spot_img
Home Blog Page 5892

ନିର୍ବାଚନ ଲଢିବେ ସାଉଥ ସୁପରଷ୍ଟାର କମଲ ହାସନ୍

କୋଏମ୍ବାଟୁର: ଅଭିନେତାରୁ ରାଜନେତା ପାଲଟିଥିବା ସାଉଥ ସୁପରଷ୍ଟାର କମଲ ହାସନ୍ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଦକ୍ଷିଣ କୋଏମ୍ବାଟୁରରୁ ନିର୍ବାଚନ ଲଢିବେ ମକ୍କଲ ନିଧି ମୟମ (ଏମଏମଏମ) ମୁଖ୍ୟ କମଲ ହାସନ୍ । ଏ ନେଇ ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଡିଏମକେ ପ୍ରାର୍ଥୀ ଘୋଷଣା କରିସାରିବା ପରେ କମଲ ହାସନ୍ ଦକ୍ଷିଣ କୋଏମ୍ବାଟୁରରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ଫିଲ୍ମରେ ଦମଦାର ପ୍ରଦର୍ଶନ କରୁଥିବା କମଲ ହାସନ୍ ପ୍ରଥମ ଥର ପାଇଁ ରାଜନୀତିରେ ନିଜର ଭାଗ୍ୟ କରିବେ। ପୂର୍ବରୁ ଦଳ ପକ୍ଷରୁ ୭୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି।

ଚଳିତ ନିର୍ବାଚନରେ ୨୩୪ଟି ଆସନରୁ ଏମଏନଏମ ୧୫୪ଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛି। ଏଥି ସହ ବାକି ଦୁଇ ସହଯୋଗୀ ଦଳ ଅନ୍ୟ ଆସନରେ ନିର୍ବାଚନ ଲଢିବେ। ସେପଟେ ଡିଏମକେ ଆଜି ୧୭୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କେଲାଥୁରରୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ୍ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି।

ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅତାସାହି ଗାଁର ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରୁ ମନୋନୀତ ହୋଇଛନ୍ତି କେନ୍ଦୁଝରର ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ । ରାମଚନ୍ଦ୍ରଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

Ramachandra Nayak’s ‘Book Bana Deula Re Suna Neula’ Selected For Sahitya Akademi Bal Sahitya Puraskar

ଡ. ରାମଚନ୍ଦ୍ର ନାୟକ ପୂର୍ବରୁ ନିଜ ଶିଶୁ ସାହିତ୍ଯ ରଚନା ପାଇଁ ରାଜ୍ଯର ବିଭନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସେ ୨୦୧୩ରେ ପ୍ରଜାତନ୍ତ୍ର ବିଶୁବ ମିଳନ ମୀନା ବଜାର ପୁରସ୍କାର, ୨୦୧୬ରେ ଓଡ଼ିଶା ଶିଶୁ ସାହିତ୍ଯ ସମିତ ପୁରସ୍କାର, ୨୦୧୮ରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ଯ ସମ୍ନାନ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ଯାଳୟ ଭୂମିପୁତ୍ର ସମ୍ନାନ ପାଇଛନ୍ତି । ପିଲାବେଳୁ ସାହିତ୍ଯରେ ରୁଚି ରଖିଥିବା ଶ୍ରୀ ନାୟକ ପେଷାରେ ଜଣେ ହାଇସ୍କୁଲ  ଶିକ୍ଷକ ।

Ramachandra Nayak’s ‘Book Bana Deula Re Suna Neula’ Selected For Sahitya Akademi Bal Sahitya Puraskar

୧୯୯୫ରେ ସେ ଶିକ୍ଷା କ୍ଷେତ୍ରରେ ରାଜ୍ଯପାଳ ପୁରସ୍କାର ମଧ୍ଯ ପାଇଛନ୍ତି । ଜଗମୋହନ ରାମାୟଣରେ ରାଜଧର୍ମ ଶୀର୍ଷକରେ ୧୯୮୫ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ଯାଳୟରୁ ସଫଳତାର ସହ ଡକ୍ଟରେଟ୍ ପାଇଥିଲେ । ତାଙ୍କର ଏହି ସଫଳତାକୁ ନେଇ ସାରା ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ଖୁସିବ୍ଯକ୍ତ କରିଛନ୍ତି । ଏହି ସଫଳତାକୁ ରାମଚନ୍ଦ୍ର ଓଡ଼ିଶାର ଶିଶୁମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରିଥିବା କହିଛନ୍ତି ।

କେନ୍ଦ୍ରର ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ! ଧାରଣାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ସୋର: କେନ୍ଦ୍ରୀୟ ଯୋଜନା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଭରସା ନାହିଁ । ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣି ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  । ଏଥିସହ ଧାରଣା ସ୍ଥଳରେ କେନ୍ଦ୍ର ବିରୋଧରେ କରିଛନ୍ତି ବିଷୋଦଗାର । କହିଛନ୍ତି- ଏନଏଚ ଅଧିକାରୀ ଓ ଠିକା କମ୍ପାନୀ ବ୍ରିଜ୍ ଗୋପଳ କନଷ୍ଟ୍ରକ୍ସନ ମିଳିମିଶି ଲୁଟ୍ ଯୋଜନା କରିଛନ୍ତି ।

Minister Pratap Sarangi Sitting In Strike Against Centre's Developmental Work In Soro

ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ନିୟୋଜିତ କରିବା ବଦଳରେ ବାହାର ଶ୍ରମିକଙ୍କୁ ନିୟୋଜିତ କରିଛି କମ୍ପାନୀ । ଏପରକି  ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆନଯାଇ ନିର୍ମାଣ କାର୍ଯ୍ୟ କରାଯାଉଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ଏଥିସହ ପଥର ଚୋରି କରି ରାସ୍ତାକାମ ଚାଲିଥିବାରୁ ରାଜସ୍ବ ହାନି ହେଉଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ  ।

Minister Pratap Sarangi Sitting In Strike Against Centre's Developmental Work In Soro

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଆଣି ମାଟି ମାଆ ସଂଘର୍ଷ ସମିତିର ଧାରଣାରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ତେବେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ଚାଲିଥିବା ବେଳେ, କେନ୍ଦ୍ରମନ୍ତ୍ରୀଙ୍କ ଏ ଆଭିମୁଖ୍ୟ ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ନିଜେ ବିଭାଗୀୟ ମନ୍ତ୍ରୀଙ୍କୁ ନଜଣାଇ କେନ୍ଦ୍ରକୁ ଟାର୍ଗେଟ୍ କରି ଲୋକଙ୍କ ସମର୍ଥନ ହାସଲ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।

Minister Pratap Sarangi Sitting In Strike Against Centre's Developmental Work In Soro

ଏନେଇ ସ୍ଥାନୀୟ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମନ୍ତ୍ରୀ ଜଣାଇଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ, ଲାଗିଲା ନାଇଟ୍ କର୍ଫ୍ୟୁ

ପୁଣେ:  ପୁଣେରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ-କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ । ଏନେଇ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୧୪ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିଷ୍ପତ୍ତି ହୋଇଥିଲା ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଯଦିଓ ସ୍କୁଲ-କଲେଜ ବନ୍ଦ ରହିବ ତଥାପି ୟୁପିଏସସି ଓ ଏମପିଏସସି ଲାଗି ପୁସ୍ତକାଳୟ ଖୋଲା ରହିବ । ଡିଭିଜନାଲ୍ କମିଶନର ସୗେରଭ ରାଓ କହିଛନ୍ତି ଯେ ୟୁପିଏସସି ଓ ଏମପିଏସସି କୋଚିଂ ସେଣ୍ଟର ଓ ଲାଇବ୍ରେରୀକୁ ୫୦% କ୍ଷମତାରେ ସଞ୍ଚାଳିତ କରିବା ଲାଗି ଅନୁମତି ଦିଆଯିବ।

ଅପରପକ୍ଷେ ପୁଣେରେ ସ୍କୁଲ ଗୁଡିକ ବନ୍ଦ ପରେ ଅନଲାଇନରେ କ୍ଲାସ୍ କରାଯିବ । ୨୦୨୦ ମସିହା ମାର୍ଚ୍ଚରେ ପୁଣେରେ କରୋନା ଯୋଗୁଁ ସ୍କୁଲ୍ ବନ୍ଦ କରି ଦିଆଯାଇଥିଲା । ତେବେ କରୋନା ସଂକ୍ରମଣ ଧିରେଧିରେ କମିବା ପରେ ୨୦୨୧ ମସିହା ଫେବୃଆରୀରେ ସ୍କୁଲ ଗୁଡିକୁ ପୁଣିଥରେ ଖୋଲିବା ଲାଗି ଘୋଷଣା କରାଯାଇଥିଲା । ହେଲେ ଏବେ ପୁଣିଥରେ ବନ୍ଦ କରାଯାଉଛି ।

ତେବେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକୱାଡ୍ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ଆୟୋଜିତ କରାଯିବ । ଆଉ ଉଭୟ ପରୀକ୍ଷା ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ ।

୪୮ ଘଣ୍ଟା ପରେ ହ୍ୱିଲ୍‌ ଚେୟାରରେ ମେଡିକାଲରୁ ବାହାରିଲେ ମମତା, ୭ ଦିନ ପରେ ପୁଣି ପରୀକ୍ଷା

କୋଲକାତା: ଆଉ ମେଡିକାଲରେ ରହିପାରିଲେନି ମମତା । ମୁଣ୍ଡ ଉପରେ ନିର୍ବାଚନ ଚଡ଼କ, କେମିତି ବା ରହିଥାନ୍ତେ ମେଡିକାଲରେ । ୪୮ ଘଣ୍ଟାର ବେଡ୍‌ ରେଷ୍ଟ ପରେ ଡାକ୍ତରଙ୍କ ପରାମର୍ଶ ନେଇ ମମତା ହ୍ୱିଲ୍‌ ଚେୟାରରେ ବାହାରିଲେ ମେଡିକାଲରୁ । ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ଓ ପ୍ରଚାର ସାରି ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ମମତାଙ୍କ ଗୋଡ଼ ଓ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ସେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । କୋଲକାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ସେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲ ବାହାରେ ମମତାଙ୍କୁ ଶତାଧିକ ଲୋକ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ । ତେବେ ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି । ସେ ଏବେ କିଛି ସମୟ ପାଇଁ ହ୍ୱିଲ୍‌ ଚେୟାରରେ ବସି କାମ କରିବେ । ଗୋଡ଼ ଉପରେ ଅଧିକ ଚାପ ନପକାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ବୁଧବାର ମମତାଙ୍କୁ ଆକ୍ରମଣ ହୋଇଥିବା ବେଳେ ଗୁରୁବାର ସେ ହସ୍ପିଟାଲରେ ଥାଇ ଏକ ଭିଡିଓ ବାର୍ତ୍ତା ଦେଇଥିଲେ, ଯେଉଁଥିରେ ସେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଖାଲି ସେତିକି ନୁହେଁ ସେ ସ୍ଥାନୀୟ ପୋଲିସି ଉପରେ ମଧ୍ୟ ବର୍ଷିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଆକ୍ରମଣ ସମୟରେ ସ୍ଥାନୀୟ ପୋଲିସ ତାଙ୍କ ପାଖରେ ନଥିଲା । ଭିଡିଓରେ ସେ ଆହୁରି କହିଛନ୍ତି ଯେ, ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣ ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି । ଯେଉଁ କାରଣରୁ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଛି । ମୁଣ୍ଡ ବିନ୍ଧା ବି ହେଉଛି । ହସ୍ପିଟାଲରୁ ବାହାରିଲେ ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବେ।

ଡାକ୍ତରଙ୍କ କହିବାନୁଯାୟୀ ମମତା ବାରମ୍ବାର ଡିସ୍‌ଚାର୍ଜ ହେବା ପାଇଁ ଅନୁରୋଧ କଲେ । ତେଣୁ ତାଙ୍କୁ ଉପଯୁକ୍ତ ନିର୍ଦ୍ଦେଶାବଳି ଦିଆଯିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । ସେ ଆଗାମୀ ୭ ଦିନ ପରେ ପୁଣି ଚେକ୍ଅପ୍‌ ହେବେ । ‌

ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ୱଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ପ୍ରା.ଲି. ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ୨୫୬ କୋଟି ବିନିଯୋଗରେ ନିର୍ମାଣ କରିବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ । ଭୁବନେଶ୍ୱର ଡୁମଡୁମାରେ ଆଇଟିସି ଲିମିଟେଡ୍ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ । ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ । ଖୋର୍ଦ୍ଧାରେ ଥିବା ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ । ଏଥିରେ ୯୩.୬୦ କୋଟି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଦେବଗଡ଼ରେ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ ହେବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏହାକୁ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ସ୍ଥାପନ କରିବ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ । ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ପ୍ରା.ଲି. ଭିତ୍ତିକ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା ୨୦୪.୬୦ କୋଟି ବିନିଯୋଗରେ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ । ଏଥିରେ ୧୨୩.୨୫ କୋଟି ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ । ପାରାଦୀପ ପ୍ଲାଷ୍ଟିକ ପାର୍କରେ ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପଲି ପ୍ରପେଇନ୍ କାରଖାନା କରିବ । ୬୦ କୋଟି ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

IND vs ENG 1st T20: ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ମଇଦାନକୁ ଓହ୍ଲାଇଲେ ରାହୁଲ-ଧୱନ

0

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ରାହୁଲ ଓ ଧୱନ । ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି ।

ଭାରତୀୟ ଓପନର୍ ରୋହିତ ଶର୍ମାଙ୍କୁ ପ୍ରଥମ ଦୁଇଟି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ଟେଷ୍ଟ ସିରିଜରେ ଇଂଲଣ୍ଡକୁ ସହଜରେ ପରାସ୍ତ କରିଥିବା ଭାରତୀୟ ଦଳ ପକ୍ଷରେ ଟି-୨୦ ଫର୍ମାଟରେ ଇଂଲଣ୍ଡକୁ ହରାଇବା ଏତେଟା ସହଜ ହେବ ନାହିଁ। ଏହି ମ୍ୟାଚ୍ ଆଇସିସି ଟି-୨୦ ବିଶ୍ୱକପ ଉଭୟ ଦଳ ପାଇଁ ଡ୍ରେସ ରିହର୍ସାଲ ପରି ହେବ।ଅକ୍ଟୋବର ମାସରେ ଭାରତରେ ଆଇସିସି ଟି-୨୦ ବିଶ୍ୱକପ ଖେଳାଯିବ।

ଟିମ୍ ଇଣ୍ଡିଆ: କେ.ଏଲ୍ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ ।

ଟିମ୍ ଇଂଲଣ୍ଡ: ଜେସନ ରୟ, ଜୋସ ବଟଲର, ଡେଭିଡ ମଲାନ, ଜନି ବେୟାରଷ୍ଟୋ, ଆୟନ ମାେର୍ଗନ, ବେନ ଷ୍ଟକ୍, ସାମ କୁରେନ, ଜୋଫ୍ରା ଆର୍ଚର, କ୍ରିସ ଜୋର୍ଡାନ, ଆଦିଲ ରସିଦ, ମାର୍କ ବୁଡ।

 

ତହସିଲଦାର୍ ଥିବାବେଳେ ସରକାରୀ ଜମିକୁ ବେଆଇନ୍ ଭାବେ କରି ଦେଇଥିଲେ ପଟ୍ଟା

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ତହସିଲଦାର ମାନସ ରଞ୍ଜନ ସାହୁଙ୍କ ଇସ୍ତଫା ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ରାଉରକେଲାରେ ତହସିଲଦାର ଭାବେ କାମ କରୁଥିବା ବେଳେ ମାନସ ସରକାରୀ ଜାଗାକୁ ବେଆଇନ୍ ଭାବେ ୨ ଜଣ ବ୍ୟକ୍ତିଙ୍କ ନାଁରେ ପଟ୍ଟା କରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାରି ଭିତରେ ସେ ଆଇଏସ୍ ପାଇଥିଲେ ।

Resignation Of Ex Tahasildar Manas Sahoo Not Accepted By Government

ଇଣ୍ଡିଆନ୍ ରେଲୱେଜ୍ ଆକାଉଣ୍ଟ୍ସ ସର୍ଭିସ୍ (IRAS)ରେ ପ୍ରୋବେସନର ଭାବେ ଯୋଗ ଦେବା ପରେ ମାନସ ରାଉରକେଲା ତହସିଲଦାର ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ସରକାର ଅଗ୍ରାହ୍ୟ କରି ଦେଇଛନ୍ତି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାନସଙ୍କୁ ନୋଟିସ୍ ଜାରି କରିଛି ।

Resignation Of Ex Tahasildar Manas Sahoo Not Accepted By Government

ନୋଟିସରେ କୁହାଯାଇଛି, ମାନସ ରାଉରକେଲା ତହସିଲଦାର ଥିବାବେଳେ ରାଉରକେଲା ଟାଉନସିପରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ବେଆଇନ୍ ଭାବେ ସେଟେଲମେଣ୍ଟ କରିଥିଲେ । ଯାହାକି ଚାକିରି ସର୍ତ୍ତାବଳୀର ଅବମାନନା । ଏହାକୁ ନେଇ ତଦନ୍ତ ଚାଲିଛି । ତେଣୁ, ଇସ୍ତଫା ଅଗ୍ରାହ୍ୟ କରାଯାଇଥିବା ସରକାର ସୂଚନା ଦେଇଛନ୍ତି ।

Resignation Of Ex Tahasildar Manas Sahoo Not Accepted By Government

ମାନସ ତହସିଲଦାର ଥିବାବେଳେ ପାନପୋଷ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଥିବା ୨ ଏକର ୯୭ ଡିସିମିଲ୍ ମୂଲ୍ୟବାନ ସରକାରୀ ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ ବେଆଇନ୍ ପଟ୍ଟା କରି ଦେଇଥିଲେ । ଏଭଳିକି ଉଦିତନଗରରେ ଥିବା ମୂଲ୍ୟବାନ ୯୫ ଡିସିମିଲ୍ ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ ପଟ୍ଟା କରିଥିବା ଅଭିଯୋଗ ହୋଇଥିଲା । ପାନପୋଷ ଜମିର ବେସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ ଥିବାବେଳେ ଉଦିତନଗର ଜମିର ମୂଲ୍ୟ ୨୫ କୋଟିରୁ ଅଧିକ ରହିଛି । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ସହ ଭିଜିଲାନ୍ସ ତଦନ୍ତ ଜାରି ରହିଛି ।

ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଟାର୍ଗେଟରେ ମହାତ୍ମା ଗାନ୍ଧି, କଲେ ଏମିତି ଟ୍ୱିଟ୍…

ନୂଆଦିଲ୍ଲୀ: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ ବୋଲାଉଥିବା ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ କିଛିନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଟ୍ୱିଟରରେ କୌଣସି ପୋଷ୍ଟ ହେଉ ଅବା ସରକାର ବିରୋଧି ବୟାନ। ଏହି ଅଭିନେତ୍ରୀଙ୍କ ଟାର୍ଗେଟରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀ ।

ସେ ଜଣେ ଟ୍ୱିଟର ୟୁଜରଙ୍କୁ ରିପ୍ଲାଇ ଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ମହାନ ଲିଡର୍ । ହେଲେ ସେ ଜଣେ ଭଲ ସ୍ୱାମୀ ନଥିଲେ । ଖାଲି ଏତିକି ନୁହେଁ ଶୗେଚାଳୟ ସଫା କରିବାକୁ ମନା କରିବାରୁ ଗାନ୍ଧିଜି ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ।

ଆହୁରି ଲେଖିଛନ୍ତି, ‘‘ଗାନ୍ଧିଜି ଜଣେ ଭଲ ପିତା ନୁହେଁ ବୋଲି ତାଙ୍କ ନିଜ ପୁଅ ଅଭିଯୋଗ କରିଥିଲେ । ସେ ଜଣେ ମହାନ୍ ଲିଡର ଥିଲେ । ହେଲେ ଜଣେ ଭଲ ସ୍ୱାମୀ ନଥିଲେ । କିନ୍ତୁ ଯେତେବେଳେ ଜଣେ ପୁରୁଷର କଥା ଉଠେ ସେତେବେଳେ ଦୁନିଆ ତାକୁ କ୍ଷମା କରିଦିଏ’’।

ଜାଣନ୍ତୁ, କ’ଣ ଥିଲା ପୂରା ଘଟଣା-

ନିକଟରେ ବ୍ରିଟେନର ପ୍ରିନ୍ସ ହେରି ଓ ତାଙ୍କ ପତ୍ନୀ ମେଗନ ମର୍କଲ ଏକ ସାକ୍ଷାତକାରରେ ସାହି ପରିବାର ସମ୍ପର୍କରେ ଅନେକ ଖୁଲାସା କରିଥିଲେ। ସେହି ଇଣ୍ଟରଭ୍ୟୁକୁ ନେଇ କଙ୍ଗନା କରିଥିବା ଟ୍ୱିଟ୍ ଏବେ ବିବାଦରେ ରହିଛି ।

ଏହାକୁ ନେଇ ସେ ପ୍ରଥମ ଟ୍ୱିଟରେ ଲେଖିଥିଲେ ଯେ, ‘‘ଏକତରଫା କଥା ଆଧାରରେ ଏବେ ଲୋକ ଗୋଟିଏ ପରିବାର ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି । ଏମିତିକି ଅନଲାଇନ୍ ଲିଞ୍ଚ କରୁଛନ୍ତି । ହେଲେ ମୁଁ କହିବାକୁ ଚାହୁଁଛି ଦୁନିଆରେ ଏବେ ଜଣେ ମହିଳା ଶାସକ ରହିଛନ୍ତି ।

ସେ ପରେ ଆଉ ଗୋଟିଏ ଟ୍ୱିଟରେ ଲେଖିଥିଲେ, “ସେ ହୁଏତ ଜଣେ ଆଦର୍ଶ MIL/ପତ୍ନୀ/ଭଉଣୀ ହୋଇନପାରନ୍ତି, କିନ୍ତୁ ସେ ଜଣେ ମହାନ ରାଣୀ। ସେ ତାଙ୍କ ପିତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି, କୗେଣସି ପୁଅ ଅପେକ୍ଷା ସେ ତାଜକୁ ଭଲ ଭାବରେ ବଞ୍ଚାଇଛନ୍ତି। ତାଙ୍କୁ ଜଣେ ରାଣୀ ପରି ଅବସର ନେବାକୁ ଦିଅନ୍ତୁ।”

ଏହାପରେ ଜଣେ ୟୁଜର କହିଥିଲେ ଯେ ସମସ୍ତେ ଆପଣଙ୍କ କଥାକୁ ବୁଝିପାରିବେ ନାହିଁ । ଯାହା ପରେ କଙ୍ଗନା ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି ।

୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ସରକାର

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଲୋକେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କରୋନା ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । ଯାହାକି ଚଳିତ ବର୍ଷ ଜାନୁଆରୀରୁ ଧିରେ ଧିରେ ଖୋଲିଛି । ମହାମାରୀ ପାଇଁ ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ୱ ବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକନିକ ୨୦୨୦ ଏପ୍ରିଲରୁ ଡିସେମ୍ବର ମାସ ଯାଏ ବନ୍ଦ ରହିଥିଲା ।

Odisha Government Waives Hostel Fee Of Engineering And Polytechnic Students

ଏହି ସମୟରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ସୁବିଧାର ଉପଯୋଗ କରି ନଥିଲେ । ଏହାକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାରକୁ ନେଇ ଏହି ଅନୁଷ୍ଠାନ ମାନଙ୍କରେ ଅଧ୍ୟୟନରତ ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଫି’ ଛାଡ଼ ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ହଷ୍ଟେଲ୍ ଫି’ ଛାଡ଼ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।