spot_img
Home Blog Page 5736

ପିପିଲି ଉପନିର୍ବାଚନ ପାଇଁ କଂଗ୍ରସର ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଏନେଇ କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ ନେଇ ବସିଛି ଏକ ସବ୍‌ କମିଟି ବୈଠକ। ଏହି ବୈଠକ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ସେନେଇ ଚିନ୍ତା ବଢିଥିଲା ଦଳର ।

ବୈଠକରେ ବହୁ କଂଗ୍ରେସ ନେତା ଉପସ୍ଥିତ ଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ତେବେ ପିପିଲି ପାଇଁ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦଳ ଚାହୁଁଛି ବୋଲି ବୈଠକ ଅବସରରେ ପ୍ରଦୀପ ମାଝୀ କହିଛନ୍ତି।

ଏଥିସହ ପଢନ୍ତୁ- ପିପିଲି ପାଇଁ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ, ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା

ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା, ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ପରିବାର ଉପରେ ଆଉ ଏକ ଦୁଃଖର ପାହାଡ ଭାଙ୍ଗି ପଡିଛି ଯେତେବେଳେ ସେହି କରୋନାରେ ଅଜିତଙ୍କ ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

Signature Analysis: କ’ଣ କହେ ଆପଣଙ୍କ ଦସ୍ତଖତ, ଜାଣନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କର ଦସ୍ତଖତ ଭିନ୍ନ ଭିନ୍ନ । ଯଦିଓ ଦସ୍ତଖତ ନିଜ ଇଛା ମୁତାବକ କରାଯାଏ ତଥାପି ଏହାର ସମ୍ବଦ୍ଧ ମସ୍ତିଷ୍କ ସହିତ ରହିଥାଏ ବୋଲି କୁହାଯାଏ । କେବଳ ସେତିକି ନୁହେଁ ବରଂ ବ୍ୟକ୍ତିର ପରିଚୟ ଏବଂ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଦର୍ଶାଇଥାଏ । ତେବେ ଆପଣଙ୍କ ସିଗ୍ନେଚର ଆପଣଙ୍କ ବିଷୟରେ କ’ଣ କହେ ଆସନ୍ତୁ ଆଲୋଚନା କରିବା ।

୧.
ଯେଉଁ ବ୍ୟକ୍ତିଙ୍କ ଦସ୍ତଖତରେ ପ୍ରଥମ ଅକ୍ଷର ବଡ଼ ହୋଇଥାଏ ସେମାନେ ଅଦ୍ଭୁତ ପ୍ରତିଭାର ଅଧିକାରୀ ଏବଂ ଧନୀ ହୋଇଥାନ୍ତି ବୋଲି କୁହାଯାଏ । ଅନ୍ୟପଟେ ଯେଉଁ ବ୍ୟକ୍ତି ଦସ୍ତଖର କରିବା ପରେ ନାମ ତଳେ ଗାର ଦିଅନ୍ତି ସେମାନେ ଖୁବ୍‌ଶକ୍ତିଶାଳୀ ଏବଂ ଦୃଢ ବ୍ୟକ୍ତିତ୍ୱ ହୋଇଥାନ୍ତି ।

୨.ଯେଉଁ ଲୋକଙ୍କ ଦସ୍ତଖତ ଛୋଟ ହୋଇଥାଏ, ସେମାନେ ସ୍ୱାର୍ଥପର ହୋଇଥାନ୍ତି ବୋଲି କୁହାଯାଏ । ଯଦି ଦସ୍ତଖତର ଆକାର ଅକ୍ଷର ତୁଳନାରେ ବଡ଼ ହୋଇଥାଏ, ତେବେ ସେହି ବ୍ୟକ୍ତି ଶାସନ କରିବା ପାଇଁ ମନ ବଳାଇଥାନ୍ତି ।

୩. ଅଧିକାଂଶ ସମୟ ଦସ୍ତଖତ ବଦଳାଉଥିବା ଲୋକଙ୍କ ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜଟିଳ ଦସ୍ତଖତ କରୁନଥିବା ବ୍ୟକ୍ତି ନିଜକୁ ଶୃଙ୍ଖଳିତ ରଖିଥାନ୍ତି ।

