spot_img
Home Blog Page 5749

ଚୌଦ୍ୱାର ଜେଲ୍‌ରେ ହାଇଦରଙ୍କୁ ସଙ୍ଗରୋଧରେ ରଖାଗଲା: ଆରଟିପିସିଆର ରିପୋର୍ଟକୁ ଅପେକ୍ଷା

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି । ତେବେ ଗତକାଲି କୋର୍ଟ ଚାଲାଣ ପୂର୍ବରୁ ହୋଇଥିବା ଆରଟିପିସିଆର ରିପୋର୍ଟ ଆସିନାହିଁ । ଏହି ରିପୋର୍ଟକୁ ଅପେକ୍ଷା କରିଛି କମିଶନରେଟ ପୋଲିସ। । ବରିଷ୍ଠ ପୋଲିସ ଅଧିକାରୀ ଏ ବିଷୟରେ ମତ ରଖି ନଥିଲେ ସୁଦ୍ଧା ବର୍ତ୍ତମାନ ରିମାଣ୍ଡରେ ହାଇଦରକୁ ପୋଲିସ ନେବ ନାହିଁ ବୋଲି ଜଣାପଡ଼ିଛି । ହାଇଦରକୁ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଏହାକୁ ଦେଖି ହାଇଦରକୁ ପୋଲିସ ରିମାଣ୍ଡରେ ଆଣିବ।

ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । ଗତକାଲି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି

ଆଜିଠୁ ସାରା ଓଡ଼ିଶାରେ ରାତ୍ରୀକାଳୀନ କର୍ଫ୍ୟୁ: ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ  । ଏହାର ମୁକାବିଲା ପାଇଁ ସଜାଗ ହୋଇଛନ୍ତି ରାଜ୍ୟ ସରକାର  । ଆଜି ଓଡ଼ିଶାରେ ଲାଗୁ ହେବ ନାଇଟ କର୍ଫ୍ୟୁ  । ସୀମାବର୍ତ୍ତୀ ୧୦ ଜିଲ୍ଲାରେ କଟକଣା ହେବ ଅଧିକ କଡ଼ାକଡ଼ି  । ଏହି ସମସ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟ ବଢ଼ାଯାଇଛି  । ପୂର୍ବରୁ ରାତି ୧୦ରୁ  କଟକଣା ଆରମ୍ଭ ହେଉଥିଲା । ଆଜିଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ଲଗୁ ହେବ  । ସେହିଭଳି ଏ ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଡଡାଉନ୍ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି । ଶନି ଓ ରବିବାର ହେବ ସଟଡାଉନ । ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ  । ତେବେ ଏହି ସମୟରେ ମେଡିକାଲ, ଅଗ୍ନିଶମ, ପାନୀୟଜଳ ଯୋଗାଣ, ପେଟ୍ରୋଲ, ଗ୍ୟାସ ଯୋଗାଣ ଆଦି ଜାରି ରହିବ  । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ  । ଧାର୍ମିକ ଅନୁଷ୍ଠାନରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ହେବ  । ହାଟ ବଜାର ପାଇଁ ମଧ୍ୟ କଟକଣା ଜାରି ହୋଇଛି  । ଦୋକାନ ମଧ୍ୟରେ ୩୦ ଫୁଟର ଦୂରତା ରହିବ  । ଗାଇଡଲାଇନ୍ ନମାନିଲେ ଦୋକାନ ଲାଇସେନ୍ସ ରଦ୍ଦ କରାଯିବ  । ବାର ଓ ରେଷ୍ଟୁରାଣ୍ଟ, ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ବ୍ୟବସାୟ କରିବେ । ଫିଲ୍ମହଲ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ । ପାର୍କରେ ଦୁଇ ଶହ ଜଣ ରହିପାରିବେ । ଯାତ୍ରା ଓ ଅପେରାରେ ହଜାରେ ଜଣ ଉପସ୍ଥିତ ରହିବ । ସୋମବାରଠାରୁ ରାଜ୍ୟ ବାହାରକୁ ବସ୍ ଚଳାଚଳ ବନ୍ଦ ରହିବ   । ବସ୍ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ  ।  ଟ୍ୟାକ୍ସି, ଅଟୋରେ ଦୁଇ ଜଣ ପାସେଞ୍ଜର ଯାଇପାରିବେ । ବିବାହ କାର୍ଯ୍ୟରେ ୫୦ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ବିବାହ କାର୍ଯ୍ୟରେ ପ୍ରସେସନକୁ ଅନୁମତି ମିଳିନଥିବା ବେଳେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ଶନି ଓ ରବିବାର ସଟଡାଉନ ଯୋଗୁ ବନ୍ଦ ରହିବ ଟିକାକରଣ ।

ୱାଙ୍ଖେଡେରେ ଚହରଙ୍କ ଯାଦୁ, ୬ ୱିକେଟରେ ଜିତିଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲର ଅଷ୍ଟମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇଛି ଚେନ୍ନାଇ ସୁପର କିଙ୍ଗ୍ସ । ଟସ୍ ଜିତି ଚେନ୍ନାଇ ବୋଲିଂ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା । ଦଳ ପକ୍ଷରୁ ଶାହରୁଖ ଖାନ୍ ସର୍ବାଧିକ ୪୭ ରନ୍ କରିଥିଲେ । ୧୦୭ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ଜିତି ନେଇଛି ଚେନ୍ନାଇ ।

IPL Chennai Super Kings Beats Kings Punjab By 6 Wickets

ଦ୍ରୁତ ବୋଲର ଦୀପକ ଚହର ୧୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଚହରଙ୍କ ଦମଦାର୍ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗ୍ସକୁ ୧୦୬ ରନରେ ସୀମିତ କରିଥିଲା । ଚେନ୍ନାଇ ୧୬ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି ।

 IPL Chennai Super Kings Beats Kings Punjab By 6 Wickets

ଭାରତୀୟ ଟିମର କୋଚ୍ ରବି ଶାସ୍ତ୍ରୀ ଦୀପକ ଚହରଙ୍କୁ ପ୍ରଶଂସା କରିଛନ୍ତି । ଚହର ଏହି ମ୍ୟାଚରେ ୧୩ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି । ଦୀପକ ଚହର ମୟଙ୍କ ଅଗ୍ରୱାଲ, ନିକୋଲସ ପୂରନ, କ୍ରିସ୍ ଗେଲ୍ ଓ ଦୀପ ହୁଡ୍ଡାଙ୍କୁ ଆଉଟ୍ କରିଥିଲେ । ବିଜୟ ପରେ ଚେନ୍ନାଇ ଆଇପିଏଲର ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ।

ନିର୍ବାଚନୀ ପ୍ରଚାର ଉପରେ ECଙ୍କ କଟକଣା

ନୂଆଦିଲ୍ଲୀ: କରୋନା ପାଇଁ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ । ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ ପ୍ରଚାର ଉପରେ ରୋକ୍ । ଏଥିସହ ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଉପରେ ରୋକ୍ ଲଗାଇଲେ ନିର୍ବାଚନ ଆୟୋଗ । ପଶ୍ଚିମବଙ୍ଗରେ ଆଉ ୩ଟି ପର୍ଯ୍ୟାୟ ମତଦାନ ଥିବା ବେଳେ ପ୍ରଚାର ଉପରେ କଟକଣା ଲଗାଯାଇଛି ।

ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସରିଥିବା ବେଳେ ଷଷ୍ଠ ପର୍ଯ୍ୟାୟ ପ୍ରଚାର ଠାରୁ ଏହି କଟକଣା ଲାଗିବ । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି କଟକଣା ଲଗାଯାଇଛି । ରାଲି ଆୟୋଜକଙ୍କୁ ମଧ୍ୟ ନିର୍ବାଚନ ଆୟୋଗ ବିଭିନ୍ନ ପରାମର୍ଶ ଦେଇଛନ୍ତି । ରାଲିରେ ଯୋଗ ଦେଉଥିବା ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଆୟୋଜକ ଗୁରୁତ୍ବ ଦେବେ ।

ଭାରତ ଫେରିବେ ପଳାତକ ନିରବ ମୋଦି

ନୂଆଦିଲ୍ଲୀ: ଭାରତ ଫେରିବେ ପଳାତକ ନିରବ ମୋଦି । ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ପରେ  ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢିଛି । ପୂର୍ବରୁ ନିରବଙ୍କ ଭାରତ ପ୍ରତ୍ୟାବର୍ତ୍ତନ ନେଇ ୟୁକେର ୱେଷ୍ଟ ମିନିଷ୍ଟର କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାର ଦୁଇ ମାସ ପରେ ଅର୍ଥାତ୍ ଆଜି ଇଂଲଣ୍ଡ ଗୃହ ମନ୍ତ୍ରଣାଳୟ ଏଥିଲାଗି ଗ୍ରୀନ୍ ସିଗନାଲ ଦେଇଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଠକେଇ କରି ଭାରତରୁ ପଳାଇଥିଲେ ହୀରା ବ୍ୟବସାୟୀ ନିରବ ମୋଦି ।

ଇଂଲଣ୍ଡରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଥଲେ । ମାମଲା କୋର୍ଟରେ ଚାଲିଥିବା ବେଳେ ନିରବଙ୍କ ପ୍ରତ୍ୟାବର୍ତ୍ତନକୁ ସେଠାକାର ସରକାର ମଞ୍ଜୁରୀ ଦେଇଛନ୍ତି । ନିରବ ଏବେ ଇଂଲଣ୍ଡର ଏକ ଜେଲରେ ଅଛନ୍ତି । ଭାରତରେ ନିରବ ମୋଦିଙ୍କ ନାଁରେ ଠକେଇ ଓ ମନି ଲଣ୍ଡରିଂ ମାମଲା ରହିଛି । ସିବିଆଇ ଠକେଇ ମାମଲରେ ତଦନ୍ତ କରୁଥିବା ବେଳେ ମନି ଲଣ୍ଡରିଂ ମାମଲାର ତଦନ୍ତ ଭାର ନେଇଛି ଇଡି ।

ସ୍ୱେରେଜ୍ ଦୁର୍ଘଟଣା ପରେ ଦୁଇ ଯନ୍ତ୍ରୀଙ୍କୁ ବଦଳି, ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

କଟକ: କଟକ ସିଡିଏ ସେକ୍ଟର-୧୦ ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ୨ ଇଞ୍ଜିନିୟରଙ୍କୁ ବଦଳି କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ନିଲମ୍ବିତ କରିଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମୃତକଙ୍କୁ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

2 Engineer Transferred And One Junior Engineer Suspends In Cuttack Sewerage Incident

ଗୁରୁବାର କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ କାମ ସମୟରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ  ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।+

2 Engineer Transferred And One Junior Engineer Suspends In Cuttack Sewerage Incident

ତଦନୁଯାୟୀ ଘଟଣାର ତଦନ୍ତ କରାଯାଇ PHEOର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ଜିଏମ୍ ସୁଶାନ୍ତ ଘଡେଇ ,ଏସଡିଓ ଏବଂଜିଏମ ୱାଟକୋ ସୁବାସ ରାଉତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କନିଷ୍ଠ ଇଞ୍ଜିନିୟର ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ତା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏବଂ ସେବା ପ୍ରଦାନକାରୀ ସଂସ୍ଥାର ଦୀପକ ନାୟକଙ୍କ ବିରୋଧରେ ସିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

୬ ରାଜ୍ୟରେ ସ୍ଥିତି ସଙ୍ଗୀନ, କେଉଁଠି ଚିକିତ୍ସା ପାଇଁ ଧାଡ଼ି… ଆଉ କେଉଁଠି ଶବ ପୋଡ଼ିବାକୁ

ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ସଙ୍ଗୀନ। ପ୍ରତି ରାଜ୍ୟରେ ହାହାକାର ପରିସ୍ଥିତି। ଭାରତ ସରକାରଙ୍କ ତଥ୍ୟ ଅନୁସାରେ ତିନୋଟି ରାଜ୍ୟ ଛତିଶଗଡ଼, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ପରିସ୍ଥିତି ଏପରି ଯେ, ସେଠାରେ ଏବେ କୌଣସି ବି ମୁହୂର୍ତ୍ତରେ ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ କମ୍ ହେଉ ନାହିଁ । ଅପରପକ୍ଷେ ରାଜଧାନୀ ସହରକୁ ମିଶାଇ ଦେଶର ୬ଟି ପ୍ରମୁଖ ରାଜ୍ୟରେ ପରିସ୍ଥତି ଏମିତି ହୋଇଛି ଯେ, ଏହା ଭାରତର ସ୍ବାସ୍ଥ୍ୟସେବା ପ୍ରତିଛବିକୁ ଲଜ୍ଜାଜନକ ଭାବେ ଚିତ୍ରଣ କରୁଛି ।

Covid Situation Grims In Many States

କେଉଁଠି ହସ୍ପିଟାଲରେ ଶଯ୍ୟା ମିଳୁନି ତ କେଉଁଠି ଗୋଟିଏ ଶଯ୍ୟାରେ ଦୁଇଜଣଙ୍କୁ ରହିବାକୁ ପଡ଼ୁଛି ଆଉ ପୁଣି ହସ୍ପିଟାଲରେ ଆବଶ୍ୟକ ସ୍ଥଳେ ଅକ୍ସିଜେନ୍ ମିଳୁ ନାହିଁ । ଏମିତି ସ୍ଥିତିରେ ଆଗକୁ କେମିତି ପରିସ୍ଥିତି ଆୟତ୍ତକୁ ଆସିବ ତାହା ନା ଶାସକ, ପ୍ରଶାସକ କି ନେତା କାହା ମୁଣ୍ଡରେ ପଶୁ ନାହିଁ । ପ୍ରଥମେ ପ୍ରମୁଖ ରାଜ୍ୟ ଯେଉଁଠି ଦେଶର ସମସ୍ତ କ୍ଷମତା କେନ୍ଦ୍ର କେନ୍ଦ୍ରୀଭୂତ ସେଇ ଦିଲ୍ଲୀ କଥା । ଏଠାରେ ଦିନକୁ ୨୦.୨୨ ପ୍ରତିଶତ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଛି । ଗୁରୁବାରର ତଥ୍ୟ ଅନୁସାରେ ଏଠାରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ପରତିସ୍ଥିତି ହୋଇଛି ଯେ, ରାଜ୍ୟ ସରକାର ଏବେ ସଂକ୍ରମଣର ଚେନ୍ ଭାଙ୍ଗିବା ଲାଗି ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ହେଲେ ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସୁ ନାହିଁ । ଗତ ୨୪ ଘଣ୍ଟା ଭିତରେ ୧୬ ହଜାର ୬୯୯ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ପ୍ରମୁଖ ୧୪ ହସ୍ପିଟାଲରେ ସବୁ ଶଯ୍ୟା ଫୁଲ୍ ହୋଇଛି । ଆଉ ନୂଆ ରୋଗୀଙ୍କ ଲାଗି ଜାଗା ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏବେ କିଛି ହସ୍ପିଟାଲରେ ଗୋଟିଏ ଶଯ୍ୟାରେ ଦୁଇ ରୋଗୀ ଚିକିତ୍ସା ହେଉଥିବା ଘଟଣା, ପରିସ୍ଥିତି କେତେ ଉଦବେଗଜନକ ତାହା ସ୍ପଷ୍ଟ କରୁଛି ।

Covid Situation Grims In Many States

ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର ସହରରେ ଯେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦେଶ ପାଇଁ ଲଜ୍ଜା ସୃଷ୍ଟି କରିଛି । ଏଠି ଶବ ସତ୍କାର ପାଇଁ ଶ୍ମଶାନରେ ଜାଗା ନାହିଁ । ଧାଡ଼ି ଧାଡ଼ି ମୃତ ଦେହ ଷ୍ଟ୍ରେଚର ଉପରେ ଅପେକ୍ଷା କରୁଛି ସତ୍କାର ପାଇଁ । ହେଲେ ରାଜ୍ୟ ସରକାର ଏସବୁ ଲୁଚାଇବା ଲାଗି ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । କରୋନାରେ ମୃତ୍ୟୁ ଘଟୁଥିଲେ ବି ତାହା ଦର୍ଶାଯାଉ ନାହିଁ । ରୋଗୀଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍ ଅଭାବ ଏକ ଗୁରୁତର ସମସ୍ୟା ହୋଇଛି ।

Covid Situation Grims In Many States

କିଛି ଦିନ ତଳେ ଉତ୍ତର ପ୍ରଦେଶର ନଦୀ ପଠାରେ ଯେଉଁଭଳି ଭାବେ ଶବ ସତ୍କାରରର ଦୃଶ୍ୟ ସୋଶିଆଲ୍ ମିଡିଆରେ ଚାଲିଥିଲା ତାହା ଦର୍ଶାଉଥିଲା ରାଜ୍ୟରେ କରୋନା ସ୍ଥିତି କେତେ ଗମ୍ଭୀର । ସନ୍ଧ୍ୟାବେଳେ ଏହି ଦୃଶ୍ୟ ଜଙ୍ଗଲରେ ନିଆଁ ଲାଗିବା ଭଳି ଦିଶୁଥିଲା । ଏଠାରେ ଏବେ ଦିନକୁ ୨୭ ହଜାର ୪୨୬ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ଲକ୍ଷ୍ନୌ, କାନ୍ପୁର, ବାରଣାସୀ, ପ୍ରୟାଗରାଜରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ମାଳମାଳ ମୃତଦେହଙ୍କୁ ଏକାଠି ସତ୍କାର କରାଯାଉଛି । ଏଠାରେ ହସ୍ପିଟାଲ୍ ଓ ଚିକିତ୍ସା ପାଇଁ ସରକାର ଡିଆରଡିଓର ସହାୟତା ନେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଠାରେ ଦୁଇଟି ନୂଆ କୋଭିଡ୍ ହସ୍ପିଟାଲ୍ ନିର୍ମାଣ ପାଇଁ ଡିଆରଡିଓକୁ ନିର୍ଦ୍ଦେଶ ଦିଆଯାଇଛି ।

Covid Situation Grims In Many States

ଦେଶବାସୀଙ୍କ ଆଗରେ ନିଜର ନିକଟ ଭବିଷ୍ୟତର ଅବସ୍ଥାକୁ ଦର୍ପଣ ଭଳି ଦେଖାଉଛି ମହାରାଷ୍ଟ୍ର । ଯେଉଁଭଳି ଭାବେ ରୋଗୀ ଏଠାରେ ହାହାକାର ହେଉଛନ୍ତି ତାହା କାହାକୁ ଅଛପା ନାହିଁ । ଏଠାରେ ଆଉ ଘରେ ସଙ୍ଗରୋଧ କୌଣସି କାମ ଦେଉନି । ୨୦୨୦ରେ ଯେଉଁ କରୋନା ସଂକ୍ରମଣ ଦେଖା ଦେଉଥିଲା ତାହା ଯୁବକଙ୍କୁ କମ୍ ଆକ୍ରାନ୍ତ କରୁଥିଲା । ହେଲେ ଏବେ ତାହା ଆଉ ବୟସ ମାନୁ ନାହିଁ । ଏପରିକି ଶିଶୁଙ୍କୁ ଆକ୍ରାନ୍ତ କରୁଛି କରୋନା । ଏପଟେ ହସ୍ପିଟାଲରେ ଅକ୍ସିଜେନ୍, ବେଡ୍ ଓ ଚିକିତ୍ସା ବ୍ୟବସ୍ଥା ଅଭାବ ଏକ ନିତିଦିନିଆ ସମସ୍ୟା ହୋଇଛି ।

Covid Situation Grims In Many States

ଛତିଶଗଡ଼ରେ ତ ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ଥାନ ଅଭାବ ରହିଛି ତା ସହ ମର୍ଚୁଆରୀରେ ଜାଗା ମିଳୁନି । ଫଳରେ ମୃତ ଦେହକୁ ସମ୍ମାନପୂର୍ବକ ସତ୍କାର ଏକ ସମସ୍ୟା ହୋଇ ରହିଛି । ରାଜଧାନୀ ସହର ରାୟପୁର ଓ ଦୁର୍ଗରେ ପରିସ୍ଥିତି ସଙ୍ଗୀନ । ଗଲା ୯ ଦିନ ହେଲା ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ସ୍ବାସ୍ଥ୍ୟସେବାକୁ ବିଶେଷ ପ୍ରଭାବିତ କରିଛି ।

Covid Situation Grims In Many States

ଗୁଜରାଟରେ ପରିସ୍ଥିତି ଏମିତି ହୋଇଛି ଯେ, ଆମ୍ବୁଲାନ୍ସକୁ ଶେଷରେ ଶଯ୍ୟାଭାବେ ବ୍ୟବହାର କରାଯାଇ ସେଠାରେ ରୋଗୀଙ୍କ ଚିକିତ୍ସା ଚାଲିଛି । କବରସ୍ତାନରେ ଦେଖିବାକୁ ମିଳୁଛି ଜେସିବି । ସାଧାରଣତଃ ନିଜ ପ୍ରିୟଜନଙ୍କ ଲାଗି କବର ହାତରେ ଖୋଳିବାର ପରମ୍ପରା ରହିଛି କିନ୍ତୁ ଏତେ ସଂଖ୍ୟାରେ ମୃତ ଦେହକୁ ସେହି ସମ୍ମାନ ଦେବା ସମ୍ଭବ ହୋଇପାରୁନି ପ୍ରଶାସନ ପାଖରେ । ଏଣୁ ଜେସିବି ଦ୍ବାରା ଖୋଳାଯାଉଛି କବରସ୍ତାନ । ଖାଲି ସେତିକି ନୁହେଁ ଆଗୁଆ କବରସ୍ତାନ ଖୋଳାଯାଇ ଆବଶ୍ୟକ ପୂରଣ କରିବା ପାଇଁ ରଖାଯାଉଛି । ଅହମଦାବାଦରେ ସିଭିଲ୍ ହସ୍ପିଟାଲ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ ହୋଇଥିବା ବି ଖବର ଆସିଛି ।

Covid Situation Grims In Many States

ଦେଶର ଏମିତି ପରିସ୍ଥିତି ଆମ ଆଗରେ ଗତ ବର୍ଷ ଋଷ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ସ୍ପେନ୍ ବା ଗ୍ରୀସର ଚିତ୍ରଗୁଡ଼ିକୁ ପୁଣିଥରେ ତାଜା କରି ଦେଉଛି । ଗତବର୍ଷ କରୋନା ଭୂତାଣୁ ସଂକ୍ରମଣ ଟିକେ ଖସିବା ବେଳକୁ ଆମେ ତାହାକୁ ପ୍ରସ୍ଥାନ ବୋଲି ବିଚାର କରି ଯେଉଁଭଳି ହାଲୁକା ଆଚରଣ କଲୁ ତାହା ପ୍ରସ୍ଥାନ କରୁଥିବା ଲହଡ଼ିକୁ ପୁଣିଥରେ ଫେରାଇ ଆଣିଛି । ଫଳରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଆକ୍ରାନ୍ତ ହୋଇ ଚାଲିଛି । ଓଡ଼ିଶା ବି ସେଥିରେ ପଛରେ ପଡ଼ି ନାହିଁ । ଏବେ ଏଠାରେ ଦିନକୁ ୩ ହଜାରରୁ ଅଧିକ ସଂକ୍ରମଣ ଦେଖା ଦେଉଛି । ଏହିକ୍ରମରେ ରାଜ୍ୟ ସରକାର ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ରାଜ୍ୟବାସୀ ତାହାକୁ ଠିକଣା ଭାବେ ପାଳନ କରନ୍ତି ହୁଏତ ତାହା ସଂକ୍ରମଣର ସଞ୍ଚରଣକୁ ରୋକ୍ ଦେବାରେ ସକ୍ଷମ ହୋଇପାରିବ । ନହେଲେ ଆମେ ଯେ ଆଗକୁ ଏକ ଉତ୍କଟ ପରିସ୍ଥିତିକୁ ଆବାହନ କରୁଛୁ ତାହା ନିଃସନ୍ଦେହ ।

ଦିଶାଙ୍କୁ ବିବାହ କରିବା ପାଇଁ କାହିଁକି ଡେରି କରୁଛନ୍ତି ରାହୁଲ?

ମୁମ୍ବାଇ:  ୧୮ ଅପ୍ରେଲରେ ରାହୁଲ ବୈଦ୍ୟ ଏବଂ ଦିଶାଙ୍କ ମ୍ୟୁଜିକ୍‌ ଭିଡ଼ିଓ ରିଲିଜ ହେବାକୁ ଯାଉଛି । ଯାହାର ନାଁ ରହିଛି ମଧାନ୍ୟ । ଏଥିରେ ଏହି ଲଭବର୍ଡ଼ଙ୍କୁ ବିବାହ କରିଥିବାର ଦେଖିବାକୁ ମିଳିବ । ଗତ କିଛି ଦିନ ପୂର୍ବରୁ ରାହୁଲ ନିଜର ଏବଂ ଦିଶାଙ୍କ ସହିତ ବର କନ୍ୟା ବେଶରେ ଏକ ଫଟୋ ସୋସିଅଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ଦେଖିବା ପରେ ଦର୍ଶକ ଭାବିଥିଲେ ଉଭୟ ବିବାହ କରି ସାରିଛନ୍ତି । ନ ଜଣାଇ ବିବାହ କରିଥିବାରୁ କିଛି ଲୋକ ଉଭୟଙ୍କ ଉପରେ ନାରାଜ ହୋଇ ଯାଇଥିଲେ । କିନ୍ତୁ ବାସ୍ତବ କଥା ହେଉଛି ଉଭୟ ବିବାହ ତ କରିଛନ୍ତି କିନ୍ତୁ ରିୟଲ ନୁହେଁ ବରଂ ରିଲ ଲାଇଫରେ ।

 

View this post on Instagram

 

A post shared by RKV ? (@rahulvaidyarkv)

ନିକଟରେ ଏକ ସାକ୍ଷାତକାରରେ ରାହୁଲଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଯାଇଥିଲା । ବିବାହକୁ ନେଇ ଏବେ କୌଣସି ଯୋଜନା ନଥିବା କହିଛନ୍ତି ରାହୁଲ । ଏହା ସହିତ ବିବାହ କରିବା କଥା ଭାବିବା ପୂର୍ବରୁ କରୋନା ବାଧା ସୃଷ୍ଟି କରୁଥିବା କହିଛନ୍ତି ରାହୁଲ । ତେବେ ବିବାହକୁ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା ସେ କହିଛନ୍ତି ।

ରିୟଲ ବିବାହ ପାଇଁ ଯଦିଓ ଏବେ ମଧ୍ୟ ସମୟ ଅଛି, ତଥାପି ଦୁଇଜଣଙ୍କୁ ମଧାନ୍ୟ ମ୍ୟୁଜିକ୍‌ଭିଡ଼ିଓରେ ବିବାହ କରିଥିବାର ଦେଖିବାକୁ ମିଳିବ । ଯାହା ଏକ ରୋମାଂଟିକ ଗୀତ ।

ସୂଚନାଯୋଗ୍ୟ ରାହୁଲ ବୈଦ୍ୟ ଖତରୋଁ କେ ଖିଲାଡ଼ୀର ଆଗାମୀ ସିଜନରେ ନଜର ଆସିବେ । ଯାହାର ସଙ୍କେତ ସାକ୍ଷାତକାରରେ ରାହୁଲ ଦେଇ ସାରିଛନ୍ତି । ଅର୍ଥାତ୍‌ରାହୁଲ ବୈଦ୍ୟଙ୍କୁ ବିଗବସ ପରେ ପୁଣିଥରେ ଟିଭିରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

ତେବେ ନଚ ବଲିୟେରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିବେ ବୋଲି ଖୁବ୍‌ଚର୍ଚ୍ଚା ହେଉଥିଲା । କିନ୍ତୁ ସମୟ ଅଭାବରୁ ଉଭୟ ଏହି ଶୋ’ରେ ନଜର ଆସିବେ ନାହିଁ କହି ମୋହର ମାରିଛନ୍ତି ରାହୁଲ ।

ତେବେ ଆଗାମି ଦିନରେ ରାହୁଲଭ୍କର ଏକାଧିକ ରିଲିଜ ହେବାକୁ ଯାଉଥିବା କହିଛନ୍ତି ଖୋଦ୍‌ରାହୁଲ ।

୨ ସହଯୋଗୀ ସହ ହାଇଦରକୁ ମୁହାଁମୁହିଁ ଜେରା କରିବ ପୋଲିସ, ୭ ଦିନ ଲାଗି ମିଳିଲା ରିମାଣ୍ଡ ଅନୁମତି

କଟକ: ଏସସିବିରୁ କେମିତି ଫେରାର୍ ହେଲା ଗ୍ୟାଙ୍ଗଷ୍ଟର ହାଇଦର ? ଜେରାରେ ଝାଳ ବୁହାଇବ ହାଇଦର, ପୋଲିସକୁ ଦେବ ବ୍ଲୁ-ପ୍ରିଣ୍ଟର ସବୁ ସୂଚନା । ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବା ଲାଗି କଟକ ଜେଏମଏଫସି (ସିଟି) କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି । ହାଇଦର ସହ ତାର ୨ ସହଯୋଗୀଙ୍କୁ ପୋଲିସ ଆସନ୍ତାକାଲି (ଶନିବାର) ଠାରୁ ରିମାଣ୍ଡରେ ନେଇ ଜେରା କରିବ ।

JMFC Court Cuttack Grants 7 Days Police Remand To Gangster Hyder And Two Associates

ସନ୍ଧ୍ୟା ୬ଟା ପରେ ହାଇଦର ଓ ତାର ୨ ସହଯୋଗୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେଣୁ ହାଇଦର ଓ ତାର ସହଯୋଗୀ ଆଜି କଟକ ଚୌଦ୍ୱାର ଜେଲରେ ରାତି କାଟିବେ । ଆସନ୍ତାକାଲି ପୋଲିସ ୩ ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରିବ । ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସ ଜେଏମଏଫସି କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ୭ ଦିନ ଲାଗି ରିମାଣ୍ଡ ଅନୁମତି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ୨ ସହଯୋଗୀଙ୍କ ସହ କୋର୍ଟରେ ହାଇଦର ହାଜର, ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଥିଲା । ଆଜି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆ ଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

JMFC Court Cuttack Grants 7 Days Police Remand To Gangster Hyder And Two Associates

ଅନ୍ୟପଟେ କୋର୍ଟରେ ହାଜର ପରେ ଗିରଫ ହୋଇଥିବା ହାଇଦରଙ୍କ ୨ ସହଯୋଗୀ ତଥା ଧରମ ପୁଅ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କିଛି ଜାଣିନାହାଁନ୍ତି, ସେ ନିର୍ଦ୍ଦୋଷ ବୋଲି କହିଛନ୍ତି । ତେବେ ଆସନ୍ତାକାଲି ଠାରୁ ହାଇଦର ଓ ୨ ସହଯୋଗୀକୁ ପୋଲିସ ରିମାଣ୍ଡରେ ନେଇ ଜେରା କରିବ । ମୁହାଁମୁହିଁ ଜେରା ପରେ ଜଣାପଡ଼ିବ ହାଇଦର କେମିତି ଏସସିବିରୁ ଖସି ଯାଇଥିଲା ।

ରାଜ୍ୟରେ ଟିକା ଅଭାବ, ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ଟିକାର ସ୍ୱଳ୍ପ ପରିମାଣ ଓ ଅନିୟମିତ ଯୋଗାଣ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା କେନ୍ଦ୍ର ଯୋଗାଇଛି । ସେଥି ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭିସିଲ୍ଡ ଟିକା ଥିବା ଥିବାବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ ଡୋଜ୍ କୋଭାକ୍ସିନ୍ ଟିକା । ବର୍ତ୍ତମାନ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ କୋଭିଡ୍ ଟିକାକରଣ କେନ୍ଦ୍ର ମାନଙ୍କରେ କୌଣସି କୋଭିସିଲ୍ଡ ଟିକା ଗଚ୍ଛିତ ନାହିଁ । ୧ ଲକ୍ଷ ୭୪ ହଜାର ୪ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୨୬ ଡୋଜ୍ କୋଭାକ୍ସିନ୍ ଟିକାର ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟରେ ପ୍ରତ୍ୟେକ ଦିନ ତିନି ଲକ୍ଷ ଟିକାକରଣ ଲାଗି କ୍ଷମତା ରହିଛି । ଏହି ସମୟରେ ରାଜ୍ୟକୁ ମାତ୍ର ୨ରୁ ୩ ଲକ୍ଷ ଡୋଜ୍ ଟିକା ମିଳୁଛି । ସୂଚନା ଯୋଗ୍ୟ, ଏପ୍ରିଲ୍ ୧୬ରେ ଟିକା ଅଭାବ ଯୋଗୁଁ ରାଜ୍ୟର ମୋଟ ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ମାତ୍ର ୭୪୬ ଟିକାକରଣ କେନ୍ଦ୍ରରେ ଟିକାଦାନ ସମ୍ଭବ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଳ୍ପ ଓ ଅନିୟମିତ ଟିକା ଯୋଗାଣ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟିକାଦାନ କେନ୍ଦ୍ର ଗୁଡ଼ିକରେ ଯୋଜନା ମୁତାବକ ଟିକାକରଣ କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରୁନାହିଁ ।

Odisha Health Minister Writes Centre To Provide Covishield Vaccine

ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ୧୦ ଦିନ ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଟିକା ଜରୁରୀକାଳୀନ ଭିତ୍ତିରେ ଯୋଗାଇ ଦେବାକୁ ପୁଣିଥରେ ଅନୁରୋଧ କରିଛନ୍ତି ନବ ଦାସ ।