spot_img
Home Blog Page 5757

ରାଜସ୍ଥାନ ରୟାଲ୍ସକୁ ଝଟକା: ଆଇପିଏଲ୍-୧୪ରୁ ବାହାରିଲେ ବେନ୍ ଷ୍ଟୋକ୍ସ

0

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଟିମକୁ ଲାଗିଛି ଏକ ବଡ଼ ଝଟକା । ଟିମର ଷ୍ଟାର ପ୍ଲେୟାର ତଥା ଅଲରାଉଣ୍ଡର ବେନଷ୍ଟୋକ୍ସ ପୂରା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଷ୍ଟୋକ୍ସଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆଇପିଏଲ ୧୪ରୁ ବାହାରିବାକୁ ପଡ଼ିଛି।

ସୂଚନା ମୁତାବ ପଞ୍ଜା ବିପକ୍ଷ ମ୍ୟାଚରେ ଶ୍ଟକ୍ସ ଫିଲ୍ଡିଂ କରୁଥିବାବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା। କ୍ରିସ୍ ଗେଲ୍ ଙ୍କ କ୍ୟାଚ୍ ଧରିବା ସମୟରେ ତାଙ୍କ ହାତରେ ବଲ ବାଜିଥିଲା। ହେଲେ ଏହା ସତ୍ତୱେ ବି ସେ ବ୍ୟାଟିଂ କରିବାକୁ  ଆସିଥିଲେ। ଅବଶ୍ୟ ଖାତା ଖୋଲିବା ପୂର୍ବରୁ ହିଁ ସେ ଆଉଟ ହୋଇଯାଇଥିଲେ।

ତେବେ ଖେଳ ସରିବା ପରେ ତାଙ୍କ ହାତର ଏକ୍ସ୍ରେ କରାଯାଇଥିଲା। ଏଥିରେ ତାଙ୍କ ଆଙ୍ଗୁଠି ଭାଙ୍ଗିଥିବା ଜଣାପଡ଼ିଲା। ଫଳରେ ବାଧ୍ୟରେ ତାଙ୍କୁ ଆଇପିଏଲରୁ ବାହାରିବାକୁ ପଡ଼ିଛି। ଷ୍ଟୋକ୍ସ ରାଜସ୍ଥାନ ରୟାଲ୍ସ ଟିମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ । ତାଙ୍କ ଉପରେ ଟିମ୍ ପ୍ରାସ ସବୁବେଳେ ନିର୍ଭର କରେ । ତେଣୁ ତାଙ୍କର ଦଳ ଛାଡ଼ିବା ଟିମ୍ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ମିଳିଥିବା ସୂଚନା ଅନୁଯାୟୀ ଏବେଦଳ ଷ୍ଟକ୍ସଙ୍କ ବଦଳରେ ଖେଳାଳୀ ଖୋଜିବା ଆରମ୍ଭ କରିଦେଇଛି।

ବାତିଲ୍ ହେଲା ସିବିଏସ୍‌ଇ ପରୀକ୍ଷା: ଜାଣନ୍ତୁ କିଭଳି ପ୍ରକାଶ ପାଇବ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଆସନ୍ତା ୪ ମଇରେ ଆରମ୍ଭ ହେବକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଏଥିସହିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି । ଜୁନ୍ ପହିଲାରେ ସ୍ଥିତି ସମୀକ୍ଷା ପରେ ନୂଆ ସେଡ୍ୟୁଲ ନେଇ ନିଷ୍ପତ୍ତି ନିଆଯିବ । ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବ ନେଇ ସିବିଆଇ ଦ୍ୱାରା ଏକ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରାଯାଇଛି । ଏବଂ ଖୁବଶୀଘ୍ର ବୋର୍ଡ ପକ୍ଷରୁ ଏହି ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯିବ । ଯଦି ଛାତ୍ରଛାତ୍ରୀ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପ୍ରକାଶ କରନ୍ତି ତେବେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ । ସ୍ଥିତି ଠିକ୍ ହେବା ପରେ ଯେଉଁ ପରୀକ୍ଷା କରାଯିବ ସେଥିରେ ମୂଲ୍ୟାୟନ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେଇପାରିବେ ।

            ଗତ ବର୍ଷ କରୋନା କାରଣରୁ ସିବିଏସ୍‌ଇ ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଥିଲା । ଦଶମ ଏବଂ ଦ୍ୱାଦଶ କିଛି ବିଷୟରେ ପରୀକ୍ଷା ହୋଇପାରିନଥିଲା । ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର ମଧ୍ୟ ଅନେକ ବିଷୟରେ ପରୀକ୍ଷା ହୋଇପାରିନଥିଲା । କିନ୍ତୁ ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ହୋଇପାରିନଥିଲା ତାହା ମୁଖ୍ୟ ବିଷୟରେ ଆସୁନଥିବାରୁ ପୁଣି ପରୀକ୍ଷା କରାଯାଇନଥିଲା । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଶେଷ ବ୍ୟାଚ ପରୀକ୍ଷାରେ ମୋଟ ୮୩ଟି ବିଷୟରୁ ମାତ୍ର ୨୩ ମୁଖ୍ୟ ବିଷୟରେ ପରୀକ୍ଷା ହୋଇଥିଲା । ଶେଷ ୫୪ଟି ବିଷୟର ଗ୍ରେଡ୍ ଦ୍ୱରା ମୂଲ୍ୟାଙ୍କନ କରାଯାଇଥିଲା । ଇଣ୍ଟରନାଲ୍ ଆସେସମେଣ୍ଟ, ପ୍ରୋଜେକ୍ଟ ଓ୍ୱାର୍କ ଏବଂ ଆସାଇନମେଣ୍ଟ ଓ୍ୱାର୍କ ଆଧାରରେ ଏହି ପେପର ଗୁଡ଼ିକ ରେଜଲ୍ଟ ପ୍ରକାଶ ପାଇଥିଲା । ସମ୍ଭବତଃ ସିବିଏସ୍‌ଇ ଏହି ବର୍ଷ ଦଶମ ଶ୍ରେଣୀ ରେଜଲ୍ଟ ଇଣ୍ଟନଲ୍ ଆସେସମେଣ୍ଟ, ପ୍ରେଜେକ୍ଟ ଓ୍ୱାର୍କ ଏବଂ ଆସାଇନମେଣ୍ଟ ଓ୍ୱାର୍କ ଆଧାରରେ ଜାରି କରିବ ।

 ଗତ ବର୍ଷ ଦଶମ ଶ୍ରେଣୀରେ ୯୧.୪୫ ପ୍ରତିଶତ ଛାତ୍ର ପାସ୍ ହୋଇଥିଲେ । ମ୍ୟାରିଟ୍ ଲିଷ୍ଟ ଜାରି କରାଯାଇନଥିଲା । କରୋନା ଭୂତାଣୁ କାରଣରୁ ସୃଷ୍ଟି ପରିସ୍ଥିତିକୁ ନଜରରେ ରଖି ବୋର୍ଡ ଦ୍ୱାଦଶ ଏବଂ ଦଶମ ଶ୍ରେଣୀର ଟପର ନାମ ମଧ୍ୟ ଘୋଷଣା କରିନଥିଲା । ଏହା ବ୍ୟତୀତ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ଛାତ୍ରଙ୍କ ଇଣ୍ଟରନାଲ୍ ଆସେସମେଣ୍ଟ ଟେଷ୍ଟ, ପ୍ରଜେକ୍ଟ ଓ୍ୱାର୍କ ଆଧାରରେ ପାସ୍ କରାଯିବ । ସିବିଏସ୍‌ଇ ପୂର୍ବରୁ ଛତିଶଡଗଡ଼ ବୋର୍ଡ, ପଞ୍ଜାବ ବୋର୍ଡ ଏବଂ ଏମ୍‌ପି ବୋର୍ଡ ମଧ୍ୟ କରେନା କାରଣରୁ ପରୀକ୍ଷା ସ୍ଥଗିତ କରିସାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ ପାଇଁ କେନ୍ଦ୍ରର ନିଷ୍ପତି, ବାତିଲ ହେଲା CBSE ବୋର୍ଡ ପରୀକ୍ଷା

ପିପିଲିରେ ରକ୍ତ ଛିଟା, ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ମୃତ !

ଭୁବନେଶ୍ୱର: ପିପିଲିରେ ପୁଣି ରକ୍ତ ଛିଟା । ରାଜନୈତିକ ଅସହିଷ୍ଣୁତାରେ ବଳି ପଡୁଛନ୍ତି ସାଧାରଣ ଜନତା । ଜଣେ ବିଜେଡ଼ି ସମର୍ଥକଙ୍କୁ ରାଜନୈତିକ ଉଦେଶ୍ୟ ନେଇ ହତ୍ୟା କରାଯାଇଥିବା ଅଭିଯୋଗ । ସବୁଠାରୁ ବଡ଼ ଘଟଣା ହେଉଛି ଏହି ହତ୍ୟା ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ରହିଛି ।

ସୂଚନା ମୁତାବକ ଡେଲାଙ୍ଗ ବ୍ଲକର ଜେନାପୁର ପଞ୍ଚାୟତ ଅନ୍ତ୍ରର୍ଗତ ଏକ ଦଳୀତ ସାହିରେ ଘଟିଛି ଏହି ହତ୍ୟା କାଣ୍ଡ । ପାଣ୍ଡବ ବେହେରା ନାମଙ୍କ ଜଣେ ଭୋଟରକୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି । ଭୋଟ ଦେବାକୁ ପ୍ରଲୋଭିତ କରି ବିଜେପି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲା । କିନ୍ତୁ ମୃତ ବ୍ୟକ୍ତି ଜଣଙ୍କ ଏହି ଟଙ୍କାକୁ ଫେରାଇଦେବାରୁ ତାଙ୍କୁ ଆକ୍ରୋଶ ରଖି ହତ୍ୟା କରାଯାଇଛି ।

ପରିବାର ଲୋକଙ୍କ ଏତଲା ମୁତାବକ, ସ୍ଥାନୀୟ ବିଜେପି କର୍ମୀ ପାଣ୍ଡବଙ୍କୁ ଭୋଟ ଦେବାକୁ ପ୍ରଳୋଭିତ କରିଥିଲେ । ଏମିତିକି ତାଙ୍କୁ ୫ ହଜାର ଟଙ୍କା ପ୍ରଦେନ କରିଥିଲେ । କିନ୍ତୁ ପାଣ୍ଡବ ଟଙ୍କା ଫେରସ୍ତ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏକ କାଠ ଫାଳିଆରେ ପାଣ୍ଡବଙ୍କ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପିପିଲି ମେଡିକାଲରେ ଭର୍ତ୍ତିକରିଥିଲେ । ଅବସ୍ଥା ଗୁରୁତ୍ତର ହେବାରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପାଣ୍ଡବଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ପରିବାର ଲୋକ ।

ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସମାଜବାଦୀ ପାର୍ଟି ପ୍ରମୁଖ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ ହୋମ ଆଇଶୋଲେଶନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏଥିସହିତ ଗତ କିଛିଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ନିଜର କରୋନା ପରୀକ୍ଷା କରାଇବା ସହ ସଂଙ୍ଗରେଧରେ ରହିବାକୁ କହିଛନ୍ତି । ଯେଗୀ ଆଇସୋଲେଶନରେ ରହି ମଧ୍ୟ ଭର୍ଚୁଆଲ ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ସୂଚନା ମୁତାବକ ସିଏମ କାର୍ଯ୍ୟାଳୟରେ କିଛି ଲୋକ କରୋନା ସଂକ୍ରମିତ ହୋଇଥିଲେ । ତେବେ ଏହାପରେ ଯୋଗୀ ନିଜକୁ କ୍ୱାରେଣ୍ଟାଇନରେ ରଖିଥଛିଲେ । ଓ ପରେ କୋଭିଡ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇଥିଲେ।

ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ଭାରତୀୟ ଝିଅ ଆକାଂକ୍ଷା ଅରୋରା

ଓ୍ୱାଶିଂଟନ:   ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ଭାରତୀୟ ଝିଅ ଆକାଂକ୍ଷା ଅରୋରା । ଆକାଂକ୍ଷା ଅରୋରା ମିଳିତ ଜାତିସଂଘର ମହାସଚିବ ଦୌଡ଼ରେ ସାମିଲ ହୋଇଛନ୍ତି । ସେ ମିଳିତ ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁତେରସଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇ ସାରିଲେଣି । ୩୪ ବର୍ଷୀୟ ଆକାଂକ୍ଷା ଯୁନାଇଟେଡ୍ ନେସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମର ବା UNDPର ଅଡିଟ୍ କୋର୍ଡିନେଟର ।

୬ ବର୍ଷର ହୋଇଥିବା ବେଳେ ଆକାଂକ୍ଷାଙ୍କ ପରିବାର ହରିୟାଣା ଛାଡ଼ି ସାଉଦି ଆରବ ଚାଲି ଯାଇଥିଲେ । ଆକାଂକ୍ଷା କାନାଡ଼ାର ଟୋରେଣ୍ଟୋ ସ୍ଥିତ ୟୋର୍କ ୟୁନିଭର୍ସିଟିରୁ ସ୍ନାତକ । ପରେ ଆକାଂକ୍ଷା କୋଲମ୍ବିୟା ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଆକାଂକ୍ଷାଙ୍କ ନିକଟରେ ଭାରତର ଓଭରସିଜ୍ ସିଟିଜେନ୍ ଶିପ୍ କାର୍ଡ଼ ରହିଛି । ଅବଶ୍ୟ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକର ସମର୍ଥନ ମିଳିବ କି ନାହିଁ ତାହା କହିବା କଷ୍ଟସାଧ୍ୟ ।

ଆକାଂକ୍ଷା ୟୁଏନ ମହାସଚିବ ପଦ ପାଇଁ ସୋସିଅଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରି ସାରିଛନ୍ତି । ଟ୍ୱିଟରରେ ଏହାକୁ UNOW ନାମ ଦିଆଯାଇଛି । ଏହା ସହିତ ଆକାଂକ୍ଷା ନିଜ ପ୍ରତିଦ୍ୱନ୍ଦୀ ଗୁତରେସଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରି ସାରିଲେଣି । ଗୁତରେସ ମିଳିତ ଜାତିସଂଘରେ ପରିବର୍ତ୍ତନ ଆଣିବାରେ ବିଫଳ ଥିବା ସେ କହିଛନ୍ତି ।

କିନ୍ତୁ ଅରୋରା ମହାସଚିବ ପଦ ପାଇଁ ମନା ବଳାଇବା ପଛରେ ରହିଛି ଏକ କ୍ଷୁଦ୍ର କାହାଣୀ ।

ହଠାତ୍ ଥରେ ରାସ୍ତାରେ ଦୁର୍ଘଟଣାରେ ଶୀକାର ହୋଇ ଆଇସିୟୁରେ ଜୀବନ ମୃତ୍ୟୁ ସହିତ ଲଢୁଥିବା ବେଳେ ଜୀବନରେ ବିରାଟ ବରିବର୍ତ୍ତନ ଆବଶ୍ୟକତା ଥିବା ଅନୁଭବ କରିଥିଲେ ଆକାଂକ୍ଷା । ମୃତ୍ୟୁ ସାମ୍ନାରେ ଜୀବନର ଅର୍ଥ କିଛି ନୁହେଁ ବୋଲି ସେ ବୁଝିଥିଲେ । ଆଉ ଏହା ହିଁ ତାଙ୍କୁ ବିଶ୍ୱବାସୀଙ୍କ ପାଇଁ କିଛି କରିବା ପାଇଁ ପ୍ରେରଣା ଯୋଗାଇଥିଲା । ଯାହାପରେ ସେ ନିଜକୁ ବଦଳାଇବା ଆରମ୍ଭ କଲେ ଏବଂ ୨୦୧୬ରେ ସେ ମିଳିତ ଜାତିସଂଘରେ ଯୋଗ ଦେଲେ । ଦୁଇ ବର୍ଷ ମଧ୍ୟରେ ସେ ବୁଝିବାକୁ ପାଇଲେଯେ, ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗଠନ ହୋଇଥିବା ସଂସ୍ଥା ଠିକ୍ ଭାବରେ କାର୍ଯ୍ୟ ତୁଲାଇବାରେ ବିଫଳ ରହିଛି । ଯାହାପରେ ଏଥିରେ ପରିବର୍ତ୍ତନର ଆଣିବା ପାଇଁ ସେ ଠାଣିନେଲେ ।

ଯଦି ଆକାଂକ୍ଷା ଆଗାମୀ ଭବିଷ୍ୟତରେ ମିଳିତ ଜାତିସଂଘର ମହାସଚିବ ହୁଅନ୍ତି ତେବେ, ସେ କେବଳ ସବୁଠାରୁ କମ୍ ବୟସ୍କ ମହାସଚିବ ନୁହଁନ୍ତି ବରଂ ଏହି ସଙ୍ଗଠନର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ହେବେ

କୋଭିଡ ପାଇଁ କେନ୍ଦ୍ରର ନିଷ୍ପତି, ବାତିଲ ହେଲା CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ସିବିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି ଭାରତ ସରକାର । ଦଶମ ପରୀକ୍ଷା ବାତିଲ କରାଯାଇଥିବାବେଳେ ଦ୍ବାଦଶ ଶ୍ରେଣୀ ପାଇଁ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ସ୍ଥିତି ସୁଧୁରିବୀ ପରେ ଏନେଇ ନିଷ୍ପତି ନିଆଯିବ  । ପରବର୍ତ୍ତୀ ସମୀକ୍ଷା ବୈଠକ ଆସନ୍ତା ଜୁନ ୧ ତାରିଖରେ ବସିବ  । ତଦନୁଯାୟୀ ପରୀକ୍ଷା ହେବା ନେଇ କେନ୍ଦ୍ର ସରକାର ନିଷ୍ପତି ନେବେ ବୋଲି ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କ  ।

ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ବୋର୍ଡ୍ ପରିକ୍ଷାକୁ ବାତିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ ୧ ତାରିଖରେ ପୁନର୍ବାର ସମୀକ୍ଷା ବୈଠକ ବସିବ । ବୈଠକରେ ନିଷ୍ପତି ମୁତାବକ ପରୀକ୍ଷା ହେବା, ନହେବା ନେଇ ଜଣାଇ ଦିଆଯିବ ବୋଲି କୁହାଯାଇଛି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେବେ ମଧ୍ୟ ତାରିଖ ଘୋଷଣା କରାଯିବ ପରୀକ୍ଷାର ୧୫ ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମେ ୪ତାରିଖରୁ ୧୪ ପର୍ଯ୍ୟନ୍ତ ସିବିଏସଇର ଦଶମ ଶ୍ରେଣୀ ପରିକ୍ଷା ହେବାର ଥିଲା । ପରିକ୍ଷା ନକରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା । ବୈଠକରେ ପରୀକ୍ଷା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ପାର କରିଛି । ଯେଉଁଥିପାଇଁ ମଧ୍ୟପ୍ରଦେଶ ଭଳି ରାଜ୍ୟ ଦଶମ ଶ୍ରେଣୀ ପରିକ୍ଷାକୁ ବାତିଲ କରିଦେଇଥିଲା ।

RCB vs SRH IPL 2021: ଆରସିବିକୁ ଲଗାତାର ୨ଟି ବିଜୟ ଦେଇପାରିବେ କି କୋହଲି, ନା ୱାରନର୍ ମାରିବେ ବାଜି?

0

ଚେନ୍ନାଇ: ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚ୍ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସମସ୍ତ ଦଳ ନିଜ ନିଜର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିସାରିଥିବାବେଳେ, ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ କି ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି । ତେବେ ଆଜି ବିରାଟ ବାହିନୀ ତଥା ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ଓ ଡେଭିଡ୍ ୱାରନରଙ୍କ ଟିମ୍ ସନ ରାଇଜର୍ସ ହାଇଦ୍ରାବାଦ ଖେଳିବେ ନିଜର ଦ୍ୱିତାୟ ମ୍ୟାଚ୍ ।

ଆରସିବି ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ହାସଲ କରିଛି । ଅନ୍ୟପଟେ ହାଇଦ୍ରାବାଦକୁ କିନ୍ତୁ କୋଲକାତା ନାଇଟରାଇଡର୍ସ ପ୍ରଥମ ମ୍ୟାଚରେ ହରାଇ ଦେଇଛି। ତେବେ ଆରସିବି କ୍ୟାପ୍ଟେନ ବିରାଟ କୋହଲି ଆଜି ବି ନିଜର ବିଜୟ ଧାରା ବଜାୟ ରଖିବାର ଚ୍ୟାଲେଞ୍ଜ ନେଇ ମଇଦାନକୁ ଓହ୍ଲାଇବେ।

କ’ଣ କହୁଛି ରେକର୍ଡ଼: ଆଇପିଏଲ ରେକର୍ଡ଼ କଥା କହିଲେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨୦୧୩ ରୁ ୨୦୨୦ ଭିତରେ ୧୭ ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ ୧୦ଟି ମ୍ୟାଚ୍ ଏସଆରଏଚ୍ ଜିତିଥିବାବେଳେ ୭ଟି ମ୍ୟାଚି ଜିତିଛି ଆରସିବି । ତେବେ ଏହା ମଧ୍ୟରେ ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା। ଯାହାପରେ ସୁପର ଓଭର ହୋଇଥିଲା ଓ ଏହାକୁ ସନରାଇଜର୍ସ ହାଇଦ୍ରାବାଦ ଜିତିଥିଲା।

ଫେରିବେ ଆରସିବିର ଷ୍ଟାର ଖେଳାଳୀ ପାଡ଼ିକ୍କଲ: ଆରସିବିର ଓପନର ଦେବଦତେତ ପାଡ଼ିକ୍କଲ କରୋନା ସଂକ୍ରମିତ ଥିବାରୁ ଗତ ମ୍ୟାଚରେ ଖେଳି ପାରି ନଥିଲେ । ତେବେ ତାଙ୍କର ଆଇଶୋଲେଶନ ଅବଦ୍ଧି ଶେଷ ହୋଇଛି ଏବଂ ସେ ସୁସ୍ଥ ହୋଇସାରିଛନ୍ତି । ଏବଂ ସେ ଏହି ମ୍ୟାଚରେ ଖେଳିପାରନ୍ତି। ଯାହାକି ଆରସିବିକୁ ଆହୁରି ମଜଭୁତ କରିଦେବ। ଆଉ ଯଦି ବି ସେ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର ଓପନିଂ କରିବେ ।

ଜାମ୍ପାଙ୍କୁ ମିଳିପାରେ ସୁଯୋଗ: ଆଗାମୀ ମ୍ୟାଚରେ ଆରସିବି ମହମ୍ମଦ ଅଜହରୁଦ୍ଦିନ ଏବଂ ଅଷ୍ଟ୍ରେଲୀୟାନ୍ ଲେଗ ସ୍ପିନର ଆଡମ ଜାମ୍ପାଙ୍କୁ ଖେଳାଇପାରନ୍ତି। ଆରସିବି ପାଇଁ ବ୍ୟାଟିଂର ଦାୱିତ୍ୱ ଏବି ଡିଭିଲିୟର୍ସ ଏବଂ କୋହଲିଙ୍କ ଉପରେ ରହିବ, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ତାଙ୍କ ମୂଲ୍ୟ ପ୍ରମାଣ କରିବାକୁ ଚାହିଁବେ।

ବେୟାରଷ୍ଟାଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି ୱାରନର: ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଦୁଇ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଏବଂ ୱାର୍ଣ୍ଣର କେକେଆର୍ ବିପକ୍ଷରେ ଫେଲ୍ ମାରିଲେ। ତେବେ ଏଥିର ସେମାନେ ନହିତା ଭାବେ ଭଲ କମବ୍ୟାକ୍ କରିବବାକୁ ଚେଷ୍ଚା କରିବେ । ତେବେ ଏଥର ୱାର୍ଣ୍ଣରଙ୍କ ସହ ଜନି ବେୟାରଷ୍ଟୋ ମଧ୍ୟ ଇନିଂସ ଆରମ୍ଭ କରିପାରନ୍ତି । ଗତ ମ୍ୟାଚରେ ବେୟାରଷ୍ଟୋ ପ୍ରଥମ ମ୍ୟାଚରେ ଅର୍ଦ୍ଧ ଶତକ ମାରିଥିଲେ। ହେଲେ ମନିଷ ପାଣ୍ଡେ ୪୪ ବଲରେ ୬୧ ରନ କରିଥିଲେ । ଅନ୍ୟପଟେ ପୂର୍ବ ସିଜିଗୁଡ଼ିକରେ ୱାରନର ଓ ବେୟାରଷ୍ଟାଙ୍କ ପାର୍ଟନରଶିପ ବହୁତ ଭଲ ପ୍ରଦର୍ଶନ କରିଛି। ଉଭୟଙ୍କ ପାର୍ଟନରଶିପରେ ବହୁତ ସେଞ୍ଚୁରୀ ବି ହୋଇଛି।

ତେବେ ଏହି ମ୍ୟାଚରେ କେନ୍ ୱିଲିୟମ୍ସନ୍ ଖେଳିବା ମଧ୍ୟ ସମ୍ଭବ ନୁହେଁ, କାରଣ କୋଚ୍ ଟ୍ରେଭର୍ ବେଲିସ୍ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆହୁରି ସମୟ ଦରକାର।

ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ସନ ରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପ୍ଟେନ), ମନୀଷ ପାଣ୍ଡେ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଅବଦୁଲ ସମଦ, ବିଜୟ ଶଙ୍କର, ମହମ୍ମଦ ନବୀ, ରସିଦ ଖାନ, ଭୁବନେଶ୍ୱର କୁମାର, ଟି ନଟରାଜନ୍, ସନ୍ଦୀପ ଶର୍ମା ।

ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର: ବିରାଟ କୋହଲି (କ୍ୟାପ୍ଟେନ), ଏବି ଡି ଭିଲିୟର୍ସ, ଦେବଦତ୍ତ ପାଡ଼ିକ୍କଲ, ଗ୍ଲେନ ମ୍ୟାକ୍ସୱେଲ୍, ଡାନିଏଲ ଖ୍ରୀଷ୍ଟିଆନ, ୱାଶିଂଟନ ସୁନ୍ଦର, କାଇଲ ଜାମିସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, ଶହବାଜ ଅହମ୍ମଦ।

ବଢୁଛି ସଂକ୍ରମଣ, ବଢିଲା ବେଡ ସଂଖ୍ୟା

ଭୁବନେଶ୍ୱର: ମାଡି ଚାଲିଛି ସଂକ୍ରମଣ, ଗଡି ଚାଲିଛି ସଂଖ୍ୟା । ଦୈନିକ କୋଭିଡ ସଂଖ୍ୟା ୨ ହଜାର ପାର କଲାଣି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଆଜିଠାରୁ କୋଭିଡ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇଛି । ସମ୍‌ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି ।

ସେହିପରି ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଆଇସିୟୁ ସହ ମୋଟ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେଉଛି । ଏହାସହ ଗତବର୍ଷ ବିଏମସି ଦ୍ଵାରା ଅନୁବନ୍ଧିତ ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକ ସହ ଆଲୋଚନା ଓ ଯୋଗାଯୋଗ କରାଯାଇଛି ।

ଆବଶ୍ୟକ ହେଲେ ପର୍ଯ୍ୟାୟ କ୍ରମେ ଅଧିକ ବେଡ୍ ଖୋଲାଯିବ ବୋଲି କହିଛନ୍ତି ବିଏମସି କମିଶନର। ଏହାସହ ପଣା ସଂକ୍ରାନ୍ତି ଏବଂ ମୁସଲମାନ ସଂମ୍ପ୍ରଦାୟଙ୍କ ପର୍ବ ରମଜାନ ପାଇଁ ବିଏମସି ପକ୍ଷରୁ ଏସଓପି ଜାରି । କେବଳ ଧର୍ମାନୁଷ୍ଠାନ ଗୁଡିକରେ ବିଧି ରକ୍ଷା ମୁତାବକ ପୂଜାର୍ଚ୍ଚନା କରିବାକୁ ଅନୁମତି ରହିଛି ।

‘ମୋଦିଙ୍କ ମନ୍ତବ୍ୟ ମିଥ୍ୟା ପ୍ରମାଣିତ ହେଲେ, କାନ ଧରି ବସ ଉଠ କରିବି’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ସରି ଆସୁଛି, କିନ୍ତୁ ମାହୋଲ ଗରମ ହେବାରେ ଲାଗିଛି  । ଆରୋପ-ପ୍ରତ୍ୟାରୋପର ରାଜନୀତି ସରଗରମ ହୋଇଛି  । କହିବାକୁ ଗଲେ ପଶ୍ଚିମବଙ୍ଗର ପାରଦ ଶୀର୍ଷରେ ପହଁଚିଛି ।   ନିର୍ବାଚନ କମିଶନଙ୍କ ୨୪ ଘଣ୍ଟିଆ ପ୍ରଚାର ବ୍ୟାନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଗର୍ଜିଛନ୍ତି  । ରାତି ୮ ପରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶୋଦଗାର କରିଛନ୍ତି ମମତା। କହିଛନ୍ତି ମୋଦି ଜଣେ ମିଛୁଆ, ପ୍ରଧାନମନ୍ତ୍ରୀ ମିଛୁଆ ତେଣୁ ମିଛ କେବେ ମଧ୍ୟ ଗ୍ରହଣୀୟ ନୁହେଁ  । କେବଳ ମିଛୁ କହି ପଶ୍ଚିମବଙ୍ଗ ଜନତାଙ୍କୁ ଭୁଆଁ ବୁଲାଉଁଛନ୍ତି  ।

ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷ୍ଣାନଗରର ଏକ ନିର୍ବାଚନୀ ସଭାରେ ମିଥ୍ୟାର ଶେଷ ସୀମା ପାର କରିଛନ୍ତି ।  ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ପଶ୍ଚିମବଙ୍ଗ ସରକାର ମତୁଆ ସମ୍ପ୍ରଦାୟ ପାଇଁ କିଛି କରିନାହାଁନ୍ତି  । ମତୁଆ ମାନଙ୍କ ବିକାଶ ପାଇଁ ମମତା ସରକାର ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି  । ମୁଁ ସାର୍ବଜନୀକ ଭାବେ ଘୋଷଣା କରୁଛି ମୋଦି ଲଗାଇଥିବା ଆରୋପ ଯଦି ସତ୍ୟ ପ୍ରମାଣିତ ହୁଏ , ତେବେ ମୁଁ ରାଜନୀତିରୁ ସନ୍ୟାଶ ନେବି  । ତେବେ ମୋଦି ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ କାନ ଧରି ବସିଉଠ କରାଇବି ବୋଲି କହିଛନ୍ତି ମମତା ବାନାର୍ଜୀ  ।

ସେପଟେ ଜଣେ ଟିଏମସି ନେତା କହିଛନ୍ତି, ମମତା ବାନାର୍ଜୀଙ୍କ ପ୍ରତି ରାଜ୍ୟବାସୀଙ୍କ ସମର୍ଥନ ରହିଛି । ସମସ୍ତ ସମ୍ପ୍ରଦାୟକୁ ଭୋଟ ମାଗିବାରେ ଦିଦିଙ୍କ ଭୁଲ କଣ ? ଦିଦିଙ୍କ ପ୍ରତି ହିନ୍ଦୁ, ମୁସଲିମ, ଶେଖ, ଖ୍ରୀଷ୍ଟିଆନ ଭୋଟରଙ୍କ ସମର୍ଥନ ରହିଛି  । ବିଜେପି ଜାଣିଛି ସେ ଏଠାରେ ସରକାର ଗଢିବାରେ ସମର୍ଥ ହେଉନାହିଁ  । ତେଣୁ ଭୋକ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ଏଠାରେ ସମସ୍ତ ସରକାରୀ କଳକୁ ନିୟୋଜିତ କରିଥିବା ଅଭିଯୋଗ ଆଣିଛନ୍ତି ଟିଏମସି ନେତା  ।

ମହାକୁମ୍ଭରେ ଫୁଟିଲା କରୋନା ବମ୍‌, ୧୦୦ ଶ୍ରଦ୍ଧାଳୁଙ୍କ ସମେତ ୨୦ ସନ୍ଥ ପଜିଟିଭ୍ ‌ଚିହ୍ନଟ

ହରିଦ୍ୱାର:  ଧର୍ମନଗରୀ ହରିଦ୍ୱାରରେ ଆୟୋଜିତ ମହାକୁମ୍ଭରେ କରୋନା ସଂକ୍ରମଣ ସଂଖ୍ୟା ସମସ୍ତଙ୍କ ହୋଶ୍‌ ଉଡ଼ାଇ ଦେଇଛି । ସୂଚନାଯୋଗ୍ୟ ମହାକୁମ୍ଭରେ ସାମିଲ ହୋଇଥିବା ୧୦୦ ଜଣ ତୀର୍ଥଯାତ୍ରୀ ଏବଂ ୨୦ ଜଣ ସାଧୁସନ୍ଥ କୋଭିଡ୍‌ପଜିଟିଭ୍‌ଚିହ୍ନଟ ହୋଇଛନ୍ତି । ତେବେ ଏହି ଆକଳନ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଏହା ପଛର ଏକମାତ୍ର କାରଣ ହେଉଛି ୧୨ ସ ୧୩ ଅପ୍ରେଲରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ କରିବା ପାଇଁ ହରିଦ୍ୱାର କୁମ୍ଭରେ ପହଞ୍ଚିଥିଲେ । ଏଭଳି ସ୍ଥିତିରେ କରୋନା ସ୍ପ୍ରେଡ୍‌ଆଶଙ୍କା ଖୁବ୍‌ବଢିଯାଇଛି । ଗତ ରବିବାର ୧୦୨ ଜଣ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିବ ପରେ ଏବେ ନୂଆ ଆକଳନ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ କରୋନା ସଂକ୍ରମଣ ବୃଦ୍ଧି ଉତ୍ତରାଖଣ୍ଡ ସମେତ ସାରା ଦେଶରେ ଦେଖିବାକୁ ମିଳିଛି । କିନ୍ତୁ ହରିଦ୍ୱାର ମହାକୁମ୍ଭରେ ଏହାର ପ୍ରଭାବ ବରାବର ରହିଛି । କାରଣ ମାସ୍କ, ସାମାଜିକ ଦୂରତା ଏବଂ କରୋନା ନିୟମକୁ ଭୁଲି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ମହାକୁମ୍ଭରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ଏହି ସମୟରେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଥର୍ମାଲ ସ୍କ୍ରିନିଂ ଏବଂ ମାସ୍କର ନିୟମ ପାଳନ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ୁଛି । କେତେକ ସ୍ଥାନରେ ପ୍ରଣାସନ ଅସଫଳ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ମହାକୁମ୍ଭରେ ସ୍ନାନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପାଳନ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ୱତ ।

କୁମ୍ଭ ମେଳା ପୋଲିସ ନିୟନ୍ତ୍ରଣ କକ୍ଷ ଅନୁସାରେ ଗି ସୋମବାର ସ୍ନାନରେ ୩୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ରବିବାର ରାତି ୧୧ଟା ୩୦ରୁ ଆରମ୍ଭ କରି ସୋମବାର ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୧୮ ହଜାର ୧୬୯ ଜଣ ଶ୍ରଦ୍ଧାଳୁଙ୍କ କରୋନା ପରୀକ୍ଷା ହୋଇଥିଲା । ଯେଉଁଥିରୁ ୧୦୨ ଜଣ ପଜିଟିଭ୍‌ଚିହ୍ନଟ ହୋଇଛନ୍ତି । କିନ୍ତୁ କିଛି ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଯଦିଓ ୟୁପି ଏବଂ ଉତ୍ତରାଖଣ୍ଡ ସୀମାରେ କରୋନା ନେଗେଟିଭ୍‌ରିପୋର୍ଟ ଚେକିଂ ହେଉଥିଲା, କିନ୍ତୁ ମେଳାରେ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିଲା ।