spot_img
Home Blog Page 5808

ହଲିଉଡ୍ ସେଲେବ୍ରିଟି ହେଉଛନ୍ତି ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ

ବିଶ୍ୱର ସର୍ବପୂରାତନ ଧର୍ମ ହେଉଛି ସନାତନ ଧର୍ମ ବା ହିନ୍ଦୁ ଧର୍ମ। ଏହି ଧର୍ମକୁ ଶାନ୍ତିର ଧର୍ମ କୁହାଯାଏ । ଆଉ ବିଶ୍ୱାସ ରହିଛି ଯେ ଏହି ଧର୍ମକୁ ଯିଏ ଗ୍ରହଣ କରେ ତାକୁ ଶାନ୍ତି ମିଳେ । ବିଶ୍ୱର ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଏହି ଧର୍ମରେ ବିଶ୍ୱାସ କରନ୍ତି। ହିନ୍ଦୁ ଧର୍ମ ପ୍ରକୃତରେ ଏକ ଧର୍ମ ନୁହେଁ ଏହା ଏକ ଅନନ୍ୟ ବିଶ୍ୱାସ। ଏହା ଏକ ଜୀବନ ବଞ୍ଚିବାର ମାର୍ଗ। ଦିନ୍ଦୁ ଧର୍ମର ଶିକ୍ଷା ସର୍ବଦା ସାରା ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଥାଏ। କେବଳ ଭାରତରେ ନୁହେଁ ବହୁ ବିଦେଶୀ ଲୋକ ମଧ୍ୟ ହିନ୍ଧୁ ଧର୍ମରେ ଆସ୍ଥା ରଖନ୍ତି। ଆଉ ଏମାନଙ୍କ ମଧ୍ୟ ବହୁ ହଲିଉଡ ସେଲେବ୍ରିଟି ଓ ବିଜନେସ ଟାଇକୁନ ମଧ୍ୟ ଅଛନ୍ତି।

ଆଲଫ୍ରେଡ ଫୋର୍ଡ଼: ବିଶ୍ୱର ସବୁଠୁ ଦାମୀ କାର ମଧ୍ୟରେ ଥିବା ‘ଫୋର୍ଡ’ କମ୍ପାନୀର ଉତ୍ତରାଧିକାରୀ ଆଲଫ୍ରେଡ ଫୋର୍ଡ ନିଜର ଜୀବନକୁ କୃଷ୍ଣ ଭକ୍ତିରେ ଉତ୍ସର୍ଗ କରିଛନ୍ତି। ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଆଲଫ୍ରେଡଙ୍କର ସବୁବେଳେ ହିନ୍ଦୁ ଧର୍ମ ପ୍ରତି ଦୁର୍ବଳତା ଥିଲା । ତେଣୁ ସେ ନିଜର ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାଇଥିଲେ। ଏବେ ସେ ନିଜର ନାଁ ପରିବର୍ତ୍ତନ କରି ଅମିରିଶ ଦାସ ରଖିଛନ୍ତି । ସେ ଲୋକଙ୍କ ଆଦ୍ଧାତ୍ମିକତା ଉପରେ ପ୍ରବଚନ ମଧ୍ୟ ଦିଅନ୍ତି । ଆଲଫ୍ରଡ୍ ଅମରିଶ ପ୍ରଭୁ ନାମରେ ଜଣାଶୁଣା । ଆଲଫ୍ରେଡ୍ କୁହନ୍ତି ଯେ ଜୀବନର ସମସ୍ତ ସମସ୍ୟାର ସମାଧାନ ହିନ୍ଦୁ ଧର୍ମର ବେଦ ଓ ଗ୍ରନ୍ଥରେ ଲୁଚି ରହିଛି । ତେଣୁ ଯେବେ ବି ସମୟ ମିଳୁଛି ନିଜ ଗ୍ରନ୍ଥକୁ ନିଶ୍ଚୟ ପଢ଼ନ୍ତୁ ।

ଜୁଲିଆ ରୋବର୍ଟସ୍ : ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୁଲିଆ ରୋବର୍ଟ ୧୧ ବର୍ଷ ତଳେ ଖୁଲାସା କରିଥିଲେ ଯେ ସେ ଖ୍ରୀଷ୍ଟିଆନ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ୨୦୧୦ ମସିହାରେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ ଏହି ଘୋଷଣା କରିଥିଲେ। ଜୁଲିଆ ଆମେରିକାର ଜର୍ଜିଆରେ ଜନ୍ମଗ୍ରହଣ କରିଥିଲେ। ଯେଉଁଠାରେ କ୍ୟାଥୋଲିକ୍ ବା ଖ୍ରୀଷ୍ଟିଆନ ଧର୍ମର ଏତେପ୍ରଚଳନ ଯେ ଯେ ଏହାକୁ ବାଇବେଲ ବେଲ୍ଟ କୁହାଯାଏ । ବ୍ୟାଟିଷ୍ଟ ଓ କ୍ୟାଥିଲିକ ମାତାପିତାଙ୍ଠୁ ଜନ୍ମ ନେଇଥିବା ଜୁଲିଆ ନିଜ ଆଗାମୀ ଜନ୍ମରେ ସୁଖ ଓ ଶାନ୍ତିର ଜୀବନ ପାଇବା ଆଶାରେ ହିନ୍ଦୁ ଧର୍ମ ସ୍ୱୀକାର କରିନେଲେ। ସେ ୨୦୧୦ରେ ନିଜ ଫିଲ୍ମ’ଇଟ୍ ପ୍ରେ ଲଭ’ର ଶୁଟିଂ ପାଇଁ ଭାରତ ଆସିଥିଲେ । ଯେଉଁଠି ସେ ହିନ୍ଦୁ ଧର୍ମ ବିଷୟରେ ଜାଣିବାକୁ ପାଇଥିଲେ। ଆଉ ସେବେଠୁ ହିଁ ସେ ହିନ୍ଦୁ ହୋଇଗଲେ।

ସିଲଭେଷ୍ଟର ଷ୍ଟାଲୋନ: ସୁପରହିଟ୍ ହଲିଉଡ ଧାରାବାହିକ ‘ରାମ୍ବୋ ରକର୍ସ’ର ଲୋକପ୍ରିୟ ଅଭିନେତା ସିଲଭେଷ୍ଟର ଷ୍ଟାଲୋନଙ୍କର ମଧ୍ୟ ସନାତନ ଧର୍ମ ଉପରେ ବିଶ୍ୱାସ ରହିଛି। ତାଙ୍କର କାହାଣୀ ବହୁତ ଅଦ୍ଭୁତ । ପ୍ରାୟ ଚାରି ବର୍ଷ ପୂର୍ବେ ସିଲଭେଷ୍ଟରଙ୍କ ୧୪ ବର୍ଷର ପୁଅ ସାଗେଙ୍କର ମୃତ୍ୟୁ ହୋଇଥିଲା । ସେହି ଦିନଠାରୁ ସେ ଡିପ୍ରେଶନରେ ଥିଲେ । ତାଙ୍କୁ ସବୁବେଳେ ନିଜ ଚାରିପାଖରେ ତାଙ୍କ ପୁଅ ଆତ୍ମାର ଉପସ୍ଥିତି ଅନୁଭବ ହେଉଥିଲା । ଯେଉଁଥିପାଇଁ ସେ ସବୁବେଳେ ବିଚଳିତ ହେଉଥିଲେ । ଏହା ପରେ ତାଙ୍କର ଜଣେ ହିନ୍ଦୁ ବନ୍ଧୁ ତାଙ୍କୁ ପୁଅର ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ହରିଦ୍ୱାରରେ ପୁଅର ପିଣ୍ଡଦାନ କରିଥିଲେ । ଯାହାପରେ ତାଙ୍କୁ ଶାନ୍ତି ମିଳିଥିଲା । ଆଉ ଏହାପରେ ତାଙ୍କ ମନରେ ସନାତନ ଧର୍ମ ପ୍ରତି ବିଶ୍ୱାସ ଜାଗ୍ରତ ହେଲା। ଏବେ ସେ ନିଜର ଇଶାଇ ଧର୍ମ ସହ ହିନ୍ଦୁ ଧର୍ମକୁ ବି ମାନନ୍ତି ।

ମାର୍କ ଜୁକରବର୍ଗ: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ରୋଚକ । ବାରମ୍ବାର ବିଫଳତା ଯୋଗୁ ସେ ବହୁତ ନିରାଶ ହୋଇଯାଇଥିଲେ ଓ ଭାଙ୍ଗିପଡ଼ିଥିଲେ। ଏହି ସମୟରେ ସେ ଭାରତ ଆସିଥିଲେ। ଆଉ ଦେବଭୂମି ଉତ୍ତରାଖଣ୍ଡରେ ପହଞ୍ଚିଥିଲେ। ଯେଉଁଠାରେ ସେ ହନୁମାନ ଭକ୍ତ ତଥା ମହାନ ସାଧକ ନିମ୍ କାରୋଲି ବାବାଙ୍କୁ ଭେଟିଥିଲେ। ଯାହାଙ୍କୁ ସେଠି ହନୁମାନଙ୍କ ଅବତାର ବୋଲି କୁହାଯାଏ । ବାବା ଜୁକରବର୍ଗଙ୍କୁ ଜୀବନ ପ୍ରକୃତ ମାର୍ଗ ଦେଖାଇଥିଲେ । ଯାହା ତାଙ୍କ ଜୀବନରେ ଆଣିଦେଇଥିଲା ନୂଆ ମୋଡ଼। ଆଉ ଏହା ପରେ, ଜୁକରବର୍ଗ ଏବଂ ଫେସବୁକର ସଫଳତାର କାହାଣୀ ଇତିହାସ ସୃଷ୍ଟି କଲା ।

ଷ୍ଟିଭ ଜବ୍ସ: ଯେବେବି ସବୁଠୁ ମହଙ୍ଗା ମୋବାଇଲ କଥା ପଡ଼େ ତେବେ ଆପଣଙ୍କ ମନେର ପ୍ରଥମେ ଆପଲ ର ନାଁ ଆସେ । ଆପଲ୍ କମ୍ପାନୀର ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କର ବି ହିନ୍ଦୁ ଧର୍ମ ପ୍ରତି ରହିଥିଲା ବିଶ୍ୱାସ । ୨୦୧୧ରେ ସେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ସେ ବଞ୍ଚିବା ପର୍ଯ୍ୟନ୍ତ ଭାରତର ଆଧ୍ୟାତ୍ମିକତା ପ୍ରତି ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ସେ ମଧ୍ୟ ଉତ୍ତରାଖଣ୍ଡର ପ୍ରସିଦ୍ଧ ସନ୍ଥ ନିମ୍ କାରୋଲି ବାବାଙ୍କର ଶିଷ୍ୟ ଥିଲେ। ସନାତନ ଧର୍ମ ଉପରେ ଷ୍ଟିଭ ଜବ୍ସଙ୍କର ଅଗାଢ଼ ବିଶ୍ୱାସ ଥିଲା । ଷ୍ଟିଭ ହିଁ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ନିମ୍ କାରୋଲି ବାବାଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ମୃତ୍ୟୁ ପୂର୍ବରୁ ସେ ବହୁଥର ଭାରତରେ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ତାଙ୍କୁ ଯେବେ ବି ସମୟ ମିଶଳୁଥିଲା ସେ ଆସି ମନ୍ଦିରେ ବସୁଥିଲେ । ସେ କହୁଥିଲେ ଯେ ତାଙ୍କୁ ମନ୍ଦିରରେ ଶାନ୍ତି ମିଳେ।

ରବର୍ଟ ଡାଉନି ଜୁନିଅର: ଆଇରନ ମ୍ୟାନ ଭାବେ ଘରେ ଘରେ ଲୋପ୍ରିୟ ରବର୍ଟ ଡାଉନି ଜୁନିଅର୍ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି, ଆଉ ସେ ଏହାକୁ ହିନ୍ଦୁ ଧର୍ମର ଅଂଶ ମାନନ୍ତି। ସେ କୃଷ୍ଣ ଚେତନାକୁ ଅନୁସରଣ କରନ୍ତି ଓ ସେ ଇସ୍କନର ଅନୁଗାମୀ ମଧ୍ୟ। ଭଗବାନ କୃଷ୍ଣଙ୍କ ଉପରେ ତାଙ୍କର ଅଗାଢ଼ ବିଶ୍ୱାସ। ସେ ସବୁବେଳେ କୁହନ୍ତି ଯେ ଯଦି ଜୀବନରେ କିଛି ବି ସମସ୍ୟା ଅଛି ତେବେ ଭଗବତ ଗୀତା ପଢ଼। ଏଥିସହ ସେ ସମସ୍ତଙ୍କୁ ପରାମର୍ଶ ଦିଅନ୍ତି ଯେ ଯଦି ତୁମେ ମୁକ୍ତି ପାଇବାକୁ ଚାହଁ ତେବେ ଶାନ୍ତିର ଧର୍ମ ସନାତନ ଧର୍ମକୁ ଅନୁସରଣ କର।

ଗୀତ କହୁଛି ଉତ୍କଳର ଐତିହ୍ୟ ଗାଥା, ଭିଡିଓ ରିଲିଜ କଲେ ରାଜ୍ୟପାଳ

ଭୁବନେଶ୍ବର: ପବିତ୍ର ଉତ୍କଳ ଦିବସରେ ରିଲିଜ ହୋଇଛି ଏ ମାଟି ଓଡ଼ିଶା, ଜାତି ଓଡ଼ିଆ ସଙ୍ଗୀତ । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ରିଲିଜ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରିଲିଜ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ। ଗୀତକୁ ବସନ୍ତରାଜ ସାମଲ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି ।

ଐତିହ୍ୟ ଓ କୀର୍ତ୍ତିରେ ଭରପୂର ଏ ରାଜ୍ୟ ଉତ୍କର୍ଷତା ହେତୁ ନାମ ଉତ୍କଳ । ଆଜିର ଦିନରେ ଭାଷାଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠିତ ଲାଭ ହୋଇଥିବା ଓଡିଶାକୁ ପୁଣି ମନେପକାଇ ଦେଇଛି ଏହି ଗୀତ । ସାଢ଼େ 5 ମିନିଟର ଭିଡିଓରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ଉପସ୍ଥାପନା କରାଯାଇଛି ।

ଲୁପ୍ତ ହୋଇଯାଉଥିବା ଓଡିଆ ଘରର ପୂର୍ବ ଐତିହ୍ୟ ଏଥିରେ ଉଜ୍ଜୀବିତ ହୋଇଛି । ରାଜ୍ୟର ଅନେକ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି । ସେହିପରି କ୍ରୀଡା, ସଂସ୍କୃତି ସହ ପ୍ରତିଟି ଓଡିଆର ସ୍ପନ୍ଦନ ମହାପ୍ରଭୁ ଜଗନ୍ନାଥକୁ ମଧ୍ୟ ଭିଡିଓରେ ଉଲ୍ଲେଖ ରହିଛି । ସବୁଠାରୁ ବଡ କଥା ହେଉଛି ମ୍ୟୁଜିକ ଭିଡିଓରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଏହି ସଙ୍ଗୀତରେ 14 ଜଣ କଳାକାର ନଜର ଆସିଛନ୍ତି ।

ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୨୦ ତାରିଖରେ ଭୋଟିଂ

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି ।

ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହେବ । ଏନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି । ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହେବ ।

ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବୈଠକକୁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବେ । ବୈଠକରେ ପଞ୍ଚାୟତର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିବାକୁ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି ।

ଗୁଗୁଲ୍ ସର୍ଚ୍ଚ କରି ଇଞ୍ଜେକସନ ଦେଲେ ଡାକ୍ତର, ୬ ମାସ ଶିଶୁର ଚାଲିଗଲା ଜୀବନ

ନବରଙ୍ଗପୁର: ଗୁଗୁଲରୁ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଲେ ଡାକ୍ତର, ୬ ମାସ ଶିଶୁର ଚାଲି ଗଲା ଜୀବନ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଡିକାଲରେ । ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନ୍‌ଲାଇନ୍‌ ସର୍ଚ୍ଚ କରି ଇଂଜେକସନ ଲେଖିବାରୁ ସେହି ଇଞ୍ଜେକସନ ନେଇ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ, ପାପଡାହାଣ୍ଡି ବ୍ଲକ ନୀଳାବତୀ ଗୁଡା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ମାସର ପୁଅ ଦେହ ଖରାପ ହେବାରୁ ଡାବୁଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଶିଶୁକୁ ଚିକିତ୍ସା କରିବା ନେଇ ଫୋନରେ ଗୁଗଲ୍ ସର୍ଚ୍ଚ କରି ଇଂଜେକସନ ଲେଖିଥିଲେ ଓ ଡ୍ୟୁଟିରେ ଥିବା ନର୍ସଙ୍କୁ ଶିଶୁକୁ ଇଂଜେକସନ ଦେବା ପାଇଁ କହିଥିଲେ ।

ଇଂଜେକସନ ଦେବାର କିଛି ସମୟ ପରେ ଶିଶୁଟିର ଜୀବନ ଚାଲି ଯାଇଥିଲା । ଶିଶୁର ମୃତ୍ୟୁ ପରେ ଡାକ୍ତର ସନଲପ କୁଆଡେ ପଳାଇଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଯୋଗାଯୋଗ ହୋଇପାରିନଥିବା ସୂଚନା ରହିଛି ।

ବାହାରେ ଫାଷ୍ଟଫୁଡ୍ ଖାଇ ଭିମସାରର ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ଜାରି

ସମ୍ବଲପୁର: ବାହାରେ ବିକ୍ରୟ ହେଉଥିବା ଖାଦ୍ୟ ଖାଇ ଅସୁସ୍ଥ ହେଲେ ୫୦ ଛାତ୍ରଛାତ୍ରୀ । ସୂଚନା ମୁତାବକ ବୁର୍ଲା କିର୍ବା ଛକରେ ଥିବା ଉଠା ଫାଷ୍ଟଫୁଡ୍‌ ସେଣ୍ଟରରୁ ଖାଦ୍ୟ ଖାଇ ଥିଲେ ଭିମସାରର ୫୦ ଛାତ୍ରଛାତ୍ରୀ । ଖାଦ୍ୟ ଖାଇ ପେରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ପରେ ଅନେକ ଛାତ୍ର ବାନ୍ତି ମଧ୍ୟ କରିଥିଲେ ।

ଏତେ ସଂଖ୍ୟକ ଛାତ୍ର ଅସୁସ୍ଥ ହେବା ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଫାଷ୍ଟଫୁଡ ଦୋକାନରୁ ଖାଦ୍ୟ ଖାଇବା ପରେ ହିଁ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ସେପଟେ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିମସାରର ମେଡିସିନ ବିଭାଗରେ ଭର୍ତ୍ତି କରାଯିବା ସହ ଚିକିତ୍ସା ଜାରି ରହିଛି ।

ସୁଏଜ କେନାଲରେ ସପ୍ତାହେ ଧରି ଅଟକି ରହିଥିବା ଜାହାଜର ନାଁ କ’ଣ?

କାଇରୋ:  ସୋମବାର ଦିନ ଦୈତ୍ୟ ଜାହାଜ ଏଭର ଗିଭେନ୍ ସୁଏଜ କେନାଲରୁ ବାହାରିଛି । ପାଖାପାଖି ସପ୍ତାହେ ଧରି ସୁଏଜ କେନାଲରେ ଅଟକି ରହିବା ପରେ ଏହି ଜାହାଜ ନିଜ ଗନ୍ତବ୍ୟସ୍ଥଳୀ ଆଡକୁ ଅଗ୍ରସର ହୋଇଛି । ତେବେ ଏହି ଜାହାଜର ନାମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କିଛି ଏହାକୁ ଏଭର ଗ୍ରୀନ୍ ବୋଲି କହୁଛନ୍ତି କିଛି ଏହାକୁ ଏଭର ଗିଭେନ୍ ବୋଲି ରିପୋର୍ଟ କରୁଛନ୍ତି । ତେବେ ସତ କ’ଣ ? ଜାହାଜର ପ୍ରକୃତ ନାମ କ’ଣ ? ହୁଏତ ଏହି ପ୍ରଶ୍ନ ଆପଣଙ୍କ ମନକୁ ମଧ୍ୟ ଆସୁଥିବ । ଆପଣଙ୍କ ଭଳି ଅନେକ ଏହି ପ୍ରଶ୍ନର ଉତ୍ତର ଗୁଗଲରେ ଖୋଜୁଛନ୍ତି । ଆସନ୍ତୁ ଜାଣିବା ସତ କ’ଣ ।

ଅନେକ ନ୍ୟୁଜ୍ ୱେବସାଇଟ୍ ଓ ଚ୍ୟାନେଲ ଏହି ଜାହାଜର ନାମ ଏଭର ଗିଭେନ୍ ବୋଲି ରିପୋର୍ଟ କରୁଛନ୍ତି । ଯେତେବେଳେକି ଜାହଜରେ ବଡ ବଡ ଅକ୍ଷରରେ ଏଭର ଗ୍ରୀନ ବୋଲି ଲେଖା ହୋଇଛି । ଜାହାଜର କରରେ କ୍ୟାପିଟାଲ ଲେଟରରେ ଲେଖାଯାଇଥିବା ଏଭର ଗ୍ରୀନକୁ ଦେଖି ଅନେକ ପ୍ରଶ୍ନ କରୁଛନ୍ତି ଯେ, ଜାହାଜର ପ୍ରକୃତ ନାମ କ’ଣ ?
ଉତ୍ତର ହେଉଛି ଜାହଜର ଅଫିସିଆଲ ନାମ ହେଉଛି ଏଭର ଗିଭେନ୍ । କିନ୍ତୁ ଜାହଜକୁ ଅପରେଟ୍ କରୁଥିବା କମ୍ପାନୀର ନାମ ହେଉଛି ଏଭର ଗ୍ରୀନ୍ ମେରାଇନ୍ । ଯାହାକି ଏକ ତାଇୱାନ କମ୍ପାନୀ । ଏହି କମ୍ପାନୀ ବାହମସର ପଂଜିକୃତ । ଏଭର ଗ୍ରୀନ୍ ମେରାଇନ୍ ତାର ସବୁ ଜାହଜକୁ ‘ଏଭର’ ନାମରେ ଚଳାଇଥାଏ । ଅର୍ଥାତ ଏହାର ସବୁ ଜାହାଜର ନାମ ଆଗରେ ‘ଏଭର’ ଶବ୍ଦ ରହିଥାଏ । ଯେମିତିକି ‘ଏଭର ଗୁଡ୍ସ’,‘ଏଭର ଗ୍ଲୋରି’ ଓ ‘ଏଭର ଜେଣ୍ଟିଲ’ ।


ଇଏ ହେଉଛି ଏଭର ଗ୍ରୀନ ମେରାଇନର ଏଭର ଗୁଡ୍ସ କଣ୍ଟେନର ସିପ୍ । ଲାଇବେରିଆରେ ପଂଜିକୃତ ଏହି ଜାହାଜ ଏଭର ଗିଭେନ୍ ଭଳି ମାଲ ପରିବହନ କରିଥାଏ । ସେହିଭଳି ଏହି ଏହି ଜାହଜକୁ ଦେଖନ୍ତୁ । ଏହାର ନାମ ହେଉଛି ଏଭର ଗ୍ଲୋରି । ଜାହାଜରେ ବଡ଼ ବଡ଼ ଅକ୍ଷରରେ କମ୍ପାନୀର ନାମ ଏଭର ଗ୍ରୀନ୍ ଲେଖା ହୋଇଛି କିନ୍ତୁ ଗୋଟିଏ ପାଖରେ ଜାହାଜର ନାମ ଲେଖା ଯାଇଛି ଏଭର ଗ୍ଲୋରି ।