୪.ତଳୁ ନାମ ଆରମ୍ଭ କରି ଉପରକୁ ଲେଖୁଥିବା ବ୍ୟକ୍ତି ଖୁବ୍‌ମହତ୍ୱାକାଂକ୍ଷୀ ହୋଇଥାନ୍ତି । ଯେମିତି ହେଉ ମଧ୍ୟ ସେମାନେ ନିଜ ଲକ୍ଷ୍ୟ ପୂରଣ କରିବାରେ ଲାଗି ପଡ଼ନ୍ତି ।

୫.ତରଙ୍ଗ ଭଳି ଦସ୍ତଖତ କରୁଥିବା ବ୍ୟକ୍ତି ଗୋପନୀୟ ସ୍ୱଭାବର ହୋଇଥାନ୍ତି ।

୬.ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ହେବା ସହିତ ବାକି ଅକ୍ଷର ସମାନ ହୋଇଥିଲେ ବ୍ୟକ୍ତି ସ୍ୱାଭିମାନୀ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ଦସ୍ତଖତର ପ୍ରଥମ ଅକ୍ଷୟ ବଡ଼ ଏବଂ ଶେଷ ଅକ୍ଷର ଛୋଟ ହୋଇଥାଏ, ତେବେ ଉକ୍ତ ବ୍ୟକ୍ତି କୌଣସି ମଧ୍ୟ କାମକୁ ଖୁବ୍‌ଧୁମଧାମରେ ଆରମ୍ଭ କରନ୍ତି ଏବଂ ଖୂବଶୀଘ୍ର ସେହି କାମ ଉପରୁ ତାଙ୍କର ଉତ୍ସାହ କମ୍‌ହୋଇଯାଏ ବୋଲି କୁହାଯାଏ । ଏଭଳି ବ୍ୟକ୍ତି ଅଧିକାଂଶ ସମୟ କାଳ୍ପନିକ ଦୁନିଆ ମଧ୍ୟ ବୁଡ଼ି ରୁହନ୍ତି ।

୭.ଉପର ପାର୍ଶ୍ୱରୁ ଆରମ୍ଭ କରି ତଳମୁହାଁ କରି ଲେଖୁଥିବା ବ୍ୟକ୍ତି ନିରାଶାବାଦୀ ବୋଲି କୁହାଯାଏ । ଏବଂ ଯଦି ଏଭଳି ଲେଖିବା ପରେ ଯଦି କୌଣସି ବ୍ୟକ୍ତି ତଳେ ରେଖା ଦେଉଥାନ୍ତି ତେବେ ସେମାନେ କଥାରେ ଅଟକ ରୁହନ୍ତି ବୋଲି କୁହାଯାଏ ।

୮.ସିଧା ଲାଇନରେ ଦସ୍ତଖତ କରୁଥିବା ବ୍ୟକ୍ତି ନିରପେକ୍ଷ,ସଚ୍ଚୋଟ, ଉଦାର ଏବଂ ବିଶ୍ୱସନୀୟ ହୋଇଥାନ୍ତି ବୋଲି କୁହାଯାଏ । ଯେଉଁ ଲଷାକଙ୍କ ଦସ୍ତଖତ ଖୁବ୍‌ବଡ଼ ହୋଇଥାଏ, ସେମାନେ ଖୁବ୍‌ଆତ୍ମବିଶ୍ୱାସୀ ବୋଲି କୁହାଯାଏ ।

ଉତ୍ତରପ୍ରଦେଶର ୫ ସହରରେ ଲାଗୁ ହେବନି ଲକଡାଉନ୍, ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ୫ ସହରରେ ଲାଗୁ ହେବନି ଲକଡାଉନ୍ । ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବା ପାଇଁ ଆଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ଏହି ଆଦେଶକୁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ୍ କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି କରାଯାଇଥିଲା ଯେ, ଲକଡାଉନ୍ ଲାଗୁ କରିବା ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଆସେ । ଲକଡାଉନ୍ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଅନେକ ବିଷୟକୁ ଧ୍ୟାନରେ ରଖିବାକୁ ପଡେ । ଏମିତିରେ ହାଇକୋର୍ଟଙ୍କ ପକ୍ଷରେ ନୀତିଗତ ନିଷ୍ପତିରେ ହସ୍ତକ୍ଷେପ କରିବା ଅନୁଚିତ ।

ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କିଛି ପଦକ୍ଷେପ ଉଠା ଯାଇଛି । ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ । ଜୀବନ ବଂଚାଇବା ସହିତ ଗରିବଙ୍କ ଜୀବିକାକୁ ମଧ୍ୟ ରକ୍ଷା କରିବାକୁ ପଡିବ । ତେଣୁ ଉତ୍ତର ପ୍ରଦେଶର ୫ ବଡ ସହରରେ ଏବେ ଲକଡାଉନ୍ ଲାଗୁ ହେବ ନାହିଁ । ତେବେ ଲୋକ ଅନେକ ସ୍ଥାନରେ ନିଜ ଇଛାରେ ଲକଡାଉନ ଭିତରେ ରହୁଛନ୍ତି । ଏଥିରେ ଆମର କୌଣସି ଆପତ୍ତି ନାହିଁ ।

ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ

ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଛନ୍ତି। ଏହି ଅନସ୍ଥା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା।

ସୂଚନା ଅନୁଯାୟୀ, ଅନାସ୍ଥାରେ ହାରିବା ସହ ପଦବୀ ହରାଇଛନ୍ତି ସୌମ୍ୟରଞ୍ଜନ। ଗତମାସ ୨ ତାରିଖରେ ଓ୍ବାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ ସୌମ୍ୟଙ୍କ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ। ସୌମ୍ୟ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ଯ୍ୟାଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା।

ଏପରିକି ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ । ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୌମ୍ୟଙ୍କ ପାଖକୁ ନୋଟିସ କରାଯାଇଥିଲା ।

ତେବେ ପୂର୍ବରୁ ଏନେଇ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ କରିବାକୁ ସ୍ଥିର କରାଯାଇଛି । ଆସନ୍ତା କାଲି ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସଭାପତିତ୍ୱରେ ବୈଠକ କରାଯିବା ପାଇଁ କ୍ଷମତା ପ୍ରଦାନ କରାଯାଇଥିଲା । ସମସ୍ତ ୱାର୍ଡ଼ ସଭ୍ୟ ଉପସ୍ଥିତ ରହି ନିଜର ମତଦାନ ସାବ୍ୟସ୍ତ କରିବାକୁ ନୋଟିସରେ ଉଲ୍ଲେଖ ରହିଥିଲା।

ଏଥିସହ ପଢନ୍ତୁ- ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ, ୱାର୍ଡସଭ୍ୟ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ

କରୋନା ମୁକାବିଲା; ଗଞ୍ଜାମରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଆଜି ପ୍ରଥମ ଦିନରେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ମାନେ ଯୋଗ ଦେଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଇଛି। ଯେଉଁଥିପାଇଁ ଡୋର ଟୁ ଡୋର୍ ସ୍କ୍ରିନିଂ ପାଇଁ ଟିମ୍ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍ ସ୍ଵତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କର ତଥ୍ୟ ଲିଖିତ ଭାବେ ରଖିବା ସହ ଟିକାକରଣର ତଥ୍ୟ ମଧ୍ୟ ରଖିବେ।

ସୂଚନା ଅନୁଯାୟୀ, କୁମ୍ଭମେଳାରୁ ଫେରୁଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନରେ ରହିବେ। କୈଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏପରିକି ଜିଲ୍ଲାର ସମସ୍ତ ଯାତ୍ରାକୁ ବନ୍ଦ ରଖାଯାଇଛି । ଏଥିସହ ଆଜି ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ମେଳାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

