spot_img
Home Blog Page 5844

ପେଟ୍ରୋଲ୍ ଓ ଡିଜେଲକୁ ଜିଏସଟି ଅଧିନରେ ଆଣିବାକୁ ପ୍ରସ୍ତୁତି!

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥ ବିଧେୟକ-୨୦୨୧ ଉପରେ ହେଉଥିବା ଏକ ଚର୍ଚ୍ଚାର ଜବାବ ଦେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ଜିଏସଟି ପରିଷଦର ଆଗାମୀ ବୈଠକରେ ପେଟ୍ରାେଲ-ଡିଜେଲ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତୁତ।

ସେ ଆହୁରି ମଧ୍ୟ କହିଛନ୍ତି ପେଟ୍ରୋଲ-ଡିଜେଲ୍ ଉପରେ ଅଧିକ କର ନେଇ ସରକାର ଏହାକୁ ଜିଏସଟିର ଅଧିନରେ ଆଣିବା ଲାଗି ଜିଏସଟି ପରିଷଦର ଆଗାମୀ ବୖେଠକରେ ବିଚାର କରିବାକୁ ପ୍ରସ୍ତୁତ ।

ରାଜ୍ୟ ଆଣୁ ଆଲୋଚନା ପ୍ରସ୍ତାବ-

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଯଦି ରାଜ୍ୟ ଚାହେଁ ତାହେଲେ ଆଗକୁ ଆସି ଆଲୋଚନା ପ୍ରସ୍ତାବ ଆଣୁ । ତାଙ୍କୁ ପରିଷଦ ବୈଠକରେ ଏହା ପ୍ରସଙ୍ଗ ଉପରେ ଆଲୋଚନା କଲେ ଖୁସି ଲାଗିବ ।

ମହାରାଷ୍ଟ୍ରରେ ସବୁଠୁ ଅଧିକ କର-

ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ପେଟ୍ରୋଲ-ଡିଜେଲକୁ ନେଇ କେଉଁ ରାଜ୍ୟରେ ଅଧିକ କିମ୍ବା କମ୍ ଟିକସ ରହିଛଇ ସେନେଇ ସେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ତଥାପି ମହାରାଷ୍ଟ୍ରରେ ପେଟ୍ରୋଲ-ଡିଜେଲ୍ ଉପରେ ସବୁଠୁ ଅଧିକ ରାଜ୍ୟ କର ରହିଛି ।

ତେବେ ପେଟ୍ରୋଲ-ଡିଜେଲ୍ ଉପରେ ରାଜ୍ୟ କର କଥା ଅର୍ଥ ମନ୍ତ୍ରୀ କହୁଥିବା ବେଳେ ରୋଷେଇ ଗ୍ୟାସ ଉପରେ ତ ରାଜ୍ୟର କୌଣସି କର ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରବନୀତ ସିଂ ବିଟ୍ଟୁ।

ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ୨୬ ତାରିଖରୁ ନୂଆ କଟକଣା

ଭୁବନେଶ୍ୱର: ସଂକ୍ରମଣ ବଢ଼ୁଥିବା ବେଳେ ଫେରୁଛି କରୋନା କଟକଣା । ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମକୁ ନେଇ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।

SRC Issued New Guideline For Marriage And Last Rites

ଏସବୁ କାର୍ଯ୍ୟକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି । ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ ।

ଏସବୁଥିରେ ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ବ୍ୟାପକ ସଚେତନତା ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଗାଇଡଲାଇନର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ ବଢ଼ୁଥିବା କରୋନା ମାମଲାରେ ଆଜିର ଦିନରେ ରାଜ୍ୟର ଯୋଗଦାନ ମାତ୍ର ୦.୪ ପ୍ରତିଶତ ରହିଛି । ଅର୍ଥାତ୍ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ରାଜ୍ୟରେ ଦୈନିକ ଚିହ୍ନଟ କରୋନା ମାମଲା ମଧ୍ୟରୁ ୪ଟି ଜିଲ୍ଲାରୁ ୪୦ ପ୍ରତିଶତ ମାମଲା ଆସୁଛି । କଟକୁ ୧୩ ପ୍ରତିଶତ, ଖୋର୍ଦ୍ଧାରୁ ୧୦ ପ୍ରତିଶତ, ସୁନ୍ଦରଗଡ଼ରୁ ୯ ପ୍ରତିଶତ ଓ ମୟୂରଭଞ୍ଜରୁ ୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।

Odisha CM Focused On Covid Testing And Surveillance In State

ବଢ଼ୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ୍ମ ହାମାରୀର ସମ୍ଭାବ୍ୟ ଦ୍ୱିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି । ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଏହା ମଧ୍ୟରେ କୋଭିଡ ଯୁଦ୍ଧକୁ ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକାଲ, ଆଗଧାଡ଼ିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ ଏ ସମସ୍ତଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ । ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ୍ ମୁକାବିଲା ପାଇଁ ସ୍ୱିକୃତି ହାସଲ କରିଛି ବୋଲି ସେ କହିଥିଲେ ।

ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ୱର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ଦ୍ୱିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Odisha CM Focused On Covid Testing And Surveillance In State

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ୱୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି । ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି । ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ । ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା । ଦ୍ୱିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ।

ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ ଆଇସି କ୍ୟାମ୍ପେନ୍ଆ ରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ । ଗାଁ, ସାପ୍ତାହିକ ହାଟ ଓ ଭିଡ଼ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍‌ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ । ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

Odisha CM Focused On Covid Testing And Surveillance In State

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ରେଡ୍‌ ଫ୍ଲାଗ୍‌ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍‌ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍‌ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କାବୁ ହେଲା ‘ସୁନ୍ଦରୀ’, ଫେରିଯିବ ମଧ୍ୟପ୍ରଦେଶ

ଅନୁଗୁଳ: ବନ୍ଦୀ ଜୀବନରୁ ମିଳିବ ମୁକ୍ତି । ଆଜି ସାତକୋଶିଆରୁ ବାଘୁଣୀ ‘ସୁନ୍ଦରୀ’ ଫେରିଯିବ ମଧ୍ୟପ୍ରଦେଶ । ‘ସୁନ୍ଦରୀ’କୁ ନେବା ପାଇଁ ମଧ୍ୟପ୍ରଦେଶରୁ ୬ ଜଣିଆ ଟିମ୍ ଆସିଥିଲେ । ବାଘୁଣୀକୁ କାବୁ କରିବା ଲାଗି ଯନ୍ତା ବସା ଯାଇଥିଲା । ବାରମ୍ବାର ଉଦ୍ୟମ ସତ୍ତ୍ୱେ ‘ସୁନ୍ଦରୀ’ ଯନ୍ତାରେ ପଶି ନଥିଲା । ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଥିବା ଆରସିସିଏଫ୍ ପ୍ରଦୀପରାଜ କରାଟ ସୂଚନା ଦେଇଛନ୍ତି ।

 Tigress Sundari Tranquilized In Satkosia

‘ସୁନ୍ଦରୀ’କୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଛି । ସେଠାରେ ଗରିଲା ଏନକ୍ଲୋଜରରେ ‘ସୁନ୍ଦରୀ’କୁ ଛଡ଼ାଯିବାର ଯୋଜନା ରହିଛି ।

କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ରର ଏପ୍ରିଲ୍ ଗାଇଡଲାଇନ୍, ଟେଷ୍ଟିଂ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌ ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଏଥିସହ ଆରଟି ପିସିଆର ଟେଷ୍ଟ ବଢେଇବା ପାଇଁ ମଧ୍ୟ କୁହାଯାଇଛି ।

ସୂଚନା ଅନୁସାରେ କ୍ୱାରେଣ୍ଟାଇନ ଓ ଆଇସୋଲେସନ ନିୟମକୁ ଠିକ୍‌ ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପଡିଲେ ମାଇକ୍ରୋ ଲେବଲ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏପ୍ରିଲ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ସଂକ୍ରମିତ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା କରିବାକୁ କୁହାଯାଇଛି ।

ତେବେ କଣ୍ଟାକ୍ଟ ଟ୍ରେସିଂ ଜରିଆରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅନ୍ତଃରାଜ୍ୟ ଚଳାଚଳ ଉପରେ କୌଣସି କଟକଣା ନାହିଁ ବୋଲି ଜଣାପଡିଛି। ସେହିପରି ନୂଆ ପଜିଟିଭ୍ କେସ୍‌କୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ ଓ ସାମାଜିକ ଦୂରତାରେ ସମସ୍ତ କାମ କରିବାକୁ କୁହାଯାଇଛି । ଅଧିକ ଭିଡ଼ ହେଉଥିବା ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ମଧ୍ୟରେ ଚଳାଚଳ ନେଇ ମଧ୍ୟ କୌଣସି କଟକଣା କରାଯାଇନାହିଁ । ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ରାଜ୍ୟର ସଚିବମାନଙ୍କୁ ଚିଠି ଲେଖିଛନ୍ତି । କରୋନା କଟକଣାକୁ କଡାକଡି କରିବା ପାଇଁ କହିଛନ୍ତି । ପ୍ରତ୍ୟେକ ଦିନର ସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରିବା ପାଇଁ କୁହାଯାଇଛି । ଏପଟେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ କଟକଣା ଲାଗିଛି । କେବଳ କିଛି ରୁଟ୍‌ରେ ବିମାନ ଉଡିବ ବୋଲି ସୂଚନା ମିଳିଛି।

ଯବାନଙ୍କ ବସ୍ ଉଡ଼ାଇଦେଲେ ମାଓବାଦୀ, ୩ ଡିଆରଜି ଯବାନ ସହିଦ

ମାଲକାନଗିରି: ସୀମାରୁ ଆସିଲା ଲାଲ୍ ହିଂସାର ଖବର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ତିନିଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

3 DRG jawans killed and several injured in a Naxal IED blast in Chhattisgarh

ବିସ୍ଫୋରଣରେ ୨୦ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କମ୍ବିଂ ଅପରେସନ୍ ସାରି ୨୪ ଜଣ ଯବାନ ବସରେ ଫେରୁଥିବା ବେଳେ ଧୋଡ଼ାଇ ପଲ୍ଲେନାର ରାସ୍ତାରେ ନକ୍ସଲ୍ ଆଇଇଡି ବିସ୍ଫୋରଣ କରିଛନ୍ତି ।

ଦେଶରେ ପୁଣି ହେବକି ଲକଡାଉନ? ସ୍ପଷ୍ଟୀକରଣ ଦେଲେ ଡାଭଡେକର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ସବୁ ରାଜ୍ୟ । କିଛି ରାଜ୍ୟରେ କଟକଣା କଡାକଡି କରାଯାଉଥିବା ବେଳେ ଲୋକଙ୍କ ମନରେ ପୁଣି ଲକଡାଉନକୁ ପ୍ରଶ୍ନ ଉଙ୍କି ମାରୁଛି । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଲଗାତାର ଦେଖାଯାଉଛି ସେହି ରାଜ୍ୟ ମାନଙ୍କ ସହ କେନ୍ଦ୍ର ସରକାର କ୍ରମାଗତ ଭାବେ ଆଲୋଚନା କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମ୍ୟାନେଜମେଣ୍ଟର ଉପାୟ ଗତ ବର୍ଷ ଜନସାଧାରଣ ଦେଖିଛନ୍ତି । ଯଦି ଚଳିତ ବର୍ଷ କରୋନାର ମ୍ୟାନେଜମେଣ୍ଟ ଠିକ୍ ଭାବେ ହେଲେ ସଂକ୍ରମଣ ବ୍ୟାପିବ ନାହିଁ । ହେଲେ ସରକାରଙ୍କ ତରଫରୁ ଲକଡାଉନ୍ ଲାଗୁ ହେବ କି ନାହିଁ ସେନେଇ କୗେଣସି ନିଷ୍ପତ୍ତି ହୋଇନାହିଁ ।

୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନେବେ କରୋନା ଟିକା । ଏପ୍ରିଲ ୧ରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ସମସ୍ତଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଅତି ସହଜରେ ସରକାରୀ-ପ୍ରାଇଭେଟ୍ ସେଣ୍ଟର୍ସରୁ ଟିକା ମିଳିପାରିବ । ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତି ଏବଂ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ସରକାର ଅଭିଯାନ ଆରମ୍ଭ କରିଥିଲେ । ଏହି ଟିକାକରଣ ପର୍ଯ୍ୟାୟକୁ ସରକାର ବୃଦ୍ଧି କରିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ ବୋଲି କହିଛନ୍ତି । କେନ୍ଦ୍ର କ୍ୟାବିନେଟ ମିଟିଂରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Health worker

ତେବେ ଏଯାବତ୍ ୪.୮୫ କୋଟି ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଥିବା ବେଳେ ପାଖାପାଖି ୮୦ ଲକ୍ଷ ଲୋକଙ୍କୁ କରୋନାର ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

ରାଜ୍ୟ ବାହାରୁ ଆସିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍, ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା

ମାଲକାନଗିର: କରୋନା ସଂକ୍ରମଣ ରୋକିବାକୁ କଠୋର ହେଉଛି ମାଲକାନଗିର ଜିଲ୍ଲା ପ୍ରଶାସନ । ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଥିବା ବେଳେ ଆଉ ଏକ ଆଡଭାଇଜରୀ ଜାରି କରାଯାଇଛି ।ଏଣିକି ରାଜ୍ୟ ବାହାରକୁ କେହି ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବା ସହ ୭ ଦିନ ହୋମ୍ ଆଇସେଲୋସନ ବାଧ୍ୟତାମୂଳକ କରାଯାଇଛି । ଏଥିସହ କେହି ରାଜ୍ୟ ବାହାରକୁ ଗଲେ ନୋଡାଲ୍ ଅଫିସରଙ୍କୁ ଜଣାଇ ଯିବାକୁ କୁହାଯାଇଛି ।

ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟାରେ ଏକ ସମୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ମାସ୍କ, ସମାଜିକ ଦୂରତା ପରି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବଡ଼ ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଜିଲ୍ଲାରେ ଲାଗୁ ହେଉଛି । ଏହା ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ ।

Malkangiri Mandatory 7 Days Home Isolation For State Out Comers

ଏହାଛଡ଼ା ଜିଲ୍ଲା ଚିକିତ୍ସାଳୟ ସହ କାଲିମେଳା ଏବଂ ମାଥିଲି ଅଞ୍ଚଳରେ କୋଭିଡ୍ ଟେଷ୍ଟ ବଢ଼ାଇବା ଲାଗି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମାଲକାନଗିରି ଜିଲ୍ଲାରେ ଏବେ ସକ୍ରିୟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଥିବା ବେଳେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତକାଲି ସୋମବାର ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ । ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି । ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମିଳିଛି କ୍ୟାବିନେଟର ଅନୁମୋଦନ । ସେହିଭଳି କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ହକି ଷ୍ଟାଡିୟମର ବିକାଶ ପାଇଁ ନିଷ୍ପତ୍ତି ହୋଇଛି । ୧୦୦ ଠିକା ଭାଷା ଶିକ୍ଷକ ପଦବୀ ନିୟମିତ କରିବାକୁ ମିଳିଛି ମଞ୍ଜୁରୀ । ବେସରକାରୀ ଡିଲରଙ୍କ ସମୟସୀମା ୫ ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି ।

Odisha Cabinet Nods 10 Proposals

ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ନିୟମ ୨୦୨୦କୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧କୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ ନିୟମାବଳୀର ସଂଶୋଧନ ହୋଇଛି । ଓଏସଏଚବି ଓ ବିଡିଏ ଉପରେ ଥିବା ବକେୟା ପରିଶୋଧକୁ ମଞ୍ଜୁରୀ ମିଳିବା ସହ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ସଂକ୍ରାନ୍ତୀୟ ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି । ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ନିୟମ ୨୦୦୭ ସଂଶୋଧନକୁ ମୋହର ମାରିଛି କ୍ୟାବିନେଟ୍ ।

୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏପ୍ରିଲ ୧ରୁ ଦିଆଯିବ ଟିକା

ନୂଆଦିଲ୍ଲୀ: ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନେବେ କରୋନା ଟିକା । ଏପ୍ରିଲ ୧ରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥିପାଇଁ ସମସ୍ତଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । କେନ୍ଦ୍ର କ୍ୟାବିନେଟ ମିଟିଂରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତି ଏବଂ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ସରକାର ଅଭିଯାନ ଆରମ୍ଭ କରିଥିଲେ । ଏହି ଟିକାକରଣ ପର୍ଯ୍ୟାୟକୁ ସରକାର ବୃଦ୍ଧି କରିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ପୁଣି ବେକାବୁ ହେଉଛି କରୋନା। ଦିନକୁ ଦିନ କରୋନା ଗ୍ରାଫ୍ ପୁଣି ଥରେ ଉପରମୁହାଁ ହେଉଥିବାବେଳେ ବିଭିନ୍ନ ରାଜ୍ୟରେ ଗତବର୍ଷର ରେକର୍ଡ଼ ଭାଙ୍ଗୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୦ ହଜାର ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିଗରେ ୧୯୯ ଜଣଙ୍କ ଜୀବନ ଯାଇଛି।

ଅପରପକ୍ଷେ ସଂକ୍ରମଣ ହାର ବଢୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ସମେତ କେତେକ ରାଜ୍ୟରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଯାଇଛି।

ଏଥିସହ ପଢନ୍ତୁ- ଟିକାକୁ ନେଇ ବଢ଼ିଲା ସନ୍ଦେହ, ୨ ଡୋଜ୍ ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର ଓ ନର୍ସ