spot_img
Home Blog Page 5863

WhatsApp, Facebook ସର୍ଭର ଡାଉନ୍, ପଠାଇ ହେଉନି ମେସେଜ୍

ନୂଆଦିଲ୍ଲୀ: କାମ କରୁନି ହ୍ୱାଟ୍ସଆପ୍, ଖୋଲୁନି ଫେସବୁକ୍ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ହେଉନି ଫଟୋ । ଶୁକ୍ରବାର ରାତି ପ୍ରାୟ ୧୦ଟା ୪୫ରୁ ଦେଶର ବିଭିନ୍ନ ସ୍ଥାନରେ ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହ୍ୱାଟ୍ସଆପରେ ମେସେଜ୍ ପଠାଇ ହେଉନଥିବା ବେଳେ ଷ୍ଟାଟସ୍ ମଧ୍ୟ ରଖି ହେଉନାହିଁ ।

Whatspp Facebook-Server Down Or Not Working

ସେହିଭଳି ଫେସବୁକ ମେସଞ୍ଜରରେ କାହାରିକୁ ମେସେଜ ପଠାଇ ହେଉନାହିଁ । ଇନଷ୍ଟାଗ୍ରାମରେ ମଧ୍ୟ ଫଟୋ ପୋଷ୍ଟ ହେଉନାହିଁ । ତେବେ, ଫେସବୁକର ସର୍ଭର ଡାଉନ୍ ରହିଥିବାରୁ ଏମିତି ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Whatspp Facebook-Server Down Or Not Working

ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାରରେ ସମସ୍ୟା ଦେଖାଦେବା ପରେ ଏନେଇ ୟୁଜର୍ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ସମସ୍ୟା ଜାରି ରହିଛି ।

ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, ଫୁଲ୍ ଟାଇମ ଚୋର

ଭୁବନେଶ୍ୱର: ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ ସନ୍ଧ୍ୟାରେ ଖୋଲିବା ପରେ ରାତିରେ ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ବର୍ଷେ କିମ୍ବା ୨ ବର୍ଷ ନୁହେଁ, ୨୩ ବର୍ଷ ଧରି ସେ ଲୁଟ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି । କମିଶନରେଟ ପୋଲିସର ଖଣ୍ଡଗିରି ଥାନା ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଲୁଟ କରୁଥିବା ଅବସ୍ଥାରେ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା ।

Commissionerate Police Arrested Homeopathic Doctor In A Loot Case

ସେମାନଙ୍କୁ ପଚରାଉଚରା ବେଳେ ଏହି ପାର୍ଟ ଟାଇମ ଡାକ୍ତରଙ୍କ ସମ୍ପର୍କରେ ସୂଚନା ପାଇଥିଲା । କମିଶନରେଟ ପୋଲିସର ଅଧିକାଂଶ ଥାନାରେ ଏମାନଙ୍କ ନାମରେ କେସ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୩୩ ହଜାର ଟଙ୍କା, ଅଧକେଜି ରୂପା, ୩୧ ଗ୍ରାମ ସୁନା ପୋଲିସ ଜବତ କରିଛି । ତେବେ ଅନ୍ୟ ଥାନା ମାନଙ୍କରେ ହୋଇଥିବା ଲୁଟରେ ଏମାନଙ୍କ ସମ୍ପୃକ୍ତି ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛି ପୋଲିସ ।

ରଙ୍ଗର ପର୍ବ ହୋଲିରେ ଲାଗିଲା କରୋନା ବ୍ରେକ୍

ଭୁବନେଶ୍ୱର: ଏଥର ଫିକା ପଡିବ ହୋଲି । ହେଲେ ବନ୍ଦ ହେବନି ପରମ୍ପରା । ପରିବାର ସହ ହୋଲି ଖେଳିପାରିବେ । ହେଲେ ରାସ୍ତାକୁ ଆସିବାକୁ ମନା । ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୋଭିଡ୍ ନିୟମ ମାନି ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଳଣ ହୋଇପାରିବ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବା ଆବଶ୍ୟକ ।

କୋଭିଡ୍ ଗାଇଡଲାଇନ୍ ଅନୁସାରେ ମନ୍ଦିରରେ ସମସ୍ତ ପୂଜାର୍ଚ୍ଚନା ହୋଇପାରିବ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସବୁ ଜିଲ୍ଲାପାଳ ଓ ମୁନିସିପାଲ କର୍ପୋରେସନର କମିଶନରଙ୍କୁ ନଜର ରଖିବାକୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ । କଟକଣା ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ- ଅତି ଜରୁରୀ ନଥିଲେ କର ଭର୍ଚ୍ଚୁଆଲ୍ ବୈଠକ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ

ଅତି ଜରୁରୀ ନଥିଲେ କର ଭର୍ଚ୍ଚୁଆଲ୍ ବୈଠକ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦେଖି ସଜାଗ ହୋଇଛନ୍ତି ଓଡ଼ିଶା ସରକାର । ରାଜ୍ୟର ସମସ୍ତ ସରକାରୀ ଅଫିସରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ GA ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ରାଜ୍ୟରେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଏପରି ନିଷ୍ପତ୍ତି ନେଇଛି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ । ରାଜ୍ୟର ସମସ୍ତ ସରକାରୀ ଅଫିସରେ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରିବା ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

GA&PG Department Issued Fresh Guidelines For Office

ଅଫିସ ଭିତରେ ୨ ମିଟର ପର୍ଯ୍ୟନ୍ତ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ଅଫିସର ସାଧାରଣସ୍ଥଳରେ ଭିଡ ଜମାଇବା ମନା । କର୍ମଚାରୀ ଲଗାତାର ବ୍ୟବଧାନରେ ଅତି କମରେ ୨୦ ସେକେଣ୍ଡ ହାତ ଧୋଇବେ । ଅଫିସ୍ଭି ତରେ କୌଣସି ମିଟିଂ ହେବ ନାହିଁ । ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ ନିର୍ଦ୍ଦେଶନାମାନ କାର୍ଯ୍ୟକାରୀ କରାଯିବ । ଅତି ଆବଶ୍ୟକ ହେଲେ ସାମାଜିକ ଦୂରତା ରକ୍ଷା କରି ବୈଠକ କରିବାକୁ କୁହାଯାଇଛି । ଅଫିସ ବିଲ୍ଡିଂ ଓ ପରିସର ସାନିଟାଇଜକୁ ପ୍ରାଥମିକତା ଦିଆଯାଇଛି ।

୫ ପ୍ରତିଶତ ବଢ଼ିଲା ଘରୋଇ ବିମାନର ସର୍ବନିମ୍ନ ଭଡ଼ା

ଦିଲ୍ଲୀ: ଘରୋଇ ବିମାନର ସର୍ବନିମ୍ନ ଭଡ଼ାକୁ ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ବୃଦ୍ଧି ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲାଗୁ ରହିବ। ଗତ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ବିମାନ ଭଡା ବୃଦ୍ଧି କରାଯାଇଛି। ଏହା ପଛରେ ବିମାନର ଇନ୍ଧନ ମହଙ୍ଗା ବୋଲି କୁହାଯାଉଛି। ଏହା ବ୍ୟତୀତ ଯାତ୍ରୀମାନଙ୍କ ୮୦ ପ୍ରତିଶତ କ୍ଷମତା ରଖିବାକୁ ସରକାର ଘରୋଇ ବିମାନ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ କରୋନା ରୋଗ ବୃଦ୍ଧି ହେତୁ ଘରୋଇ ବିମାନରେ ଯିବାଆସିବା ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ଯାତ୍ରୀଙ୍କ କ୍ଷମତାକୁ ୮୦ ପ୍ରତିଶତ ରଖିବା ଏବଂ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ହେତୁ ଭଡା ବୃଦ୍ଧି ଘଟିଛି। ବର୍ତ୍ତମାନ ସମୟରେ ଘରୋଇ ବିମାନର ସର୍ବାଧିକ ଭଡା ବୃଦ୍ଧି କରାଯାଇ ନାହିଁ। ସେ କହିଛନ୍ତି ଯେ ବିମାନ ଚଳାଚଳ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଉଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ବିମାନ ଇନ୍ଧନର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଘରୋଇ ବିମାନ ପାଇଁ ସର୍ବନିମ୍ନ ଭଡା ପାଞ୍ଚ ପ୍ରତିଶତ ବୃଦ୍ଧି କରାଯାଉଛି। ତେବେ ସର୍ବୋଚ୍ଚ ଭଡାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ କ୍ଷମତାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖିବାକୁ ସେ କହିଛନ୍ତି ।

କାର୍ଯ୍ୟରେ ଅବହେଳା ଅଭିଯୋଗ, ତହସିଲଦାରଙ୍କୁ ଜରିମାନା କଲେ ଖାଉଟି ଅଦାଲତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲଦାରଙ୍କୁ ଜରିମାନା । କାର୍ଯ୍ୟରେ ଅବହେଳା କାରଣରୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ । ନନ୍ଦାହାଣ୍ଡି ତହସିଲ ଅଣ୍ଟାସର ଗାଁର ଶତ୍ରୁଘ୍ନ ଗରଡ଼ାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଖାରଜ ମାମଲା ସଂଖ୍ୟା ୧୦୦୬/୨୦୧୯ରେ ଆର.ଆଇ ରିପୋର୍ଟ ଏବଂ ସମସ୍ତ ଅର୍ଡର ସିଟର ଅବିକଳ ନକଲ ତହସିଲରୁ ବାହାର କରିବା ପାଇଁ ନବରଙ୍ଗପୁର ଏନ. ପ୍ରେମେଶ୍ୱରନଙ୍କୁ ଲିଖିତ ଭାବେ ପ୍ରାଧିକାର ଅର୍ପଣ କରିଥିଲେ ।

Consumer Court Fined 5K Nandahandi Tahsildar For Negligence In Duty

ଏହାପରେ ଏନ. ପରମେଶ୍ୱରନ ନନ୍ଦାହାଣ୍ଡି ତହସିଲଦାରଙ୍କ ନିକଟରେ ଦାଖଲ ଖାରଜ ମାମଲାର ଅବିକଳ ନକଲ ପାଇଁ ୨୦୧୯ ମସିହାରେ ଆବେଦନ କରିଥିଲେ । ହେଲେ ସେହି ଅବିକଳ ନକଲ କାଗଜ ପାଇଁ ତହସିଲ ଅଫିସକୁ ବାରମ୍ବାର ଯିବାପରେ ମଧ୍ୟ ଏନ. ପରମେଶ୍ୱରଙ୍କୁ ନକଲ ମିଳିନଥିଲାଷ ଏହାପରେ  ନିରାଶ ହୋଇ ଆବେଦନକାରୀ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଉଭୟଙ୍କ ପକ୍ଷ ଶୁଣିବା ପରେ ନନ୍ଦାହାଣ୍ଡି ତହସିଲଦାର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବିଚାର କରି ଅଦାଲତ ନନ୍ଦାହାଣ୍ଡି ତହସିଲଦାରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଫ୍ରାନ୍ସକୁ ପୁଣି ଫେରିଲା ଲକଡାଉନ୍

ନୂଆଦିଲ୍ଲୀ: ମାଡୁଛି ମହାମାରୀ । ଫ୍ରାନ୍ସକୁ ପୁଣି ଫେରିଲା ଲକଡାଉନ୍ । କରୋନା ଥାର୍ଡ ଓ୍ବେଭ ଯୋଗୁ ବଢୁଛି ସଂକ୍ରମଣ । ଆଗାମୀ ମାସେ ଯାଏ ଲକଡାଉନ୍ ଘୋଷଣା କଲେ ପ୍ରାନ୍ସ ସରକାର । ଫ୍ରାନ୍ସର ୧୬ ଅଞ୍ଚଳରେ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜେନ୍ କାସଟେକ୍ସ । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଫ୍ରାନ୍ସର ପ୍ୟାରିସ ଓ ଏହାର ଆଖପାଖ ଅଞ୍ଚଳରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ମଧ୍ୟରାତ୍ରୀରୁ କଟକଣା ଲାଗୁହେବ । ସନ୍ଧ୍ୟା ୭ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ । ଏହି ସମୟରେ କେବଳ ଜରୁରିକାଳୀନ ସେବାକୁ ଅନୁମତି ଦିଆଯାଇଛି । ଏହାଛଡ଼ା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଲକଡାଉନ ସମୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ନ ହେବାକୁ କୁହାଯାଇଛି । ଏହି ସମୟରେ ଲୋକମାନଙ୍କୁ ଘରଠାରୁ ୧୦ କିମିରୁ ଅଧିକ ଦୂର ଯିବାକୁ ବାରଣ କରାଯାଇଥିବା ବେଳେ ସ୍କୁଲ, ୟୁନିଭରସିଟି ଖୋଲାରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି ।

ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍‌ । ଏହି ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଅଷ୍ଟିନ । ଏଥିସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟି ଚୀନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି । ଦକ୍ଷୀଣ ଏସିଆରେ ଚୀନ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶକୁ ଚେକ୍‌ ଦେବା ପାଇଁ ଆମେରିକା ଓ ଭାରତ ମିଳିତ ଯୋଜନା କରିବେ ବୋଲି ଆଶା କରାଯାଉଛି । ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ପଦ ସମ୍ଭାଳିବା ଠାରୁ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହେବ । ଏଥିସହ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ନେଇ ମଧ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇପାରେ ।

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପଞ୍ଚାୟତ ରଣନୀତି

ଭୁବନେଶ୍ୱର: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ୧୭ ତାରିଖରେ ପଡ଼ିବ ଭୋଟ୍ । ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏଥିରେ ଆଗରେ ଅଛି ବିଜେଡି । ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ ।

ଏଥିସହ ପଢ଼ନ୍ତୁ- ପିପିଲିରେ କାହା ଉପରେ କିଏ ପଡ଼ିବ ଭାରି ? କ’ଣ କହୁଛି ରାଜନୀତିକ ଇତିହାସ…

ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।

ଏଥିସହ ପଢ଼ନ୍ତୁ- ପିପିଲି ଉପନିର୍ବାଚନ: ‘ଆମେ ଜିତିବୁ’

ଏମାନଙ୍କ ନେତୃତ୍ୱରେ ଅନ୍ୟ ନେତା ଓ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ନେତା, ବିଜୁ ଛାତ୍ର ଜନତା ଦଳର ନେତା ଓ ବିଜୁ ମହିଳା ଜନତା ଦଳର ନେତ୍ରୀ ମଧ୍ୟ ପ୍ରତି ପଞ୍ଚାୟତ ସ୍ତରରେ ନେତା ଓ ବିଧାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ । ଏଥିସହ ଦଳ ସୋସିଆଲ୍ ମିଡିଆ ଓ ଭର୍ଚୁଆଲ୍ ମିଟିଂ କୋଅର୍ଡିନେସନ୍ ଲାଗି ୨ ଜଣଙ୍କୁ ଦାୟିତ୍ୱ ଦେଇଛି ।

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଓଡ଼ିଶାକୁ ଅବହେଳା ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଡ଼ିଶା ପ୍ରତି କେନ୍ଦ୍ରର ଦରଦ ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡ଼ିଶାକୁ ପୁଣି ଠକି ଦେଇଛନ୍ତି ମୋଦି ସରକାର । ପ୍ରେସମିଟରେ ବିଜେଡି ଆଜି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ପୁଣି ଦେଖିବାକୁ ମିଳିଛି ବୈମାତୃକ ମନୋଭାବ । ୧୪ ଲକ୍ଷ ହିତାଧିକାରୀଙ୍କ ହକ୍ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ  । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା ।

ଆଜି ପର୍ଯ୍ୟନ୍ତ ଫନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନି । ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର । ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

BJD Targets Center Over PMAY Allocation To Odisha

ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲଖିଥିଲେ ବି ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେଇନାହିଁ । ବିଜେପି ଶାସିତ ରାଜ୍ୟ ମାନଙ୍କ ହିତାଧିକାରୀଙ୍କୁ ଆୱାସ ଯୋଜନାରେ ସାମିଲ୍ କରିସାରିଛି କେନ୍ଦ୍ର । ହେଲେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ବିଜେଡି । ୨୦୧୭-୧୮ରେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଓଡ଼ିଶା ପୁରସ୍କୃତ ହୋଇଥିଲା । ହେଲେ ଆଜି ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଫନି ସମୟରେ କେନ୍ଦ୍ର ସରକାର ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବା ପ୍ରତିଶ୍ରୁତି ଦେଇଥିଲେ । ଆନୁଷଙ୍ଗିକ କାଗଜ ପତ୍ର ବାରମ୍ବାର ମଗାଯାଇଥିଲା ।

ଓଡ଼ିଶା ସରକାର ଏହାକୁ ଯୋଗାଇ ଦେବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ଘର ଯୋଗାଇ ଦେଇନାହାନ୍ତି । ରାଜ୍ୟ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡ଼ିଶା ଲୋକଙ୍କୁ ତାଙ୍କ ହକରୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି ।