spot_img
Home Blog Page 5760

ଆଜି ମଇଦାନରେ ପୂର୍ବ-ପଶ୍ଚିମ ଲଢ଼େଇ, ଦେଖନ୍ତୁ ପ୍ଲେଇଂ ୧୧ର ତାଲିକା

ଚେନ୍ନାଇ: ଆଇପିଏଲ ୨୦୨୧ର ମଇଦାନରେ ଆଜି ମୁହାଁ ମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ଦେଖିବାକୁ ମିଳିବ ପୂର୍ବ-ପଶ୍ଚିମ ଲଢ଼େଇ । ଗତ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ବିଜୟର ଟାଇଟେଲ୍ ହାତେଇଥିବା କେକେଆର୍ ଏଥର ବି ନିଜର ବିଜୟର ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପଟେ ମୁମ୍ବାଇ ମଧ୍ୟ ନିଜର ପ୍ରଥମ ବିଜୟ ହାସଲ କରିବାକୁ ଦେବ ଜୋର୍ଦାର ଟକ୍କର।

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ସନ୍ଧ୍ୟା ସାଢ଼େ ସାତଟାରେ ମଇଦନକୁ ଓହ୍ଲାଇବେ ଦୁଇ ଦଳ। ତେବେ କିଏ ମାରୁଛି ବାଜି ଇଓନ ମୋରଗନ ନା ହିଟ୍ ମ୍ୟାନ ରୋହିତ ଶର୍ମା ତାହା ଦେଖିବା ବେଶ୍ ମଜାଦାର ହେବ। ତେବେ ମୁମ୍ବାଇ ତରଫରୁ ଆଜିର ମ୍ୟାଚ୍ କ୍ରିଶ୍ ଲିନ୍ ଖେଳି ନପାରନ୍ତି । କାରଣ ପାକିସ୍ତାନ ବିପକ୍ଷ ସିରିଜ୍ ସାରି ଓପନର୍ କ୍ୱିଣ୍ଟନ୍ ଡିକକ୍ ଫେରିସାରିଛନ୍ତି । ଏବଂ ସେ ନିଜର ସଂଗରୋଧ ଅବଧି ବି ଶେଷ କରିସାରିଛନ୍ତି । ତେବେ କ୍ୟାପ୍ଟେନ ରୋହିତ ଶର୍ମା କାହାକୁ ମଇଦାନକୁ ଆଣିବେ ଓ କାହାକୁ ବେଞ୍ଚରେ ବସାଇବେ ଏହା ଏକ ବଡ଼ ନିଷ୍ପତ୍ତି ହେବ। ତେବେ ଆରସିବି ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ରିଶ୍ ଲିନ୍ ହାଇ ସ୍କୋର କରିଥିଲେ । ତେଣୁ କୁହାଯାଉଛି ଯେ ଏହି ମ୍ୟାଚରେ ମଧ୍ୟ ଲିନ୍ ଖେଳିପାରନ୍ତି।

ପ୍ଲେଇଂ ଇଲେଭେନ:

KKR: ନୀତୀଶ ରାଣା, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ଇଓନ ମୋର୍ଗାନ (କ୍ୟାପ୍ଟେନ), ଦୀନେଶ କାର୍ତ୍ତିକ (ୱିକେଟକିପର), ଆଣ୍ଡ୍ରେ ରସେଲ, ଶାକିବ ଅଲ ହସନ, ପ୍ୟାଟ କମିନ୍ସ, ପ୍ରସୀଦ କୃଷ୍ଣ, ହରଭଜନ ସିଂ ଏବଂ ବରୁଣ ଚକ୍ରବର୍ତ୍ତୀ ।

MI: ରୋହିତ ଶର୍ମା (କ୍ୟାପ୍ଟେନ), କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର),ସୂର୍ଯ୍ୟ କୁମାର ଯାଦବ, ଇଶାନ କିଶନ, କାଇରନ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ମାର୍କୋ ଜାନସେନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମ୍ରା।

 

ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି

ଭୁବନେଶ୍ୱର: ଧରା ପଡ଼ିଲା ଧୂରନ୍ଧର । ୨୦୧୬ରୁ କମିଶନରେଟ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ନୟାଗଡ଼ର ଦିଲ୍ଲୀପ ନାୟକଙ୍କୁ କାବୁ କରିଛି ପୋଲିସ । ରଙ୍ଗମିସ୍ତ୍ରୀ ଆଳରେ ଦିଲୀପ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଲୁଟ୍‌ କରିବା ସହ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଥିଲା । ଚୋରି ଟଙ୍କାରେ ନିଜେ ମଉଜ କରିବା ସହ ଦୁଇ ସ୍ତ୍ରୀଙ୍କୁ ଗିଫ୍ଟ କରୁଥିଲା ଲୁଟ୍‌ ଅଳଙ୍କାର ।

Police Arrested Colour Painter Thief In Bhubaneswar

ଏହାସହ ଚୋରି ସୁନା, ଗହଣା ନେଇ ଭୁବନେଶ୍ବର ବାହାରେ ସୁନା ଦୋକାନରେ ବିକ୍ରି କରୁଥିଲା ଦିଲୀପ । ୧୧ଟି ଲୁଟ୍‌, ଦୁଷ୍କର୍ମ ମାମଲାରେ ଆଜି ଦିଲୀପକୁ ଗିରଫ କରିଛି ପୋଲିସ । ଦିଲୀପ ସହ ସୁନା ଦୋକାନ ମାଲିକଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ଦିଲୀପ ପାଖରୁ ୨ଟି ବାଇକ, କାର ସହ ସୁନା ୪୪ ହଜାର ଟଙ୍କା, ଏସି ଆଦି ମିଳିଛି ।

କବାଡ଼ିଆ ଦୋକାନରେ ଭୀଷଣ ନିଆଁ, ଲିଭାଇବା ଲାଗି ଉଦ୍ୟମ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନୂଆ ପୁରୀ ବାଇପାସର ପାଣ୍ଡରାରେ ଥିବା ଏକ କବାଡ଼ିଆ ଦୋକାନରେ ଭୀଷଣ ନିଆଁ ଲାଗିଛି । ପାଣ୍ଡରା ଧୂଳିଆ ପୀଠରେ ଭୟଙ୍କର ଅଗ୍ନିକାଣ୍ଡରେ ଅବ୍ୟବହୃତ ପ୍ଲାଷ୍ଟିକ ଜଳି ଯାଇଛି ।

Fire Broke Out In A Scrap Shop Near Pandara

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ନିଆଁ ଲାଗିବା ପରେ ସମ୍ପୃକ୍ତ ଅଞ୍ଚଳ ପୂରା ଧୂଆଁମୟ ହୋଇ ଯାଇଛି ।

ମହିଳାଙ୍କୁ ହାଇକୋର୍ଟ ବିଚାରପତି କାହିଁକି କହିଲେ ଦିନରେ ସ୍ୱପ୍ନ ଦେଖିବା ବନ୍ଦ କର ?

0

ନୂଆଦିଲ୍ଲୀ: ପଞ୍ଜାବ ହାଇକୋର୍ଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ମାତ୍ରେ କେହି ମଧ୍ୟ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ଇଂଲଣ୍ଡର ପ୍ରିନ୍ସ ହ୍ୟାରୀ ଜଣେ ମହିଳାଙ୍କୁ ବିବାହ କରିବେ ବୋଲି ସୋସିଅଲ ମିଡିଆରେ ପ୍ରତିଜ୍ଞା କରିଥିଲେ । ଏଭଳି ଦାବି କରିଛନ୍ତି ଜଣେ ମହିଳା । ଏହାକୁ ନେଇ ମହିଳା ଜଣକ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ଯେଉଁଥିରେ ହ୍ୟାରୀଙ୍କୁ ଗିରଫ କରିବା ପାଇଁ ଉକ୍ତ ମହିଳା ଦାବି କରିଥିଲେ । କିନ୍ତୁ ସୋସିଅଲ ମିଡିଆ ସ୍କାମ୍‌କହି ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ।

ସୋସିଅଲ ମିଡିଆରେ ନକଲି ଆଇଡି କରି ଲୋକଙ୍କୁ ଭୂଆଁ ବୁଲାଇବା ଏକ ସାଧାରଣ କଥା । ଏହି ନକଲି ଆଇ.ଡିକୁ ଆଧାର କରି ଏହାକୁ ପ୍ରମାଣ ସ୍ୱରୂପ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ ଏହା ମଧ୍ୟ କହିଛନ୍ତିଯେ, ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର କୌଣସି ପୃଷ୍ଠଭୂମି ନାହିଁ । କୋର୍ଟ କେବଳ ମହିଳାଙ୍କ ପ୍ରତି ସହାନୂଭୂତି ପ୍ରଦର୍ଶନ କରିପାରିବ । ତେବେ ଏହା କେବଳ ଦିନରେ ସ୍ୱପ୍ନ ଦେଖିବା ଭଳି କଥା ବୋଲି କହିଛନ୍ତି କୋର୍ଟ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିବାହରେ ବିଳମ୍ବ ନ ହେଉ ସେଥିପାଇଁ ମହିଳା ଜଣକ ଆବେଦନରେ ପ୍ରିନ୍ସ ହ୍ୟାରୀ, ଡ୍ୟୁକ୍‌ଅଫ୍‌ସସେକ୍ସଙ୍କ ବିରୁଦ୍ଧରେ ଓ୍ୱାରେଣ୍ଟ ଜାରି କରିବା ପାଇଁ ଦାବି କରିଛନ୍ତି । କିନ୍ତୁ ଦିନ ସ୍ୱପ୍ନ କହି ଘଟଣାକୁ ଖାରଜ କରି ଦେଇଛନ୍ତି କୋର୍ଟ ।

ଘର ଅଗଣାରୁ ୧୪ ଫୁଟର ଅହିରାଜ ଉଦ୍ଧାର

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ସାନବରସିଂ ଗାଁରୁ ଅହିରାଜ ଉଦ୍ଧାର । ଗାଁର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରେ ସକାଳ ପ୍ରାୟ ୫ଟା ବେଳେ ଅହିରାଜ ସାପକୁ ଦେଖିବାକୁ ମିଳିଥିଲା । ସାପଟି ଅଗଣାରେ ପଡ଼ିଥିବା କିଛି ପଥର ଭିତରେ ପଶିଯାଇଥିଲା । ଖୋଜା ଖୋଜି ପରେ ସାପକୁ ପାଇନଥିଲେ । ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ସାପଟି ହଲ ଚଲ ହେବା ପରେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହୋଇଥିଲେ ।

Snake Helpline Rescued 14 Foot King Cobra At Badamba

ଏତେ ବଡ଼ ଅଜଗର ସାପ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଚିହ୍ନିବା ସହ ଉଦ୍ଧାର ପାଇଁ ସାହସ ଜୁଟେଇ ପାରିନଥିଲେ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ପହଞ୍ଚି ୧୪ ଫୁଟ୍ ଲମ୍ବର ବିରାଟ ଅହିରାଜ ସାପକୁ ଉଦ୍ଧାର କରିଥିଲେ ।

Snake Helpline Rescued 14 Foot King Cobra At Badamba

ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ୍ ହେଲ୍ପ ଲାଇନ୍ ଟିମକୁ ନାକେଦମ ହେବାକୁ ପଡ଼ିଥିଲା  । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଅହିରାଜର ସ୍ୱାସ୍ଥ୍ୟ ପରୀକ୍ଷା କରା କରିବା ପରେ ସୁସ୍ଥ ଥିବାରୁ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟରେ ଛାଡ଼ି ଦିଆ ଯାଇଥିଲା ।

ବାଲେଶ୍ଵର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

ଭୁବନେଶ୍ୱର: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ଯାୟ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

CM Announced 155 Crore For Development Of Balasore Municipality

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ବାଲେଶ୍ଵର ହେଉଛି ଓଡ଼ିଶାର ଅନ୍ଯତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି- ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ ।‘ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ନିମ୍ନ ପ୍ରକଳ୍ପ ଗୁଡ଼ିକ ଘୋଷଣା କରିଛନ୍ତି ।

୧) ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ ।

୨) ତୁମୂଳିଆ ଗେଟ୍ ଫ୍ଲାଏ ଓଭର୍ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ । ଏହା ସହିତ ଉକ୍ତ ରାସ୍ତାରେ ଆଧୁନିକ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା ହେବ । ବାଲେଶ୍ଵର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ୍ ସମସ୍ଯା ଦୂର କରିବାରେ ସହାୟକ ହେବ ।

୩) ବାଲେଶ୍ଵରର କ୍ରୀଡ଼ାବିତ୍ ମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ବହୁମୂଖୀ ଇନଡୋର ହଲ୍, ସୁଇମିଂ ପୁଲ୍ ଆଦି ଉନ୍ନତ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଏହାସହିତ କ୍ରୀଡ଼ାବିତ୍ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ୍ ବ୍ୟବସ୍ଥା କରାଯିବ ।

୪) ବୁଢ଼ାବଳଙ୍ଗ ନଦୀ ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା । ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢ଼ାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢ଼ାବଳଙ୍ଗ ନଦୀକୂଳର ଆବଶ୍ୟକ ବିକାଶ କରାଯିବ ।

୫) ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡ଼ିକ ଯଥା ଗଡ଼ଗଡ଼ିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡ଼ଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକ ମାନଙ୍କ ନିମନ୍ତେ ଖୋଲା ସ୍ଥାନ ସୃଷ୍ଟି କରିବ ।

୬) ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ୍ ଚ୍ୟାନେଲ୍ ଓ ତତସଂଯୁକ୍ତ ରାସ୍ତା ଗୁଡ଼ିକର ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ବାଲେଶ୍ଵର ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ୍ ନିମନ୍ତେ  ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ସେହପରି ଗତ ୪ରୁ ୫ ମାସ ହେବ ବାଲେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ୍ ରୋଡ୍, କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି ।’

ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ବାସ କରୁ ବୋଲି ତାଙ୍କ ଉକ୍ତିକୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରାଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି । ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଭାଇ ଭଉଣୀ ମାନଙ୍କ ସହଯୋଗ କାମନା କରିଛନ୍ତି ।

ଜାପାନରେ ଗର୍ଭବତୀ ମହିଳାଙ୍କ ପରି ବୁଲୁଛନ୍ତି ନେତା, ଜାଣନ୍ତୁ ଏହା ପଛର ରହସ୍ୟ…

ଟୋକିଓ: କିଛି ଦିନ ହେବ ଜାପାନରେ ଶାସକ ଦଳର ପୁରୁଷ ନେତାମାନେ ଏକ ଓଜନିଆ ଜ୍ୟାକେଟ୍ ପିନ୍ଧି ବୁଲୁଥିବା ନଜରକୁ ଆସିଛନ୍ତି। ଯାହାର ଓଜନ ରହିଛି ୭.୫ କିଲୋ। ସେମାନଙ୍କୁ ଦୂରରୁ ଦେଖିଲେ ଯେକେହିବି ଗର୍ଭବତୀ ମହିଳା ଭାବି ବସିବେ । ଆଉ ସେହି ଜ୍ୟାକେଟକୁ ପିନ୍ଧି ସେମାନେ ଅଫିସ ସହ ସପିଂ ଓ ଘର କାମ ବି କରୁଛନ୍ତି । କେବଳ ପୂର୍ଣ୍ଣ ଅଧିବେଶନ ସମୟରେ ଏହି ଜ୍ୟାକେଟକୁ ଓହ୍ଲାଇଥାନ୍ତି ନେତାମାନେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ରାଜନେତା ମାନେ ଏଭଳି କାହିଁକି କରୁଛନ୍ତି?

କହିବାକୁ ଗଲେ ଗର୍ଭ ଧାରଣ ସମୟରେ ମହିଳା ମାନେ ଯେଉଁ କଷ୍ଟ ଭୋଗିଥାନ୍ତି ତା’କୁ ଅନୁଭବ କରିବା ଲାଗି ଏଠାକାର ରାଜନେତା ମାନେ ଏଭଳି ଓଜନଦାର ଜ୍ୟାକେଟ୍ ପିନ୍ଧୁଛନ୍ତି । ଏଭଳି ପ୍ରୟାସ ଦ୍ୱାରା ସେ ପୁରୁଷ ରାଜନେତାଙ୍କୁ ମହିଳା କଷ୍ଟ ଓ ସମସ୍ୟାକୁ ବୁଝାଇବା ଲାଗି ପ୍ରୟାସ କରିଛନ୍ତି ।ଏହାକୁ ଅର୍ଗାନାଇଜ କରିଛନ୍ତି ତାକାକୋ ସୁଜୁକି ନାମକ ଜଣେ ମହିଳା ରାଜନେତା।

ଖାସକରି ଗର୍ଭଧାରଣ ସମୟରେ କର୍ମଜୀବୀ ମହିଳା ମାନଙ୍କର କାର୍ଯ୍ୟକ୍ଷେତ୍ରରେ ଠିକ୍ ସେ ଧ୍ୟାନ ରଖାଯାଇନଥାଏ । ଯାହାଫଳରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏନେଇ ଓସାକାର ଜଣେ ମହିଳା ଗର୍ଭଧାରଣ ସମୟରେ କର୍ମକ୍ଷେତ୍ରର କରୁଣ କାହାଣୀ ବଖାଣିଥିଲେ । ୱାଇସ୍ ଓାଲ୍ଡ ନ୍ୟୁଜକୁ କହିଛନ୍ତି ଯେ ଗର୍ଭଧାରଣର ପ୍ରାରମ୍ଭରେ ବହୁତ ସମସ୍ୟା ଅନୁଭବ ହୋଇଥିଲା। ବେଳେ ବେଳେ ଲାଗୁଥିଲା ଯେମିତି ମିସ୍ କ୍ୟାରେଜ୍ ହୋଇଯିବ ବୋଲି । ଏତେ କଷ୍ଟ ମଧ୍ୟରେ ସେ ନିଜ ବସଙ୍କୁ ଛୁଟି ମାଗିବା ପାଇଁ ମଧ୍ୟ ସାହାସ ଜୁଟାଇ ପାରିନଥିଲି ବୋଲି ପ୍ରକାଶ କରିଛନ୍ତି ।
ଜାପାନୀ ନେତା ମସନଓବୁ ଓଗୁରା ଟ୍ୱିଟ୍ କରି କହିଛନ୍ତି ଯେ ଏଭଳି ପ୍ରୟାସ ଦ୍ୱାରା ଆମେ ଗର୍ଭବତୀ ମହିଳାଙ୍କ କିଛିଟା କଷ୍ଟକୁ ଅନୁଭବ କରିପାରିଛୁ। ଏବେ ସେମାନଙ୍କୁ କଷ୍ଟକୁ ଲାଘବ କରିବା ଲାଗି ଆମେ ପ୍ରଚେଷ୍ଟା କରିବୁ।

ୱାଇସ୍ ନ୍ୟୁଜ୍ ସହ ଆଲୋଚନା ବେଳେ କ୍ୟାରିୟର୍ କନସଲଟାଣ୍ଟ ଅସାକୋ ନିହାରା କହିଛନ୍ତି ଯେ ଜାପାନରେ ଅନେକ ଗର୍ଭବତୀ ମହିଳା ରହିଛନ୍ତି । ଯେଉଁମାନେ କି ଠିକ୍ ସେ ଖାଇବା ପିଇବା କରିପାରନ୍ତି ନାହିଁ କି ସେମାନଙ୍କୁ ଭଲଭାବେ ସପୋର୍ଟ ମିଳିପାରିନଥାଏ । ଏହି ସରକାରୀ ଅଧିକାରୀ ମାନେ କେବଳ ପ୍ରେଗନେସି ପ୍ରୟୋଗରେ ଭାଗ ନନିଅନ୍ତୁ ବରଂ ମହିଳାଙ୍କ ସମସ୍ୟାକୁ କମ୍ କରିବା ପାଇଁ ଯଥାସମ୍ଭବ ସହାୟତା କରିବା ଆବଶ୍ୟକ ।

ବାରିପଦାରୁ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗର ଜବତ

ବାରିପଦା: ବାରିପଦା ଟାଉନ୍ ପୋଲିସକୁ ବଡ଼ ସଫଳତା ମିଳିଛି । ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ରବର ଗଛ ଗଳି ଅଞ୍ଚଳରୁ ପୋଲିସ ୪୧୭ ଗ୍ରାମ୍ ବ୍ରାଉନ ସୁଗର ଜବତ କରିଛି । ବୈଦ୍ୟନାଥ ପାଲଙ୍କ ପୁଅ ଗୋବିନ୍ଦ ପାଲଙ୍କ ନିକଟରୁ ଜବତ ହୋଇଛି ୪୧୭ ଗ୍ରାମର ଧଳା ଜହର ।

 Baripada Town Police Seized 419 Grams Brown Sugar

ବିଶେଷ ସୂତ୍ରରୁ ଖବର ପାଇ ବାରିପଦା ପୋଲିସର ସ୍ୱତନ୍ତ୍ର ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିବାରେ ସକ୍ଷମ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଏଥିରେ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ।

ନିର୍ବାଚନ ଆସିଲେ ବିଜେପି ପ୍ରତିଦିନ ସିଇଓ ଅଫିସ ଦୌଡ଼ିଥାଏ: ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ହାରିବାକୁ ଯାଉଛି ବିଜେପି । ଉପନିର୍ବାଚନରେ ହାରୁଥିବାରୁ ହତାଶ ଓ ନିରାଶ ଅବସ୍ଥାରେ ରାଜ୍ୟ ବିଜେପି । ଯେଉଁଥିପାଇଁ ପାରମ୍ପରିକ ଭାବେ ଅପଚେଷ୍ଟା ଚଳାଇ ଆସିଛି ବିଜେପି । ପିପିଲି ପ୍ରଚାରରେ ବିଜେପିର ଅପଚେଷ୍ଟା ଜାରି ରହିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ସେହିପରି ବିଜେପି ଓଡ଼ିଶାବାସୀଙ୍କ ପାଖରେ ପ୍ରାସଙ୍ଗିକତା ହରାଇଛି । ଗଣମାଧ୍ୟମ ଜରିଆରେ ନିଜର ପ୍ରାସଙ୍ଗିକତା ରଖିବାକୁ ଚାହୁଁଛି । ନିର୍ବାଚନ ଆସିଲେ ବିଜେପି ପ୍ରତିଦିନ ସିଇଓ ଅଫିସ ଦୌଡ଼ିଥାଏ ବୋଲି କହିଛନ୍ତି ସସ୍ମିତ ପାତ୍ର ।

କାମ ଦେଲାନି ସାମସନଙ୍କ ଶତକ, ଶେଷ ଓଭରେ ପଲଟିଗଲା ମ୍ୟାଚ୍

ମୁମ୍ବାଇ: ଗତକାଲି ଆଇପିଏଲ୍ ରେ ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚ ଭାରା ମ୍ୟାଚ୍ । ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେଲ ପଞ୍ଜାବ ଭିତରେ ଦେଖିବାକୁ ମିଳିଥିଲା ଘମାଘୋଟ ଲଢ଼େଇ। ରାଜସ୍ତାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଗତକାଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ମାରି ବି ହାତେଇ ପାରିଲେନି ବିଜୟର ଟାଇଟଲ୍ । ମାତ୍ର ୫ ରନ ପାଇଁ ପଞ୍ଜାବ କିଙ୍ଗସରୁ ହାରିଲା ରାଜସ୍ଥାନ ରୟାଲ୍ସ।

ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ଚମତ୍କାର ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ପଞ୍ଜାବ ୨୨୧ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ଚମତ୍କାର ଇନିଂସ ଖେଳି ୫୦ ବଲରେ ୯୧ ରନ କରିଥିଲେ । ଯେଉଁଥିରେ ରହିଥିଲା ୭ଟି ଚଉକା ଓ ୫ଟି ଛକା ରହିଥିଲା । ଏଥିସହ ଦୀପକ ହୁଡା ମଧ୍ୟ ଜବରଦସ୍ତଖେଳି ୨୮ ବଲରେ ୬୪ ରନ କରିପାରିଥିଲେ। ଆଉ ରାଜସ୍ଥାନ ରୟାଲ୍ସକୁ ଦେଇଥିଲେ ବିଜୟର ଲକ୍ଷ।

ତେବେ ଏହାର ଜବାବରେ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ସଞ୍ଜୁ ସାମସନ ଧୂଆଁଦାର ବ୍ୟାଟିଂ କରି୍ ୧୨ଟି ଚଉକା ଓ ୭ଟି ଛକା ସହ୬୩ ବଲରେ ୧୧୯ ରନ କରିଥିଲେ ।  ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକ ମାରିବି ଦଳ ୨୧୭ ରନ ହିଁ କରିପାରିଲେ। ତେବେ ସାମସନଙ୍କ ବ୍ୟତୀତ ଦଳର ଆଉ କେହି ଖେଳାଳୀ ୩୦ ବି ଟପି ପାରି ନଥିଲେ । ଏପରିକି ବଟଲର ବି ମାତ୍ର ୨୫ ରନ ହିଁ କରିପାରିଥିଲେ। ଓପନର ବେନ୍ ଷ୍ଟୋକ୍ସ ପ୍ରଥମ ଓଭରରେ ହିଁ  କିଛି ରନ ନକରି ୱିକେଟ ହରାଇଥିଲେ।

ତେବେ ଗତକାଲି ଶେଷ ପର୍ଯ୍ୟନ୍ତୁ କ୍ୟାପ୍ଟେନ ସଞ୍ଜୁ ସାମସନ କ୍ରିସରେ ଥାଇ ବି ମ୍ୟାଚକୁ ଜିତାଇ ପାରିନଥିଲେ । ୧୯ ଓଭର ପର୍ଯ୍ୟନ୍ତ ରାଜସ୍ଥାନ ଜିତିବ ବୋଲି କୁହାଯାଉଥିଲା । ହେଲେ ଶେଷ ଓଭରରେ ହିଁ ମ୍ୟାଚ୍ ପୂରା ଓଲଟି ଯାଇଥିଲା।ପଞ୍ଜାବ ପକ୍ଷରୁ ଅର୍ଶଦୀପ ଥିଲେ ସବୁଠୁ ସଫଳ ବୋଲର୍ । ଯିଏକି ମାତ୍ର ୩୫ ରନ ଦେଇ  ୩ଟି ୱିକେଟ୍ ନେଇବାରେ ସଫଳ ହୋଇପାରିଥିଲେ। ମହମ୍ମଦ ଶାମି ବି ୨ଟି ୱିକେଟ୍ ନେଇଥିଲେ।ତେବେ ଆଜି ବି ରହିଛି ଏକ ଜବରଦସ୍ତ ମ୍ୟାଚ। ଆଜି ମୁହାଁମୁହିଁ ହେବ ପୂର୍ବ-ପଶ୍ଚିମ। ଆଜି ମଇଦାନକୁ ଓହ୍ଲାଇବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ୍ ।