spot_img
Home Blog Page 5850

ବ୍ରହ୍ମପୁର ମେଡିକାଲ କଲେଜରେ ଖୋଲିବ Gastroenterology ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍ପିଟାଲରେ Gastroenterology ବିଭାଗ ଖୋଲିବାକୁ ଯାଉଛି।  ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ surgical  ଓ medical Gastroenterology ପାଇଁ ୧୯ଟି ଶୈକ୍ଷିକ ଓ ଅଣଶୈକ୍ଷିକ ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏମକେସିଜି ମେଡିକାଲ କଲେଜରେ ଉପରୋକ୍ତ ଦୁଇ Super specialty ବିଭାଗ ଖୋଲିବା ଫଳରେ ସମଗ୍ର ଦକ୍ଷିଣ ଓଡିଶାର ଜନସାଧାରଣ ବିଶେଷ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ବର୍ତ୍ତମାନ ବ୍ରହ୍ମପୁରରେ ଏହି ଅତ୍ୟାଧୁନିକ super speciality ଚିକିତ୍ସା ସୁବିଧା ଉପଲବ୍ଧ ହେବା ଦ୍ୱାରା ଦକ୍ଷିଣ ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି ।

ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁର ରାଜ୍ୟର ବିଶେଷକରି ଦକ୍ଷିଣ ଓଡିଶାର ଅଗ୍ରଣୀ ଚିକିତ୍ସା ପ୍ରତିଷ୍ଠାନ ଭାବରେ ସୁପରିଚିତ । ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ବର୍ତ୍ତମାନ ଏହି Super specialty ବିଭାଗ ଖୋଲିବା ଦ୍ୱାରା ଜନସାଧାରଣଙ୍କ ଅସୁବିଧା ଦୂର ହେବ।

ଗାଁରେ କୋଭିଡ ପରିଚାଳନା କମିଟିକୁ ସକ୍ରିୟ କରାଯିବ:SRC

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନର କରୋନାରୁ ତ୍ରାହି ପରେ ପୁଣି ଡ଼ରାଇବା ଆରମ୍ଭ କଲାଣି ଅଦୃଶ୍ୟ ରାକ୍ଷସ। ପ୍ରଥମେ କଟକର କଲେଜ, ଆଶ୍ରମ ଏବଂ ସ୍କୁଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଭୁବନେଶ୍ୱରର XIMB କଲେଜରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ କି ଦୁଇଜଣ ନୁହେଁ । ଏକାଥରକରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଭଳି ଖବର ପରେ ରାଧାନୀରେ ଲୋକମାନଙ୍କର ଚିନ୍ତାର କାରଣ ପାଲଟିଛି କରୋନା।

ସେପଟେ ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍‌ ହୋଇଛି। ମୁଖ୍ୟତଃ ବାହାର ରାଜ୍ୟରୁ ଆସିଛନ୍ତି ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀ। ଆସନ୍ତାକାଲି ଏନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପୁଣି ଥରେ ସରପଞ୍ଚ, ଓ୍ୱାର୍ଡ ମେମ୍ବର, ଆଶାକର୍ମୀ ଓ ଅଙ୍ଗନବାଡିକୁ ଦାୟିତ୍ୱ ଦିଆଯିବ। ଯେଉଁମାନେ ଗାଁକୁ ବାହାରରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ। ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ। DGଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ମଲରେ କଡ଼ାକଡ଼ି ନିୟମ ପାଳନ ଉପରେ ନଜର ରଖିବାକୁ। ତେବେ ଆଗାମି ଦିନରେ ସ୍ଥିତିକୁ ନଜରରେ ରଖି ପୁଣିଥରେ ଲକଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି SRC ପ୍ରଦୀପ ଜେନା କହିଛନ୍ତି।

ସେହିପରି ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜାନୁୟାରୀ ୨୨ ତାରିଖ ପରେ ଏହା ଦ୍ୱିତୀୟ ସର୍ବବୃହତ କରୋନା ସଂଖ୍ୟା। ଏହି ପ୍ରକାର ବୃଦ୍ଧିକୁ ଦେଖି ଉଭୟ ପ୍ରଶାସନ ଓ ଜନସାଧାରଣ ଆତଙ୍କିତ ହୋଇଛନ୍ତି। ତୁରନ୍ତ ଏହି ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଲାଗି ମୁଖ୍ୟ ରିଲିଫ୍ କମିଶନର ଜରୁରୀ ଆଲୋଚନା କରିଥିଲେ।

ଟ୍ରାଫିକ୍ ନିୟମ ଉଲ୍ଲଘଂନ ନେଇ ୩ ବର୍ଷରେ ୫୦ କୋଟିର ତଣ୍ଡ

ଭୁବନେଶ୍ୱର: ଗତ ୩ ବର୍ଷ ମଧ୍ୟରେ ୫୦ କୋଟି ଟଙ୍କା ତଣ୍ଡ ଗଣିଛନ୍ତି ଟ୍ୱିନ୍ ସିଟି ବାସିନ୍ଦା । ଟ୍ରାଫିକ୍ ନିୟମ ଉଲ୍ଲଘଂନ ମାମଲାରେ ବିଗତ ୩ ବର୍ଷ ଯଥା ୨୦୧୮,୨୦୧୯ ଓ ୨୦୨୦ ବର୍ଷରେ କଟକ ଓ ଭୁବନେଶ୍ୱର ସହରରୁ ମୋଟ ୫୦ କୋଟି ୬୪ ଲକ୍ଷ ୬୦ ହଜାର ୬୫୮ ଟଙ୍କା ଜରିମାନା ଆଦାୟ ପାଇଁ ଚାଲାଣ କଟାଯାଇଛି । ଉକ୍ତ ଜରିମାନା ଅର୍ଥରେ ଟ୍ରାଫିକ୍ ପୋଷ୍ଟର ଉନ୍ନତିକରଣ ସହ ଅଜଣା ଗାଡ଼ି ଧକ୍କାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପାଦନ କରିବା ସମ୍ୱନ୍ଧରେ କୌଣସି ପ୍ରସ୍ତାବ ନଥିବା ଗୃହରେ ଉତ୍ତର ରଖିଛନ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ବିଗତ ତିନିବର୍ଷରେ କଟକ ଓ ଭୁବନେଶ୍ୱର ସହରକୁ କେତେ ଅର୍ଥ ଜରିମାନା ଆଦାୟ ହୋଇଛି ଏହି ଜରିମାନା ଅର୍ଥରେ ଟ୍ରାଫିକ୍ ପୋଷ୍ଟର ଉନ୍ନତିକରଣ ସହ ଅଜଣା ଗାଡ଼ି ଧକ୍କାରେ ଆହାତଙ୍କ ଚିକିତ୍ସା ସମ୍ପାଦିକ ପାଇଁ ସରକାର ବ୍ୟବସ୍ଥା କରିବା ନେଇ ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ ।

ରେକର୍ଡ଼ ଭାଙ୍ଗିଲା କରୋନା ସଂକ୍ରମଣ, ରାଜ୍ୟ ଆତଙ୍କିତ

ଭୁବନେଶ୍ୱର: ରାଜ୍ୟକୁ ରାଜ୍ୟ ମାଡ଼ି ଚାଲିଛି କରୋନା ସଂକ୍ରମଣର ଦ୍ୱିତୀୟ ଲହଡ଼ି। ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶ ପରେ ଓଡ଼ିଶା ବି ଏଥିରେ ସାମିଲ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪୬ ଜଣ ନୂଆ ରୋଗୀ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଜାନୁୟାରୀ ୨୨ ତାରିଖ ପରେ ଏହା ଦ୍ୱିତୀୟ ସର୍ବବୃହତ ବିସ୍ଫୋରଣ। ଏହି ପ୍ରକାର ବୃଦ୍ଧିକୁ ଦେଖି ଉଭୟ ପ୍ରଶାସନ ଓ ଜନସାଧାରଣ ଆତଙ୍କିତ ହୋଇଛନ୍ତି। ତୁରନ୍ତ ଏହି ବିସ୍ଫୋରଣକୁ ନିୟନ୍ତ୍ରଣରେ ରଖିବା ଲାଗି ମୁଖ୍ୟ ରିଲିଫ୍ କମିଶନର ଜରୁରୀ ଆଲୋଚନା କରିଛନ୍ତି।

ଜାନୁୟାରୀ ୨୨ ତାରିଖରେ ରାଜ୍ୟରେ ୧୫୦ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଥିଲା। କ୍ରମାଗତ ଭାବେ ଏହି ସଂଖ୍ୟା କମିବା ପରେ ରାଜ୍ୟରେ କଟକଣା କୋହଳ ବି କରାଯାଇଥିଲା। ବାରମ୍ବାର ପ୍ରତିଶେଧକ ନେଇ ଗମନାଗମନ କରିବାକୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ଜନସାଧାରଣ ତାହାକୁ ହାଲୁକା ଭାବେ ନେଉଥିଲେ। ଏହାର ପ୍ରଭାବ ଆଜି ଦେଖିବାକୁ ମିଳିଛି।

କେବଳ ଭୁବନେଶ୍ୱରରେ ୩୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରୁ ୨୩ ଜଣ ହେଉଛନ୍ତି ଜାଭିଏର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ। ସେହିପରି କଟକରୁ ଆଜି ୨୩, ମୟୁରଭଞ୍ଜରୁ ୧୩, ନୂଆପଡ଼ା ଏବଂ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବଲାଙ୍ଗିରରୁ ୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୬୭ରେ ପହଞ୍ଚିଛି। ଏମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଗଲା ୨୪ ଘଣ୍ଟା ଭିତରେ ଦେଶରେ ୪୬ ହଜାର ୯୫୧ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ୮୪.୪୯ ପ୍ରତିଶତ ସଂକ୍ରମିତଙ୍କୁ ମାତ୍ର ୫ଟି ରାଜ୍ୟରୁ ଚିହ୍ନଟ କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶ। ମହାରାଷ୍ଟ୍ରରେ ସର୍ବାଧିକ ୩୦ ହଜାର ୫୩୫ ଜଣ ଚିହ୍ନଟ ହୋଇଥିବାବେଳେ ପଞ୍ଜାବରୁ ୨୬୪୪ ଜଣ ଏବଂ କେରଳରୁ ୧୮୭୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟସଭାରେ ସସ୍ମିତ ଉଠାଇଲେ ବଳକା ଚାଉଳ ପ୍ରସଙ୍ଗ; କହିଲେ ତୁରନ୍ତ ଉଠାଯାଉ ବକେୟା ଚାଉଳ

ଭୁବନେଶ୍ବର: ରାଜ୍ୟସଭାରେ ବଳକା ଚାଉଳ ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର । ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡିଶା ଦେଶର ଚତୁର୍ଥ ବୃହତମ ରାଜ୍ୟ । କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଚାଉଳ ଉଠାଯାଇନାହିଁ । ତେଣୁ ବଳକା ଚାଉଳ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି ସାଂସଦ । ରାଜ୍ୟରେ ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଏବେ ବଳକା ରହିଥିବା ଦାବି ଉଠାଇଲେ ସାଂସଦ ସସ୍ମିତ ପାତ୍ର ।

ସେହିପରି ସାଂସଦ କହିଛନ୍ତି ଧାନକିଣା ସବ୍‌ସିଡି ବାବଦକୁ ୫ ହଜାର ୬୧୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ପଡ଼ିଛି । ଏବେ ପର୍ଯୟନ୍ତ ଏ ପ୍ରାପ୍ୟ ମିଳିପାରିନାହିଁ । କେନ୍ଦ୍ର ସରକାରଙ୍କ ତୁରନ୍ତ ବଳକା ଚାଉଳ ଉଠାଇବା ସହ ବାକି ପଡ଼ିଥିବା ସବ୍‌ସିଡି ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି ସସ୍ମିତ ପାତ୍ର ।

ସେହିପରି ଖରିଫ ଋତୁରେ କେନ୍ଦ୍ର ଉଠାଇବାକୁ ଥିବା ୩୦ ଲକ୍ଷ ମେଟ୍ରିକ ଟ୍ରନ ଚାଉଳ ତୁରନ୍ତ ଉଠାନ୍ତୁ । ଏବଂ କେନ୍ଦ୍ର ଉପରେ ରହିଥିବା ବକେୟା ପ୍ରାପ୍ୟ ମଧ୍ୟ ତୁରନ୍ତ ପ୍ରଦାନ କରାଯାଉ ବୋଲି ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦାବି ଜଣାଇଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ।

ଏକ କିଲୋ ମାଂସ ପ୍ରସ୍ତୁତ ପାଇଁ ଯେତିକି ପାଣି ଖର୍ଚ୍ଚ ହୁଏ, ସେତିକିରେ ଜଣେ ବର୍ଷେ ଗାଧୋଇ ପାରିବେ !

ନୂଆଦିଲ୍ଲୀ: ଆଜି ବିଶ୍ୱ ଜଳ ଦିବସ । ଜଳ ସଂରକ୍ଷଣ ପାଇଁ ଜାତିସଂଘ ଉଦ୍ୟମରେ ଏହା ୧୯୯୩ ମସିହାରୁ ପାଳିତ ହୋଇ ଆସୁଛି । ଚଳିତ ବର୍ଷର ଥିମ୍ ହେଉଛି ‘ପାଣିର ମହତ୍ୱ’ । ପାଣିର ମହତ୍ୱ ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦୁଃଖର କଥା ହେଉଛି ଆମେ ଏହାକୁ ଅଧିକ ଗୁରୁତ୍ୱ ଦେଇ ନଥାଉ । ଜୀବନର ଆରମ୍ଭ ହିଁ ପାଣିରୁ ହୋଇଥାଏ । ମା’ଗର୍ଭରେ ୯ ମାସ ରହିବାଠାରୁ ଚିତାଭଷ୍ମ ନଦୀ ଜଳରେ ପ୍ରବାହିତ କରିବା ପର୍ଯ୍ୟନ୍ତ, ଜଳ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଆମେ ଦୈନନ୍ଦିନ ଜୀବନରେ ଯେଉଁ ସବୁ ବସ୍ତୁର ଉପଯୋଗ କରିଥାଉ ସେସବୁର ଉତ୍ପାଦନରେ କେତେ ପାଣି ଖର୍ଚ୍ଚ ହୋଇଥାଏ ଓ ସେହି ସବୁ ବସ୍ତୁ ବ୍ୟବହାରକୁ ଯଦି ନିୟନ୍ତ୍ରଣ କରାଯିବ ତେବେ କେତେ ଜଳ ସଂରକ୍ଷଣ ହେବ ତାହା ଜାଣିଲେ ଆପଣ ଚକିତ ହେବେ ।

ପୁଡୁଚେରିର ପୂର୍ବତନ ଉପ ରାଜ୍ୟପାଳ କିରନ ବେଦୀ ଏକ ଟ୍ୱିଟ୍ କରି ଏମିତି ସୂଚନା ଦେଇଛନ୍ତି ଯାହା ଆପଣଙ୍କୁ ଚକିତ କରିବ । ଏକ ଦୈନିକ ଖବରକାଗଜର କ୍ଲିପିଂ ସେୟାର କରି କିରନ ବେଦି ଲେଖିଛନ୍ତି ଯେ, ଏକ କିଲୋ ମାଂସ ପ୍ରସ୍ତୁତ କରିବାକୁ ସେତିକି ପାଣି ଆବଶ୍ୟକ ଯେତିକିରେ ଜଣେ ବ୍ୟକ୍ତି ଗୋଟିଏ ବର୍ଷ ସ୍ନାନ କରିପାରିବେ । ସେହିଭଳି ଏକ କିଲୋ ଚିକେନ୍ ଉତ୍ପାଦନ ପାଇଁ ଆବଶ୍ୟକ ପାଣିରେ ଜଣେ ବ୍ୟକ୍ତି ୪ ମାସ ଗାଧୋଇ ପାରିବେ । ଯଦି ଏକ କିଲୋ ଗହମ ଉତ୍ପାଦନ ପାଇଁ ଆବଶ୍ୟକ ପାଣିକୁ ଏକ କିଲୋ ମାଂସ ଉତ୍ପାଦନ ପାଇଁ ଆବଶ୍ୟକ ପାଣି ସହିତ ତୁଳନା କରାଯାଏ ତେବେ କିଲେ ମାଂସ ଉତ୍ପାଦନ ପାଇଁ ଆବଶ୍ୟକ ପାଣିର ଏକ ପ୍ରତିଶତରେ ଏକ କିଲୋ ଗହମ ଉତ୍ପାଦନ ହୋଇପାରିବ ।

ଏହି ତୁଳନାତ୍ମକ ଅଧ୍ୟୟନରୁ ଏବେ ସ୍ପଷ୍ଟ ଯେ, ମାଂସ ପ୍ରସ୍ତୁତି ପାଇଁ ଅଧିକ ପାଣି ଆବଶ୍ୟକ ହୋଇଥାଏ । ଅନ୍ୟପକ୍ଷରେ ଗହମ ପ୍ରସ୍ତୁତି ପାଇଁ କମ ଜଳ ଆବଶ୍ୟକ । ତେଣୁ ଜଳ ସଂରକ୍ଷଣ ପାଇଁ କେବଳ ପାଣି ଟ୍ୟାବ୍ ଉପରେ ନଜର ରଖିଲେ ହେବ ନାହିଁ । ଏହା ସହିତ ଆପଣଙ୍କୁ ଆପଣ କ’ଣ ଖାଉଛନ୍ତି ତା ଉପରେ ମଧ୍ୟ ନଜର ରଖିବାକୁ ପଡିବ । ଆପଣଙ୍କ ଖାଦ୍ୟ ଜଳ ନଷ୍ଟକୁ ରୋକିପାରିବ ।

‘କ୍ୟାପସୁଲ୍ ଭ୍ୟାକ୍ସିନ’ ତିଆାରି କଲା ଭାରତୀୟ କମ୍ପାନୀ, ତିନିଗୁଣା ଅଧିକ ଶକ୍ତିଶାଳୀ !

ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତରେ ଜନସାଧାରଣଙ୍କୁ ଇଞ୍ଜେକସନ୍ ଜରିଆରେ ଆଉ କରୋନା ଟିକା ନେବାକୁ ପଡିବନି ।  କାରଣ ଭାରତରେ ନିର୍ମାଣ ହେବାକୁ ଯାଉଛି ‘କ୍ୟାପସୁଲ୍ ଭ୍ୟାକ୍ସିନ୍’ । ଯାହାକୁ ବିକଶିତ କରିବେ  ଭାରତୀୟ ଓ ଆମେରିକୀୟ କମ୍ପାନୀ । ଏହାକୁ ତିଆରି କରୁଥିବା ଭାରତୀୟ କମ୍ପାନୀର ‘ପ୍ରେମାସ ବାୟୋଟେକ୍’।

ଆସନ୍ତୁ ଜାଣିବା ଏହି କ୍ୟାପସୁଲ ଟିକା ଆସିବା ଲାଗି କେତେ ସମୟ ଲାଗିବ…

ଆମେରିକୀୟ ଔଷଧ ନିର୍ମାଣ କମ୍ପାନୀ ଓରୋମେଡ ଫାର୍ମାସ୍ୟୁଟିକଲ୍ସ ସହ ଭାରତୀୟ ଫାର୍ମା କମ୍ପାନୀ ପ୍ରେମାସ ବାୟୋଟେକ୍ ମିଶି ଏହି ଭ୍ୟାକ୍ସିନ୍ ତିଆରି କରୁଛନ୍ତି । ଏହି ଦୁଇ କମ୍ପାନୀ ଗତ ମାର୍ଚ୍ଚ ୧୯ ତାରିଖରେ କରୋନାଭାଇରସର ଓରାଲ୍ ଭ୍ୟାକ୍ସିନ ତିଆରି କରିବାକୁ ଘୋଷଣା କରିଛନ୍ତି । ଏହାର ଗୋଟିଏ ଡୋଜ୍ କରୋନାକୁ ମାତ୍ ଦେବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହା ଅଧିକ ଫଳପ୍ରଦ ମଧ୍ୟ ।

‘କ୍ୟାପସୁଲ୍ ଭ୍ୟାକ୍ସିନ୍’ର ନାମ ଓରୋଭେକ୍ସ କୋଭିଡ-୧୯ କ୍ୟାପସୁଲ୍ । ଜୀବଜନ୍ତୁଙ୍କ ଉପରେ କରାଯାଇଥିବା ପରୀକ୍ଷଣରୁ ଏହା ଅଧିକ ଫଳପ୍ରଦ ହୋଇଥିବା ନେଇ କମ୍ପାନୀ ଦାବି କରିଛି । ଏହା ଯୋଗୁଁ ନ୍ୟୁଟ୍ରିଲାଇଜିଂ ଏଣ୍ଟିବଡିଜ୍ (IgG) ଓ ଇମ୍ୟୁନ ରେସପୋନ୍ସ (IgA) କାମ କରୁଛି । ଯାହା ଫଳରେ ରେସ୍ପିରେଟରୀ ଓ ଗେଷ୍ଟ୍ରୋଇଣ୍ଟେଷ୍ଟାଇନଲ୍ ଟେକ୍ଟ କରୋନା ସଂକ୍ରମଣରୁ ସୁରକ୍ଷିତ ରହିଥାଏ ।

https://twitter.com/PremasBiotech/status/1372935623334576128?s=20

ପ୍ରେମାସ୍ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ପ୍ରବନ୍ଧ ମ୍ୟାନେଜର ଡକ୍ଟର ପ୍ରବୁଧ କୁଣ୍ଡୁ କହିଛନ୍ତି ଯେ ଓରୋଭାକ୍ସ କୋଭିଡ-୧୯ କ୍ୟାପସୁଲ୍ ବିଏଲପି (Virus Like Particle- VLP) ନିୟମ ଉପରେ ଆଧାରିତ। ଏହା କରୋନାଭାଇରସରୁ ତିନିଗୁଣା ସୁରକ୍ଷିତ । ଅର୍ଥାତ୍ କରୋନା ଭାଇରସର ସ୍ପାଇକ୍ ପ୍ରାେଟିନ୍, ମେମ୍ବ୍ରନ୍ ଏମ୍ ଓ ଏନଭଲପ୍-ଇ ଟାର୍ଗେଟସରୁ ସୁରକ୍ଷା ଦେବ। ତେବେ ଏହା ନ୍ୟୁକ୍ଲିଓକାପସିଡ୍ ଏନ ଆଣ୍ଟିଜେନ୍ସ ବିରୁଦ୍ଧରେ କାମ କରିପାରିବ ନାହିଁ ।

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ଆଉ ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜିରୋ ଟଲେରାନ୍ସ ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଇ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ଆଉ ଦୁଇ ଜଣଙ୍କର ପେନସନ୍‌ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଜିଲ୍ଲାରେ କାର୍ଯ୍ୟରତ ତଥା ବଲାଙ୍ଗୀରର ଟିଟିଲାଗଡ ବ୍ଳକ୍ ପୂର୍ବତନ ଏସ୍ଇଓ  ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ Statistical Assistant ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିିରିରୁ ବରଖାସ୍ତ କରାଯାଇଛି । ସେହିପରି ଭୁବନେଶ୍ବର BEDର ex-DGM (Electrical) ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏ.ଏସ୍‌.ଆଇ ଏମ୍‌. ଜଗନ୍ନାଥ ରାଓଙ୍କର ପେନ୍‌ସନ ଏବଂ ପେନ୍‌ସନଜନିତ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ବାରା ଅଭିଯୁକ୍ତ ହୋଇଥିଲେ । ଏହି ଚାରି ଜଣ ଅଭିଯୁକ୍ତଙ୍କୁ ମିଶାଇ ଗତ ଏକ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧୭ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଜଣେ ଅଧିକାରୀଙ୍କ ବିରୋଧରେ ‘ମୋ-ସରକାର’ ଅଧିନରେ କାର୍ଯ୍ୟାନୁଷ୍ଠାନ

୪୯୯ ବର୍ଷ ପରେ ହୋଲିରେ ଅଦ୍ଭୁତ ସଂଯୋଗ

ନୂଆଦିଲ୍ଲୀ:   ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାର ପର ଦିନ ଖୁବ ଧୁମଧାମରେ ପାଳନ ହୁଏ ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ୨୮ ତାରିଖରେ ଦୋଳ ପୂର୍ଣ୍ଣିମା ପାଳନ ହେବାପରେ ୨୯ ମାର୍ଚ୍ଚରେ ହୋଲି ପର୍ବ ପାଳନ ହେବ । କିନ୍ତୁ ଚଳିତ ବର୍ଷ ହୋଲିର ରହିଛି ଏକ ଖାସ୍ ମାହାତ୍ମ୍ୟ । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଚଳିତ ବର୍ଷ ହୋଲିରେ ୪୯୯ ବର୍ଷ ପରେ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି ।

ଜ୍ୟାତିର୍ବିଜ୍ଞାନୀ ଏହା ମଧ୍ୟ କହିଛନ୍ତିଯେ, ହୋଲି ଦିନ ଚନ୍ଦ୍ରମା କନ୍ୟା ରାଶିରେ ଅବସ୍ଥାନ କରିବେ । ବୃହସ୍ପତି ଏବଂ ଶନି ସ୍ୱୟଂ ରାଶିରେ ବିରାଜମାନ କରିବେ । ଗ୍ରହଙ୍କ ଏଭଳି ମହାସଂଯୋଗ ୧୫୨୧ ମସିହାରେ ମଧ୍ୟ ହୋଇଥିଲା । ଏହି ମହାସଂଯୋଗ ୪୯୯ ବର୍ଷ ପରେ ପୁଣି ହେବାକୁ ଯାଉଛି ।

ତେବେ ରଙ୍ଗ ଏବଂ ଖୁସିର ଉତ୍ସବ ହୋଲି ଏଥର ଦୁଇ ଦୁଇଟି ସଂଯୋଗ ଆଣୁଛି । ଜ୍ୟାତିର୍ବିଦଙ୍କ କହିବା ଅନୁସାରେ ଚଳିତ ବର୍ଷ ହୋଲିରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ରହିଛି । ଏହି ଦୁଇଟି ଯୋଗ ଖୁବ୍ ଶୁଭ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହୋଲିର ଆଠଦିନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ସମସ୍ତ ଶୁଭ କାର୍ଯ୍ୟ ଉପରେ ରୋକ ଲଗାଯାଏ । ତେଣୁ ଚଳିତ ବର୍ଷ ୨୨ ମାର୍ଚ୍ଚରୁ ୨୮ ର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଶୁଭକାର୍ଯ୍ୟ ବର୍ଜନ କରାଯିବ ।

ହିନ୍ଦୁଧର୍ମ ମାନ୍ୟତା ଅନୁସାରେ ହିରଣ୍ୟକଶ୍ୟପ ଆଠଦିନ ପର୍ଯ୍ୟନ୍ତ ତାଙ୍କ ପୁଅ ପ୍ରହ୍ଲାଦଙ୍କୁ ଖୁବ୍ ନିର୍ଯାତନା ଦେଇଥିଲେ । ଭଗବାନ ବିଷ୍ଣୁଙ୍କର ଭକ୍ତ ପ୍ରହ୍ଲାଦଙ୍କ ଉପରେ ଖୁବ୍ କୃପାଦୃଷ୍ଟି ଥିଲା । ଏଥିପାଇଁ ସେ ତାଙ୍କ ଭକ୍ତ ପ୍ରହ୍ଲାଦକୁ ସବୁବେଳେ ରକ୍ଷା କରୁଥିଲେ । ସେହିଦିନଠାରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ହୋଲି ପର୍ବର ଆଠ ଦିନ ପୂର୍ବରୁ କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ ।

ଓଡ଼ିଶାରେ ହୋଲି ପୂର୍ବ ଦିନ ଦୋଳ ପୂର୍ଣ୍ଣିମା ପାଳନ ହେଉଥିବା ବେଳେ ଦେଶର କେତେକ ରାଜ୍ୟରେ ହୋଲିକା ଦହନ ପାଳନ ହୁଏ । ଚଳିତ ବର୍ଷ ସଂନ୍ଧ୍ୟା ୬ଟା ୩୬ ମିନିଟରୁ ଆରମ୍ଭ ହୋଇ ୮ଟା ୫୬ ମିନିଟ୍ ପର୍ଯ୍ୟନ୍ତ ଏହି ଦିନ ଶୁଭ ମୁହୂର୍ତ୍ତ ରହିଛି ।

କେମିତି ଜାଣିବେ କିଏ ଚେକ୍‌ କଲା ଆପଣଙ୍କ ହ୍ୱାଟ୍ସଆପ୍ ‌ପ୍ରୋଫାଇଲ?

ନୂଆଦିଲ୍ଲୀ: ସୋସିଅଲ ମିଡିଆ ଆପ୍‌ହ୍ୱାଟ୍ସଆପର ଚାହିଦା ଯଥେଷ୍ଟ ଅଧିକ । ବ୍ୟକ୍ତିଗତ କାମଠାରୁ ଆରମ୍ଭ କରି ଅଫିସିଆଲ କାମ ପର୍ଯ୍ୟନ୍ତ ପ୍ରତ୍ୟେକଟି କାମପାଇଁ ହ୍ୱାଟ୍ସାଆପ ସାଜିଛି ଏକ ସରଳ ମାଧ୍ୟମ । ହ୍ୱାଟ୍ସାଆପ୍‌ବ୍ୟବହାର କରିବା ଲୋକଙ୍କର ଏକ ନିଶା ହୋଇଗଲାଣି । ଗୁଡମର୍ଣ୍ଣିଂ ମେସେଜ୍‌ଠାରୁ ଆରମ୍ଭ କରି ଗୁଡନାଇଟ୍‌ପର୍ଯ୍ୟନ୍ତ ସବୁକିଛି ଚାଲେ ହ୍ୱାଟ୍ସାଆପରେ । ଏହାର ଏକାଧିକ ଫିଚର ମଧ୍ୟରେ ଅଧିକ ଜରୁରୀ ହୋଇପଡ଼ିଛି ହ୍ୱାଟ୍ସାଆପ୍‌ଷ୍ଟାଟସ୍‌ଆଉ ଡିପି । ଏଭଳି ସ୍ଥିତିରେ ଆପଣଙ୍କ ହ୍ୱଟ୍ସାଆପ୍‌ଷ୍ଟାଟସ୍‌କିଏ ଚେକ୍‌କଲା ତା’ର ଖବର ତ ଆପଣଙ୍କ ପାଖରେ ଅଛି, କିନ୍ତୁ ଆପଣଙ୍କ ଡିପି କିଏ ଚେକ୍‌କଲା ତାହାର ସୂଚନା ଆପଣଙ୍କ ନିକଟରେ ନଥାଏ । ତେବେ କେମିତି ଜାଣିବେ କିଏ ଚେକ୍‌କଲା ଆପଣଙ୍କ ହ୍ୱାଟ୍ସାଆପ୍‌ଡିପି?

ଆପଣଙ୍କ ହ୍ୱାଟ୍ସାଆପ୍‌ଡିପି କିଏ କିଏ ଚେକ୍‌କରୁଛନ୍ତି ଜାଣିବା ପାଇଁ ଆପଣଙ୍କୁ ଏକ ଗୁଗଲ ପ୍ଲେ ଷ୍ଟୋରରୁ ହ୍ୱାଟ୍ସାଆପ୍‌Who Viewed Me ବା ହ୍ୱାଟ୍ସ ଟ୍ରାକର ନାମକ ଏକ ଆପ୍‌ଡାଉନଲୋଡ୍‌କରିବାକୁ ପଡ଼ିବ । ଏହି ଆପକୁ ଡାଉନଲୋଡ କରିବା ପାଇଁ ଆପଣଙ୍କୁ ଓ୍ୱନ୍‌ମୋବାଇଲ ମାର୍କେଟକୁ ମଧ୍ୟ ଡାଉନଲୋଡ କରିବାକୁ ପଡ଼ିବ । ଏହି ଆପ୍‌ବିନା WhatsApp Who Viewed Me ଡାଉନଲୋଡ କରିବା ଅସମ୍ଭବ । ଅବଶ୍ୟ ଓ୍ୱନ୍‌ମୋବାଇଲ ମାର୍କେଟ୍‌ଆପ୍‌ଆପେଆପେ ଡାଉନଲୋଡ୍‌ହୋଇଯାଏ । ତେବେ WhatsApp Who Viewed Me ଡାଉନଲୋଡ କରିବା ପରେ ଆପଣଙ୍କୁ କିଛି କ୍ଷଣ ଅପେକ୍ଷା କରିବାକୁ ପଡ଼ିବ । କିଛି ସମୟ ପରେ ଆପଣଙ୍କ ଡିପି ଚେକ୍‌କରିଥିବା ବ୍ୟକ୍ତିଙ୍କ ତାଲିକା ନଜର ଆସିବ ।

 


ସୂଚନାଯୋଗ୍ୟ, ଏହି ଆପ୍‌କେବଳ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଡିପି ଚେକ୍‌ କରିଥିବା ବ୍ୟକ୍ତିଙ୍କ ତାଲିକା ଦେଖାଇଥାଏ । କିନ୍ତୁ ଏହି ଆପ୍‌ଆପଣଙ୍କ ମୋବାଇଲ ପାଇଁ କେତେ ସୁରକ୍ଷିତ ଏହାକୁ ନେଇ କୌଣସି ସୂଚନା ଆସିନାହିଁ ।