ଭୁବନେଶ୍ୱର: ଦ୍ୱୈତନଗରୀରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ସଟ୍ଡାଉନ୍ । ନାଇଟକର୍ଫ୍ୟୁକୁ ମିଶାଇ ସୋମବାର ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା । କଟକରେ ୧୨ ପ୍ଳାଟୁନ ଫୋର୍ସ, ୧୦୦ ଅଧିକାରୀ ଓ ଭୁବନେଶ୍ୱରରେ ୨୦ ପ୍ଳାଟୁନ୍ ଫୋର୍ସ ଓ ୧୫୦ ଅଧିକାରୀ ସଟ୍ଡାଉନ୍ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କଟକଣା ସମୟରେ ଯାତାୟତ ପାଇଁ କୌଣସି ପ୍ରକାର ପାସ୍ ମିଳିବ ନାହିଁ । ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଅତ୍ୟାବଶକୀୟ କାର୍ଯ୍ୟ ଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରିବେ । ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏ ନେଇ ଯାଞ୍ଚ କରିବା ସହ ନିଷ୍ପତ୍ତି ନେବେ । କଟକରେ ୨୫ଟି ଓ ଭୁବନେଶ୍ୱର ୪୩ଟି ସ୍ଥାନରେ ନାକାବନ୍ଦି ରହିବ । କଡ଼ା ଯାଞ୍ଚ କରାଯିବ । କଟକଣା ମାନିବା ସହ ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର । କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜୋରିମାନା ମଧ୍ୟ ଆଦାୟ ହେବ ବୋଲି ସିପି ଚେତାଇ ଦେଇଛନ୍ତି ।
ଆଉ ନାହାଁନ୍ତି ଫିଲ୍ମ ‘ଆଶିକୀ’ର ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋର
ମୁମ୍ବାଇ: ବଲିଉଡରେ ଯେବେ ମଧ୍ୟ କୌଣସି ରୋମାଂଟିକ ଗୀତ ରିଲିଜ ହୁଏ, ସେତେବେଳେ ପ୍ରଥମେ ମନକୁ ଚାଲିଆସେ ଆଶିକୀର ନାଁ । ଯାହାର ସୁପରହିଟ ଗୀତ ଆଜି ମଧ୍ୟ ଲୋକ ଗୁଣୁଗୁଣୁ ହୁଅନ୍ତି । ଯାହାର ଶ୍ରେୟ ଯାଏ ନଦୀମ ଓ ଶ୍ରବଣଙ୍କ ଯୋଡ଼ିକୁ । ଏବେ ଏହି ଯୋଡ଼ିରେ ବିଛେଦ ଆସିଯାଇଛି । କାରଣ ଶ୍ରବଣ ରାଠୋର ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ସବୁଦିନ ପାଇଁ ସେ ନୀରବି ଯାଇଛନ୍ତି । ତାଙ୍କର ରୋମାଂଟିକ ଗୀତ ଆଉ ଶୁଣିବାକୁ ମିଳିବନି । ଗୁରୁବାର ଶ୍ରବଣଙ୍କ ପରଲୋକ ହୋଇଛି । ଶ୍ରବଣଙ୍କ ଯିବାଦ୍ୱାରା ମ୍ୟଜିକ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାରର କ୍ଷତି ପହଞ୍ଚିଛି । ଅକ୍ଷୟ କୁମାର, ଅଜୟ ଦେବଗନ,ତୁଷାର କପୂର, ଏ ଆର ରେହମନ,ଶ୍ରେୟା ଘୋଷାଲ,ଅରମାନ ମଲ୍ଲିକଙ୍କ ସମେତ ଏକାଧିକ ତାରକା ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ନଦୀମ-ଶ୍ରବଣଙ୍କ ଯୋଡ଼ି କେବଳ ଆଶିକୀ ନୁହେଁ ବରଂ ଅନ୍ୟ କେତେକ ଫିଲ୍ମରେ ସୁପରହିଟ ଗୀତ ଦେଇଛନ୍ତି । ଯେଉଁମାନେ ଲୋକଙ୍କ ହୃଦୟରେ ପ୍ରେମର ପରିଭାଷାକୁ ବଦଳାଇ ଦେଇଛନ୍ତି । ଫିଲ୍ମ ଧଡ଼କନ ହେଉ ବା ସାଜନ, ରାଜା ହିନ୍ଦୁସ୍ତାନୀ,ସଡ଼କ,ବରସାତ,ଫୁଲ ଔର କାଣ୍ଟେ । ପ୍ରତ୍ୟେକଟି ଫିଲ୍ମର ଗୀତକୁ ମିଳିଛି ଜବରଦସ୍ତ ରେସପନ୍ସ ।
ଫିଲ୍ମ ଆଶିକୀର ମ୍ୟୁଜିକ୍ଆଲବମ ନଦୀମ-ଶ୍ରବଣଙ୍କ ପାଇଁ ସୁପରହିଟ ପ୍ରମାଣିତ ହୋଇଥିଲା । ପ୍ରତ୍ୟେକଟି ଗୀତ ଥିଲା ଖୁବ୍ହୃଦୟଛୁଆଁ । ଜାନ୍ଏ-ଜିଗର,ମେଁ ଦୁନିଆ ଭୁଲା ଦୁଙ୍ଗା,ନଜର କେ ସାମନେ, ଏକ ସନମ ଚାହିଏ ଆଶିକୀ କେ ଲିଏ ଆଦି ଗୀତକୁ ଆଜି ମଧ୍ୟ ଶ୍ରୋତା ଖୁବ୍ପସନ୍ଦ କରନ୍ତି ।
https://www.youtube.com/watch?v=FNRCaXApaZ0
ସୂଚନାଯୋଗ୍ୟ ନଦୀମ-ଶ୍ରବଣଙ୍କ ଯୋଡ଼ି ୧୯୭୩ ମସିହାରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରିଥିଲା । ୨୦୦୦ ମଧ୍ୟ ଭାଗରେ ଏହି ଦୁଇଜଣ ଅଲଗା ହୋଇଗଲେ । କିନ୍ତୁ ୨୦୦୯ରେ ଉଭୟ ଏକା ସାଙ୍ଗରେ ପୁଣିଥରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଫଳପ୍ରଦ ହୋଇନଥିଲେ ।
ରାଉରକେଲାରୁ ଇନ୍ଦୋର ଓ ମୁମ୍ବାଇ ଗଲା ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର
ରାଉରକେଲା: ଦେଶର ବିଭିନ୍ନ ରାଜ୍ୟରେ ଅମ୍ଲଜାନ ଅଭାବ ଲାଗି ରହିଥିବା ବେଳେ ସହାୟତା କରୁଛି ଓଡ଼ିଶା । ରାଉରକେଲାରୁ ୨ଟି ମେଡିକାଲ୍ ଅକ୍ସିଜେନ୍ ଟ୍ୟାଙ୍କର ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ର ମୁମ୍ବାଇ ଅଭିମୁଖେ ବାହାରିଛି । ଏହି ମେଡିକାଲି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ଓଡ଼ିଶା ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି ।
Now 2 medical oxygen tankers.
One for Indore, MP (21 ton) and second for Mumbai, MH (25 ton), on way from Rourkela. Dedicated Corridor established by Odisha Police for prompt and unhindered movement. pic.twitter.com/SKPvma8xk6— Odisha Police (@odisha_police) April 23, 2021
ରାଉରକେଲାରୁ ଇନ୍ଦୋରକୁ ୨୧ ଟନ୍ ଅକ୍ସିଜେନ୍ ଯାଉଥିବା ବେଳେ ମୁମ୍ବାଇକୁ ୨୫ ଟନ୍ ଅକ୍ସିଜେନର ଦ୍ୱିତୀୟ ଟ୍ୟାଙ୍କର ଯାଉଛି । ସକାଳେ ଯାଜପୁରରୁ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ଆନ୍ଧ୍ରର ଭିଶାଖାପାଟ୍ଟଣମ ଏବଂ ମହାରାଷ୍ଟ୍ରର ପୁନେ ଅଭିମୁଖେ ବାହାରି ଥିଲା । ଉକ୍ତ ଅକ୍ସିଜେନ୍ ଟ୍ୟାଙ୍କରକୁ ପୋଲିସ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଇଥିଲା ।
ଏଥିସହ ପଢ଼ନ୍ତୁ- ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା
ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶରେ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଦେଶରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି, ଟିକାକରଣ ଓ ଅକ୍ସିଜେନ ସପ୍ଲାଇ ନେଇ ବୈଠକରେ ଆଲୋଚନା ହୋଇଛି ।
Delhi: Prime Minister Narendra Modi chairs a meeting with the Chief Ministers of high burden states, over the prevailing #COVID19 situation pic.twitter.com/u91CKrGOLJ
— ANI (@ANI) April 23, 2021
କରୋନା ସଙ୍କଟ ଦୂର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ରାଜଧାନୀରେ ଅକ୍ସିଜେନ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟରେ ଅଟକା ଯାଉଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।
କେନ୍ଦ୍ର ସରକାର ସାରା ଦେଶରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କଣ୍ଟ୍ରୋଲ କରିବା ସହ ଯବାନଙ୍କ ହାତରେ ଏହି ଦାୟିତ୍ବ ଦିଆଯାଉ । ଯାହାଫଳରେ ସବୁରାଜ୍ୟକୁ ଆବଶ୍ୟକ ଅକ୍ସିଜେନ୍ ପଠାଯାଇ ପାରିବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀରେ ଅକ୍ସିଜେନ୍ ଏକ୍ସପ୍ରେସ୍ ସୁବିଧା ଜାରି କରାଯିବା ସହ ଆକାଶମାର୍ଗରେ ଅକ୍ସିଜେନ୍ ପଠାଇବାକୁ ଅପିଲ କରିଛନ୍ତି କେଜରିୱାଲ୍ ।
ଜଳପଥରେ କଡ଼ାକଡ଼ି ଯାଞ୍ଚ, ପଇଁତରା ମାରୁଛି ମେରାଇନ୍ ଥାନା ପୋଲିସ
ଆରଡ଼ି: ମହାମାରୀ କରୋନାକୁ ଚେକ୍ ଦେବା ପାଇଁ ସମସ୍ତ ମେରାଇନ୍ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଭଦ୍ରକ ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଧାମରାରେ ଥିବା ମେରାଇନ ପୋଲିସ ଯାଞ୍ଚକୁ କଡ଼ାକଡ଼ି କରିଛି । ମେରାଇନ୍ ଥାନାର ଅଧିକାରୀଙ୍କ ଅନୁଯାୟୀ ଗତ ୨ ଦିନ ହେବ ମାଛମରା ଟ୍ରଲର ଓ ଡଙ୍ଗାକୁ ନିଷିଦ୍ଧ କରାଯାଇଛି । ଆଜିଠାରୁ ଯେପରି ବାହାର ରାଜ୍ଯରୁ ଜଳପଥ ଦେଇ କେହି ନ ଆସିବେ ସେଥିପାଇଁ ଥାନା ବୋଟ ଦ୍ବାରା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଇଁତରା ମାରୁଛି ପୋଲିସ ।

ଏଥିସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ଯେପରି କରୋନା ପ୍ରଭାବ ନ ପଡ଼ିବ ସେଥିପାଇଁ ସହାୟତା ଲୋଡ଼ିଛି ପୋଲିସ । ଗତବର୍ଷ ଠିକ୍ ଏହି ସମୟରେ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ଯରୁ ଜଳପଥକୁ ସାହାରା କରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ପ୍ରବାସୀ ଫେରିଥିଲେ । ଚଳିତବର୍ଷ ଘାତକ କରୋନା ଉଗ୍ରରୂପ ନେଉଥିବାରୁ ସରକାର ବାହାର ରାଜ୍ଯକୁ ବସ୍ ସେବା ବନ୍ଦ କରିଥିବା ବେଳେ ଏବେ ଜଳପଥକୁ ବନ୍ଦ କରିଛନ୍ତି । ଯଦି କେହି ଜଳପଥରେ ଆସନ୍ତି ତାହେଲେ ମଟର ବୋଟ ଓ ଟ୍ରଲରକୁ ଜବତ କରାଯିବା ସହ ପ୍ରବାସୀଙ୍କ କ୍ୱାରେଣ୍ଟାଇନରେ ରଖାଯିବ ।
ପ୍ରବାସୀଙ୍କ ପାଇଁ ଆଲର୍ଟରେ ଓଡ଼ିଶାର ୧୮ଟି ମେରାଇନ୍ ଷ୍ଟେସନ୍
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର କୋଭିଡ୍ ନେଗେଟିଭ୍ ରିପୋର୍ଟ ଏବଂ ଦ୍ୱିତୀୟ ଡୋଜ୍ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛନ୍ତି । ନଚେତ୍ ବାହାର ରାଜ୍ୟରୁ ଫେରିଥିଲେ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ଅନ୍ୟପଟେ ଦେଶରେ ଲକଡାଉନ୍ ଆଶଙ୍କା କରି ପ୍ରବାସୀ ଘରମୁହାଁ ହେଉଛନ୍ତି ।

ସରକାର କରୋନା ପାଇଁ ଚେକିଂ ସହ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି । ଏସବୁ ଦୃଷ୍ଟିରୁ ପ୍ରବାସୀ ଜଳ ପଥ ଦେଇ ଓଡ଼ିଶା ଆସିପାରନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ । ରେଲୱେ ଓ କୋ ନିଷ୍ଟ ଗାର୍ଡ ସିକ୍ୟୁଟି ଏଡିଜି ଏନେଇ ସୂଚନା ଦେଇଛନ୍ତି । ୧୮ଟି ମେରାଇନ ଷ୍ଟେସନରେ ଚେକିଂ ଚାଲିଛି । ଫିଶ ଲଣ୍ଡିଂ ଷ୍ଟେସନରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ମେରାଇନ୍ ଷ୍ଟେସନରେ ପାଟ୍ରୋଲିଂ ଚାଲୁଛି, ସବୁ ବୋଟରେ ଚେକିଂ ଚାଲିଛି । ପ୍ରତ୍ୟେକ ଥାନାରେ ସାଗର ରକ୍ଷକ ଦଳ ଆମକୁ ବାହାରୁ ଜଳ ପଥ ଦେଇ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ଦେଉଛନ୍ତି ।

ଏଥିସହ ରାତିରେ ମଟର ସାଇକେଲରେ ପାଟ୍ରୋଲିଂ ହେଉଛି । କୋଷ୍ଟାଲ ଏରିଆରେ ଜବରଦସ୍ତ ଚେକିଂ ଚାଲିଛି । ପୂରା ଓଡ଼ିଶାର ୧୮ଟି ମେରାଇନ୍ ଷ୍ଟେସନରେ ପ୍ରବାସୀଙ୍କ ପାଇଁ ଚେକିଂ ଚାଲିଛି । ବାହାରୁ କୌଣସି ବୋଟ୍ ଆସିଲେ ସିଜ୍ କରାଯିବ । ଆସିଥିବା ଲୋକଙ୍କ ସମ୍ପର୍କରେ ଖବର ଦିଆଯାଇ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯିବ ।
ଦିଲ୍ଲୀରେ ଆକ୍ଟିଭ୍ ହେଲା କରୋନାର ୟୁକେ ଏବଂ ଡବଲ ମ୍ୟୁଟାଣ୍ଟ ଭ୍ୟାରିଏଣ୍ଟ, ୫୦ ପ୍ରତିଶତ ମାମଲାରେ ପ୍ରଭାବ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆତଙ୍କ ଏବେ ବନ୍ୟାର ରୂପ ନେଲାଣି । ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି ଏବଂ ଶହଶହ ସଂଖ୍ୟାରେ ଲୋକଙ୍କ ଜୀବନ ଗଲାଣି । କିନ୍ତୁ ସାମ୍ନାକୁ ଆସିଥିବା ନୂଆ ତଥ୍ୟ ଅଧିକ ଚିନ୍ତା ବଢାଇଲାଣି । ତଥ୍ୟ କହୁଛି, ଦିଲ୍ଲୀରେ ୟୁକେର ଭ୍ୟାରିଏଣ୍ଟ ପ୍ରବେଶ କରି ସାରିଲାଣି ।

ନ୍ୟାସନାଲ ସେଣ୍ଟର ଫର ଡିସିଜ୍କଣ୍ଟ୍ରୋଲ ବା NCDCର ମୁଖ୍ୟ ଡାକ୍ତର ସୁଜିତ ସିଂଙ୍କ କହିବା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ ଶେଷ ସୁଦ୍ଧା ଆସିଥିବା ନମୁନା ମଧ୍ୟରୁ ୫୦ ପ୍ରତିଶତ କରୋନାରେ ୟୁକେ ଭ୍ୟାରିଏଣ୍ଟ ଥିଲା । ଏବେ ଦିଲ୍ଲୀରେ କରୋନାର ୟୁକେ ଭ୍ୟାରିଏଣ୍ଟ ଏବଂ ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ତାଣ୍ଡବ ସୃଷ୍ଟି କରିଛି ।

ଡାକ୍ତର ସୁଜିତ ସିଂଙ୍କ ଅନୁସାରେ, ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରରେ ୫୦ ପ୍ରତିଶତରୁ ଅଧିକ ନମୁନା ଡବଲ ମ୍ୟୁଟାଣ୍ଟ ସହିତ ଜଡ଼ିତ ।

ସୂଚନାଯୋଗ୍ୟ, ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଏବେ ଆତଙ୍କ ସୃଷ୍ଟି କରିଛି । କରୋନାର ପ୍ରଥମ ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ଏବେ କରୋନାର ୟୁକେ, ଆଫ୍ରିକୀ ଏବଂ ବ୍ରାଜିଲ ଭ୍ୟାରିଏଣ୍ଟ ସକ୍ରିୟ ରହିଛି । କେବଳ ଏତିକି ନୁହେଁ ଭାରତରେ ଏବେ ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି । ଯେଉଁ ଭ୍ୟାରିଏଣ୍ଟର ସର୍ବାଧିକ ମାମଲା ପଶ୍ଚିମବଙ୍ଗରେ ନଜର ଆସିଛି ।

ରିପୋର୍ଟ କହୁଛି ରାଜଧାନୀ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ପ୍ରଭାବ ମାର୍ଚ୍ଚ ମାସଠାରୁ ଦେଖିବାକୁ ମିଳିଛି । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ୨୫ ପ୍ରତିଶତ ମାମଲା ସାମ୍ନାକୁ ଆସିଥିଲା, କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆକଳନ ୫୦ ପ୍ରତିଶତକୁ ପହଞ୍ଚି ଯାଇଛି ।

