spot_img
Home Blog Page 5665

ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ ମା’, ଆଜି ବିଶ୍ୱ ମାତୃ ଦିବସରେ ଅଗଣିତ ମା’ଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ଗୋଟିଏ ଶବ୍ଦରେ ଥାଏ ବ୍ୟାପକ ଅର୍ଥ । ମା’ – ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ । ତା କୋଳରେ ଥାଏ ସବୁ ଶୁଖ । ତା ପଣତ କାନିରେ ଥାଏ ଅମାପ ସ୍ନେହ । ତା ହାତରେ ଥାଏ ଅଜସ୍ର ଆଶିର୍ବାଦ । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ ହୋଇ ହିଁ ମା ଠାରେ ଶେଷ ହୋଇଥାଏ । ଶାସ୍ତ୍ର ସ୍ୱୀକାର କରିଛି- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ। ମା ପାଇଁ ତୋ ସବୁ ଦିନ ସମାନ । କିନ୍ତୁ ଆଜି ହେଉଛି ତା ପାଇଁ ସ୍ବତନ୍ତ୍ର ଦିନ । ବିଶ୍ୱର ଏକାଧିକ ରାଷ୍ଟ୍ରରେ ମାତୃ ଦିବସ ପାଳନ ହେଉଥିବାବେଳେ ଆମ ଦେଶ ଭାରତରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି । ଆଜି ଦୁନିଆର ସବୁ ମାଆ ମାନଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ।

ରାଜ୍ୟରେ ୨୪ ଘଣ୍ଟାରେ ୧୦,୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୬୩୫ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ଜଣ ସଂକ୍ରମିତ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୯୪୩ ଜଣ ଥିବା ବେଳେ, କଟକରୁ ୮୮୭, ସମ୍ବଲପୁରରୁ ୬୪୧, ଅନୁଗୁଳରୁ ୫୫୯, କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ବରଗଡ଼ରୁ ୪୪୩, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡ଼ାରୁ ୩୨୪, ବଲାଙ୍ଗୀରରୁ ୩୧୮, ବାଲେଶ୍ବରରୁ ୩୦୧, ଯାଜପୁରରୁ ୨୯୦, ଷ୍ଟେଟ୍ ପୁଲରୁ ୨୭୩, ଗଞ୍ଜାମ ୨୬୬, ନୟାଗଡ଼ ୨୫୩, କେନ୍ଦୁଝରରୁ ୧୯୩ ଜଣ ସଂକ୍ରମିତ ଅଛନ୍ତି ।

ସେହପରି ମୟୂରଭଞ୍ଜରୁ ୧୭୯, ବୌଦ୍ଧରୁ ୧୭୯, ରାୟଗଡ଼ାରୁ ୧୫୮, ସୋନପୁରରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁର ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୧୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରି ୭୯ ଓ କନ୍ଧମାଳରୁ ୭୩ ଜଣ ଆକ୍ରାନ୍ତ ଅଛନ୍ତି ।

ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୮ ଜଣଙ୍କ ମୃତ୍ୟ

ମୁମ୍ବାଇ: ପ୍ରଥମେ କରୋନା ଆଉ ଏବେ ବ୍ଲାକ୍ ଫଙ୍ଗସ୍ । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୮ ଜଣକ ମୃତ୍ୟୁ ହୋଇଛି । DMERର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ‘ମ୍ୟୁକୋର ମାଇକୋସିସ୍’ ରୋଗରେ ୨୦୦ ଜଣ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣକ ଜୀବନ ଯାଇଛି । ଏହି ରୋଗ ଏବେ ମହାରାଷ୍ଟ୍ର ସହ ଦିଲ୍ଲୀ ଓ ଗୁଜରାଟରେ ମଧ୍ୟ  ଦେଖା ଦେଇଛି । କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ ଘାତକ ସାବ୍ୟସ୍ତ ହେଉଛି ଏହି ରୋଗ । ବିଶେଷକରି ମଧୁମେହ, କିଡନୀ ଓ କର୍କଟ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସେହିପରି ଦୀର୍ଘ ଦିନ ଧରି ଷ୍ଟେରଏଡ୍ ବ୍ୟବହାର କରୁଥିବା ରୋଗୀଙ୍କ କ୍ଷେତ୍ରରେ ବି ଅଧିକ କ୍ଷତି କରିପାରେ । ନାକରୁ କଳା ପାଣି ବୋହିବା, ନିଶ୍ବାସ ନେବାରେ କଷ୍ଟ ହେବା ଓ ଅସହ୍ୟ ଯନ୍ତ୍ରଣା ଅନୁଭବ ହେବା ଏହି ରୋଗର ପ୍ରମୁଖ ଲକ୍ଷଣ । କରୋନା ସଂକ୍ରମିତ ଆଇସିୟୁରୁ ସୁସ୍ଥ ହୋଇ ଫେରିବା ପରେ ସେମାନଙ୍କ ଠିକ୍ ଭାବେ ଯତ୍ନ ନିଆନଗଲେ ସେମାନେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରନ୍ତ ହେଉଥିବା ଲୋକଙ୍କ ଆଖି ନଷ୍ଟ ହୋଇଥାଏ ।

କାବୁଲରେ ସ୍କୁଲ ନିକଟରେ ବିସ୍ଫୋରଣ, ୨୫ ମୃତ

କାବୁଲ୍: ଆଫଗାନିସ୍ତାନର ରାଜଧାନୀ କାବୁଲର ପଶ୍ଚିମ ଭାଗରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇଛି । ସ୍କୁଲ୍ ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ଏହି ବିସ୍ଫୋରଣରେ ୫୨ ଜଣଙ୍କୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ । ତେବେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ ।

 Blast Near Afghan School In Kabul kills 25

ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ଅନୁସାରେ, ୪୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି । ସୂଚନାଯୋଗ୍ୟ, ଆମେରିକା ତାର ସୈନ୍ୟଙ୍କୁ ୧୧ ସେପ୍ଟେମ୍ବର ସୁଦ୍ଧା ଫେରାଇ ନେବାକୁ ଘୋଷଣା କରିବା ପରେ କାବୁଲ୍ ହାଇଆଲର୍ଟରେ ରହିଛି ।

କରୋନା ବେଳେ ମହଙ୍ଗା ମାଡ଼, କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି । ପ୍ରତିଦିନ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୪ ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଲକଡାଉନ୍‌, ସଟଡାଉନ୍ ଆଦି କଟକଣା ଜାରି ରହିଛି । ଏଥିଯୋଗୁଁ ଦୋକାନ, ବଜାର ବନ୍ଦ । ଗାଡ଼ି ମଟର ଚଳାଚଳ ବି ପୂର୍ବାପେକ୍ଷା କମିଛି । କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି ।

ଏଭଳି ସଂକଟଜନକ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ତୈଳଦର । ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପର ଠାରୁ ପ୍ରତିଦିନ ତୈଳଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ନିର୍ବାଚନ ଯେତେବେଳେ ହେଉଛି, ସେତେବେଳେ ଦେଖାଯାଉଛି ଯେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଛି । ହେଲେ ନିର୍ବାଚନ ସରିବା ମାତ୍ରେ ତୈଳଦର ବଢ଼ୁଛି । ଚଳିତବର୍ଷ ଏପ୍ରିଲ୍ ୧୫ ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା । ଏହାପରେ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା ।

ହେଲେ ଗତ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ ତାରିଖ ଠାରୁ ତୈଳଦର ବଢ଼ିଚାଲିଛି । ଦେଶର କିଛି ସହରରେ ଏବେ ପେଟ୍ରୋଲ ଦର ୧୦୦ ପାର୍ କରିଯାଇଥିବାବେଳେ ଡିଜେଲ୍ ଲିଟର ପିଛା ୯୫ ଟଙ୍କାକୁ ବଢ଼ିଛି । ଅଧିକାଂଶ ସହରରେ ପେଟ୍ରୋଲ୍ ଦର ୧୦୦ ନିକଟବର୍ତ୍ତୀ ରହିଛି । ସାଧାରଣ ଲୋକଙ୍କ ଉପରେ ମହାମାରୀ ଭଳି କଠିନ ସମୟରେ ମହଙ୍ଗା ମାଡ଼କୁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଦୃଢ଼ ଭାବେ ନିନ୍ଦା କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଗତ ୪ ଦିନରେ ୯୨ ପଇସା ତୈଳଦର ବଢ଼ିଛି । ୪ ତାରିଖରେ ୧୯ ପଇସା, ୫ ତାରିଖରେ ୧୯ ପଇସା, ୬ ତାରିଖରେ ୨୫ ପଇସା ଏବଂ ୭ ତାରିଖରେ ୨୯ ପଇସା ପେଟ୍ରୋଲ୍ ଦର ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ଗତ ୪ଦିନରେ ଡିଜେଲ୍ ଦର ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି । ଅଚ୍ଛେଦିନର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା । ହେଲେ ସେ ଅଚ୍ଛେଦିନ୍ ନାରା ଏବେ ବୁରେଦିନରେ ପରିଣତ ହୋଇଛି । ମହଙ୍ଗା ମାଡ଼ରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ପେଟ୍ରୋଲ, ଡିଜେଲର କ୍ରମାଗତ ମୂଲ୍ୟବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି ।

ଚଳିତ ବର୍ଷ କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ସରକାର କୃଷି ସେସ୍ ଲଦି ଦେଇ ଆଶ୍ୱାସନା ଦେଇଥିଲେ କି ତୈଳଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି । ଖୋଦ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏ ବକ୍ତବ୍ୟ ପାଣିର ଗାର ସଦୃଶ ହୋଇଛି । ଟିକସ ପରେ ଟିକସ ଲଦି ଜନସାଧାରଣଙ୍କୁ ଶୋଷଣ କରାଯାଉଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଯେତିକି ରହିଛି, ତା’ ଉପରେ ବିଭିନ୍ନ ଶୁଳ୍କ ଲଦି ଦେବାରୁ ଏହା ଦର ତିନିଗୁଣ ହୋଇଯାଉଛି । କେନ୍ଦ୍ର ସରକାର ତୁରନ୍ତ ତୈଳଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ନଚେତ୍ ଆଗାମୀ ଦିନରେ ସାଧାରଣ ଜନତା ବିଜେପି ସରକାରର ଦୋମୁହାଁ ନୀତିର ଉଚିତ୍ ଜବାବ୍ ଦେବେ ।

୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ‘କୋଭିସିଲ୍ଡ’ ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ୱର: ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ କୋଭିଡ୍ ଟିକା ‘କୋଭିସିଲ୍ଡ’ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ରାଜ୍ୟ ଦେଇଥିବା ପର୍ଚେଜ୍ ଅର୍ଡର ଅନୁସାରେ ଭ୍ୟାକ୍ସିନ୍ ପହଞ୍ଚିବା ପରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ‘କୋଭିସିଲ୍ଡ’ ଟିକାର ସ୍ୱଳ୍ପତା ଦୃଷ୍ଟିରୁ ପ୍ରଥମ ପର୍ଯ୍ୟାୟରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଉଥିବା ୫ଟି ମହାନଗର ନିଗମରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ।

ଭୁବନେଶ୍ୱରରେ ମେ’୧ରୁ ‘କୋଭାକ୍ସିନ୍’ ଟିକା ଦିଆଯାଉଥିବା ବେଳେ ସୋମବାର ଠାରୁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ଦିଆଯିବ ‘କୋଭିସିଲ୍ଡ’ ଟିକା । ସକାଳ ୮ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୧୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ସେହିଭଳି ଦିନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଭ୍ୟାକ୍ସିନ୍ ନେବେ ।

ଏଥିସହ ପଢ଼ନ୍ତୁ- ପହଞ୍ଚିଲା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ, ସୋମବାର ଠାରୁ ବିଭିନ୍ନ ଜିଲ୍ଲାରେ ୧୮ରୁ ଊର୍ଦ୍ଧ୍ୱ ବୟସ୍କ ନେବେ ଟିକା

ଏଥିସହ ଘରୋଇ କେନ୍ଦ୍ରରେ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଘରୋଇ ହସ୍ପିଟାଲ ଟିକା ଦେବେ । ଏଥିପାଇଁ ସରକାର ମାଗଣା ଭ୍ୟାକ୍ସିନ୍ ଯୋଗାଇ ଦେବେ । ଟିକାକରଣ ପିଛା ଘରୋଇ ହସ୍ପିଟାଲ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ୧୦୦ ଟଙ୍କା ସର୍ଭିସ୍ ଚାର୍ଜ ନେବେ ।  ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ରାଜ୍ୟରେ ପ୍ରାୟ ୧ କୋଟି ୯୩ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୧୦ ଲକ୍ଷ ୩୪ ହଜାର ଭୁବନେଶ୍ୱର ଅଞ୍ଚଳର, ସେମାନଙ୍କୁ କୋଭାକ୍ସିନ୍ ଦିଆଯିବ ।

ଆସନ୍ତାକାଲି ରବିବାର କେବଳ ଭୁବନେଶ୍ୱରରେ ଟିକା ଦିଆଯିବ । ସୋମବାର ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା ଟିକାରୁ ୧ ଲକ୍ଷ ୬୯ ହଜାର ୬୩୦ ଡୋଜ୍ ‘କୋଭିସିଲ୍ଡ’ ଥିବାବେଳେ ୩ ଲକ୍ଷ ୪୯ ହଜାର ୯୮୦ ଡୋଜ୍ ‘କୋଭାକ୍ସିନ୍’ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ ୧ ଲକ୍ଷ ୭ ହଜାର ୩୫୦ ଡୋଜ୍ ‘କୋଭାକ୍ସିନ୍’ ଥିବାବେଳେ ୧ ଲକ୍ଷ ଡୋଜ୍ ‘କୋଭିସିଲ୍ଡ’ ରହିଛି ।

ଦୁଷ୍କର୍ମ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୋର୍ଟ ଚାଲାଣ

ଧର୍ମଗଡ଼: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡ଼ା ଗାଁର । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜୟପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ ନିରାକାର ନାଏକ ବଡ଼କାର୍ଲକୋଟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ମୁଖୀଗୁଡା ସ୍ଥିତ କଲୋନୀର ସେକ୍ଟର ୨ରେ ରହୁଥିଲେ। ଅଭିଯୋଗକାରିଣୀ ମହିଳା ମଧ୍ୟ ମୁଖୀଗୁଡା ଇରୀଗେସନ କଲୋନୀରେ ରହୁଥିବା ବେଳେ ତାଙ୍କୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗତ ୨୮ ଏପ୍ରିଲ ଦିନ ମହିଳାଙ୍କ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ବୋଲି ଜୟପାଟଣା ଥାନାରେ ଏତଲା ହୋଇଥିଲା।

ତେବେ ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୋଲିସ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ଯାଉଥିବା ମେଡିକାଲ ଅକ୍ସିଜେନ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

ଟାଙ୍ଗୀ: ସଂକ୍ରମଣର ସଂକଟ କାଳରେ ଦେଶକୁ ଅକ୍ସିଜେନ୍ ଯୋଗାଉଛି ଓଡ଼ିଶା । ନିରବଚ୍ଛିନ୍ନ ଭାବେ ଓଡ଼ିଶା ନିୟମିତ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରୁଛି । ଆଜି ସନ୍ଧ୍ୟାରେ ମେଡିକାଲ୍ ଅକ୍ସିଜେନ୍ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବାଇପସରେ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇଛି ହାଇୱା ।

Medical Oxygen Carrying Tanker Accident At NH16 Tangi

୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ବାଇପାସରେ ଏହି ଦୁର୍ଘଟଣା ଘଟିଛି । ଅକ୍ସିଜେନ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଇ ହାଇୱାଟି ଫେରାର୍ ହୋଇଯାଇଛି । ଦୁର୍ଘଟଣାରେ ଅକ୍ସିଜେନ୍ ଟ୍ୟାଙ୍କରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସୁରକ୍ଷିତ ଅଛନ୍ତି । ଅକ୍ସିଜେନ୍ ଟ୍ୟାଙ୍କରକୁ ଏସକର୍ଟ କରି ଆଣୁଥିବା ପୋଲିସ ସହ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Medical Oxygen Carrying Tanker Accident At NH16 Tangi

ମିଳିଥିବା ସୂଚନା ଅନୁସାରେ, ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନ୍ ଧରି ଟ୍ୟାଙ୍କରଟି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିଲା । ହାଇୱା ସହ ଅକ୍ସିଜେନ୍ ଟ୍ୟାଙ୍କରର ସମ୍ମୁଖ ଭାଗ ଧକ୍କା ହୋଇଥିବାରୁ ଅକ୍ସିଜେନ୍ ଲିକ୍ ହୋଇନଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଅକ୍ସିଜେନ୍ ଲିକ୍ ନେଇ ଅନୁଧ୍ୟାନ ଜାରି ରଖିଛି ।

ରୋଗୀଙ୍କ ବଦଳରେ ବାଲି ବୋହୁଛି ଆମ୍ବୁଲାନ୍ସ, ଗାଡ଼ିରେ ବିଜେପି ସାଂସଦଙ୍କ ନାମ

ପାଟନା: ବିହାରରେ ଆମ୍ବୁଲାନ୍ସ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ଲଗାଇଛନ୍ତି ପୂର୍ବତନ ସାଂସଦ ପପୁ ଯାଦବ । ଏମିତିକି ସେ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଆମ୍ବୁଲାନ୍ସରେ ବାଲି ଭର୍ତ୍ତି କରାଯାଉଥିବା ନଜର ଆସୁଛି। ସେହି ଆମ୍ବୁଲାନ୍ସ ଉପରେ ସାରନରୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ନାମ ଲେଖାଯାଇଛି।

ସୂଚନା ଅନୁଯାୟୀ, ସାରନ (ଛାପ୍ରା)ରୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ଅମନୋର ଅଫିସ୍ ଆଗରେ ଏକ ଡର୍ଜନରୁ ଅଧିକ ଆମ୍ବୁଲାନ୍ସ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପପୁ ଯାଦବ ଏବଂ ରାଜୀବ ପ୍ରତାପ ରୁଡିଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ଏହାକୁ ନେଇ ରାଜନ କୁମାର ଛାପ୍ରା ଅମନୋର ଥାନାରେ ଜାପ ଅଧ୍ୟକ୍ଷ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର ଦାଏର କରିଛନ୍ତି। ତାଙ୍କ ବିରୋଧରେ ବିଶ୍ୱପ୍ରଭା କମ୍ୟୁନିଟି ସେଣ୍ଟରରେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ଅଭିଯୋଗ ହୋଇଛି।

ଏସବୁ ମଧ୍ୟରେ ପପୁ ଯାଦବ ଆଉ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଲେଖାଯାଇଛି ଯେ ‘ରାଜୀବ ପ୍ରତାପ ରୁଡି ଜୀ ବାଲି ଉଠାଇବାରେ ଆମ୍ବୁଲାନ୍ସକୁ ବହୁତ ଭଲ ବ୍ୟବହାର କରୁଛନ୍ତି । ଏଥିପାଇଁ ତାଙ୍କ ପାଖରେ ଏକ ଡ୍ରାଇଭର ମଧ୍ୟ ରହିଛି କିନ୍ତୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଚଳାଇବାକୁ କୗେଣସି ଡ୍ରାଇଭର ନାହାଁନ୍ତି ।

 

ମାଓଗଡ଼ରେ ଛନକା, ୫୦ରୁ ଅଧିକ ମାଓବାଦୀ କରୋନା ସଂକ୍ରମିତ

ମାଲକାନଗିରି: ମାଓଗଡ଼ରେ ପଶିଲା ମହାମାରୀ କରୋନା । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କଲେ ମାଓବାଦୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି ।

Over 50 Naxals Are Corona Infected In Chhattisgarh Dantewada

ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।

ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ।