spot_img
Home Blog Page 5861

କଟକରେ ସୋହାନୀ: ଓଡ଼ିଶା ସରକାରଙ୍କ ଟିମ୍‌କୁ ହସ୍ତାନ୍ତର କଲା ବାଳ ମଙ୍ଗଳ ସମିତି

ଅଲୋଡ଼ା ହୋଇଯାଇଥିଲା ସୋହାନି । ମା’ କି ବାପା ସୋହାନି ପାଇଁ ସବୁ ହୋଇ ଯାଇଥିଲେ ପର । କେନ୍ଦ୍ରାପଡାର ବାପା-ମା’ । ଦିଲ୍ଲୀରେ ୯ ବର୍ଷର ସୋହାନି । ଏକୁଟିଆ ଭାଗ୍ୟକୁ ଆଦରି,ଆଦର-ସ୍ନେହଠାରୁ ବହୁତ ଦୁରରେ ଥିଲା ୯ ବର୍ଷର କୁନି ଝିଅ । ୪ ବର୍ଷ ତଳେ ବାପା ମା’ଙ୍କ ସହ ଦିଲ୍ଲୀ ଯାଇଥିଲା । କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିଥିଲା ଯେ, ବାପା ତାକୁ ପର କରିଦେଇ ଘରକୁ ଚାଲି ଆସିଥିଲେ । ପଛରେ ରହିଯାଇଥିଲା ସୋହାନି । ଦିନ ପରେ ଦିନ ବିତିଯାଇଥିଲା । ବାପା-ମା’ଙ୍କ ଅପେକ୍ଷାରେ ପରଘରେ ଦିନ ଗଣୁଥିଲା ସୋହାନି । କିନ୍ତୁ ବାପା-ମା’ ତାକୁ ଭୁଲି ଯାଇଥିଲେ । ଯାହା ଘରେ ରହୁଥିଲେ ସେ ସମ୍ପର୍କୀୟ ଥିଲେ । ଯେତେବେଳେ ଜନ୍ମକଲା ମା’ ଭୁଲିଯାଇଥିଲା ସେତେବେଳେ ସମ୍ପର୍କୀୟ କିଏ । ଧିରେ ଧିରେ ସୋହାନି ପ୍ରତି ବଢିଚାଲିଥିଲା ନିର୍ଯାତନା । ଶେଷରେ ଦିନେ ସ୍କୁଲରୁ ଚାଇଲ୍ଡ ହେଲ୍ଫ ଲାଇନକୁ ଯୋଗାଯୋଗ କରିଥିଲା ସୋହାନି । ଏହାପରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ସୋହାନିର ଠିକଣା ବଦଳେ । ସୋହାନିକୁ ନୋଏଡାର ସାଇକୃପା ବାଳକୁଟୀରରେ ରଖାଯାଏ ।


ସୋହାନିର କରୁଣ କାହାଣୀକୁ ପ୍ରଥମେ ସାମ୍ନାକୁ ଆଣିଥିଲା ନନ୍ଦିଘୋଷ ଟିଭି । ସୋହାନିଙ୍କୁ ନେଇ ପ୍ରସାରିତ ରିପୋର୍ଟ ପରେ ସୋହାନୀର ଘର କେନ୍ଦ୍ରାପଡ଼ାର ରାଜନଗର ଦେଉଳୋତ୍ତର ଗାଁର ବୋଲି ଜଣା ପଡିଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଥିଲା । ସୋହାନିକୁ ଘରକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । କିନ୍ତୁ କରୋନା କାରଣରୁ ସୋହାନିର ଘର ବାହୁଡା ବିଳମ୍ବ ହୋଇଥିଲା । ଏବେ ସୋହାନି ଘରକୁ ଫେରିଛି ।
ସୋହାନି ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର ବାଳ ମଙ୍ଗଳ ସମିତି ଅଧ୍ୟକ୍ଷା ଆଦେଶ ରାଣୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଦଳକୁ ହସ୍ତାନ୍ତର କରାଯାଇଥିଲା । ମାର୍ଚ୍ଚ ୧୯ ସକାଳେ ସୋହାନୀକୁ ନେଇ ଓଡ଼ିଶା ସରକାରଙ୍କ ଟିମ୍ ସମ୍ପର୍କକ୍ରାନ୍ତି ଟ୍ରେନରେ ବସିଥିଲେ । । ୨୦ ତାରିଖ ଦିନ ସେ କଟକରେ ପହଂଚିଥିବା ଜଣା ପଡିଛି ।

ନୟାପଲ୍ଲୀ ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣାରେ ସାରଦାଙ୍କ ଗିରଫ ଦାବି କଲା ବିଜେଡି

ଭୁବନେଶ୍ୱର: ମାହାଙ୍ଗାର ବିଜେପି ନେତା ସାରଦା ପ୍ରଧାନଙ୍କୁ ଗିରଫ କରିବା ପାଇଁ ପୋଲିସ କମିଶନରଙ୍କୁ ବିଜେଡିର ସ୍ମାରକପତ୍ର । ଭୁବନେଶ୍ବର ନୟାପଲ୍ଲୀରେ ଭଡ଼ାଟିଆଙ୍କ ଘରେ ପଶି ଆକ୍ରମଣ ସମେତ ଅନେକ ଅପରାଧିକ ମାମଲାରେ ସାରଦା ପ୍ରଧାନ ସମ୍ପୃକ୍ତ ଅଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡି । ସାରଦା ପ୍ରଧାନଙ୍କ ବିରୋଧରେ ବିଭିନ୍ନ ମାମଲା ଥିବା ବେଳେ, ବିଜେପି ତାଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବା ବିଜେଡି ଅଭିଯୋଗ କରିଛି । ସାରଦା ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେଡି ।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଓ ମାରଧର କରିବା ଘଟଣାରେ ପୋଲିସ ୨୦ରୁ ଅଧିକଙ୍କ ନାଁରେ ରୁଜୁ କରିଛି ମାମଲା । ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ତଥା ବିଜେପି ଯୁବନେତ୍ରୀ ଉପସାନା ମହାପାତ୍ର । ଆଉ ଜଣେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ସମ୍ପୃକ୍ତ । ଭଡ଼ାଟିଆଙ୍କୁ ଘରୁ ବାହାର କରିବାକୁ ଗୁଣ୍ଡାରାଜକୁ ଓହ୍ଲାଇଛନ୍ତି ବିଜେପିର ଏହି ଦୁଇ ନେତା । ନୟାପଲ୍ଲୀ ଏନ-ଥ୍ରୀ ୨୩୧ ନମ୍ବର ଘରକୁ ନେଇ କୋର୍ଟରେ ମାମଲା ଥିବା ବେଳେ ଘରକୁ ନିଜ ଦଖଲକୁ ନେବାକୁ କୁରୁକ୍ଷେତ୍ର ରଚିଛନ୍ତି । ୩୦ରୁ ୪୦ ଗୁଣ୍ଡାଙ୍କୁ ସାଙ୍ଗରେ ନେଇ କରିଥିଲେ ରାତି ଅଧିଆ ଭଙ୍ଗାରୁଜା । ଏପରିକି ସିସିଟିଭି କ୍ୟାମେରାକୁ ମଧ୍ୟ ଛିଣ୍ଡାଇ ନେଇଯାଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ପୋଲିସ ଉପାସନା, ସାରଦା ପ୍ରଧାନ, ଉପାସନାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ଓ ଚିଟଫଣ୍ଡ ଅଭିଯୁକ୍ତ ସାଗର ରାୟଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା ୩୯୫ ଓ ୪୫୦ରେ ମାମଲା ରୁଜୁ ହୋଇଛି । ଡକାୟତି ଓ ବଳପୂର୍ବକ ଜଣଙ୍କ ଘରେ ଧସେଇ ପଶି ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏବେ ସୁଦ୍ଧା ଘଟଣାରେ ୧୭ଜଣ ଗିରିଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ଘର ମାଲିକ ବିଜୟ କୁମାର ନାୟକଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି । ସେ କିନ୍ତୁ କାହାକୁ ଘର ବିକିନଥିବା ସଫେଇ ଦେଇଛନ୍ତି । ବିଜେପି ଗୁଣ୍ଡାଗର୍ଦ୍ଦିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ହାବିଦାର ଘଟଣା ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ରହିଥିଲେ । ଦାୟିତ୍ବରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ୧୭ ଜଣଙ୍କୁ ପୋଲିସ କୋର୍ଟା ଚାଲାଣ କରିଥିବା ବେଳେ ୨ ଜଣଙ୍କୁ ବେଲ୍ ମିଳିଛି । ଅନ୍ୟ ୧୫ ଜଣଙ୍କ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଭୈୟାଜୀ ଯୋଶୀଙ୍କ ସ୍ଥାନରେ RSSର ନୂଆ ସରକାର୍ଯ୍ୟବାହକ ଭାବେ ଦତ୍ତାତ୍ରେୟ ହୋସବାଲେ ମନୋନୀତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ବଡ଼ ଧରିଣର ପରିବର୍ତ୍ତନ । ୧୨ ବର୍ଷ ହେଲା ଆରଏସଏସର ସରକାର୍ଯ୍ୟବାହକ (ସାଧାରଣ ସମ୍ପାଦକ) ଭୈୟାଜୀ ଯୋଶୀଙ୍କ ସ୍ଥାନରେ ଦତ୍ତାତ୍ରେୟ ହୋସବାଲେଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଦତ୍ତାତ୍ରେୟଙ୍କୁ ନୂଆ ସରକାର୍ଯ୍ୟବାହକ ଭାବେ ମନୋନୀତ କରାଯାଇଛି । ଆରଏସଏସରେ କିଛି ବଡ଼ ପରିବର୍ତ୍ତନ ନେଇ ଦୀର୍ଘ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା ।

Dattatreya Hosabale Becomes RSS General Secretary

ସଂଘ ଇତିହାସରେ ଆଜି ଯାଏ କେବେ ଭୋଟିଂ ହୋଇନାହିଁ । ପ୍ରତ୍ୟେକ ଥର ସରକାର୍ଯ୍ୟବାହକ ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇଛି । ଏଥର ବି ସେମିତି ହୋଇଛି । ଓଁ ଉଚ୍ଚାରଣ ସହିତ ଦତ୍ତାତ୍ରେୟ ହୋସବାଲେଙ୍କ ନାମ ଉପରେ ଅଖିଳ ଭାରତୀୟ ପ୍ରତିନିଧି ସଭା ମୋହର ମାରିଛି ।

ଦତ୍ତାତ୍ରେୟ ହୋସବାଲେ କିଏ ?

କର୍ଣ୍ଣାଟକର ସିମୋଗା ନିବାସୀ ଦତ୍ତାତ୍ରେୟ ହୋସବାଲେ । ସେ ୧୯୭୩ରେ ଆରଏସ୍ଏସ୍ ସମ୍ପର୍କରେ ଆସିଥିଲେ । ବେଙ୍ଗଳୁରୁ ବିଶ୍ୱବିଦ୍ୟାଳୟରେ ଦତ୍ତାତ୍ରେୟ ଇଂରାଜୀରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହା ଛଡ଼ା ସେ ଏବିଭିପି କର୍ଣ୍ଣାଟକ ରାଜ୍ୟରେ ସଂଗଠନ ମନ୍ତ୍ରୀ ଥିଲେ । ଏହାପରେ ସେ ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ଏବଂ ସହ ସଂଗଠନ ମନ୍ତ୍ରୀ ଥିଲେ । ପ୍ରାୟ ୨ ଦଶନ୍ଧି ଧରି ଏବିଭିପି ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରହିବା ପରେ ୨୦୦୨-୦୩ରେ ସଂଘର ଅଖିଳ ଭାରତୀୟ ସହ ବୌଦ୍ଧିକ ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୯ରୁ ସହ ସରକାର୍ଯ୍ୟବାହକ ଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି: ପ୍ରତାପ ଦେବ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି । ବିଧାନସଭାରେ ଏନେଇ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ବିବୃତି ରଖିଛନ୍ତି । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଗୁଜବ ପ୍ରଚାର କରାଯାଉଛି  । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରଚାର କରାଯାଉଛି । ବିଜେପିକୁ କଡ଼ା ସମାଲୋଚନା କରିବା ସହ ବିଜେପି ପ୍ରହେଳିକା ସୃଷ୍ଟି କରୁଛି ବୋଲି ପ୍ରତାପ ଦେବ କହିଛନ୍ତି । ପୁରୀ ସହରର ଅଧିକାଂଶ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଯେଉଁ ଖବର ପ୍ରଚାର କରାଯାଉଛି, ତାହା ସଂପୂର୍ଣ୍ଣ ମିଛ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ ସ୍ପଷ୍ଟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଶ୍ୱ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: କହିଲେ, ‘ପଖାଳ ମୋର ପ୍ରିୟ ଖାଦ୍ୟ’

କେମିକାଲ୍ ଫ୍ୟାକ୍ଟ୍ରି ବିସ୍ଫୋରଣ; ୪ ମୃତ, ଏବେବି ଫଶି ରହିଛନ୍ତି ୪୦ରୁ ୫୦ କର୍ମଚାରୀ

ରତ୍ନଗିରି: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ଼ ଅଞ୍ଚଳସ୍ଥିତ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ।  ଘଟଣାରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି। ବିଷ୍ଫୋରଣରେ ୪୦ରୁ ୫୦ କର୍ମଚାରୀ ଏବେବି  କମ୍ପାନୀରେ ଫସିରହିଥିବା ସୂଚନା ମିଳିଛି। ତେବେ  ମୃତହାତଙ୍କ ସଂଖ୍ୟା ଆହୁରୁ ବଢି଼ବାର ସମ୍ଭାବନା ରହିଛି।

ସୂଚନା ମୁତାବକ ଶନିବାର ସକାଳ ୮ଟାରେ ଏହି ବିଷ୍ଫୋରଣ ହୋଇଥିବା ଜଣାପଡ଼ିଛି।  ଲଗାତାର  ଦୁଇଥର ବିଷ୍ଫୋରଣ ହେବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଟିମ ପହଞ୍ଚି  ନିଆଁ ଆୟୋତ କରିବା ପାଇଁ ଲାଗିଛନ୍ତି। ଗୁରୁତର ମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

India vs England 5th T20: ଶେଷ ମ୍ୟାଚ୍ ଯିଏ ଜିତବ ସିରିଜ୍ ତାର

0

ଅହମଦାବାଦ:  ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ଟି- ଟ୍ୱେଣ୍ଟି। ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଉଭୟ ଦଳ। ୫ ଟିକିଆ ସିରିଜରେ ୨ଟି ଲେଖାଏ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି ଉଭୟ ଦଳ। ଆଜିର ମ୍ୟାଚରେ ବାଜିମାତ୍ କରିବା ଦଳ ପିନ୍ଧିବ ସିରିଜ୍ ତାଜ୍।

ଚତୁର୍ଥ ମ୍ୟାଚରେ ଦମଦାର ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂକରି ସୂର୍ଯ୍ୟକୁମାର ଯାଦବଙ୍କ ୫୭ ରନ୍ ବଳରେ ଇଂଲଣ୍ଡକୁ ୧୮୬ ରନର ଟାର୍ଗଟେ ଦେଇଥିଲା ଭାରତ । ଓପନର ରୋହିତ ଶର୍ମା ୧୨ ରନ୍ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୧୪ ରନ୍ କରି ଆଉଟ ହୋଇଥିଲେ । କ୍ୟାପଟେନ୍ କୋହଲି ମାତ୍ର ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ରିସଭ ପନ୍ଥ ୩୦ ରନ୍, ଶ୍ରେୟସ ଆୟାର ୩୭ ରନ୍, ହାର୍ଦିକ ପାଣ୍ଡ୍ୟା ୧୧ ରନ୍ କରି ଆଉଟ ହୋଇଥିଲେ।

ମ୍ୟାଚର ଶେଷ ଓଭର ଥିଲା ବେଶ୍ ରୋମାଞ୍ଚକର। ଶେଷ ୬ ବଲରେ ଭ୍ରମଣକାରୀ ଦଳ ଜିତିବା ଲାଗି ୨୩ ରନ୍ ଆବଶ୍ୟକ କରୁଥିଲା। କିନ୍ତୁ ଦଳ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି । ତେବେ ଆଜିର ମ୍ୟାଚ ନିର୍ଦ୍ଧାରଣ କରିବ କାହାର ହେବ ସିରିଜ୍।

ପ୍ରଣବଙ୍କ ଟାର୍ଗେଟରେ ରାଜ୍ୟ ବିଜେପି: କହିଲେ, ‘PMAYରେ ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍  ।  ବର୍ଷେ ତଳେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା  । ଏ ନେଇ ବିଜେପି ସାଂସଦମାନେ ଅଭିଯୋଗ କରିଥିଲେ  । ଆମେ ତଦନ୍ତକୁ ପୂର୍ଣ୍ଣ ସ୍ୱାଗତ କରୁଛୁ, ସେମାନେ ଚୁପ୍ କାହିଁକି ବୋଲି ପ୍ରଣବ ପ୍ରକାଶ ଦାସ ପ୍ରଶ୍ନ କରିଛନ୍ତି  । କିଏ ସେମାନଙ୍କୁ ଅଟକାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ  । ଅନିୟମିତତା ଆଳରେ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି  । ବିଜେପିର ହୀନ ରାଜନୈତିକ ଅଭିସନ୍ଧି ପ୍ରମାଣିତ ହୋଇଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ଟ୍ବିଟ୍‌ କରି ଉଲ୍ଲେଖ କରିଛନ୍ତି  ।

Corona Virus Updates: ୨୪ ଘଣ୍ଟାରେ ୪୦ ହଜାର ପାର୍ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କହର। ଦିନକୁ ଦିନ ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୪୦ ହଜାର ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦିନକରେ ୪୦ ହଜାର ୯୫୩ ହଜାର ଲୋକଙ୍କ ପଜିଟିଭ ରିପୋର୍ଟ ଆସିଛି। ଦୈନିକ ସଂକ୍ରମଣ ୨୦ ହଜାର ଓ ୩୦ ହଜାର ଭିତରେ ରହୁଥିବା ବେଳେ ଆଜି ଏହା ୪୧ ହଜାର ଛୁଇଁବାକୁ ବସିଛି। ଗତକାଲି ୩୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ ହଜାର ବଢ଼ି ଯାଇଛି।

Health Department Setuped A Committee In View Of Surges Corona Cases In Other State

ସେହିଭଳି ୨୪ ଘଣ୍ଟାରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ହଜାରରେ ପହଞ୍ଚିଛି । ଏଥିରେ ୧୭ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ତେବେ ଗତ ୨୪ ଘଣ୍ଟାରେ ୨୩ ହଜାର ୬୫୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ସେପଟେ ମହାରାଷ୍ଟରେ ଗତ ୨୪ ଘଣ୍ଟାରେ ୨୫ ହଜାର ୬୮ମ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଏବେ ମୋଟ୍ ୧ ଲକ୍ଷ ୭୮ ହଜାରରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ମୃତ୍ୟୁ ସଂଖ୍ୟା ୫୩ ହଜାର ଦୁଇ ଶହ ପାର କରିଛି।

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି। ଭୋପାଳ, ଇନ୍ଦୋର ଓ ଜବଲପୁରରେ ଆସନ୍ତାକାଲି ଲକଡାଉନ୍ ଘୋଷଣା କରାଯାଇଛି। ଦିଲ୍ଲୀରେ ମଧ୍ୟ କରୋନା କହର ଦେଖିବାକୁ ମିଳିଛି । ଦିଲ୍ଲୀରେ ଗୋଟିଏ ଦିନରେ ୭ଶହରୁ ଅଧିକ ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।