spot_img
Home Blog Page 5733

ବିଗୁଡୁଛି କରୋନା ସ୍ଥିତି, ମେ ମାସରେ ପିକରେ ପହଁଚିବ ସଂକ୍ରମଣ

ଭୁବନେଶ୍ୱର: ଆହୁରି ଭୟନକ ହେବାକୁ ଯାଉଛି କରୋନା ସ୍ଥିତି । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହରେ କରୋନା ସଂଖ୍ୟା ଅହେତୁକ ବୃଦ୍ଧି ଘଟିପାରେ । ବିଭିନ୍ନ ସଂସ୍ଥା ର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ରେ ଓଡ଼ିଶାରେ କୋରନା ପିକରେ ରହିପାରେ। ଏନେଇ ସତର୍କ କରାଇବା ସହ ସୂଚନା ପ୍ରଦାନ କରିଛନ୍ତି DMET ନିର୍ଦ୍ଦେଶକ ସିବିକେ ମହାନ୍ତି ।

କୋରନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ସଫିସେଣ୍ଟ ରହିଛି । ଗତଥର କୋରନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ରହିଛି। ଓଡ଼ିଶା ଭାଗ୍ୟବାନ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ବୋଲି କହିଛନ୍ତି
ଡାକ୍ତର ସିବିକେ ମହାନ୍ତି ।

ସେହିପରି ସେ କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ବେଡ, ଆଇସିୟୁ ମଧ୍ୟ ରହିଛି। ୭୧ ଟି କୋଭିଡ଼ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ବର୍ତ୍ତମାନ ଚାଲିଛି । ୨୬ ପ୍ରତିଶତ ବେଡ, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଥିବା ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ।

‘ରାଜଧାନୀରେ ଅକ୍ସିଜେନର ଅଭାବ ନାହିଁ, ବିଏମସି ସଜାଗ ରହିଛି’

ଭୁବନେଶ୍ୱର: ରାଜଧାନୀରେ ଅକ୍ସିଜେନର ଅଭାବ ନାହିଁ। ଏଥିପ୍ରତି ବିଏମସି ସଜାଗ ରହିଛି। କୋଭିଡ ରୋଗୀଙ୍କ କ୍ଷେତ୍ରରେ ଅକ୍ସିଜେନର ଆବଶ୍ୟକତା ଜରୁରୀ ରହିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ ପରିଲକ୍ଷିତ ହୋଇଛି କିନ୍ତୁ ଏହି ଘଟଣା ଭୁବନେଶ୍ୱରରେ ନାହିଁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ସମସ୍ତ କ୍ଷେତ୍ରକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ସମୀକ୍ଷା ବୈଠକରେ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଣୁ ବିଏମସିରେ ରୋଗୀଙ୍କ ସଂଖ୍ୟା ଓ ଶଯ୍ୟାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକତା ପୂରଣ କରାଯାଉଛି।

ଯେଉଁ ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି ସେଗୁଡିକୁ ହିଁ କୋଭିଡ ହସ୍ପିଟାଲ ଭାବେ ଗ୍ରହଣ କରାଯାଇଛି। ଏଣୁ ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

ମାଟ୍ରିକ ପରୀକ୍ଷା ବାତିଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ  । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଣଶିକ୍ଷା ବିଭାଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି ।

ମେ ମାସ ୩ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା ମାଟ୍ରିକ ପରୀକ୍ଷା ।ସେହିପରି  ମେ୧୮ ତାରିଖରେ ହୋଇଥାନ୍ତା ମଦ୍ରାସା ବୋର୍ଡ ପରୀକ୍ଷା   ।  ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବଂ ମଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ  ।

ସୂଚନା ଅନୁଯାୟୀ ଏହି ବୋର୍ଡ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଫଳ ପ୍ରକାଶନ କରାଯିବ  । ଯେଉଁ ଛାତ୍ରଛାତ୍ରୀ ମାନେ ଉକ୍ତ ଦିନରେ ପରୀକ୍ଷା ଦେବାକୁ ଅସମ୍ମତି ପ୍ରକାଶ କରିବେ , ସେମାନଙ୍କ ପାଇଁ ସାନି ତାରିଖ ଘୋଷଣା କରାଯିବ  । ଅର୍ଥାତ କୋଭିଡ ସମୟ ପ୍ରଶମିତ ହେବାପରେ ସେମାନେ ପରୀକ୍ଷା ଦେଇପାରିବେ  ।

ପରୀକ୍ଷା ବାତିଲ ନେଇ ଗତକାଲି ଶତାଧିକ ଛାତ୍ର ନବୀନ ନିବାସ ସାମ୍ନାରେ ବିକ୍ଷୋଭ କରିଥିଲେ  । କୋଭିଡ ଯୋଗୁଁ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି ଜଣାଇଥିଲେ ମାଟ୍ରିକ ଛାତ୍ରଛାତ୍ରୀ  । ନବୀନ ନିବାସ ସମ୍ମୁଖରେ ରାଜଧାନୀର ୧୫ଟି ସ୍କୁଲର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ଦାବି ଜଣାଇଥିଲେ  । ପରୀକ୍ଷା ସ୍ଥଗିତ ନୁହେଁ ବାତିଲ କରାଯାଉ ବୋଲି କହିଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ  ।

 

ଦରଲୀପାଲିରେ ହାତୀ ଆତଙ୍କ, ଚାଷୀକୁ ଦଳିଦେଲା ଦନ୍ତା

ବଲାଙ୍ଗୀର/ବରଗଡ଼ : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧିନ ଭରସୁଜା ନିକଟ ଦରଲୀପାଲିରେ ହାତୀ ଆତଙ୍କ । ଚାଷ ପାଇଁ ବିଲକୁ ଯାଇଥିବା ଚାଷୀକୁ ଦଳିଦେଲା ଦନ୍ତା । ନରହନ୍ତା ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଲେ ଦରଳିପାଲି ଗାଁର ୫୫ ବର୍ଷୀୟ ବିରଞ୍ଚି ସାହୁ ।

ବୁଧବାର ସକାଳୁ ନିଜ ଜମିକୁ ବିରଞ୍ଚି ଆମ୍ବ ଗୋଟାଇବାକୁ ଯାଇଥିଲେ । ପୂର୍ବରୁ ଗାଇସିଲେଟ ଅଂଚଳରୁ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ବିରଞ୍ଚି ପଡିଯାଇଥିଲେ । କିଛି ସମୟର ଛକାପଞ୍ଝା ଭିତରେ ଦନ୍ତା ବିରଞ୍ଚିକୁ କଚାଡିବା ସହ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିରଞ୍ଚି ଚାଷ କରିବା ସହିତ ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମେତ ମୃତକଙ୍କ ପରିବାର ଲୋକେ । ଘଟଣାସ୍ଥଳକୁ ବନ ବିଭାଗ ପହଞ୍ଚିନଥିବା ବେଳେ ଜମିରେ ମୃତଦେହ ପଡିରହିଛି । ବଲାଙ୍ଗୀର ଡ଼ିଏଫଓ ସମୀର ଶତପଥୀ କିମ୍ବା ଲୋଇସିଂହା ରେଞ୍ଜରଙ୍କ ସହ ଯୋଗାଯୋଗ ହୋଇପାରିନି ।

ସେହିପରି ବରଗଡ଼ରେ ରାଇସଲପଦର ପଞ୍ଚାୟତରେ ମଧ୍ୟ ଦନ୍ତା ଉତ୍ପାତ ମଚାଇଛି । ହାତୀ ଆକ୍ରମଣରେ ୨ଟି ଗାଁର ତିନି ଜଣଙ୍କର ମୃତ୍ୟୁ ହୋଇଛି । ଉମରାଡ଼ ଗାଁର ୨ଜଣ ଓ ନାଥପାଲି ଗାଁର ଜଣଙ୍କୁ ମାରିଦେଲା ଦନ୍ତା । ମୃତକ ମାନେ ହେଲେ ଶିବ ସେଟ୍, ମାଲ ସେଟ୍ ଓ ବିରଞ୍ଚି କୁମ୍ଭାର । ଶୌଚ ହେବା ପାଇଁ ଯାଇଥିବାବେଳେ ସମସ୍ତଙ୍କୁ ଆକ୍ରମଣ କରିଥିଲା ବଣୁଆ ହାତୀ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।

ବଢୁଛି ସଂକ୍ରମିତ ସଂଖ୍ୟା, ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର: ଶିକ୍ଷାନୁଷ୍ଠାନରେ କରୋନା ମାଡ଼ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବଡ଼ ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଆଜିଠୁ ୫ ଦିନ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ । ଅର୍ଥାତ ୨୧ ଏପ୍ରିଲ ରୁ ୨୫ ଏପ୍ରିଲ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ।

ଲଗାତର କିଛି ଦିନ ହେବ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଆସୁଥିଲେ । ବନ୍ଦ ପାଇଁ ନିଷ୍ପତି ନିଆଯାଇଥିଲା । ରିପୋର୍ଟ ଭୁଲ ଥିବା ଜଣାପଡିବା ପରେ ଏହି ନିଷ୍ପତିରେ ପରିବର୍ତ୍ତନ ଘଟିଥିଲା । କିନ୍ତୁ ଗତକାଲି ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଏ ନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ଆଜି ବି ପିକରେ ପଜିଟିଭ, ୪୮୫୧ ଆକ୍ରାନ୍ତ ଟିହ୍ନଟ

ଭୁବନେଶ୍ୱର: କୋଭିଡର ପଜିଟିଭ ମାମଲା ଆଜି ମଧ୍ୟ ପିକରେ ପହଁଚିଛି । ମଙ୍ଗଳବାର ପରୀକ୍ଷା କରାଯାଇଥିବା କୋଭିଡ ରିପୋର୍ଟରେ ୪୮୫୧ ଜଣ ପଜିଟିଭ ରହିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୮୧୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୨୦୩୭ ଜଣ ଆକ୍ରାନ୍ତ ଲୋକାସ କେସ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସର୍ବାଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୩ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି ।

ଅନୁଗୋଳ ଜିଲ୍ଲାରୁ ୧୧୧ ଜଣ ଚିହ୍ନଟ ହୋଇଥିବାବେଲେ ବାଲେଶ୍ୱରରୁ ୫୨, ବରଗଡ଼ରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୨୨୭,ବୌଦ୍ଧରୁ ୨୨, କଟକରୁ ୩୦୪ ଜଣ, ଦେବଗଡ଼ରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧ ଏବଂ ଜଗତସିଂହପୁରରୁ ୩୯ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯ , କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬, କୋରାପୁଟରୁ ୬୨ ଜଣ ଏବଂ ମାଲକାନଗିରିରୁ ୩୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମଙ୍ଗଳବାର ରାଜ୍ୟରୁ ୧୭୪୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସରିଆସୁଥିଲା ୫ଶହ ଆକ୍ରାନ୍ତଙ୍କ ଅକ୍ସିଜେନ, ଶେଷ ସମୟରେ ପହଞ୍ଚାଇଲେ ଯବାନ

ନୂଆଦିଲ୍ଲୀ: କୋଭିଡର ସ୍ଥିତି ଏତେ ଭୟାନକ ତାହା ପ୍ରକାଶ କରିବା ମଧ୍ୟ କଷ୍ଟକର । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଅଛି କିନ୍ତୁ ଅକ୍ସିଜେନ ନାହିଁ । ହସ୍ପିଟାଲ ଅଛି ହେଲେ ବେଡର ଅଭାବ ପରିଲିକ୍ଷିତ ହେଉଛି । ଏଭଳି ସ୍ଥିତିରେ ଦିଲ୍ଲୀର ଗୁରୁ ତେଗ ବାହାଦୂର ମେଡିକାଲରେ ଅବସ୍ଥା ଗମ୍ଭୀର ହୋଇପଡିଛି । ଅକ୍ସିଜେନ ନଥିବାରୁ ବାହାରେ ଶହ ଶହ କୋଭିଡ ଆକ୍ରାନ୍ତ ଜୀବନ, ମୃତ୍ୟୁ ଶହ ଲଢୁଥିଲେ । ଅନ୍ୟପଟେ ପାଞ୍ଚଶହ କୋଭିଡ ଆକ୍ରାନ୍ତ ଅକ୍ସିଜେନରେ ଥିବା ବେଳେ ମାତ୍ର ୪ ଘଣ୍ଟା ପାଇଁ କେବଳ ଅକ୍ସିଜେନ ବଞ୍ଚି ରହିଥିଲେ ।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର୍ୟ ଜୈନ ମଧ୍ୟ କେନ୍ଦ୍ରମନ୍ତ୍ରୀ ପୂଉଷ ଗୋଏଲଙ୍କୁ ଚିଠି ଲେଖି ଏ ବାବଦରେ ଆପତ୍ତି ଜଣାଇଥିଲେ । ହସ୍ପିଟାଲରେ ୫୦୦ ଲୋକ ଅକ୍ସିଜେନରେ ଥିବାବେଳେ ସମୟ ସହ ସିଲିଣ୍ଡରରୁ ଗ୍ୟାସ ମଧ୍ୟ ସରିଆସୁଥାଏ । ପରିଜନଙ୍କ ମଧ୍ୟରେ ମଧ୍ୟ ଏନେଇ ଚହଳ ସୃଷ୍ଟି ହେଉଥାଏ । କାରଣ କେଉଁ ସ୍ଥିତିରେ ମଧ୍ୟ ଅଘଟଣ ଘଟିପାରେ । ହସ୍ପିଟାଲ କର୍ତ୍ତୁପକ୍ଷ ମଧ୍ୟ ଏ ଆଶଙ୍କାରେ ରହିଥାନ୍ତି । ଯଦି ଏହା ହୁଏ ତେବେ ବହୁତ ବଡ ଧରଣର ଅଘଟଣ ତେଗ ବାହାଦୂର ହସ୍ପିଟାଲରେ ଘଟିବା ନେଇ ଆଶା – ଆଶଙ୍କା ସୃଷ୍ଟି ହୋଇଥିଲା ।

କିନ୍ତୁ ଶେଷ ସମୟରେ ହସ୍ପିଟାଲରେ ପହଁଛିଥିଲା ଜୀବନ ବଞ୍ଚାଇବାର ସଞ୍ଜିବନୀ । ହଠାତ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ । ଉତ୍ତରପ୍ରଦେଶ ଦୁଇ ଜବାନଙ୍କ ସହାୟତାରେ ଜେଟିବି ମେଡିକାଲରେ ପହଁଚିଥିଲା ୧୪ ଟନ ଅକ୍ସିଜେନ । ଘଟିବାକୁ ଯାଉଥିବା ବଡ଼ଧରଣର ଅଘଟଣକୁ ଏଡ଼ାଇଦିଆଯାଇଥିଲା । ସେପଟେ ଅନ୍ୟ କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବା ନେଇ କର୍ତ୍ତୁପକ୍ଷ ଜଣାଇଥିଲେ । କହିଛନ୍ତି ଯଦି ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ ସାଥିରେ ଅକ୍ସିଜେନ ସିଲିଣ୍ଡର ଆଣିବାକୁ ପଡିବ ବୋଲି ମଧ୍ୟ ମେଡିକାଲ ପକ୍ଷରୁ କୁହାଯାଇଥିଲା ।

ଜନ୍ମ ନେଇଥିଲେ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର

(ନନ୍ଦିଘୋଷ ବ୍ୟୁରୋ) ଋଷି ବିଶ୍ୱାମିତ୍ର ଯେତେବେଳେ ରାଜା ଦଶରଥଙ୍କୁ ନିଜ ସହ ରାମଚନ୍ଦ୍ରଙ୍କୁ ନେଇଯିବାକୁ ଅନୁରୋଧ କରିଥିଲେ । ଦଶରଥ କହିଲେ “ମୁନିବର ଆପଣଙ୍କ ସହ ମୋର ପୁରା ସେନାବାହିନୀକୁ ନେଇଯାଅନ୍ତୁ । ଯଦି ଆପଣଙ୍କ ଯଜ୍ଞରେ ତାଡକା, ସୁବାହୁ ପରି ରାକ୍ଷସ ବାଧା ସୃଷ୍ଟି କରୁଛନ୍ତି , ତାହେଲେ ଆପଣଙ୍କ ସହ ମୁଁ ଯିବାକୁ ପ୍ରସ୍ତୁତ। କିନ୍ତୁ ରାମଙ୍କୁ ନିଅନ୍ତୁ ନାହିଁ । ଉତ୍ତରରେ ବିଶ୍ୱାମିତ୍ର କହିଥିଲେ ମଣିଷ ପାଖରେ ଯୌବନ, ଧନ, ସମ୍ପତ୍ତି ଏବଂ ପ୍ରଭୁତ୍ୱ ଏହି ଚାରୋଟି ଉପାଦାନ ମଧ୍ୟରୁ ଗୋଟିଏ ବି ଥିଲେ ସେ ଅହଙ୍କାରୀ ହୋଇଯାଏ । କିନ୍ତୁ ଶ୍ରୀରାମଙ୍କ ନିକଟରେ ଏ ସମସ୍ତ ଚାରି ଉପାଦାନ ସମାହିତ ଅଛି । ମାତ୍ର ପୃଥିବୀରେ ତାଙ୍କପରି ବିନମ୍ରୀ କେହି ନାହାନ୍ତି । ସେଥିପାଇଁ ମୁଁ ରାମଙ୍କୁ ମୋ ସାଥିରେ ନେବାକୁ ଚାହୁଁଛି କହିଥିଲେ ଋଷି ବିଶ୍ୱାମିତ୍ର ।

ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଆଜି ହେଉଛି ସେହି ପବିତ୍ର ପୁରୁଷ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମଦିନ । ଭଗବାନ ଶ୍ରୀରାମଙ୍କ ଆଜି ହେଉଛି ଜନ୍ମତ୍ସୋବ । ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ସମଗ୍ର ଭାରତ ପାଳିଥାଏ । ପୌରାଣିକ ଭିତ୍ତିରେ ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ ।

ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ପ୍ରଭୁ ଶ୍ରୀରାମ ।

କୋଭିଡ ଭୟାବହତା ହେତୁ ରାମନବମୀକୁ କଟକଣା ଅନୁଯାୟୀ ପାଳନ କରିବାକୁ ସରକରାଙ୍କ ନିର୍ଦ୍ଦେଶ ରହିଛି  । ଏହାରି ଭିତରେ ଅନେକ ରାଜ୍ୟରେ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି  । ତେଣୁ ଏଭଳି ସ୍ଥିତିରେ ସମଗ୍ର ଦେଶରେ ରାମନବମୀ ନିରାଡମ୍ବର ଭାବରେ ପାଳନ କରାଯାଉଅଛି  । ସେପଟେ ରାମନବମୀରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଠକ ତୃପ୍ତି ନାଁରେ ୧୩ଟି ଆକାଉଣ୍ଟ, ୧୩ ଲକ୍ଷ ଟଙ୍କା ଫ୍ରିଜ୍ କଲା ପୋଲିସ

ଭୁବନେଶ୍ୱର: ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଦେବାକୁ କହି ଠକେଇ ମାମଲା । ଠକ ତୃପ୍ତି ରଞ୍ଜନ ଦାସର ସରିଲା ସାତ ଦିନିଆ ରିମାଣ୍ଡ ଅବଧି । ରିମାଣ୍ଡ ସରିବା ପରେ ଜେଲ ଯାଇଛି ଠକ ତୃପ୍ତି ରଞ୍ଜନ । ତୃପ୍ତି ନାଁରେ ବିଭିନ୍ନ ବ୍ୟାଙ୍କରେ ୧୩ଟି ଆକାଉଣ୍ଟ୍ ଠାବ ହୋଇଥିବା ବେଳେ ୧୩ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ପୋଲିସ । ୨୦୧୧ରୁ ତୃପ୍ତି ରଞ୍ଜନ ଠକେଇ ଆରମ୍ଭ କରିଥିବା ବେଳେ ୯ଟି ସଂସ୍ଥା କରି ଓଡ଼ିଶାରୁ ୧ କୋଟି ଠକେଇ କରିଛି ।

Police Freeze 13 Lakhs Of Cheater Trupti on OLX Case

ହ୍ୟାଲୋ କ୍ୟାବ ୧୫ ଲକ୍ଷ ଓ ଜେଡ ଫାର୍ମାରେ ୧୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲା ତୃପ୍ତି । କୋଲକାତାରେ ମଧ୍ୟ ହ୍ୟାଲୋ କ୍ୟାବ ଖୋଲିବାକୁ ଯୋଜନା କରିଥିଲା । ତୃପ୍ତିଙ୍କ ବିରୋଧରେ ୨୦ଟି ଫ୍ରେସ୍ କେସ୍‌ ରେଜିଷ୍ଟର ହୋଇଛି । ଆଗକୁ ଅଭିଯୋଗ ସଂଖ୍ୟା ବଢିପାରେ । ତେବେ ଦରକାର ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଆଣିପାରେ ପୋଲିସ ।

ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, ଓଡ଼ିଶା ମଡେଲକୁ ଅନୁକରଣ ପରାମର୍ଶ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହ ଦିନକୁ ଦିନ ଭୟାନକ ହେଉଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଅକ୍ସିଜେନ୍ ବା ଅମ୍ଲଜାନ ଅଭାବ ଚିନ୍ତାର କାରଣ ପାଲଟିଛି । ଅମ୍ଳଜାନ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ଓଡ଼ିଶା କିଭଳି ଅକ୍ସିଜେନ୍ ପରିଚାଳନା କରୁଛି ଶିଖିବା ଆବଶ୍ୟକ ବୋଲି କୋର୍ଟ ଶୁଣାଣି ବେଳେ ମନ୍ତବ୍ୟ ଦେଇଛନ୍ତି ।

Delhi High Courts Slams Centre On Oxygen Shortage, Gives Odisha Example

ଦେଶରେ କରୋନା ସଂକ୍ରମତି ଓ ସ୍ୱାସ୍ଥ୍ୟସେବା ଲାଗି ଅକ୍ସିଜେନ୍ ନିଅଣ୍ଟ ପଡ଼ିଛି । ଏଭଳି ସ୍ଥଳେ ଶିଳ୍ପକୁ କାହିଁକି ଅକ୍ସିଜେନ୍ ଯୋଗାଣ ଜାରି ରହିଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ କେନ୍ଦ୍ର ଦାୟିତ୍ୱବାନ ହେବା ଉଚିତ୍ ବୋଲି କୋର୍ଟ ତାଗିଦ୍ କରିଛନ୍ତି । କୋର୍ଟ କହିଛନ୍ତି ପେଟ୍ରୋଲିୟମ ଓ ଇସ୍ପାତ ଶିଳ୍ପ ପାଇଁ ଅଧିକ ଅମ୍ଳଜାନ ବ୍ୟବହାର ହେଉଛି । ଅର୍ଥନୀତିକ ଆବଶ୍ୟକତା ପାଇଁ ଆମେ ମହାମାରୀ ବେଳେ ଜୀବନକୁ ଅଣଦେଖା କରି ପାରିବା ନାହିଁ ।

Delhi High Courts Slams Centre On Oxygen Shortage, Gives Odisha Example

ଅଣ-ଗୁରୁତର କ୍ଷେତ୍ରକୁ ଏପ୍ରିଲ୍ ୨୨ରୁ କାହିଁକି ଆଜିଠୁ କାହିଁକି ଅକ୍ସିଜେନ୍ ବ୍ୟାନ୍ କରାଯିବ ନାହିଁ । କାହିଁକି ରୋଗୀ ୨୨ ତାରିଖ ଯାଏ ଅପେକ୍ଷା କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହ ଏକ୍ସିଜେନ୍ ପ୍ରବାହ ୯୫ ଥିବା ବେଳେ ହସ୍ପିଟାଲ ମାନସିକ ଭାରାକ୍ରାନ୍ତ ହୋଇ ରୋଗୀଙ୍କ ଠାରେ ଅକ୍ସିଜେନ୍ ବରବାଦ ନକରୁ ବୋଲି କୋର୍ଟ କହିଛନ୍ତି । ଏଥିସହ ଅକ୍ସିଜେନ୍ କିଭଳି ପରିଚାଳନା ହୁଏ ଅନ୍ୟମାନେ ଓଡ଼ିଶା ଠାରୁ ଶିଖନ୍ତୁ । ଓଡ଼ିଶା ଅକ୍ସିଜେନ୍ ଆବଶ୍ୟକତା ସହ ଅନ୍ୟ ରାଜ୍ୟକୁ ଦେଉଥିବାରୁ ରାଜ୍ୟକୁ ଅନ୍ୟମାନଙ୍କ ଲାଗି ପ୍ରେରଣା ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଏଥିସହ ପଢ଼ନ୍ତୁ- ଅମ୍ଲଜାନ ଅଭାବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