କୋଲକତା: ପଶ୍ଚିମବଙ୍ଗରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ହେଉଛି । ପ୍ରଥମ ପର୍ଯ୍ୟାୟରେ ୩୦ ଟି ଆସନ ପାଇଁ ଭୋଟ୍ ହେଉଛି । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଭିତରେ ତୃଣମୁଳ କଂଗ୍ରେସ (ଟିଏମସି) ଭୋଟ୍ ପ୍ରତିଶତକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ଟିଏମସିର ଭୋଟିଂ ପ୍ରତିଶତରେ ଗଡବଡକୁ ନେଇ ଲିଖିତ ଅଭିଯୋଗ କରିଛି । ଟିଏମସିର ଅଭିଯୋଗ ଯେ, କାନ୍ଥି ଦକ୍ଷୀଣ(୨୧୨) ଓ କାନ୍ଥି ଉତ୍ତର (୨୧୩) ର ମତଦାନ କେନ୍ଦ୍ରରେ ସକାଳ ୯.୧୩ ମିନିଟରେ ମତଦାନ ହାର କ୍ରମଶଃ ୧୮.୪୭ ପ୍ରତିଶତ ଓ ୧୮.୯୫ ପ୍ରତିଶତ ଥିଲା । କିନ୍ତୁ ୪ ମିନିଟ ପରେ ମତଦାନ ହାର କମିଯାଇ କ୍ରମଶଃ ୧୦.୬୦ ପ୍ରତିଶତ ଓ ୯.୪୦ ପ୍ରତିଶତ ହୋଇଥିଲା । ଟିଏମସି ଅନୁସାରେ ଏହା ଷଡ଼ଯନ୍ତ୍ର । ନିର୍ବାଚନ ଆୟୋଗ ଏହାର ତଦନ୍ତ କରୁ ବୋଲି ଟିଏମସି ଦାବି କରିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଆଜି ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ୫ଟି ଜିଲ୍ଲାର ୩୦ ଟି ଆସନରେ ଭୋଟ ହେଉଛି । ସକାଳ ୧୦.୩୦ ସୁଧା ୧୫.୩୦ ପ୍ରତିଶତ ଭୋଟ ପଡିଥିଲା । ପଶ୍ଚିମବଙ୍ଗ ନିର୍ବାଚନରେ ଏଥରକ ମୁଖ୍ୟତଃ ଟିଏମସି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ବିଜେପିର ଆଶା ଯେ, ଏହା ମମତା ବିରୋଧୀ ଭୋଟକୁ ଏନକ୍ୟାସ କରି ସେଠାରେ ସରକାର ଗଠନ କରିବ ।
ଏଣିକି ଚାଲାଣ କାଟିପାରିବେ ଗ୍ରାଜୁଏଟ କନେଷ୍ଟବଳ
ଭୁବନେଶ୍ୱର: ଏଣିକି ଗ୍ରାଜୁଏଟ୍ କନେଷ୍ଟବଳ ଚାଲାଣ କାଟିବେ। ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ଓ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି। ପୂର୍ବରୁ କମିସନରେଟ୍ ପୁଲିସ କରିଥିବା ଏହି ସୁପାରିସ ଉପରେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି। ଏହି ବ୍ୟବସ୍ଥା ଗୋଟିଏ ବର୍ଷ ପାଇଁ କେବଳ କଟକ ଓ ଭୁବନେଶ୍ବରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ। ଏଥିରୁ ସୁଫଳ ମିଳିଲେ ପରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି। ପୁଲିସ ଅଧିକାରୀ ଅଭାବ କାରଣରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇପାରୁନଥିଲା। ବିଶେଷକରି ଏଏସ୍ଆଇ ପଦବି କମ୍ ଥିବାରୁ ଆବଶ୍ୟକ ଚାଲାଣ କାଟିବା ସମ୍ଭବ ହେଉନଥିଲା। ତେଣୁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ ଏହି କ୍ଷମତା ଦେବାକୁ କମିସନରେଟ୍ ପୁଲିସ ସଡ଼କ ପରିବହନ ବିଭାଗକୁ ସୁପାରିସ୍ କରିଥିଲା। ଏବେ ସରକାର ଏହି ସୁପାରିସରେ ମୋହର ମାରିବା ପରେ କଟକ ଭୁବନେଶ୍ବର କମିସନରେଟ୍ ପୁଲିସରେ କାର୍ଯ୍ୟରତ ଗ୍ରାଜୁଏଟ୍ କନେଷ୍ଟବଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଥାନା ଓ ଟ୍ରାଫିକ୍ ଥାନାଗୁଡ଼ିକରେ କାର୍ଯ୍ୟରତ ଗ୍ରାଜୁଏଟ୍ କନେଷ୍ଟବଳ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଏଥିସହିତ ପଢ଼ନ୍ତୁ: ପ୍ୟାଙ୍ଗୋଗରେ ଭାରତୀୟ ଯବାନଙ୍କ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
ଉପକୂଳ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ବଢ଼ିପାରେ ତାପମାତ୍ରା
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ଉପକୂଳରେ ବର୍ଷିବ ଅଗ୍ନି । ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ବଢିବ ପାରଦ ଏନେଇ ୩ ଜିଲ୍ଲାକୁ ହିଟ୍ଓ୍ବେଭ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ପାରଦ ବଢୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳ ବୈଶାଖୀ ସମ୍ଭାବନା । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖୋର୍ଦ୍ଧା, କଟକ ଏବଂ ନୟାଗଡ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ଓ ୩୦ ତାରିଖରେ ରାଜ୍ୟର ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଦୁଇଦିନ ପର୍ଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ପ୍ୟାଙ୍ଗୋଗରେ ଭାରତୀୟ ଯବାନଙ୍କ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ
ଆଜି ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ: ଆଜି ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏ ହେବ ମତଦାନ । ଉଭୟ ରାଜ୍ୟରେ ମୋଟ ୭୭ଟି ଆସନରେ ହେବ ପୋଲିଂ । କୋଭିଡ କଟକଣା ପାଇଁ ଏଥର ୧୧ ହଜାର ୫୩୭ଟି ମତଦାନ କେନ୍ଦ୍ରରେ ହେଉଛି ମତଦାନ । ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆସାମରେ ୪୭ ଏବଂ ପଶ୍ଚିମବଙ୍ଗରେ ୩୦ଟି ଆସନରେ ପୋଲିଂ ହେବ । ଆସାମରେ ୧୨ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଥିବା ବେଳେ ମୈଦାନରେ ଅଛନ୍ତି ୨୬୭ ଜଣ ପ୍ରାର୍ଥୀ । ପଶ୍ଚିମ ମେଦିନାପୁର ପାର୍ଟ-୧, ପୂର୍ବ ମେଦିନାପୁର ପାର୍ଟ-୧, ବାଙ୍କୁରା, ଝାରଗ୍ରାମ ଓ ପୁରୁଲିଆର ୩୦ଟି ଆସନରେ ମତଦାନ ହେବ । ୧୯୧ ଜଣ ପ୍ରାର୍ଥୀଙ୍କର ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ ।
ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ମ୍ୟାଚ ଇଂଲଣ୍ଡର,୧-୧ରେ ବରାବର ସିରିଜ
ଦ୍ୱିତୀୟ ମ୍ୟାଚ ଇଂଲଣ୍ଡର,୧-୧ରେ ବରାବର ସିରିଜ
ପୁନେ: ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ବିଦେଶୀ ଦଳର ବିଜୟ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ପଟକୁ ଯାଇଛି । ଫଳରେ ଦିନିକିଆ ସିରିଜ ୧-୧ରେ ବରାବର ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୫୦ ଓଭରରେ ୩୩୬ ରନ ସଂଗ୍ରହ କରିଥିଲେ । ସେପଟେ ୩୩୭ରନର ପିଛା କରୁଥିବା ଇଂଲଣ୍ଡ ୪୩.୩ ଓଭରରେ ସହଜରେ ହାସଲ କରିନେଇଥିଲେ ।
ଭ୍ରମଣକାରୀ ଇଂଲଣ୍ଡ ଟିମର ବ୍ୟାଟ୍ସମ୍ୟାନ ବେୟରଷ୍ଟୋ ଚମତ୍କାର ବ୍ୟାଟିଂ କରିଥିଲେ । ଭଲ ପଦର୍ଶନ କରିବା ସହ ଦଳକୁ ୧୨୪ରନ ଏକାକୀ ଯୋଗାଇଦେଇଥିଲେ । ସେହିପରି ବେନ ଷ୍ଟୋକ୍ସ ମଧ୍ୟ ୯୯ରନ କରିଛନ୍ତି । ସେପଟେ ଭାରତ ପକ୍ଷରୁ ମଧ୍ୟ କେଏଲ ରାହୁଲ ୧୦୮ରନ ସଂଗ୍ରହ କରିଥିଲେ ।
ଅନ୍ୟପକ୍ଷରେ ଋଷଭ ପନ୍ଥ ୭୭ ରନ କରିଥିବାବେଳେ ବିରାଟ କୋହଲି ମଧ୍ୟ ୬୬ ରନ କରିଥିଲେ । ଭାରତ ପ୍ରଥମ ପାଳି ଖେଳିଥିଲା । ୫୦ ଓଭରର ପାଳିରେ ଦଳ ୬ ୱିକେଟ ହରାଇ ୩୩୬ ରନ କରିଥିଲେ । କିନ୍ତୁ ମ୍ୟାଚରେ ସବୁଠାରୁ ଚର୍ଚ୍ଚାରେ ଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ୧୬ ବଲରେ ୪ଟି ଛକା ମାରି ପାଣ୍ଡ୍ୟା ୩୫ରନ ସଂଗ୍ରହ କରିଥିଲେ ।
ଭିଜିଲାନ୍ସ ଜାଲରେ ବାଙ୍ଗିରିପୋଷି ତହସିଲଦାର, କାରରୁ ଜବତ ହେଲା ୨ ଲକ୍ଷ ୫୬ ହଜାର ଟଙ୍କା
ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଘରେ ଚଢାଉ କରିଛି । ସୂଚନା ମୁତାବକ ତହସିଲଦାର ବାଙ୍ଗିରିପୋଷିରୁ ବାହାରି ଏକ କାରରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଭିଜିଲାନ୍ସ ଟିମ ଚଢାଉ କରିଛି ।
ଚଢାଉ ସମୟରେ ତାଙ୍କ ଗାଡ଼ିରେ ଥିବା ଏକ ଵ୍ୟାଗରୁ ୨ ଲକ୍ଷ ୫୬ ହଜାର ୫୦୫ ଟଂକା ବାହାରିଥିବା ଜଣା ପଡିଛି। ଏହା ପରେ ତାଙ୍କ ପୈତୃକ ଘର ବୈଶିଙ୍ଗା ନିକଟରେ ଥିବା ଚୁଆପଦା ଗ୍ରାମରେ ଏବଂ ବାଲେଶ୍ବର ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

