spot_img
Home Blog Page 5667

କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ସନ୍ଦିଗ୍ଧ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି ନେଇଥିବା ଜାତୀୟ ନୀତିରେ ସଂଶୋଧନ କରିଛନ୍ତି । ଏଣିକି କୋଭିଡ୍ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ହସ୍ପିଟାଲ୍ ରୋଗୀ କେନ୍ଦ୍ରିକ ହେବେ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ହସ୍ପିଟାଲ୍ ଗୁଡ଼ିକ କୋଭିଡ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ନିୟମ ପାଳନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କୌଣସି କୋଭିଡ୍ ହସ୍ପିଟାଲରେ ଚିକିତ୍ସା କିମ୍ବା ଭର୍ତ୍ତି ପାଇଁ କୋଭିଡ୍ ପଜିଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଜଣେ କୋଭିଡ୍ ସନ୍ଦିଗ୍ଧ ମଧ୍ୟ କୋଭିଡ୍ କେୟାର୍ କିମ୍ବା କୋଭିଡ୍ ହସ୍ପିଟାଲର ସନ୍ଦିଗ୍ଧ ୱାର୍ଡରେ ଭର୍ତ୍ତି ହୋଇ ପାରିବେ । କୌଣସି ବି ପରିସ୍ଥିତିରେ ମେଡିକାଲ୍ କର୍ତ୍ତୃପକ୍ଷ ରୋଗୀଙ୍କୁ ମନା କରିପାରିବେ ନାହିଁ । ରୋଗୀ ଜଣଙ୍କ ଅନ୍ୟ ସହରର ହୋଇଥିଲେ ମଧ୍ୟ ତାଙ୍କୁ ଅକ୍ସିଜେନ୍, ଆବଶ୍ୟକ ଜରୁରୀ ଔଷଧ ପ୍ରଦାନ କରାଯିବ ।

କୌଣସି ରୋଗୀ ପରିଚୟପତ୍ର ପ୍ରଦାନ କରି ନପାରିଲେ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ମନା କରିପାରିବେ ନାହିଁ । ଏପରିକି ଅନ୍ୟ ସହରର ହୋଇଥିଲେ ତାଙ୍କୁ ଚିକିତ୍ସା ଯୋଗାଇ ଦେବେ ହସ୍ପିଟାଲ୍ । ତେବେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଆବଶ୍ୟକତା ଅନୁସାରେ ହସ୍ପିଟାଲରେ ଆଡମିଶନ କରାଯିବ । କେନ୍ଦ୍ର ସରକାରଙ୍କ ଡିସଚାର୍ଜ ନିୟମ ଅନୁଯାୟୀ ରୋଗୀଙ୍କୁ ଛଡ଼ାଯିବ ।

ଡିଆରଡିଓର କରୋନା ଔଷଧ ଖାଇଲେ ଦରକାର ପଡିବନି ଅକ୍ସିଜେନ

ଡିଆରଡିଓର କରୋନା ଔଷଧକୁ ଅନୁମତି ଦେଲା ଡିସିଜିଆଇ । କରୋନା ସଂକ୍ରମଣର ବଢୁଥିବା ଗତିକୁ ଦେଖିି ଶନିବାର ଦିନ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ତରଫରୁ ଡିଆରଡିଓଙ୍କ ଦ୍ୱାରା ପ୍ରସ୍ତୁତ କରୋନା ଔଷଧକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯାଇଛି । ଏହି ଔଷଧ ବର୍ତମାନ କ୍ଲିନିକାଲ ଟ୍ରାଏଲରେ ସଫଳ ମଧ୍ୟ ହୋଇଛି । ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଅଲାୟଡ ସାଇନ୍ସେସ୍ ଏବଂ ହାଇଦ୍ରାବାଦ ସେଣ୍ଟର ଫର୍ ସେଲ୍ୟୁଲାର ଏବଂ ମଲିକ୍ୟୁଲର ବାୟୋଲୋଜୀ ସହିତ ମିଶି ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଦା ଏହି ଔଷଧକୁ 2-deoxy-D-glucose (2-DG)  ନାଁରେ ନାମକରଣ ମଧ୍ୟ କରାଯାଇଛି । ଏହି ସବୁ ଔଷଧକୁ ପ୍ରସ୍ତୁତ କରିବା ପାଇଁ ହାଇଦ୍ରାବାଦର ଡକ୍ଟର.ରେଡ୍ଡୀ ଲେବ୍ରୋଟିଜ୍‌ଙ୍କୁ ଦିଆଯାଇଛି । ଯେଉଁ ରୋଗୀଙ୍କ ଉପରେ ଏହାର ଟ୍ରାଏଲ କରାଯାଇଛି ।

ସେମାନଙ୍କ ଭିତରେ ଶିଘ୍ର ଭଲ ହେବାର ଲକ୍ଷଣ ଦେଖାଯାଇଛି । ତାସହ ସେହି ରୋଗୀ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ମଧ୍ୟ ଖୁବ୍ କମ୍ ପରିମାଣରେ ପଡୁଛି । ତେଣୁକରି ଦାବା କରାଯାଉଛି ଯେ ଏହି ଔଷଧ ନେଲେ ଅକ୍ସିଜେନର ଅଭାବକୁ ବି ନିୟନ୍ତ୍ରଣ କରିହେବ ତାସହ ରୋଗୀମାନେ ଶିଘ୍ର କରୋନା ପଜିଟିଭ୍‌ରୁ ନେଗେଟିଭ୍ ହୋଈପାରିବେ । ଡିଆରଡିଓର ବୈାଜ୍ଞାନିକ ମାନେ ଏହି ଔଷଧକୁ ନେଇ ୨୦୨୦ରୁ ପରୀକ୍ଷା ଆରମ୍ଭ କଲେଣି । ଆଉ ଏହି ଔଷଧର ୨ୟ ଟ୍ରାଏଲ ପରେ ବର୍ତ୍ତମାନ ଏହାକୁ ମଂଜୁରୀ ମିଳିପାରିଛି ।  ୧୧୦ ଜଣ ରୋଗୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିବା ବେଳେ ୬ଟି ଡାକ୍ତରଖାନାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଫଳାଫଳ ଭଲ ଆସିବା ପରେ ଏବେ ଏହାର ବ୍ୟବହାରକୁ ଅନୁମତି ଦିଆଯାଇଛି | ଏହି ଔଷଧ ପାଉଡର ରୂପେ ରହିଥାଏ,ଯାହାକୁ ପାଣିରେ ମିଶାଇ ରୋଗୀଙ୍କୁ ପିଇବାକୁ ଦିଆଯାଏ । ଏହି ଔଷଧର ଖାସ୍ କଥା ହେଉଛି ଭାଇରସ୍ ଦ୍ୱାରା ସଂକ୍ରମିତ କଣିକାକୁ ଚିହ୍ନଟ କରିଥାଏ ଓ ତା ବିରୁଦ୍ଦରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ । ତେଣୁକରି ଏହିଭଳି ଜଟିଳ ସ୍ଥିତିରେ ଡିଆରଡିଓ ଦ୍ୱାରା ନିର୍ମିତ ଏହି ଔଷଧ ଫଳପ୍ରଦ ବୋଲି ଜଣାପଡୁଛି ।

ଗୋରୁ ଚୋରାଚାଲାଣ ଅଭିଯୋଗ; ଜଣେ ଅଟକ, ୫ ଗୋରୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଗୋରୁ ଚୋରାଚାଲାଣ ହେଉଥିବା ବେଳେ ଅଟକାଇଲେ ଗ୍ରାମବାସୀ । ଘଟଣା ସ୍ଥଳରେ ବଜରଙ୍ଗ ଦଳର କର୍ମୀ ମାନେ ପହଁଞ୍ଚି ପିକ୍ ଅପ୍ ଭ୍ୟାନ୍ ରୁ ୫ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି।

 

ବାଲିଅନ୍ତା ଥାନା ସାହେବ ନଗର ଗ୍ରାମରୁ ଏହି ଗୋରୁ ସବୁ ଭଦ୍ରକ ଯାଉଥିଲା । ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ିର ଡ୍ରାଇଭର୍ ଲୋକମାନଙ୍କୁ ଧମକ ଚମକ ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା । ଖବର ପାଇ ବାଲିଅନ୍ତା ପୋଲିସ୍ ପହଁଞ୍ଚି ଗୋରୁ ଚୋରାଚାଲାଣ ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି । କିଛି ମାସ ପୂର୍ବେ ସାହେବ ନଗର ଗ୍ରାମରୁ ବିପୁଳ ପରିମାଣର ଗୋ ମାଂସ ଜବତ କରିଥିଲା ପୋଲିସ୍। ଏହି ବେଆଇନ୍ ଗୋ ଚାଲାଣ , ଗୋ ମାଂସ ଚାଲାଣ ଉପରେ ରୋକ୍ ନ ଲାଗିଲେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି ।

 

କରୋନା ସଂକ୍ରମଣରେ ପୂର୍ବତନ ଓଡ଼ିଶା ରଣଜୀ ଖେଳାଳିଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ରଣଜୀ ଖେଳାଳି ତଥା ଓଡ଼ିଶା ରଣଜୀ ଟ୍ରଫି ଚୟନକର୍ତ୍ତା ରବି ନାରାୟଣ ପଣ୍ଡାଙ୍କର କୋଭିଡ ସଂକ୍ରମଣରେ ଶୁକ୍ରବାର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ,  ନିକଟରେ ସେ ତାଙ୍କର ୩୧  ବର୍ଷୀୟ ପୁଅକୁ ହରାଇଥିବା ବେଳେ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶ୍ରୀ ପଣ୍ଡାଙ୍କ ପୁଅ ଯକୃତ ରୋଗରେ ପିଡିତ ଥିଲେ ।

ସେ ଜଣେ ବିଚକ୍ଷଣ ବ୍ୟାଟ୍ସମ୍ୟାନ୍ ହେବା ସଙ୍ଗେସଙ୍ଗେ ୭୦ ଦଶକରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ  ମ୍ୟାଚ୍ ଖେଳିଥିଲା ବେଳେ ୮୦ ଦଶକରେ ଇଷ୍ଟଜୋନରୁ କ୍ୟାପଟେନ୍ ହୋଇଥିଲେ ।

ସ୍ୱର୍ଣ୍ଣପଦକ ବିଜେତା ହକି ଖେଳାଳି ରବିନ୍ଦ୍ର ପାଲ୍ ସିଂଙ୍କର କରୋନାରେ ଦେହାନ୍ତ

ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ହକି ଟିମ୍‌ର ଜବରଦସ୍ତ ଖେଳାଳୀ ରବିନ୍ଦ୍ର ପାଲ୍ ସିଂ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି । ସେ ଭାରତୀୟ ହକି ଦଳର ଜଣେ ପୂର୍ବତନ ସଦସ୍ୟ ଥିଲେ । ତାସହ ୧୯୮୦ ମସିହାରେ ହୋଇଥିବା ମୋସ୍କୋ ଓଲମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ଲକ୍ଷେ୍ନୌାର ଏକମାତ୍ର ଖେଳାଳୀ ଥିଲେ ଯିଏକି ଦୁଇଟି ଓଲମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ପ୍ରାୟ ୨ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଶନିବାର ସକାଳେ ଲକ୍ଷେ୍ନୌାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା ।

ରବିନ୍ଦର ପାଲ୍ ଅପ୍ରେଲ ମାସରେ କରୋନା ଦ୍ୱାରା ସଂକ୍ରମିତ ହେବାରୁ ଲକ୍ଷେ୍ନୌାର ବିବେକାନନ୍ଦ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ କୋଭିଡ ୱାର୍ଡରୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା । ଆଉ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ହକିରେ କେବଳ ଅଲମ୍ପିକ୍ସ ନୁହଁ ବରଂ ଚାମ୍ପିଅନ୍ସ ଟ୍ରଫି,ବିଶ୍ୱକପ୍ ଓ ଏସିଆ କପ୍‌ରେ ବି ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

କଏଦୀ ମାନଙ୍କୁ ତୁରନ୍ତ ମୁକୁଳାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । କଏଦୀ ମାନଙ୍କୁ ତୁରନ୍ତ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ରାଜ୍ୟମାନଙ୍କ ଦ୍ବାରା ଗଠିତ ଉଚ୍ଚକ୍ଷମତା ସଂପନ୍ନ କମିଟିକୁ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ରେ ଯେଉଁ କଏଦୀ ମାନଙ୍କୁ କୋଭିଡ ସକାଶେ ମୁକ୍ତ କରାଯାଇଥିଲା ଓ ପରେ ଫେରିଥିଲେ, ସେମାନଙ୍କୁ ଏବେ ପୁଣି ଥରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ଉପଯୁକ୍ତ ଗାଇଡଲାଇନ ଆଧାରରେ ନୂଆ କଏଦୀମାନଙ୍କୁ ମଧ୍ୟ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଆଇନ ସେବା ପ୍ରାଧିକରଣ ଗାଇଡଲାଇନ ଅନୁସାରେ ନୂଆ କଏଦୀମାନଙ୍କୁ ମୁକ୍ତ କରିବାକୁ କୁହାଯାଇଛି। ଯେଉଁ ରାଜ୍ୟଗୁଡିକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରିନାହାନ୍ତି, ସେମାନେ ତୁରନ୍ତ କମିଟି ଗଠନ କରି ପଦକ୍ଷେପ ନେବାକୁ କୁହାଯାଇଛି ।

ସେହିଭଳି ଯେଉଁମାନେ ପାରୋଲରେ ଯାଇଥିଲେ ସେମାନଙ୍କୁ ପୁଣି ୯୦ ଦିନିଆ ପାରୋଲ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସ୍ଥିତିରେ ଜେଲରେ ବଢୁଥିବା କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ଆଉ ଏକ ପରାମର୍ଶ ଦେଇଛନ୍ତି ।

ଜେଡିୟୁ ନେତା ତନବୀର ଅଖତର୍‌ଙ୍କ ଦେହାନ୍ତ

କରୋନା କବଳରେ ନେତା ଠୁ ରାଜନେତା । ଜଣଙ୍କ ପରେ ଜଣେ ରାଜନେତାଙ୍କର ପ୍ରାଣ ନେଲାଣି କରୋନା । ଆଉ ଏବେ ପୁଣି ଜଣେ ରାଜନେତା ଆରପାରିରେ । ଜେଡିୟୁ ନେତା ତଥା ବିଧାନ ପରିଷଦ ତନବୀର ଅଖତରଙ୍କ କରୋନାରେ ହୋଇଛି ମୃତ୍ୟୁ । କିଛିଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟନାର ଏକ ହସ୍ପିଟାଲରେ ଭର୍ତି କରା୍‌ଯାଇଥିଲା । ଯେଉଁଠାରେ ସେ ଆଜି ମୃତ ବୋଲି ଜଣାପଡିଛନ୍ତି । ତନବୀର ଅଖତର ଜେଡିୟୁ ସଂଖ୍ୟାଲଘୁ ସେଲର ଦାୟିତ୍ୱରେ ଥିଲେ । ୨୦୧୬ ରେ ବିଧାନସଭା କୋଟାରୁ ତନବୀର ଅଖତର MLC ହୋଇଥିଲେ । ତେବେ ତାଙ୍କର କାର୍ଯ୍ୟକାଳ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଥିଲା ।ତାଙ୍କର ମୃତ୍ୟୁ ଖବର ଶୁଣି ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ଟୁଇଟ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ଅଖତର ଜଣେ କୁଶଳୀ ରାଜନେତା ଥିଲେ ଓ ତାଙ୍କର ମୃତ୍ୟୁ ସାମାଜିକ ଓ ରାଜନୈାତିକି କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଅନ୍ତିମ ସତ୍କାର ରାଜକୀୟ ସମ୍ମାନ ସହିତ କରା୍‌ଯିବା ଉଚିତ୍ ।

ବିହାରରେ ଆମ୍ବୁଲାନ୍ସ ଅଭାବ କିନ୍ତୁ ବିଜେପି ଏମପିଙ୍କ ଅଫିସ ପରିସରରେ ପଡି ରହିଛି ୧୨ରୁ ଅଧିକ ଆମ୍ବୁଲାନ୍ସ

