍ Covid19 ଟୀକା ନେଇଥିବା ପ୍ରମାଣ ପତ୍ର କିମ୍ବା ଯାତ୍ରା ପ୍ରାରମ୍ଭ ଦିନର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦର୍ଶାଇବା ଜରୁରୀ ଅଟେ । ଯଦି କୌଣସି ବ୍ୟକ୍ତିଙ୍କ ସହିତ ଘର କ୍ଵାରେଣ୍ଟୀନରେ ପାଇଁ କୌଣସି ଉପଯୁକ୍ତ ସୁବିଧା ଉପଲବ୍ଧ ନଥାଏ, ତେବେ ସେ 7 ଦିନ ପାଇଁ ଚିହ୍ନିତ ଅନୁଷ୍ଠାନରେ / ଦେୟଯୁକ୍ତ କ୍ଵାରେଣ୍ଟୀନ ଚୟନ କରିପାରିବେ ।

ଯଦି କୌଣସି ବ୍ୟକ୍ତି ପ୍ରମାଣ ପତ୍ର ଦେଖାଇ ନପାରିବେ ତେବେ ସେମାନଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗୃହ କ୍ଵାରେଣ୍ଟୀନ ସମ୍ବନ୍ଧୀୟ ପ୍ରୋଟୋକଲ୍ / ଗାଇଡଲାଇନ / SOP ଗୁଡ଼ିକର ଅନୁପାଳନ କ୍ଷେତ୍ରରେ ଏହିପରି ବ୍ୟକ୍ତିମାନଙ୍କୁ 7 ଦିନ ସରକାରୀ ଅନୁଷ୍ଠାନରେ କ୍ଵାରେଣ୍ଟୀନରେ ରଖାଯିବ ।

ରେମଡିସିଭର ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ରୁ ବଞ୍ଚିବା ପାଇଁ ଆମ୍ଫୋସିନ୍-ବି ଇଞ୍ଜେକ୍ସନର ଘୋର ଅଭାବ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ କରୋନର ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ରାଜଧାନୀ ଦିଲ୍ଲୀର ଡାକ୍ତରଖାନାରେ ଏଭଳି ମାମଲା ବାହାରିବ ପରେ ଏବେ ଗୁଜୁରାଟର ଏକ ହସ୍ପିଟାଲରେ କରୋନା ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ଯେତେବେଳେ ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ିବାରେ ଲାଗିଛି ଠିକ୍‌ ସେତିକି ବେଳେ ଏହି ବ୍ଲାକ ଫଙ୍ଗସ୍‌ ରୋଗ ନୂଆ ଏବଂ ବିରଳ ବୋଲି କୁହାଯାଉଛି। ଆଉ ଏବେ  ରେମଡିସିଭର ପରେ ମ୍ୟୁକୋରମାଇକୋସିସ୍ ଇଞ୍ଜେକ୍ସନର ମଧ୍ୟ ଭୟଙ୍କର ଅଭାବ ଦେଖିବାକୁ ମିଳିଛି।

ମ୍ୟୁକୋରମାଇକୋସିସ୍ର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ। ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଆମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଆଯାଏ। ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣିର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ। କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା। ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

ରାଜକୋଟରେ ମାମଲା ବୃଦ୍ଧି ପାଉଛି

ରାଜକୋଟରେ ବ୍ଲାକ୍‌ ଫଙ୍ଗସ ମାମଲା ବୃଦ୍ଧି ପାଉଛି। ଏବଂ ବର୍ତ୍ତମାନ ସୌରାଷ୍ଟ୍ରର ସମସ୍ତ ରୋଗୀ ରାଜକୋଟକୁ ଚିକିତ୍ସା ପାଇଁ ଆସୁଛନ୍ତି। ରାଜକୋଟରେ ସର୍ବ ବୃହତ ୨୫୦ ଶଯ୍ୟା ବିଶିଷ୍ଟ ମ୍ୟୁକୋରମାଇକୋସିସ୍ର ୱାର୍ଡ ପ୍ରତିଷ୍ଠା କରାଯାଇଛି। ଚିକିତ୍ସା ଅଧୀକ୍ଷକ ଡା. ଏସ୍‌ ତ୍ରିବେଦୀଙ୍କ ଅନୁଯାୟୀ ରୋଗୀମାନେ ସୌରାଷ୍ଟ୍ରରୁ ରାଜକୋଟକୁ ଆସୁଛନ୍ତି। ଫଳସ୍ୱରୂପ, ରୋଗୀଙ୍କ ସଂଖ୍ୟା ବଡ଼ିବାରେ ଲାଗିଛନ୍ତି।

ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା, କାହାକୁ ମିଳୁଛି କାହାକୁ ମିଳୁନି

ଭଦ୍ରକ: ମହାମାରୀ କରୋନା ୨ଲହରୀ ଏବେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରୀ ରହିଛି। ଏପରିକି ପ୍ରଥମେ ବରିଷ୍ଠ ନାଗରୀକ ଓ ୧୮ବର୍ଷରୁ ୪୫ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରୀକଙ୍କୁ କୋଭିଡ ଟିକା ଦେବା ପାଇଁ ଘୋଷଣା କରିବା ପରେ , ପ୍ରଥମେ ବରିଷ୍ଠ ନାଗରୀକଙ୍କୁ ପ୍ରଥମ ଡୋଜ ଟିକା ନେବା ପରେ ଦ୍ବିତୀୟ ଡୋଜ ଟିକା ପାଇଁ ବାରମ୍ବାର ମେଡିକାଲକୁ ଆସୁଥିଲେ ମଧ୍ଯ ମେଡିକାଲରେ ଟିକା ଅଭାବରୁ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।

ଆରଡି ମେଡିକାଲର ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୧୬ରୁ ଅପ୍ରେଲ ମାସ ୨୦ ସୁଧା ୩ହଜାର ୬ଶହ ୩୬ଜଣ ପ୍ରଥମ ଟିକା ନେଇଛନ୍ତି। ହେଲେ ସେମାନଙ୍କ ମଧ୍ଯରୁ କାହାର ୨ମାସ ବିତିଲାଣି ତ ଆଉ କାହାର ଦେଢମାସ ହେଲାଣି । ୨ୟ ଡୋଜ ଟିକା କେତେ କାମ ଦେବ ତାହା ଲୋକଙ୍କୁ ସନ୍ଦେହ ଘେରରେ ପକାଇଛି। ବିଶେଷକରି ବାହାରୁ ଫେରୁଥିବା ପ୍ରବାସୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି।

ମେଡିକାଲରେ ଆବଶ୍ଯକତା ଅନୁଯାୟୀ କିଟ ନଥିବାରୁ ଟେଷ୍ଟି ପାଇଁ ସକାଳୁ ସଂଞ୍ଜ ଯାଏଁ ଭିଡ ଜମୁଛି ମେଡିକାଲ ପରିସରରେ। ଏହି ଆରଡି ମେଡିକାଲ ଉପରେ ଚାନ୍ଦବାଲି ଓ ତିହିଡ ବ୍ଲକର ୧୫ପଞ୍ଚାୟତର ଲୋକଙ୍କ ସହ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି। ବହୁ ଦୂରଦୂରାନ୍ତରରୁ ଆସୁଥବା ଳୋକ ଟିକା ନପାଇ ନିରାସ ହେଉଥିବା ମଧ୍ୟ ଅବିଯୋଗ ହୋଇଛି ।

ଶପଥ ଗ୍ରହଣ ସମାରୋହରେ କରୋନା ଦ୍ୱାରା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ, ମୋଟ ୧୧ ଜଣ ସଂକ୍ରମିତ ଚିହ୍ନଟ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି ରବିବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଯେ ରବିବାର ଦିନ ପୁଡୁଚେରୀସ୍ଥିତ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ରଙ୍ଗାସାମିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଲା। ଏହା ପରେ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୁଖପାତ୍ର କହିଛନ୍ତି ଯେ ରଙ୍ଗାସାମିଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି।

AINRC ନେତା ଏନ ରଙ୍ଗାସାମି ଶୁକ୍ରବାର ଦିନ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ଗ୍ରହଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମିଙ୍କ ଶପଥ ଗ୍ରହଣ ନେଇଥିଲେ। ସେହି ସମାରୋହରେ ଯୋଗ ଦେଇଥିବା ୧୮୩ ଜଣଙ୍କୁ ପରୀକ୍ଷା କରାଯାଇଥିଲା। ଏବଂ ସେମାନଙ୍କ ମଧ୍ୟରୁ ୧୧ ଜଣ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି।

ରବିବାର ଦିନ ପୁଡୁଚେରୀରେ କରୋନା କାରଣରୁ ଗୋଟିଏ ଦିନରେ ୨୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୬୩୩ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୂତନ ମାମଲା ଆସିବା ପରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୭୧ ହଜାର ୭୦୯କୁ ବୃଦ୍ଧି ପାଇଛି।

କରୋନା ଯୋଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କଲେ ଅଭିନେତ୍ରୀ ଅନୁ ଚୌଧୁରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହରେ ଏବେ ସାରା ଭାରତ କ୍ଷତିଗ୍ରସ୍ତ ହୋଇଛି। ବର୍ଷ ୨୦୨୦ରେ କରୋନାର କରାଳ ରୂପକୁ କେହି ଭୁଲିପାରି ନାହାନ୍ତି। ଧିରେ ଧିରେ ସୁଧୁରୁଥିବା ପରିସ୍ଥିତି ଏବେ ଦ୍ୱିତୀୟ ପ୍ରବାହ ପାଇଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସମସ୍ତେ ଅଫିସ୍‌କୁ ଯାଉଥିଲେ, ବ୍ୟବସାୟୀ ଖୋଲା ବଜାରରେ ବସୁଥିଲେ, ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ, କଲେଜ ଯିବାକୁ ଲାଗିଥିଲେ। ହେଲେ କେହି କେବେ କଳ୍ପନା ବି କରିନଥିଲେ ଯେ କରୋନାର ଦ୍ୱିତୀୟ ଭାରତକୁ ଏତେମାତ୍ରାରେ ଦୋହଲାଇଦେବ।

ଦ୍ୱିତୀୟ ପ୍ରବାହରେ ଆମମାନଙ୍କର ଖାମ୍‌ଖିଆଲ୍ ମନୋଭାବ ପାଇଁ ଏହି ରୋଗର ପ୍ରଭାବକୁ ଦ୍ୱିଗୁଣିତ କରିଛି ବୋଲି ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି। ସେହ ଆହୁରିମଧ୍ୟ କହିଛନ୍ତି ଏ କଥା ସତ ଯେ ଲୋକଙ୍କ ପାଇଁ ଭାକ୍ସିନ୍ ଆସିଗଲାଣି। ହୁଏ ତ ଆଗକୁ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁସଂଖ୍ୟାରେ ମଧ୍ୟ ହ୍ରାସ ପାଇବ। କିନ୍ତୁ କରୋନାର ଦ୍ୱିତୀୟ ପ୍ରବାହ ସମସ୍ତଙ୍କୁ ଭୟଭୀତ କରିଛି ଏଥିରେ ସନ୍ଦେହ ନାହିଁ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି। ପୁଣି ଶୁଣିବାକୁ ମିଳିଛି କରୋନାର ତୃତୀୟ ଲହରି ମଧ୍ୟ ଆସିପାରେ। ହେଲେ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଆମକୁ ଆହୁରି ସତର୍କ ରହିବାକୁ ପଡିବ ବୋଲି ଅନୁ ଚୌଧୁରୀ କହିଛନ୍ତି। ଯେଉଁମାନେ ଆମକୁ ସୁରକ୍ଷିତ ରଖିବା ଲାଗି ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଆମ ପାଇଁ ନିଜ ପରିବାରକୁ ଛାଡ଼ି କରୋନା ଯୋଦ୍ଧା ସାଜିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ମୋର ଅନୁରୋଧ ଦୟାକରି ସେମାନଙ୍କୁ ସହଯୋଗ କରନ୍ତୁ ଏବଂ ମାନସିକ ରୂପେ ସମର୍ଥନ ଦିଅନ୍ତୁ ବୋଲି ଅନୁ ଚୌଧୁରୀ କହିଛନ୍ତି।

ଖବର କାଗଜ ହେଉ ଅବା ଟିଭି ଚ୍ୟାନେଲ, ପ୍ରତିଦିନ ପୋଲିସ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ସାଧାରଣ ଜନତାଙ୍କର ତିକ୍ତତା ନେଇ ଖବର ଆସୁଛି । ଏ କଥା ମନେ ରଖିବା ଉଚିତ ଯେ, ପୋଲିସମାନେ ଆମକୁ ସଜାଗ କରୁଛନ୍ତି । ଖାସ ଆମକୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ହେଉଛି । କରୋନା ସଂକ୍ରମଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ ।

ଏହି ଚେନ୍‌କୁ ଭାଙ୍ଗିବା ପାଇଁ ପ୍ରଶାସନ ବାଧ୍ୟ ହୋଇ ସଟଡାଉନ୍ ଓ ଲକଡାଉନ୍ କରୁଛନ୍ତି । ସାଧାରଣ ଜନତାଙ୍କୁ ମୋର ବିନମ୍ର ଅନୁରୋଧ ପରୋକ୍ଷ ହେଉ କି ପ୍ରତ୍ୟକ୍ଷ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୌରପାଳିକା କର୍ମଚାରୀ ଓ ପୋଲିସଙ୍କୁ କରୋନା ବିରୋଧୀ ଲଢେଇରେ ସହଯୋଗ କରନ୍ତୁ । ତାଙ୍କ ସହ ଯୁକ୍ତିତର୍କ କି ମାରପିଟ୍ କରିବାଠାରୁ ନିବୃତ୍ତ ରୁହନ୍ତୁ । ନିଜେ ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ନିଜ ପରିବାରକୁ କରୋନାଠୁ ଦୂରେଇ ରଖନ୍ତୁ । ପାରୁପର୍ଯ୍ୟନ୍ତ ଅସହାୟ ଓ ଅଭାବୀ ଲୋକଙ୍କୁ ସହାୟତା କରନ୍ତୁ । ପ୍ରଥମ ଧାଡିର କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରନ୍ତୁ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନାକୁ ଆମେ ପରାସ୍ତ କରିବା । ଏବେଠୁ ସଜାଗ ରହିଲେ କରୋନାର ତୃତୀୟ ଲହରି ସମ୍ଭାବନାକୁ ମଧ୍ୟ ଅତି ସହଜରେ ଏଡାଇ ହେବ ।

ଆମେରିକାର ବଡ଼ ଖୁଲାସା: କରୋନା ଭୂତାଣୁକୁ ଅସ୍ତ୍ର କରିବାକୁ ୫ ବର୍ଷ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିଲେ PLA ବୈଜ୍ଞାନିକ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବା କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳକୁ ନେଇ ପୁଣି ବିବାଦରେ ଛନ୍ଦି ହୋଇଛି ଚୀନ୍ । ଧୋକେବାଜ୍ ଚୀନର ଚାଲବାଜ ନୀତିକୁ ନେଇ ଅଷ୍ଟ୍ରେଲିଆ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଚୀନ ବିଶ୍ବ ବିରୋଧରେ କରିଥିବା ହୀନ ଚକ୍ରାନ୍ତକୁ ପଦାରେ ପକାଇଛି । ରିପୋର୍ଟରେ କୁହାଯାଇଛି, ଚୀନ୍ ଜୈବିକ ଅସ୍ତ୍ର କରୋନା ଭୂତାଣୁ ପ୍ରୟୋଗ କରି ତୃତୀୟ ବିଶ୍ବଯୁଦ୍ଧର ଆରମ୍ଭ କରିଛି । କରୋନା ଭୂତାଣୁକୁ ବିଶ୍ବ ବିରୋଧରେ ଅସ୍ତ୍ର କରିବା ପାଇଁ ୫ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ଚୀନ ଆର୍ମିର ବୈଜ୍ଞାନିକ । ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ହାତରେ ଏହାର ଦସ୍ତାବିଜ୍ ଲାଗିଛି ବୋଲି ଦାବି କରିଛି ବ୍ରିଟେନର ‘ଦ ସନ୍’ ନ୍ୟୁଜ୍ ପେପର । ଚୀନ ବୈଜ୍ଞାନିକ କରୋନା ଭୂତାଣୁକୁ ‘ ଜୈବିକ ଅସ୍ତ୍ରର ନୂତନ ଯୁଗ’ ଭାବେ ପ୍ରୟୋଗ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଶତ୍ରୁ ଦେଶର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଚୀନ୍ର ଏହା ହୀନ ଚକ୍ରାନ୍ତ ।

ଆକଳନ ହେବ ଆଣ୍ଟିବଡି, ଆରଏମଆରସି ଆରମ୍ଭ କରିବ ରାଣ୍ଡମ ସାମ୍ପଲ ସର୍ଭେ

ଭୁବନେଶ୍ୱର: କୋଭିଡ୍‌ ସଂକ୍ରମଣ ନେଇ ଆର୍‌ଏମ୍‌ଆର୍‌ସି କରିବ ରାଣ୍ଡମ୍ ସାମ୍ପଲ ସର୍ଭେ । ପୂର୍ବରୁ ଆର୍‌ଏମ୍‌ଆର୍‌ସି ପକ୍ଷରୁ ସେରୋ ସର୍ଭେ କାରଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି । ଗତ ସଂକ୍ରମଣରେ ଯେଉଁମାନେ ପଜିଟିଭ ହୋଇ ସୁସ୍ଥ ହୋଇଛନ୍ତି ଏବଂ ଏବେ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେଇସାରିଥିବା ଲୋକଙ୍କୁ ନେଇ ଏହି ସର୍ଭେ କରାଯିବ ।

ପ୍ରଥମ ସଂକ୍ରମଣରୁ ସୁସ୍ଥ ହେବା ପରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ଆକଳନ କରାଯିବ । ସେହିଭଳି ପ୍ରଥମ ଡୋଜ୍ ଭ୍ୟାକ୍ସିନେସନ ପରେ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିମାତ୍ରାକୁ ମଧ୍ୟ ଆକଳନ କରାଯିବ । ଆମେରିକାର ଏକ ସଂସ୍ଥା ଏହିଭଳି ଏକ ସର୍ଭେ କରିଥିଲା ।

ଏହି ସଂସ୍ଥାର ରିପୋର୍ଟ ଅନୁଯାୟୀ, କରୋନା ପଜିଟିଭରୁ ନେଗେଟିଭ ହୋଇଥିବା ବ୍ୟକ୍ତି ଓ ପ୍ରଥମ ଡୋଜ୍ ଭ୍ୟାକ୍ସିନ ନେବା ପରେ ଲୋକଙ୍କଠାରେ ଟି-ସେଲ୍ ଓ ବି-ସେଲ୍‌ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ଜଣାପଡ଼ିଛି । ୭୦ଜଣଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ଏହି ସୂଚନା ଦେଇଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ଆସାମ: ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାଜଭବନରେ କରୋନା କଟକଣା ଭିତରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ଗ୍ରହଣ ସମାରୋହରେ ବିଜେପି ବିଧାୟକଙ୍କ ସହ AGP ଓ UPPL ବିଧାୟକମାନେ ସାମିଲ ହୋଇଥିଲେ । ସେହିପରି ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି । କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଶ୍ବଶର୍ମା ଆସାମରେ ଜଣେ ଲୋକପ୍ରିୟ ନେତା ଭାବେ ବେଶ ଜଣାଶୁଣା ।

୨୦୦୧ରୁ ଲଗାତାର ଭାବେ ଜଲୁକବାରୀ ଆସାମରୁ ସେ ବିଜୟୀ ହୋଇ ଆସୁଛନ୍ତି । ୨୦୧୬ରେ ଜଲୁକବାରୀ ବିଧାନସଭା ଆସନରୁ ୮୫ ହଜାର ଭୋଟରେ ବିଜୟୀ ହୋଇଥିଲେ । ୨୦୨୧ରେ ଏହି ଆସନରୁ ପୁଣି ବିଜୟଲାଭ କରିଛନ୍ତି ବିଶ୍ବଶର୍ମା । ୨୦୧୪ରେ କଂଗ୍ରେସରେ ଅସନ୍ତୋଷ ଜାହିର କରି ତରୁଣ ଗୋଗୋଇଙ୍କ ସରକାରରୁ ସେ ଇସ୍ତଫା ଦେଇଥିଲେ ।

୨୦୧୫ ଅଗଷ୍ଟ ୨୮ ତାରିଖରେ ବିଜେପିରେ ସାମିଲ ହୋଇଥିଲେ । ପୂର୍ବ- ଉତ୍ତର ଭାରତ ପାଇଁ ହିମନ୍ତ ବିଶ୍ବଶର୍ମାଙ୍କୁ ବିଜେପିର ବିଗ୍ ଷ୍ଟ୍ରାଟେଜିମେକର କୁହାଯାଉଛି । ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ସେ ମନ୍ତ୍ରୀ ଥିଲେ । ରାଜନୀତିରେ ଲମ୍ବା ଅଭିଜ୍ଞତା ଥିବାରୁ ବିଜେପି ତାଙ୍କ ଉପରେ ଭରସା କରିଛି ।