ତେବେ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମାଆଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା । ହେଲେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ମଙ୍ଗଳବାର ଦିନ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଘଟଣା ଜଣାପଡିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ପ୍ରଶାସନିକ ଭବନରେ କାର୍ଯ୍ୟ କରୁଥିବା ଦୀନବନ୍ଧୁ ମିଶ୍ର ବୋଲି ଜଣାପଡିଛି। କୁଳପତି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଯୋଗୁଁ ସେ ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଦୀନବନ୍ଧୁଙ୍କର ଆତ୍ମହତ୍ୟା କରିବାର ସ୍ପଷ୍ଟ କାରଣ ଜଣାପଡିନାହିଁ ।

ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ୮୫ ଜଣ ଅନ୍ତେବାସୀ

ଭୁବନେଶ୍ୱର: ଝାରପଡା ଜେଲରୁ ସ୍ଥାନାନ୍ତର ହେବେ ୮୫ ଜଣ ଅନ୍ତେବାସୀ । ୭ବର୍ଷରୁ ଅଧିକ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ ସ୍ଥାନାନ୍ତର କରାଯିବ । ବାଣପୁର ଜେଲକୁ ଏହି କଏଦୀ ମାନକୁ ପଠାଯିବ ।

ସୂଚନା ଅନୁଯାୟୀ, ଦୈନିକ ୪୦ ରୁ ଉର୍ଦ୍ଧ୍ବ ଲୋକ ବିଭିନ୍ନ ଥାନାରୁ ଗିରଫ ହୋଇ ଝାରପଡା ଜେଲ ଆସୁଥିବାରୁ ପରିସ୍ଥିତି ସାଂଘାତିକ ହୋଇଛି । ୭୪୯ କ୍ଷମତା ବିଶିଷ୍ଟ ଜେଲରେ ୧ ହଜାର ପାଖାପାଖି ଅନ୍ତେବାସୀ ରହୁଥିବାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲୁଥିବା କହିଛନ୍ତି ଜେଲ ଡିଜି ସଂନ୍ତୋଷ ଉପାଧ୍ୟାୟ ।  ରାଜ୍ୟରେ ଥିବା ଅନ୍ୟ ସମସ୍ତ ଜେଲରେ କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ଲାଗି ଅନ୍ୟ ଏକ ୱାର୍ଡର ବ୍ୟବସ୍ଥା ହୋଇଛି।

ସେହିପରି ଜେଲ୍‌ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଛି । ପ୍ରବେଶ ପଥ ନିକଟରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି। ଶରୀରରେ ଅମ୍ଳଜାନର ପରିମାଣ କେତେ ରହିଛି, ତାହା ଜାଣିବା ଲାଗି ଅକ୍ସିମିଟର ପରୀକ୍ଷା କରାଯାଉଛି। ସାନିଟାଇଜର୍ ମାଧ୍ୟମରେ ହାତକୁ ସାନିଟାଇଜ୍ କରାଯାଉଥିବା ବେଳେ ହିଟର୍‌ରେ ଗରମ ହେଉଥିବା ଲୁଣ ସେକ ନେଇ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି।

ଟ୍ରେନରେ ସୁରତ ଫେରନ୍ତାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ସଂକ୍ରମଣକୁ ରୋକିବା ଲାଗି ନାଇଟ କର୍ଫ୍ୟୁ ଓ ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ଘର ଛାଡି ବାହାରେ ରହୁଥିବା ବ୍ୟକ୍ତିବିଶେଷ ତଥା ପ୍ରବାସୀ ମାନେ ଏବେ ଘର ମୁହାଁ ହୋଇଛନ୍ତି । ଏମିତି ଜଣେ ବ୍ୟକ୍ତି ସୁରତରୁ ଗାଁକୁ ଫେରୁଥିବା ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ସୂଚନା ଅନୁଯାୟୀ, ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ। ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ବିଶ୍ବନାଥ ଜେନା। ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ରାତ୍ର ୧୧ଟା ସମୟରେ ଟ୍ରେନରେ ହିଁ କୗେଣସି କାରଣବଶତଃ ତାଙ୍କର ମୃତ୍ୟୁ ଘଟିଛି ।

ପରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ମୃତଦେହକୁ ବାହାର କରାଯାଇଥିଲା। ଏନେଇ ଜିଆରପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ଯୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ ଭଳି ଏବର୍ଷ ବି ସ୍ଥିତି ସଙ୍ଗୀନ ହେଉଥିବାରୁ ଲକଡାଉନ ହେବା ଆଶଙ୍କା ଉପୁଜିଛି । ଲକଡାଉନ ସମୟର ଅକଥନୀୟ କଷ୍ଟ ପ୍ରବାସୀଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଲକଡାଉନ ଆଶଙ୍କା ପ୍ରବାସୀ ଶ୍ରମିକଙ୍କୁ ଭୟଭୀତ କରିଛି। ଯାହାଫଳରେ ପୁଣି ଘରବାହୁଡା ହୋଇଛନ୍ତି ପ୍ରବାସୀ । କଟକଣା ଫେରିଥିବା ବେଳେ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ନିଦ ଏକପ୍ରକାର ହଜିଯାଇଛି। ଯେଉଁଥିପାଇଁ ପରିବାରକୁ ଧରି ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ।

 

ପୂର୍ବବର୍ଷ ଲକ୍‌ଡାଉନ ଯୋଗୁ ବହୁ ଶ୍ରମିକ ରୋଜଗାର ହରାଇବା ପରେ ଭୋକ ଉପାସରେ ଦିନ କାଟିଥିଲେ । ସେଭଳି ସ୍ଥିତିର ପୁନରାବୃତ୍ତି ଭୟରେ ଘରକୁ ଫେରିବାକୁ ବସ୍ ଓ ରେଳ ଷ୍ଟେସନରେ ଭିଡ଼ ଜମାଉଛନ୍ତି।

ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ ହୋଇଛି। କରାେନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପରୀକ୍ଷା ବାତିଲ ହୋଇଛି ।

ତେବେ ରେଜଲ୍ଟ କେଉଁ ଆଧାରରେ ବାହାରିବ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ଆଇସିଏସଇ ପକ୍ଷରୁ କୁହାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଦ୍ବାଦଶ ପରୀକ୍ଷା କରୋନା ପରିସ୍ଥିତି ସୁଧୁରିଲେ ଅଫଲାଇନରେ ହେବ। ସେପଟେ ଆଇସିଏସଇ ଅନୁବଦ୍ଧିତ ସ୍କୁଲ ଏକାଦଶ ପାଇଁ ଆଡମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାଛଡା ଅନଲାଇନ କ୍ଲାସ୍ ମଧ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଆଇଏସସି ୨୦୨୩ ସିଲାବସ ପାଠପଢିବେ ପିଲା ।

ଗତ ଏପ୍ରିଲ୍ ୧୬ ତାରିଖରେ କରୋନା ସଂକ୍ରମଣ ବିପଦକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା । ନୂତନ ପରୀକ୍ଷା ତାରିଖ ସଂକ୍ରମଣ ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ସ୍ଥିର କରାଯିବ ବୋଲି କୁହାଯାଇଥିଲା ଏବେ ପରୀକ୍ଷାକୁ ବାତିଲ କରାଯାଇଛି। ଏହା ପୂର୍ବରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ରଦ୍ଦ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣକୁ ଦେଖି NEET PG ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅଧିକ ପଢନ୍ତୁ- କରୋନା ପାଇଁ ଜେଇଇ ମେନ୍ ପରୀକ୍ଷା ସ୍ଥଗିତ: ୧୫ ଦିନ ପୂର୍ବରୁ ପରବର୍ତ୍ତୀ ତାରିଖ ଘୋଷଣା ହେବ

ଦାନ୍ତେୱାଡାରେ ଯବାନ ଓ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

ଦାନ୍ତେୱାଡା: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ନିଲାବାୟ ଜଙ୍ଗଲରେ ଡି ଆର୍ ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଏହି ଗୁଳିବିନିମୟରେ ଜଣେ କୋଷା ନାମକ ମାଓବାଦୀର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, କୋଷା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଘଟଣାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଏସପି ଅଭିଷେକ ପଲ୍ଲବ। ଘଟଣାସ୍ଥଳରୁ ଗୋଟେ 9MM ପିଷ୍ଟଲ, ୩ କିଲୋର ଆଇଇଟି ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ।