spot_img
Home Blog Page 5750

CBSE ପରେ ICSE ସ୍ଥଗିତ ରଖିଲା ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିପଦକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ନୂତନ ପରୀକ୍ଷା ତାରିଖ ସଂକ୍ରମଣ ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ସ୍ଥିର କରାଯିବ । ଏହା ପୂର୍ବରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ରଦ୍ଦ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ।

ଗୁରୁବାର କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦେଖି NEET PG ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ଯାଏ ଦେଶର କେତେକ ବିଶ୍ୱବିଦ୍ୟାଳୟ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଓଡ଼ିଶା ସରକାର ମଧ୍ୟ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ।

ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୨ ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ରାଜ୍ୟରେ କରୋନା ସ୍ଥିତି ବିଗୁଡ଼ିଥିବା ଦେଖି କଡ଼ା ପ୍ରତିବନ୍ଧକ ଲାଗୁ ମଧ୍ୟ କରାଯାଉଛି ।

କୋଭିଡ୍ ଔଷଧ ଓ ଅନ୍ୟ ଉପକରଣ କଳାବଜାରୀ ରୋକିବାକୁ ରାଜ୍ୟସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ କୋଭିଡ୍ ଚିକିତ୍ସା ଓ ସଂକ୍ରମଣରୁ ରକ୍ଷା ଲାଗି ବ୍ୟବହୃତ ସାମଗ୍ରୀ ଓ ଔଷଧ କଳାବଜାରୀ ହେବାରେ ଲାଗିଛି । କୋଭିଡ୍ ଚିକିତ୍ସା ସମ୍ପର୍କିତ ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ ଔଷଧ କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ କମିଠି ଗଠନ କରିଛି ।

ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ରାଙ୍କରୁ ଉପରିସ୍ଥ ଜଣେ ଅଧିକାରୀଙ୍କ ସହ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରର ଜଣେ ଆବାହକ ସଦସ୍ୟ ଅଛନ୍ତିଷ । କମିଟି ଜିଲ୍ଲା ସ୍ତରରେ ଜରୁରୀ ମେଡିକାଲ୍ ସାମଗ୍ରୀର ବିତରଣ ଓ ଉପଲବ୍ଧତା ଉପରେ ନଜର ରଖିବ ।

ଏଥିସହ କଳାବଜାରୀ ଓ ମହୁଜୁଦ୍ ହେଲେ ରେଡ୍, ସର୍ଚ୍ଚ ଅପରେସନ୍ କରି ଜବତ କରିବାକୁ କ୍ଷମତା ଦିଆଯାଇଛି । ଏଥିରେ କମିଟିକୁ ଅନ୍ୟ ସଂସ୍ଥା ସହ ମୁଖ୍ୟତଃ ପୋଲିସ ସହଯୋଗ କରି କଳାବଜାରୀ ଓ ମହଜୁଦ୍ ରୋକିବ ।

ମାଟି ଖୋଳିବାକୁ ଯାଇ ୩ ଜଣଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ପଟାଙ୍ଗି ବ୍ଲକ ମିରିଆଲୁପାଡୁରେ ମାଟି ଖୋଳିବାକୁ ଯାଇ ୩ ମହିଳାଙ୍କ ମୃତ୍ୟୁ ଘଟଣା । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତ୍ୟୁବରଣ କରିଥିବା ପଟ୍ଟାଙ୍ଗିର ୩ ମହିଳାଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ଏହି ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରବର୍ଗକୁ ମିଳିବ ।

CM Announces Ex-Gratia Of Rs 5 Lakh Each To Kin Of Pottangi Victims

ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବାସନ ମଜା ଏବଂ ଘର ଲିପା ମାଟି ଖୋଳିବାକୁ ଯାଇଥିବା ବେଳେ ମାଟି ଅତଡ଼ା ଧସିଥିଲା । ଏଥିରେ ମିରିଆଲୁପାଡ଼ୁ ଗାଁର ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ ।

CM Announces Ex-Gratia Of Rs 5 Lakh Each To Kin Of Pottangi Victims

ଆଦିବାସୀଙ୍କ ଚଇତି ପର୍ବ ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ମିରିଆଲୁପାଡ଼ୁ ଗାଁର ୧୧ ଜଣ ମାଟି ଆଣିବାକୁ ନିକଟସ୍ଥ ପଡ଼ାଗୁଡ଼ା ଗାଁକୁ ଯାଇଥିଲେ । ସେଠାରେ ମାଟି ଖୋଳୁଥିବା ସମୟରେ ଅତଡ଼ା ଖସିବାରୁ ୪ ଜଣ ମାଟି ଭିତରେ ରହିଯାଇଥିଲେ । ସୂଚନା ପାଇ ସରପଞ୍ଚ ପହଞ୍ଚି ସହଯୋଗୀଙ୍କ ସହାୟତାରେ ଲୋକଙ୍କୁ ଉଦ୍ଧାର କରିଥିଲେ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ହେଲେ- ରାମୁଲାମା ମୁଷୁରୀ, ତାଙ୍କ ଝିଅ ଦେବୀ ମୁଷୁରୀ ଏବଂ ମିତୁଲା କୋଟା ।

୨ ସହଯୋଗୀଙ୍କ ସହ କୋର୍ଟରେ ହାଇଦର ହାଜର, ୧୦ ଦିନ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କୋର୍ଟ ଚାଲାଣ କରିଛି କଟକ କମିଶନରେଟ୍ ପୋଲିସ । ହାଇଦରକୁ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଡିସିପି ଅଫିସରୁ ହାଇଦରକୁ କଟକ ଜେଏମଏଫସି କୋର୍ଟରେ ପୋଲିସ ହାଜର କରିଛି । ହାଇଦର ସହ ତାର ୨ ସହଯୋଗୀଙ୍କୁ ମଧ୍ୟ ପୋଲିସ କୋର୍ଟ ଚାଲାଣ କରିଛି । ହାଇଦରକୁ ୧୦ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ ।

Police Produced Gangster Hyder In Cuttack JMFC Court

ହାଇଦର ଏସସିବିରୁ ଫେରାର୍ ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଏବେ ପୋଲିସ କୋର୍ଟ ଚାଲାଣ କରିଛି । ଅଟକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି । ହାଇଦର କିଭଳି ଏସସିବିରୁ ଫେରାର୍ ହେଲା, ଏଥିରେ କିଏ କିଏ ସମ୍ପୃକ୍ତ ? ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Police Produced Gangster Hyder In Cuttack JMFC Court

ଗତ ୧୦ ତାରିଖରେ ହାଇଦର ଏସସିବିର ସର୍ଜରୀ ୱାର୍ଡରୁ ଫେରାର୍ ହୋଇ ଯାଇଥିଲା । ହାଇଦର ଫେରାର୍ ପରେ ତାକୁ ଧରିବାକୁ ପୋଲିସ ସକ୍ରିୟ ହୋଇ ପଡ଼ିଥିଲା । ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ କଟକ ପୋଲିସର ୬ଟି ଟିମ୍ ରେଡ୍ ଜାରି କରିଥିଲା । ଗୁରୁବାର ୧୫ ତାରିଖରେ ତେଲଙ୍ଗାନାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ସ୍ଥାନୀୟ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ।

Police Produced Gangster Hyder In Cuttack JMFC Court

ହାଇଦ୍ରାବାଦରୁ ହାଇଦରକୁ ଗିରଫ ପରେ ପୋଲିସ ଆଜି ଭୁବନେଶ୍ୱର ବିମାନ ଯୋଗେ ଆଣିବା ପରେ କଟକ ଡିସିପି କାର୍ଯ୍ୟାଳୟକୁ ନେଇଥିଲା । ସେଠାରେ ହାଇଦରକୁ ଜେରା କରାଯାଇଥିଲା । ଏଥିସହ ହାଇଦରର କୋଭିଡ୍ ଟେଷ୍ଟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହକୁ ୨ ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଶନିବାର, ରବିବାର ବନ୍ଦ ରହିବ ଟିକାକରଣ । ୧୦ଟି ଜିଲ୍ଲାର ପୌରାଞ୍ଚଳରେ ଥିବା ସମସ୍ତ ଟିକାକରଣ କେନ୍ଦ୍ରରେ ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିବା ୧୦ ଜିଲ୍ଲାରେ ୨ ଦିନ କୋଭିଡ୍ ଟିକା ଦିଆଯିବ ନାହିଁ । ଏନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏସବୁ ଜିଲ୍ଲାର ପୌରାଞ୍ଚଳରେ ୧୭ ତାରିଖରୁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ୍ ସଟଡାଉନ୍ ଲାଗୁ ହେବ ।

ଫଳରେ ଜିଲ୍ଲାର ପୌରାଞ୍ଚଳରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୋଭିଡ୍ ଟିକାକରଣ ବନ୍ଦ ରହିବ । ପୌରାଞ୍ଚଳକୁ ବାଦ୍ ଦେଲେ ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଟିକାକରଣ କେନ୍ଦ୍ରରେ କୋଭିଡ୍ ଟିକାକରଣ କରୋନା ଗାଇଡଲାଇନକୁ ଅନୁସରଣ କରି ଜାରି ରହିବ ବୋଲି କୁହାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ୧୯ରୁ ପାଠପଢ଼ା ବନ୍ଦ

ଭୁବନେଶ୍ୱର: ରାଜ୍ୟର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ କ୍ଲାସ୍ ଓ ପରୀକ୍ଷା ସ୍ଥଗିତ । ଆସନ୍ତା ୧୯ରୁ ଶ୍ରେଣୀ ଗୃହରେ ହେବାକୁ ଥିବା ସମସ୍ତ ପରୀକ୍ଷା ଓ ପାଠପଢ଼ାକୁ ସ୍ଥଗିତ କରାଯାଇଛି । ସବୁ ହଷ୍ଟେଲ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଠିକ୍ ସମୟରେ ଯେପରି ପାଠ୍ୟକ୍ରମ ସରିବ ସେଥିପ୍ରତି ଧ୍ୟାନ ଦିଆଯିବ । କୁଳପତି ଓ ଅଧ୍ୟକ୍ଷଙ୍କ ପରାମର୍ଶ ପରେ ସଂଶୋଧିତ ପରୀକ୍ଷା ସୂଚୀ ବାହାରିବ । ଏଥିସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ । ଏନେଇ ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏନେଇ ଚିଠି ଜାରି କରିଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ୨ ଜଣ ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ । ବିଜୁ ଜନତା ଦଳ ସଭାପତି ଦଳରୁ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ନିଲମ୍ବିତ କରିଛନ୍ତି ନବୀନ । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ମର୍ଡର ଲାଇଭ୍‌: ମାତ୍ର ଦୁଇ ହଜାର ଟଙ୍କା ପାଇଁ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ଦୁର୍ବୃତ୍ତ

ଆସିକା: ମର୍ଡର ଲାଇଭ୍‌ । ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ହତ୍ୟାର ବୀଭତ୍ସ ଦୃଶ୍ୟ କ୍ୟାମେରାରେ କଏଦ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡି ଅଧୀନସ୍ଥ ଏ. ବରିଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ଯୁବକଙ୍କୁ ଆଉଜଣେ ଛୁରୀ ଭୁସି ହତ୍ୟା କରିଛି । ହତ୍ୟା ଅଭିଯୁକ୍ତର ମା’ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା । ହତ୍ୟାର ଶିକାର ହୋଇଛନ୍ତି ଭାଟପଡ଼ାର ଟୁକୁନା ଛଟେଇ ।

ସେ ଅଭିଯୁକ୍ତକୁ ଦୁଇ ହଜାର ଟଙ୍କା ଶୁଝିବାର ଥିଲା । ଆଜି ସକାଳେ ଏହି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ାରୁ ଟୁକୁନାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ଟେଷ୍ଟ ରିପୋର୍ଟ ବା ଦୁଇ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ

ପୁରୀ: ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏଣିକି ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବ ମନ୍ଦିର । ଆସନ୍ତା ୨୪ ତାରିଖରୁ ଏହି ନିୟକ ଲାଗୁ ହେବ । କରୋନା ପାଇଁ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।

ଭିତରକାଠ ଦର୍ଶନ ବନ୍ଦ ଥିବା ବେଳେ, ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହେବ ତିନୋଟି ଟିମ୍ । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନେଇ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ । ସପ୍ତାହରେ ଦୁଇଦିନ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ଭିତରବେଢ଼ା, ସ୍ୱତନ୍ତ୍ର ବ୍ୟାରିକେଡ, ବଡ଼ଦାଣ୍ଡକୁ ସାନିଟାଇଜ୍ କରାଯିବ ।

ହାଇଦର ଫେରାର ନେଇ CPଙ୍କ ଚାଞ୍ଚଲ୍ୟକର ଖୁଲାସା, ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହେବ ହାଜର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ପୋଲିସ କମିଶନରଙ୍କ ଚାଞ୍ଚଲ୍ୟକର ଖୁଲାସା । ୧୨୦ ଘଣ୍ଟାର ଅପରେସନ ପରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ଏପ୍ରିଲ ୧୦ ତାରିଖରେ ଚକମା ଦେଇ ଖସି ଯାଇଥିଲା ହାଇଦର । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ସେ ଖସି ଯିବାରେ ସଫଳ ହୋଇଥିଲା । ତେବେ ଫେରାର ପରେ ହାଇଦରର ପୁରୁଣା କଣ୍ଟାକ୍ଟକୁ ଟ୍ରେସ କରିଥିଲା ପୋଲିସ । ସବୁ ଦିଗରୁ ଆରମ୍ଭ ହୋଇଥିଲା ତନାଘନା । ତେବେ ଫେରାର ପଛରେ ସହଯୋଗ କରିଥିଲେ ହାଇଦରର ପୁଅ ଓ ସହଯୋଗୀ ।

ହାଇଦର ତେଲେଙ୍ଗାନାରେ ଥିବା ପୋଲିସକୁ ସୂଚନା ମିଳିବା ପରେ ହାଇଦରକୁ ଧରିବା ପାଇଁ ସହଯୋଗ କରିଥିଲା ତେଲେଙ୍ଗାନା ପୋଲିସ । ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନା ଆଇଆଇସି ତେଲେଙ୍ଗାନା ଯାଇଥିଲେ । ମୋଟର ସାଇକେଲରେ ଯିବା ବେଳେ ହାଇଦରକୁ କାବୁ କରାଯାଇଥିଲା । ୧୫ ତାରିଖ ସଂଧ୍ୟା ୬ଟାରେ ବେଳେ ହାଇଦରକୁ ଗିରଫ କରାଯାଇଥଲା । ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡର ହାଇଦରକୁ ଅଣାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା, ହାଇଦରର ପୁଅ ହାଇଦ୍ରାବାଦରେ କାମ କରୁଥିଲା । ଫେରାର ପଛରେ କେଉଁମାନଙ୍କର ହାତ ଥିଲା ସେନେଇ ତଦନ୍ତ କରିବ ପୋଲିସ ।

ହାଇଦରକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ଫେରାର ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହାଇଦର ଗିରଫ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାକୁ ଓଡ଼ିଶା ଅଣାଯାଇଛି । ଭୁବନେଶ୍ବରରେ ପହଞ୍ଚିବା ପରେ କଡ଼ା ସୁରକ୍ଷାରେ କଯକ ନିଆଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଇଦରକୁ କୋର୍ଟରେ ହାଜର କରାଯିବ । ସେ କିଭଳି ଏସସିବିରୁ ଖସିଲା, ଏହା ପଛରେ କାହାର ହାତ ରହିଛି, ଷଡଯନ୍ତ୍ର ହୋଇଥିଲା କି ସେ ନେଇ ପଚରାଉଚରା କରିବ ପୋଲିସ ।