spot_img
Home Blog Page 5686

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମାଆର ମୃତଦେହ ସାଙ୍ଗରେ ନେବା ପାଇଁ ଡାକ୍ତରଖାନା ମାଗିଲା ୮ ହଜାର ଟଙ୍କା

ୟୁପି: ଦେଶରେ କରୋନା ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ପ୍ରତିଦିନ ୪ ଲକ୍ଷରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଏବେ ମୁଖ୍ୟ ଭୁମିକା ଗ୍ରହଣ କରିଛି। କିଛି ଏଭିତି କିଛି ଘଟଣା ଘଟୁଛି ଯେଉଁଥିପାଇଁ ଦେଶରେ ସ୍ୱାସ୍ଥ୍ୟ ସେବା ବଦନାମ ହୋଇଛି। କେଉଁଠି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି  ତ କେଉଁଠି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ ନାହିଁ। ଆଉ ଏବେ ଦେଶରେ ଅମ୍ଳଜାନ ଅଭାବରୁ ଅଧିକ ସଂଖ୍ୟାରେ ଲୋକେ ଆତ୍ମହତ୍ୟା କରୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ୟୁପିର ଏକ ଡାକ୍ତରଖାନାରୁ ଆସିଛି ମାଆର ଶବକୁ ଘରକୁ ନେବା ପାଇଁ ଟଙ୍କା ମଗାଯାଉଥିବାର ଅଭିଯୋଗ ।

ଏଇ ଗୋଟିଏ ଘଟଣା ନୁହେଁ। ୟୁପିର ସ୍ୱାସ୍ଥ୍ୟସେବାର ଏମିତି ଏନେକ ଅବହେଳିତ ଘଟଣା ସାମ୍ନାକୁ ଆସିଛି। କଣ କେଉଁ ଡାକ୍ତରଖାନା ନିଜ ମାଆର ମୃତ ଦେହ ନେବା ପାଇଁ ପୁଅକୁ ଟଙ୍କା ମାଗିପାରେ। ଟିକେ ସେହି ପୁଅର ସ୍ଥାନରେ ରହି ଭାବନ୍ତୁ ତ। ମା ମୃତ୍ୟୁର ଦୁଖ ସାଙ୍ଗକୁ ଅର୍ଥ ଦେବାର ଚିନ୍ତା। କେଉଁଭଳି ପରିସ୍ଥିତିର ସାମ୍ନ କରୁଥିବା ସେ ପୁଅ। ଏଭଳି ଏକ ମାମଲା ଆଲିଗଡର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରୁ ଆସିଛି। ଅଭିଯୋଗ ହୋଇଛି ଯେ ମା’ଙ୍କ ମୃତଦେହକୁ ନେଇଯିବା ପାଇଁ ଡାକ୍ତରଖାନାରେ ୮ ହଜାର ଟଙ୍କାର ଦାବି କରାଯାଇଥିଲା। ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହୋଇଥିଲା ସେତେବେଳେ ମହିଳାଙ୍କ ମୃତଦେହକୁ ତୁରନ୍ତ ଦିଆଯାଇଥିଲା।

କରୋନା ଭୟରେ ମୃତ୍ୟୁ ପରେ ମିଳିଲାନି ଆମ୍ଭୁଲାନ୍ସ, ସ୍ୱାମୀର ଶବକୁ ଇ-ରିକ୍ସାରେ ବୋହିଲେ ସ୍ତ୍ରୀ

ୟୁପି: ବୟସର ଅପରାହ୍ନରେ ବି ସରିନି ସଂଘର୍ଷ। ଶେଷ ସମୟରେ ହାତ ଛାଡ଼ିନି ଜୀବନସାଥିର ପ୍ରତିଶ୍ରୁତି ଦେଇଥିବା ସ୍ତ୍ରୀ। କରୋନା ସମୟରେ କେମିତି ଗୋଟିଏ ସ୍ତ୍ରୀ ମୃତ ସ୍ୱାମୀ ପାଇଁ ସଂଘର୍ଷ କରିଛି ତାହା ଆଜି ଦେଖିବାକୁ ମିଳିଛି। ସ୍ୱାମୀର ଶବ ନେବା ପାଇଁ ଆମ୍ବୁଲାନ୍ସ ଆସିଲାନି ବୋଲି କଣ ଡାକ୍ତରଖାନାରେ ଶବକୁ ରହିଯିବାକୁ ଦେବ। ସେଥିପାଇଁ ସାମର୍ଥ୍ୟ ଯୁଟାଇ ବହୁ କଷ୍ଟରେ ଇ-ରିକ୍ସାରେ ସ୍ୱାମୀର ଶବକୁ ନବାପାଇଁ ବାଧ୍ୟ ହେଲେ ମହିଳା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୟୁପିର ଫିରୋଜାବାଦରେ।

ପ୍ରତିଦିନ କରୋନାର ଦାରୁଣ ଚିତ୍ର ସାମ୍ନାକୁ ଆସୁଛି। ଏମିତି କିଛି ଚିତ୍ର ଯାହାକୁ ଦେଖିଲେ ଆପଣବି କହିବେ ମଣିଷ ସହ ଏମିତି କାହିଁକି ହେଉଛି। କରୋନା କାଳରେ ବାହାବାହା ନେଉଥିବା ସ୍ୱାସ୍ଥ୍ୟ ସେବା କେତେ ତଳକୁ ଖସିଯାଇପାରେ ତାହା ଏଠାରେ ଦେଖିବାକୁ ମିଳିଛି। କରୋନା ଆକ୍ରାନ୍ତଙ୍କୁ ନେବାପାଇଁ ଆମ୍ବୁଲାନ୍ସ ଆସୁନଥିବା ଏହି ସମୟରେ ଆପଣ ମାନେ ଶୁଣିଥିବେ। କିନ୍ତୁ କରୋନା ହୋଇନଥିବା ମୃତ ବ୍ୟକ୍ତିଙ୍କୁ ଆମ୍ଭୁଲାନ୍ସ ନମିଳିବା କେତେ ଲଜ୍ଜାଜନକ ତାହା ଭାବିପାରୁଥିବେ।

ୟୁପିର ଫିରୋଜାବାଦ ପୋଲିସ ଷ୍ଟେସନ ମୋହାଲା ରାମନଗରର ଜଣେ ୬୩ ବର୍ଷୀୟ ବୃଦ୍ଧ ମହିଳା ତାଙ୍କ ସ୍ୱାମୀଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଚିକିତ୍ସା ପାଇଁ ସରକାରୀ ଟ୍ରମା ସେଣ୍ଟର ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାଙ୍କ ମାନସିକ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ କାହା ସହିତ ସଠିକ୍ ଭାବରେ କଥା ହୋଇପାରିନଥିଲେ। ସେତିକିରେ ସରିନଥିଲା ମହିଳାଙ୍କର ଦୁଃଖ। ସରକାରୀ ଟ୍ରମା ସେଣ୍ଟର ପ୍ରୋଟୋକଲ ଆଧାରରେ ଶବକୁ ଘରକୁ ପଠାଇବା ପାଇଁ ଆମ୍ବୁଲାନ୍ସ କିମ୍ବା ଶବ ବୁହା ଗାଡ଼ିର ବ୍ୟବସ୍ଥା କରିବା ଉଚିତ। କିନ୍ତୁ ଶବକୁ ନେବା ପାଇଁ ତାଙ୍କୁ ଆମ୍ବୁଲାନ୍ସ ସେବା ମିଳି ନଥିଲା। ଅନେକ ଗୁହହାରି ପରେ ମଧ୍ୟ କେହି ସାହାଯ୍ୟ କରିନଥିଲେ। ଯାହାପରେ ବୃଦ୍ଧ ମହିଳା ମୃତଦେହକୁ ଇ-ରିକ୍ସା ଦ୍ୱାରା ତାଙ୍କ ଘରକୁ ନେଇଥିଲେ।

ଏଇ ଗୋଟିଏ ଘଟଣା ନୁହେଁ। ୟୁପିର ସ୍ୱାସ୍ଥ୍ୟସେବାର ଏମିତି ଏନେକ ଅବହେଳିତ ଘଟଣା ସାମ୍ନାକୁ ଆସିଛି। କଣ କେଉଁ ଡାକ୍ତରଖାନା ନିଜ ମାଆର ମୃତ ଦେହ ନେବା ପାଇଁ ପୁଅକୁ ଟଙ୍କା ମାଗିପାରେ। ଟିକେ ସେହି ପୁଅର ସ୍ଥାନରେ ରହି ଭାବନ୍ତୁ ତ। ମା ମୃତ୍ୟୁର ଦୁଖ ସାଙ୍ଗକୁ ଅର୍ଥ ଦେବାର ଚିନ୍ତା। କେଉଁଭଳି ପରିସ୍ଥିତିର ସାମ୍ନ କରୁଥିବା ସେ ପୁଅ। ଏଭଳି ଏକ ମାମଲା ଆଲିଗଡର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରୁ ଆସିଛି। ଅଭିଯୋଗ ହୋଇଛି ଯେ ମା’ଙ୍କ ମୃତଦେହକୁ ନେଇଯିବା ପାଇଁ ଡାକ୍ତରଖାନାରେ ୮ ହଜାର ଟଙ୍କାର ଦାବି କରାଯାଇଥିଲା। ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହୋଇଥିଲା ସେତେବେଳେ ମହିଳାଙ୍କ ମୃତଦେହକୁ ତୁରନ୍ତ ଦିଆଯାଇଥିଲା।

‘ମହଜୁଦ ରହିଛି ପର୍ଯ୍ୟାପ୍ତ ସାମଗ୍ରୀ, ଅଯଥା ଲଗାନ୍ତୁ ନାହିଁ ଗହଳି’

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଠାରୁ ଅର୍ଥାତ ଆସନ୍ତା ୫ ତାରିଖରେ ଲାଗୁ ହେବାକୁ ଯାଉଛି ଲକଡାଉନ । ଏହି ଲକଡାଉନ ସମୟରେ ରାଜ୍ୟରେ କିଭଳି ଜାରି ରହିବ ଅତ୍ୟାବଶକୀୟ ସେବା ଏବଂ କେମିତି ମାନିବେ କଟକଣା ସେନେଇ ସୂଚନା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଏସଆରସି ଭିଡିଏ ବାର୍ତ୍ତା ଦେଇ କହିଛନ୍ତି ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଯାଉଛି । ଏହାକୁ ନେଇ କୈଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତ ସୁବିଧା କରାଯାଇଛି । ଜନସାଧାରଣ ଯେପରି କୈଣସି ଅସୁବିଧାରେ ନପଡନ୍ତି ସେନେଇ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲକଡାଉନ ଲାଗୁ ହେଲେ ମଧ୍ୟ ପ୍ରତିଦିନ ସକାଳେ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକନା ଖୋଲା ରହିବ । ତେଣୁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ବଜାର ହାଚରେ ଗହଳି ଲଗାନ୍ତୁ ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

ଗହଳି ବଢିଲେ କରୋନା ବଢିବାର ଆଶଙ୍କା ରହିଛି । ଏଣୁ ଲୋକେ ସଚେତନ ରହିବା ପାଇଁ ଅପିଲ୍ କରିଛନ୍ତି SRC । ଲକଡାଉନ୍ ସମୟରେ ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରୋସରି ଓ ପରିବା ଦୋକାନ ଖୋଲା ରହିବ । ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି । ଏଣୁ ଲୋକେ ଅଯଥା ବ୍ୟସ୍ତ ନ ହୋଇ ସରକାରଙ୍କ ନିୟମ ମାନିବା ଉଚିତ୍ । ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି  । ସମସ୍ତ କଟକଣାକୁ ମାନିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସଆରସି ।

ଦିଲ୍ଲୀରୁ ଟଳୁନି ଅକ୍ସିଜେନ ସଙ୍କଟ, ହାଇକୋର୍ଟରେ ନର୍ସିଂହୋମର ଅଭିଯୋଗ

ନୂଆଦିଲ୍ଲୀ:  ଅକ୍ସିଜେନର ସଙ୍କଟ ଆଖିରେ ଲୁହ ଆଣିଦେଇଛି। ଅଦୃଶ୍ୟ ମହାମାରୀ ଅସହ୍ୟ କରିଛି । ଆଖି ଆଗରେ ପରିଜନଙ୍କ ମୃତ୍ୟୁକୁ କିଏ ବା ସହିନେବ । କିଏ ବା ଏଭଳି ଅସହାୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିବ । କାଳରୂପୀ କୋଭିଡର କଠୋର ଭୂତାଣୁ ଆଗରେ ହାର ମାନିଛି ସବୁକିଛି । ସୂକ୍ଷ୍ମ ଭୁତାଣୁ ଯେ ସାଙ୍ଘାତିକ ରୂପ ଧାରଣ କରିବ । ପୁଣି ନିଶ୍ବାସ ନେଉଥିବା ମଣିଷଟାକୁ ଅଣନିଶ୍ବାସୀ କରିପକାଇବ । ଏହା ତ କଳ୍ପନା ବାହାରେ । ଦେଶର ଧଡକନ ଏବେ ବଞ୍ଚିବାର ଆଶା ନେଇ ଧାଁ ଧାପଡ କରୁଛି । ତଥାପି ପାରୁନି । କେଉଁଠି ବେଡର ସଟେଜ ତ ପୁଣି କେଉଁଠି ଅକ୍ସିଜେନର ସଙ୍କଟ । ହାତ ଯୋଡି ନିଶ୍ବାସ ମାଗୁଥିବା ହସ୍ପିଟାଲ ଥକି ପଡିଲାଣି । ଆଉ କେତେ ଗୁହାରୀ ଜଣାଇବ । ଆଉ କେତେ ରୋଗୀ ମୃତ୍ୟୁର ବଦନାମକୁ ଗ୍ରହଣ କରିବ ।

ରାଜଧାନୀ ଦିଲ୍ଲୀର ଅନେକ ମେଡିକାଲ ବିପର୍ଯ୍ୟସ୍ଥ ଅକ୍ସିଜେନ ସେବା । ଅନ୍ୟା ରାଜ୍ୟରୁ ଆସୁଥିବା ଅମ୍ଲଜାନ ଆବଶ୍ୟକତା ମେଣ୍ଟାଉନଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ଲାଜପାତ ନଗରରେ ଥିବା IBS ହସ୍ପିଟାଲରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ଅକ୍ଜିଜେନ ସପୋର୍ଟରେ ମେଡିକାଲରେ ୩୭ ପେସେଣ୍ଟ ରହିଥିବାବେଳେ ଦିଲ୍ଲୀ ସରକାର କେବଳ ୧୦ଟି ସିଲିଣ୍ଡର ଯୋଗାଇଦେଇଛନ୍ତି । ଅବଶିଷ୍ଟ ଆକ୍ରାନ୍ତ କିଭଳି ଅକ୍ସିଜେନ ପାଇବେ ବୋଲି ଚିନ୍ତା ପ୍ରକଟ କରିଛି ଉକ୍ତ ମେଡିକାଲ ।

ସେପଟେ ସଙ୍କଟ ଭିତରେ ସନ୍ତୁଳି ହେଉଥିବା ଦିଲ୍ଲୀ ସ୍ବାସ୍ଥ୍ୟବସ୍ଥାକୁ ନେଇ ପୁଣି ଆସିଛି ଅଭିଯୋଗ । ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ନର୍ସିଂହୋମ । ଗୋଟେପଟେ ମେଡିକାଲରେ ଅକ୍ସିଜେନ ବ୍ୟବସ୍ଥାରେ ସୁଧାର ଆସିନଥିବାବେଳେ ଅନ୍ୟପଟେ ନର୍ସିହୋମ ଗୁଡିକ ମଧ୍ୟ ସମାନ ଅଭିଯୋଗ ସରକାର ଉପରେ ଲଗାଇଛନ୍ତି । ଦିଲ୍ଲୀ ସରକାର କେବଳ ମେଡିକାଲରେ ହେଉଥିବା ଅକ୍ସିଜେନ ସଙ୍କଟକୁ ଦୃଷ୍ଟିଗୋଚର କରୁଛନ୍ତି, ନର୍ସିହୋମ ଅବସ୍ଥାକୁ ନେଇ ଅବଗତ ନାହାଁନ୍ତି । ରାଜ୍ୟରେ ଥିବା ସମସ୍ତ ନର୍ସିଂହୋମରେ ମୋଟ ୮ ହଜାର ବେଡ ରହିଛି । ଏଠାରେ ମଧ୍ୟ ହଜାର ହଜାର ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେଣୁ ନର୍ସିହୋମରେ ଥିବା ଅବ୍ୟବସ୍ଥା, ଅକ୍ସିଜେନ ଅଭାବକୁ ରାଜ୍ୟ ସରକାର ପୂରଣ କରନ୍ତୁ ବୋଲି ଚେତାବନୀ ଦେଇଛି ନର୍ସିଂହୋମ ସଙ୍ଘ ।

କୋଲକତା ନାଇଟ ରାଇଡରର୍ସ ପରେ ଚେନ୍ନାଇ ସୁପରକିଙ୍ଗସ୍‌ର ୩ଜଣଙ୍କୁ କରୋନା

ଆଇପିଏଲ ୨୦୨୧ରେ କରୋନା ଭାଇରସ ନିଜର କାୟା ବଢାଇବାକୁ ଲାଗିଛି । କୋଲକତା ନାଇଟ ରାଇଡରର୍ସର ଦୁଇ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ସୁପରକିଙ୍ଗସ୍‌ର ପାଳି । ଚେନ୍ନାଇ ସୁପରକିଙ୍ଗସ୍‌ର ସୋପର୍ଟ ଷ୍ଟାଫ୍‌ଙ୍କ ଭିତରୁ ୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ୨ମେ’ରେ ହୋଇଥିବା ଟେଷ୍ଟିଙ୍ଗ ପରେ ଏହା ଜଣାପଡିଛି  ।  ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି ।

ଆଶ୍ବସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ ରବିବାର ଦିନ ସିଏସ୍‌କେର ସମସ୍ତ ଖେଳାଳୀ ଏବଂ ଟିମ୍‌ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଚେନ୍ନାଇ ଟିମ ଦିଲ୍ଲୀରେ ଅଛି ଏବଂ ଆସନ୍ତା ବୁଧବାର ରାଜସ୍ଥାନ ରୟାଲସ୍‌ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଅଛି । ଏହାରି ମଧ୍ୟରେ ଦଳର ଅଭ୍ୟାସକୁ ମଧ୍ୟ ରଦ୍ଦ କରାଯାଇଛି ।ଏହା ବ୍ୟତୀତ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ର ୫ଜଣ ଗ୍ରାଉଣ୍ଡସ୍‌ମ୍ୟାନ୍ ବି କରୋନା ପଜିଟିଭ୍ ଜଣାପଡିଛନ୍ତି । ଏହାକୁ ଦେଖି ଗୋଟିଏ ଦିନରେ ଆଇପିଏଲ ୨୦୨୧ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ପହଂଚିଛି । ତେବେ ଏହାରି ମଧ୍ୟରେ ଆଇପିଏଲ ଜାରି ରହିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କୋଲକାତା ଏବେ ଚେନ୍ନାଇ ଟିମରେ କରୋନା ସଂକ୍ରମିତ ଚିହ୍ନଟ ହେବା ଆଗକୁ ଆଇପିଏଲ ଜାରି ରହିବା ନେଇ ସସ୍‌ପେନ୍ସ ଛିଡା କରିଛି ।

୪ମାସ ଘୁଞ୍ଚିଲା NEET- ପିଜି ପରୀକ୍ଷା, ପିଏମଓ ପକ୍ଷରୁ ସୂଚନା

ନୂଆଦିଲ୍ଲୀ: ୪ମାସ ଘୁଞ୍ଚିଲା NEET- ପିଜି ପରୀକ୍ଷା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଯେଉଁ ମେଡିକାଲ ଛାତ୍ରମାନେ ୧୦୦ଦିନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟକରିଥିବେ ସେମାନେ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦଆଯିବକୁ ନିଷ୍ପତ୍ତି ହୋଇଛି ।

ସେହିଭଳି ହାଉସ ସର୍ଜନମାନଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯିବ । ଶେଷ ବର୍ଷ MBBS ଛାତ୍ରଛାତ୍ରୀମାନଙ୍କୁ ଆଇସୋଲେସନରେ ଥିବା କୋଭିଡ ରୋଗୀଙ୍କୁ ଟେଲି କନସଲଟେସନ କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଯେଉଁ ମେଡିକାଲ କର୍ମଚାରୀ ୧୦୦ ଦିନ କୋଭିଡ୍ ହସ୍ପିଟାଲରେ କାମ କରିଥିବେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ କୋଭିଡ୍ ସେବା ସମ୍ମାନରେ ପ୍ରଦାନ କରାଯିବା ପାଇଁ ବି ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସିଏମସିକୁ ୧୦ କୋଟି , ପରିପୃଷ୍ଟ ହେବ କୋଭିଡ ପରିଚାଳନା

ଭୁବନେଶ୍ୱର: କୋଭିଡ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେଠାରେ ପରିଚାଳନାକୁ ପରିପୃଷ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ମହାନଗର ନିଗମକୁ ଏନେଇ ୧୦ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଇଛି  । ଆଗାମୀ ଦିନରେ ଯେପରି କଟକରେ କୋଭିଡ ମୁକାବିଲା ସଠିକ ଏବଂ ସମନ୍ୱୟ ଭାବେ କରାଯିବ, ବେଡ ଠାରୁ ଆରମ୍ଭ କରି କୋଭିଡ ପରିଚାଳନାର ସମସ୍ତ ମୌଳିକ ସୁବିଧା ରହିପାରିବ  । ସେନେଇ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଆଜି କଟକ ମହାନଗର ନିଗମକୁ ପ୍ରଦାନ କରାଯାଇଥିବା ୧୦ କୋଟି ଟଙ୍କା କୋଭିଡ ପରିଚାଳନାରେ ଖର୍ଚ୍ଚ ହେବ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୦ କୋଟି ପ୍ରଦାନ କରିଥିଲେ । ସହରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଏହାକୁ କିପରି ରୋକି ହେବ, କିପରି କୋଭିଡ ପରିଚାଳନାରେ କୌଣସି ମଧ୍ୟ ସାମାନ୍ୟ ଅବହେଳା ନେହବ । ସେନେଇ ଗୁରୁତ୍ୱ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ୧୦ ଜିଲ୍‌ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଏପରିକି ଓଡ଼ିଶାର ୧୦ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

A Fresh Low Pressure Area Likely To Form Over Central Bay Of Bengal Around 19th October

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, ନବରଙଗ୍ପୁର, ରାୟଗଡା, ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଆଦି ଜିଲ୍ଲାରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ଏସବୁ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅଧିକ ପଢନ୍ତୁ- ପ୍ରଳୟଙ୍କାରୀ ବାତ୍ୟା ଫନିକୁ ପୂରିଲା ୨ ବର୍ଷ, ଆଜିବି ଶୁଖିନି ଆଖିର ଲୁହ…

ମହଙ୍ଗା ପଡ଼ିଲା ସୁନା ଚେନ୍ ଲୁଟିବା; ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ଭୁବନେଶ୍ୱର: ପଡ଼ିଲା ମହଙ୍ଗା ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରିବା । ଭୁବନେଶ୍ବରର ନାଲକୋ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ କରି ନିର୍ଦ୍ଧୁମ ଛେଚା ଖାଇଛି ଲୁଟେରା ।

ମହିଳା ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ସ୍ପୋର୍ଟସ ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ କିଛି ଲୁଟେରା । ତେବେ ଲୁଟ ବେଳେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ । ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ଲୁଟେରାକୁ ହେପାଜତକୁ ନେବା ସହ ତଦନ୍ତ ଚଳାଇଛି।

ଜୁଲାଇ ମାସ ଯାଏଁ ରହିବ ଟିକା ଅଭାବ: ଅଦର ପନାୱାଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଟିକା ଅଭାବ ଚିନ୍ତାର କାରଣ ପାଲଟିଛି । ଏଭଳି ପରସ୍ଥିତିରେ ଜୁଲାଇ ମାସ ଯାଏଁ ଟିକାର ଅଭାବ ଦେଖାଯିବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ।

World Will Need Covid Vaccines For 20 Years Says Adar Poonawalla

ସୂଚନା ଅନୁଯାୟୀ,  ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ରୁ ଆରମ୍ଭ ହେବାକୁ ଥିବା ବେଳେ ଟିକା ଅଭାବ ଯୋଗୁଁ ଅନେକ ରାଜ୍ୟରେ ଟିକାକରଣ ସମ୍ଭବ ହୋଇପାରିନାହିଁ। ତେବେ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଟିକା ଅଭାବ ରହିବ ବୋଲି କହିଛନ୍ତି ଅଦର ପୁନାୱାଲା । ଜୁଲାଇ ମାସରୁ କୋଭିସିଲ୍ଡର ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି।

Serum Institute Vaccine Covishield Gets DCGI Approvals

ବର୍ତ୍ତମାନ ସମୟରେ କୋଭସିଲ୍ଡର ୬-୭ କୋଟି ଡୋଜ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ବେଳେ ଜୁଲାଇରୁ ଟିକା ଉତ୍ପାଦନ ବଢାଯାଇ ୧୦ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଆରମ୍ଭରେ କରୋନା ସଂକ୍ରମଣ ଧିରେଧିରେ କମିବାରେ ଲାଗିଥିଲା । ସେଥିପାଇଁ ଅଧିକ ଟିକା ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇନଥିବା ପୁନାଓ୍ବାଲା କହିଛନ୍ତି ।