spot_img
Home Blog Page 5773

ଏଲିଜାବେଥ୍‌ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ପ୍ରେମରେ ଆସିଥିଲା ଅନେକ ବାଧାବିଘ୍ନ, ଶେଷରେ ବନିଥିଲେ ଏଡିନ୍‌ବର୍ଗର ରାଜା

ଗ୍ରୀସ୍ ରାଜପୁତ୍ର ହୋଇ ମଧ୍ୟ ସେଠାରୁ ବିତାଡ଼ିତ ହୋଇଥିଲେ। ଆଉ ନିଜର ଯୁବା ବୟସରେ ସାଜିଥିଲେ ବ୍ରିଟେନ୍ର ଡ୍ୟୁକ୍। ବ୍ରିଟେନ୍ ରାଣୀଙ୍କୁ ବିବାହ କହି ସାଜିଥିଲେ ପ୍ରିନ୍ସ ଫିଲିପ୍। ସର୍ବାଧିକ କାଳ ସରକାରୀ ଭାବେ ରାଣୀଙ୍କ ସହଯୋଗୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପ୍ରିନ୍ସ ଫିଲିପ୍‌ଙ୍କ ଶୁକ୍ରବାର ନିଧନ ହୋଇଛି। ହେଲେ  ତାଙ୍କ ଜୀବନୀ ଓ ସଂଗ୍ରାମର କାହାଣୀ ଆଜି ଚାରିଆଡ଼େ ଚର୍ଚାର ବିଷୟ ହୋଇ ରହିଛି। ବ୍ରିଟେନ୍ ରାଜପରିବାରର ଏହି ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଦିନେ ରାଜା ଷଷ୍ଠ ଜର୍ଜ  ନିଜ ଝିଅଙ୍କୁ ପ୍ରେମ ଅଭିଯୋଗରେ ଦଣ୍ଡିତ କରିଥିଲେ। କିନ୍ତୁ ସେ ପ୍ରେମ ଏତେ ବଳୀୟାନ ଥିଲା ଯେ ଶେଷରେ ତାଙ୍କୁ ଝିଅ ଏଲିଜାବେଥ୍‌ଙ୍କ ଜୀବନସାଥି ଭାବେ ମାନିବାକୁ ରାଜା ଓ ରାଜ୍ୟବାସୀଙ୍କୁ ବାଧ୍ୟ କରିଥିଲା। ଜାଣିବାକୁ ଚାହୁଁଛନ୍ତି, ଦେଖନ୍ତୁ ଏହି ରିପୋର୍ଟ।

ଜୁନ୍୧୦, ୧୯୨୧ ମସିହା । ଗ୍ରୀକ୍ର ଏକ ଦ୍ୱୀପ ଦେଶ କୋର୍ଫୁଠାରେ ଫିଲିପଙ୍କ ଜନ୍ମ ହୁଏ। ବାପା ହେଉଛନ୍ତି ଗ୍ରୀସ୍‌ର ରାଜପୁତ୍ର ଆଣ୍ଡ୍ର୍ୟୁ ମାକ୍ଷ ହେଉଛନ୍ତି ବ୍ୟାଟେନ୍‌ବର୍ଗର ରାଜକନ୍ୟା ଆଲିସ୍। ତାଙ୍କ ପରିବାର ଓ ପରମ୍ପରା ପରବର୍ତ୍ତୀ ସମୟରେ ଆଣ୍ଡ୍ର୍ୟୁଙ୍କୁ ଗ୍ରୀସ୍ ଓ ଡେନ୍ମାର୍କର ପ୍ରିନ୍ସ ଭାବେ ପରିଚିତ କରାଇଥିଲା। କିନ୍ତୁ କିଛିବର୍ଷ ପରେ ଗ୍ରୀସ୍‌ ସେନାର ଅତ୍ୟାଚାର ସହିବାକୁ ପଡ଼ିଲା। ଏପରିକି ସେନା ତାଙ୍କୁ ଦେଶାନ୍ତର ଆଦେଶ ଦେଲା। ଏହି ସମୟରେ ବ୍ରିଟେନ୍‌ର ଯୁଦ୍ଧଯାହାଜରେ ତାଙ୍କୁ ଇଟାଲିର ଏକ ନିରାପଦ ସ୍ଥାନକୁ ନେଇ ଆସିଥିଲେ ବ୍ରିଟେନ୍ ସେନା। ସେତେବେଳେ ଫିଲିପ୍ ଜଣେ ଶିଶୁପୁତ୍ର ଥିଲେ।

