spot_img
Home Blog Page 5721

ପଶ୍ଚିମ ଓଡ଼ିଶାରେ ବୃଦ୍ଧି ହେଉଛି କୋଭିଡ୍ ଶଯ୍ୟା, ମେ’ ମାସରେ ପିକକୁ ଯାଇ ସଂକ୍ରମଣ ଖସିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଅକ୍ଟୋବର ମାସରେ କୋଲକାତାରେ ଟ୍ରିପଲ ମ୍ୟୁଟାଣ୍ଟ ଦେଖା ଦେଇଥିଲା । ଓଡ଼ିଶାରେ ତାହା ଏଯାଏଁ ଦେଖା ଦେଇନାହିଁ । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିସହ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି  ସୂଚନା ଦେଇଛନ୍ତି । ଅକ୍ସିଜେନ ଯୋଗାଣ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ ।

Odisha Government Increasing Covid Beds In Western Odisha

ରାଜ୍ୟରୁ ୨ ଶହ ୫୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଯାଇଥିବା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ମେ’ ମାସ ବେଳକୁ ପିକରେ ରହି ଖସିବାର ସମ୍ଭାବନା ରହିଛି । ପ୍ୟାନିକ୍ ହୋଇ କି ଡାକ୍ତରଖାନାକୁ ଆସନ୍ତୁ ନାହିଁ । ଜଣେ ରୋଗୀ ଆସିଲେ ତାଙ୍କ ସହ ଅନ୍ୟମାନେ ଡାକ୍ତରଖାନାରେ ଭିଡ଼ କରନ୍ତୁ ନାହିଁ ।

ଅନ୍ୟପଟେ ରାଜ୍ୟକୁ ଆଜି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସିବ । ଗତାକିଲ ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟୀକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଦିଆଯାଇଛି । ସଟଡାଉନ୍ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟୀକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବ । ସୋମବାରରୁ ଶୁକ୍ରବାର ଅନବରତ ଟିକାକରଣ ଚାଲିବ । ବର୍ତ୍ତମାନ ୧ ଲକ୍ଷ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ୧ ଲକ୍ଷ ଡୋଜ୍ ଆସିବ । ୩.୭ ଲକ୍ଷ କୋଭାକ୍ସିନ ଅଛି ।

Odisha Government Increasing Covid Beds In Western Odisha

ଟିକା ଅଭାବରୁ ଅଧିକାଂଶ ଟିକାକରଣ ବନ୍ଦ ରହିଛି, ଅଧିକ ଆସିଲେ ସ୍ୱାଭାବିକ ହେବ । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ ଟିକା ଦିଆଯାଉଛି । ଆଜି ବୈଠକ ଅଛି ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ନେଇ କିଛି ଆଲୋଚନା ହୋଇପାରେ । ଉଭୟ ଟିକା ନିରାପଦ ଓ ଫଳପ୍ରଦ । ସମସ୍ତେ ଟିକା ନେବା ଉଚିତ୍ । ଦୁଇଟି ଡୋଜ୍ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ । ପ୍ରଥମ ଡୋଜ ଏତେ ଫଳପ୍ରଦ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାନ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସ୍କୁଲ୍ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ସରକାରୀ ବିଦ୍ୟାଳୟରେ ହେଉଛି ପାଠପଢ଼ା

ବାରିପଦା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ରଖିଛନ୍ତି । ଏଥିସହ ଦଶମ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ସଂକ୍ରମଣ ପାଇଁ ବାତିଲ୍ କରାଯାଇଛି । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସଂକ୍ରମଣ ବ୍ୟାପୁଥିବା ଥିବାବେଳେ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଏଠି ଚାଲିଛି ସରକାରୀ ସ୍କୁଲରେ ପାଠପଢ଼ା ।

School Opened In Mayurbhanj After SME Closure Order Amid Covid19

ରାସଗୋବିନ୍ଦପୁର ବ୍ଲକର ପାଇକସାହି ଗାଁରେ ଥିବା ଶ୍ରୀ ଚୈତନ୍ୟଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ହେଉଛି । ସରକାରଙ୍କ ସମସ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଛି । ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠି କିନ୍ତୁ ବିଦ୍ୟାଳୟ ଶ୍ରେଣୀଗୃହରେ ସଂଖ୍ୟାଧିକ ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢ଼ାଉଛନ୍ତି ସାର୍ ।

School Opened In Mayurbhanj After SME Closure Order Amid Covid19

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମହରି ପରମାଣିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଡାକି ଶ୍ରେଣୀ ଗୃହରେ କୋଭିଡ୍ ସମୟରେ ପାଠ ପଢ଼ାଉଛନ୍ତି । ଏନେଇ ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଫୋନ୍ ଉଠାଉ ନାହାଁନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମହାମାରୀ ସମୟରେ ଶିକ୍ଷକଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାରେ ଏବେ କରୋନାର  ୮୯୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବ ଏହି ଔଷଧ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏକ ବିଶେଷ ଡେଭଲପମେଣ୍ଟ ସାମ୍ନାକୁ ଆସିଛି । ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜାୟଡସ କ୍ୟାଡିଲାର Pegylated Interferon alpha-2b ଔଷଧ ବା ଭିରାଫିନକୁ ମଞ୍ଜୁରୀ ମିଳିଛି । ୨୩ ଅପ୍ରେଲରେ rug Controller General of India (DCGI) ଏହାକୁ ଅନୁମତି ଦେଇ ସାରିଛନ୍ତି ।

ଏହି ଔଷଧର ବ୍ୟବହାର କୋଭିଡ ୧୯ ରୋଗୀଙ୍କ କ୍ଷେତ୍ରରେ କରାଯାଏ । ଏପର୍ଯ୍ୟନ୍ତ ଏହି ଔଷଧକୁ ହେପାଟାଇଟିସ ସି’ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଯଦି କରୋନା ରୋଗୀଙ୍କୁ ପ୍ରଥମ ଷ୍ଟେଜରେ ଏହି ଔଷଧର ଗୋଟିଏ ଡୋଜ୍‌ଦିଆଯାଏ, ତେବେ ସେଥିରୁ ଖୁବଶୀଘ୍ର ମୁକ୍ତି ମିଳିପାରେ ବୋଲି ଦାବି କରିଛନ୍ତି ଡେଭଲପର୍ସ । ଏହା ସହିତ ଏହା ପରିସ୍ଥିତି ଗମ୍ଭୀର ହେବାକୁ ରୋକିପାରେ । ଭାରତରେ ପ୍ରାୟ ୧୦ ବର୍ଷ ଧରି ଏହି ଔଷଧ ବ୍ୟବହାର ହୋଇ ଆସୁଛି । ଏବେ DCGI ଏହାକୁ କୋଭିଡ ରୋଗୀଙ୍କ ନିକଟରେ ବ୍ୟବହାର ପାଇଁ ଅନୁମତି ଦେଇଛି ।

ଏହି ଔଷଧ ରୋଗୀ ଶରୀରରେ ଅମ୍ଳଜାନ ଅଭାବକୁ ପୂରଣ କରିବାରେ ସକ୍ଷମ ହୋଇଥାଏ । ଏହାକୁ ନେବାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ସିଜେନ ସପ୍ଲାଇର ଆବଶ୍ୟକତା ପଡ଼େ ନାହିଁ । ଦେଶରେ ୨୦ରୁ ୨୫ଟି କେନ୍ଦ୍ରରେ ଏହାର ଟ୍ରାଏଲ ହୋଇ ସାରିଛି । ଏହାକୂ ନେବାଦ୍ୱାରା ମେଡିକଲ ଅକ୍ସିଜେନର ଆବଶ୍ୟକତା ପଡ଼ୁନଥିବା କଥା ସାମ୍ନାକୁ ଆସିଛି ।

କ୍ୟାଡିଲା ହେଲ୍ଥକେୟାର ଲିମେଟେଡର ମ୍ୟାନେଜିଙ୍ଗ୍‌ଡାଇରେକ୍ଟର ଡାକ୍ତର ଶର୍ବିଲ ପଟେଲଙ୍କ କହିବା ଅନୁସାରେ ଏହି ଔଷଧ ଶରୀରରେ ଭାଇରାଲ ସ୍ଥିତି କମ୍‌କରିବାରେ ସହାୟକ ।

ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ.ଭି. ରମଣା

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ.ଭି. ରମଣା ଶନିବାର ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଏନ.ଭି. ରମଣାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣା ୨୦୨୨ ଅଗଷ୍ଟ ୨୬ ଯାଏ କାର୍ଯ୍ୟ କରିବେ ।

Justice NV Ramana Takes Oath As 48th Chief Justice Of India

୨୦୧୪ ଫେବ୍ରୁଆରୀ ୧୭ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ୍ ରମଣା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ପୋନ୍ନାଭରମ ଜିଲ୍ଲାର ଏକ କୃଷକ ପରିବାରରେ ଗ୍ରହଣ କରିଥିଲେ ।

Justice NV Ramana Takes Oath As 48th Chief Justice Of India

୧୯୮୩ ଫେବ୍ରୁଆରୀ ୧୦ରୁ ସେ ଓକିଲାତି ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସହ କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ସରେ ସେ କାର୍ଯ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ କାର୍ଯ୍ୟ ତୁଲାଇଛନ୍ତି । ୨୦୦୦ ମସିହା ଜୁନ୍ ୨୭ରେ ଜଷ୍ଟିସ୍ ରମଣାଙ୍କୁ ଆନ୍ଧ୍ରପ୍ରଦେଶରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ଅକ୍ସିଜେନ୍ ଅଭାବରୁ ୨ଟି ହସ୍ପିଟାଲରେ ଚାଲିଗଲା ୨୫ ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ/ଅମ୍ରିତସର: ଦେଶର ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଯୋଗୁଁ ୨୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ମୃତ୍ୟୁବରଣ କରିଥିବା ସମସ୍ତ ରୋଗୀ ଅକ୍ସିଜେନ୍ ସପୋର୍ଟରେ ଥିଲେ ।

ଅନ୍ୟପଟେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲର ଡାକ୍ତର ବାଲୁଜା କହିଛନ୍ତି- ହସ୍ପିଟାଲରେ ଏବେ ମାତ୍ର ଅଧ ଘଣ୍ଟା ଲାଗି ଅକ୍ସିଜେନ୍ ମହଜୁଦ୍ ରହିଛି । ହସ୍ପିଟାଲରେ ୨୦୦ରୁ ଅଧିକ ରୋଗୀ ରହିଛନ୍ତି । ସେହିଭଳି ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ଥିବାବେଳେ ଦିଲ୍ଲୀ ସରକାର ୫୦୦ ଲିଟର ଅକ୍ସିଜେନ୍ ଦେଇଛନ୍ତି ।

ଅନ୍ୟପଟେ ପଞ୍ଜାବର ଅମ୍ରିତସର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୫ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି । ହସ୍ପିଟାଲରେ ବିଗତ ୪୮ ଘଣ୍ଟା ହେଲା ଅକ୍ସିଜେନ୍ ନିଅଣ୍ଟ ରହିଛି । ତେବେ ହସ୍ପିଟାଲର କହିବା କଥା ପ୍ରଶାସନକୁ ନିବେଦନ ସତ୍ତ୍ୱେ ଅକ୍ସିଜେନ୍ ମିଳୁନି । ପ୍ରଥମେ ସରକାରୀ ଓ ପରେ ଘରୋଇ ହସ୍ପିଟାଲକୁ ଅକ୍ସିଜେନ୍ ଦିଆଯିବ ବୋଲି ପ୍ରଶାସନ କହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଜୋଶୀମଠରେ ଖସିଲା ବରଫ ଖଣ୍ଡ, ୩୮୪ ଲୋକ ଉଦ୍ଧାର, ୮ ମୃତ

ଚମୋଲି: ଉତ୍ତରାଖଣ୍ଡରେ ହିମପ୍ରଳୟ । ଗତ ଫେବ୍ରୁଆରୀରେ ଚମୋଲିରେ ହିମ ସ୍ଖଳନ ପରେ ବନ୍ୟା ତାଣ୍ଡବ ରଚିଥିଲା । ଏବେ ସେହି ଚମୋଲି ଜିଲ୍ଲାର ଜୋଶୀମଠରେ ବିଳମ୍ବିତ ରାତିରେ ଗ୍ଲାସିୟର ଖଣ୍ଡ ଖସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତୀୟ ସେନାର ସେଣ୍ଟ୍ରାଲ୍ କମାଣ୍ଡ ଏବେ ଯାଏ ୩୮୪ ଜଣଙ୍କୁ ଉଦ୍ଧାର କରିଛି । ଏହି ବରଫ ଖଣ୍ଡ ସୁମନା ଅଞ୍ଚଳରେ ବରଫ ବର୍ଷା ପରେ ଖସିପଡ଼ିଥିବା ଜଣାଯାଇଛି । ଭାରତ-ଚୀନ ସୀମାରେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହଙ୍କ ସହ କଥା ହୋଇଛନ୍ତି ।

ହିମ ସ୍ଖଳନ ପରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ବିଆରଓ ସମ୍ପର୍କରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଯାଏ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହିମ ସ୍ଖଳନ ପରେ ୪ରୁ ୫ଟି ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇଛି ।

ଜୋଶୀ ମଠରେ ବିଆରଟିଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭାପକୁଦ-ସୁମନା ରାସ୍ତା ଗତକାଲି ଠାରୁ ବନ୍ଦ ରହିଛି । ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସଫା କରିବା ଲାଗି ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଡରାଉଛି କରୋନା, ବିଗତ ୨୪ ଘଣ୍ଟାରେ ଦେଶରେ ୨୬୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ଆତଙ୍କ ପ୍ରତିଦିନ ବଢ଼ୁଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଛି । ୨୪ ଘଣ୍ଟାରେ ୨ ହଜାର ୬୨୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୫ ଲକ୍ଷ ୫୨ ହଜାର ୯୪୦ରେ ପହଞ୍ଚିଛି । ଗତକାଲି ୧୯ ହଜାର ୮୩୮ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ଦେଶରେ କରୋନା ସ୍ଥିତି

ମୋଟ ମାମଲା- ୧ କୋଟି ୬୬ ଲକ୍ଷ ୧୦ ହଜାର ୪୫୧

ମୋଟ ମୃତ୍ୟୁ- ୧ ଲକ୍ଷ ୮୯ ହଜାର ୫୪୪

ମୋଟ ଆରୋଗ୍ୟ- ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭

ମୋଟ ଟିକାକରଣ- ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨

ଦେଶରେ ଏବେ କରୋନା ଆରୋଗ୍ୟ ହାର ୮୩.୯୨ ପ୍ରତିଶତ ରହିଛି । ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ୧.୧୫ ପ୍ରତିଶତ ଥିବାବେଳେ ଦେଶର ମୋଟ ସକ୍ରିୟ ସଂକ୍ରମଣ ମାମଲାରୁ ୫୯ ପ୍ରତିଶତ ୫ଟି ରାଜ୍ୟରୁ ରହିଛି । ୫ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ କରୋନାର ସ୍ଥିତି ସଙ୍ଗୀନ ରହିଛି ।

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ଭୁବନେଶ୍ୱର: କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା ।

ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଉଛି । ଇଣ୍ଡିଆ ଟୁ଼ଡ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ଦି ଲଲନଟପ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି । କରୋନା ସଂକଟ କାଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇତିହାସ ମନେ ରଖିବ ବୋଲି ଦି ଲଲନଟପ୍ ଲେଖିଛି ।

ଦେଶରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଦେଶରେ କରୋନା ସ୍ଥିତି ନେଇ ଆଲୋଚନା କରିବା ସହ ସ୍ଥିତିକୁ ଯୁଦ୍ଧକାଳୀନ କହିଥିଲେ । ଅକ୍ସିଜେନ୍ ଅଭାବ ସ୍ଥିତିରେ ଓଡ଼ିଶା ଦେଶ ସହ ଅନ୍ୟ ରାଜ୍ୟକୁ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନକୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ଲାଗି ଏଡିଜି ଆଇନ୍ ଓ ଶୃଙ୍ଖଳା ଜେଠୱାଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ ଡିଜିପି । ଏଥିସହ ପୋଲିସ ପକ୍ଷରୁ ଏକ୍ସିଜେନ୍ ଟ୍ୟାଙ୍କରକୁ ଗ୍ରୀନ୍ କରିଡରରେ ଏସକର୍ଟ କରି ନେଉଛି । ଓଡ଼ିଶାର ଏଭଳି ପଦକ୍ଷେପ ପରେ ମହାରାଷ୍ଟ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ  ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଛି ।

ରାଜ୍ୟରେ ୪ ଲକ୍ଷ ଟପିଲା କରୋନା ସଂକ୍ରମଣ ମାମଲା, ଆଉ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୩ ଦିନ ଧରି ୬ ହଜାରରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାର୍ କରିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆଉ ୮ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ନୂଆପଡ଼ାରୁ ଜଣେ ଓ ସୁନ୍ଦରଗଡ଼ରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ- ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ଲଗାତାର ତୃତୀୟ ଦିନରେ ୬ ହଜାର ଉପରେ ମାମଲା

ବାଲେଶ୍ୱରରେ ଜଣଙ୍କର ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ୯୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୮୩୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେହିଭଳି ବରଗଡ଼ ଜିଲ୍ଲାରେ ଜଣଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଭଦ୍ରକରେ ମୋଟ କୋଭିଡ୍ ମୃତ୍ୟୁ ୨୭କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ଜଣଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୪୯ରେ ପହଞ୍ଚିଛି ।

କଟକରେ ଏବେ ୨ ହଜାର ୫୨୭ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଗୋଟିଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୪୪କୁ ବୃଦ୍ଧି ପାଇଛି । ନୂଆପଡ଼ାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨ ହଜାର ୪୯୩ଟି ସକ୍ରିୟ ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରୁ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୫ ହଜାର ୮୨୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଜନ ଅଦାଲତରେ ଅପହୃତ ଯବାନଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଯବାନଙ୍କୁ ହତ୍ୟା କରିଛନ୍ତି । ଜନ ଅଦାଲତରେ ଡିଆରଜି ଯବାନ ମୁରଲୀ ତାତିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଲାଲ୍ ବାହିନୀ । ଗତ ୨୧ ତାରିଖରେ ମାଓବାଦୀ ଗଙ୍ଗାଲୁର ଥାନା ପାଲନାର୍ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ ।

Maoist Killed Kidnapped DRG Jawans In Bijapur

ଅପହରଣର ୩ ଦିନ ପରେ ବି ଯବାନଙ୍କୁ ନେଇ ପୋଲିସ୍ କିମ୍ବା ଛତିଶଗଡ଼ ସରକାର କେହି କିଛି ସୁରାକ୍ ପାଇନଥିଲେ । ମାଓବାଦୀଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯବାନଙ୍କୁ ହତ୍ୟା କରିବା ପରେ ପ୍ରେସ ନୋଟ୍ ଜାରି କରିଛି ପଶ୍ଚିମ ବସ୍ତର ଡିଭିଜନ କମିଟି, ମାଓବାଦୀ । ଗତକାଲି ଜନ ଅଦାଲତରେ ଯବାନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ।

ଏଥିସହ ପଢ଼ନ୍ତୁ- ଆଉ ଜଣେ ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ

ପରିବାର ଲୋକମାନେ ମୁରଲୀଙ୍କ ଖୋଜିବା ପାଇଁ ସରକାରଙ୍କୁ ଗୁହାରୀ ସହ ମାଓବାଦୀ ଛାଡ଼ିଦେବା ପାଇଁ ଅପିଲ୍ କରିଥିଲେ । ହେଲେ ଆକୁଳ ନିବେଦନକୁ କେହି ଶୁଣିନଥିଲେ । ଗତ ୨୧ ତାରିଖ ଅପରାହ୍ଣ ୩ଟା ବେଳେ ପାଲନାର୍ ଅଞ୍ଚଳର ଡିଆରଜି ଯବାନ ନିଜ ଗାଁକୁ ମେଳା ଦେଖିବା ପାଇଁ ଛୁଟିରେ ଜଗଦଲପୁରରୁ ଆସିଥିବା ବେଳେ ମାଓବାଦୀ ଅପହରଣ କରି ନେଇଥିଲେ ।