spot_img
Home Blog Page 5891

ପୋଲିସ ନିକଟରେ ପାଗଳ ପ୍ରେମିକର ଅଜବ ନିବେଦନ: ଗୁହାରି ନ ଶୁଣିବାରୁ କଲା ଏଭଳି କାଣ୍ଡ

ଭୁବନେଶ୍ୱର: ପାଗଳ ପ୍ରେମୀର ଉନ୍ମତ୍ତକାଣ୍ଡ । ଥାନା ଭିତରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି ଉନ୍ମତ୍ତ ଯୁବକ । ନୂଆପଲ୍ଲୀ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକ ଜଣଙ୍କ ଗଞ୍ଜାମ ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁରର ଅଜୟ ଦୋରା(୨୦) । ସେ ନୂଆପଲ୍ଲୀ ନାବାର୍ଡ ବ୍ୟାଙ୍କ ପଛରେ ଥିବା ଗଣପତିନଗର ବସ୍ତିରେ ରହୁଥିଲେ । ପୋଲିସ ସୂଚନା ଅନୁଯାୟୀ, ଅଜୟ ସେହି ବସ୍ତିରେ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ପ୍ରାୟ ବର୍ଷେ ହେବ ସେ ନାବାଳିକାକୁ ସବୁବେଳେ ବାଟଘାଟରେ ଦେଖି ପ୍ରେମ ନିବେଦନ କରୁଥିଲା । ଏପରିକି ନାବାଳିକାଙ୍କ ବାପା-ମା’ଙ୍କୁ ଝିଅ ସହ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲେ । କିନ୍ତୁ ନାବାଳିକାଙ୍କ ପରିବାର ଲୋକେ ରାଜି ନଥିଲେ । ବାରମ୍ୱାର ଅଜୟ ଆସି ବିବାହ ପ୍ରସ୍ତାବ ଦେବାରୁ ନାବାଳିକାକୁ ପରିବାର ଲୋକେ ୨ ମାସ ହେବ ରାଜସ୍ଥାନ ପଠାଇ ଦେଇଥିଲେ । ସେବେଠାରୁ ଅଜୟ ପାଗଳପ୍ରାୟ ହୋଇ ବୁଲୁଥିଲେ । ଶେଷରେ ସେ ପୋଲିସକୁ ଏଥିରେ ହସ୍ତକ୍ଷେପ କରିବାକୁ କହିଥିଲେ । ରାଜସ୍ଥାନରୁ ନାବାଳିକାକୁ ଆଣି ମୋ ସହ ବିବାହ କରିଦିଅ ବୋଲି  ଥାନାରେ ଯାଇ ବାରମ୍ୱାର କହୁଥିଲେ । ନିରାଶ ହୋଇ ଗତକାଲି ରାତିରେ ଅଜୟ ପେଟ୍ରୋଲ ଓ ଦିଆସିଲି ଧରି ଥାନାରେ ପଶିଥିଲେ । ସିଧା ଡିସିଓଙ୍କ ଟେବୁଲ ନିକଟରରେ ପହଞ୍ଚି କାହିଁକି ମୋ ମାମଲାରେ ହସ୍ତକ୍ଷେପ କରୁନାହିଁ ବୋଲି କହି ପୁଲିସଙ୍କୁ ଗାଳିଗୁଲଜ କରିଥିଲେ । ଶେଷରେ ଦେହରେ ପେଟ୍ରୋଲ ଢାଳି ଦିଆସିଲି ମାରିବାକୁ ଉଦ୍ୟମ କରୁଥିବା ବେଳେ ଡିସିଓ ଏଏସ୍‌ଆଇ ସୁଧାକର ପାତ୍ର ଓ ଅନ୍ୟ କର୍ମଚାରୀମାନେ ଅଜୟଙ୍କୁ କାବୁ କରି ନେଇଥିଲେ । ତାଙ୍କ ହାତରୁ ପେଟ୍ରୋଲ ବୋତଲ ଓ ଦିଆସିଲି ଛଡ଼ାଇ ନେଇଥିଲେ । ଏ ନେଇ ଏଏସ୍ଆଇ ଶ୍ରୀ ପାତ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଅଜୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା । ଅଜୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଡେଲିଭରି ବୟ ଆକ୍ରମଣ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ, କାମରାଜ ନୁହେଁ ହିତେଶା କରିଥିଲେ ଆକ୍ରମଣ

୫ ଜିଲ୍ଲାରେ ଘଡ଼ିଘଡ଼ି ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା । ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ବରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ଆଶଙ୍କା । ତେବେ ବର୍ଷା ଆଶଙ୍କାକୁ ନଜରରେ ରଖି ଘରୁ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।  ସୂଚନା ଯୋଗ୍ୟ ଯେ, ଗତ ୪୮ ଘଣ୍ଟା ମଧ୍ୟରେ ପାଣିପାଗ ବଦଳିଛି । ଉପାନ୍ତରୁ ଉପକୂଳ ସବୁଠି କମିଲା ତାପମାତ୍ରା । ବର୍ଷା ପାଇଁ ଥଣ୍ଡା ହେଲା ବାୟୁମଣ୍ଡଳ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ନବରଙ୍ଗପୁରରେ ଘଡ଼ିଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାଗୁଡିକରେ ତାପମାତ୍ରା ସ୍ୱାଭାବିକ ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

BSF ଯବାନଙ୍କ ସାଇକେଲ ଶୋଭାଯାତ୍ରା: ରାଷ୍ଟ୍ରୀୟ ଏକତା ରକ୍ଷା ଓ ପରିବେଶ ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ସ୍ଥିତ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ପକ୍ଷରୁ ସାଇକେଲ ଶୋଭାଯାତ୍ରା ଓ ପଦଯାତ୍ରା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଏସଏଫ ଆଇଜି ମଧୁସୂଦନ ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଏସଏଫ ଡିଆଇଜି ଅର୍ଜୁନ ସିଂ ରାଠୋରଙ୍କ ସମେତ ବହୁ ସଂଖ୍ୟକ ବିଏସଏଫ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ରାଷ୍ଟ୍ରୀୟ ଏକତା ରକ୍ଷା କରିବା ଓ ପରିବେଶ ସୁରକ୍ଷା ପାଇଁ ସମାଜକୁ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି।  ଗଜପତିନଗର ସ୍ଥିତ ବିଏସଏଫ ମୁଖ୍ୟାଳୟରୁ ବାହାରିଥିବା ଏହି ସାଇକେଲ ଶୋଭାଯାତ୍ରା ୫ କିଲୋମିଟର ଦୂରତା ଅତିକ୍ରମ କରିଥିଲା  । ସେହିପରି ୧ କିଲୋମିଟର ପଦଯାତ୍ରା ରହିଥିଲା  ।

ଏଥିସହିତ ପଢ଼ନ୍ତୁ: ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ, ଲାଗିଲା ନାଇଟ୍ କର୍ଫ୍ୟୁ

ମହାନଦୀ ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି

ନୂଆଦିଲ୍ଲୀ:ବାହାରୁନି ଓଡ଼ିଶା-ଛତିଶଗଡ଼ ଜଳ ବିବାଦର ସମାଧାନ  । ଟ୍ରିବ୍ୟୁନାଲକୁ ୩ବର୍ଷ ପୁରୁଥିଲେ ମଧ୍ୟ ଆଲୋଚନା ସଫଳ ହୋଇପାରିନାହିଁ  । ଆଜି ଟ୍ରିବ୍ୟୁନାଲରେ ୨୦ତମ ଶୁଣାଣି ହେବ । ପୂର୍ବରୁ ୧୯ ଥର ଶୁଣାଣି ହୋଇଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ସବୁ ତଥ୍ୟ ପ୍ରଦାନ କରିସାରିଛନ୍ତି । କିନ୍ତୁ ରାୟ ଆସିବା ଯାଏଁ ଅଣ ମୌସୁମୀରେ ମହାନଦୀରେ କେମିତି ଜଳ ପ୍ରବାହ ପ୍ରଭାବିତ ହେବନି ସେନେଇ ଟ୍ରିବ୍ୟୁନାଲ୍ ପଦକ୍ଷେପ ନେବା ଉଚିତ । କାରଣ ଧିରେ ଧିରେ ଅଣମୌସୁମୀରେ ମହାନଦୀରେ ଜଳ ପ୍ରବାହ କମୁଛି ।  ସେପଟେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଅନୁଷ୍ଠିତ ବୈଠକରେ ସବୁ ରାଜନୈତିକ ଦଳ ନିଜର ରାଜନୈତିକ ସ୍ବାର୍ଥରୁ ଊର୍ଦ୍ଧ୍ୱ ଯାଇ ଦାୟିତ୍ବ ତୁଲାଇବା ଉଚିତ ବୋଲି ମତପ୍ରକାଶ ପାଇଛି । ମହାନଦୀ ଉପରେ ଉଭୟ ଛତିଶଗଡ ଏବଂ ଓଡ଼ିଶା ଲୋକଙ୍କ ସମାନ ଅଧିକାର ରହିଛି । ଏଥପାଇଁ ସମସ୍ତେ ସ୍ବର ଉଠାଇବା ଦରକାର ।  ଟ୍ରିବୁନାଲର ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଯିବାକୁ ଘୋଷଣା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ! ଧାରଣାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

୩ ଘର ଭାଙ୍ଗିଲେ ୧୫ ଟିକିଆ ହାତୀପଲ, ଲୋକେ ଆତଙ୍କିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନରେ ହାତୀ ଆତଙ୍କ । ଗୋଟିଏ ପଟେ ଜଙ୍ଗଲ ଜଳୁଥିବା ବେଳେ ବନ୍ୟଜନ୍ତୁ ଜନବସତି ମୁହାଁ ହେବାରେ ଲାଗିଛନ୍ତି । ଗୁରୁବେଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲ ନିକଟରେ ୧୫ ଟିକିଆ ହାତୀପଲ ବୁଲୁଛନ୍ତି । ଏହି ହାତୀପଲ ଶୁକ୍ରବାର ଅପରାହ୍ଣରେ କ୍ରେଚ୍ ହଟିଂ ନିକଟରେ ୩ଟି ଘର ଭାଙ୍ଗି ଦେଇଛନ୍ତି ।

Elephant Terror In Joda, Three House Broken

ହାତୀପଲଙ୍କୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି । ସୂଚନା ଅନୁଯାୟୀ, ଅନ୍ୟ ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ବୈତରଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହାତୀପଲ ଗତ ଦେଢ଼ ମାସ ହେଲା ଅଛନ୍ତି ।

Elephant Terror In Joda, Three House Broken

ବୈତରଣୀ ନଦୀକୂଳ ଅଞ୍ଚଳରେ ହାତୀ ମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ମିଳୁଥିବାରୁ ହାତୀମାନେ ଏଠାରେ ଚଳପ୍ରଚଳ କରୁଛନ୍ତି । ବନ ବିଭାଗ ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।

ଆକାଶ ପଥରେ ଚେନ୍ନାଇ ସହ ଯୋଡ଼ି ହେବ ଝାରସୁଗୁଡ଼ା

ଝାରସୁଗୁଡ଼ା: ଯୋଡ଼ି ହେଉଛି ଝାରସୁଗୁଡ଼ା । ଉଡ଼ାଣ ଯୋଜନାରେ ଗୋଟିଏ ପରେ ଦେଶର ଗୋଟିଏ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ାରୁ ଆସନ୍ତ ୨୮ ତାରିଖରୁ ଝାରସୁଗୁଡା ଚେନ୍ନlଇକୁ ବିମାନ ଉଡ଼ିବ । ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

Spice Jet Started Flight Booking Chennai To Jharsuguda Udaan Scheme

ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ଆରମ୍ଭ ସେବା କରୁଛି ସ୍ପାଇଟ ଜେଟ୍ । ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ କରି ସାରିଛି । ସ୍ପାଇସ୍ ଜେଟ୍ ବିମାନ ମଧ୍ୟାହ୍ନ ଗୋଟାଏ ଦଶରେ ଚେନ୍ନlଇରୁ ବାହାରି ଅପରାହ୍ଣ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିଭଳି ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡ଼ାରୁ ବାହାରି ସନ୍ଧ୍ୟା ୫ଟାରେ ଚେନ୍ନlଇରେ ପହଞ୍ଚିବ ବିମାନ ।

ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ 

ଭୁବନେଶ୍ବର: ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ । ଏନେଇ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ’ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ବର୍ଷ ପାଇଁ ଯୋଜନା ହୋଇଥିବା ବେଳେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଇ ପ୍ରଦୂଷଣ କମାଇବା ସହ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ରାଜ୍ୟରେ ବର୍ତ୍ତମାନ ୮୨ ପ୍ରତିଶତ ମୋଟର ସାଇକେଲ ବ୍ୟବହାର ହେଉଛି ।

Odisha To Give Importance On Electric Vehicle

ତେବେ ଆଗାମୀ ଦିନରେ ଲୋକଙ୍କୁ ଇନ୍ଧନମୁକ୍ତ ଗମନାଗମନ ପନ୍ଥା ଆପଣାଇବାକୁ ବ୍ୟାପକ ସଚେତନ କରାଯିବ । ପରିବହନ ବିଭାଗ ପକ୍ଷରୁ ଗଠିତ ଟାସ୍କ ଫୋର୍ସ ଓ ଷ୍ଟିଅରିଂ କମିଟି ଏହାର ତଦାରଖ କରିବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହେବାକୁ ଥିବା ବେଳେ ବିଭିନ୍ନ ବିଭାଗର ସଚିବ ଏହାର ସଦସ୍ୟ ରହିବେ ।

Odisha To Give Importance On Electric Vehicle

ସେହିପରି ଗ୍ରାହକଙ୍କୁ ଇଲେକ୍ଟ୍ରିକ୍ ଯାନ ପ୍ରତି ଆକୃଷ୍ଟ କରିବାକୁ ଆକର୍ଷଣୀୟ ସ୍କିମ୍ ଓ ଋଣର ବ୍ୟବସ୍ଥା କରାଯିବ । ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ତାଲିମ ଦେବାକୁ ମଧ୍ୟ କରାଯିବ ବ୍ୟବସ୍ଥା । ସେହିପରି ବ୍ୟାପକ ମାତ୍ରାରେ ଚାର୍ଜିଂ ସେଣ୍ଟର ଖୋଲିବା ପାଇଁ ଘରୋଇ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗତ କିଛି ଦଶନ୍ଧି ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ପାଲଟିଛି । ତେବେ ଏହାର ପ୍ରତିକାର ସ୍ବରୂପ ଇଲେକ୍ଟ୍ରକ ଯାନକୁ ପ୍ରୋତ୍ସାହନ ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

ଏଡିଆର୍‌ କହୁଛି କଂଗ୍ରେସ ସ୍ଥିତି ଭଲ ନାହିଁ, ଆହୁରି ବିଗିଡ଼ିବାର ସଙ୍କେତ ଦେଉଛନ୍ତି ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସ-କଂଗ୍ରେସ-କଂଗ୍ରେସ । ୧୫ ବର୍ଷ ପୂର୍ବରୁ ଅଧିକାଂଶ ରାଜ୍ୟରେ ଏହି ଶବ୍ଦ ଶୁଣାଯାଉଥିଲା । ହେଲେ ଏବେ ଆଉ ତାହା ନାହିଁ । ଦେଶର ସବୁଠାରୁ ପୁରାଣା ଦଳ ଏବେ କିଛି ରାଜ୍ୟରେ ଅସ୍ତିତ୍ୱ ହରାଇବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତିକି ପୁରା ଦେଶରେ ମଧ୍ୟ କଂଗ୍ରେସର ସ୍ଥିତି ନ କହିବା ଭଲ । ୨୦୧୪ରୁ କଂଗ୍ରେସର ଦୁର୍ଦିନ ଆରମ୍ଭ ହୋଇଥିବା ବେଳେ ଏବେ ଦିନକୁ ଦିନ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । କେବଳ ୨୦୧୬ରୁ ୨୦୨୦ ଭିତରେ ନିର୍ବାଚନ ସମୟରେ କଂଗ୍ରେସର ୧୭୦ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଏଡିଆର୍‌ ରିପୋର୍ଟରେ ଏଭଳି କିଛି ତଥ୍ୟ ପ୍ରକାଶ ପାଇଛି । କଂଗ୍ରେସର ୧୭୦ ଜଣ ବିଧାୟକ ନିର୍ବାଚନ ବେଳେ ଦଳ ଛାଡ଼ିଥିବା ବେଳେ ବିଜେପି ମାତ୍ର ୧୮ ଜଣ ଦଳ ଛାଡ଼ିଛନ୍ତି । ଯହାକି ବିଜେପି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଏ । କିନ୍ତୁ କଂଗ୍ରେସ ପାଇଁ ଏହା କୌଣସି ମତେ ସାମାନ୍ୟ ଘଟଣା ନୁହେଁ ।

ତେବେ ଏହି ୨୦୧୬ରୁ ୨୦୨୦ ଭିତରେ ମୋଟ୍‌ ୪୦୫ ଜଣ ନେତା ଯେଉଁ ଦଳବଦଳ କରି ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ମଧ୍ୟରେ କଂଗ୍ରେସକୁ ମୋଟ ୩୮ ଜଣ ବିଧାୟକ ଆସିଛନ୍ତି । ହେଲେ ଏହି କ୍ରମରେ ବିଜେପିରେ ଯୋଗ ଦେଇଛନ୍ତି ୧୮୨ ଜଣ ବିଧାୟକ । ଯେଉଁମାନେ ପୁଣି ଥରେ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ଏମିତିକି ୨୫ ଜଣ ବିଧାୟକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିରେ ମଧ୍ୟ ଯୋଗଦେଇଛନ୍ତି ।

ଅନ୍ୟପଟେ ୨୦୧୯ ଲୋକସଭା ନିର୍ବାଚନ ବେଳେ ୯ ଜଣ ସାଂସଦ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ୭ ଜଣ ରାଜ୍ୟ ସଭା ସାଂସଦ ୨୦୧୬-ରୁ ୨୦୨୦ ଭିତତରେ କଂଗ୍ରେସ ଛାଡ଼ି ଅନ୍ୟଦଳରେ ପ୍ରାର୍ଥୀ ହୋଇଛନ୍ତି  ।

ତେବେ କଂଗ୍ରେସରେ ଗତ କିଛି ଦିନଧରି ଏଭଳି ସ୍ଥିତି ରହିଥିବା ବେଳେ ଏବେ ଆହୁରି ବିପଦ ହେଉଛି, ଦଳ ଭିତରେ ରହିଥିବା କନ୍ଦଳ ଥମିବାର ନାଁ ଧରୁନି । ଦଳରେ ଭିତରେ ଗୋଟିଏ ନୂଆ ପ୍ରେସର ଗ୍ରୁପ୍‌ ବା ଜି-୨୩ ତିଆରି ହୋଇଛି । ଯିଏ କି ରାହୁଲ ଗାନ୍ଧିଙ୍କୁ ବିଲକୁଲ୍‌ ସମର୍ଥନ କରୁନାହାନ୍ତି ।

କିଛି ଦିନ ପୂର୍ବରୁ ଦେଖାଯାଇଥିଲା ଯେ, ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ସମେତ କଂଗ୍ରେସର କିଛି ଭେଟେରାନ ମୁଣ୍ଡରେ ଗେରୁଆ ପଗଡ଼ି ପିନ୍ଧିଛନ୍ତି । ଆଉ ମୋଦି ସରକାରଙ୍କ ଉନ୍ନିତିମୂଳକ କାର୍ଯ୍ୟର ପ୍ରଶଂସା ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଦଳରେ ଆଉ ଏକ କନ୍ଦଳ ହେଉଛି ଏହି ଜି-୨୩ ନେତା କିଛି ଦିନ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖିଥିଲେ । ଯେଉଥିରେ ସେ ଦଳରେ କିଛି ଠିକ୍‌ ଚାଲିନାହିଁ, ଦଳରେ ପରିବର୍ତ୍ତନ ଆବଶ୍ୟକ ରହିଥିବା ଦର୍ଶାଇଥିଲେ । ଏହି ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ବୈଠକ କରିବେ ବୋଲି ମଧ୍ୟ ସୂଚନା ରହିଛି । ପ୍ରଥମେ ହିମାଚଳ ପ୍ରଦେଶରେ ଏଭଳି ବୈଠକ ବସିସାରିଛି । ପରେ ଦିଲ୍ଲୀ ଗୁଜରାଟ ପଞ୍ଜାବରେ ମଧ୍ୟ ଆଗକୁ ଏଭଳି ବୈଠକ ବସିବାର ଯୋଜନା ରହିଛି ।

ନିକଟ ଅତୀତରେ କଂଗ୍ରେସକୁ ଏକ ବଡ଼ ଝଟକା ଦେଇଛନ୍ତି ଖୋଦ୍‌ ସେହି ଦଳର ଜଣେ ଭେଟେରାନ୍‌ ନେତା । ମୁଣ୍ଡ ଉପରେ କେରଳ ନିର୍ବାଚନ ଥିବା ବେଳେ ପିସି ଚାକୋ ଦଳ ଛାଡ଼ିଛନ୍ତି । ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଦଳ ଭିତରେ ସେ ଅଣନିଶ୍ୱାସୀ ହୋଇପଡ଼ିଥିବା କହିଛନ୍ତି । ଦଳ ଗୋଷ୍ଠି କୈନ୍ଦ୍ରିକ ହୋଇ କାର୍ଯ୍ୟ କରୁଛି । ସେ ଦଳ ପାଇଁ ବହୁ ଦିନରୁ କାର୍ଯ୍ୟକରି ଆସୁଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଛି । ଏନେଇ ସେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲା ବେଳେ ବାହାରେ ସେ କହିଛନ୍ତି ଯେ, ଦଳରେ ଭିତରେ କ’ଣ ଘଟୁଛି ହାଇକମାଣ୍ଡ ସବୁ ଜାଣିଛନ୍ତି । ହେଲେ ସବୁ ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି । ତେଣୁ ଦଳର ଏଭଳି ଅବସ୍ଥା  ହୋଇଛି ।

ଡେଲିଭରି ବୟ ଆକ୍ରମଣ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ, କାମରାଜ ନୁହେଁ ହିତେଶା କରିଥିଲେ ଆକ୍ରମଣ

ସୋସିଆଲ ମିଡିଆ । ଏହା ଏମିତି ଏକ ଜିନିଷ, କାହାକୁ ରାତାରାତି ଷ୍ଟାର କରିଦିଏ ତ ଆଉ କାହାକୁ ରାତାରରାତି ବର୍ବାଦ ବି କରିଦିଏ । କାହୁଁ କାହୁଁ ବଡ଼ ସେଲିବ୍ରିଟି ବି ଏହି ସୋସିଆଲ ମିଡିଆ ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି । ଏମିତିକି କୁହାଯାଏ ବର୍ତ୍ତମାନେ କେନ୍ଦ୍ରରେ ଥିବା ମୋଦି ସରକାର, ଏହି ସୋସିଆଲ ମିଡିଆ ଯୋଗୁଁ ଦୁଇ ଦୁଇ ଥର ସରକାରକୁ ଆସିଛି ।

ତେବେ ଗତ କିଛି ଦିନ ହେବ ବେଙ୍ଗାଲୁରର ଏକ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି.. ଏକ ଜୋମାଟୋ ଡେଲିଭରି ବୟର କାରନାମା ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି । ଆଉ ସମସ୍ତେ ଜାଣିଛନ୍ତି ଏହି ଡେଲିଭରୀ ବୟ, ଜଣେ ଲେଡି କଷ୍ଟମରଙ୍କୁ ଆକ୍ରମଣ କରି ତାଙ୍କ ନାକ ଫଟାଇଦେଇଛି । ସେହି ମହିଳାଙ୍କ ଫଟୋ ମଧ୍ୟ ବେଶ ଭାଇରାଲ ହୋଇଛି । ସମସ୍ତଙ୍କ ହ୍ୱାଟସଆପ୍ ଷ୍ଟାଟସ୍‌ରେ ମଧ୍ୟ ତାହା ଦେଖିବାକୁ ମିଳିଥିଲା । ହେଲେ ଏବେ ସେହି ଘଟଣାରେ ଆସିଛି ନୂଆ ମୋଡ଼ । ପୂର୍ବରୁ ଡେଲିଭରି ବୟକୁ ସମସ୍ତେ ଦୋଷ ଦେଉଥିବା ବେଳେ ଏବେ ପ୍ରକୃତ ସତ୍ୟ ପଦାକୁ ଆସିବା ପରେ ସମସ୍ତେ ଉକ୍ତ ମହିଳା ଓ ଜୋମାଟୋ କମ୍ପାନୀକୁ ଦୋଷ ଲଦିଛନ୍ତି ।

ଯେଉଁ ସୋସିଆଲ ମିଡିଆରେ ଦିନେ ଉକ୍ତ ଡେଲିଭରି ବୟକୁ ଦୋଷି ବୋଲି କୁହାଯାଉଥିଲା, ଏବେ ସେହି ଡେଲିଭରି ବୟକୁ ନୀରିହ ବୋଲି କୁହାଯିବା ସହ ନାକ ଫାଟିଥିବା ମହିଳାଙ୍କୁ ପ୍ରକୃତ ଖଳନାୟକ ବୋଲି କୁହାଯାଉଛି । ଏମିତିକି ଜୋମାଟୋ କମ୍ପାନୀକୁ ମଧ୍ୟ ଦୋଷ ଦିଆଯାଉଛି । କାହିଁକି ପ୍ରକୃତ ଘଟଣାର ତଦନ୍ତ ନକରି କିମ୍ବା ଡେଲିଭରୀ ବୟ କାମରାଜ ସହ ପୁରା ଘଟଣା ବିଷୟରେ ଆଲୋଚନା ନକରି ତାକୁ ଚାକିରିରୁ ବିଦା କରାଗଲା । ସେନେଇ ଜୋମାଟୋ କମ୍ପାନୀ ମଧ୍ୟ ଉତ୍ତରଦାୟୀ ହେବା ଉଚିତ୍‌ ବୋଲି କୁହାଯାଉଛି ।

ତେବେ ହଠାତ୍‌ ଘଟଣାରେ ଏଭଳି ଟ୍ୱିଟ୍‌ ଆସିଲା କେମିତି ? ସୋସିଆଲ ମିଡିଆରେ ବୋବାଲ ହେଲା ପରେ ପୋଲିସ ଉକ୍ତ ଡେଲିଭରି ବୟକୁ ଗିରଫ କଲା । ଆଉ ଥାନରେ ସବୁ ସତ ବଖାଣିଲା କାମରାଜ । ସେଠାରେ ପୋଲିସ ଜେରାର ସମ୍ମୁଖୀନ ହୋଇଥିବା ବେଳେ କାମରାଜ କହିଥିଲା ସେ ମହିଳାଙ୍କୁ ଆକ୍ରମଣ କରିନାହାନ୍ତି । ବରଂ ଉକ୍ତ ମହିଳା ତାଙ୍କୁ ଆକ୍ରମଣ କରିଛନ୍ତି । ଏବଂ ସେହି ସମୟରେ ସେ ନିଜ ଦ୍ୱାରା ଆଘାତ ପାଇ କ୍ଷତାକ୍ତ ହୋଇଛନ୍ତି ।

ପୁରା ଘଟଣା ଏମିତି ଥିଲା, ଯେ ଡେଲିଭରି ବୟ କାମରାଜ ଉକ୍ତ ମହିଳଙ୍କ ଘରକୁ ଖାଇବା ନେଇ ପହଞ୍ଚିଥିଲେ । ହେଲେ ଟ୍ରାଫିକ୍‌ ସମସ୍ୟା ରହିଥିବାରୁ କିଛି ମିନିଟ୍‌ ବିଳମ୍ବ ହୋଇଥିଲା । ଯାହାଫଳରେ କାମରାଜଙ୍କୁ ଅନେକ କିଛି ଶୁଣିବାକୁ ପଡ଼ିଥିଲା । କାମରାଜ କ୍ଷମା ବିଳମ୍ବ ପାଇଁ ମାଗିଥିଲେ ମଧ୍ୟ ମହିଳା ଜଣଙ୍କ ଶୁଣିବାକୁ ନାରାଜ ଥିଲେ । ଆଉ ଖାଦ୍ୟ ଗ୍ରହଣ କରିବା ପରେ ପଇସା ଦେବାକୁ ବି ମନା କରିଦେଇଥିଲେ । ଏହି ଘଟଣା ବିଷୟରେ ଯେତେବେଳେ କାମରାଜ ନିଜ ଅଧିକାରୀଙ୍କୁ ଜଣାଇଥିଲେ ସେ, ଟଙ୍କା ନଦେଲେ ଖାଇବା ଫେରାଇ ଆଣିବାକୁ କହିଥିଲେ । କିନ୍ତୁ ମହିଳା ନା ଟଙ୍କା ଦେବାକୁ ରାଜିଥିଲେ ନା ଖାଦ୍ୟ ଫେରାଇବାକୁ ରାଜି ଥିଲେ । ଓଲଟି କାହିଁକି ବିଳମ୍ବ ହେଲେ ସେଥିପାଇଁ ରାଗି ଯାଇ କାମରାଜଙ୍କୁ ଚପଲ ଉଠାଇ ମାରିବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ କାମରାଜ ନିଜକୁ ମାଡ଼ରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଫଳରେ ମହିଳାଙ୍କ ହାତରେ ଥିବା ରିଙ୍ଗ ତାଙ୍କ ନିଜ ନାକରେ ହିଁ ବାଜିଥିଲା । ଆଉ ରକ୍ତ ବାହାରିଥିଲା । ପୋଲିସ ଆଗରେ ଏଭଳି ବୟାନ ଦେଇଛନ୍ତି ଖୋଦ୍‌ କାମରାଜ ।

ଏହି ଘଟଣା ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ୟୁଜର୍ସମାନେ ଜୋମାଟୋ କମମ୍ପାନୀକୁ ନାନା କଥା ଶୁଣାଇଛନ୍ତି । ଯାହାର ଜବାବରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କାମରାଜଙ୍କୁ ଚାକିରିରୁ ବିଦା କରାଯାଇ ନାହିଁ । ଯେହେତୁ ତାଙ୍କ ନାଁରେ ଅଭିଯୋଗ ଆସିଲା ତେଣୁ ଘଟଣାର ତଦନ୍ତ ନସରିବା ପର୍ଯ୍ୟନ୍ତ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ତଦନ୍ତ ସରିଲେ ସେ ପୁଣି ଚାକରିରେ ଜଏନ୍‌ କରିପାରିବେ । ଖାଲି ସେତିକି ନୁହେଁ କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, କାମରାଜଙ୍କ ୨୬ ମାସର କ୍ୟାରିୟରରେ ସେ ୫୦୦୦ରୁ ଅଧିକ ଡେଲିଭରି କରିସାରିଛନ୍ତି । ତାଙ୍କ ରେଟିଂ ୪.୭୫ ଷ୍ଟାରରୁ ୫ଷ୍ଟାର ରହିଛି । ଯହାକି ଜଣେ ଭଲ ଡେଲିଭରି ବୟର ପରିଚୟ ।

ଅନ୍ୟପଟେ କାମରାଜଙ୍କ ସହ କମ୍ପାନୀ ଯୋଗାଯୋଗରେ ରହିଛି । ଆଇନଗତ ଲଢ଼େଇରେ ତାଙ୍କର ଯାହା ବି ସହାଯ୍ୟ ଆବଶ୍ୟକ ହେଉଛି କମ୍ପାନୀ ପକ୍ଷରୁ ତାହା ଯୋଗାଇ ଦିଆଯାଉଛି । ଖାଲି ସେତିକି ନୁହେଁ ଆହାତ ମହିଳା ହିତେଶାଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ମଧ୍ୟ ଯୋଗାଇଦିଆଯାଉଛି ।

ରାଉରକେଲା ପରେ ଭୁବନେଶ୍ବରରେ ଜିଏସଟି ଠକେଇ

ଭୁବନେଶ୍ବର: ରାଉରକେଲା ପରେ ଭୁବନେଶ୍ବରରେ ଜିଏସଟି ଠକେଇ । ରବି ଟକିଜ୍ ଲୁଇସ୍ ରୋଡସ୍ଥିତ ଡିଡି ବିଲ୍ଡର କାର୍ଯ୍ୟାଳୟରେ ଚଢ଼ାଉ କରିଛି ଜିଏସଟି ବିଭାଗ । ବର୍ତ୍ତମାନ ସୁଦ୍ଧା ୬ କୋଟିର ଊର୍ଦ୍ଧ୍ବ ଟଙ୍କା ଠକେଇର ପ୍ରମାଣ ମିଳିଛି ।

 After Rourkela GST Raid In Bhubaneswar

ତେବେ ଠକେଇର ପରିମାଣ ଆହୁରି ବଢ଼ିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ମିଛ ଡିଲରଙ୍କ ନାଁରେ ବିଲ୍ କରି କୋଟି କୋଟି ଠକେଇ ହୋଇଥିବା ରେଡ୍ ବେଳେ ଜଣାପଡ଼ିଛି । ୩୦ ଜଣ ଅଫିସର ଅନ୍ୟ ୫ଟି ସ୍ଥାନରେ ରେଡ୍ କରୁଛନ୍ତି ।