ଦିନପରେ ଦିନ ବିତିଲା। ଶିଶୁ ପୁତ୍ରକୁ ଧରି ଅନେକ ମାନସିକ ଅଶାନ୍ତି ଭିତରେ ଜୀବନ ବିତାଉଥିଲେ ପ୍ରିନ୍ସେସ୍ ଆଲିସ୍। କିନ୍ତୁ ତାଙ୍କର ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇଯିବାରୁ ସେ ପାଗଳ ପ୍ରାୟ ହୋଇଗଲେ। ଆଉ ଶେଷରେ ତାଙ୍କୁ ପାଗଳଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା। ଏହିସମୟାରେ ଫିଲିପ୍‌ଙ୍କୁ ୮ ବର୍ଷ ବୟସ ହୋଇଥାଏ। ମା’ ଛେଉଣ୍ଡ ରାଜପୁତ୍ର ପୁଣି ଦେଶାନ୍ତର କଷ୍ଟ। ଏ ଭିତରେ ଅନେକ ଦିନ ବିତିଲା। ସ୍କଟ୍ ଲ୍ୟାଣ୍ଡର ଏକ ସ୍କୁଲ୍‌ରେ ପଢ଼ା ଶେଷ କରି ବ୍ରିଟେନ୍‌ର ରୟାଲ୍ ନେଭି କଲେଜରେ ଯୋଗ ଦେଲେ ଫିଲିପ୍। ଏହି ସମୟରେ ବ୍ରିଟେନ୍ ଯୁଦ୍ଧରେ ଯୋଗ ଦେଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥାଏ। ଆଉ ସାରା ବିଶ୍ୱ ଏଥିରେ ଥର ହର ହେଉଥାଏ। ଫିଲିପ୍‌ଙ୍କ ପ୍ରଥମ ଥର ପାଇଁ ଭାରତ ମହାସାଗରର ଛାତି ଉପରେ ଶତ୍ରୁ ପକ୍ଷକୁ ଦମନ କରିବା ପାଇଁ ସୁଯୋଗ ମିଳିଥିଲା। ଏ କାର୍ଯ୍ୟକୁ ସେ ସୁଚାରୁ ରୂପେ ତୁଲାଇପାରିବା ହେତୁ ତାଙ୍କୁ ପ୍ରଶଂସା  ବି ମିଳିଥିଲା।

ହେଲେ ଯୁବକ ଫିଲିପ୍‌ଙ୍କ ଅମାନିଆ ମନ ଆଉ ନିଜ ନିୟନ୍ତ୍ରଣରେ ନରହି ପଡ଼ିଲା ରାଜକନ୍ୟା ଏଲିଜାବେଥଙ୍କ ପ୍ରେମରେ। ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ, ତାକୁ ନେଇ  ନାଭାଲ୍ ଏକାଡେମୀରେ ଚର୍ଚା ହେଉଥାଏ। ସେତେବେଳେ ଏଲିଜାବେଥଙ୍କୁ ମାତ୍ର ୧୩ ବର୍ଷ ବୟସ। ଉଭୟଙ୍କ  ପାଇଁ ଚିଠିପତ୍ର ଆଦାନ ପ୍ରଦାନ ଓ ସାକ୍ଷାତ ମହତ୍ତ୍ୱ ରକ୍ଷା କରୁଥାଏ। ଏହି ସମୟରେ ରାଜା ଷଷ୍ଠ ଜର୍ଜ ଆସିଲେ ନାଭାଲ୍ ଏକାଡେମୀ ପରିଦର୍ଶନରେ। ଆଉ ତାଙ୍କ ନଜରରେ ଆସିଲା ଫିଲିଫ୍ ଓ ରାଜକନ୍ୟାଙ୍କ ଏହି କାହାଣୀ। ବିଷୟକୁ ଜାଣିଲା ପରେ ରାଜା ଦଣ୍ଡ ବିଧାନ କରିଥିଲେ ବି ବେଶ୍ ଖୁସି ହୋଇଥିଲେ। ପରମ୍ପରା ଅନୁସାରେ ତାଙ୍କ ଅନ୍ତେ ଏଲିଜାବେଥ୍ ରାଣୀ ହେବେ। ଏଣୁ ଏଲିଜାବେଥଙ୍କୁ ଯିଏ ବାହା ହେବେ ସେ ରହିବେ ବଙ୍କିଙ୍ଗମ୍ ରାଜପ୍ରାସାଦରେ। ରାଜା ଏଲିଜାବେଥଙ୍କ ପାଇଁ ଭଲ ପାତ୍ର ଖୋଜୁ ଥାଆନ୍ତି। ଆଉ ସେ ଭିତରେ ବଢ଼ୁଥାଏ ଫିଲିପ୍-ଏଲିଜାବେଥଙ୍କ ପ୍ରେମ କାହାଣୀ।

ଧୀରେ ଧୀରେ ବ୍ରିଟିଶ୍ ସାମ୍ରାଜ୍ୟର ଅନ୍ତ ହେଉଥାଏ। ଆଉ ସୀମିତ ରାଜକୀୟ ପରିବେଶରେ ରାଜା ଷଷ୍ଠ ଜର୍ଜ ଏଲିଜାବେଥଙ୍କ ପ୍ରେମିକ ତଥା ରାଜକୁମାର ଫିଲିଫ୍‌ଙ୍କୁ ନିଜର ଜ୍ୱାଇଁ ଭାବେ ସ୍ୱୀକାର କରିଲେ। ନଭେମ୍ବର ୨୦ ତାରିଖ ୧୯୪୭ ମସିହାରେ ତାଙ୍କର ବିବାହ ହେଲା। ସେହିଦିନ ତାଙ୍କୁ ଏଡିନ୍‌ବର୍ଗର ରାଜା ଭାବେ ମଧ୍ୟ ଘୋଷଣା କରାଗଲା।

‘ବିଦେଶକୁ ରପ୍ତାନୀ ଲାଗି ଦେଶରେ ଭ୍ୟାକ୍ସିନ୍ ନିଅଣ୍ଟ’, କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ସମାଲୋଚନା

ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ଅଭାବ ନେଇ କେତେକ ରାଜ୍ୟ କେନ୍ଦ୍ରକୁ ଦାୟୀ କରୁଛନ୍ତି । ଏଭଳି ସ୍ଥଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଭିଯୋଗ କରିଛନ୍ତି ମୋଦି ସରକାର କରୋନାରେ ପରିଚାଳନାଗତ ତ୍ରୁଟି କରିଛନ୍ତି । ଏଥିସହ ବିଦେଶକୁ ଟିକା ରପ୍ତାନୀ ଯୋଗୁଁ ଦେଶରେ ଭ୍ୟାକ୍ସିନ୍ ଅଭାବ ଦେଖା ଦେଇଛି । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ କରୋନା ସଂକ୍ରମଣକୁ ରୋକିବାକୁ ଲାଗି କଡ଼ା ପଦକ୍ଷେପ ନେବାକୁ କହିଛନ୍ତି ସୋନିଆ ଗାନ୍ଧୀ ।

Sonia Gandhi Targets PM Narendra Modi On Vaccine Shortage

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ସୋନିଆ କହିଥିଲେ- କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୁଖ୍ୟ ବିରୋଧୀ ଦଳ ଭାବେ ଆମ କାମ ହେଉଛି ଆମେ ପ୍ରସଙ୍ଗ ଉଠାଇବା ଏବଂ ସରକାରଙ୍କ ଉପରେ ଚାପ ପକାଇବା । ସରକାର ଜନସମ୍ପର୍କ କରିବା ପରିବର୍ତ୍ତେ ଜନହିତରେ କାମ କରନ୍ତୁ ବୋଲି କହିଛନ୍ତି ସୋନିଆ ।

ସଂକ୍ରମଣ ଓ ମୃତ୍ୟୁ ମାମଲାର ବାସ୍ତବିତ ତଥ୍ୟ ସବୁ ରାଜ୍ୟ ଦେବା ଉପରେ ସୋନିଆ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସୋନିଆ କହିଥିଲେ- ଆମକୁ ସର୍ବପ୍ରଥମେ ଭାରତରେ ଟିକାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଥିଲା । ତା’ପରେ ଯାଇ ଅନ୍ୟ ଦେଶକୁ ଉପହାର ଦେବା କଥା ।

କାହାର କେତେ ଦମ୍: ୨୦୨୧ ଆଇପିଏଲ୍‌ ୮ଟି ଦଳର ସମ୍ପୂର୍ଣ୍ଣ ଆକଳନ

ଆରମ୍ଭ ହୋଇଛି ଫଟାଫଟ ମ୍ୟାଚ୍‌ ଆଇପିଏଲ। ଦମ ଦେଖାଇଲେ ଖେଳାଳି ଝୁମିଲେ ଦର୍ଶକ। ପ୍ରଥମ ମ୍ୟାଚରୁ ହିଁ ହେଲା ଥ୍ରୀଲର। କଡ଼ା ଟକ୍କର ମୁକାବିଲାରେ ସରହିଲା ଉଦଘାଟନି ମ୍ୟାଚ୍‌। ବିନା ଦର୍ଶକରେ ହେଲା ଆଇପିଏଲ କିନ୍ତୁ ପରଦାରେ ଦେଖିଲେ କୋଟି କୋଟି ଖେଳ ପ୍ରେମୀ। ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ଏମଆଇକୁ ହରାଇଲା ଭିରାଟ ବାହିନୀ ଆରସିବି। ଏଥର ପ୍ରଥମ ମ୍ୟାଚରୁ ହିଁ ଜଣା ପଡ଼ିଯାଇଛି ଆଗକୁ ସବୁ ମ୍ୟାଚ କେଉଁଭଳି ହେବ। ଦମଦାର ମ୍ୟାଚ ତ ନିଶ୍ଚିତ ହେବ । ଚଳିତ ବର୍ଷ ୨୦୨୧ ଆଇପିଏଲ୍‌ର କିଙ୍ଗ୍‌ ହେବା ପାଇଁ ସବୁ ଦଳ ଚେଷ୍ଟା କରିବେ । ତେବେ ଆସନ୍ତୁ ନଜର ପକାଇବା ୮ ଦଳର ପ୍ରଡିକସନ ଉପରେ।

ପ୍ରଥମେ ଆରମ୍ଭ କରିବା ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ…. 

ଆଇପିଏଲରେ ସର୍ବାଧିକ ଟ୍ରଫି ନିଜ ପଟକୁ ନେବାର ରେକର୍ଡ ରଖିଥିବା ଦଳ। ଗତବର୍ଷ ମଧ୍ୟ ଟିମ ନିଜର ଦମଦାର ପଦର୍ଶନ ସହ ଟ୍ରଫି ହାସଲ କରିଛି। ଦଳ ଏଥର ଟୁର୍ଣ୍ଣାମେଣ୍ଟକୁ ଯିତିବା ସହ ଟ୍ୟାଟ୍ରିକ ଲକ୍ଷରେ ରହିବ। ଯଦି ରୋହିତ ବ୍ୟାଟିଂ କରିବାରେ ବିଫଳ ହୁଅନ୍ତି, ତେବେ କ୍ୱିଣ୍ଟନ୍ ଡି କକ୍ ସଫଳ ହେବାକୁ ପ୍ରସ୍ତୁତ ରହିବେ। ଯଦି ଉଭୟ ବିଫଳ ହୁଅନ୍ତି, ତେବେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଦାୟୀତ୍ୱ ନେବା ପାଇଁ ପୁରା ପ୍ରସ୍ତୁତ ରହିଛନ୍ତି । ଯଦି ମୁମ୍ବାଇର ଟପ୍ ଅର୍ଡର ସଂପୂର୍ଣ୍ଣ ବିଫଳ ହୁଏ, ତେବେ ପାଣ୍ଡ୍ୟା ବ୍ରଦର୍ସ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବାକୁ ବାହାରିବେ। ଏଥିସହ ଦଳର ପୋଲାର୍ଡଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏବଂ ଭଲ ଫିଲଡର ମଧ୍ୟ । ତାଙ୍କର ଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ଟ୍ରେଣ୍ଟ ବୋଲ୍ଟ ଏବଂ ରାହୁଲ ଚହର ଭଳି ବୋଲରଙ୍କ ଉପରେ ବୋଲିଂ ନିର୍ଭର କରିବ।

ଚେନ୍ନାଇ ସୁପର କିଙ୍ଗସ

ଏସବୁ ମଧ୍ୟରେ ଧୋନିଙ୍କ ଆଖି ୱାନକେଡେ ଷ୍ଟାଡିୟମର ଫ୍ଲାଟ ପିଚରେ ରହିବ କାରଣ ଚେନ୍ନାଇ ସୁପର କିଙ୍ଗ୍ସକୁ ଚେପକର ମନ୍ଥର ପିଚ୍ ବଦଳରେ ସେଠାରେ ଖେଳିବାକୁ ପଡିବ। CSK ବର୍ତ୍ତମାନ ନିଗିଡିଙ୍କ ସ୍ଥାନରେ ମୋଏନ୍ ଅଲିଙ୍କୁ ଆଣିବାର ଯୋଜନା ରଖିଛି। ସେପଟେ ଗାଏକୱାଡ କିମ୍ବା ଉଥାପ୍ପାଙ୍କ ମଧ୍ୟରୁ କେହି ମଧ୍ୟ ଡୁ-ପ୍ଲେସିସଙ୍କ ସହ ଓପନିଙ୍ଗ ବ୍ୟାଟିଂ କରିପାରନ୍ତି ବୋଲି ଆଶା କରାଯାଉଛି। ଆଇପିଏଲ୍ ୨୦୨୧ ପାଇଁ ରବିନ୍ଦ୍ର ଜାଡେଜା ଏକଦମ ଫିଟ ଆଣ୍ଡ ଫାଇନ ଥିବା ବେଳେ ଗାଏକୱାଡଙ୍କୁ ଓପନର ଭାବେ ପଠାଇପାରେ ଦଳ। ସୁରେଶ ରାଇନା ଟିମ୍‌କୁ ଆସିବା ପରେ ଏବେ ଅଧିକାଂସ ମ୍ୟାଚ ଇମରାନ ତାହିର ଅଧିକ ମ୍ୟାଚ୍‌ ଖେଳି ପାରିବେ । ତେବେ ଯଦି ଦେଖିବା ଅଲରାଉଣ୍ଡର ମୋଏନ୍‌ ଅଲ୍ଲି ଏବଂ ସାମ କରନଙ୍କର ପୂର୍ବ ରେକର୍ଡକୁ ଦେଖି ବ୍ୟାଟିଂର ପ୍ଲେସ୍‌ ଠିକ୍‌ କରାଯିବ ।

ଆରସିବି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ପାଇଁ ଆଇପିଏଲ୍ ଟାଇଟଲ୍ ହାତେଇବାକୁ ପିଚ୍‌କୁ ଓହ୍ଲାଇବେ। ଯଦି ଦେଖିବା ଆରସିବିରେ ଭିରାଟଙ୍କର ନେତୃତ୍ୱ ମୁମ୍ବାଇ ଭଳି ପ୍ରଭାବଶାଳୀ ଦେଖାଯାଏ ନାହିଁ। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପାଇଁ ଦଳ ବିପୁଳ ପରିମାଣର ଖର୍ଚ୍ଚ କରିଛି। ଦେବଦତ୍ତ ପାଦିକଲ ତାଙ୍କର ଦ୍ୱିତୀୟ ସିଜିନ ଖେଳିବେ। ଯଦି ଏବି ଡି ଭିଲିୟର୍ସ ଏଥର ଫର୍ମରେ ରୁହନ୍ତି ତେବେ ତାଙ୍କ ସାମ୍ନାରେ ବଡ଼ ସ୍କୋର ଭଳି କିଛି ନାହିଁ। ବାଙ୍ଗାଲୋର ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ ମଧ୍ୟ ବୋଲିଂରେ ସେତେଟା ଭଲ ପ୍ରଦର୍ଶନ କରିବେ ବୋଲି ମନେ ହେଉନାହିଁ।  ସେପଟେ କାଇଲ ଅଧିକ ଟଙ୍କାରେ କିଣାଯାଇଥିଲେ ମଧ୍ୟ ଭାରତୀୟ ୱିକେଟ୍ ଉପରେ ବୋଲିଂ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇ ନାହିଁ। ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ତାଙ୍କର ବୋଲିଂରେ ଫର୍ମ ହରାଉଥିବା ଦେଖାଯାଉଛି। ମହମ୍ମଦ ସିରାଜ ଏବଂ ନବଦୀପ ସାଇନି ଏପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲିଂର ପ୍ରଦର୍ଶନ କରିପାରି ନାହାଁନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ

ଅନ୍ୟପକ୍ଷରେ ଋଷଭ ପନ୍ତ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲର ଅଧିନାୟକତ୍ୱ କରିବେ। ପନ୍ଥ ତାଙ୍କ ଅଧିନାୟକତ୍ୱରେ ଏଥର କିଛି ବିରଳ କରିବାକୁ ଚେଷ୍ଟା କରିବେ।  ସେ ତାଙ୍କ ସିନିୟର ପ୍ଲେୟାର ତଥା ଉଚ୍ଚ ଅଭିଜ୍ଞତା ଥିବା ଧୋନିଙ୍କଠାରୁ ପ୍ରେରଣା ନେବାକୁ ଚେଷ୍ଟା କରିବେ। ଗତ ବର୍ଷ ଗାବାରେ ଏକ ଦମଦାର ଇନିଂସ ଖେଳିବା ପରଠାରୁ ପନ୍ତ ବହୁତ ଭଲ ଫର୍ମରେ ଅଛନ୍ତି। ଦିଲ୍ଲୀ ଦଳରେ ପୃଥ୍ୱି ସ, ମାର୍କସ୍ ଷ୍ଟୋଇନିସ୍, ଶିମ୍ରନ୍ ହେଟମାୟର ଏବଂ ଷ୍ଟିଭ୍ ସ୍ମିଥ୍ ଏବଂ ଅଜିଙ୍କ୍ୟ ରାହାଣେଙ୍କ ପରି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା, ଏନଚିର ନର୍ଟେଜେ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଅମିତ ମିଶ୍ର ଏବଂ ଅକ୍ଷର ପଟେଲ ସହଯୋଗ କରିବେ । କାରଣ ଗତ ବର୍ଷ ରନର୍ସଅପ୍ ଦଳ ଏଥର ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରିବ।

ସନରାଇଜର୍ସ ହାଇଦ୍ରାବାଦର

ସନରାଇଜର୍ସ ହାଇଦ୍ରାବାଦ ଦଳ ଅନ୍ୟତମ କ୍ରମାଗତ ପ୍ରଦର୍ଶନକାରୀ ଦଳ । ଏହି ଦଳର ବୋଧହୁଏ ଡେଭିଡ ୱାର୍ନର, ବିଶ୍ୱର ଶ୍ରେଷ୍ଠ ଟି -୨୦ ବୋଲର ରସିଦ ଖାନ, କେନ ୱିଲିୟମସନ, ଜେସନ ହୋଲ୍ଡର, ଜେସନ ରଏ ଏବଂ ଜନି ବେୟାରଷ୍ଟୋଙ୍କ ରୂପରେ ବିଶ୍ୱର ସର୍ବୋତ୍ତମ ବିଦେଶୀ ଟି -୨୦ ଖେଳାଳି ଅଛନ୍ତି। ତେବେ ଏହି ଦଳ ଏଥର ୨୦୨୧ IPL ଟି ୨୦ ଟାଇଟଲ ଉପରେ ହକ୍‌ ଜମାଇବାକୁ ଚେଷ୍ଟା କରିବ ।

କୋଲକାତା ନାଇଟ୍‌ ରାଇଡର୍ସ

କୋଲକାତା ନାଇଟ୍ ରାଇଡର୍ସ ଆକ୍ରମଣାତ୍ମକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ଫର୍ମକୁ ଫେରିବାକୁ ଆଶା କରୁଥିବାବେଳେ ଦଳ ପୁଣିଥରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ଅନ୍ତର୍ଜାତୀୟ କ୍ରିକେଟ୍ ରେ ସୀମିତ ଓଭରର ମୁହୂର୍ତ୍ତରେ ଶ୍ରେଷ୍ଠ ଅଧିନାୟକ ଇୟନ୍ ମୋର୍ଗାନ୍ ବ୍ୟାଟିଂ ଅର୍ଡରରେ ସ୍ଥିରତା ଆଣିବାକୁ ଚେଷ୍ଟା କରିବେ। ତେବେ ପୂର୍ବ ଥର ଭଳି  ସୁନୀଲ ନାରାୟଣଙ୍କ ବୋଲିଂ ଆମକ୍ସନ ପୁଣି ଥରେ ଟିମ୍‌କୁ ବିପଦକୁ ନେବାର ସମ୍ଭାବନା ରହିଛି ।

ପଞ୍ଜାବ କିଙ୍ଗ୍ସ

ଏଥର ନାମ ପରିବର୍ତ୍ତନ କରି ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗ୍ସ। ନାମ ପରିବର୍ତ୍ତନ ହେବା ପରେ ଟିମ୍‌ ଭାଗ୍ୟରେ ପରିବର୍ତ୍ତନ ହେବ ବୋଳଇ ଆଶ ବାନ୍ଧିଛନ୍ତି ଟିମ୍‌ର ମାଲିକ। କିନ୍ତୁ ଅଧିନାୟକ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଉପରେ ଅନେକ କିଛି ନିର୍ଭର କରିବ। ମହମ୍ମଦ ଶାମି ପୁଣିଥରେ ନିଜର ଫର୍ମ ଫେରି ପାଇବାକୁ ଚେଷ୍ଟା କରିବେ। ଦର୍ଶକମାନେ ପୁଣି ଥରେ କ୍ରିସ୍ ଗେଲଙ୍କ ଭୟଙ୍କର ବ୍ୟାଟିଂକୁ ଅପେକ୍ଷା କରିଛନ୍ତି । ଏଥର ଦଳ କିଛି ନୂଆ ରେକର୍ଡ କରିବାକୁ ଚେଷ୍ଟା କରିବ ।

ରାଜସ୍ଥାନ ରୟାଲ୍ସ

ରାଜସ୍ଥାନ ରୟାଲ୍ସ ଆରମ୍ଭରେ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତିରେ ଖେଳିବ। ସଞ୍ଜୁ ସାମସନଙ୍କ କ୍ୟାପ୍ଟେନସିପ୍‌ରେ ଦଳର ପ୍ରଦର୍ଶନ ଗତ କିଛି ସିଜିନ ହେଲା ଭଲ ପ୍ରଦର୍ଶନ କରିପାରୁନାହିଁ । ଭଲ ପ୍ରଦର୍ଶନ ପାଇଁ ଦଳ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର ଏବଂ କ୍ରିସ୍ ମୋରିସଙ୍କ ଉପରେ ନିର୍ଭର କରିବ।

କରୋନାରେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ତେବେ ଏହାରି ଭିତରେ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଓସାହେବ ଅନ୍ତପୁରକରଙ୍କର ମୃତ୍ୟୁ ହୋଇଛି। କରୋନାରେ ସଂକ୍ରମିତ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୬୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ପାର୍ଟି ସୁତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୯ରେ ସେ କୋଭିଡ ସଂକ୍ରମିତ ହୋଇଥିଲେ। ଯାହାପରେ ତାଙ୍କୁ ନାନ୍ଦେଡ଼ର ଏକ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ୨୨ ମାର୍ଚ୍ଚରେ ତାଙ୍କୁ ମୁମ୍ବାଇର ଏକ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଶରୀରର ଅର୍ଗାନ ସବୁ କାମ କରିବା ବନ୍ଦ କରିଦେଇଥିଲା। ସେ ଏପ୍ରିଲ ୧ରୁ ଭେଣ୍ଟିଲେଟରରେ ଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଦିବଂଗତ ବିଧାୟକ ନାନ୍ଦେଡ଼ ଜିଲ୍ଲାର ଦେଗଲୁର ବିଧାନସଭା ଆସନରୁ ବିଧାୟକ ଥିଲେ। ରାଓ୍ୱସାହେବ ଅନ୍ତପୁରକର ହେଉଛନ୍ତି ମହାରାଷ୍ଟ୍ରର ଦ୍ୱିତୀୟ ବିଧାୟକ ଯିଏକି କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାପୂର୍ବରୁ ପାଣ୍ଢରପୁରର ଏନସିପି ବିଧାୟକ ଭାରତ ବାଲ୍କେଙ୍କର ମୃତ୍ୟୁ କରୋନାରେ ହୋଇଥିଲା। ଏପ୍ରିଲ ୧୭ରେ ପାଣ୍ଢରପୁର ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।

ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOର ପ୍ରଶଂସା । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ବିତୀୟ ପ୍ରବାହକୁ ବିନା ଲକଡାଉନରେ ହରାଇବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଆହ୍ବାନ ଦେଇଥିଲେ  । କରୋନାକୁ ଚେକ ଦେବାକୁ ୧୪ ଦିନିଆ ମାସ୍କ ଡ୍ରାଇଭ ସହ ପୂରା ପରିବାରକୁ ମାସ୍କ ପିନ୍ଧାଇବାକୁ ମାଆମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ  । ଝୁଲାଇକି ନୁହେଁ, ପୂରା ନାକ ଓ ମୁହଁ କରିବା କଭର କରିବା ଭଳି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟରେ ୧୪ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଛି । କରୋନା ମୁକାବିଲାରେ ମାସ୍କ ମୁଖ୍ୟ କବଚ ସାଜିଥିବାରୁ ରାଜ୍ୟବାସୀଙ୍କୁ ଆଜିଠାରୁ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ । କରୋନାର ଦ୍ବିତୀୟ ଲହରୀରେ ଦ୍ରୁତଗତିରେ ସଂକ୍ରମଣ ହେଉଥିବାରୁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ଅଭିଯାନର ମୁଖ୍ୟ ସୂତ୍ରଧର ସାଜିବେ ମାଆ । ଏଥିଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ।  ରାଜ୍ୟ ସରକାର ବାହାରେ ଜଗୁଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାଆମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି  ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ୧୪ ଦିନ ମାସ୍କ ଅଭିଯାନ, ନ ପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମମତା ବାନାର୍ଜୀଙ୍କ ପରାମର୍ଶଦାତା ପି.କେଙ୍କ ଅଡିଓ ଭାଇରାଲ୍: ‘ମୋଦିଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି’

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ସମୟରେ ରାଜନୈତିକ କୂଟନୀତଜ୍ଞ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କ ଏକ ଅଡିଓ ଭାଇରାଲ୍ ହେବାରେ ଲାଗିଛି। କ୍ଲବ ହାଉସ ନାମକ ଅଡିଓ କନଫେରନସିଂ ଆପରେ ପ୍ରଶାନ୍ତ କିଶୋର କିଛି ସାମ୍ବାଦିକଙ୍କ ସହ ପଶ୍ଚିମବଙ୍ଗ ନିର୍ବାଚନ ସମ୍ପର୍କରେ ଆଲୋଚନା କରୁଛନ୍ତି। ଯାହାକୁ ବିଜେପି ସାର୍ବଜନୀନ କରିଛି।

ବିଜେପି ଜାରି କରିଥିବା ଅଡ଼ିଓରେ ପ୍ରଶାନ୍ତ କିଶୋର କହୁଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଦଳକୁ ୪୦ ପ୍ରତିଶତ ଭୋଟ୍ ମିଳିପାରେ। ବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବେଙ୍ଗଲରେ ଭୋଟ୍ ମୋଦି ଓ ହିନ୍ଦୁଙ୍କ ନାଁରେ ରହିଛି। ଧୃବୀକରଣ, ହିନ୍ଦୀ ଭାଷା ଏବଂ ସୁପ୍ରିମକୋର୍ଟ ନିର୍ବାଚନର ପ୍ରମୁଖ ଅଂଶ ପାଲଟିଛି। ମତୁଆ ସମୁଦାୟ ବିଜେପି ପାଇଁ ଭୋଟ୍ ଦେଉଛନ୍ତି। ରାଜ୍ୟରେ ମୋଦିଙ୍କ ସପକ୍ଷରେ ମାହୋଲ ଥିବା ବେଳେ ଶାସକ ଦଳ ଟିଏମସି ବିରୋଧରେ ମାହୋଲ ରହିଛି।

ଏହି ଅଡିଓକୁ ବିଜେପି IT ସେଲ୍ ମୁଖ୍ୟ ଅମିତ୍ ମାଲବି ଟ୍ୱିଟ୍ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଖୋଦ୍ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ଅଡିଓର ମାତ୍ର କିଛି ଅଂଶ ଦେଖାଉଛି। ସମ୍ପୂର୍ଣ୍ଣ ଅଡିଓ ସାମ୍ନାକୁ ଆସିବା ଦରକାର।

ସେପଟେ ବିଜେପି କହିଛି ଯେ ଅଡିଓରେ ଯାହା ଆଲୋଚନା ହେଉଛି ତାହା ସତ। ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବାକୁ ଯାଉଛି।

ସ୍କୁଲ୍ ଖୋଲିବା ଯାଏ ଘରୋଇ ଶିକ୍ଷକଙ୍କୁ ପ୍ରତି ମାସ ୨ ହଜାର ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ଦେବେ ସରକାର

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଛି ସ୍କୁଲ୍, ହେଉନି ପାଠପଢ଼ା । ଫଳରେ ଅଧିକାଂଶ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ଓ କର୍ମଚାରୀ ଚଳିବା ମୁସ୍କିଲ୍ ହୋଇ ପଡ଼ିଛି । ଏସବୁକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ତେଲଙ୍ଗାନା ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଘରୋଇ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସିକ ୨ ହଜାର ଟଙ୍କା ସହ ୨୫ କେଜି ଚାଉଳ ମାଗଣା ମଳିବ । ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଯାଏ ଏହି ସହାୟତା ଯୋଗାଇ ଦେବେ ତେଲଙ୍ଗାନା ସରକାର । ଚଳିତ ମାସରୁ ସହାୟତା ଯୋଗାଇ ଦିଆଯିବ ।

ଏନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ପଡ଼ିଛି । ଏଥିଯୋଗୁଁ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ସ୍କୁଲ୍ ଯେ ପର୍ଯ୍ୟନ୍ତ ନ ଖୋଲିଛି, ସେତେବେଳେ ଯାଏ ଶିକ୍ଷକଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ଓ ୨୫ କେଜି ଚାଉଳ ପ୍ରତିମାସ ଯୋଗାଇ ଦିଆଯିବ ।

ଏହି ନିଷ୍ପତ୍ତି ମାନବିକତା ଦୃଷ୍ଟିକୋଣରୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟ ମାନ୍ୟତାପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ୫୦ ଲକ୍ଷ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ସହାୟତା ପାଇବା ଲାଗି ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଅନ୍ୟ ଦସ୍ତାବିଜ୍ ସହ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ ।

ପଶ୍ଚିମବଙ୍ଗ ନିର୍ବାଚନରେ ଥମୁନି ହିଂସା: ସିଆଇଏସଏଫ୍ ଗୁଳିରେ ୪ ମୃତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଥମୁନି ରାଜନୈତିକ ହିଂସା । ପୂର୍ବ ଥର ଭଳି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ହିଂସା । କୁଚ ବିହାରରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଉଭୟ ପକ୍ଷରୁ ଗୁଳି ଓ ବୋମା ମାଡ଼ ଆରମ୍ଭ ହୋଇଯାଇଥିଲା । ଯାହାକୁ ଅଟକାଇବା ପାଇଁ ସିଆଇଏସଏଫ୍  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଘଟଣାରେ ସ୍ଥାନୀୟ ପୋଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ।

ତେବେ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ସେମାନେ ଟିଏମସି କର୍ମୀ ବୋଲି ଦଳ ଦାବି କରିଛି । ଘଟଣାରେ ତୁରନ୍ତ ପୋଲିସ ଓ ନିର୍ବାଚନ ଅଧିକାରୀ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଟିଏମସି । ଅନ୍ୟପଟେ ବିଜେପି ପ୍ରାର୍ଥୀ ତଥା ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଟିଏମସି କର୍ମୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଲକେଟ୍ ଚାଟାର୍ଜୀ କହିଛନ୍ତି । ଏଥିସହ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି ଲକେଟ୍ ଚାଟାର୍ଜୀ । ଆକ୍ରମଣ ସମୟରେ ମିଡିଆ ଗାଡି ମଧ୍ୟ ଭାଙ୍ଗିଛି।

ମ୍ୟାଟ୍ରିମୋନିଆଲ୍ ସାଇଟରେ ବର ଖୋଜୁଥିଲେ ୭୩ ବର୍ଷର ବୃଦ୍ଧା, ମିଳିଲେ ୬୯ ବୟସ୍କ

ମୟସୁରୁ: ବୟସ ୭୩ । ଏକୁଟିଆ ବଞ୍ଚିବାକୁ ଚାହୁଁନଥିଲେ କର୍ଣ୍ଣାଟକ ମୟସୁରୁର ୭୩ ବର୍ଷିଅ ବୃଦ୍ଧା । ଶିକ୍ଷକତାରୁ ଅବସର ନେବା ପରେ ବୃଦ୍ଧା ଜଣଙ୍କ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ବ୍ରାହ୍ଣଣ ବର ପାଇଁ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ଆଗ୍ରହ ପ୍ରକାଶ କରିଥିଲେ ୬୯ ବର୍ଷିଅ ଅବସରପ୍ରାପ୍ତ ଇଞ୍ଜିନିୟର ।

 73-year-old woman in Mysuru puts out matrimonial ad, gets response from 69-year-old man

ମହିଳା ଜଣଙ୍କ ଜୀବନର ଶେଷ ସମୟରେ ଏକୁଟିଆ ରହିବାକୁ ଚାହୁଁନଥିଲେ । ସେଥିପାଇଁ ସେ ଜଣେ ଜୀବନ ସାଥୀଙ୍କ ସହ ବଳକା ଜୀବନ ବିତାଇବାକୁ ଚାହୁଁନଥିଲେ । ଦେଇଥିବା ବିଜ୍ଞାପନ ଅନୁସାରେ, ସେ ଜଣ ସୁସ୍ଥ ବ୍ରାହ୍ଣଣ ବ୍ୟକ୍ତିଙ୍କ ସନ୍ଧାନରେ ଥିଲେ । ଯିଏ କି ବୟସରେ ତାଙ୍କ ଠାରୁ ବଡ଼ ହୋଇଥିବେ ।

ଏଥିସହ ମହିଳା ଜଣଙ୍କ ଲେଖିଥିଲେ- ମୋର ପ୍ରଥମ ବିବାହ ଛାଡ଼ପତ୍ର ଯୋଗୁଁ ବିଚ୍ଛେଦ ହୋଇଛି । ଯାହାକି ବେଶ୍ କଷ୍ଟଦାୟକ ଥିଲା । ସେଥିପାଇଁ ସେ ଦୀର୍ଘ ବର୍ଷ ଧରି ଦ୍ୱିତୀୟ ବିବାହ କରି ନଥିଲେ । ଏବେ ପରିବାରର ଅନ୍ୟ ସଦସ୍ୟଙ୍କୁ ହରାଇବା ପରେ ସେ ଏକୁଟିଆ ହୋଇ ଯାଇଛନ୍ତି । ଏବେ ସେ ଘରୁ ବସଷ୍ଟାଣ୍ଡକୁ ଏକୁଟିଆ ଯିବାକୁ ଡରୁଛନ୍ତି । ସେଥିପାଇଁ ସେ ଜଣେ ଜୀବନ ସାଥୀ ଖୋଜୁଥିବା ଲେଖିଥିଲେ ।

ପିପିଲି ଉପ-ନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ସଂକ୍ରମିତ

ପିପିଲି: କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି  । ସେ ଲେଖିଛନ୍ତି, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି ।

May be an image of 6 people, motorcycle and outdoors

ସୂଚନା ଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଆସନ ନେଇ ଭୋଟଗ୍ରହଣ ହେବାକୁ ଥିବା ବେଳେ ୧୫ ତାରିଖ ଯାଏଁ ପ୍ରଚାର କରିବେ ପ୍ରାର୍ଥୀ । ନିର୍ବାଚନ ନେଇ ଆହୁରି ୫ ଦିନ ଥିବା ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଅଜିତ୍ ମଙ୍ଗରାଜ । ଏଭଳି ସ୍ଥିତିରେ କଂଗ୍ରେସର ପ୍ରଚାର କାର୍ଯ୍ୟରେ ଏକ ପ୍ରକାର ବ୍ରେକ୍ ଲାଗିବ । ପିପିଲିରେ ପ୍ରଥମରୁ ଅପେକ୍ଷାକୃତ ଦୁର୍ବଳ ଥିବା କଂଗ୍ରେସର ପ୍ରାର୍ଥୀ ସଂକ୍ରମିତ ଚିହ୍ନଟ ହୋଇ ପ୍ରଚାର ରଣାଙ୍ଗନା ଦୂରେଇ ଯିବା ଦଳୀୟ କର୍ମୀଙ୍କୁ ହତୋତ୍ସାହ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।  ଅପରପକ୍ଷରେ   ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ୍ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର ହେବ । LED ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ହେବ। ଏବଂ ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ଜିତିବ।ଏ ନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ ।