spot_img
Home Blog Page 5676

‘ଭାରତରେ ନିଶ୍ଚୟ ଆସିବ କରୋନାର ତୃତୀୟ ପ୍ରବାହ, ଟାଳି ହେବନି’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି । ଦୈନିକ ସାଢ଼େ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ସ୍ଥିତି ଚିନ୍ତାଜନକ ରହିଛି । କରୋନାର ଦ୍ୱିତୀୟ ଲହର ଅଧିକ ଜୀବନ ନେଉଛି । ପ୍ରତିଦିନ ସାଢ଼େ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏହାରି ଭିତରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ବରିଷ୍ଠ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ କରୋନାର ତୃତୀୟ ପ୍ରବାହ ନେଇ ଚେତାବନୀ ଦେଇ କହିଛନ୍ତି, ନିଶ୍ଚୟ ଆସିବ ।

ରାଘବନ କହିଛନ୍ତି, ବେଶି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଏବେ କୁହାଯାଇ ପାରିବ ନାହିଁ କରୋନାର ତୃତୀୟ ପ୍ରବାହ କେବେ ଆସିବ । କିନ୍ତୁ ଏହା ଅବଶ୍ୟ ଆସିବ । ଆମକୁ ସେଥିପ୍ରତି ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ତୃତୀୟ ଲହରକୁ ଅଟକାଇ ହେବନାହିଁ ବୋଲି କହିଛନ୍ତି ରାଘବନ ।

ସେ କହିଛନ୍ତି, ଭ୍ୟାକ୍ସିନେସନକୁ ଅପଡେଟ୍ କରିବା ଆବଶ୍ୟକତା ପଡ଼ିବ ଯେମିତି ନୂଆ ଷ୍ଟ୍ରେନର ମୁକାବିଲା କରି ହେବ । ଏଥିସହ କରୋନାର ନୂଆ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବା ଲାଗି ସେ କହିଛନ୍ତି । ଭ୍ୟାକ୍ସିନ୍ ଅପଗ୍ରେଡ୍ ସହ ସର୍ଭେଲାନ୍ସ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଅନ୍ୟପଟେ ନୀତି ଆୟୋଗର ସଦସ୍ୟ ଡକ୍ଟର ବି.କେ ପାଲ୍ କହିଛନ୍ତି- କରୋନା ପଶୁ ଠାରୁ ବ୍ୟାପୁ ନାହିଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପୁଛି ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୬ ହଜାର ୧୭୬ ଜଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ଭୁବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟରେ କରୋନାରୁ ଆରୋଗ୍ୟ ହାର ବଢ଼ୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ହଜାର ୧୭୬ ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ୪ ଲକ୍ଷ ୧୬ ହଜାର ୪୦୩ ଜଣ କରୋନାକୁ ମାତ୍ ଦେଇ ଆରୋଗ୍ୟ ଲାଭ କରିଛନ୍ତି ।

ସଂକ୍ରମଣ ଅଧିକ ଥିବା ଖୋର୍ଦ୍ଧାରୁ ସର୍ବାଧିକ ୯୫୪ ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗିରରୁ ୪୫୯, ସୁନ୍ଦରଗଡ଼ରୁ ୪୩୩, ଝାରସୁଗୁଡ଼ାରୁ ୨୬୩, ଅନୁଗୁଳରୁ ୨୪୩, ବରଗଡ଼ରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡ଼ାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ବାଲେଶ୍ୱରରୁ ୧୩୭ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ସୋନପୁରରୁ ୧୨୦, କେନ୍ଦ୍ରାପଡ଼ାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡ଼ରୁ ୧୦୩, ଭଦ୍ରକରୁ ୮୭, ଜଗତସିଂହପୁରରୁ ୮୫, ରାୟଗଡ଼ାରୁ ୭୮, ଦେବଗଡ଼ ଓ କେନ୍ଦୁଝରରୁ ୭୪ ଜଣ ଲେଖାଏଁ, ଗଜପତିରୁ ୬୪, କୋରାପୁଟରୁ ୫୨, କନ୍ଧମାଳରୁ ୪୦, ବୌଦ୍ଧ ଓ ମାଲକାନଗିରିରୁ ୨୮ ଜଣ ଲେଖାଏଁ, ଢେଙ୍କାନାଳରୁ ୨୦ ଏବଂ ଷ୍ଟେଟପୁଲରୁ ୨୦୧ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

ପର୍ଯ୍ୟାପ୍ତ ପରିମାଣରେ ରାଜ୍ୟରେ ମହଜୁଦ୍ ଅଛି ଅତ୍ୟାବଶ୍ୟକ ସାମଗ୍ରୀ: ମନ୍ତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଆଇନ୍‌ ମହଜୁଦକାରୀ ଓ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରହିଛି । ବର୍ତ୍ତମାନ  ରାଜ୍ୟରେ ଚାଉଳ, ଡାଲି ଓ ଗହମଜାତୀୟ ଦ୍ରବ୍ୟ ଯଥା- ଅଟା, ମଇଦା, ସୁଜି ଏବଂ ଖାଇବା ତେଲ, ଆଳୁ, ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠାରୁ ଅଧିକ ରହିଛି । କରୋନାର ଦ୍ୱିତୀୟ ପ୍ରବାହ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଏବଂ ପରିବା, କ୍ଷୀର ଓ ମାଛମାଂସ ଦୋକାନ ସକାଳ ୬ଟାରୁ ଅପରାହହ୍ଣ ୧୨ଟା ଯାଏ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହୁଛି । ଏଥି ସହିତ ଲକ୍‌ଡାଉନ୍‌ ସମୟରେ ଅତ୍ୟାବ୍ୟଶକୀୟ ସାମଗ୍ରୀର ଆମଦାନୀ ଓ ପରିହବନରେ କୌଣସି କଟକଣା ନାହିଁ । ତେଣୁ ଜନସାଧାରଣ କେବଳ ନିଜର ଆବଶ୍ୟକତା ଅନୁଯାୟୀ ଖାଉଟି ସାମଗ୍ରୀ କିଣିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଭୟଭୀତ ହୋଇ ଅଯଥାରେ ଅଧିକ ପରିମାଣରେ ସାମଗ୍ରୀ କିଣି ମହଜୁଦ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଏହି ସବୁ ସାମଗ୍ରୀର ଚାହିଦା ଅନୁଯାୟୀ ଆମଦାନୀ କରୁଛନ୍ତି । ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର କର୍ମଚାରୀମାନେ ଏହାର ତଦାରଖ କରି ପ୍ରତିଦିନ ରିପୋର୍ଟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଗୁଜବରେ ବିଶ୍ୱାସ ନକରି ନିଜର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣାକିଣି କରିବା ସହିତ କଳାବଜାରୀଙ୍କୁ ରୋକିବା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

ମିଳିଲାନି ICU ବେଡ୍, ରାସ୍ତାରେ ଚାଲିଗଲା NSGର ଗ୍ରୁପ୍ କମାଣ୍ଡରଙ୍କ ପ୍ରାଣ

ନୂଆଦିଲ୍ଲୀ: କରୋନା ସଂକଟ ସହ ଦିଲ୍ଲୀ ଲଢ଼ୁଛି । ଅକ୍ସିଜେନ୍ ଅଭାବ ସାଙ୍ଗକୁ ବେଡ୍ ନିଅଣ୍ଟ ସ୍ୱାସ୍ଥ୍ୟସେବା ଉପରେ ପୁଳା ପୁଳା ପ୍ରଶ୍ନ ଛିଡ଼ା କରିଛି । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ମାମଲା ଭିତରେ ବ୍ଲାକ୍ କ୍ୟାଟ୍ କୁହାଯାଉଥିବା NSGର ଗ୍ରୁପ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ମିଳିଥିବା ତଥ୍ୟ ଅନୁସାରେ, ଏନଏସଜିର ଗ୍ରୁପ କମାଣ୍ଡର ବୀରେନ୍ଦ୍ର କୁମାରଙ୍କୁ ଦିଲ୍ଲୀରେ ତୁରନ୍ତ ଆଇସିୟୁ ବେଡ୍ ନମିଳିବାରୁ ମୃତ୍ୟୁ ହୋଇଛି । ବୀରେନ୍ଦ୍ର କୁମାର ଝା ଏପ୍ରିଲ୍ ୨୨ରେ ଅର୍ଦ୍ଧସୈନିକ ବଳର ରେଫରଲ୍ ହସ୍ପିଟାଲ୍ ନୋଏଡାରେ କରୋନା ସଂକ୍ରମିତ ହେବା ପରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ମେ ୪ ସନ୍ଧ୍ୟା ୬ଟରେ ତାଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ି ଯିବା ଅକ୍ସିଜେନ୍ ସ୍ତର କମି ଯାଇଥିଲା ।

Corona Positive NSG Group Commander Death Due To Not Found ICU Bed Delhi

ଏହା ପରେ ନୋଏଡା ରେଫରଲ୍ ହସ୍ପିଟାଲରେ ଆଇସିୟୁ ବେଡ୍ ଖାଲି ନଥିବାରୁ ବୀରେନ୍ଦ୍ରଙ୍କୁ ଅନ୍ୟ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଯାହାପରେ ଦିଲ୍ଲୀରେ ଆଇସିୟୁ ବେଡ୍ ଖୋଜା ଚାଲିଥିଲା । ସୂତ୍ର ଅନୁସାରେ, ଏନସିଜି ଗ୍ରୁପ୍ କମାଣ୍ଡରଙ୍କୁ ହସ୍ପିଟାଲରେ ଆଇସିୟୁ ବେଡ୍ ମିଳିବାକୁ ପ୍ରାୟ ୫ ଘଣ୍ଟା ସମୟ ଲାଗି ଯାଇଥିଲା । ସେହି ସମୟ ଭିତରେ ଆହୁରି ଗୁରୁତର ହୋଇ ପଡ଼ିଥିଲା ବୀରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ।

ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ବୀରେନ୍ଦ୍ରଙ୍କୁ ସୁଖଦେବ ବିହାର ମ୍ୟାକ୍ସ ହସ୍ପିଟାଲ ଅଣାଯାଉଥିଲା । ସେଠାରେ ମଧ୍ୟ ବେଡ୍ ନ ମିଳିବାରୁ ତାଙ୍କୁ ଏସ୍କର୍ଟ ହସ୍ପିଟାଲ ଦିଲ୍ଲୀ ନିଆ ଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ମେଡିକାଲରେ ପହଞ୍ଚୁ ପହଞ୍ଚୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ଅକ୍ସିଜେନ୍ ରିଫିଲିଂ ପ୍ଲାଣ୍ଟରେ ବିସ୍ଫୋରଣ, ୩ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ବେଳେ ବଡ଼ ଅଘଟଣ ଘଟିଛି । ସିଲିଣ୍ଡର ରିଫିଲିଂ ବେଳେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ କିଛି ଜଣ ଆହତ ହୋଇଥିବା ଜଣାପଡ଼ିଛି । ଚିନହଟର କେଟି ଅକ୍ସିଜେନ୍ ପ୍ଲାଣ୍ଟରେ ଏହି ବିସ୍ଫୋରଣ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Explosion On Oxygen Refill Plant In Lucknow Two People Dead, 6 Injured 

କେଟି ରୋଡରେ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପ୍ଲାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀଙ୍କ ହାତ ମଧ୍ୟ ବିସ୍ଫୋରଣରେ ଉଡ଼ି ଯାଇଛି । ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୋଲିସ ଅନୁସାରେ, ରିଫିଲିଂ ବେଳେ ଗ୍ୟାସ୍ ଲିକେଜ୍ ଯୋଗୁଁ ବିସ୍ଫୋରଣ ଘଟିଛି ।

ଆହାତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ପ୍ଲାଣ୍ଟର ଉପରେ ପଡ଼ିଥିବା ସେଡ୍ ମଧ୍ୟ ଉଡ଼ିଯାଇଛି ।

୨୧ ବର୍ଷ ପୂର୍ବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଲମାନ, ଅଚାନକ…

 ମୁମ୍ବାଇ:  ବଲିଉଡରେ ଯଦି କାହାର ବିବାହକୁ ଦେଶବାସୀ ଦୀର୍ଘଦିନ ଧରି ଅପେକ୍ଷା କରିଥାନ୍ତି ସେ ହେଉଛନ୍ତି ଦବଙ୍ଗ୍‌ ମାନେ ସଲମାନ ଖାନ୍‌। ୫୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ସେ ଆଜିପର୍ଯ୍ୟନ୍ତ ବିବାହ କଲେନାହିଁ । ସଲମାନଙ୍କ ବିବାହ ଖବର ଅନେକ ଥର ସାମ୍ନାକୁ ଆସିଛି, କିନ୍ତୁ ତାହା କେବେ ମଧ୍ୟ ସତ ହୋଇନାହିଁ । ଅବଶ୍ୟ ଆଜିଠାରୁ ଠିକ୍‌୨୧ ବର୍ଷ ପୂର୍ବେ ସଲମାନ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ଦେଲେ ।

ଥରେ କପିଲ ଶର୍ମାଙ୍କ ଶୋ’ରେ ଅତିଥି ହୋଇ ପହଞ୍ଚିଥିବା ବେଳେ ସଲମାନଙ୍କ ଏହି ସିକ୍ରେଟକୁ ରିଭିଲ କରିଛନ୍ତି ତାଙ୍କ ଘନିଷ୍ଠ ବନ୍ଧୁ ସାଜିଦ ନାଡ଼ିୟଡବାଲା। ସାଜିଦଙ୍କ କହିବା ଅନୁସାରେ, ସଲମାନ ଏବଂ ସେ କେବେ ମଧ୍ୟ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଅବଶ୍ୟ ପରେ ସାଜିଦ ବିବାହ କରିନେଲେ, କିନ୍ତୁ ସଲମାନ ଆଜିପର୍ଯ୍ୟନ୍ତ ବିବାହ କଲେ ନାହିଁ ।

 

ସାଜିଦ ଏହା ମଧ୍ୟ କହିଥିଲେଯେ, ୧୯୯୯ରେ ସଲମାନ ତାଙ୍କ ନିଷ୍ପତ୍ତି ବଦଳେଇଦେଲେ ଏବଂ ବିବାହ କରିବା ପାଇଁ କହିଲେ । ତାଙ୍କ ବାପା ଏବଂ ମା’ଙ୍କ ବିବାହ ବାର୍ଷିକୀ ଅର୍ଥାତ୍‌ନଭେମ୍ବର ୧୮ରେ ବିବାହ କରିବା ପାଇଁ ସଲମାନ ନିଷ୍ପତ୍ତି ନେଇଥିଲେ । ସଲମାନଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେ । କିନ୍ତୁ ବିବାହର ୫ରୁ ୬ ଦିନ ପୂର୍ବରୁ ସଲମାନ ବାଜି ଓଲାଟାଇଦେଲେ ଏବଂ ବିବାହ କରିବା ପାଇଁ ମନା କରିଦେଲେ । ଅବଶ୍ୟ ସାଜିଦ ମନା କରିନପାରି ବିବାହ କରିଦେଲେ ।

ସବୁଠାରୁ ମଜାଦାର କଥା ହେଉଛି, ସାଜିଦ ବିବାହ ବେଦୀରେ ବସିଥିବା ବେଳେ ସଲମାନ ତାଙ୍କ ନିକଟକୁ ଆସିଲେ ଏବଂ କାନରେ କହିଲେଯେ, ଯଦି ବାହାଘର ଛାଡ଼ି ଯିବାକୁ ଚାହୁଁଛୁ, ତେବେ ଗେଟ୍‌ବାହାରେ ଗାଡ଼ି ଛିଡ଼ା ହୋଇଛି । ଅବଶ୍ୟ ସଲମାନ ଏହାକୁ କେବଳ ମଜାକରେ କହିଥିଲେ । କିନ୍ତୁ ବାସ୍ତବରେ ସେ ସାଜିଦଙ୍କୁ ଶୁଭକାମନା ଜଣାଇଥିଲେ ।

୧୯୯୪ରେ ମଧ୍ୟ ସଲମାନ ଏବଂ ସଙ୍ଗୀତା ବିଜଲାନୀଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଥିଲା । ବିବାହ କାର୍ଡ଼ ମଧ୍ୟ ଛପା ସରିଥିଲା । କିନ୍ତୁ କୁହାଯାଏ, ବିବାହ ପୂର୍ବରୁ ସଲମାନ ଧୋକା ଦେଉଥିବା ସଙ୍ଗୀତା ଜାଣି ନେଇଥିଲେ । ଯାହାପରେ ସେ ବିବାହ କରିବାକୁ ମନା କରିଦେଲେ । କିନ୍ତୁ ସେହି ସମୟରେ ସଲମାନ ବିବାହ କରିବାକୁ ଚାହୁଁଥିଲେ । ଯାହାର ଖୁଲାସା ନିଜେ ସଲମାନ କଫି ଓ୍ୱିଦ୍‌କରନରେ କରିଥିଲେ ।

ରାଜ୍ୟରେ ମୋଟ ସଂକ୍ରମଣ ମାମଲାର ୨୦ ପ୍ରତିଶତ ଶିଶୁ

ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ଛୁଆ ସଂକ୍ରମିତ ହେଉଛନ୍ତି । ଏହା ପଛରେ ଭୂତାଣୁର ନୂଆ ରୂପ ରହିଛି । ଭାଇରସର ମ୍ୟୁଟେସନ୍ ଯୋଗୁଁ ଅଧିକ ଶିଶୁ ସଂକ୍ରମିତ ହେଉଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର । ରାଜ୍ୟରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାରୁ ୨୦ ପ୍ରତିଶତ ମାମଲା କିଶୋର, କିଶୋରୀଙ୍କ ଠାରେ ଚିହ୍ନଟ ହୋଇଛି ।

ଶିଶୁ ଓ କିଶୋରକିଶୋରୀଙ୍କୁ କରୋନା କମ୍ ମାତ୍ରାରେ ସଂକ୍ରମିତ କରୁଛି । କୋଭିଡ୍ ମୁକ୍ତ ହେବା ପରେ ୨ରୁ ୫ ସପ୍ତାହ ମଧ୍ୟରେ ସେମାନଙ୍କ ଠାରେ ପ୍ରବଣତା କମ୍ ରହୁଥିବା ବେଳେ ଏମ୍ଆଇସି ଦେଖାଯାଉଛି । ଯେଉଁଥିରେ ହୃଦଯନ୍ତ୍ର, ଶ୍ୱାସକ୍ରିୟା, ଯକୃତ, ବୃକକ ଆଦି ପ୍ରଭାବିତ ହେଉଛି । ସେମାନେ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେଉଛନ୍ତି । ତେଣୁ ସାବଧାନ୍ ରହିବା ଉଚିତ୍ ।

20 Percentage Of Child Are Corona Infected In State

କରୋନାର ଦ୍ୱିତୀୟ ଲହରରେ କେତେକ ନୂଆ ଲକ୍ଷଣ ଦେଖା ଯାଉଛି । ତରଳ ଝାଡ଼ା, ପେଟ ବଥା, ବାନ୍ତି ହେବା, ଜିଭରେ ଲାଲ୍ ପଡ଼ିବା, ଆଖି ଲାଲ୍ ପଡ଼ିବା, ଚର୍ମ ସଂକ୍ରମଣ ଆଦି ନୂଆ ଲକ୍ଷଣ ଦେଖାଯାଉଛି । ପିଲାମାନଙ୍କ କ୍ଷେତ୍ରରେ ପ୍ରଚଳିତ ଔଷଧ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଇ ପାରିବ । ଶିଶୁଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ଥିବାରୁ ସେମାନେ ଶୀଘ୍ର କୋଭିଡ୍ ମୁକ୍ତ ହେଉଛନ୍ତି ।

ଛୁଆ କୋଭିଡ୍ ସଂକ୍ରମିତ ହୋଇଥିଲେ ଘରେ ହୋମ୍ ଆଇସୋଲେସନରେ ରହି ପାରିବେ । ସମସ୍ତ ପ୍ରକାର କୋଭିଡ୍ ନିୟମକୁ ପାଳନ କରିବାକୁ ପଡ଼ିବ । ତେବେ ଛୁଆକୁ ୪ ମାସ ହୋଇଥିବା ବେଳେ ମାଆ ସଂକ୍ରମିତ ହେଲେ ଛୁଆକୁ ସ୍ତନ୍ୟପାନ କରାଇପାରିବେ । ଛୁଆକୁ କ୍ଷୀର ଦେବା ପୂର୍ବରୁ ମାଆ ସାବୁନରେ ହାତ ଧୋଇବା ସହ ମାସ୍କ ପିନ୍ଧିବା ଉଚିତ୍ ବୋଲି ଡାକ୍ତର କହିଛନ୍ତି ।

କରୋନା କାଳରେ ଗର୍ଭଧାରଣ କେତେ ସୁରକ୍ଷିତ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଗର୍ଭଧାରଣ କେତେ ସୁରକ୍ଷିତ ? ଏ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠୁଥିବ । ଯଦି କରୋନା ସମୟରେ ଆପଣ ଗର୍ଭ ଧାରଣ କରିଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତି । ଗର୍ଭାବସ୍ଥାରେ ରୋଗ ପ୍ରତିଷେଧକ ଶକ୍ତି କମିଯାଏ । ଫୁସଫୁସ୍ ଜନିତ ରୋଗ ବେଶୀ ହୁଏ । ଆଉ ଏଭଳି ସମୟରେ କରୋନା ହେଲେ ମାଆ ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି କରେ । ତେଣୁ କରୋନା କାଳରେ ଗର୍ଭ ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କହିଛନ୍ତି କଟକ ଏସସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର ଜ୍ୟୋତି କର ।

 Are Pregency Safe In Corona Time, Know What Saying Doctors

କୋଭିଡ୍ ସମୟ ଯୋଗୁଁ ଆପଣ ଗର୍ଭଧାରଣ ବେଳେ ପ୍ରତି ମାସରେ ନଆସି ମାସେ ଲେଖାଏଁ ବ୍ୟବଧାନରେ ମେଡିକାଲ୍ ଚେକ୍ ଅପ୍ ପାଇଁ ଯାଆନ୍ତୁ । ମେଡିକାଲ୍ ଗଲା ବେଳେ କୋଭିଡ୍ ଗାଇଡଲାଇନ୍ ମାନନ୍ତୁ । ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ କରିବା ଉଚିତ୍ । ତେବେ, ଅଲଟ୍ରାସାଉଣ୍ଡ ବେଳେ ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଗର୍ଭାବସ୍ଥାରେ ମାଆ କରୋନା ସଂକ୍ରମିତ ହେଲେ ଶିଶୁ ସମୟ ପୂର୍ବରୁ ଜନ୍ମ ନେଇଥାଏ । ଅର୍ଥାତ୍ ପରିପକ୍ୱ ବୟସ ହେବା ପୂର୍ବରୁ ଛୁଆ ଜନ୍ମ ହୁଏ । ମାସ ଅନୁପାତ ଅନୁସାରେ ଛୁଆର ଅଭିବୃଦ୍ଧି ହୋଇନପାରେ । ଗର୍ଭାବସ୍ଥା ଭଳି ସମ୍ବେଦନଶୀଳ ସମୟରେ ମାଆ ଗୁରୁତର ହେଲେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କଟକ ଏସସିବିର ପ୍ରସୂତି ୱାର୍ଡରେ ୩୦ଟି ଅଲଗା ଶଯ୍ୟା କରିଛନ୍ତି । ଏଥିରେ କୋଭିଡ୍ ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା କରାଯିବ । ଏଥିରେ ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ସାଧାରଣ ରୋଗୀ ଭଳି ଗର୍ଭବତୀ ମହିଳା ସୁସ୍ଥ ହେଉଛନ୍ତି । ତେବେ, ଗାଇଡଲାଇନ୍ ଅନୁସାରେ ଗର୍ଭାବସ୍ଥା ସମୟରେ କିମ୍ବା କ୍ଷୀର ଦେଉଥିବା ମାଆ କରୋନା ଟିକା ନେବେ ନାହିଁ । ପ୍ରଥମ ଡୋଜ୍ ଟିକା ନେବା ପରେ କେହି ମହିଳା ଗର୍ଭଧାରଣ କଲେ ଦ୍ୱିତୀୟ ଡୋଜ୍ ଟିକା ନେବା ଅନୁଚିତ୍ ବୋଲି ଡାକ୍ତର କହିଛନ୍ତି ।

ଭୁବନେଶ୍ୱର ରେଳ ଷ୍ଟେସନରେ କଡ଼ାକଡ଼ି ହେଲା ନିୟମ

ଭୁବନେଶ୍ୱର: ନୂଆ ଷ୍ଟ୍ରେନ୍ ପରେ କଡ଼ାକଡ଼ି ହେଲା ନିୟମ । ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଯାତ୍ରୀଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ନିୟମକୁ କଡ଼ାକଡ଼ି କରାଯାଇଛି । ଷ୍ଟେସନରେ ସମସ୍ତ ବାଟ ବନ୍ଦ ରହିଥିବାବେଳେ କେବଳ ୧ ନମ୍ବର ପ୍ଲାଟଫର୍ମ ଦେଇ ଯାତ୍ରୀ ଯିବା ଆସିବା କରିପାରିବେ । ସମସ୍ତ ଗଳା ବାଟ ବନ୍ଦ କରି ନଜର ରଖା ଯାଇଥିବା କହିଛନ୍ତି ଷ୍ଟେସନ ନିର୍ଦ୍ଦେଶକ ।

ପୋଲିସ ଓ ବିଏମସି ସହାୟତାରେ ଆସୁଥିବା ଯାତ୍ରୀଙ୍କ ଭାକ୍ସିନେସନ ରିପୋର୍ଟ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଯାଞ୍ଚ ହେଉଛି । ଯାହାର ରିପୋର୍ଟ ନାହିଁ ତାଙ୍କର ନାଁ ଠିକଣା ରେଜିଷ୍ଟ୍ରେସନ ସହ ବାଧ୍ୟତାମୂଳକ ସଙ୍ଗରୋଧ ପାଇଁ ପଠାଯାଉଛି । ବର୍ତ୍ତମାନ ଆନ୍ଧ୍ର ତେଲଙ୍ଗାନା ଭାୟା ହୋଇ ୨୦ରୁ ୨୨ ଟ୍ରେନ୍ ଯାତାୟତ କରୁଛି ।

ଏହାସହ କରୋନା ସଂକ୍ରମଣକୁ ଦେଖି ୭ଟି ଟ୍ରେନ୍ ବାତିଲ୍ କରାଯାଇଛି । କିଛି ଲୋକାଲ୍ ଟ୍ରେନ୍ ବି ରହିଛି । ଲୋକାଲ ଟ୍ରେନ୍ ବାତିଲ ନିଶ୍ଚିତ ସଂକ୍ରମଣ କମାଇବ ବୋଲି ଆଶା କରିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ନାୟକ ।

ଶହେରୁ ଅଧିକ ପାଦ୍ରୀ କରୋନା ପଜିଟିଭ୍, ୨ ଜଣଙ୍କ ମୃତ୍ୟୁ

ଥିରୁବନନ୍ତପୁରମ: ଚର୍ଚ୍ଚ ଅଫ୍ ସାଉଥ ଇଣ୍ଡିଆର ୧୦୦ରୁ ଅଧିକ ପାଦ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଗତ ମାସରେ ମୁନ୍ନାରରେ ଆୟୋଜିତ ଉତ୍ସବରେ ଏମାନେ ଯୋଗ ଦେଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସଂକ୍ରମିତଙ୍କ ମଧ୍ୟରେ ସିଏସ୍ଆଇର ପରିଚାଳକ ଅଛନ୍ତି ।

Kerala Over 100 Christian priests test positive for coronavirus, two died

ଖ୍ରୀଷ୍ଟିୟାନ୍ ପାଦ୍ରୀ ଏବଂ ସଭ୍ୟଙ୍କୁ ନେଇ ବାର୍ଷିକ ଉତ୍ସବ ମୁନ୍ନାରର ସିଏସ୍ଆଇ ଖ୍ରୀଷ୍ଟ ଚର୍ଚ୍ଚରେ ଏପ୍ରିଲ୍ ୧୩ରୁ ୧୭ ମଧ୍ୟରେ ହୋଇଥିଲା । ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିଲା ବେଳେ ଏଥିରେ ବିଭିନ୍ନ ଚର୍ଚ୍ଚରୁ ୩୫୦ରୁ ଅଧିକ ପାଦ୍ରୀ ଯୋଗ ଦେଇଥିଲେ । ସମ୍ମିଳନୀକୁ ସ୍ଥଗିତ ରଖିବାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆୟୋଜନକାରୀ ସମ୍ମେଳନ କରିଥିବା କୁହାଯାଉଛି । ଏପରିକି ସମ୍ମିଳନୀରେ ଯୋଗ ନଦେଲେ ଫାଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଡର ମଧ୍ୟ ଦେଖାଯାଇଥିବା ଜଣାପଡ଼ିଛି ।

Kerala Over 100 Christian priests test positive for coronavirus, two died

ସମ୍ମିଳନୀରେ ଯୋଗ ଦେଇଥିବା ଥିରୁବନନ୍ତପୁରମ ଏଲଏମଏସ୍ ଚର୍ଚ୍ଚର ପାଦ୍ରୀ ରେଭ୍ ବିଜୁମନଙ୍କ ମୃତ୍ୟୁ କରୋନାରେ ହୋଇଛି । ସେହିଭଳି ପୁନ୍ନାକ୍କାମୁଗଲ ସିଏସ୍ଆଇ ଚର୍ଚ୍ଚର ପାଦ୍ରୀ ରେଭ୍ ସାଇନ୍ ବି ରାଜ୍ କରୋନାରେ ପ୍ରାଣ ହରାଇଛନ୍ତି । ଏବେ ଅଧିକାଂଶ ଫାଦରଙ୍କ କରୋନା ଚିକିତ୍ସା କାରାକୋନମରେ ଚାଲିଥିବା ବେଳେ ଅନେକ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।