spot_img
Home Blog Page 5664

ଦିଲ୍ଲୀରେ ୧୭ ମେ’ ଯାଏ ବଢିଲା ଲକଡାଉନ, ବାତିଲ ରହିବ ମେଟ୍ରୋ ସେବା

ନୂଆଦିଲ୍ଲୀ: ଦିଲ୍ଲୀରେ ବଢିଲା ଲକଡାଉନ ଅବଧି । ୧୭ ମେ’ ଯାଏ ବଢିଲା ଦିଲ୍ଲୀରେ ଲକଡାଉନ । ଏହି ସମୟରେ ମେଟ୍ରୋ ସେବା ବାତିଲ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଦିଲ୍ଲୀରେ ୨ ରୁ ୩ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ପ୍ରତିଶତରୁ ୨୩ ପ୍ରତିଶତକୁ କମିଛି । ସଂକ୍ରମଣ ଆହୁରି କମାଇବାକୁ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ୧୪ଦିନ ଲକଡାଉନ ଘୋଷଣା କରିଥିଲା ଦିଲ୍ଲୀ ।

ଦେଶରେ ବଢୁଛି କରୋନା ସଂକ୍ରମଣ । ଦିନକରେ ୪ଲକ୍ଷ ୩ହଜାର ୭୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୯୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୨୪ ଘଣ୍ଟାରେ ୩ଲକ୍ଷ ୮୬ହଜାର ୪୪୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୨ଲକ୍ଷ ୯୬ହଜାର ୪୧୪ ଥିବାବେଳେ ସୁସ୍ଥ ହୋଇଛନ୍ତି କୋଟିଏ ୮୩ଲକ୍ଷ ୧୭ହଜାର ୪୦୪ । ମୃତ୍ୟୁସଂଖ୍ୟା ୨ଲକ୍ଷ ୪୨ହଜାର ୩୬୨ ଥିବା ବେଲେ ଆକ୍ଟିଭ କେସ୍ ୩୭ଲକ୍ଷ ୩୬ହଜାର ୬୪୮ ରହିଛି ।

ଡରାଉଛି କରୋନା: ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କରୋନା ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପ । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ରହିବ ସଂଗରୋଧ ବ୍ୟବସ୍ଥା । ସବୁଠି ରହିବ ଅକ୍ସିମିଟର ଓ ପିପିଇ କିଟ୍‌ । ସବୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଆଉ ଏକ ଆଗୁଆ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ କୃତଜ୍ଞତା ଜଣାଇଛନ୍ତି ।

ବିଜେପି ମନ୍ତ୍ରୀଙ୍କ ଅସମ୍ବେଦନଶୀଳ ବକ୍ତବ୍ୟ, ତମ କଥା ଜାଣିନି କିନ୍ତୁ ମନ୍ତ୍ରୀମାନଙ୍କୁ ବଞ୍ଚିବାକୁ ପଡ଼ିବ

ବେଙ୍ଗାଲୁରୁ: କୋଭିଡରେ ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ କର୍ଣ୍ଣାଟକର କ୍ଷମତାସୀନ ବିଜେପିର ଜଣେ ମନ୍ତ୍ରୀଙ୍କ ଅମାନବୀୟ ବୟାନ ପୁରା ଦେଶକୁ ଲଜ୍ଜିତ କରିଛି । ମନ୍ତ୍ରୀ ଉମେଶ କଟ୍ଟିଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ କୌଣସି ମାନେ ରଖେନା । ଏହା ତାଙ୍କ ବକ୍ତବ୍ୟରୁ ଜଣା ପଡୁଛି । ଗୋଟିଏ ସରକାରୀ ବୈଠକରେ ଯୋଗ ଦେଇ ମନ୍ତ୍ରୀ କଟ୍ଟି କହିଛନ୍ତି ଯେ, ତମ ମାନଙ୍କ କଥା ଜାଣିନି କିନ୍ତୁ କୋଭିଡ୍ କାଳରେ ମନ୍ତ୍ରୀମାନଙ୍କୁ ବଂଚିବାକୁ ପଡିବ । କଟ୍ଟିଙ୍କ ଏହି ବୟାନକୁ ନେଇ କର୍ଣ୍ଣାଟକ ସହିତ ସମ୍ପୂର୍ଣ୍ଣ ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ବାଗଲପେଟ୍ ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ସହିତ ବୈଠକ କାଳରେ ମନ୍ତ୍ରୀ କଟ୍ଟି ଏଭଳି କହୁଥିବା ରେକର୍ଡ୍ ହୋଇଛି । ବୈଠକରେ ମନ୍ତ୍ରୀ ଅଧିକାରୀମାନଙ୍କୁ ଦେଖାଇ କହୁଛନ୍ତି ଯେ, ‘ ଆମ ସମସ୍ତଙ୍କୁ ବଂଚିବାକୁ ପଡିବ,ତେବେ ତୁମ ମାନଙ୍କ କାଥ ଜାଣିନାହିଁ କିନ୍ତୁ ମନ୍ତ୍ରୀମାନଙ୍କୁ ବଂଚିବାକୁ ପଡିବ’’ । ମନ୍ତ୍ରୀ ପରିହାସ ଛଳରେ ଏଭଳି କହୁଥିବା କୁହାଯାଉଛି । ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ହସୁଥିବାର କ୍ୟାମେରାରେ ରେକର୍ଡ୍ ହୋଇଛି । ତେବେ ପରିହାସ ଛଳରେ କହିଲେ ମଧ୍ୟ ସାମ୍ବିଧାନିକ ଶପଥ ନେଇଥିବା ଜଣେ ବ୍ୟକ୍ତି କରୋନା ଭଳି ମହାମାରୀ କାଳରେ ଏଭଳି ବୟାନ ଦେବା କେତେଦୁର ଠିକ୍ ତାକୁ ନେଇ ପ୍ରଶ୍ନ ଉଠୁଛି । ମନ୍ତ୍ରୀଙ୍କ ବକ୍ତବ୍ୟ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେବା ପରେ ତାଙ୍କ କ୍ଷମା ପ୍ରାର୍ଥନା ଦାବି ହେଉଛି ।

ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ତାଙ୍କ ସମ୍ବେଦନହୀନତାର ପରିଚୟ ଦେଉଛି ବୋଲି ସମାଲୋଚକ କହୁଛନ୍ତି । ଦେଶର ବାକି ରାଜ୍ୟଙ୍କ ଭଳି କର୍ଣ୍ଣାଟକରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ସୃଷ୍ଟି କରିଛି । ରୋଗୀଙ୍କୁ ବେଡ୍ ମିଳୁନଥିବା ବେଳେ ଅକ୍ସିଜେନ୍ ଅଭାବରୁ ରୋଗୀ ନାହିଁନଥିବା ହଇରାଣ ହରକତ ହେଉଛନ୍ତି ।

ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ

ପୁରୀ: କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ ହୋଇଛି । ମୃତ ଦେହଟି ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଛି । ଆଜି ସକାକୁ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ସ୍ଥାନୀୟ ଲୋକେ ମୃତ ଦେହ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଚନ୍ଦ୍ରଭାଗା ସାମୁଦ୍ରିକ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ । ସେହିପରି ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ ।

ରାଉରକେଲାରେ ସଟଡାଉନକୁ ବେଖାତିର, ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ

ରାଉରକେଲା: ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକ୍‌ଡାଉନ୍ ସହ ସଟ୍‌ଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ବନ୍ଦ ରହିଛି ଦୋକାନ ବଜାର । ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ଟ୍ବିନ୍‌ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ମାନି ଲୋକ ଚଳିବା ପାଇଁ ସରକାର ଅପିଲ୍ କରିଛନ୍ତି । କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ସହ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଲାଗୁ କରାଯାଇଛି ।

କିନ୍ତୁ ରାଉରକେଲାରେ ସପ୍ତାହାନ୍ତ ସଟଡାଉନକୁ ବେଖାତିର କରାଯାଇଛି । ଡେଲି ମାର୍କେଟ ଓ ଟ୍ରାଫିକ ମାର୍କେଟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ । ଚଢ଼ାଉ ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ କରାଯାଇଛି । ଏଥିସହ ୬ଟି ଦୋକାନକୁ ସିଲ୍ କରିଛି ପ୍ରଶାସନ। ସଟଡାଉନରେ ଆମିଷ ବିକ୍ରି କରାଯାଉଥିବା ବେଳେ ଚଢ଼ାଉ କରିଥିଲା ପୋଲିସ ।

ସେହିପରି କୋଭିଡ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ । ଶକ୍ତ ହୋଇଛି ଓଡ଼ିଶା ପୋଲିସ । ଗତକାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ୧୨ଲକ୍ଷ ୭୭ହଜାର ୩୦୦ ଟଙ୍କା ଫାଇନ୍ ଆଦାୟ କରିଛି ପୋଲିସ । ୬ଟି କେସ୍ ରୁଜୁ ହୋଇଥିବା ବେଳେ ୧୮ଜଣ ଅମାନିଆଙ୍କୁ ଗିରଫ କରାଯାଇଛି । ୨୪ ଘଣ୍ଟାରେ ୩ ହଜାର ୯୯ଟି ଗାଡ଼ି ଜବତ କରାଯାଇଥିବା ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଜି. ଉଦୟଗିରି: ତହସିଲଦାର ଓ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣେ ଗିରଫ, ୯୦ରୁ ଅଧିକଙ୍କ ନାଁରେ ମାମଲା

ଗଜପତି ଜିଲ୍ଲା ଆର୍‌. ଉଦୟଗିରିରେ ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ, ୯୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ । ଗିରଫ ଅଭିଯୁକ୍ତ ହେଲେ ଛେଳିଗଡ଼ ଗାଁର ଜନୁଏଲ ବୀର । ଗତ ଶୁକ୍ରବାର ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ତହସିଲଦାର ଏବଂ ଥାନା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୯ ଜଣ ପରିଚିତ ବ୍ୟକ୍ତିଙ୍କ ସମେତ ୯୦ରୁ ଉର୍ଦ୍ଧ୍ବ ପରିଚୟ ପାଇନଥିବା ଲୋକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛି ।

ନିକଟସ୍ଥ ଗାଁରୁ ଜଣଙ୍କୁ ଗିରଫ ପୋଲିସ ଗିରଫ କରାଯାଇଥିବା SDPO ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି । ଗତ ୭ ତାରିଖ ଦିନ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଏକ ବାହାଘର ଶୋଭାକାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ କିଛି ଥାନା କର୍ମଚାରୀ l ଏଭଳିକି ପ୍ରାୟ ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ତହସିଲଦାର ଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପଥର ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ । ତେଵେ ମାମଲା ରୁଜୁ ହୋଇଥିବା ୯ ଜଣ ବ୍ୟକ୍ତିଙ୍କ ସମେତ ଅନ୍ୟ ସହଯୋଗୀ ମାନେ ଗାଁରୁ କୁଆଡେ ଚାଲିଯାଇଥିବା ସୂଚନା ମିଲିଛି । ଗଜପତି s.p ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି SDPO କହିଛନ୍ତି l

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀଙ୍କ ରାଉରକେଲା ଗସ୍ତ, କୋଭିଡ୍‌ ପରିଚାଳନାର ସମୀକ୍ଷା

ରାଉରକେଲା ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହାସହ ସହରରେ କରୋନା ମ୍ୟାନେଜମେଣ୍ଟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ସୁଦ୍ଧା ଆହୁରି ୯୦ ଆଇସିୟୁ ବେଡ୍ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କ୍ଷମ ହେବ ଓ ଟେଷ୍ଟିଂ ବଢ଼ିବ । ୧୨୦ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ସାମିଲ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ । ରାଉରକେଲା ପରେ ବରଗଡ଼ ଯାଇଛନ୍ତି ଅସିତ ତ୍ରିପାଠୀ ।

ବରଗଡ଼ର ଗ୍ରାଉଣ୍ଡଜିରୋରେ ଏନଫୋର୍ସମେଣ୍ଟର ତଦାରଖ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ରୋଗୀଙ୍କ ଚିକିତ୍ସା ଠିକ ଭାବେ ହେଉଛି କି ନାହିଁ ଓ ଅନ୍ୟ ବ୍ୟବସ୍ଥାର ସମୀକ୍ଷା କରିବେ ଅସିତ ତ୍ରିପାଠୀ । ତାଙ୍କ ସହ ଜଳସମ୍ପଦ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଓ ଏନଏଚଏମର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଅଛନ୍ତି ।

ଦେଶରେ ଦିନକରେ ୪ ଲକ୍ଷ ୩ ହଜାର ୭୩୮ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଲେ ୪୦୯୨ ଆକ୍ରାନ୍ତ

ଦେଶରେ ବଢୁଛି କରୋନା ସଂକ୍ରମଣ । ଦିନକରେ ୪ଲକ୍ଷ ୩ହଜାର ୭୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୯୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୨୪ ଘଣ୍ଟାରେ ୩ଲକ୍ଷ ୮୬ହଜାର ୪୪୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟୀ ୨କୋଟି ୨୨ଲକ୍ଷ ୯୬ହଜାର ୪୧୪ଥିବାବେଳେ ସୁସ୍ଥ ହୋଇଛନ୍ତି କୋଟିଏ ୮୩ଲକ୍ଷ ୧୭ହଜାର ୪୦୪ । ମୃତ୍ୟୁସଂଖ୍ୟା ୨ଲକ୍ଷ ୪୨ହଜାର ୩୬୨ ଥିବା ବେଲେ ଆକ୍ଟିଭ କେସ୍ ୩୭ଲକ୍ଷ ୩୬ହଜାର ୬୪୮ ।

ଅନ୍ୟପଟେ ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୮ ଜଣକ ମୃତ୍ୟୁ ହୋଇଛି । DMERର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ‘ମ୍ୟୁକୋର ମାଇକୋସିସ୍’ ରୋଗରେ ୨୦୦ ଜଣ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣକ ଜୀବନ ଯାଇଛି । ଏହି ରୋଗ ଏବେ ମହାରାଷ୍ଟ୍ର ସହ ଦିଲ୍ଲୀ ଓ ଗୁଜରାଟରେ ମଧ୍ୟ  ଦେଖା ଦେଇଛି । କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ ଘାତକ ସାବ୍ୟସ୍ତ ହେଉଛି ଏହି ରୋଗ । ବିଶେଷକରି ମଧୁମେହ, କିଡନୀ ଓ କର୍କଟ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

‘ଡିଆର୍‌ଡିଓ’ର କୋଭିଡ୍‌ ଔଷଧକୁ ଡିସିଜିଆଇର ମଂଜୁରି

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ୱାରା ପ୍ରସ୍ତୁତ କରୋନା ନିବାରଣ ଔଷଧକୁ ଆଜି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଛି। ଏହି କୋଭିଡ୍‌ ପ୍ରତିରୋଧକ ଔଷଧର ନାମ ରହିଛି ‘୨-ଡିଜି’। ଏହାକୁ ଆଜିଠାରୁ କୋଭିଡ୍‌ ଚିକିତ୍ସାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ତେବେ କେବଳ ଡାକ୍ତରଙ୍କ ପରମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଏହି ଔଷଧ ଦେବାପାଇଁ ପ୍ରୋଟୋକଲ ରହିଛି। ଡିଆର୍‌ଡିଓ ଏହି ଔଷଧକୁ ଡ. ରେଡିଜ୍‌ ଲ୍ୟାବ୍‌ ସହିତ ମିଳିତ ପ୍ରୟାସରେ ପ୍ରସ୍ତୁତ କରିଛି।

ଏହି ଔଷଧ ପାଉଡ୍‌ର ଭଳି ଏବଂ ଏହା ଶିଶିରେ ଉପଲବ୍ଧ ହେବ। ଏହାକୁ ସହଜରେ ପାଣିରେ ଗୋଳି ସେବନ କରାଯାଇପାରିବ। ଔଷଧର ପରୀକ୍ଷଣ ପ୍ରୟୋଗ ପରେ ବହୁ ସଂଖ୍ୟାରେ କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା ଏବଂ ଏହା ବେଶ୍‌ ସଫଳ ପ୍ରମାଣିତ ହୋଇଛି । ରୋଗୀଙ୍କ ଅକ୍ସିଜେନ୍‌ ଅଭାବଜନିତ ସମସ୍ୟା ମଧ୍ୟ ଏହି ଔଷଧ ଦୂର କରିବ ବୋଲି କୁହାଯାଇଛି। ଦେଶରେ ପ୍ରତିଦିନ ନୂଆ ସଂକ୍ରମଣ ମାମଲା ୪ ଲକ୍ଷରୁ ଅଧିକ ରହୁଥିବା ବେଳେ ଏହି ଔଷଧକୁ ମଂଜୁରି ମିଳିବା ଏକ ପ୍ରକାର ଆଶ୍ୱସ୍ତି ଆଣିଛି।

ଆଫଗାନିସ୍ତାନ ରାଜଧାନୀ କାବୁଲରେ ବିସ୍ଫୋରଣରେ ୩୦ ମୃତ, ୫୦ରୁ ଅଧିକ ଗୁରୁତର

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବିସ୍ଫୋରଣ । କାବୁଲରେ ଥିବା ଏକ ସ୍କୁଲ ନିକଟରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଅନୁଯାୟୀ ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଏହି ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ୫୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ତେବେ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀ ହୋଇଥିବାବେଳେ ବିସ୍ଫୋରଣର କାରଣ କ’ଣ ଏବଂ କିଏ ଏହି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିପାରିନାହିଁ |। ଏହି ବିସ୍ଫୋରଣ କାବୁଲର ପଶ୍ଚିମ ଦାଶତ-ଇ-ବାରଚିର ଏକ ସ୍କୁଲ ବାହାରେ ଘଟିଥିଲା ​​ଯେଉଁଠାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।