spot_img
Home Blog Page 5911

ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଟୁକୁନା : ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ୍ । ଘଣାସ୍ଥଳରେ ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି । ଘଟଣାରେ ମୋଟ ୧୨ରୁ ୧୫ ଜଣଙ୍କୁ ଚିହ୍ନଟ କରାଯାଇଛି । ସାମ୍ୱାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍ଗକର ଦାସ ।

ଗତକାଲି ସିଆରପି ଛକରେ ପୂର୍ବ ବିବାଦରୁ ଟୁକୁନା ଦାଶଙ୍କୁ ହତ୍ୟା କରିଥିଲେ ସୁଧୀର ଓ ସାଗର । ତେବେ ହତ୍ୟାକାଣ୍ଡ ପରେ ପିସିଆର ଭ୍ୟାନ୍ କାଚ ଭାଙ୍ଗି ହତ୍ୟାକାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ ଲୋକେ । ଏହା ସହିତ ପିସିଆର୍ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଭିଡ଼ିଓ ଫୁଟେଜକୁ ଆଧାର କରି ପୋଲିସ୍ ସେମାନଙ୍କୁ ଗିରଫ କରିଛି ।

ଟୁକୁନାଙ୍କ ସହ ଅଭିଯୁକ୍ତ ଦୁଇ ଭାଇ ସୁଧୀର ଓ ସାଗରର ପୂର୍ବରୁ ବିବାଦ ଥିଲା । ଗତକାଲି ଟୁକୁନା ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ପରେ ଦୁଇ ଭାଇ ସେହି ଛୁରୀରେ ଟୁକୁନାକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଟୁକୁନାର ମୃତ୍ୟୁ ହୋଇଥିଲା ବୋଲି ଡିସିପି କହିଛନ୍ତି । ସେହିପରି ଗତକାଲି ଅଭିଯୁକ୍ତ ସୁଧୀର ଓ ସାଗର, ଟୁକୁନାକୁ ପିକ୍ ଅପ୍ ଭ୍ୟାନରେ ନେବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

୫ କ୍ୱିଣ୍ଟାଲ ହ୍ୱେଲ୍ ସାର୍କ ମାଛ ମୃତ ? କାରଣ ଅସ୍ପଷ୍ଟ

ଖନ୍ତାପଡ଼ା: ୫ କ୍ୱିଣ୍ଟାଲ ଓଜନର ହ୍ୱେଲ୍ ସାର୍କ ମାଛର ମୃତ୍ୟୁ । ୫କ୍ୱିଣ୍ଟାଲ ମାଛକୁ ଦେଖିବାକୁ ଭିଡ଼ି ଜମିଛି । ଗତ ତିନି ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିବା ବେଳେ ଜାଲରେ ଏକ ହ୍ୱେଲ୍ ସାର୍କ ମାଛ ପଡ଼ିଥିଲା । ମତ୍ସଜୀବୀମାନେ ଏହି ମାଛଟିକୁ କୂଳକୁ ନେଇ ଆସିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ, ଏହାକୁ ପୁଣି ଥରେ ସମୁଦ୍ରରେ ଛାଡି ଦିଆଯାଇଥିଲା ।

କିନ୍ତୁ ହ୍ୱେଲ୍ ସାର୍କର ମୃତ ଦେହ ଖନ୍ତାପଡ଼ା ଥାନା କଣ୍ଟିଆ ଚେରା ଜାମୁକା ମୁହାଣର ଏକ ନାଳରେ ପଡିଥିବା ଦେଖିବାକୁ ମିଳିଛି । ହ୍ୱେଲ୍ ସାର୍କର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ ବୋଲି କୁହାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିରେ ସାମିଲ ହେଲେ ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଅଭିଯାନକୁ ଜୋରଦାର କରିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି। କୋଲକାତାର ବିଗ୍ରେଡ୍ ଗ୍ରାଉଣ୍ଡରେ ହେଉଛି ମହାରାଲି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଦଳରେ ସାମିଲ ହୋଇଛନ୍ତି ମିଥୁନ୍ ଦା।

ରାଲିରେ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ, ବିଜେପି ରାଜ୍ୟ ପ୍ରଭାରୀ କୈଳଶା ବିଜୟବର୍ଗୀ, ବରିଷ୍ଠ ନେତା ମୁକୁଳ ରୟ, ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଲକ୍ଷାଧିକ ସମର୍ଥକଙ୍କୁ ନେଇ କମ୍ପୁଛି କୋଲକାତାର ବିଗ୍ରେଡ ଗ୍ରାଉଣ୍ଡ। କୁହାଯାଉଛି ୬ରୁ ୭ ଲକ୍ଷ ଲୋକଙ୍କୁ ଏକଜୁଟ କରିଛି ବିଜେପି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଏଥର ବି ବିନା ଦର୍ଶକରେ ଖେଳାଯାଇପାରେ IPL

ଅହମ୍ମଦାବାଦ: ପୁଣି ଫେରିବ କ୍ରିକେଟ ମହାକୂମ୍ଭ ଆଇପିଏଲ୍ । ୨୦୨୧ ଆଇପିଏଲ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କରୋନା ମହାମାରୀ ଯୋଗୁ ଆଇପିଏଲର ୨୦୨୦ ସଂସ୍କରଣ ଦୁବାଇରେ ଖେଳାଯାଇଥିଲା। ତେବେ ୨୦୨୧ରେ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ। ହେଲେ ଏଥର ବି କୌଣସି ବି ମ୍ୟାଚ ଭେନ୍ୟୁରେ ଦର୍ଶକଙ୍କୁ ଅନୁମତି ନ ଦେବାକୁ ଗଭର୍ଣ୍ଣିଂ କାଉନସିଲ୍ ପ୍ରସ୍ତାବ ଦେଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ, ମୁମ୍ବାଇ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ନିଷେଧ ରହିଛି । ତେବେ କୋଭିଡ୍ ସେକେଣ୍ଡ ୱେଭ୍ର ଦ୍ରୁତ ଗତିରେ ବିସ୍ତାରକୁ ଦୃଷ୍ଟିରେ ରଖି ବିସିସିଆଇ ଦେଶର କୌଣସି ବି ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଅନୁମତି ନଦେବାକୁ ଯୋଜନା କରୁଛି ।

କେବଳ ଗଭର୍ଣ୍ଣିଂ କାନସିଲ(ଜିସି)ର ମୋହରକୁ ଅପେକ୍ଷା କରାଯାଇଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ରବିବାର ଜିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ସମୟରେ ଆଇପିଏଲ ଭାରତର କେଉଁ ସବୁ ସ୍ଥାନରେ ହେବ, ତା’ ଉପରେ ଆଲୋଚନା କରାଯିବା ସହ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଅନୁମତି ଦିଆଯିବ କି ନାହିଁ ସେ ନେଇ ମଧ୍ୟ ନିଷ୍ପତ୍ତି ହେବ।

ତେବେ ଲୋକମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନାହିଁ, ତେବେ ବାରମ୍ବାର ଭେନ୍ୟୁ ବଦଳାଇ ଖେଳାଳିମାନେ କାହିଁକି ବିପଦପୂର୍ଣ୍ଣ ଯାତ୍ରା କରିବେ।

ଅଙ୍ଗନବାଡି କର୍ମୀଙ୍କୁ ଅପହରଣ, ବାହା ନହେଲେ ଅଶ୍ଲୀଳ ଭିଡିଓ ଭାଇରାଲ ଧମକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ଅଙ୍ଗନବାଡି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ । ବାହାହେବାକୁ ରାଜି ନହେଲେ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ । ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କଠାରୁ ଖବର ପାଇଁ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଅଟକ । ଢେଙ୍କାନାଳ ଜିଲ୍ଲା ଭୁବନରେ ଅଙ୍ଗନବାଡି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖାଯାଇଥିଲା । ତାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ ଅଟକ ରଖିଛି ଗଁଦିଆ ପୋଲିସ ।  ବାହାହେବାକୁ ରାଜି ନହେଲେ ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଦେଉଥିଲା ଧମକ ।  ନନ୍ଦିଘେଷ ଟିଭି ପ୍ରତିନିଧିଙ୍କ ଠାରୁ ଖବର ପାଇଁ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଅଟକ ।

ସୂଚନା ଅନୁସାରେ ଜଣେ ଯୁବକ ମହିଳା ଅଙ୍ଗନବାଡି କର୍ମୀଙ୍କୁ ଘରେ ବନ୍ଦୀ ରଖିଥିବା ଆମ ଢେଙ୍କାନାଳ ପ୍ରତିନିଧୀଙ୍କୁ ଫୋନ୍ କରି ଯୁବତୀ ଜଣକ ଜଣାଇଥିଲେ । ଅକାଳେ ବିଳମ୍ବ ନକରି ପ୍ରତନିଧି ସତ୍ୟସ୍ୱରୂପ ଦାଶ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖାନତଲାସି ପରେ ମହିଳାଙ୍କୁ ଉଦ୍ଧାର କରିବା ସହ ଅଟକ ରଖିଥିବା ଯୁବକଙ୍କୁ କାବୁ କରିଛି ପୋଲିସ । ବିବାହ ପାଇଁ ରାଜି ନହେଲେ ଫଟୋ ଓ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ଯୁବକ ଜଣକ ।

ଅଙ୍ଗନୱାଡୀ କର୍ମୀ ଜଣକ ଭୁବନରେ ଚାକିରି କରୁଛନ୍ତି । ଗତ ଦୁଇଦିନ ହେଲା ତାଙ୍କୁ ଝାରଦାର ଜଣେ ଯୁବକ ଗୋଟିଏ ଘରେ ବନ୍ଦୀ କରି ରଖିବା ସହ, ବଳପୁର୍ବକ ବାହା ହେବା ପାଇଁ ପ୍ରସ୍ତୁତ ହେଉଥିଲା । ଅଙ୍ଗନୱାଡି କର୍ମୀ ଜଣକୁ କାହା ସହ କଥା ହେବାକୁ ଦିଆଯାଉନଥିବା ବେଳେ, ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଫୋନ ଯୋଗ ଜଣାଇଥିଲେ ଯୁବତୀ । ଯୁବକ ଡ୍ରାଇଭର ଭାବେ କାମ କରୁଥିବା ବେଳେ, ତାଙ୍କ ବାପା ଆଳୁଦମ ଦହିବରା ବ୍ୟବସାୟ କରୁଥିବା ଜଣାପଡ଼ିଛି ।

ଅଙ୍ଗନୱାଡି କର୍ମୀଙ୍କ କହିଛନ୍ତି ଯେ, ଯଦି ତାଙ୍କୁ ଆଜି ସେଠାରୁ ଉଦ୍ଧାର ନକରାଯାଏ ତେବେ, ଆସନ୍ତାକାଲି ତାଙ୍କୁ ବଳପୂର୍ବକ ବାହା ହେବାକୁ ଯୁବକ ଧମକ ଦେଉଥିଲା । ଗତ ୭ମାସ ହେଲା ବାରମ୍ବାର ଫୋନ୍ କରି ଧମକ ଦେବା ପରେ ଗତ ଦୁଇଦିନ ହେଲା ତାଙ୍କୁ ଗୋଟିଏ ଘରେ ବନ୍ଦି କରି ରଖି ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିବା ଯୁବତୀ ଜଣକ କହିଛନ୍ତି ।

 

୫୧୦ କୋଟିରେ ନିଲାମ ହେଲା ୭୨ ଲକ୍ଷର ମଦ ଦୋକାନ

ହନୁମାନଗଡ଼: ରାଜସ୍ଥାନରେ ଏବେ ଚାଲିଛି ମଦ ଦୋକାନ ନିଲାମି । ଏହିକ୍ରମରେ ହନୁମାନଗଡ଼ ଜିଲ୍ଲାର କୁୟାନ ଗ୍ରାମ ପାଇଁ ମଧ୍ୟ ମଦ ଦୋକାନର ନିଲାମ କରାଯାଉଥିଲା। ଏହି ଦୋକାନର ନିଲାମ ୭୨ ଲକ୍ଷରୁ ଆରମ୍ଭ ହୋଇଥିଲା । ହେଲେ ଏହା କ୍ରମାଗତ ଭାବେ ଏତେ ବଢ଼ିଚାଲିଥିଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୭୨ ଲକ୍ଷରୁ ଡକାହୋଇଥିବା ଏହି ନିଲାମ ୫୧୦ କୋଟିରେ ଶେଷ ହୋଇଥିଲା । ଆପଣ ବି ଭାବୁଥିବେ ଯେ ଏହି ଦୋକାନରେ ଏମିତି କଣ ଅଛି ଯେ ଏହା ଏତେ ଟଙ୍କାରେ ବିକ୍ରି ହେଲା । ଆସନ୍ତ ଜାଣିବା ଏହାର କାରଣ ।

ବାସ୍ତବରେ ଏହି ମଦ ଦୋକାନକୁ ଦଖଲ କରିବା ପାଇଁ ଗୋଟିଏ ପରିବାରର ଦୁଇ ମହିଳାଙ୍କ ମଧ୍ୟରେ ଚାଲିଥିଲା ଜୋରସୋର୍ ଟକ୍କର। ଦୋକାନକୁ ଦଖଲ କରିବାକୁ ଉଭୟଙ୍କ ମଧ୍ୟରେ ଏମିତି ପ୍ରତିଯୋଗିତା ହୋଇଥିଲା ଯେ ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟା ରାତି ୨ଟା ସୁଦ୍ଧା ୫୧୦ କୋଟି ଟଙ୍କାରେ ଶେଷ ହୋଇଥିଲା। ସୂଚନା ମୁତାବକ ଏହି ଦୋକାନଟି ଗତ ବର୍ଷ ୬୫ ଲକ୍ଷରେ ବିକ୍ରି ହୋଇଥିଲା । ଚଳିତ ବର୍ଷ ଏହାର ନିଲାମ ୭୨ ଲକ୍ଷ ଟଙ୍କାରୁ ଡକାଯାଇଥିଲା ।

ରାତି ୨ଟାରେ ନିଲାମ ଶେଷ ହେବା ପରେ ଅବକାରୀ ବିଭାଗର ଅଧିକାରୀମାନେ ନିଜ କାମ ଆରମ୍ଭ କରିଦେଇଛନ୍ତି ।  ୫୧୦ କୋଟି ଟଙ୍କା ନିଲାମ ଡାକିଥଛିବା ମହିଳା କିରଣ କାନୱାରଙ୍କୁ ଦୁଇ ଦିନ ମଧ୍ୟରେ ଦୋକାନର ମୋଟ ମୂଲ୍ୟର ଦୁଇ ପ୍ରତିଶତ ଜମା କରିବାକୁ କୁହାଯାଇଛି। ଅବକାରୀ ଅଧିକାରୀମାନେ ଏବେ ବି ଏହି ନିଲାମ ଉପରେ ବିଶ୍ୱାସ କରିପାରୁ ନାହାଁନ୍ତି । ତେବେ ନିଲାମ ଅନୁଯାୟୀ କିରଣ କାନୱାରଙ୍କ ସପକ୍ଷରେ କର୍ତ୍ତୃପକ୍ଷ ଏକ ଆଲଟମେଣ୍ଟ ଲେଟର୍ ଜାରି କରିଛନ୍ତି। ଏଥିସହ ବିଭାଗ ଏହା ମଧ୍ୟ କହିଛି ଯେ ଯଦି ନିଲାମର ବିଜେତା ଦୋକାନ ନ ନିଅନ୍ତି, ତେବେ ତାଙ୍କୁ ଆଗକୁ ବ୍ଲାକଲିଷ୍ଟ କରିଦିଆଯିବ।

ପୁଣି ମାତିଲେ ଲୁଟେରା: ଫୁଲ ତୋଳୁଥିବା ବେଳେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ । କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣାଟି ଦେଖିବାକୁ ମିଳିଛି ।

ଆଜି ସକାଳୁ ଅନଶ୍ୱୟା ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ଦୁଇ ଲୁଟେରା ବାଇକରେ ଆସିଥିଲେ । ଜଣେ ଗାଡି ଚଳାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ । ପରେ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ଥିଲେ ଏବଂ ତାଙ୍କ ବେକରେ ଥିବା ସୁନା ଚେନ ଲୁଟି ନେଇଥିଲେ । ତେବେ ଲୁଟର ସମ୍ପୂର୍ଣ ଚିତ୍ର କଏଦ ହୋଇଛି ସିସିଟିଭି ଫୁଟେଜରେ । ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

୩ ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ସିନେମା ହଲ ଛକରେ ଚାଲିଛି ବେଆଇନ କରକତଳ । ବନଖଣ୍ଡ ଡିଏଫଓଙ୍କ ନିର୍ଦ୍ଦେଶରେ ୩ଟି ବେଆଇନ କରତ କଳ ଉପରେ ବନ ବିଭାଗ ଚଢ଼ାଉ କରିଥିଲା । ବିପୁଳ ପରିମାଣର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ ।  ଏହି ଚଢ଼ାଉରେ ଅସ୍ତରଙ୍ଗ ରେଞ୍ଜରଙ୍କ ସମେତ ବହୁବନ କର୍ମଚାରୀ  ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିଯୋଜିତ ହୋଇଛନ୍ତି ।

ଏହାପୂର୍ବରୁ ବର୍ଷେ ମଧ୍ୟରେ ବନ ବିଭାଗ ତରଫରୁ ୩ରୁ ୪ଥର ଚଢାଉ ହୋଇଛି ଏବଂ ବିପୁଳ ପରିବାମଣର କାଠ ମଧ୍ୟ ଜବତ କରାଯାଇଛି । ତଥାପି ବାରମ୍ବାର ବେୟାନ ଭାବେ କରତ କଳ ନିର୍ମାଣ କରାଯାଉଛି ।  ଏବଂ ଏହାକୁ ନେଇ କୌଣସି ସ୍ଥାଇ ସମାଧାନ ହୋଇପାରୁ ନାହିଁ । ତେବେ ଆଜି ସକାଳୁ ଚଢାଉ ଖବର ପାଇଁ କରତ କଳର ମାଲିକ ସହ ଅନ୍ୟ କର୍ମଚାରୀମାନେ ଫେରାର ହୋଇଯାଇଥିଲେ ।

 

ସୁସ୍ଥ ରହିବା ପାଇଁ ପେଟରେ ଦିଆଯାଉଛି ଚେଙ୍କ !

ଗଜପତି: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ଶିଶୁମାନେ ସୁସ୍ଥ ରହିବା ପାଇଁ ପେଟରେ ଦିଆଯାଉଛି ଚେଙ୍କ । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଆଖଡ଼ାସାହି ଗାଁରେ ଏଭଳି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି । ଗାଁର ଛୋଟପିଲାଙ୍କୁ  ହିନ ନାୟକ ନାମକ ଜଣେ ବ୍ୟକ୍ତି ଚେଙ୍କ ଦେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ପିଲାଙ୍କ ବାପା, ମା’ ମଧ୍ୟ ସହଯୋଗ କରୁଛନ୍ତି ।

ପ୍ରତିବର୍ଷ ମକର ସଂକ୍ରାନ୍ତି ବେଳେ ଏହି ଚେଙ୍କ ଦେବା ଆରମ୍ଭ ହୋଇଥାଏ । ଏହା ବର୍ଷ ତମାମ ଜାରି ରହିଥାଏ ବୋଲି ଜଣାପଡିଛି । ତେବେ ପିଲାମାନଙ୍କ ପେଟ ଶରୀର ଠାରୁ ସାମାନ୍ୟ ପଡ଼ଥିଲେ ଏହି ଚେଙ୍କ ଦିଆଯାଇଥାଏ । ତେବେ ଅନେକ ସମୟରେ ଶିଶୁ ଚେଙ୍କ ନେବା ପରେ ଗୁରୁତର ହୋଇପଡୁଥିବା, ଏପରିକି ପ୍ରାଣ ହରାଉଥିବାର ନଜିର ମଧ୍ୟ ରହିଛି  ।

ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ସରକାରୀ ବ୍ୟବସ୍ଥା ଥିବା ବେଳେ ଗାଁଗୁଡ଼ିକରେ ଚେଙ୍କ ଦେବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକ ଚେଙ୍କ ଚିକିତ୍ସା କରୁଛନ୍ତି  ।

ଆଇଜିଏଚରେ ପଜିଟିଭ୍, ଆରଏମଆରସିରେ ନେଗେଟିଭ୍

ଭୁବବନେଶ୍ୱର: ବଢ଼ୁଛି କୋଭିଡ ରିପୋର୍ଟ ଦ୍ୱନ୍ଦ୍ୱ । ରାଉରକେଲା ଆଇଜିଏଚରେ ପଜିଟିଭ୍ , ଭୁବନେଶ୍ୱର ଆରଏମଆରସିରେ ନେଗେଟିଭ୍ ।  ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ ରିପୋର୍ଟ ଏବେ ନେଗେଟିଭ ଆସିଛି । ପୂର୍ବରୁ ଆଇଜିଏଚରେ ଡାକ୍ତର ସୁଲେମାନଙ୍କ ହୋଇଥିବା କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

କିନ୍ତୁ RMRCରେ ହୋଇଥିବା ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ୭୧ବର୍ଷୀୟ ଏହି ଅବସରପ୍ରାପ୍ତ ଡାକ୍ତରଙ୍କ ନମୁନାର RT-PCRଟେଷ୍ଟ କରାଯାଇଥିଲା । କୋଭିସିଲ୍ଡର ୨ଡୋଜ୍ ନେବାପରେ ଟେଷ୍ଟ କରାଇଥିଲେ ଡାକ୍ତର । ଏହାପରେ ମଧ୍ୟ ତାଙ୍କ ରିପୋର୍ଟରେ କୌଣସି ପରିବବର୍ତ୍ତନ ଆସି ନିଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କରୋନା ଡୋଜ୍ ନେବା ପରେ ପଜିଟିଭ ଆସିବାରୁ ଚିନ୍ତା ବଢ଼ିଥିଲା ।

ତେବେ ଭୁବନେଶ୍ୱର ଆରଏମଆରସିରେ ପୁଣି ଆରଟିପିସିଆର ଟେଷ୍ଟ ବେଳେ ରିପୋର୍ଟ ନେଗେଟିଭ ଆସିଛି । ତେଣୁ IGHରେ ଯେଉଁ ନମୁନା ପରୀକ୍ଷା ହୋଇଥିଲା, ତାହା ପୁଣି ପରୀକ୍ଷା ହେବ । RMRCରେ ତାହା ପୁଣିଥରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛ । ଡାକ୍ତରଙ୍କ ଆଣ୍ଟିବଡି ବହୁ ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ଅଛି ।