spot_img
Home Blog Page 5864

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଓଡ଼ିଶାକୁ ଅବହେଳା ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର: ଓଡ଼ିଶା ପ୍ରତି କେନ୍ଦ୍ରର ଦରଦ ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡ଼ିଶାକୁ ପୁଣି ଠକି ଦେଇଛନ୍ତି ମୋଦି ସରକାର । ପ୍ରେସମିଟରେ ବିଜେଡି ଆଜି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ୍ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ପୁଣି ଦେଖିବାକୁ ମିଳିଛି ବୈମାତୃକ ମନୋଭାବ । ୧୪ ଲକ୍ଷ ହିତାଧିକାରୀଙ୍କ ହକ୍ ସହ ଖେଳୁଛନ୍ତି କେନ୍ଦ୍ର ସରକାର । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଥିଲା । ଭାଙ୍ଗି ଯାଇଥିବା ଘରର ପୁନରୁଦ୍ଧାର କରାଯିବ କହିଥିଲେ ପ୍ରଧାନମନ୍ତ୍ରୀ  । ୮ଲକ୍ଷ ଘର ଯୋଗାଇ ଦେବାକୁ କୁହାଯାଇଥିଲା ।

ଆଜି ପର୍ଯ୍ୟନ୍ତ ଫନିର ଗୋଟିଏ ଘର ପାଇଁ କେନ୍ଦ୍ରର ଅନୁମତି ମିଳିନି । ରାଜ୍ୟ ପଠାଇଥିବା ତାଲିକାକୁ ଚାପି ବସିଛି କେନ୍ଦ୍ର । ଅନ୍ୟ ୬ ଲକ୍ଷ ପ୍ରକୃତ ହତାଧିକାରୀ ବି ଏହି ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଏଭଳି ଭାବେ ମୋଟ୍ ୧୪ ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ୧୨ ମାର୍ଚ୍ଚ ୨୦୧୯ ରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ପର୍ମାନେଣ୍ଟ ୱେଟିଂ ଲିଷ୍ଟ ସଂଯୋଗ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

BJD Targets Center Over PMAY Allocation To Odisha

ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲଖିଥିଲେ ବି ଏଥିପ୍ରତି କେନ୍ଦ୍ର ଧ୍ୟାନ ଦେଇନାହିଁ । ବିଜେପି ଶାସିତ ରାଜ୍ୟ ମାନଙ୍କ ହିତାଧିକାରୀଙ୍କୁ ଆୱାସ ଯୋଜନାରେ ସାମିଲ୍ କରିସାରିଛି କେନ୍ଦ୍ର । ହେଲେ ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରିଛି ବିଜେଡି । ୨୦୧୭-୧୮ରେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ଓଡ଼ିଶା ପୁରସ୍କୃତ ହୋଇଥିଲା । ହେଲେ ଆଜି ଓଡ଼ିଶା ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଫନି ସମୟରେ କେନ୍ଦ୍ର ସରକାର ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବା ପ୍ରତିଶ୍ରୁତି ଦେଇଥିଲେ । ଆନୁଷଙ୍ଗିକ କାଗଜ ପତ୍ର ବାରମ୍ବାର ମଗାଯାଇଥିଲା ।

ଓଡ଼ିଶା ସରକାର ଏହାକୁ ଯୋଗାଇ ଦେବା ପରେ ମଧ୍ୟ କେନ୍ଦ୍ର ସରକାର କୌଣସି ଘର ଯୋଗାଇ ଦେଇନାହାନ୍ତି । ରାଜ୍ୟ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡ଼ିଶା ଲୋକଙ୍କୁ ତାଙ୍କ ହକରୁ ବଞ୍ଚାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି ।

ପଶ୍ଚିମବଙ୍ଗରେ ବିଜେପି ଭର୍ସେସ୍ ବିଜେପି ଲଢ଼େଇ, ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପି ଚାରିଫାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଭର୍ସେସ୍ ବିଜେପି। ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବିଜେପିକୁ ହଟହଟା ହେବାକୁ ପଡ଼ିଛି। ଗତକାଲି ପଶ୍ଚିମବଙ୍ଗର ୧୪୮ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହାକୁ ନେଇ କେତେକ ସ୍ଥାନରେ ବିଜେପି କର୍ମୀ ପୋଡ଼ାଜଳା କରିଥିବା ବେଳେ କେତେକ ସ୍ଥାନରେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି କର୍ମୀ। ଆଉ କେଉଁଠି କଂଗ୍ରେସ କର୍ମୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ଆଶାୟୀ। ଯାହାକୁ ନେଇ ବିଜେପିକୁ ହଟହଟା ହେବାକୁ ପଡ଼ିଛି। ଉତ୍ତର କୋଲକାତାର ଚୋରଙ୍ଗୀ ଆସନରୁ ବିଜେପି ଶିଖା ମିତ୍ରଙ୍କ ନାମ ଘୋଷଣା କରିଥିଲା। ହେଲେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ସ୍ତ୍ରୀ ହେଉଛନ୍ତି ଶିଖା। ବିଜେପି ତାଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, ସେ ବିଜେପିରେ ନୁହେଁ, କଂଗ୍ରେସରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ଯୋଗୁ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରିଛନ୍ତି କର୍ମୀ। ମାଲଦା ହରିଶ୍ଚନ୍ଦ୍ରପୁର ବିଜେପି କାର୍ଯ୍ୟାଳୟ କର୍ମୀମାନେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଟିଏମସି ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ମାତିଉର ରହମାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ବିରୋଧ ପ୍ରଦର୍ଶନ କରିଛନ୍ତି କର୍ମକର୍ତ୍ତା। ଅନ୍ୟପଟେ ଓଲ୍ଡ ମାଲ୍ଦା ଆସନ ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ବଦଳାଇବା ଦାବିରେ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରଛନ୍ତି କର୍ମୀ। ସେହିପରି ଦୁର୍ଗାପୁର, ପାଣ୍ଡବେଶ୍ୱର ପ୍ରାର୍ଥୀଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେପି କର୍ମୀ।

ODI ସିରିଜ ପାଇଁ ମିଳିଲାନି ଏହି ୭ ଭାରତୀୟ ଖେଳାଳିଙ୍କୁ ଟିମ୍‌ରେ ଜାଗା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ତିନି ମାସ ପରେ ଭାରତୀୟ ଦଳ ଏକ ଦିନିକିଆ ସିରିଜ ଖେଳିବ। ଶେଷ ଥର ପାଇଁ ସେ ଡିସେମ୍ବର ୨୦୨୦ରେ ଅଷ୍ଟ୍ରେଲିଆ ଗସ୍ତରେ ODI ସିରିଜ୍ ଖେଳିଥିଲା। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ଭାରତକୁ ୨-୧ରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଗସ୍ତାରେ ସାମିଲ ଥିବା ୭ ଖେଳାଳି ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ସିରିଜ୍ ପାଇଁ ଦଳରେ ସାମିଲ ହୋଇନାହାଁନ୍ତି।

ଏହି ଖେଳାଳିମାନେ ହେଉଛନ୍ତି ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା, ନବଦୀପ ସାଇନି, ମହମ୍ମଦ ଶାମି, ମନୀଷ ପାଣ୍ଡେ, ମୟଙ୍କ ଅଗ୍ରୱାଲ ଏବଂ ସଞ୍ଜୁ ସାମସନ। ମନୀଷ ପାଣ୍ଡେ ଏବଂ ସଞ୍ଜୁ ସାମସନଙ୍କୁ ODI ସିରିଜରେ ଖେଳିବାର ସୁଯୋଗ ମିଳିନଥିଲା। ଏଥି ସହିତ ମୟଙ୍କ ଅଗ୍ରୱାଲ ୨ ଟି ମ୍ୟାଚରେ ମୋଟ ୫୦ ରନ୍ ସଂଗ୍ରହ କରିଥିଲେ।

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା। ଏହା ବ୍ୟତୀତ ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଆହତ  ହୋଇଛନ୍ତି। ଏଥି ସହିତ ଦ୍ରୁତ ବୋଲର ନବଦୀପ ସାଇନି ଅଷ୍ଟ୍ରେଲିଆ ଗସ୍ତରେ କୌଣସି ବିଶେଷ ଚମତ୍କାର ଦେଖାଇପାରିନଥିଲେ । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟି -୨୦ ସିରିଜରେ ସେ ଦଳର ଏକ ଅଂଶ, କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ।

<blockquote class=”twitter-tweet”><p lang=”en” dir=”ltr”><a href=”https://twitter.com/hashtag/TeamIndia?src=hash&amp;ref_src=twsrc%5Etfw”>#TeamIndia</a> squad for <a href=”https://twitter.com/Paytm?ref_src=twsrc%5Etfw”>@Paytm</a> ODI series against England announced. <a href=”https://twitter.com/hashtag/INDvENG?src=hash&amp;ref_src=twsrc%5Etfw”>#INDvENG</a></p>&mdash; BCCI (@BCCI) <a href=”https://twitter.com/BCCI/status/1372774859671937027?ref_src=twsrc%5Etfw”>March 19, 2021</a></blockquote> <script async src=”https://platform.twitter.com/widgets.js” charset=”utf-8″></script>

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ୨୩ ମାର୍ଚ୍ଚରୁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ସିରିଜର ତିନିଟି ଦିନିକିଆ ଖେଳାଯିବ। ଏହି ମ୍ୟାଚ୍ ୨୩, ୨୬ ଏବଂ ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବ।

ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜରୁ ବାଦ ପଡିଥିଲେ। ଯଦିଓ ଜାଡେଜା ନେଟରେ ଅଭ୍ୟାସ ଆରମ୍ଭ କରିଛନ୍ତି, କିନ୍ତୁ ସେ ODI ସିରିଜର ଅଂଶ ହୋଇପାରି ନାହାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଏବଂ ପାଞ୍ଚ ଟି -୨୦ ମ୍ୟାଚ୍ ସିରିଜରୁ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ଦ୍ରୁତ ବୋଲର ଚତୁର୍ଥ ଟେଷ୍ଟରୁ ଓହରି ଯାଇଥିଲେ। ଏହା ପରେ ସେମାନେ ବିବାହ କରିଥିଲେ।

ଟିମ୍ ଇଣ୍ଡିଆ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଶୁଭମ ଗିଲ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ (ୱିକେଟ୍ କିପର), ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ , କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ଶିରାଜ, ପ୍ରସିଦ୍ଧ କୃଷ୍ଣା, ସାରଦୁଲ ଠାକୁର ।

ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ଉଦ୍ୟମ

କଟକ: ଯାଜପୁର ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରିବା ବେଳେ ରାକେଶ ଟିକାୟତଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ଫଳରେ ଗୁରୁଦ୍ୱାର ସମ୍ମୁଖରେ ପ୍ରାୟ ଅଧ ଘଣ୍ଟା ଧରି ଆତଙ୍କ ଲାଗି ରହିଥିଲା ।

Deva Sena Attempt To Attack Rakesh Tikayat Infront Of Cuttack Gurudwar

ରାକେଶ ଟିକାୟତ ଗୁରୁଦ୍ୱାରରୁ ଦର୍ଶନ କରି ଫେରିବା ବେଳେ ଦେବ ସେନା କର୍ମୀ ବିରୋଧ କରିଥିଲେ । ଦେବ ସେନା କର୍ମୀ ଗାଡ଼ି ଟିକାୟତଙ୍କ ଗାଡ଼ି ଉପରକୁ ପଥର ଫୋପାଡ଼ି ଥିବା ଅଭିଯୋଗ ହୋଇଛି । ଟିକାୟତଙ୍କ ପୋଷ୍ଟର ଚିରାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

Deva Sena Attempt To Attack Rakesh Tikayat Infront Of Cuttack Gurudwar

ମାଲଗୋଦାମ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଦେବ ସେନା କର୍ମୀ ଅଭିନାଶ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

କରୋନାର ପ୍ରଭାବରେ ମଧ୍ୟବିତ୍ତ ତାଲିକାରୁ ତଳକୁ ଖସିଲେ ୩ କୋଟିରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଅଦୃଶ୍ୟ ରାକ୍ଷସ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି। କିଛି ଦିନର କରୋନାରୁ ତ୍ରାହି ପରେ ଏବେ ପୁଣି କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଦେଶର କିଛି ସ୍ଥାନରେ ଦେଖା ଦେଇଛି କରୋନା ଦ୍ୱିତୀୟ ଲହରୀ। ମହାରାଷ୍ଟ୍ର ସହ ୫ଟି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଘଟିଛି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ବିଗତ ବର୍ଷକୁ ଦେଖିବା ତେବେ କରୋନା ପାଇଁ ଦେଶ ଦେଖିଛି ଅଭାବ ଆଉ ଅନଟନ। କରୋନାର କଳା ବର୍ଷ ହେଉଛି ୨୦୨୦। ଦେଶର ପ୍ରତିଟି ଅଞ୍ଚଳ କରୋନା ଭୂତାଣୁର ମାଡ଼ରେ ଆଘାତ ପାଇଛି।

କରୋନାର ରୂପ କେତେ ଭୟଙ୍କର ତାହା ଦେଶର ପ୍ରତିଟି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି। ପ୍ରତିଟି କ୍ଷେତ୍ରରେ ପଡ଼ିଛି କରୋନାର ଖରାପ ପ୍ରଭାବ। କରୋନାରେ ଗୋଟିଏ ପଟେ ଅନେକ ଲୋକ ଚାକିରୀ ହରାଇଥିବା ବେଳେ କିଛି ଲୋକଙ୍କର ଦରମା ହ୍ରାସ କରାଯାଇଥିଲା। ଦେଶର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି କରୋନା।

ମହାମାରୀରେ ଆର୍ଥିକ ସଙ୍କଟ କେତେ ଅସୁବିଧାର ସମ୍ମୁଖୀନ ହୋଇଛି ସେ ସମ୍ବନ୍ଧରେ ଏକ ଆକଳନ ପ୍ରକାଶ ପାଇଛି। ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟ ଅନୁଯାୟୀ, କରୋନା ପାଇଁ ଭାରତରେ ୩ କୋଟି ୨୦ ଲକ୍ଷ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସି ଆସିଛନ୍ତି।

ରିପୋର୍ଟ ଅନୁଯାୟୀ, ଦିନକୁ ୧୦ ରୁ ୨୦ ଡଲାର ରୋଜଗାର କରୁଥିବା ଭାରତୀୟଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଯେଉଁ କାରଣରୁ ୩ କୋଟି ୨୦ ଲକ୍ଷ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଆସିଛନ୍ତି। ଏଭଳି ରିପୋର୍ଟ ସମସ୍ତଙ୍କୁ ଏକ ପ୍ରକାରର ଝଟକା ଦେଇଛି। ଯଦି ଦେଖିବା ତେବେ ଗତ କିଛି ବର୍ଷ ମଧ୍ୟରେ ଭାରତର ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ୨୦୧୧ରୁ ୨୦୧୯ ମଧ୍ୟରେ ୫୭୦ ଲକ୍ଷ ଲୋକ ମଧ୍ୟମ ଆୟ ଗୋଷ୍ଠୀରେ ଯୋଡ଼ି ହୋଇଥିଲେ। ଦେଶକୁ କରୋନା ଆସିବା ପୂର୍ବରୁ ଦେଶର ୯୯୦ ଲକ୍ଷ ଲୋକ ମଧ୍ୟବିତ୍ତ ଶ୍ରେଣୀରେ ଥିଲେ। ଗୋଟିଏ ବର୍ଷ ପରେ ଏହି ସଂଖ୍ୟା ୬୬୦ ଲକ୍ଷକୁ ଆସିଛି। ଏହି ସଙ୍କଟ ସମୟରେ ପଡୋଶୀ ଦେଶ ଚୀନ୍ ତୁଳନାରେ ଭାରତରେ ମଧ୍ୟବିତ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇଛି।

ଆଉ ଏଭଳି ପରିସ୍ଥିତିରେ ଏବେ ଭାରତରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ୩୯,୭୨୬ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ଗତ ବର୍ଷ ମଧ୍ୟରେ ସବୁଠାରୁ ସର୍ବାଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ, କ୍ରମାଗତ ନବମ ଦିନ ପାଇଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୧ ହଜାର ୨୮୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଯାହାକି ମୋଟ ସଂକ୍ରମଣର ୨.୩୬ ପ୍ରତିଶତ ଥିବାବେଳେ ଏହି ରୋଗରୁ ସୁସ୍ଥ ପାଇଥିବା ଲୋକଙ୍କ ସଂଖ୍ୟା ୯୬.୨୬ ପ୍ରତିଶତକୁ ହ୍ରାସ ପାଇଛି ।

 

ଗୋଟିଏ ନମ୍ବର ୧୧୨ରେ ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ସେବା; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଆଁ ଲାଗିଲେ ଅଗ୍ନିଶମ ବାହିନୀ, ଆଇନଶୃଙ୍ଖଳା ପାଇଁ ପୋଲିସ ଏବଂ ଦେହ ଖରାପ ପାଇଁ ଆମ୍ବୁଲାନ୍ସ । ଏସବୁ ଏଣିକି ଗୋଟିଏ ନମ୍ବରରେ ମିଳିବ । ଏହି ୩ ପ୍ରକାର ଜରୁରୀକାଳୀନ ସେବା ପାଇଁ ରାଜ୍ୟ ସରକାର ଗୋଟିଏ ନମ୍ବର ୧୧୨ ଆରମ୍ଭ କରିଛନ୍ତି । ଫଳରେ କୌଣସି ଅପ୍ରୀତିକର ପରିସ୍ଥିତିରେ ଉପୁଜିଲେ ଆଉ ଅଗ୍ନିଶମ ପାଇଁ ୧୦୧, ପୋଲିସ ପାଇଁ ୧୦୦ ଓ ଆମ୍ବୁଲାନ୍ସ ପାଇଁ ୧୦୮ ଡାଏଲ୍ କରିବାକୁ ପଡ଼ିବ ନାହିଁ । ବରଂ ୧୧୨ ଡାଏଲ୍ କଲେ ସମସ୍ତ ବିଭାଗକୁ ମେସେଜ୍ ଚାଲିଯିବ ।

CM Naveen Patnaik Inaugurates Dial 112 Service

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାଏଲ୍ ୧୧୨ ସେବା ଆରମ୍ଭ କରିଛନ୍ତି । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବାର ଶୁଭାରମ୍ଭ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ଡାଏଲ୍ ୧୧୨ ଲୋକଙ୍କୁ ଉପକୃତ କରାଇବ । ଏହାକୁ ଆଧୁନିକ କଣ୍ଟ୍ରୋଲ ରୁମ୍ ଭାବରେ ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟି ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ସହ ସବୁ ଜିଲ୍ଲା ମୁଖ୍ୟାଳୟରେ ଏହି ସେବା କାର୍ଯ୍ୟ କରିବ ।

CM Naveen Patnaik Inaugurates Dial 112 Service

ସବୁ କଲ୍ ରେକର୍ଡ ପୋଲିସ ପାଖରେ ରହିବ । ଏଥିପାଇଁ ୧୫୭ କୋଟି ଟଙ୍କା ବ୍ୟୟ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ପ୍ରଚଳିତ ସମସ୍ତ ଜରୁରୀ ନମ୍ବର ଯଥା ୧୦୦,୧୦୧,୧୦୨,୧୦୮ ଏବଂ ୧୧୨ କାର୍ଯ୍ୟକ୍ଷମ ରହିବ । ଧିରେ ଧିରେ ଲୋକମାନେ ସଚେତନ ହେବା ପରେ ସେଗୁଡ଼ିକ ପର୍ଯ୍ୟାୟ କ୍ରମେ ବନ୍ଦ ହେବ ।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ହାତରେ ଲାଗିଲା ଷ୍ଟିକ ବମ୍‌, ରଚିପାରନ୍ତି ବଡ଼ ଷଡ଼ଯନ୍ତ୍ର

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କ ବୃଦ୍ଧି କରିବା ପାଇଁ ଆତଙ୍କବାଦୀମାନେ ଏକ ଭିନ୍ନ ପ୍ରକାରର ବୋମା ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହାକୁ ଏକ ଷ୍ଟିକ୍ ବମ୍ କୁହାଯାଏ। ଷ୍ଟିକ୍ ବମରେ ଚୁମ୍ବକକୁ ବ୍ୟବହାର କରାଯାଇଛି । ଲହି ଚୁମ୍ବକ ଲ ଏପରି ପରିସ୍ଥିତିରେ, ସେମାନଙ୍କୁ ଚୁମ୍ବକ ମାଧ୍ୟମରେ ଲେପନ କରି ଚଳନ୍ତା ଯାନ ଉପରେ ବିସ୍ଫୋରଣ କରାଯାଇପାରେ। ଏହି ଷ୍ଟିକି ବୋମାରେ ଚୁମ୍ବକ ଲାଗିଥିବାରୁ ଏହାକୁ ଚଳନ୍ତା କାର ଉପରକୁ ଫୋପାଡ଼ି ବିସ୍ଫୋରଣ କରାଯାଇପାରିବ। ଏହି ଷ୍ଟିକ ବମ ସାଧାରଣତଃ IED ଦ୍ୱାରା ନିର୍ମିତ। ଯାହା ହାତର ମୁଠା ଠାରୁ ବଡ଼ ହୋଇନଥାଏ। ଚୁମ୍ବକ ମାଧ୍ୟମାରେ ଏହାକୁ ସହଜରେ ଗାଡି ପାର୍ଶ୍ୱରେ କିମ୍ବା ଇନ୍ଧନ ଟ୍ୟାଙ୍କ ନିକଟରେ ଲଗାଯାଇପାରେ।  ଯାହାଦ୍ୱାରା ଏକ ଛୋଟ ବିସ୍ଫୋରଣକୁ ବଡ଼ ବିସ୍ଫୋରଣରେ ପରିଣତ କରାଯାଇପାରେ।

ଆତଙ୍କବାଦୀ ମାନଙ୍କର ଏହି ନୂଆ ଅସ୍ତ୍ର ସୁରକ୍ଷା ବାହିନୀ ହାତରେ ଲାଗିଛ ।  ଏହା ଓଜରେ ବହୁତ ହାଲୁକା ଏବଂ ପୋର୍ଟେବଲ୍। ଗାଡ଼ରେ ଲଗାଇବା ପରେ ଏହାକୁ ବିସ୍ଫୋରଣ କରାଯାଏ, ଯାହାଦ୍ୱାରା ସଂଯୋଗ ସମୟରେ କୌଣସି ବିପଦ ନଥାଏ। ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ସୁରକ୍ଷା ବାହିନୀ ଷ୍ଟିକ୍ ବୋମା ଜବତ କରିଛନ୍ତି।

ଯଦିଓ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରିବାରେ ସକ୍ଷମ ହୋଇନାହାଁନ୍ତି, କିନ୍ତୁ ପୁନରୁଦ୍ଧାର ପରଠାରୁ ସୁରକ୍ଷା ବାହିନୀ ଅଧିକ ସତର୍କ ହୋଇପଡିଛନ୍ତି। ଏହି ଷ୍ଟିକ୍ ବୋମା ପୂର୍ବରୁ ଫେବୃଆରୀ ୧୩, ୨୦୧୨ ରେ ଇସ୍ରାଏଲ୍ ଦୂତାବାସ କାର ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ହୋଇଥିଲା। ଏହି ଆକ୍ରମଣ ବାଇକ୍ ଆରୋହୀ ଦ୍ୱାରା କରାଯାଇଥିଲା। ସେ ଇନୋଭା କାର ପଛ ପଟକୁ ଯିବାବେଳେ ବମ ଖଞ୍ଜିଥିଲେ । ଏହି ଆକ୍ରମଣରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ପତ୍ନୀ ଏବଂ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।

 

 

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଗତ ୫ ବର୍ଷରେ ଜମି ପାଇଛନ୍ତି ୬୪୮ ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଶିଳ୍ପାୟନ । ଏଥିଲାଗି ଇଡକୋ ବିଭିନ୍ନ ଶିଳ୍ପସଂସ୍ଥାଙ୍କୁ ଜମି ଯୋଗାଇ ଦେଉଛି । ବିଦଗ ୫ ବର୍ଷ ମଧ୍ୟରେ କେତେ ସଂଖ୍ୟକ ଉଦ୍ୟୋଗୀ ଜମି ପାଇଁ ଆବେଦନ କରିଥିଲେ ଏବଂ କେତେ ଜଣଙ୍କୁ ଜମି ଦିଆଯାଇଛି । ଏ ନେଇ ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ମନ୍ତ୍ରୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ବିଗତ ୫ ବର୍ଷ ଭିତରେ ୧୦୩୩ ଗୋଟି ଶିଳ୍ପ ସଂସ୍ଥା MSME ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ତିରୀକୃତ ବିଭିନ୍ନ ନୋଡାଲ୍ ଏଜେନ୍ସିମାନଙ୍କ ସୁପାରିସ୍ କ୍ରମେ ଇଡକୋରେ ଜମି ଆବଣ୍ଟନ ଲାଗି ଆବେଦନ କରିଥିଲେ । ସେଥିମଧ୍ୟରୁ ୭୦୧ଗୋଟି ଶିଳ୍ପ ସଂସ୍ଥା ମାନଙ୍କ ପ୍ରସ୍ତାବ ଆବଣ୍ଟନ ପାଇଁ ଅନୁମୋଦନ ଲାଭ କରିଥିଲା । ଅନୁମୋଦିତ ପ୍ରସ୍ତାବ ମଧ୍ୟରୁ ୬୪୮ ଗୋଟି ସଂସ୍ଥାଙ୍କୁ ଜମି ପ୍ରଦାନ କରାଯାଇଥିବା ବେଳେ ୫୩ ଗୋଟି ଶିଳ୍ପ ସଂସ୍ଥାମାନଙ୍କ ପ୍ରସ୍ତାବ କ୍ରିୟାଶୀଳ ଅବସ୍ଥାରେ ଅଛି ।

IDCO Allotted Land To 648 Organisation For MSME

ଏତଦବ୍ୟତୀତ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ବୃହତ୍ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ନୋଡାଲ୍ ଏଜେନ୍ସି ତଥା ଇପିକଲର ସୁପାରିସ୍ ଅଧୀନରେ ଇଡକୋ ମାଧ୍ୟମରେ ଜମି ଅଧିଗ୍ରହଣ କରାଯାଇ ୧୩୭ ଗୋଟି ଶିଳ୍ପ ସଂସ୍ଥା ମାନଙ୍କୁ ଆବଣ୍ଟନ କରାଯାଇଛି ।

ସମ୍ପୃକ୍ତ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରୁ କେତେ ସଂଖ୍ୟକଙ୍କୁ ୬ ମାସ, ୧ ବର୍ଷ, ୨ ବର୍ଷ ଓ ୩ ବର୍ଷ ମଧ୍ୟରେ ଜମି ପ୍ରଦାନ କରାଯିହା ଏବଂ କେତେ ସଂଖ୍ୟକ ଅଦ୍ୟାବିଧି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି ବା ତାହା କାର୍ଯ୍ୟକ୍ଷମ ହୋଇନାହିଁ ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନଲାଇନରେ ମିଳୁଛି ଜାତିଗତ ପ୍ରମାଣପତ୍ର, ଦାଖଲ ଖେଉଛି ଖଜଣା

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଆଗେଇଛି ଓଡ଼ିଶା । ଆଗରୁ ଅନେକ ଗୁଡ଼ିଏ ସେବା ପାଇଁ ଲୋକମାନଙ୍କୁ ବାରମ୍ବାର ତହସିଲ୍, ଆର.ଆଇ ଅଫିସ୍ ଦୌଡ଼ିବାକୁ ପଡ଼ୁଥିଲା । ସରକାର ଅଧିକାଂଶ ସେବାକୁ ଡିଜିଟାଲାଇଜେସନ୍ କରିବା ପରେ ଏବେ ଆଉ ଅଫିସରେ ଲାଗୁନି ଲୋକଙ୍କ ଭିଡ଼ । ଅନଲାଇନ୍ ମାଧ୍ୟମରେ ମାତ୍ର କିଛି ମିନିଟରେ ମିଳୁଛି ପ୍ରମାଣ ପତ୍ର ।

ଜମି ଖଜଣାରୁ ନେଇ ଜାତିଗତ ପ୍ରମାଣପତ୍ର ଯାଏ ସବୁକିଛି ଅନଲାଇନ୍ ମାଧ୍ୟମରେ ହେଉଛି । ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂହ ଏନେଇ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଭୁବନଶ୍ୱର ସୂଚନା ଅନୁସାରେ ୨୦୧୯-୨୦ ବର୍ଷରେ ୬ ହଜାର ୭୬୭ଟି ଏବଂ ୨୦୨୦-୨୧ ବର୍ଷରେ ୩୧୭୦ଟି କୃଷି ଖତିୟାନର ଜମି ଖଜଣା ମୋବାଇଲ୍ ଆପ୍ ଜରିଆରେ ପୈଠ କରାଯାଇଛି । ସମଗ୍ର ରାଜ୍ୟରେ ୧ କୋଟି ୭୧ ଲକ୍ଷ ୨୬ ହଜାର ୫୪୬ଟି ଖତିୟାନ ରହିଛି । ବହୁ ଖତିୟାନରେ ଏକାଧିକ ଚାଷୀଙ୍କ ନାମ ରହିଛି ।

ସେହିଭଳି ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ପ୍ରସ୍ଥାନ ପ୍ରମାଣପତ୍ର (SLC) ସହ ଜାତଗିତ ପ୍ରମାଣପତ୍ର (ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି) ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସରକାର ସମ୍ପୃକ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରିଛନ୍ତି ।

ଏହାଛଡ଼ା ରାଜ୍ୟ ସରକାର 5T କାର୍ଯ୍ୟକ୍ଷମ ମାଧ୍ୟମରେ ୨୦୧୯ ଡିସମ୍ବର ୨୮ରୁ ଅନଲାଇନରେ ଜାତିଗତ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଏଥିରେ ବର୍ତ୍ତମାନ ଯାଏ ୨ ଲକ୍ଷ ୪୬ ହଜାର ୯୧୯ ଗୋଟି ତଫସିଲଭୁକ୍ତ ଜାତି ପ୍ରମାଣପତ୍ର ଓ ୩ ଲକ୍ଷ ୫୩ ହଜାର ୯୪୪ ଗୋଟି ତଫସିଲଭୁକ୍ତ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛି । ଉତ୍ତରାଧିକାରୀ ପ୍ରମାଣ ପତ୍ର ବଦଳରେ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନଥିବା ମନ୍ତ୍ରୀ କହିଛନ୍ତି ।

ଭାରତ-ପାକିସ୍ତାନ ଅତିତକୁ ଭୁଲି ଆଗକୁ ବଢ଼ିବା ଉଚିତ: ପାକିସ୍ତାନ ସେନା ମୁଖ୍ୟ

ପାକିସ୍ତାନ, ଭାରତର ପଡ଼ୋଶୀ ଶତ୍ରୁ ଦେଶ। ପଡ଼ୋଶୀ ହୋଇ ମଧ୍ୟ ଶତ୍ରୁତା ଆଚରଣ ତାର ବିନ୍ଦୁ ବିନ୍ଦୁ ରକ୍ତରେ ଲେଖା ହୋଇଛି। ଆତଙ୍କବାଦକୁ ତିଆରି କରିବାଠାରୁ ଆରମ୍ଭ କରି ଭାରତରେ ଆତଙ୍କ ଶ୍ରୁଷ୍ଟି କରିବା ତାର ପ୍ରଥମ କର୍ତ୍ତବ୍ୟ। ଯେବେଳେ ପାକିସ୍ତାରେ ପାଳିତ ଆତଙ୍କବଦୀଙ୍କ ଦ୍ୱାରା ଭାତର ବୀର ଯଓ୍ୱାନ ସହିଦ ହେଉଛନ୍ତି ଠିକ ସେତିକି ବେଳେ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଯାବେଦ ବାଜଓ୍ୱାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି। ଭଲ ମନ୍ତବ୍ୟ ଦେଇ ସାରା ବିଶ୍ୱ ଆଗରେ ଭଲେଇ ହେବାକୁ ଚେଷ୍ଟାର କରିଛି ପାକିସ୍ତାନ ।

ଭାରତ ସହ ସମ୍ପର୍କକୁ ନେଇ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ବାଜୱା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅତୀତକୁ ଭୁଲି ଭାରତ ଏବଂ ପାକିସ୍ତାନ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ବାଜୱା ତାଙ୍କ ମନ୍ତବ୍ୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେନା ମୁଖ୍ୟ କହିଛନ୍ତି ଯେ ଯଦି ଦୁଇ ପଡୋଶୀ ଦେଶ ମଧ୍ୟରେ ଶାନ୍ତି ରହିବ ତେବେ ଆଗକୁ ଦକ୍ଷିଣ ଏବଂ ମଧ୍ୟ ଏସିଆର ବିକାଶ ଆଉ ‘ସମ୍ଭାବନା’ ହୋଇ ରହିବ ନାହିଁ। ଖାଲି ସେତିକି ନୁହେଁ ଜେନେରାଲ ତାଙ୍କର ଭାଷଣରେ ଏମିତି ଅନେକ କଥା କହିଛନ୍ତି । ସେ କହିଛନ୍ତି ବିବାଦ କାରଣରୁ ଆଞ୍ଚଳିକ ଶାନ୍ତି ଏବଂ ବିକାଶରରେ ସବୁବେଳେ ବାଧାପ୍ରାପ୍ତ ହେଉଛି।

ବିକାଶ ପାଇଁ ଉଭୟ ଦେଶ ସେମାନଙ୍କର ଅତୀତର ତିକ୍ତତାକୁ ଭୁଲି ଆଗକୁ ବଢ଼ିବା ଉଚିତ। ଏଥି ସହିତ ସେ ଆର୍ଥିକ ଆଲୋଚନାର ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ କରାଗଲା ବୋଲି ବାଜଓ୍ୱା କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି। ବିଗତ କିଛି ସମୟରେ ଉଭୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସ୍ଥିତି ଏବେ ସୁଧୁରୁଥିବା ଦେଖାଦେଇଛି ବୋଲି ଇମ୍ରାନ ଖାନ କହିଛନ୍ତି। ଇମ୍ରାନ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତ ତାର ଆକାଶ ମାର୍ଗରେ ସୀମାକୁ ପାକିସ୍ତାନ ପାଇଁ ଖୋଲିଥିଲା। ଯାହାଫଳରେ ଇମ୍ରାନ ଶ୍ରୀଲଙ୍କା ଗସ୍ତ କରିପାରିଥିଲେ। ଏହା ପରେ ଦୁଇ ଦେଶ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ରାଜି ହୋଇଥିଲେ।

କାଶ୍ମୀର ପ୍ରସଙ୍ଗକୁ ନେଇ ବାଜଓ୍ୱା କହିଛନ୍ତି ଯେ । ‘ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କାଶ୍ମୀର। କାଶ୍ମୀରରେ ସମାଧାଦ ଯଦି ଶାନ୍ତିପୂର୍ଣ୍ଣ ଭାବରେ ହୁଏ ତେବେ କାଶ୍ମୀରରେ କେବେ ଶାନ୍ତି ଆସିପାରିବ ନାହିଁ। ଯେହେତୁ ଆମେ କାଶ୍ମୀରର ପଡ଼ୋଶୀ ସେଥିପାଇଁ ଆମକୁ କାଶ୍ମୀରରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆଉ ଏଥିପାଇଁ ‘ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ପଡିବ। ଯଦି ଭାରତ ଏଥିପ୍ରତି ପ୍ରଥମ ପଦକ୍ଷେପ ନନିଏ ତାହାଲେ ଆମେ ଅଧିକ କିଛି କରିପାରିବୁ ନାହିଁ। ହେଲେ ଭାରତ ତାର ପ୍ରଥମ ପଦକ୍ଷେପରେ କଣ କରିବା ଉଚିତ ତାହା ପାକିସ୍ତାନ ଖୋଲି କହିନାହିଁ। ଏଭଳି ମନ୍ତବ୍ୟ ଦେଇ ପାକିସ୍ତାନ ପୁଣି ଥରେ ତାର ମନ୍ଦବୁନ୍ଧିର ପ୍ରମାଣ ଦେଇଛି।

ଦୁଇ ଦେଶର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ବିଶେଷଜ୍ଞ ମତ ଦେଇଛନ୍ତି ଯେ, ଭାରତ କାଶ୍ମୀର ଉପରେ ପାକିସ୍ତାନକୁ କିଛି ରିଲଫ ଦେବ ବୋଲି ପାକିସ୍ତାନ ଆଶା କରିଛି। କିନ୍ତୁ କାଶ୍ମୀର ଉପରେ ଇସଲାମାବାଦର ଚିନ୍ତାଧାରାର ସମ୍ପୂର୍ଣ୍ଣ ଓଲଟା ପଦକ୍ଷେପ ଗ୍ରହଣ କରିବ ନୂଆଦିଲ୍ଲୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ CRPF କନଭେନ ଉପରେ ଆତ୍ମଘାତୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇଛି। ଏହି ଆକ୍ରମଣରେ ଭାରତର ୪୦ ଜଣ CRPF ଯଓ୍ୱାନ ସହିଦ ହୋଇଥିଲେ।

ଆଉ ଏବେ ପାକିସ୍ତାନର ଇମ୍ରାନ ସରକାର ଅର୍ଥନୀତି ଠାରୁ ଆରମ୍ଭ କରି ଅନେକ ଦିଗରେ ପୁରା ଛନ୍ଦି ହୋଇପଡ଼ିଛି। ଦୁର୍ନୀତି ଏବଂ ମୁଦ୍ରାସ୍ଫୀତି ଚରମ ସୀମାରେ ରହିଛି ପାକିସ୍ତାନର। ଯେଉଁଥିପାଇଁ ପାକିସ୍ତାନରେ ଲୋକ ମାନଙ୍କର ଚଳଣି ଏବେ ବହୁତ କଠିନ ହୋଇପଡ଼ିଛି । କେବଳ ଏତିକି ନୁହେଁ କାଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କୁ ସବୁ ସ୍ଥାନରୁ କୂଟନୈତିକ ବିଫଳତା ମଧ୍ୟ ମିଳିଛି। ଭାରତକୁ ବିରୋଧ କରିବା ଏବେ ଇମ୍ରାନ ସରକାର ଉପରେ ଭାରି ପଡ଼ିଛି । ପାକିସ୍ତାନ ସରକାର ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ (FATF) ର ‘ଗ୍ରେ’ ତାଲିକାରୁ ବାହାରିବାକୁ ଚାହୁଁଛି। ଏଭଳି ପରିସ୍ଥିତିରେ ସେ ଅନୁଭବ କରୁଛନ୍ତି ଯେ ଭାରତ ସହ ତାର ସମ୍ପର୍କ ଏହି ତାଲିକାରୁ ବାହାର କରିବାରେ ସାହାଯ୍ୟ କରିପାରିବ। ହେଲେ ବାରମ୍ବାର ଧୋକା ଦେଉଥିବା ପାକିସ୍ତାନ ଉପର ଭାରତ କେବେ ବିଶ୍ୱସ କରିପାରିବ ତାହା ଅସମ୍ଭବ