spot_img
Home Blog Page 5701

କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ବାହିନୀ ନିୟୋଜନ ବାବଦ ଖର୍ଚ୍ଚ ଛାଡ଼ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  CAPF ଯବାନ ମୁତୟନ ବାବଦକୁ ଓଡ଼ିଶା ଠାରୁ ୪୫୬୧.୨୧ କୋଟି ଖର୍ଚ୍ଚ ଦାବି କରିଛି କେନ୍ଦ୍ର । ଦେଶ ପାଇଁ ମାଓ କାର୍ଯ୍ୟକଳାପ ଏକ ବଡ଼ ସମସ୍ୟା ହୋଇଥିବାବେଳେ ମାଓ ପ୍ରବଣ ରାଜ୍ୟରେ କେନ୍ଦ୍ର ସରକାର ସିଏପିଏଫ ଯବାନ ମୁତୟନ କରିଥାନ୍ତି।

ତେବେ ଏହା ଏକ ଜାତୀୟ ପ୍ରସଙ୍ଗ ଓ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର କହି ଏଥିରେ ଅର୍ଥ ଛାଡ କରିବାକୁ ଦାବି କରିଛି ଓଡ଼ିଶା । ଓଡ଼ିଶାର ଯୁକ୍ତି ହେଲା, ଉଭୟ କେନ୍ଦ୍ର ଓ ରାଜ୍ୟମାନେ ମିଳିତ ଭାବେ ମାଓ ମୁକାବିଲା କରୁଛନ୍ତି। ଓଡ଼ିଶା ସରକାର ସୀମିତ ସମ୍ବଳରେ ସୁରକ୍ଷା ବାହିନୀ ନିୟୋଜିତ କରୁଛନ୍ତି।

ମାଓ କାର୍ଯ୍ୟକଳାପ ରୋକିବାକୁ ୧୨ଟି ବାଟାଲିୟନ ପ୍ରତିଷ୍ଠା ହୋଇଛି। ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓ ମୁକାବିଲା ପାଇଁ ସୁରକ୍ଷାବଳକୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ କେନ୍ଦ୍ର ସମ୍ମାନ ଦେଇ ଗୃହ ବିଭାଗ ପକ୍ଷରୁ ଦାବି ଅର୍ଥର ପୁନର୍ବିଚାର କରିବାକୁ କୁହାଯାଇଛି। ୨୦୧୫ରେ ଓଡ଼ିଶା ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିଥିଲା ।

Pm Modi Interaction With Different State Cms On Covid Situation

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ଉତ୍ତରରେ କହିଥିଲେ ଯେ କେନ୍ଦ୍ରର ପ୍ରଚଳିତ ନୀତିରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । କିଛି ସ୍ୱତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟକୁ ଛାଡ଼ି ଅନ୍ୟମାନେ ଏହି ଭାର ବହନ କରନ୍ତି । ଦେଶର ସମ୍ବଳ ଅଭାବରୁ ଅନ୍ୟ ରାଜ୍ୟ ମାନଙ୍କୁ ଏହି ଖର୍ଚ୍ଚ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ତର ଦେଇଥିଲା । ଯାହାର ପୁନର୍ବିଚାର କରିବାକୁ ପୁଣି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

ମେ ମାସରୁ ମିଳିବ ରୁଷ୍‌ ଟିକା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଭାରତରେ ଉପଲବ୍ଧ ହେବ ରୁଷ୍‌ ପ୍ରସ୍ତୁତ କରୁଥିବା କରୋନା ଟିକା ‘ସ୍ପୁଟନିକ୍ ଭି’ । ଯାହା ଫଳରେ ମେ ମାସରୁ ଦେଶବାସୀଙ୍କୁ ମିଳିବ ରୁଷ୍‌ ଟିକା। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

How Sputnik V works against coronavirus, and how effectively

 

ସୂଚନା ଅନୁଯାୟୀ ରୁଷ୍‌ ଟିକା କରୋନା ଭୂତାଣୁକୁ ମାତ୍‌ ଦେବାରେ ୯୧ ଦଶମିକ ୬ ପ୍ରତିଶତ ପ୍ରଭାବଶାଳୀ ବୋଲି କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି । ଆସନ୍ତା ମେ ୧ ତାରିଖରୁ ସାରା ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପ୍ରକିୟାକୁ ତ୍ୱରାନ୍ୱିତ କରିବା ଲାଗି ରୁଷ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦିଆଯାଇଛି।

ଏହି ପର୍ଯ୍ୟାୟରେ ୧୮ରୁ ୪୫ ବର୍ଷ ବୟୟସ୍କଙ୍କୁ ଟିକା ଦିଆଯିବ। କରୋନା ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ସ୍ପୁଟନିକ୍ ଭି ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ନିର୍ମାଣକାରୀ ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ଏହା କେତେ ଦାମରେ ଉପଲବ୍ଧ ହେବ, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ପ୍ରାୟ ୭୫୦ ଟଙ୍କା ପ୍ରତି ଡୋଜ୍ ହିସବରେ ମିଳିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

୩୦୦୦ରୁ ଅଧିକ କରୋନା ସଂକ୍ରମିତ ନିଖୋଜ

ବେଙ୍ଗାଲୁରୁ: ଦେଶରେ ଦିନକୁ ଦିନ କରୋନା ପଜିଟିଭ ମାମଲା ବଢୁଥିବା ବେଳେ ପାଖାପାଖି ୩ ହଜାରରୁ ଅଧିକ ସଂକ୍ରମିତ ନିଖୋଜ ହୋଇଥିବା ଖବର ମିଳିଛି । ଯାହା ଏକପ୍ରକାର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ନିକଟରେ ଲକଡାଉନ ଘୋଷଣା କରିଥିବା କର୍ଣ୍ଣାଟକରେ ଘଟିଛି ଏହି ଘଟଣା । ଯାହା ଫଳରେ ବଢ଼ିଛି କରୋନା ସଙ୍କଟ। ବେଙ୍ଗାଳୁରୁ ସହରରୁ ଚିହ୍ନଟ ହୋଇଥିବା ପ୍ରାୟ ୩୦୦୦ ସଂକ୍ରମିତ ବ୍ୟକ୍ତି ଏବେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଫୋନ୍‌ ସୁଇଚ ଅଫ୍ ଥିବା ବେଳେ ମିଳୁନାହାନ୍ତି କରୋନା ସଂକ୍ରମିତ ।

 

ତେବେ ନିଖୋଜଙ୍କ ପତ୍ତା ଲଗାଇବା ପାଇଁ ପୋଲିସ ସହାୟତା ନେଇଛନ୍ତି ସରକାର । ଗତ କିଛିଦିନ ହେବ ରାଜ୍ୟରେ ସଂକ୍ରମଣ ବଢ଼ିଥିବା ବେଳେ ନିଖୋଜ ବ୍ୟକ୍ତିଙ୍କ ଯୋଗୁ ଭୂତାଣୁ ସଂକ୍ରମଣ ବ୍ୟାପୁଛି ବୋଲି କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର୍ ଅଶୋକ କହିଛନ୍ତି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପୋଲିସ ସନ୍ଧାନ ଚଳାଇଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ୩୯,୦୪୭ ସଂକ୍ରମିତ ହୋଇଥିବା ବେଳେ ୨୨୯ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ବେଙ୍ଗାଲୁରୁ ସହରାଞ୍ଚଳରୁ ୨୨ ହଜାର ୫୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଋଷରୁ ଆସିଲା ସାହାଯ୍ୟ; ଅମ୍ଳଜାନ, ଔଷଧ ଓ ଭେଣ୍ଟିଲେଟର ସହ ଭାରତରେ ପହଞ୍ଚିଲା ୨ ବିମାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭାରତରେ କରାଳ ରୂପ ଦେଖାଉଛି। ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ଟ ହେଉଥିବାବେଳେ ଡାକ୍ତରଖାନାରେ ବେଡ୍ ଓ ଅମ୍ଳଜାନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ପ୍ରାଣ ହରାଉଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ସବୁଠୁ ଅଧିକ ଭାରତ ଉପରେ ପଡ଼ିଛି। ତେବେ ଋଷ ଭାରତକୁ ସାହାଯ୍ୟର ହାତ ବଢ଼ାଇଛି। ଗୁରୁବାର ଭାରତରେ ପହଞ୍ଚିଛି ଋଷରୁ ପ୍ରଥମ ସହାୟତା। ଅମ୍ଳାଜାନ, ଆବଶ୍ୟକୀୟ ଔଷଧ ଓ ଭେଣ୍ଟିଲେଟର ସହ ନୂଆଦିଲ୍ଲୀରେ ପହଞ୍ଚିଛି ଋଷର 2ଟି ବିମାନ।

ଋଷ ଭାରତକୁ ପଠାଇଥିବା ପ୍ରଥମ ସାମଗ୍ରୀରେ ରହିଛି 20 ଅମ୍ଳଜାନ କନଶନଟ୍ରେଟର, 75 ଭେଣ୍ଟିଲେଟର, 150 ବେଡସାଇଡ୍ ମନିଟର ଏବଂ କିଛି ଆବଶ୍ୟକୀୟ ଔଷଧ। ଏହି ସମସ୍ତ ସାମଗ୍ରୀ ସହ ଷରୁ ଦୁଇଟି ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ବର୍ତ୍ତମାନ ଏୟାର କାର୍ଗୋ ଏବଂ ଦିଲ୍ଲୀ କଷ୍ଟମ୍ସ ବିମାନରେ ଆସୁଥିବା ଜିନିଷଗୁଡ଼ିକୁ କ୍ଲିଅରାନ୍ସ କରୁଛନ୍ତି।

ଶନିବାର ବସିଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ୱ ବିଭାଗକୁ ଏହିପରି ଉପକରଣଗୁଡ଼ିକର ସୁଗମ ତଥା ଶୀଘ୍ର କ୍ଲିୟରାନ୍ସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଭାରତର ଏଭଳି ଜାତୀୟ ସଂକଟ ସମୟରେ କେବଳ ଋଷ ନୁହେଁ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ, ବେଲଜିୟମ, ରୋମାନିଆ, ଲକ୍ସେମବର୍ଗ, ସିଙ୍ଗାପୁର, ପର୍ତ୍ତୁଗାଲ, ସ୍ୱିଡେନ, ନ୍ୟୁଜିଲ୍ୟାଣ୍ଡ, କ୍ୱେତ ଏବଂ ମରିସସ୍ ଭଳି ଅନେକ ପ୍ରମୁଖ ଦେଶ ଭାରତକୁ ମହାମାରୀ ସହ ମୁକାବିଲା କରିବାରେ ସହାୟତା କରିବାକୁ ଘୋଷଣା କରିଛନ୍ତି।

ଯୁବ ବିଜେଡି ପକ୍ଷରୁ କୋଭିଡ କଲ୍ ସେଣ୍ଟର ଆରମ୍ଭ

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ ।

ସୂଚନା ଅନୁଯାୟୀ, ଏହି କଲ୍ ସେଣ୍ଟର ମାଧ୍ୟମରେ କୋଭିଡ଼ ହସ୍ପିଟାଲରେ ବେଡ଼ ମିଳିବା, କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ଆଦି ସମ୍ପର୍କରେ ସୂଚନା ମିଳିପାରିବ । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ କରୋନା ସମ୍ବନ୍ଧୀୟ ସେବା ଓ ସୁବିଧା ମିଳିବ। ଏହା ଦ୍ୱାରା ରୋଗୀ ଓ ପ୍ରଶାସନ ଭିତରେ ଥିବା ସମ୍ପର୍କ ଗଡ଼ି ଉଠିବ । ଏନେଇ CDMO ମାନଙ୍କ ସହ ଯୋଗାଯୋଗ କରିଛି ଯୁବ ବିଜେଡି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁ ଜୀବନ ମୂଲ୍ୟବାନ। କୋଭିଡ ସମୟରେ କେହି ଯେମିତି ସେବାରୁ ବଂଚିତ ନ ରୁହନ୍ତୁ, ସେ ନେଇ ତାଙ୍କ ନିର୍ଦ୍ଦେଶ ରହିଛି। ଏହି କାରଣରୁ ଗତ ବର୍ଷ ଓଡ଼ିଶା ସଫଳତା ସହ କୋଭିଡ ମୁକାବିଲା କରିଥିଲା। ଏଥର ଦ୍ଵିତୀୟ ଲହରି ବିରୋଧରେ ଲଢେଇ ବି ସଫଳତାର ସହ ହେବ ବୋଲି ଯୁବ ବି। ଆଜି ସୁନ୍ଦରଗଡ଼ରେ ଏହା ଆରମ୍ଭ ହେଉଛି। ପ୍ରଥମ ଫୋକସ ରହିଛି ପଶ୍ଚିମ ଓଡ଼ିଶା। କାରଣ ସେଠି ଅଧିକ ସଂକ୍ରମଣ ହୋଇଛି।

IPL 2021: ପାଞ୍ଚଶହ ଚଉକା ପୂରଣ କଲେ ମିଷ୍ଟର ଆଇପିଏଲ୍

0

ନୂଆଦିଲ୍ଲୀ: ମିଷ୍ଟର ଆଇପିଏଲ୍ ସୁରେଷ ରାଇନା ଆଇପିଏଲ ଇତିହାସରେ ନିଜର 500ଟି ଚଉକା ପୂରଣ କରିଛନ୍ତି। ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର୍ ଖେଳାଳି ସୁରେଶ ରାଇନା ଏହି ଉପଲବ୍ଧି ହାସଲ କରଛିନ୍ତି। ତେବେ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ରାଇନା ଏହି ଉପଲବ୍ଧି ହାସଲ କରିଛନ୍ତି।

ରାଇନା ବୁଧବାର ହାଇଦ୍ରାବାଦ ବିପକ୍ଷରେ 15ଟି ବଲରୁ ଅପରାଜିତ 17 ରନ୍ ସ୍କୋର କରିଥିଲେଷ। ଯେଉଁଥିରେ ସେ 3ଟି ଚଉକା ମାରିଥିଲେ। ବର୍ତ୍ତମାନସୁଦ୍ଧା ଆଇପିଏଲରେ  ସେ ମୋଟ 502ଟି ଚଉକା ମାରିଛନ୍ତି। ଏବଂ ଏଥିସହିତ ସେ ବିରାଟ୍ କୋହଲିଙ୍କ ରେକର୍ଡ଼ ପାଖାପାଖି ପହଞ୍ଚିଯାଇଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର୍ ଅଧିନାୟକ ବିରାଟ କୋହଲି ବର୍ତ୍ତଂମାନ ସୁଦ୍ଧା ଆଇରପିଏଲରେ 521ଟି ଚଉକା ମାରିଛନ୍ତି। ଏବଂ ସେ ଆଇପିଏଲରେ ସର୍ବାଧିକ ଚଉକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ତେବେ 624ଟି ଚଉକା ସହ ଏହି ତାଲିକାର ଏକ ନମ୍ବରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ଖେଳାଳି ଶିଖର ଧାୱନ୍। ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ୍ ଡେଭିଡ ୱାର୍ଣ୍ଣର, ଯିଏ ଏପର୍ଯ୍ୟନ୍ତ 525ଟି ଚଉକା ମାରିଛନ୍ତି।

ତେବେ ଏହି ରେକର୍ଡ଼ ସହ ମିଷ୍ଟର ଆଇପିଏଲ୍ ସୁରେଶ ରାଇନା ଆଇପିଏଲରେ ଏବେ ସୁଦ୍ଧା 202ଟି ଛକା ମଧ୍ୟ ମାରିଛନ୍ତି।

 

ବଢୁଛି କରୋନା ସଂକ୍ରମଣ, ପଛୁଆ ବର୍ଗ ସର୍ଭେ ସ୍ଥଗିତ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ସର୍ଭେ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ମେ ୧ରୁ ୨୫ ତାରିଖ ଯାଏ ରାଜ୍ୟରେ କେତେ ପଛୁଆ ବର୍ଗ ଅଛନ୍ତି ତାର ଏକ ସର୍ଭେ ହୋଇଥାନ୍ତା । ପ୍ରଥମ ଥର ପାଇଁ ଏହି ସର୍ଭେ ରାଜ୍ୟ ସରକାର କରିବାକୁ ଯାଉଥିଲେ।

 

ସୂଚନା ଅନୁଯାୟୀ ଜୁନ୍ ୧୧ ତାରିଖ ସୁଦ୍ଧା ଏହି ସର୍ଭେର ରିପୋର୍ଟ ଦିଆଯାଇଥାନ୍ତା। ହେଲେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ କଟକଣା ପାଇଁ ସ୍ଥଗିତ କରାଯାଇଛି ସର୍ଭେ । ତେବେ ଆଗାମୀ ଦିନରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ସର୍ଭେରେ ୨୦ହଜାର ଅଙ୍ଗନବାଡି କର୍ମୀ ଓ ୭ ହଜାର ସୁପରଭାଇଜର ସାମିଲ ହେବାର ଯୋଜନା ରହିଥିଲା।

ବୗେଦ୍ଧରେ STF ଟିମର ଚଢଉ, କଲରାପତରିଆ ବାଘ ଚମଡ଼ା ଜବତ

ବୗେଦ୍ଧ: ବୗେଦ୍ଧର ବାନ୍ଧନଝୁଲିରେ ଏସଟିଏଫ୍ ପକ୍ଷରୁ ରେଡ୍ କରାଯାଇଛି। ଗୋଟିଏ କଲରାପତରିଆ ବାଘ ଚମଡ଼ା ସହିତ ବିଭିନ୍ନ ଶିକାର ସାମଗ୍ରୀ ଜବତ ହୋଇଛି। ଏହି ମାମଲାରେ ସମ୍ପୃକ୍ତି ନେଇ ମନମୂଣ୍ଡା ଥାନା ବାଦଲଗୁଡ଼ାର ମହେନ୍ଦ୍ର ଭାଇନା ଗିରଫ । ବନ୍ୟଜନ୍ତୁ ଶିକାର ଓ ଚାଲାଣ ଅଭିଯୋଗରେ ମହେନ୍ଦ୍ରଙ୍କୁ ଗିରଫ କରିଛି ଏସିଟିଏଫ୍ ।

ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଏସଟିଏଫ୍ । ବାଘ ଚମଡା ରାକେଟର ମୂଳକୁ ଯିବାକୁ ପ୍ରୟାସ କରୁଛି ତଦନ୍ତକାରୀ ଦଳ । ଜବତ ଚମଡ଼ାକୁ ଡେରାଡୁନ୍ ସ୍ଥିତ ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ତଦନ୍ତ ପାଇଁ ପଠାଯିବ । ଗତ ଏକ ବର୍ଷରେ ଏସଟିଏଫ୍ ୧୪ଟି ବାଘ ଛାଲ ସହିତ ୯ଟି ହାତୀ ଦାନ୍ତ ୨ଟି ହରିଣ ଚମଡ଼ା, ୩ଟି ଜୀବିତ ବଜ୍ରକାପ୍ତା ଜବତ ହୋଇଛି । ମୋଟ ୨୮ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ୧୬ଟି ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

‘ଓଡ଼ିଶା ମୋ ପରିବାର’ ତରଫରୁ କରୋନା ମୃତକଙ୍କ ପରିବାରକୁ ସହାୟତା

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଓଡିଶା ମୋ ପରିବାର ତରଫରୁ କରୋନା ମୃତକ ପରିବାରକୁ ସହାୟତାର ହାତ ବଢିଛି। ଜିଲ୍ଲାରେ ଶବ ସତ୍କାର ପାଇଁ ବ୍ରହ୍ମପୁର ନୀଳକଣ୍ଠେଶ୍ଵର ମଶାଣି ଠାରେ ଖୋଲିଲା ହେଲ୍ପ ଡେସ୍କ।

ଗତବର୍ଷ କରାେନାର ପ୍ରଥମ ଲହର ବେଳେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ବ୍ରହ୍ମପୁର ସହରରେ ଓଡିଶା ମୋ ପରିବାର ପକ୍ଷରୁ ଶବ ସତ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗତବର୍ଷ ମୃତକ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ମୃତକଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସହଯୋଗ କରାଯାଇଥିଲା । ସେହିପରି ଅନୁରୂପ ଭାବେ ଦ୍ଵିତୀୟ ଲହରରେ ଚଳିତ ବର୍ଷ ଓଡିଶା ମୋ ପରିବାର ପକ୍ଷରୁ ଆଜି ବ୍ରହ୍ମପୁର ବିଧାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମଶାଣି ପଡିଶାରେ ଆଜିଠାରୁ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ।

କରାେନାରେ ମୃତ୍ୟୁ ବରଣ କରିଥିବା ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସହଯୋଗ କରିବେ। କୋଭିଡର ସମସ୍ତ ନିୟମ କାନୁନ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି । ଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମ ବହୁ କର୍ମୀ ଉପସ୍ଥିତ ଥିଲେ ।

IPL 2021 Points Table: ଶୀର୍ଷରେ ପହଞ୍ଚିଲା ଧୋନିଙ୍କ CSK, ତଳକୁ ଖସିଲା RCB

0

ନୂଆଦିଲ୍ଲୀ: କ୍ୟାପ୍ଟେନ କୁଲ୍ ଏମଏସ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ସନରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟରେ ପରାସ୍ତ କରି ସିଏସକେ ବିଜୟୀ ହୋଇଛି। ତେବେ ଏହି ବିଜୟ ସହିତ CSK ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦର 6 ଟି ମ୍ୟାଚରେ ପଞ୍ଚମ ପରାଜୟ ହୋଇଛି। ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି।

ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରି 171 ସ୍କୋର କରିଥିଲା। ଏହାର ଜବାବରେ ସିଏସକେ 18.3 ଓଭରରେ ତିନୋଟି ୱିକେଟ୍ ସହ ଲକ୍ଷ୍ୟ ହାସଲ କରିଥିଲା। ଋତୁରାଜ ଗାଇକ୍ୱାଡ଼ CSKରୁ ସର୍ବାଧିକ 75 ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ଫାଫ୍ ଡୁପ୍ଲେସିସ୍ ମଧ୍ଯ 56 ରନର ଇନିଂସ ଖେଳିଥିଲେ। ତେବେ ଏହି ବିଜୟ ପରେ ଦଳ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ବିରାଟ କୋହଲିଙ୍କ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ମଧ୍ଯ ସମାନ ପଏଣ୍ଟ ଅଛି, କିନ୍ତୁ ଭଲ ନେଟ ରନ୍ ହାର ହେତୁ ଚେନ୍ନାଇ ଦଳ ଶୀର୍ଷରେ ଅଛି।

ଆଇପିଏଲ୍ 2021 ପଏଣ୍ଟ ଟେବୁଲ: ଆଇପିଏଲ୍ 2021 ରେ ଏପର୍ଯ୍ୟନ୍ତ ହୋଇଥିବା ମ୍ୟାଚ୍ ଉପରେ ଆଧାର କରି ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ସ୍ଥାନରେ ରହିଛି। ଏବଂ ପାଞ୍ଚ ଥର ଆଇପିଏଲ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।