ପାଟନା: କରୋନା ହମଲାରେ ଦେଶ ବେହାଲ । କରୋନା ମୁକାବିଲା କରିବାରେ ଦେଶର ସ୍ୱାସ୍ଥ୍ୟସେବା ଏକରକମ ବିଫଳ ହୋଇଛି କହିଲେ ଭୁଲ ହେବନାହି । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ସହିତ ଗୁରୁତରଙ୍କୁ ଆମ୍ବୁଲାନ୍ସ ବି ମିଳୁନି । ଏହି ସମୟରେ ଘରୋଇ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ ନିଜ ମନମାନ ଚଳାଇଛନ୍ତି । ୩ ଚାରି କିଲୋମିଟର ଯିବାକୁ ୧୦ ହଜାର ଟଙ୍କା ଯାଏ ଦାବି କରୁଥିବା ଖବର ମଧ୍ୟ ଆସୁଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ବିଜେପିକୁ ବ୍ୟାକଫୁଟକୁ ନେଇଛି । ବିହାରର ସାରନ ଲୋକସଭା ସାଂସଦ ରାଜିବ ପ୍ରତାପ ରୁଡ୍ଡିଙ୍କ ଗାଁ ଅମନୌରରେ ସ୍ଥିତ ବାସଭବନରେ ୧୨ ଆମ୍ବୁଲାନ୍ସ ଛିଡା ହୋଇଥିବା ଦେଖିବାକୁ ମିଳିଛି । ବିହାର ସରକାର ରାଜ୍ୟରେ ଆମ୍ବୁଲାନ୍ସ ଅଭାବକୁ ଦେଖି ଗାଇଡ୍ ଲାଇନ୍ ଜାରି କରିଛନ୍ତି । କିନ୍ତୁ ବିଜେପି ସାଂସଦଙ୍କ ଘର ଆଗରେ ତାରପୁଲିନ୍ ଘୋଡା ହୋଇ ଏମିତି ରଖା ଯାଇଛି ଆମ୍ବୁଲାନ୍ସ । ଦେଖନ୍ତୁ କେମିତି ଆମ୍ବୁଲାନ୍ସ ଧାଡି ବାନ୍ଧି ଛିଡା ହୋଇଛନ୍ତି । ରୋଗୀଙ୍କୁ ଯେତେବେଳେ ଆମ୍ବୁଲାନ୍ସ ମିଳୁନି ସେତେବେଳେ ସରକାରୀ ଆମ୍ବୁଲାନ୍ସ ଏମିତି ପଡି ରହିବା କେତେ ଦୁର ଠିକ୍ ?


ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୂର୍ବତନ ସାଂସଦ ତଥା ଜନ ଅଧିକାର ପାର୍ଟି ମୁଖ୍ୟ ପପ୍ପୁ ଯାଦବ ରୁଡ୍ଡିଙ୍କ ଗାଁରେ ପହଂଚିଥିଲେ । ପପୁ ରୁଡ୍ଡିଙ୍କ ଗାଁରେ ପହଂଚି ଆମ୍ବୁଲାନ୍ସ ଉଦ୍ଧାର କରିଥିଲେ । ପପୁଙ୍କ ଅଭିଯୋଗ ହେଉଛି ସାଂସଦଙ୍କ ଗାଁ ଘରେ ୧୦୦ରୁ ଅଧିକ ଆମ୍ବୁଲାନ୍ସ ଥିଲା । କିନ୍ତୁ ପରେ ସେ ଆସିବା ଖବର ପହଂଚିବା ପରେ ସେସବୁକୁ ଏଠାରୁ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ରୁଡ୍ଡିଙ୍କ କହିବା ହେଉଛି ଶହେ ନୁହେଁ ୨୦ ଟି ଆମ୍ବୁଲାନ୍ସ ଥିଲା । କିନ୍ତୁ ଡ୍ରାଇଭର ଅଭାବ କାରଣରୁ ଏହି ଆମ୍ବୁଲାନ୍ସ ସବୁକୁ ଅପରେଟ୍ କରି ହେଉନି । ତେବେ ପପୁ ଯାଦବ ରୁଡ୍ଡିଙ୍କ ଡ୍ରାଇଭର ଅଭାବ ଯୁକ୍ତିକୁ ଖଣ୍ଡନ କରିଛନ୍ତି । ଡ୍ରାଇଭର ସେ ଯୋଗାଇ ଦେବେ ବୋଲି ଦାବି କରିଛନ୍ତି । ଏମିତିକି ତାଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ନିଜ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇଥିଲେ ।

ସାଂସଦ ପାଣ୍ଠିରେ ଏହି ସବୁ ଆମ୍ବୁଲାନ୍ସକୁ କିଣା ଯାଇଥିଲା । ଆମ୍ବୁଲାନ୍ସ ଉପରେ ଏମପିଲାଡ୍-୨୦୧୯ ଲେଖାଯାଇଥିବା ଦେଖିବାକୁ ମିଳୁଛି । ସବୁଠୁ ବଡ କଥା ହେଲେ ଯେତେବେଳେ ଆମ୍ବୁଲାନ୍ସ ପାଇଁ ରୋଗି ହଇରାଣ ହରକତ ହେଉଛନ୍ତି ସେତେବେଳେ ବିନା ବ୍ୟବହାରରେ ଏମିତି ଆମ୍ବୁଲାନ୍ସ ପଡି ରହିବା ମାନବତା ବିରୋଧରେ ଅପରାଧ ନୁହେଁ କି ?

ଭଲ ହେଲେ କିରଣ ଖେର୍ :କ୍ୟାନସର୍ ଡାଇଗ୍ନୋସିସ୍ ପରେ ଆସିଲେ ନଜର..

ଅନୁପମ ଖେର୍‌ଙ୍କ ପତ୍ନୀ କିରଣ ଖେର୍ ସୁସ୍ଥବସ୍ଥାରେ ନଜର ଆସିଲେ । କିରଣଙ୍କ କ୍ୟାନସର ଡାଇଗ୍ନୋସିସ୍ ପରେ ପ୍ରଥମଥର ସେ ନଜର ଆସିଛନ୍ତି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ପୂର୍ବରୁ ଅନେକ ଗୁଜବ ଉଠିଥିଲା । ସେହିଭଳି ମିଛ ଗୁଜବକୁ ପ୍ରଚାର ନ କରି ସତ କଣ ଜାଣନ୍ତୁ ବୋଲି ଅନୁପମ ଖେର୍ ନିଜ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲୋକମାନେ କିଛି ନ ଜାଣି ଏହିଭଳି ଭାବେ ମିଛ ଅପପ୍ରଚାର କରିବା ବିଲକୁଲ ବି ଠିକ୍ ନୁହଁ । ତାସହ ନିଜ ଟୁଇଟ ମାଧ୍ୟମରେ ସେ ପତ୍ନୀ କିରଣ ଖେରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ବି ସୂଚନା ଦେଇଛନ୍ତି । କିରଣ ସଂମ୍ପୂର୍ଣ୍ଣ ରୂପେ ଭଲ ଅଛନ୍ତି । ତାସହ ବର୍ତ୍ତମାନର ସ୍ଥିତିରେ କୋଭିଡର ଭ୍ୟାକସିନ ମଧ୍ୟ ସେ ନେଇସାରିଛନ୍ତି ।

ଏପ୍ରିଲ ୧ରେ ଅନୁପମ ଖେର ପତ୍ନୀ କିରଣ ଖେରଙ୍କ ବ୍ଲଡ କ୍ୟାନସର ବିଷୟରେ ସୂଚନା ଦେଇଥିଲେ । ଏବଂ ତାଙ୍କର ଏହି ସୂଚନା ପରେ ହିଁ ସୋସିଆଲ ମିଡିଆରେ ଗୁଜବ ଉଠିଥିଲା । ଅଧିକାଂଶ ୟୁଜରସ୍ କିରଣଙ୍କୁ ମୃତ ବୋଲି ମଧ୍ୟ କହିସାରିଥିଲେ । ସେଥିପାଇଁ ଅନୁପମ ଖେର୍ ନିଜ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ମିଛ ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି ।

ଦନ୍ତାହାତୀର ଆକ୍ରମଣରେ ଚାଲିଗଲା ୨ ଜୀବନ

ହାତୀ ଆକ୍ରମଣରେ ୨ ମୃତ । ରାଇରଙ୍ଗପୁର ଦୁଧିକଣ୍ଡି ଗ୍ରାମ୍ୟ ର ଦୁଇଜଣ ମହିଳା ଓ ଜଣେ ନାବାଳିକାଙ୍କୁ ଆକ୍ରମଣ କଲା ଦନ୍ତାହାତୀ । ଜଙ୍ଗଲକୁ କାଠ ଓ ପତ୍ର ଆଣିବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଦନ୍ତାହାତୀ । ଘଟଣା ସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମେଘନା ବନ୍ଧାଣୀ ଓ କାନ୍ଦିରି ମୁର୍ମୁ । ତେବେ ଧାନୀ ବିନ୍ଧାଣି ନାମକ ମହିଳା ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି।