spot_img
Home Blog Page 5659

ତଳମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ୯, ୭୯୩ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଲଗାତାର ତୃତୀୟ ଦିନ ପାଇଁ ଖସିଲା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୯ହଜାର ୭ଶହ ୯୩ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୦୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୬୪୧, ଅନଗୁଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ବରରୁ ୩୧୪, ନବରଙ୍ଗପୁରରୁ ୩୦୨, ଷ୍ଟେଟପୁଲରୁ ୨୮୦, ଗଂଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪, କେଉଁଝରରୁ ୨୪୪, ମୟୂରଭଂଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରପୁଟରୁ ୧୭୪, କେନ୍ଦ୍ରପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୋନପୁରରୁ ୧୪୦, ଦେବଗଡରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୨୯, ମାଲକାନଗିରିରୁ ୬୩ ଓ ଭଦ୍ରକରୁ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦ୍ୱିତୀୟ ଲହରରେ ସଂକ୍ରମିତ ଅଧିକ ମହିଳା, ୩୪ % ମହିଳା କରୋନା ଆକ୍ରାନ୍ତ

ଭୁବନେଶ୍ବର: କରୋନା ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଛନ୍ତି ଅଧିକ ମହିଳା । ପ୍ରଥମ ଲହର ବେଳେ ଦେଶରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ଦ୍ବିତୀୟ ଲହରରେ ଅଧିକ ମହିଳା ଆକ୍ରାନ୍ତ ହେଉଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତବର୍ଷ ଜୁଲାଇ ସୁଦ୍ଧା ୩୪ % ମହିଳା କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦେଶରେ ୩୮ ଦଶମିକ ୫ ପ୍ରତିଶତ ମହିଳା ସଂକ୍ରମିତ ହୋଇଛନ୍ତି ।

ହେଲେ ମୃତକ ସଂଖ୍ୟା ପୂର୍ବପରି ୫୦ ପ୍ରତିଶତ ରହିଛି । ମୃତକଙ୍କ ମଧ୍ୟରେ ପରୁଷ-ମହିଳା ୫୦ ପ୍ରତିଶତ ଲେଖାଏଁ ରହିଛନ୍ତି ବୋଲି ନିଜାମାବାଦ ସରକାରୀ ଜେନେରାଲ ହସ୍ପିଟାଲର ଆସୋସିଏଟ ପ୍ରଫେସର ଡା. କିରଣ ମାଦଳା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମହିଳା ସଂକ୍ରମିତଙ୍କ ମଧ୍ୟରୁ ୩୩ ପ୍ରତିଶତ ଆଇସିୟୁରେ ଭର୍ତ୍ତି ହେଉଥିବା ବେଳେ ଏବେ ଏହା ୩୯ ପ୍ରତିଶତ ହୋଇଛି ।

ପ୍ରାପ୍ତ ତଥ୍ୟ ଅନୁସାରେ, ବିହାରରେ ସବୁଠୁ ଅଧିକ ୪୨ ପ୍ରତିଶତ ମହିଳା କରୋନା ଆକ୍ରାନ୍ତ ହେଉଥିବା ବେଳେ ମହାରାଷ୍ଟ୍ରରେ ୩୮%, କର୍ଣ୍ଣାଟକରେ ୩୬ ଓ ତାମିଲନାଡୁରେ ୩୨ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଝାରଖଣ୍ଡରେ ସବୁଠ କମ୍ ୨୫ ପ୍ରତିଶତ ମହିଳା କରୋନା ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି ।

ରାଜ୍ୟରେ ବ୍ଲାକ୍‌ ଫଙ୍ଗସ, ଭୁବନେଶ୍ୱରରେ ଭୂତାଣୁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କଠାରେ ବ୍ଲାକ୍‌ ଫଙ୍ଗସ ଭୂତାଣୁ  । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷଣଧାରୀ ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଓ ୭୧ ବର୍ଷ ବୟସ୍କ। ସେ ଘରେ ଥିଲେ, ଏବେ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପରିବାରରୁ ଜଣେ କରୋନା ସଂକ୍ରମିତ ହେବା ପରେ ତାଙ୍କର ସ୍ବାବ ନମୁନା ନିଆଯାଇଥିଲା । ଗତ ଏପ୍ରିଲ ୨୦ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାପରେ ସେ ହୋମ୍ ଆଇସୋଲେସନ୍‌ରେ ଥିଲେ । ଗତ ୮ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ସଂକ୍ରମଣର କାରଣ ବୋଲି ସନ୍ଦେହ କରାଯାଉଛି । ଦୀର୍ଘଦିନ ଧରି କୁଲରର ପାଣି ବଦଳା ଯାଇନଥିଲା । ଏବେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କରୋନା ପାଇଁ ବ୍ଲାକ ଫଙ୍ଗସ ହୋଇଥିବା ନେଇ ସ୍ପଷ୍ଟ ହୋଇନାହିଁ । ଏନେଇ ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଝାରପଡ଼ା ଜେଲରେ ଅପରାଧୀମାନଙ୍କ ପାଖରୁ ଜବତ ହେଲା ୯ଟି ମୋବାଇଲ

ଭୁବନେଶ୍ୱର: ଜେଲରେ ରହି ମଧ୍ୟ ଚାଲିଥିଲା ବାହାର ନେଟଓ୍ୱାର୍କ ସହ ଡିଲ। ଜେଲ ଭିତରେ ଅପରାଧୀମାନେ ରହି ମୋବାଇଲ ଦ୍ୱାରା ଚଳାଇଥିଲେ କଥାବାର୍ତ୍ତା। ଝାରପଡା ଜେଲରୁ ଜବତ ହେଲା ୯ଟି ମୋବାଇଲ। ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ମିଳିଲା ମୋବାଇଲ। ଡିଜିଙ୍କ ନେତୃତ୍ୱରେ ଜେଲରେ ହୋଇଥିଲା ଚଢ଼ାଉ। ମୋବାଇଲ ଗୁଡ଼ିକ କେଉଁଠି ମାଟି ତଳେ ତ କେଉଁଠି କାନ୍ଥ ଭିତରେ ମୋବାଇଲ ଲୁଚାଇ ରଖିଥିଲେ ଅପରାଧୀ।

୨ ହାର୍ଡକୋରଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତଲା। ତେବେ ଖୁବଶୀଘ୍ର ମୋବାଇଲ ରଖିଥିବା ଅନ୍ତେବାସୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ହାର୍ଡକୋରଙ୍କ ଏରିଆ ଅଫ ଅପରେସନରେ ପରିବର୍ତ୍ତନ ହେବ। ଆଗାମୀ ଦିନରେ ଜେଲରେ ଚଢ଼ାଉ ବ୍ୟାପକ ହେବ। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା। ତେବେ ଜେଲ ଭିତରେ ଅପରାଧୀ ମାନଙ୍କ ପାଖକୁ ମୋବାଇଲ କେମିତି ଗଲା । ଜେଲରେ ଅଧିକାରୀ ମାନଙ୍କର ଏଥିରେ ଲିଙ୍କ୍‌ ରହୁଛି କି । ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରଶ୍ନ ଉଠିଛି ।

କିଏ ହେବ ଜାତୀୟ କଂଗ୍ରେସର ନୂଆ ଅଧ୍ୟକ୍ଷ ?

ନୂଆଦିଲ୍ଲୀ: କିଏ ହେବ ଜାତୀୟ କଂଗ୍ରେସର ନୂଆ ଅଧ୍ୟକ୍ଷ। ଏ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ବିଚାରବିମର୍ଷ। ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ଦେଶରେ ବଢୁଥିବା ସଂକ୍ରମଣ ପାଇଁ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସର ମହାସଚିବ କେ ସି ବେଣୁଗୋପାଲ। ଜୁନ୍ ୭ ତାରିଖରେ ନାମାଙ୍କନର ଶେଷ ତାରିଖ ଓ ୨୩ ତାରିଖରେ ଭୋଟିଂ ହେବା ନେଇ ପ୍ରସ୍ତାବ ଦେଇଥିଲା ଇଲେକସନ୍ ବଡି। ହେଲେ କୋଭିଡ୍ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ଆଜି ବସିଥିବା CWC ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପରେ ସୋନିଆ ଗାନ୍ଧି AICCର ଅନ୍ତରିଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏଣୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦଳରେ ଦାବି ଜୋର ଧରିଛି।

କରୋନା ସଂକ୍ରମିତଙ୍କ ଶବକୁ କିଏ ଭସାଉଛି ଗଙ୍ଗା ନଦୀରେ, ଆଗକୁ ପାଣିରୁ ମଧ୍ୟ ବ୍ୟାପିପାରେ କରୋନା

ନୂଆଦିଲ୍ଲୀ: ଶବ ସତ୍କାର ପାଇଁ ଯଦି ମଶାଣି ନମିଳେ। ତେବେ ମଣିଷ ମୃତ ଶରୀରକୁ ନେଇ କୁଆଡ଼େ ଯିବ। ଯାହାବି ହେଲେ ଶବ ସତ୍କାର ତ କରିବାକୁ ହିଁ ପଡ଼ିବ। ସେଥିପାଇଁ ଗଙ୍ଗା ନଦୀରେ ଶବ ଭସାଯାଉଥିବା ସନ୍ଦେହ କରାଯାଉଛି। ଏବେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସୁଥିବାର ଦେଖିବାକୁ ମିଳୁଛି। ବିହାରର ବକ୍ସର ଜିଲ୍ଲାରେ ଆଜି ସକାଳେ ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହି ଶବଗୁଡ଼ିକ ବହୁତ ଦିନରୁ ନଦୀରେ ଭସାଇ ଦିଆଯାଇଛି। କାରଣ ଶବ ଗୁଡ଼ିକ ଫୁଲିଯାଇଥିବା ବେଳେ ପଚିସଢ଼ି ଯାଇଥିଲା। ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ଦେଶରେ କରୋନା ସଂକ୍ରମଣ ଭୟାଭହତା। ବିହାର ଏବଂ ଉତ୍ତରପ୍ରଦେଶକୁ ଲାଗିଥିବା ଚୌସା ସହରର ଗଙ୍ଗା କୂଳରେ ପ୍ରାୟ ୧୨ରୁ ଅଧିକ ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ସକାଳୁ ଲୋକେ ଉଠିବା ପରେ ଦେଖିଥିଲେ ଏଭଳି ଭୟାନକ ଦୃଶ୍ୟ। ସ୍ଥାନୀୟ ପ୍ରଶାସନ କହିବା ଅନୁଯାୟି ଏହି ମୃତଦେହ ଉତ୍ତରପ୍ରଦେଶରୁ ନଦୀର ପ୍ରବାହରେ ଆସିଛି। ଏବଂ ସେହି ସମସ୍ତ ଶବ ହେଉଛି କରୋନା ରୋଗୀଙ୍କର। ପ୍ରଶାସନ ଆହୁରି ମଧ୍ୟ କହିଛି ଯେ, ପରିବାର ଲୋକଙ୍କୁ ଶବ ଦାହ କରିବା ପାଇଁ ସ୍ମଶାନ ମିଳିଲାନି ବୋଲି ସେମାନେ ସମସ୍ତେ ଗଙ୍ଗା ନଦୀରେ ଭସାଇ ଦେଇଛନ୍ତି। ତେବେ ଯଦି ଏହି ସବୁ ଶବ ଉତ୍ତରପ୍ରଦେଶରୁ ଆସିଛି ତେବେ କେଉଁ ସହରରୁ ଆସିଛି ତାକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି ।

ଅଧିକାରୀ ଅଶୋକ କୁମାର କହିଛନ୍ତିଯେ ଚୌସା ଜିଲ୍ଲାର ମହାଦେବ ଘାଟରେ ପ୍ରାୟ ୪୦ରୁ ୫୦ ଶବ ପାଣିରେ ଭାସୁଥିବା ଦେଖାଯାଇଥିଲା। ଅଶୋକ କୁମାରଙ୍କ ଅନୁଯାୟୀ ଏହି ମୃତଦେହ ନଦୀରେ ପକାଇ ଦିଆଯାଇଥିବା ଜଣାପଡିଛି। ଏଠାରେ ଆହୁରି ଅନେକ ଶବ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଏଭଳି ଗଙ୍ଗା ନଦୀରୁ ଶବ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି। କୋଭିଡ ସଂକ୍ରମଣ ପାଣିରେ ବ୍ୟାପିପାରେ ବୋଲି ସେମାନେ ଭୟ କରୁଛନ୍ତି ।

କ୍ୟାବିନେଟରେ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା, ସଭିଙ୍କୁ ଟିକା ପ୍ରଦାନ ନେଇ ସରକାର ସଂକଳ୍ପବଦ୍ଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼19 ମହାମାରୀ ବିରୁଦ୍ଧରେ ଆମର ଲଢ଼େଇ ରେ ଆମର କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି, ସେଥିପାଇଁ ରାଜ୍ୟ କ୍ୟାବିନେଟ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରାକିଙ୍ଗ ଏବଂ ଟିକାକରଣ ଇତ୍ୟାଦିରେ ଓଡ଼ିଶାବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞ ବୋଲି କୁହାଯାଇଛି । ଭବିଷ୍ୟତ କୋଭିଡ଼ ସଂକ୍ରମଣରୁ ରାଜ୍ୟ ବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟା ର ବୃହତର ଭାଗର ଟିକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି ।
ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି । ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ବେ କୋଭିଡ଼ ଯୁଦ୍ଧରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବା ରେ ନିୟୋଜିତ କର୍ମଚାରୀ ମାନେ ଯେଉଁ ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି। ଟିକା ନେଇଥିବା ବ୍ୟକ୍ତି ମାନଙ୍କର ସଂକ୍ରମଣ ହେଲେ ବି ତାହା ବହୁତ କମ୍ ଲକ୍ଷଣ ଯୁକ୍ତ ହେଉଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କୁହାଯାଇଛି ।

ଏହି ଉଦ୍ଦେଶ୍ୟରେ ଓଡ଼ିଶା ବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ ଟିକା ସଂଗ୍ରହ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁଏକ ଗୋଲାବ୍ଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି । ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।

କୋଭିଡ଼ ବିରୁଦ୍ଧରେ ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦି କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ କୋଭିଡ ଯୋଦ୍ଧାଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ।

ବିଶ୍ୱାସ ଭୋଟରେ ଫେଲ୍ ନେପାଳ ପ୍ରଧାନମନ୍ତ୍ରୀ, ସଂସଦରେ ସାବ୍ୟସ୍ତ କରିପାରିଲେନି ବହୁମତ

କାଠମାଣ୍ଡୁ: ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେଲେ ନେପାଳ ପ୍ରଧାନମନ୍ତ୍ରୀ । ନେପାଳ ସଂସଦରେ ଆଜି ହୋଇଥିବା ଆସ୍ଥା ଭୋଟରେ ହାରିଛନ୍ତି କେପି ଶର୍ମା ଓଲି । ନେପାଳ କମ୍ୟୁନିଷ୍ଟ ପାର୍ଟିରୁ ସମର୍ଥନ ହଟାଇ ନେଇଥିଲା ପ୍ରଚଣ୍ଡ ନୀତ ଦଳ । ପରେ ଦଳ କ୍ଷମତା ହରାଇବା ଏକ ପ୍ରକାର ଥୟ ହୋଇଥିଲା । କିନ୍ତୁ ନିଜ ପାଖରେ ବହୁମତ ରହିଥିବା ନେଇ ଗୃହରେ ଦାବି ରଖିଥିଲେ କେପି ଶର୍ମା ଓଲି । ପରବର୍ତ୍ତୀ ସମୟରେ ସଂସଦର ନିମ୍ନ ସଦନରେ ବହୁମତ ସାବସ୍ତ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ।

ଅପରାହ୍ନରେ ସଂସଦ ପକ୍ଷରୁ ଡକାଯାଇଥିଲା ଏକ ବୈଠକ । ବହୁମତ ସାବସ୍ତ୍ୟ କରିବାକୁ ଆବଶ୍ୟକୀୟ ୨୭୫ ଭୋଟ ପାଇବାରେ ବିଫଳ ହୋଇଥିଲେ ଓଲି । ସେପଟେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି ହ୍ୱିପ ଜାରି କରିବା ସହ ଓଲିଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲା । କିନ୍ତୁ ପ୍ରଚଣ୍ଡ ନୀତ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଦଳ ସତ୍ତା ହରାଇବା ସ୍ଥିତିକୁ ଆସିଯାଇଥିଲା । ପରବର୍ତ୍ତୀ ସମୟରେ ଭୋଟରେ ମଧ୍ୟ ତାହା ପ୍ରତିଫଳନ ହୋଇଛି ।

ଲଦାଖ ଘଟଣାକୁ ନେଇ ଭାରତ-ଚୀନ ଯେତେବେଳେ ମହାମୁହିଁ ହୁଅନ୍ତି । ସେହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚୀନକୁ ସମର୍ଥନ କରନ୍ତି । ଚୀନ ସପକ୍ଷରେ ଯୁକ୍ତି ବାଢନ୍ତି । ସେହିପରି ଭାରତର କିଛି ଅଞ୍ଚଳକୁ ନେପାଳ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି ମିଥ୍ୟା ଯୁକ୍ତି ମଧ୍ୟ ବାଢନ୍ତି । ଓଲିଙ୍କ ଚାଇନା ପ୍ରେମକୁ ବିରୋଧ କରି ପ୍ରଥମେ ବିରୋଦ କରେ ସରକାରକୁ ସମର୍ଥନ କରୁଥିବା ପ୍ରଚଣ୍ଡ ନୀତ ଦଳ ।

ପରବର୍ତ୍ତୀ ସମୟରେ ପ୍ରଟଣ୍ଡ ନୀତଚ ଦଳ କେପି ଶର୍ମାଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ  । ଏବଂ କେ ପି ଶର୍ମାଙ୍କ ମନମୁଖୀ  ଶାସନରେ ଅତିଷ୍ଟ ହୋଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ସମର୍ଥନ ହଟାଇ ନେଇଥିଲେ  । ଫଳରେ ଦଳର ସିଟ ସଂଖ୍ୟା ୧୨୧ କୁ ଖସି ଆସିଥିଲା  । ବିପକ୍ଷ ଦଳ ଆସ୍ଥା ଭୋଟ ପାଇଁ ସଂସଦରେ ପ୍ରସ୍ତାବ ଦେବା ପରେ ଆଜି ଗୃହରେ ବିଶ୍ୱାସ ଭୋଟ ପଡିଥିଲା । ଏବଂ କେପି ଶର୍ମାଙ୍କ କମ୍ୟୁନିଷ୍ଟ ପାର୍ଟି ବହୁମତ ପାଇଁ ଆବଶ୍ୟକ ହେଉଥିବା ୨୭୫ ଭୋଟ ପାଇବାରେ ବିଫଳ ହୋଇଛନ୍ତି  ।

କରୋନା ପାଇଁ ଏଭରେଷ୍ଟରେ ବିଭାଜନ ରେଖା ଟାଣିବ ଚୀନ୍‌, ତିବ୍ଦତକୁ ପଠାଇଲା ୨୧ ଜଣିଆ ଟିମ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପଡ଼ୋଶୀ ଦେଶ ନେପାଳରେ ଏବେ ସଂକ୍ରମିତ ବଢ଼ିବାରେ ଲାଗିଛନ୍ତି। ଏହା ସତ୍ତ୍ୱେ ନେପାଳ ସରକାର ପର୍ବତାରୋହଣ ଅଧିବେଶନକୁ ବାତିଲ କରିନାହାଁନ୍ତି। ଏହି ଅଧିବେଶନ ସାଧାରଣତ ଏପ୍ରିଲରୁ ଜୁନ୍ ମଧ୍ୟରେ ଚାଲିଥାଏ। ଆଉ ଏଥିପାଇଁ ଚୀନ୍‌ ଏଭରେଷ୍ଟରେ ବିଭାଜନ ରେଖା ଟାଣିବାକୁ ଯାଉଛି। ତଥାପି ଏଭରେଷ୍ଟର ଶୀର୍ଷରେ ଏହି ବିଭାଜନ ରେଖା କିପରି ସେଟ୍ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନେପାଳର ଏକ ନ୍ୟୁଜ୍ ଏଜେନ୍ସି କହିଛି ଯେ ତିବ୍ଦତୀୟ ପର୍ବତାରୋହୀ ଗାଇଡର ଏକ ଛୋଟ ଦଳ ଏଭରେଷ୍ଟ ଯାଇ ସେଠାରେ ଏକ ବିଭାଜନ ରେଖା ଟାଣିବ। ଏହା କରାଯିବା ଦ୍ୱାରା ଶିଖରର ଉଭୟ ପାର୍ଶ୍ୱରେ ଥିବା ପର୍ବତାରୋହୀଙ୍କ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ରହିବ ନାହିଁ। ତେବେ ଚୀନର ୨୧ ଜଣିଆ ଏକ ଦଳ ଏଭରେଷ୍ଟର ଶିଖର ଯିବା ପାଇଁ ତିବ୍ଦତକୁ ଯାଇଛନ୍ତି। ତେବେ ଏହି ବିଭାଜନ ଚୀନ ଏଥିପାଇ କରିବାକୁ ଚାହୁଁଛି କାରଣ, ଏଭରେଷ୍ଟରେ ଯାତ୍ରା କଲାବେଳେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ପର୍ବତାରୋହୀ ଏକାଠି ହୋଇଥାନ୍ତି। ସେଥିପାଇଁ ଏଭରେଷ୍ଟ ଉପରେ କେହି ଏକାଠି ନହେବା ପାଇଁ ଏହି ବିଭାଜନ କରାଯିବ।

 

ପୋଷ୍ୟ ସ୍କୁଲର ଭିତ୍ତିଭୂମି ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ସ୍କୁଲର ସୌନ୍ଦର୍ଯ୍ୟକରଣ ସମେତ ସେଠାରେ ଛାତ୍ରୀମାନଙ୍କ ପାଇଁ ଉନ୍ନତମାନର ଲାଇବ୍ରେରୀ, ସାଇନ୍ସ ଲାବ୍ରୋଟୋରୀ, କମ୍ପ୍ୟୁଟର ଲ୍ୟାବ୍ , ସ୍ମାର୍ଟ କ୍ଲାସରୁମ୍ ସୁବିଧା ଆଦି ଉପଲବ୍ଧ କରାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜର ଏହି ହାଇସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବେ ଗ୍ରହଣ କରିଛନ୍ତି। ଏବେ କୋଭିଡ୍‌-୧୯ କଟକଣା ଥିବାରୁ ଏହି ସ୍କୁଲର ବିଭିନ୍ନ ଷ୍ଟେକ୍ ହୋଲଡରମାନଙ୍କ ସହ ଭିତ୍ତିଭୂମି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସ୍କୁଲକୁ କିଭଳି ଉନ୍ନତମାନର କରାଯାଇପାରିବ ସେ ନେଇ ସ୍କୁଲର କିଛି ପୁରାତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀଙ୍କ ସମେତ ଶିକ୍ଷିୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ।

ରାଜ୍ୟ ସରକାର ହାଇସ୍କୁଲ ଅପଗ୍ରେଡେସନ୍ କାର୍ଯ୍ୟକ୍ରମରେ ଏହି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଥିବା ତଥା ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ୧୫ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଛାତ୍ରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ। ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଯାହା ସ୍କୁଲ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ।

ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ‘ସ୍ମାର୍ଟ କ୍ଲାସରୁମ୍‌’ ନିର୍ମାଣ କରାଯାଇଛି। ସ୍କୁଲ ଖୋଲିଲେ ଏହା ଉଦଘାଟନ ହେବ। ଏହି ସ୍ମାର୍ଟ କ୍ଲାସରୁମରେ ୫୦ଜଣ ଛାତ୍ରୀ ଏକକାଳୀନ ବସିବାର ସୁବିଧା କରାଯାଇଛି। ସେହିପରି ସ୍କୁଲରେ ଶୈକ୍ଷିକ ପରିବେଶ ଓ ପିଲାମାନଙ୍କ ମଧ୍ୟରେ ପାଠପଢ଼ାରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ସହ ଭଲ ରେଜଲ୍ଟ କରିବା ପାଇଁ ସ୍କୁଲ ପରିସରରେ ନିୟମିତ କୋଚିଂ କ୍ଲାସ୍ , ସୁପର-୩୦ କ୍ଲାସ ରୁମ୍ , ବିଭିନ୍ନ ପୁରସ୍କାର, ଫଟୋ ଡକ୍ୟୁମେଣ୍ଟେସନ୍ ସହ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ପରାମର୍ଶ ଦେଇଛନ୍ତି ଓଟିଡିସି ଅଧ୍ୟକ୍ଷା ।