spot_img
Home Blog Page 5722

ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ଲଗାତାର ତୃତୀୟ ଦିନରେ ୬ ହଜାର ଉପରେ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସବୁ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ୬ ହଜାର ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବ ସମସ୍ତ ସଂକ୍ରମଣର ରେକର୍ଡ ଭାଙ୍ଗିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଗତ ୩ ଦିନ ଧରି ରାଜ୍ୟରେ ଲଗାତାର ଭାବେ ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିବା ବେଳେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୮୫୫ ମାମଲା ଆସିଥିବା ବେଳେ ୨ ହଜାର ୭୯୨ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୮ ଜଣ ଆକ୍ରାନ୍ତ ଅଛନ୍ତି । ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ ଓ ଢେଙ୍କାନାଳରୁ ୩୪ ଜଣ ଲେଖାଏଁ, ଗଜପତିରୁ ୯୬, ଗଞ୍ଜାମରୁ ୧୬୧, ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ୩୪୩, କଳାହାଣ୍ଡିରୁ ୩୬୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୧୮୩, ଖୋର୍ଦ୍ଧାରୁ ୧୧୮୯, କୋରାପୁଟରୁ ୬୭, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୨୨୪, ନୟାଗଡ଼ାରୁ ୧୧୦, ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୧୭୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୭୮୮ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ରେ ପହଞ୍ଚିଛି । ଏବେ ରାଜ୍ୟରେ ୪୩ ହଜାର ୩୦୪ଟି ସକ୍ରିୟ ସଂକ୍ରମଣ ମାମଲା ଥିବାବେଳେ ୩ ଲକ୍ଷ ୫୬ ହଜାରରୁ ଅଧିକ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ, ବିଭିନ୍ନ ସ୍ଥାନରେ ନାକା

ଭୁବନେଶ୍ୱର: ସଂକ୍ରମଣକୁ ଚେକ୍ ଦେବାକୁ ସପ୍ତାହନ୍ତ ସଟଡାଉନ୍ । ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ବା ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି ।

ସପ୍ତାହନ୍ତ ସଟଡାଉନ୍ ପାଇଁ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି । କଟକରେ ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ପୋଲିସ ନାକାବାନ୍ଦୀ କରିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବାରେ ନିୟୋଜତି ବ୍ୟକ୍ତି ଘରୁ ବାହାରି ପାରିବେ । ଯାଞ୍ଚ ସମୟରେ ଅନୁଷ୍ଠାନ ପ୍ରଦତ୍ତ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ପାସର କୌଣସି ବ୍ୟବସ୍ଥା ନାହିଁ ।

କାହାକୁ ଅନୁମତି ?

ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ଚାଳନା ପାଇଁ ସକାଳ ୫ଟାରୁ ୬ଟା ଯାଏ ଅନୁମତି ।

ସାଧାରଣ ବଣ୍ଟନ ବ୍ୟବସ୍ଥା ଜାରି ରହିବ । ଛଅ ଫୁଟ୍ ଦୂରତା ରକ୍ଷା କରିବେ ।

ହାରିଲା ମୁମ୍ୱାଇ : ୯ ଓ୍ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍ ବିଜୟୀ

0

ଚେନ୍ନାଇ: ଲଗାତର ପରାଜୟ ବରଣ କରିଛି ଗତଥରର ଚମ୍ପିଆନ୍ ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ହାରିବା ପରେ ଶୁକ୍ରବାର ପଞ୍ଚାବ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ମଧ୍ୟ ପରାଜିତ ହୋଇଛି ଦଳ । ମୁମ୍ୱାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ଓଭରରେ ମାତ୍ର ୧୩୧ ରନ୍‌ କରିପାରିଥିଲା । ଏହାର ଜବାବରେ ପଞ୍ଜାବ ଗୋଟିଏ ୱିକେଟ ହରାଇ ୧୪ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଅପରାଜିତ ୬୦ରନ୍‌ର କରିଥିବା ବେଳେ କ୍ରିସ୍ ଗେଲ୍ ମଧ୍ୟ ଅପରାଜିତ ୪୩ ରନ୍ କରିଛନ୍ତି । ମୁମ୍ବାଇ ଦେଇଥିବା ୧୩୨ ରନ୍‌ର ଟାର୍ଗେଟ ପିଛା କରୁଥିବା ପଞ୍ଜାବ ଜବରଦସ୍ତ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ମୁମ୍ବାଇ ବୋଲରଙ୍କୁ ନିରାଶ କରିଥିଲେ। ବିଶେଷ କରି ମୟଙ୍କ ଅଗ୍ରୱାଲ ବଡ଼ବଡ଼ ସଟ୍‌ ଖେଳିଥିଲେ। ତାଙ୍କୁ କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। ତେବେ ଏହି ସମୟରେ ମୟଙ୍କ ୨୦ ବଲ୍‌ରେ ୨୫ ରନ୍‌ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିସ୍ଫୋରକ କ୍ରିସ୍‌ ଗେଲ୍‌। କିନ୍ତୁ ସେ ଆରମ୍ଭରୁ ବେଶ ସତର୍କତାର ସହ ଖେଳିଥିଲେ। ମୁମ୍ବାଇର ଦୁଇ ସ୍ପିନର ଜୟନ୍ତ ଯାଦବ ଓ ରାହୁଲ ଚହର ଜବରଦସ୍ତ ବୋଲିଂ କରି ରାହୁଲ କିମ୍ବା ଗେଲ୍‌ଙ୍କୁ ବଡ଼ ଶଟ ଖେଳିବାର ସୁଯୋଗ ଦେଇନଥିଲେ। କିନ୍ତୁ ଗେଲ୍‌ ସେଟ୍‌ ହୋଇଗଲା ପରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ରାହୁଲ ମଧ୍ୟ ସିଙ୍ଗଲ ଓ ଦୁଇ ରନ୍‌ ନେଇ ଷ୍ଟ୍ରାଇକ ରୋଟରେଟ୍‌ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପଞ୍ଜାବକୁ ଶେଷ ୨୪ ବଲ୍‌ରେ ୨୪ ରନ୍‌ର ଦରକାର ରହିଥିଲା। ଏହି ସମୟରେ ରାହୁଲ ୪୯ ବଲରେ ୪୯ ଓ ଗେଲ୍‌ ୨୮ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ।

କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ୬ ମାସ ଯାଏଁ ରହିଛି ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲା ପରେ ବି ରହିଛି ମୃତ୍ୟୁ ଆଶଙ୍କା । ସୁସ୍ଥ ହେବାର ୬ ମାସ ମଧ୍ୟରେ ଆପଣଙ୍କ ମୃତ୍ୟୁ ହୋଇପାରେ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବା ପରେ ମେଡିକାଲରେ ଆଡମିଟ୍ ହୋଇନାହାନ୍ତି ସେମାନଙ୍କ ପ୍ରତି ମଧ୍ୟ ବିପଦ ରହିଥିବା ଗବେଷକଙ୍କ ପକ୍ଷରୁ ପ୍ରକାଶ ।

            ଗୁରୁବାର ନେଚର ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ  ସାରା ବିଶ୍ୱର ଜନସଂଖ୍ୟା ଉପରେ ମହାମାରୀର ଏକ ବଡ଼ ପ୍ରଭାବ ପଡ଼ିବ । ଆମେରିକାର ଓ୍ୱାଶିଂଟନ ୟୁନିଭରସିଟିରେ ସ୍କୁଲ ଅଫ୍ ମେଡିସିନର ଗବେଷକ କରୋନା ସହ ଜଡ଼ିତ ରୋଗଗୁଡ଼ିକ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସଂସ୍ଥା ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ୮୭ହଜାର କରୋନା ରୋଗୀ ଏବଂ ପାଖାପାଖି ୫୦ ଲକ୍ଷ ଅନ୍ୟ ରୋଗୀଙ୍କୁ ଯେଉଁମାନେ ସୁସ୍ଥ ହୋଇସାରିଛନ୍ତି । ତେବେ ବରିଷ୍ଠ ଗବେଷକ ତଥା ମେଡିସିନ ବିଭାଗର ସହାୟକ ପ୍ରଫେସର ଜିଆଦ ଅଲ ଅଲ୍ଲୀଙ୍କ କହିବାନୁଯାୟୀ ଅଧ୍ୟୟନ ସାମ୍ନାକୁ ଆସିଛି ଯେ,ରୋଗ ଜଣାପଡ଼ିବାର ୬ ମାସ ପରେ କୋଭିଡ-୧୯ ପରବର୍ତ୍ତୀ କାରଣରୁ ମୃତ୍ୟୁର ହେବାର ଆଶଙ୍କା କମ୍ ରହିଛି ।

            ଗବେଷକ ଜାଣିବାକୁ ପାଇଛନ୍ତି ଯେ, ସଂକ୍ରମଣ ଠିକ୍ ହେବା ପରେ ଏବଂ ସୁସ୍ଥ ହେବାର ୩୦ ଦିନ ପରେ କୋଭିଡ-୧୯ ସଂକ୍ରମିତଙ୍କ ମୃତ୍ୟୁ ହେବା ଆଶଙ୍କା ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ଢେର ଅଧିକା । ପ୍ରାୟ ପ୍ରତି ୧ ହଜାର ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁମାନେ ସଂକ୍ରମିତ ହୋଇ ଠିକ୍ ହେବାକୁ ୩୦ ଦିନ ସମୟ ଲାଗେ ସେହିଭଳି ପ୍ରତି ୧୦୦୦ ହଜାର ଲୋକଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ ହୋଇଥାଏ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତଙ୍କୁ ସାହାଯ୍ୟ ପାଇଁ ସବ୍ୟସାଚୀଙ୍କ ନୂଆ ପ୍ରୟାସ

‘ପିପିଲି ଟିକେଟ୍ ନ ମିଳିବାରୁ ଅପ୍ରାସଂଗିକ ହୋଇପଡ଼ିଛନ୍ତି ଲେଖାଶ୍ରୀ’

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ। ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବିବୃତ୍ତି ଦର୍ଶାଉଛି, ଅଡିଟ ଆକାଉଣ୍ଟ ଓ ଏଜି ରିପୋର୍ଟ ଉପରେ ତାଙ୍କର କିଛି ଧ୍ୟାନ ନାହିଁ । ଲେଖାଶ୍ରୀ ଯାହା କହୁଛନ୍ତି, ତାହା କପୋଳକଳ୍ପିତ ଓ ଭିତ୍ତିହୀନ । କେତେବେଳେ ନେତାଙ୍କ ଉପରେ ତ ଆଉ କେତେବେଳେ ପ୍ରଶାସନ ଉପରେ ମିଛ ଆରୋପ ଲଗାଉଛନ୍ତି। ପିପିଲି ଉପନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଥାଇ ଟିକେଟ ନ ମିଳିବାରୁ ଦଳରେ ଅପ୍ରାସଙ୍ଗିକ ହୋଇପଡିଛନ୍ତି। ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ପ୍ରତିଦିନ ସକାଳୁ ଲେଖାଶ୍ରୀ ଏପରି କିଛି ଭିତ୍ତିହୀନ ମନ୍ତବ୍ୟ ରଖୁଥିବା ଇପ୍‌ସିତା କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ‘ବିଲ୍ଡରସ୍ ଅଫିସ ଯିବାକୁ ଡାକିନେଇ ଜୋର ଜବରଦସ୍ତି ବିଜେପି କର୍ମୀ ସଜାଇଲେ’

କରୋନା ସଂକ୍ରମିତଙ୍କୁ ସାହାଯ୍ୟ ପାଇଁ ସବ୍ୟସାଚୀଙ୍କ ନୂଆ ପ୍ରୟାସ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ପୁଣି ଥରେ କରୋନା ଦ୍ୱିତୀୟ ପ୍ରବାହ ଦେଖିବାକୁ ମିଳିଛି । କେବଳ ଦ୍ୱିତୀୟ ପ୍ରବାହ ଦେଖିବାକୁ ମିଳିନି ତ, ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ପୂର୍ବ ବର୍ଷ ଅପେକ୍ଷା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତି ଏଭଳି ଅବସ୍ଥା ହେଲାଣି ଯେ, ବାହାର ରାଜ୍ୟରେ ରୋଗୀଙ୍କୁ ମେଡିକାଲ ବେଡ୍ ମିଳୁନଥିବା ବେଳେ ମେଡିକାଲ ଅକ୍ସିଜେନ୍‌ର ମଧ୍ୟ ଅଭାବ ଦେଖିବାକୁ ମିଳୁଛି । ଆଉ ଏଭଳି ଅସୁବିଧାର ସମ୍ମୁଖୀନ ସେହି ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ହେଉଛନ୍ତି । ଆଉ ଏଭଳି ସମୟରେ ପୁଣି ଥରେ ଲୋକଙ୍କୁ ସହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଓଲିଉଡ୍ ଅଭିନେତା ସବ୍ୟସାଚୀ ।

            ଲୋକଙ୍କୁ ସହାଯ୍ୟ କରିବାକୁ ଆରମ୍ଭ କରିଛନ୍ତି ନୂଆ ବ୍ୟବସ୍ଥା । ସେ ସୋସିଆଲ୍ ମିଡିଆରେ ଏକ ଫର୍ମର ଲିଙ୍କ୍ https://bit.ly/patient_details_urgent  ସେୟାର କରିଛନ୍ତି ଯେଉଁଥିରେ କରୋନା ସଂକ୍ରମିତଙ୍କ ସମ୍ପର୍କିତ କିଛି ତଥ୍ୟା ମଗାଯାଇଛି । ଏବଂ ସଂକ୍ରମିତ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ପଚରାଯାଇଛି । ଏହି ସବୁ ତଥ୍ୟ ଦେବା ପରେ ସେ ତାଙ୍କ ସମସ୍ୟାର ସମାଧାନ ନେଇ ବ୍ୟବସ୍ଥା କରିବେ । ଆଉ ଏହି ଲିଙ୍କ୍ ସେୟାର କରିବା ପରେ ଲୋକେ ସେମାନଙ୍କ ଅସୁବିଧା ଜଣାଇବା ଆରମ୍ଭ କରିଦେଇଛନ୍ତି । ଆଉ ଲୋକଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ସବ୍ୟସାଚୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

 

‘ବିଲ୍ଡରସ୍ ଅଫିସ ଯିବାକୁ ଡାକିନେଇ ଜୋର ଜବରଦସ୍ତି ବିଜେପି କର୍ମୀ ସଜାଇଲେ’

ପିପିଲି: ବିଲ୍ଡରସ ଅଫିସ ଯିବାକୁ କହି ଘରୁ ଡାକିନେଲେ, ଆଉ ଘରୁ ଯିବା ପରେ ଜୋର ଜବରଦସ୍ତ ବିଜେପି କର୍ମୀ ସଜେଇଦେଲେ । ଏହି ଘଟଣା ଏବେ ପିପିଲିରେ ଚର୍ଚ୍ଚାର ବିଷୟ ହେବା ପରେ ପଦାରେ ପଡିଛି ବିଜେପିର ଶସ୍ତା ରାଜନୀତି । ପିପିଲି ନିର୍ବାଚନ ମଣ୍ଡଳୀର ପମସରା ପଞ୍ଚାୟତର ଜଣେ ବିଜେପି କର୍ମୀ ଜାମିନିକାନ୍ତ ପ୍ରଧାନ ସେହି ଗାଁର ସଞ୍ଜୟ ଦାଶଙ୍କୁ ଘରୁ ବିଲ୍ଡରସ କାମରେ ଭୁବନେଶ୍ବର ଯିବାକୁ କହି ଡାକି ନେଇଥିଲେ । ସଞ୍ଜୟଙ୍କୁ ବିଜେପିର ଭୁବନେଶ୍ୱର ମଧ୍ୟ କାର୍ଯ୍ୟାଳୟକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ବେକରେ ଉତ୍ତରୀୟ ଓ ଟୋପି ପିନ୍ଧାଇ ତାଙ୍କୁ ବିଜେପି କର୍ମୀ ସଜେଇ ଦେଇଥିଲେ । ଏହି ଭଳି ମିଛ ଘଟଣାକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଜଗନ୍ନାଥ ପ୍ରଧାନ ଶୁଖିଲା ବାହାସ୍ପୋଟ ମାରୁଥିବା ବେଳେ ସଞ୍ଜୟଙ୍କ ମୁହଁରୁ ଘଟଣାର ସତ ଜଣାପଡିଛି । ପିପିଲିରେ ବିଜେପିର ଏହି ହୀନ ରାଜନୀତି ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ବିରପୁରୁଷୋତ୍ତମ ପଞ୍ଚାୟତରେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା । ମହିଳା ଗୋଷ୍ଠୀ ବୈଠକ ହେଉଛି କହି ଘରୁ ଡାକିନେଇ ୧୦ଜଣ ମହିଳାଙ୍କୁ ବିଜେପି କର୍ମୀ ସଜେଇ ଦେଇଥିଲେ ବିଜେପି ନେତା ।
ଯାହାର ଉଚିତ ଜବାବ ଦେଇ ଗଣମାଧ୍ୟମ ଆଗରେ ବିଜେପିର ଚକ୍ରାନ୍ତକୁ ଖୁଲାସା କରିଥିଲେ ସମ୍ପୃକ୍ତ ମହିଳା ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ୱକେଶନ ହରିଚନ୍ଦନ

ପିପିଲି ଉପ-ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହେଲେ ବିଶ୍ୱକେଶନ ହରିଚନ୍ଦନ

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଆସନ୍ତା ୨୬ ତାରିଖରେ ନାମାଙ୍କନ ଭରିବେ ବିଶ୍ୱକେଶନ ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ୫୧ ବର୍ଷ ବୟସରେ ହୃଦ୍‌ଘାତରେ ଆଜି ଅଜତି ମଙ୍ଗରାଜଙ୍କର ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ରହିବା ପରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କର ପରଲୋକ ହୋଇଥିଲା । ଅଜିତ ମଙ୍ଗରାଜଙ୍କ ପରଲୋକ ନେଇ ଭୁବନେଶ୍ବରର ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୭ ତାରିଖରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ଅଜିତ । ତାଙ୍କ ଚିକିତ୍ସା ଦାୟିତ୍ବର ଏକାଧିକ ଡାକ୍ତର ଥିଲେ । କରୋନା ସହିତ ସେ ସେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । କରୋନା ସହିତ କାର୍ଡିଓଲୋଜୀ, ପଲମୋନାରୀ ମେଡିସିନ ପକ୍ଷରୁ ଚିକିତ୍ସା କରାଯାଉଥିଲା । ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ୨୦୧୯ ନିର୍ବାଚନରେ ବି କଂଗ୍ରେସ ଟିକେଟରେ ଲଢ଼ିଥିଲେ ଅଜିତ ମଙ୍ଗରାଜ । ୯ ହଜାର ୮୩୦ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ଅଜିତ ମଙ୍ଗରାଜ । ଉପନିର୍ବାଚନରେ ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ହେଲେ ଆଜି ଅଜିତ ମଙ୍ଗରାଜଙ୍କ ପରୋଲକ ହୋଇଯାଇଛି ।

ଅପରପକ୍ଷରେ ମେ’ ୧୩ ପରିବର୍ତ୍ତେ ମେ ୧୬ରେ ମତଦାନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ସୁନିଲ ଲୋହାନୀ । ପୂର୍ବରୁ ମେ ୧୩ରେ ଉପନିର୍ବାଚନ ହେବା ନେଇ ଗୋଷଣା କରିଥିଲେ ନିର୍ବାଚନ କମିସନ । ମେ ୧୩ ତାରିଖରେ ଇଦ୍ ପଡୁଥିବାରୁ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଯାଇଥିବା କହିଛନ୍ତି କମିସନ । ମେ ୧୬ ତାରିଖରେ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ ।

ପୋଲିସ-ମାଓବାଦୀ ମୁହାଁମୁହିଁ: ମହିଳା ମାଓବାଦୀ ନିପାତ

କଳାହାଣ୍ଡି: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ । ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ନିପାତ । ପୋଲିସ ସୂଚନା ମୁତାବକ, ଗତକାଲି ପୋଲିସ କିଛି ବିଶ୍ୱସ୍ତ ସୂତ୍ରରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଖବର ପାଇଥିଲା  । ଏହାପରେ କିଛି ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କୁ ନେଇ ଯେଉଁ ଅଞ୍ଚଳରେ ମାଓବାଦୀ ରହିଥିବା ନେଇ ଖବର ମିଳିଥିଲା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏବଂ ସେଠାରେ ମାଓବାଦୀ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ଏବଂ ସେମାନଙ୍କୁ ସରେଣ୍ଡର କରିବା ନେଇ କହିଥିଲା । କିନ୍ତୁ ମାଓବାଦୀମାନେ ଯବାନଙ୍କ କଥାରୁ ଖାତିର ନକରି ଓଲଟା ଗୁଳି ଚାଳନା କରିଥିଲେ । ଏଥିସହିତ ଏହି ସମୟରେ କିଛି IED ମଧ୍ୟ ବ୍ଳାଷ୍ଟ କରିଥିଲେ । ଫଳରେ ଆତ୍ମରକ୍ଷା ପାଇଁ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ । ଉଭୟ ପକ୍ଷର ଏହି ଗୁଳି ଚାଳନା ଥମିବା ପରେ ସର୍ଚ୍ଚ କରିଥିଲେ ଯବାନ  । ଏବଂ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ପାଇଥିଲେ । ଏଥିସହିତ କିଛି ମାଓ ପତ୍ରିକା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ୬ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ୍

ଅକ୍ସିଜେନ୍ ଟ୍ୟାଙ୍କର ପଠାଇଲା ଓଡ଼ିଶା, ସାରଥୀ ସାଜିଲା ଓଡ଼ିଶା ପୋଲିିସ : ୨୪ ଘଣ୍ଟାରେ ପହଞ୍ଚିଲା ୨୫୦ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର: ଅକ୍ସିଜେନ୍ ଟ୍ୟାଙ୍କର ପଠାଇଲା ଓଡ଼ିଶା ସାରଥୀ ସାଜିଲା ଓଡ଼ିଶା ପୋଲିିସ । ଓଡ଼ିଶା ପଠାଇଲା ୨୫୦ ଟନ୍  ମେଡିକାଲ ଅକ୍ସିଜେନ୍ । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ  ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଥିଲା । ଯାହା ଫଳରେ ରୋଗୀଙ୍କ ନିକଟରେ ମେଡିକାଲ ଅକ୍ସିଜେନ ପହଞ୍ଚିବାରେ କୌଣସି ବିଳମ୍ୱ ହେବନାହିଁ ।

            ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଥିଲା । ଏବଂ ଆଇନ ଶୃଙ୍ଖଳା ଏଡିଜି ଓ୍ୱା.କେ ଜେଠଓ୍ୱା ଏହି ଟ୍ରାନ୍ସପୋର୍ଟ କାର୍ଯ୍ୟପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିଲେ । ସେ ଏହି ଟ୍ରାନ୍ସପୋର୍ଟେସନକୁ ପ୍ରତକ୍ଷ୍ୟଭାବେ ନିରିକ୍ଷଣ କରିବା ସହ ମେଡିକାଲ ଅକ୍ସିଜେନ୍ ଯାଉଥିବା ଅଞ୍ଚଳର  ଜିଲ୍ଲା ଏସ୍‌ପି, ରେଞ୍ଜ ଡିଆଇଜି, ଆଇଜି, ସିପିଙ୍କ ସହ ଯୋଗାଯୋଗ କରିବା ସହ ସେମାନଙ୍କୁ ଅବଗତ କରାଇଥିଲେ । ତେବେ ଆଗକୁ ଅନୁଗୁଳରୁ ୨ ଟ୍ୟାଙ୍କର ବିଶାଖାପାଟଣା ଓ ଯାଜପୁରରୁ ୨ ଟ୍ୟାଙ୍କର ଗାଜିଆବାଦ ଓ ବିଶାଖାପାଟଣାକୁ ଯିବାର ଅଛି ।