spot_img
Home Blog Page 5890

ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିନା ପରୀକ୍ଷାରେ ପାସ ହେବେ ଛାତ୍ରଛାତ୍ରୀ। ଚଳିତ ବର୍ଷ କୌଣସି କ୍ଲାସ ହୋଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯିବ । ଏପରିକି ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି। ପ୍ରଚଣ୍ଡ ଖରା ଓ କରୋନା ଯୋଗୁଁ ଜୁନ୍‌ରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସୂଚନା ଯୋଗ୍ୟ ଯେ, କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ଥିଲା । ପରବର୍ତ୍ତୀ ସମୟରେ କଲେଜ ଓ ହାଇସ୍କୁଲ ଖୋଲା ଯାଇଥଲେ ସୁଦ୍ଧା ପ୍ରାଇମେରୀ ସ୍କୁଲ ପିଲାଙ୍କ ସିଧାସଳଖ ପାଠ ପଢ଼ା ହୋଇପାରିନଥିଲା । ଏହି ସବୁ ଦିଗକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ ।

ଏଥିସହିତ ପଢ଼ନ୍ତୁ: ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ୍ ସ୍କୁଲ୍ ପରିଦର୍ଶନ: ୩ଜଣଙ୍କ ଦରମା କଲେ ବନ୍ଦ

କରୋନା କଟକଣାକୁ ବର୍ଷେ ପୂରିଲା,କିନ୍ତୁ ଆତଙ୍କ ଯେମିତି ଥିଲା ସେମିତି ଅଛି

ଭୁବନେଶ୍ୱର: ଆଜିର ଦିନ ୨୦୨୦ । ଠିକ୍ ବର୍ଷକ ତଳେ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଦେଶର କୌଣସି ରାଜ୍ୟ କରୋନାର ଭୟାବହତାକୁ ବୁଝିବା ପୂର୍ବରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ ।

ମାର୍ଚ୍ଚ ୧୩,୨୦୨୦ରେ ରାଜ୍ୟର ସମସ୍ତ ସିନେମା ହଲ,ସୁଇମିଂ ପୁଲ ଓ ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ସରକାର । ଏହାପରେ ଆସିଥିଲା ଲକଡାଉନ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ୍ ଘୋଷଣା ହୋଇଥିଲା । ଯାହାକୁ ପରେ କେନ୍ଦ୍ର ସରକାର ଅନୁସରଣ କରିଥିଲେ । ଦେଶବ୍ୟାପୀ ଲକଡାଉନ୍ ଘୋଷଣା ପୂର୍ବରୁ ଓଡ଼ିଶାର ୫ଟି ଜିଲ୍ଲାରେ ଲାଗୁ ହୋଇଥିଲା ଲକଡାଉନ୍ । ୫ ଜିଲ୍ଲା ସହିତ ରାଜ୍ୟର ୮ ବଡ ସହରରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା । ଏହି ଲକଡାଉନ୍ କାଳରେ ସାଧାରଣ ପରିବହନ ସେବା,ଦୋକାନ ବଜାର,ଅଫିସ,କାରଖାନା ବନ୍ଦ ରହିଥିଲା ।

ଦେଶବ୍ୟାପି ଲକଡାଉନ୍ କାଳରେ ଓଡ଼ିଶାରେ ଲକଡାଉନକୁ ପୁଣିଥରେ ବଢା ଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ରାଜ୍ୟ ସରକାର ଲକଡାଉନକୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେତେବଳେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିଲା । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ପୂରା ଦେଶ ତାଲବନ୍ଦ ଥିଲା । କିନ୍ତୁ କରୋନା ବେକାବୁ ଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଥିଲେ । କିନ୍ତୁ ଏହାପୂର୍ବରୁ ହିଁ ରାଜ୍ୟ ସରକାର ଏପ୍ରିଲ ୧୪ରେ ଲକଡାଉନ୍ ଉଠିବ ନାହିଁ ବୋଲି ଘୋଷଣା କରି ସାରିଥିଲେ । ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଥିଲେ ।

କରୋନା ବିରୋଧରେ ପ୍ରୋଆକ୍ଟିଭ ଥିଲେ ରାଜ୍ୟ ସରକାର । ମାର୍ଚ୍ଚ ଆରମ୍ଭରୁ ହିଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ମାର୍ଚ୍ଚ ୧୮ ତାରିଖ ଦିନ ସରକାର ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ଜାରି କରିଥିଲେ । ଯାହାର ଅବଧି ଗୋଟିଏ ବର୍ଷ ଥିଲା । ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରେଗୁଲେସନରେ କୁହାଯାଇଥିଲା ।

ପ୍ରବାସୀ ଚିନ୍ତା
ଏହି ସମୟରେ ବିଦେଶରୁ ଆସୁଥିବା ଲୋକ ରାଜ୍ୟ ସରକାରଙ୍କ ପାଇଁ ବଡ ଚିନ୍ତା ଥିଲେ । ବିଦେଶରୁ ଆସୁଥିବା ବ୍ୟକ୍ତି କୋଭିଡ୍ ପୋର୍ଟାଲରେ ୨୪ ଘଣ୍ଟାରେ ନିଜ ନାମ ପଂଜିକରଣ କରିବାକୁ କୁହାଯାଇଥିଲା । ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ କୁହାଯାଇଥିଲା । ନାମ ପଂଜିକରଣ ଓ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ୧୫ ହଜାର ଟଙ୍କାର ଇନସେଣ୍ଟିଭ୍ ମଧ୍ୟ ଦେଇଥିଲେ ।
ଏହା ସହିତ ଜେଲରେ ଭିଡ କମାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଗଣମାଧ୍ୟମ ପାଇଁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଥିଲା । ଏହି ଗାଇଡ୍ ଲାଇନ୍ ଅନୁସାରେ କରୋନା ସଂକ୍ରମିତ,ସେମାନଙ୍କ ପରିବାରବର୍ଗ କିମ୍ବା ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସାକ୍ଷାତକାର ନନେବାକୁ ଏଥିରେ କୁହାଯାଇଥିଲା ।

କରୋନା ବାବଦରେ ସାଧାରଣ ଲୋକଙ୍କୁ ସୂଚିତ ଓ ସଚେତନ କରିବା ପାଇଁ ଦୈନିକ ବୁଲେଟିନ୍ ମଧ୍ୟ ଜାରି ହୋଇଥିଲା ବର୍ଷକ ପରେ କରୋନାର ପ୍ରକୋପ କିଛି ଦିନ ପାଇଁ କମିଥିଲା । କିନ୍ତୁ ଏବେ ଏହା ଦେଶରେ ପୁଣିଥରେ କମ୍ ବ୍ୟାକ୍ କରୁଥିବା ଭଳି ଲାଗୁଛି । ମହାରାଷ୍ଟ୍ର ଭଳି ରାଜ୍ୟର କିଛି ସହରରେ ମାର୍ଚ୍ଚ ମାସରେ ପୁଣିଥରେ ଲକଡାଉନ୍ ଲାଗୁ ହୋଇଛି । ଏମିତିରେ କରୋନା ଚାଲିଗଲା ବୋଲି ଭାବିବା ମାରାତ୍ମକ ଭୁଲ ହେବ । ବର୍ଷକ ପରେ ମଧ୍ୟ କରୋନାର ଆତଙ୍କ ସେମିତି ରହିଛି । ଆତଙ୍କ ଓ ବିପଦ ମଧ୍ୟରେ ରହିଛି ସତର୍କତାର ପତଳା ଗାର । ସତର୍କ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ

ମମତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ସଚିବଙ୍କ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ EC

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ରିପୋର୍ଟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନିର୍ବାଚନ ଆୟୋଗ  । ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ ବନ୍ଧୋପାଧ୍ୟାୟ ଦେଇଥିବା ରିପୋର୍ଟ ସ୍ପଷ୍ଟ ନଥିବା କହିଛନ୍ତି ଆୟୋଗ  । ଏଥିସହ ପୁନର୍ବାର ବିସ୍ତୃତ ଓ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ  । ସେହିପରି ଦୁଇ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ରିପୋର୍ଟ ଦେବାକୁ ଆୟୋଗ କହିଛନ୍ତି  । ଶୁକ୍ରବାର ମୁଖ୍ୟ ସଚିବ ଦେଇଥିବା ରିପୋର୍ଟରେ ଘଟଣା ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ନଥିଲା  । ଏପରିକି ଘଟଣା କେଉଁଠି ଘଟିଛି, ଆଉ କିଭିଳି ପରିସ୍ଥିତିରେ ହୋଇଛି ତାହା ମଧ୍ୟ ଉଲ୍ଲେଖ କରାଯାଇନଥିଲା  । ତେବେ ଲୋକଙ୍କ ଭିଡ଼, ବ୍ୟସ୍ତ ବହୁଳ ରାସ୍ତା କିମ୍ବା ସଡ଼କ ପାର୍ଶ୍ବରେ ଥିବା ଲୁହା ଖମ୍ବ କିମ୍ବା କବାଟର ଝଟକାରେ ମମତା ଆହତ ହୋଇଥିବା ରିପୋର୍ଟରେ କୁହାଯାଇଥିଲା  । ଏପରିକି ଏହା ଆକ୍ରମଣ ନାଁ ଦୁର୍ଘଟଣା ବୋଲି ମଧ୍ୟ ସ୍ପଷ୍ଟ କରାଯାଇନଥିବା କହିଛନ୍ତି ଆୟୋଗ ।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ଅତର୍କିତ ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ନଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ, ଗୋଡ଼ରେ ଲାଗିଛି ଆଘାତ

ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱରେ: ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା, ହଟ୍ଟଗୋଳ । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା। ଗୃହ ମଧ୍ୟ ଭାଗରେ ବିଜେପି କଂଗ୍ରେସ ସଦସ୍ୟଙ୍କ ହୋହଲା ପାଟିତୁଣ୍ଡ। ବିଜେଡି ସଦସ୍ୟମାନେ ପ୍ରଥମେ ନିଜ ସ୍ଥାନରେ ପ୍ରତିବାଦ ଓ ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି । ବିଜେଡିର ଦାବି ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ। ଯଦି କ୍ଷମା ନ ମାଗିବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି କହିଛନ୍ତି ବିଜେଡି ସଦସ୍ୟ ।

ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ଚାଲିଥିବା ସମୟରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଧାନ ସଂଗ୍ରହ ପ୍ରସଂଗକୁ ନେଇ ବିଧାୟକ ଜଣଙ୍କ ଏଭଳି କାର୍ଯ୍ୟ କରିଥିଲେ । ଏହା ଦ୍ୱାରା ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି । ଏବଂ ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ।

 

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ୍ ସ୍କୁଲ୍ ପରିଦର୍ଶନ: ୩ଜଣଙ୍କ ଦରମା କଲେ ବନ୍ଦ

ପୁରୀ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ସ୍କୁଲ ପରିଦର୍ଶନ । ସ୍କୁଲରେ ଅନୁପସ୍ଥିତ ରହିଥିବାରୁ ପୁରୀ ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କ’ଣ ପାଇଁ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଅନୁପସ୍ଥିତ ଥିଲେ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଜି ସକାଳୁ ମନ୍ତ୍ରୀ ଅଚାନକ ସ୍କୁଲ ପରିଦର୍ଶନ କରିଥିବା ବେଳେ, ପ୍ରଧାନ ଶକ୍ଷୟିତ୍ରୀ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୧୧ ଜଣ ଅନୁପସ୍ଥିତ ଥିଲେ । ୪ ଜଣ ବଡଦାଣ୍ଡ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ଅନ୍ୟ ୪ ଜଣ ଛୁଟି ଦରଖାସ୍ତ ଦେଇଛନ୍ତି । ବାକି ୩ ଜଣଙ୍କ ଦରମା ବନ୍ଦ ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ।

ଏଥିସହିତ ପଢ଼ନ୍ତୁ: ପୋଲିସ ନିକଟରେ ପାଗଳ ପ୍ରେମିକର ଅଜବ ନିବେଦନ: ଗୁହାରି ନ ଶୁଣିବାରୁ କଲା ଏଭଳି କାଣ୍ଡ

ଗ୍ରାଉଣ୍ଡ ଜିରୋରେ ଗଞ୍ଜାମ ଜିଲ୍ଲାପାଳ: ଲୋକଙ୍କ ପାଖକୁ ଯାଇ କରୁଛନ୍ତି ସମସ୍ୟାର ସମାଧାନ

ଦିଗପହଣ୍ଡି: ଗ୍ରାଉଣ୍ଡ ଜିରୋରେ ଜିଲ୍ଲାପାଳ । ଲୋକଙ୍କ ପାଖକୁ ଯାଉଛନ୍ତି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଦୁଇ ଦିନରେ ସାନଖେମୁଣ୍ଡି ବ୍ଳକ୍‌ର ୨୬ ଗୋଟି ପଞ୍ଚାୟତ ବୁଲି ନିର୍ବାଚିତ ପ୍ରତିନିଧି ଓ ଲୋକଙ୍କୁ ଭେଟିଛନ୍ତି  । ଏହା ଦ୍ୱାରା ବିକାଶ କାର୍ଯ୍ୟ ଅଧିକ ତ୍ୱରିତ ହେବା ସହ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଲୋକେ ଆଶାବାଦୀ ।

ରାଜ୍ୟ ସରକାର ଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି କି’ ନାହିଁ, କଣ ସମସ୍ୟା ରହିଛି । ଲୋକଙ୍କ ନିକଟରେ ପହଞ୍ଚି ଆଲୋଚନା କରୁଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ପରି ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଥିବା ୨୬ ଗୋଟି ପଞ୍ଚାୟତରେ । ସାଙ୍ଗରେ ଅଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ,  ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ସରକାରୀ ଅଫିସର୍। ମୁଖ୍ୟତଃ ଆଗକୁ ଆସୁଛି ଖରା ଦିନ ଏହି ସମୟରେ ଜଳ ସଂକଟ ଦୂର କିପରି ହୋଇ ପାରିବ , ବିଦ୍ୟୁତ ସମସ୍ୟା, ଶିକ୍ଷା ର ବିକାଶ ସହ ବିଦ୍ୟାଳୟ କୁ ମଡେଲ ବ୍ୟବସ୍ଥା , ବାଲ୍ୟ ବିବାହ ବନ୍ଦ , ଏସ୍ଏଚ୍‌ଜି ମହିଳାଙ୍କ ସହ ସିଧାସଳଖ ସମସ୍ତ ସୁବିଧା ଅସୁବିଧା ଆଲୋଚନା କରିଛନ୍ତି  ।

ଜିଲ୍ଲାପାଳଙ୍କୁ ନିକଟରେ ପାଇ ଲୋକ ମଧ୍ୟ ଅଭିଯୋଗ କରୁଥିବା ବେଳେ ଜିଲ୍ଲାପାଳ ଧ୍ୟାନ ଦେଇ ଶୁଣିବା ସହ ବହୁ ଉନ୍ନୟନ ମୂଳ କାର୍ଯ୍ୟ ମଧ୍ୟ ଦେଖିଛନ୍ତି ଜିଲ୍ଲାପାଳ । ଗୋଟିଏ ପରେ ଗୋଟିଏ ପଞ୍ଚାୟତ ଯାଉଥିବା ବେଳେ କେଉଁଠି ସିଧାସଳଖ ଲୋକଙ୍କ ସହ ଗାଁ ଗାଁ ବୁଲି  ମୌଳିକ ସମସ୍ୟା ଲୋକଙ୍କ ଠାରୁ ଶୁଣିଥିଲେ ଏବଂ ଆଲୋଚନା କରିଥିଲେ । ପୂର୍ବରୁ କୌଣସି ଜିଲ୍ଲାପାଳ ପ୍ରତି ପଞ୍ଚାୟତ ବୁଲି ନ’ଥିବା ବେଳେ କାର୍ଯ୍ୟାଳୟକୁ ଯାଇ ଯେଉଁ କାମ ହୋଇପାରିନଥିଲା ଗାଁରେ ଘର ସମ୍ମୁଖରେ ଜିଲ୍ଲାର ମୁଖ୍ୟଙ୍କୁ ପାଇ ସଧାରଣ ଲୋକ ଉତ୍ସ।ହ ହୋଇଥିବା ବେଳେ  ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟ କୁ ପ୍ରଶଂସା କରାଯାଇଛି।