spot_img
Home Blog Page 5758

ଅଖିଳେଶ ଯାଦବଙ୍କୁ କରୋନା, ରିପୋର୍ଟ ଆସିବା ପରେ ଆଇସୋଲେସନରେ ସପା ପ୍ରମୁଖ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କୁ କରୋନା । ଆଜି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । କରୋନା ସଂକ୍ରମିତ ହେବା ପରେ ଅଖିଳେଶ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ଏବଂ ରିପୋର୍ଟ ଆସିବା ପରେ ଆଇସୋଲେସନରେ ରହିଛନ୍ତି ଅଖିଳେଶ ଯାଦବ ।

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କର କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସେ ଟ୍ବିଟର ଜରିଆରେ ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ତାଙ୍କ ସହ ସଂଶ୍ଲିଷ୍ଟ ଥିବା ବ୍ୟକ୍ତି ନିଜେ ମଧ୍ୟକରୋନା ଟେଷ୍ଟ କରିବା ସହ ସଙ୍ଗରୋଧରେ ରହିବାକୁ କହିଛନ୍ତି ସପା ପ୍ରମୁଖ ।

ବେକାବୁ କରୋନା, ଗୋଟିଏ ଦିନରେ ଲକ୍ଷେ ୮୪ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଲକ୍ଷେ ୮୪ହଜାର ୩୭୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୨୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିନକରେ ୮୨ହଜାର ୩୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜିର ସଂକ୍ରମିତ ପରେ ଦେଶରେ ମୋଟ୍ କରୋନା କେସ୍ ୧୩ଲକ୍ଷ ୬୫ହଜାର ୭୦୪ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ଲକ୍ଷେ ୭୨ହଜାର ୮୫ରେ ପହଞ୍ଚିଛି । ସେପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା କାରଣରୁ ରାଜ୍ୟରେ ଆଜି ଠାରୁ ୧୫ ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ।

ସମ୍ବଲପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ସମ୍ବଲପୁର: ଭୀମସାରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର | ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିର ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ରହିବ | ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି ।

ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବେଡ ରହିବ । ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ କାର୍ଯ୍ୟ କରିବ । ଏହା ସହ ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ଯୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ |

ନୂଆ ବର୍ଷରେ ଖୁସି ଦେଲା ମେଘା, ୩ ଶାବକଙ୍କୁ ଜନ୍ମଦେଲା ବାଘୁଣୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୩ନୂଆ ଅତିଥି । ବାଘୁଣୀ ମେଘା ୩ଟି ଶାବକକୁ ଜନ୍ମ ଦେଇଛି । ବିଳମ୍ବିତ ରାତିରେ ମେଘା ତିନୋଟି ଶାବକକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି । ସେପଟେ ନନ୍ଦନକାନକୁ ଆସିଥିବା ଏହି ବାଘ ଶାବକଙ୍କୁ ନେଇ ପ୍ରାଣି ଉଦ୍ୟାନରେ ଖୁସି ଦେଖାଦେଇଛି ।

ମହାବଳ ବାଘ ନନ୍ଦନର ଦ୍ୱିତୀୟ ପାଳିରେ ନନ୍ଦନ ଓ ବାଘୁଣୀ ମେଘା ସହିତ ମିଳନ ହୋଇଥିଲା । ମେଘାର ଔରସରୁ ବିଳମ୍ବିତ ରାତିରେ 3-ଶାବକ ଜନ୍ମ ନେଇଛନ୍ତି । ଉଭୟ ମା ଓ ଛୁଆ ବର୍ତ୍ତମାନ ସୁସ୍ଥ ଥିବା ପ୍ରାଣି ଉଦ୍ୟାନ ପକ୍ଷରୁ କୁହାଯାଇଛି ।

ସିସିଟିଭି ମାଧ୍ୟ୍ୟମରେ ଶାବକଙ୍କ ଉପରେ ନଜର ରଖାଯାଇଛି । ବାଘୁଣୀ ମେଘାର ଏହି ଉପହାର ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପନିର୍ଦେଶକ ବିମଲ ଆଚାର୍ଯ୍ୟ ।

ରାଜ୍ୟରେ ଦୈନିକ ସଂକ୍ରମଣ ଟପିଲା ୨ହଜାର

ଭୁବନେଶ୍ୱର: ହଜାର ନୁହେଁ ଏବେ ଦୁଇ ହଜାର ଟପିଛି କୋଭିଡ ମାମଲା । ଆଜି ରାଜ୍ୟରୁ ଦୈନିକ ସଂକ୍ରମଣ ୨ହଜାର ଚିହ୍ନଟ ହୋଇଛନ୍ତି । ଦିନକରେ ୨୯ଜିଲ୍ଲା ଓ ଷ୍ଟେଟପୁଲରୁ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରୁ ୧୩୧୪, ଲୋକାଲ କେସ୍ ୯୫୩ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮, ଖୋର୍ଦ୍ଧାରୁ ୩୪୮, ବରଗଡ଼ ଓ ସମ୍ବଲପୁରରୁ ୧୨୦ ଲେଖାଏଁ, କଟକରୁ ୧୧୭, ନବରଙ୍ଗପୁର ଓ ନୂଆପଡାରୁ ୧୦୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୯୩, ଷ୍ଟେଟପୁଲରୁ ୮୧, ଗଞ୍ଜାମ ଓ ପୁରୀରୁ ୭୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬୭, ମୟୂରଭଞ୍ଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝର ଓ ଝାରସୁଗୁଡାରୁ ୫୫, ଯାଯପୁରରୁ ୫୨, ଅନୁଗୁଳରୁ ୪୮, ଗଜପତିରୁ ୩୧, କଳାହାଣ୍ଡିରୁ ୩୪,ଭଦ୍ରକରୁ ୨୮, ରାୟଗଡ଼ାରୁ ୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୧୯,ସୋନପୁରରୁ ୧୬, ଦେଓଗଡ଼, କନ୍ଧମାଳ, କୋରାପୁଟ ଓ କେନ୍ଦ୍ରାପଡାରୁ ୧୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୫, ମାଲକାନଗିରିରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ୩କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୯୩୩ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫୫ହଜାର ୩୫୩ ଥିବା ବେଳେ ଆକ୍ଟିଭ କେସ୍ ୧୨ହଜାର ୨୪୪ ଅଛି । କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୪୧ହଜାର ୧୨୩ ।

ମହାରାଷ୍ଟ୍ରରେ କର୍ଫ୍ୟୁ, ଆଜି ଠୁ ଲାଗିବ ଧାରା୧୪୪

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେବ କର୍ଫ୍ୟୁ । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହେବ ୧୪୪ ଧାରା । ରାତି ୮ଟାରୁ କୋଭିଡ କଟକଣା କଡ଼ାକଡ଼ି ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ଠାରୁ ୧୪୪ ଧାରା ବଳବତ୍ତର ହେବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସରକାର । ଲକଡାଉନ ହେବନି କିନ୍ତୁ ଲକଡାଉନ ଭଳି କଟକଣା ଲାଗିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମହାରାଷ୍ଟ୍ରରେ କଟକଣା ଲଗାଯାଉଛି । ଏହି ସମୟରେ ଅତ୍ୟାବଶକୀୟ ସାମଗ୍ରୀ ଛାଡି ଆଉ ସବୁ ସେବା ବନ୍ଦ ରହିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଥିବା ବେଳେ ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ଅସୁବିଧାରେ ପଡୁଥିବା ଶ୍ରମିକ ଶ୍ରେଣୀର ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ୧୨ ଲକ୍ଷ ଶ୍ରମିକଙ୍କୁ ୧୫୦୦ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଦିବାସୀଙ୍କୁ ୨ ହଜାର ଟଙ୍କା ଲେଖାଁଏ ସହାୟତା ଦିଆଯିବ । କୋଭିଡ ଜନିତ ସମସ୍ୟା ପାଇଁ ସରକାର ଏଥର ୩ ହଜାର ୩ ଶହ କୋଟି ଟଙ୍କାର ପ୍ୟାକେଜ ରଖିଛନ୍ତି ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି ।

ଓଡ଼ିଆ ନବବର୍ଷରେ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହାବିଷୁବ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ । ଆଜିଠାରୁ ଆରମ୍ଭ ହୋଇଥାଏ ଓଡ଼ିଆ ପଞ୍ଜିକା । ସଂକ୍ରାନ୍ତି ଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡିଆ ପରମ୍ପରାର ଏହି ଦିନକୁ ପ୍ରଟିତି ଓଡ଼ିଆ ପାଳନ କରିଥାଏ ଏବଂ ଯେହେତୁ ଆଜି ଠାରୁ ଓଡିଆ ପଞ୍ଜିକା ଆରମ୍ଭ ହୋଇଥାଏ ତେଣୁ ଏହି ଦିନକୁ ଓଡିଆ ନବବର୍ଷ ବୋଲି ମଧ୍ୟ ପାଳନ କରାଯାଇଥାଏ ।

ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଛା ବାର୍ତ୍ତା ଜଣାଇଛନ୍ତି । ଟ୍ବିଟର ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଓଡ଼ିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ପ୍ରତିଟି ଓଡିଆଙ୍କୁ ମୋର ଶୁଭେଛା । ସଭିଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ଶୁଭେଛା ବାର୍ତ୍ତା ଜାରି କରିଛନ୍ତି  । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ସଭିଙ୍କ ଉପରେ ରହିଥାଉ ବୋଲି ଟ୍ବିଟର ମାଧ୍ୟମରେ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଶୁଭେଛା ଜଣାଇବା ସହ ଶୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି। ପୋଲିସ ଡିଜି ଅଭୟ ମଧ୍ୟ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷରେ ଉପଲକ୍ଷେ ଶୁଭେଛା ଜଣାଇଛନ୍ତି ।

ମହାବିଷୁବ ପଣା ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ

ବ୍ୟୁରୋ: ମହାବିଷୁବ ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ । ସାଧାରଣତଃ ବୈଶାଖ ୧ ଅର୍ଥାତ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭରେ ପଡିଥାଏ । ଓଡିଆ ପରମ୍ପରାରେ ଏହି ଦିନକୁ ପ୍ରଟିତି ଓଡ଼ିଆ ପାଳନ କରିଥାଏ । ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।

ଭଗବାନ ହନୁମାନଙ୍କ ଜନ୍ମଦିନ ଅର୍ଥାତ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଅଞ୍ଜାନେରୀ ପର୍ବତରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଅଞ୍ଜନା ଜଣେ ଅପ୍ସରା ଯିଏ ଅଭିଶାପ ହେତୁ ପୃଥିବୀରେ ଜନ୍ମ ହୋଇଥିଲେ । ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ସେ ଏହି ଅଭିଶାପରୁ ମୁକ୍ତି ପାଇଲେ । ବାଲ୍ମିକୀ ରାମାୟଣରେ କହିଛନ୍ତି ଯେ, ତାଙ୍କ ପିତା କେଶରୀ ବୃହସ୍ପତିଙ୍କ ପୁତ୍ର, ସେ ସୁମେରୁ ନାମକ ଏକ ସ୍ଥାନର ରାଜା ଥିଲେ। ଅଞ୍ଜନା ଏକ ସନ୍ତାନ ପାଇବା ପାଇଁ ରୁଦ୍ରଙ୍କୁ ଦୀର୍ଘ ୧୨ ବର୍ଷ ଧରି ପ୍ରବଳ ପ୍ରାର୍ଥନା କରିଥିଲେ । ସେମାନଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ରୁଦ୍ର ସେମାନଙ୍କୁ ଖୋଜୁଥିବା ପୁଅକୁ ଦେଲେ। ଅନ୍ୟ ଏକ ବ୍ୟାଖ୍ୟାରେ ହନୁମାନ ହେଉଛି ରୁଦ୍ରଙ୍କ ଅବତାର ବା ପ୍ରତିଫଳନ ।

ହନୁମାନ ଜୟନ୍ତୀ ଏକ ହିନ୍ଦୁ ଧାର୍ମିକ ପର୍ବ । ଏହି ଦିନ ମୁଖ୍ୟତଃ ଭାରତ ଏବଂ ନେପାଳରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଦ୍ୱାରା ପୂଜିତ ହିନ୍ଦୁ ଭଗବାନ ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଏହି ପର୍ବ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ ।] ଭାରତର ଅଧିକାଂଶ ରାଜ୍ୟରେ ଚୈତ୍ର ପୂର୍ଣ୍ଣମୀରେ କିମ୍ବା ବୈଶାଖ ମାସରେ ଏହି ପର୍ବ ପାଳନ କରାଯାଏ । ମନ୍ଦ ବିରୁଦ୍ଧରେ ବିଜୟ ହାସଲ କରିବା ଏବଂ ସୁରକ୍ଷା ଦେବାର କ୍ଷମତା ସହିତ ହନୁମାନଙ୍କୁ ଦେବତା ଭାବରେ ପୂଜା କରାଯାଏ ।

କେକେଆରକୁ ୧୦ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ: କୋଲକାତାର ବିଜୟ ଧାରାରେ ବ୍ରେକ୍ ଲଗାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲର ପଞ୍ଚମ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ୱିକେଟରେ ଜିତି ନେଇଛି । ପ୍ରଥମେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ସର୍ବାଧିକ ୫୬ ରନ୍ ବଳରେ ସମସ୍ତ ୱିକେଟ୍ ହରାଇ ୧୫୨ ରନ୍ କରିବାରେ ସମର୍ଥ ହୋଇଥିଲା । ଦଳର ଅଧିନାୟକ ରୋହିତ ଶର୍ମା ୩୨ ବଲରେ ୪୩ ରନର ଇନିଂସ ଖେଳିଥିଲେ ।

Mumbai Indians Beat KKR By 10 Runs IPL 2021

ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା କୋଲକାତା ନାଇଟ୍ ରାଇଡର୍ସ ୮.୫ ଓଭରରେ ୭୨ ରନରେ ପ୍ରଥମ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ନୀତିଶ ରାଣା ୪୭ ବଲରେ ୫୭ ରନର ପାଳି ଖେଳିଥିଲେ । ସୁବମନ ଗିଲ୍ ୨୪ ବଲରେ ୩୩ ରନ୍ କରିଥିବା ବେଳେ ଅନ୍ୟ କେହି ଖେଳାଳି ୨ ଅଙ୍କ ରନ୍ କରି ପାରି ନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୭ଟି ୱିକେଟ୍ ହରାଇ ୧୪୨ ରନ୍ କରିବାରେ ସକ୍ଷମ ହୋଇଥିଲା ।

 Mumbai Indians Beat KKR By 10 Runs IPL 2021 (2)

ମୁମ୍ବାଇ ପକ୍ଷରୁ ରୁସେଲ୍ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ କୋଲକାତା ପକ୍ଷରୁ ରାହୁଲ ଚହର ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଚଳିତ ସିଜିନରେ କୋଲକାତା ହାଇଦ୍ରାବାଦ ଠାରୁ ୧୦ ରନରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ମୁମ୍ବାଇ କୋଲକାତା ଠାରୁ ୧୦ ରନରେ ମ୍ୟାଚ୍ ଜିତି ନେଇଛି । ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ କୋଲକାତା ପଞ୍ଚମ ସ୍ଥାନରେ ରହିଛି ।

ଏଥିସହ ପଢ଼ନ୍ତୁ- ହାଇଦ୍ରାବାଦ ଉପରେ ଭାରି ପଡ଼ିଲେ ନୀତିଶ. କେକେଆର୍ ୧୦ ରନରେ ବିଜୟୀ

ମହାରାଷ୍ଟ୍ରରେ କାଲିଠୁ ମେ’ ୧ ଯାଏ ଲକଡାଉନ୍ ଭଳି କଟକଣା

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି କରୋନାର ପ୍ରକୋପ । କରୋନାର ବେକାବୁ ଗତିକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ବ୍ରେଦ୍ ଦି ଚେନ୍’ ଅଭିଯାନ ଘୋଷଣା କରିଛନ୍ତି । ଅଭିଯାନ ଅନୁସାରେ ରାଜ୍ୟରେ ୧୫ ଦିନ ଧରି କର୍ଫ୍ୟୁ ଭଳି କଡ଼ା କଟକଣା ଲାଗୁ ହେବ । ୧୪ ଏପ୍ରିଲରୁ ୧୫ ଦିନ ଯାଏ ରାତି ୮ଟାରୁ ସକାଳ ୭ଟା ଯାଏ ୧୪୪ ଧାରା ଲାଗୁ ରହିବ ।

ଉଦ୍ଧବ ଠାକରେ କହିଛନ୍ତି- ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଆଜି ଚାରୁଆଡ଼ୁ ଆମ ଉପରେ ଚାପ ସୃଷ୍ଟି ହୋଇଛି । ଅକ୍ସିଜେନ୍ କମ୍ ରହିଛି । କେବେ ଯାଏ ଆମେ କେବଳ ଆଲୋଚନା କରିବା । ଏବେର ସମୟ ଗୋଟିଏ ଥର ଆମ ହାତରୁ ଖସିଗଲେ ବହୁତ ଅସୁବିଧା ସୃଷ୍ଟି ହେବ । ଆମକୁ ଟିକାକରଣକୁ ବ୍ୟାପକ କରିବାକୁ ହେବ । ହୁଏତ ଆମେ ଟିକାକରଣ ସାରି ପାରିବା ନାହିଁ ତଥାପି କରୋନାର ଲହରକୁ କମ୍ କରିପାରିବା । ଆମେ ଏବେ ଯାଏ ଲହରର ଶିଖରରେ ପହିଞ୍ଚିଛେ କି ନାହିଁ ଜଣାନାହିଁ ।

No Lockdown Maharashtra Curfew For 15 Days From 8PM On April 14

ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ହୋଇଛି । କୌଣସି ବ୍ୟକ୍ତି ଆବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁକିଛି ୧୫ ଦିନ ଲାଗି ବନ୍ଦ ରହିବ । ଲୋକାଲ୍ ଟ୍ରେନ୍, ବସ୍ ସମେତ ସାଧାରଣ ପରିବହନ ବ୍ୟବସ୍ଥା ଚାଲୁ ରହିବ । ଇ-କମର୍ସ ଓ ପେଟ୍ରୋଲ୍ ପମ୍ପ ଖୋଲିବ । ବ୍ୟାଙ୍କ ଚାଲିବ, ହୋଟେଲ କେବଳ ପାର୍ସଲ ଦେବ ।