ଇଣ୍ଡିଆନ୍ ରେଲୱେ କହିଲେ ଯେମିତି ଭାରତୀୟ ରେଳବାଇକୁ ବୁଝାଏ କିନ୍ତୁ ରେଳବାଇ ଚଳାଉ ଥିବା ସବୁ ଟ୍ରେନର ନାମ ଅଲଗା ଥାଏ । ଯେମିତି କୋଣାର୍କ ଏକ୍ସପ୍ରେସ କିମ୍ବା ରାଜଧାନୀ ଏକ୍ସପ୍ରେସ । ଭାରତୀୟ ରେଳବାଇ ଚଳାଉଥିବା ସବୁ ଟ୍ରେନର ଭାରତୀୟ ରେଳବାଇ ବୋଲି ଲେଖା ଯାଇଥାଏ । ତା’ର ଅର୍ଥ ନୁହେଁ ଯେ, ସବୁ ଟ୍ରେନର ନାମ ଇଣ୍ଡିଆନ୍ ରେଲୱେ ନୁହେଁ ।

ସୂଚନାଯୋଗ୍ୟ ଯେ, ପାଖାପାଖି ୪୦୦ ମିଟର ଲମ୍ବ ଏଭର ଗିଭେନ୍ ଜାହାଜ ସୁଏଜ କେନାଲରେ ଅଟକି ରହିଥିଲା । ଫଳରେ ସୁଏଜ କେନାଲରେ ଟ୍ରାଫିକ୍ ଜାମ୍ ଲାଗି ରହିଥିଲା। ପାଖାପାଖି ୩୬୭ ରୁ ଅଧିକ ଜାହାଜ ସୁଏଜ କେନାଲରେ ଅଟକି ରହିଥିଲେ। ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ୧୨ ପ୍ରତିଶତ ଏହି ଚ୍ୟାନେଲ ଦେଇ ହୋଇଥାଏ । ଯଦି ଜାମ୍ ଅଧିକ ଦିନ ଲାଗି ରହିଥାନ୍ତା ତେବେ ଏସିଆରୁ ୟୁରୋପ ପହଂଚିବାକୁ ମାଲବାହକ ଜାହଜଙ୍କୁ ଆଫ୍ରିକା ଦେଇ ବୁଲି ଯିବାକୁ ପଡିଥାନ୍ତା । ଫଳରେ ଏସିଆ ଓ ୟୁରୋପ ମଧ୍ୟରେ ଦୂରତା ଅଧିକ ୫ ହଜାର କିଲୋମିଟର ହୋଇଥାନ୍ତା ।

ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଅର୍ଥ ଆତ୍ମସାତ, ବନ୍ଧାହେଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର: ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ଏବଂ ସ୍କୁଲର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ଆତ୍ମସାତ ଅଭିଯୋଗ । ଅଭିଯୋଗ କ୍ରମେ ନୀଳଗିରି ପୋଲିସ ସ୍କୁଲ୍ ର ପ୍ରଧାନ ଶିକ୍ଷକଙ୍କ ଧୋବାଶିଳାସ୍ଥିତ ଫାର୍ମ ହାଉସରେ ଚଢ଼ାଉ କରିବା ସହ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସଙ୍କୁ ଗିରଫ କରିଛି। ସୂଚନାଥାଉକି ଉଦୟ ନାରାୟଣ ବିଦ୍ୟାପୀଠରେ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ ନେଇ ଉଦୟ ନାରାୟଣ ବିଦ୍ୟାପୀଠ ସ୍କୁଲରେ ପୂର୍ବରୁ ଉତ୍ତେଜନା ଦେଖା ଦେଇଥିଲା ।

ଗତ ମାସରେ ଏନେଇ ଅଭିଯୋଗ ହେବା ସହ ବିଦ୍ୟାଳୟରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ନୀଳଗିରି ମଣ୍ଡଳ ସମ୍ପ୍ରସାରଣ ଅଧିକାରୀ ସ୍କୁଲ୍ ରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତରେ ଯାହା ଜଣାପଡ଼ିଥିଲା ପୂର୍ବତନ ପ୍ରଧାନ ଶିକ୍ଷକ ସ୍କୁଲର ଉନ୍ନତି ପାଇଁ ଆସିଥିବା ଟଙ୍କାକୁ ଆତ୍ମସାତ କରିଛନ୍ତି । ପରେ ଜିଲ୍ଳା ଶିକ୍ଷା ଅଧିକାରୀ ଉଦୟ ନାରାୟଣ ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ନାମରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ରାତିରେ ନୀଳଗିରି ପୋଲିସ ଧୋବଶିଳାସ୍ଥିତ ତାଙ୍କ ଫାର୍ମ ହାଉସରେ ଚଢାଉ କରି ଗିରଫ କରିଛି।

ରାଜ୍ୟରେ ଅଥୟ ହେଲାଣି କରୋନା, ଆଜି ପୁଣି ୩୯୪ ପଜିଟିଭ

ଭୁବନେଶ୍ବର: ଅଥୟ ହେଲାଣି କରୋନା । ରାଜ୍ୟରେ ଆଜି ପୁଣି ୩୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୩, ନୂଆପଡ଼ାରୁ ୪୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବରଗଡ଼ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୧ ପଜିଟିଭ, କଟକ-୨୭, ଅନୁଗୁଳ-୨୪, ମୟୂରଭଂଜ-୧୯ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲ-୧୫, ସମ୍ବଲପୁର-୧୪, ପୁରୀରୁ ୧୨, ବଲାଙ୍ଗୀର-୧୦, ଗଂଜାମ ଓ ଯାଜପୁରରୁ ୭ଲେଖାଏଁ, ଝାରସୁଗୁଡ଼ା-୬, ବାଲେଶ୍ୱର-୫, ଭଦ୍ରକ-୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଆଜି ଢେଙ୍କାନାଳ, କୋରାପୁଟ, ସୋନପୁରରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ
କେନ୍ଦୁଝର, ନବରଂଗପୁର, ରାୟଗଡ଼ାରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୨ଲେଖାଏଁ, ନୟାଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ୭୨ ହଜାର ଟପିଲା ସଂକ୍ରମଣ, କେବଳ ମହାରାଷ୍ଟ୍ରରେ ୩୯ ହଜାରୁ ଅଧିକ ସଂକ୍ରମିତ

ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ଧରି ୬୦ ହଜାର ତଳେ ସଂକ୍ରମଣ ରହୁଥିବା ବେଳେ, ଗତକାଲି ଏହା ୭୦ ହଜାର ପାର୍ କରିଛି । ଗତ ୨୪ ଘଣ୍ଟାରେ ଦେଶରେ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି କାଲି ଗୋଟିଏ ଦିନେରେ ୪୫୯ ଜଣଙ୍କ ଜୀବନ ନେଇଛି ଏହି କିଲର ଭାଇରସ। ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୫ ଲକ୍ଷ ୮୪ ହଜାର ୫୫ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି । ସେହିପରି ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ ନେଲାଣି ୧ ଲକ୍ଷ ୬୨ ହଜାର ୯୨୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ କରୋନାକୁ ନେଇ ଚିନ୍ତା ବଢ଼ାଇଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୯ ହଜାର ୫୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୨୭ ଜଣଙ୍କର ଜୀବନ ନେଇଛି ଏହି ଭାଇରସ୍।

ବିଜେଡି କାର୍ଯ୍ୟାଳୟରେ ଉତ୍କଳ ଦିବସ, ବରପୁତ୍ରଙ୍କ ସ୍ମୃତି ଚାରଣ

ଭୁବନେଶ୍ବର: ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଛି ଉତ୍କଳ ଦିବସ । ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ବରପୁତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମନ୍ତ୍ରୀ, ନେତା ଓ ବିଧାୟକ । ଏହି ଅବସରରେ ଉତ୍କଳ ପ୍ରଦେଶ ଗଠନରେ ଅବଦାନ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ରଖିଥିବା ରାଜ୍ୟର ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ ଉପସ୍ଥିତ ନେତା, ମନ୍ତ୍ରୀ । ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା ଓ ଅନେକ ବିଧାୟକ ଓ ନେତା ଉପସ୍ଥିତ ରହିଥିଲେ ।