spot_img
Home Blog Page 5725

ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି

ଭୁବନେଶ୍ୱର: କରୋନା ସଂକ୍ରମଣ ମାମଲା ବଢ଼ୁଛି । ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ କରୋନାରେ ବାଲେଶ୍ୱରରୁ ଜଣେ, ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱର ଜିଲ୍ଲାରେ ମୋଟ ୧୩ ହଜାର ୭୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଯାବତ୍ କରୋନାରେ ୯୭ ଜଣଙ୍କ ମୃତ୍ୟୁ ହେଲାଣି । ଜିଲ୍ଲା ଏବେ କରୋନାର ଅରେଞ୍ଜ ଜୋନରେ ରହିଛି । ରେଡ୍ ଜୋନରେ ଥିବା ବଲାଙ୍ଗି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୫୭୦ଟି ସକ୍ରିୟ ମାମଲା ରହିଛି ।

ଅରେଞ୍ଜ ଜୋନରେ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ହୋଇଥିବା ୨ କରୋନା ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୨୫୫କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ଥିବା କଳାହାଣ୍ଡିରେ କରୋନା ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୨୩୭୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ସେହିଭଳି କନ୍ଧମାଳ ଜିଲ୍ଲାରେ କୋଭିଡ୍ ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୮୮ଟି ସକ୍ରିୟ ମାମଲା ରହିଛି । ସଂକ୍ରମଣରେ ରାଜ୍ୟର ଚିନ୍ତା ବଢ଼ାଇଥିବା ରେଡ୍ ଜୋନ୍ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୬ ହଜାର ୬୯୭ଟି ସକ୍ରିୟ ମାମଲା ରହିଛି ।

ଏଥିସହ ପଢ଼ନ୍ତୁ- ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୬ ହଜାର ୨୧୫ ପଜିଟିଭ୍ ଚିହ୍ନଟ

ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୬ ହଜାର ୨୧୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ଦ୍ୱିତୀୟ ଦିନ ଲାଗି ୬ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୨୧୫ ପଜିଟିଭ୍ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୩ ହଜାର ୬୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୬୧୧ଟି ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୮୪ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଅନୁଗୁଳରୁ ୧୭୩, ବାଲେଶ୍ୱରରୁ ୭୯, ବରଗଡ଼ରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗିରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡ଼ରୁ ୩୩, ଢେଙ୍କାନାଳରୁ ୧୬, ଗଜପତିରୁ ୪୭, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୧, କେନ୍ଦୁଝରରୁ ୧୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୨୫୭, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୪୪୬, ପୁରୀରୁ ୩୦୬, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୮୪ ଓ ଷ୍ଟେଟ ପୁଲରୁ ୧୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୩୯ ହଜାର ୧୧୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୩ ଲକ୍ଷ ୫୩ ହଜାର ୫୫୧ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲାଗି ରହିଛି ଅକ୍ସିଜେନ୍ ସଂକଟ । ଅନ୍ୟ ରାଜ୍ୟର ସଂକଟ ସମୟରେ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁରର ଏକ ଶିଳ୍ପ ସଂସ୍ଥାରୁ ୨ଟି ଦୁଇଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଉଛି ।

Odisha Police Escorted 2 More Tankers With Medical Oxygen On Way From Jajpur

ଗତକାଲି ଅନୁଗୁଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡ଼ିରେ ପ୍ରାୟ ୨୨ ଟନ ଅକ୍ସିଜେନ୍ ବିଶାଖାପାଟଣା ପଠାଯାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା ଗାଡ଼ି । ଏନେଇ ପୋଲିସ ପକ୍ଷରୁ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ବାଟରେ କୌଣିସି ଅସୁବିଧା ନହେବା ପାଇଁ ସାଥିରେ ଏସକର୍ଟ ଟିମ୍ ମଧ୍ୟ ପଠାଯାଇଛି ।

ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଲାଗି ପୋଲିସ ସ୍ୱତନ୍ତ୍ର କରିଡର ସହ ଏସକର୍ଟ ଯୋଗାଇ ଦେବ ବୋଲି ଡିଜିପି ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏଥିପାଇଁ ଏଡିଜି ଆଇନଶୃଙ୍ଖଳାକୁ ଡିଜିପ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିବା ବେଳେ ଜିଲ୍ଲାସ୍ତରରେ ଏସପିମାନଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଶବକୁ ମିଳିଲାନି ଚାରି କାନ୍ଧ, ଟ୍ରଲିରେ ନେଲେ ଶ୍ମଶାନ

ବୁର୍ଲା: ମୃତଦେହକୁ ମିଳିଲାନି ଚାରି କାନ୍ଧ, ଶୁଭିଲାନି ରାମ ନାମ । ସମ୍ବଲପୁର ବୁର୍ଲାରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କର ଝିଅଟିଏ ଥିବାବେଳେ ଶବ ସତ୍କାର ପାଇଁ ଟଙ୍କା ନଥିଲା । ମୃତଦେହକୁ ଗାଁ ଲୋକ ବି ଚାହିଁନଥିଲେ । ଶେଷରେ ସ୍ଥାନୀୟ କିଛି ଯୁବକ ମହିଳାଙ୍କ ମୃତଦେହକୁ ଟ୍ରଲିରେ ନେଇ ଦାହ କରିଛନ୍ତି ।

Dead Body Carried In Trolley Rickshaw In Sambalpur

କୌଣସି ଲୋକଙ୍କ ମୃତ୍ୟୁ ହେଲେ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ବ୍ୟବସ୍ଥା ରହିଛି । ହେଲେ, ଏଠି ସହାୟତା ମିଳିନି । ବରଂ ଶବକୁ ୪ କାନ୍ଧ ନମିଳିବାରୁ ଟ୍ରଲିରେ ଶ୍ମଶାନ ନେଇ ଶବଦାହ କରିଛନ୍ତି ସ୍ଥାନୀୟ ଯୁବକ ।

କୋଭିଡ୍ ହସ୍ପିଟାଲ ICUରେ ନିଆଁ ଲାଗି ୧୩ ରୋଗୀ ମୃତ

ମୁମ୍ବାଇ: ମହାରାଷ୍ଟ୍ର ପିଛା ଛାଡ଼ୁନି ସଂକଟ । ଦିନକ ତଳେ ଅକ୍ସିଜେନ ଟ୍ୟାଙ୍କ୍ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆଖି ବୁଜିଥିଲେ । ଆଜି ଆଉ ଅଘଟଣ ଘଟିଛି ମହାରାଷ୍ଟ୍ରରେ । ପାଲଘର ଜିଲ୍ଲାରେ ଥିବା ଭସାଇ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ଥିବା ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ହସ୍ପିଟାଲରେ ଥିବା ଅନ୍ୟ କରୋନା ଆକ୍ରାନ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଖବର ଅନୁସାରେ ଅଗ୍ନିକାଣ୍ଡ ବେଳେ ଆଇସିୟୁରେ ୧୭ ଜଣ କରୋନା ଆକ୍ରାନ୍ତ ଥିଲେ । ଅଗ୍ନିକାଣ୍ଡର କାରଣ ଏସିରେ ସଟ ସର୍କିଟ୍ ବୋଲି କୁହାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିରାର ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଅନ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବଞ୍ଚିଛନ୍ତି ସୁମିତ୍ରା, ମାରିଦେଲେ ଶଶୀ !

ନୂଆଦିଲ୍ଲୀ: ବଞ୍ଚି ଥାଉ ଥାଉ ମାରିଦେଲେ ଶଶୀ ଥରୁର  । ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଞ୍ଜଳି ଜଣାଇବାରେ ବିଳମ୍ୱ କରିନଥିଲେ ଲୋକେ  । ଆଶ୍ଟର୍ଯ୍ୟ ହେଲେ ବି ଖବରକୁ ମାନିନେବାକୁ ସମସ୍ତେ ବାଧ୍ୟ ଥିଲେ  । ଯେହେତୁ କିଛି ଦିନ ତଳେ ତାଙ୍କ ଠାରେ କୋଭିଡ ରିପୋର୍ଟ ପଡିଟିଭ ଆସିଥିଲା । ସେପଟେ ବର୍ତ୍ତମାନ ତାଙ୍କ ଦେହ ସୁସ୍ଥ ରହିଛି ଏବଂ କରୋନା ରିପୋର୍ଟ ନେଗେଟିଭ ମଧ୍ୟ ରହିଥିବା କହିଛନ୍ତି ସଂପର୍କୀୟ  । କଂଗ୍ରେସ ନେତା ଶଶୀ ଥରୁର ଟ୍ବିଟରରେ ପ୍ରଥମେ ମହାଜନଙ୍କ ପରଲୋକ ହୋଇଥିବା ନେଇ ପ୍ରଥମେ ଜଣାନ୍ତି । ଏହାପରେ ଭାଇରାଲ ହୁଏ ଖବର  ।

କରୋନା ସଂକ୍ରମିତ ଥିବା ସୁମିତ୍ରା ମହାଜନ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ଖବର ଭାଇରାଲ ହୁଏ। ପରେ ଏନେଇ ଟ୍ବିଟରରେ ସୁମିତ୍ରା ମହାଜନଙ୍କ ସମ୍ପର୍କୀୟ ସ୍ପଷ୍ଟ କରନ୍ତି  । ସେ ବର୍ତ୍ତମାନ ସୁସ୍ଥ ରହିଛନ୍ତି  । ଆଜି ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି  । ଏବଂ ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହେବେ ବୋଲି ଉଲ୍ଲେଖ କରିଛନ୍ତି ସଂପର୍କୀୟ  । ସେପଟେ ମିଥ୍ୟ ଖବର ପ୍ରକାଶ କରିଥିବା କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଟ୍ରୋଲ କରିଛନ୍ତି ବିଜେପି ନେତା  ।

ମଙ୍ଗରାଜଙ୍କ ପରିବାର ଅମଙ୍ଗ, ବିଶୱକେତନ ହେବେ କଂଗ୍ରେସ ପ୍ରାର୍ଥୀ !

ଭୁବନେଶ୍ୱର: ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପିପିଲି ଉନନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବା ନେଇ ସୂଚନା ମିଲିଛି । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ବର୍ତ୍ତମାନ ରହିଛନ୍ତି ବିଶ୍ୱକେତନ । ତେବେ ରେସରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଓ ମାନସ ଆଚାର୍ଯ୍ୟଙ୍କ ନାମ ମଧ୍ୟ ରହିଛି ।

ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ ଆଜି ପୁଣି ଥରେ ତାରିଖ ପରିବର୍ତ୍ତନ ନେଇ ଘୋଷମା କରିଛନ୍ତି । ମେ ୧୩ ପରିବର୍ତ୍ତେ ମେ ୧୬ରେ ମତଦାନ ହେବା ନେଇ କହିଛନ୍ତି ନିର୍ବାଚନ କମିସନ ସୁନିଲ ଲୋହାନୀ । ପୂର୍ବରୁ ମେ ୧୩ରେ ଉପନିର୍ବାଚନ ହେବା ନେଇ ଗୋଷଣା କରିଥିଲେ ନିର୍ବାଚନ କମିସନ ।

ମେ ୧୩ ତାରିଖରେ ଇଦ୍ ପଡୁଥିବାରୁ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଯାଇଥିବା କହିଛନ୍ତି କମିସନ । ମେ ୧୬ ତାରିଖରେ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ତାରିଖ ବଦଳା ଯାଇଛି ।

ଗାଁ ରେ ଅଟକ ରହିଲେ କୋଭିଡ ଟେଷ୍ଟ କରିବାକୁ ଯାଇଥିବା ମେଡିକାଲ ଟିମ

ବଲାଙ୍ଗୀର: ଗାଁରେ ଅଟକ ରହିଲେ ମେଡିକାଲ ଟିମ । ଭୁଲ ରିପୋର୍ଟ ଦେଇଥିବା ନେଇ ଉତ୍ୟକ୍ତ ଗ୍ରାମବାସୀ ଟେଷ୍ଟ ମେଡିକାଲର ରାପିଡ ରେସପନ୍ସ ଟିମକୁ ଅଟକ ରଖିଛନ୍ତି । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ବରଗାଁ ଗ୍ରାମରେ ଚୁଡାପାଲି ମେଡିକାଲର ରେପିଡ୍ ରେସପନ୍ସ୍ ଟିମର ୨ଜଣ ଡାକ୍ତର ସମେତ ୬ଜଣ କର୍ମଚାରୀ ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିଛନ୍ତି । ଅଟକ ମଧ୍ୟରେ ୨ ଜଣ ଡାକ୍ତର ଡ଼ା ଗଜେନ୍ଦ୍ର ପଟେଲ ଓ ଡ଼ା ଅଶୋକ ସାହୁଙ୍କ ସମେତ ସୁପରଭାଇଜର୍, ଏଏନଏମ୍ ଓ ଡ୍ରାଇଭର୍ ସହ ସ୍ଥାନୀୟ ଆଶା କର୍ମୀଙ୍କ ସହ ୬ଜଣ ମେଡିକାଲ ଷ୍ଟାଫ ରହିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତ କାଲି ଗାଁରେ ୬୦ଜଣ ବ୍ୟକ୍ତିଙ୍କ ଆର୍ଟି ପିସିଆର ଟେଷ୍ଟ କରାଯାଇଥିଲା ସେଥିରୁ ୪୯ ଜଣ ଗ୍ରାମବାସୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏନେଇ ଆଜି ସନ୍ଧ୍ୟାରେ ଚିକିତ୍ସା ପାଇଁ ମେଡିକାଲ ଟିମ ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ରିପୋର୍ଟ ତ୍ରୁଟି ଥିବା ନେଇ କହିଥିଲେ । ପରେ କିଛି ଗ୍ରାମବାସୀ ଏକଜୁଟ ହୋଇ ପୁଣିଥରେ ସମସ୍ତଙ୍କର କରୋନା ପରୀକ୍ଷା କରିବା ଦାବିରେ ମେଡିକାଲ ଟିମକୁ ଅଟକ ରଖିଛନ୍ତି ।

ସଂଧ୍ୟା ୫ଟାରୁ ଗ୍ରାମବାସୀ ଟିମକୁ ଅଟକ ରଖିଥିବା ନେଇ ଅଟକ ଥିବା ଡାକ୍ତର ଜାଗେନ୍ଦ୍ର ପଟେଲ କହିଛନ୍ତି । ଟିମକୁ ଉଦ୍ଧାର ପାଇଁ ଦେଓଗାଁ ପୋଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ପୋଲିସ ବହୁ ବିଳମ୍ବରେ ପହଁଚିଛି । ଦୀର୍ଘ ସାଢ଼େ ୩ଘଣ୍ଟା ପରେ ପୋଲିସ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛି । କିନ୍ତୁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ପୁରା ମେଡିକାଲ ଟିମକୁ ଅଟକ ରଖିଥିବା ଜଣାପଡିଛି । ଏନେଇ ଗ୍ରାମରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି ।

କୋଭିଡ୍ କେୟାର ସେଣ୍ଟରକୁ ମିଳିବନି ଟିକା, ଏପ୍ରିଲ ୩୦ ପରେ ବନ୍ଦ

ଭୁବନେଶ୍ବର: ୩୦ଏପ୍ରିଲ ପରେ ଘରୋଇ କୋଭିଡ୍ କେୟାର ସେଣ୍ଟରକୁ ମିଳିବନି ଟିକା । ଟିକା ନ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର । ଘରୋଇ ହସ୍ପିଟାଲକୁ ୨୫୦ଟଙ୍କିଆ ଟିକା ଯୋଗାଣ ପାଇଁ ମନା କରିଛନ୍ତି ACS ।

ସମସ୍ତ ଘରୋଇ ମେଡିକାଲ ସିଧାସଳଖ ଉତ୍ପାଦ କମ୍ପାନୀ ଠାରୁ ୫୦ ପ୍ରତିଶତ ଟିକା ଆଣିପାରିବେ । ସେହିଭଳି ସମସ୍ତ ଜିଲ୍ଲାପାଳ ମାନଙ୍କୁ ଠିକ୍ ସମୟରେ କୋଭିଡର ଦ୍ୱିତୀୟ ଡୋଜ୍ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ।

ବହୁ ସ୍ଥାନରେ ପ୍ରଥମ ଡୋଜ୍ ନେବାପରେ ୨ୟ ଡୋଜ୍ ବାକି ଅଛି । ଏହାକୁ ଧାର୍ଯ୍ୟ ସମୟରେ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ । କୋଭିଡର ଭୟାବହ ସ୍ଥିତିରେ ଟିକା କରଣକୁ ମଧ୍ୟ ପ୍ରାଧାନ୍ୟ ଦେଇଚାଲିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୩୦ ତାରିଖ ପରେ କୋଭିଡ କେୟାର ସେଣ୍ଟରକୁ ଟିକା ମିଳିବ ନାହିଁ ।

ଡାକ୍ତରଖାନାରେ ଅକ୍ସିଜେନ ନାହିଁ, ରୋଗୀ ମରିଯିବେ କହି କାନ୍ଦିପକାଇଲେ ଡାକ୍ତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାକୁ ନେଇ କଣ ସ୍ଥିତି ରହିଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ । ଦିଲ୍ଲୀର ଡାକ୍ତରଖାନା ପକ୍ଷରୁ ଅମ୍ଲଜାନର ଅଭାବ, ଷ୍ଟକ୍ କମ ଥିବା କାରଣ ଦର୍ଶାଯାଉଛି । ତେବେ ଦିଲ୍ଲୀରେ କରୋନା ମହାମାରୀ ଯୋଗୁଁ ଆବସ୍ଥା କେତେ ସଙ୍ଗୀନ ରହିଛି ତାହା ଆପଣ ଜଣେ ଡାକ୍ତରଙ୍କ କଥା ଶୁଣି ଜାଣଇପାରିବେ । ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରୁଥିବା ରୋଗୀଙ୍କ ସଂପର୍କରେ ସୂଚନା ଦେଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି ।

ଅକ୍ସିଜେନ ଜନିତ ଅଭାବ ସଂପର୍କରେ କହି କାନ୍ଦି ପକାଇଲେ ଡାକ୍ତର

ଦିଲ୍ଲୀର ଶାନ୍ତି କୁଞ୍ଜ ହସ୍ପିଟାଲର ସିଇଓ ସୁନୀଲ ସାଗର ଡାକ୍ତରଖାନରେ ଅକ୍ସିଜେନର ଅଭାବ ସଂପର୍କରେ କହି କାନ୍ଧି ପକାଇଲେ । ସ୍ଥିତି ଖୁବ ସଙ୍ଗିନ ଥିବା ସେ କହିଛନ୍ତି । ତାଙ୍କ ପାଖରେ ଖୁବ କମ ଅମ୍ଲଜାନ ସିଲିଣ୍ଡର ଉପଲବ୍ଧ ଥିବା ସେ କହିଛନ୍ତି । ମାତ୍ର ଦୁଇ ଘଣ୍ଟାର ଅକ୍ସିଜେନ ଥିବା ସିଇଓ ସୁନୀଲ ସୂଚନା ଦେଇଛନ୍ତି ।

ଦିଲ୍ଲୀର ଶାନ୍ତି ମୁକୁନ୍ଦ ହସ୍ପିଟାଲରେ ଅମ୍ନଜାନର ଘୋର ଅଭାବ ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଠିକ ସମୟରେ ଅମ୍ଲଜାନ ମିଳିଲେ ରୋଗୀଙ୍କୁ ଛାଡିବୁ ନାହିଁ । ଅନ୍ୟପଟେ ରୋଗୀଙ୍କ ସଂପର୍କୀୟ ମାନେ ଅକ୍ସିଜେନ ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।