spot_img
Home Blog Page 5922

ପକ୍ଷୀ ଖେଳ ହେଲା କାଳ, ଗଞ୍ଜା ଆକ୍ରମଣରେ ମାଲିକ ମୃତ

ମାଲକାନଗିର: ପକ୍ଷୀ ଖେଳ ହେଲା କାଳ । ମାଲିକଙ୍କୁ ଛୁରିରେ ହତ୍ୟା କଲା ଗଞ୍ଜା । ଏଭଳି ଆଶ୍ଚର୍ଯ୍ୟଜନକ ଚକିତ କଲା ଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ତେଲଙ୍ଗାନାରେ । ଯେଉଁଠି ନିଜ ମାଲିକଙ୍କୁ ଛୁରିରେ ଆକ୍ରମଣ କରିଛି ଗଞ୍ଜା । ଖେଳ ମଜାରୁ ଚାଲି ଯାଇଛି ମାଲିକଙ୍କ ଜୀବନ । ପୋଲିସ ଗଞ୍ଜାକୁ ଅଟକ ରଖି ତଦନ୍ତ କରୁଛି ।

Cock Attacked With A Knife, Owner Died In Telangana

ସୂଚନା ଅନୁଯାୟୀ ତେଲଙ୍ଗାନା ଜଗତିଆଲ୍ ଜିଲ୍ଲା ଲୁଥିନୂର୍ ଗାଁରେ ଏକ କୁକୁଡ଼ା ଲଢେଇ ଆୟୋଜନ ହୋଇଥିଲା । ଏହି ଲଢେଇରେ ହଜାର ହଜାର ଟଙ୍କା ବାଜି ବି ଲାଗିଥିଲା । ନିଜ ଗଞ୍ଜା ଗୋଡ଼ରେ ଧାରୁଆ ଛୁରି ବାନ୍ଧିଥିଲେ ମାଲିକ ସତୀଶ । କିନ୍ତୁ, କୁକୁଡ଼ା ଏତେମାତ୍ରରେ ଉଗ୍ର ହୋଇଯାଇଥିଲା ଯେ ଭୂଇଁରୁ ଉପରକୁ ଡେଇଁବା ଆରମ୍ଭ କରିଥିଲା ।

Cock Attacked With A Knife, Owner Died In Telangana

ବାରମ୍ବାର ଉପରକୁ ଡେଇଁ ନିଜ ମାଲିକ ଉପରେ ଆକ୍ରମଣ କରିଥିଲା ଗଞ୍ଜା । ସତୀଶ ହଟିବା ପାଇଁ ଚେଷ୍ଟା କରିବ ପରେ ବି ସଫଳ ହୋଇନଥିଲେ । ଗଞ୍ଜା ଗୋଡ଼ରେ ଲାଗିଥିବା ଛୁରୀ ପଶିଯାଇଥିଲା ସତୀଶଙ୍କ ଅଣ୍ଟାରେ । ସତୀଶଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସତୀଶଙ୍କ ମୃତ୍ୟୁ ହୋଇଥିବା ବେଳେ ମାମଲା ରୁଜୁ କରି ଗଞ୍ଜାକୁ ଥାନାରେ ଅଟକ କରିଛି ପୋଲିସ ।

ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ : ଆଜି ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି । ଏମ୍ସିଏକ୍ସରେ ସୁନା ଦର ୦.୪ ପ୍ରତିଶତ ହ୍ରାସ ହୋଇ ୧୦ ମାସର ତଳ ସ୍ତର ଅର୍ଥାତ ୧୦ ଗ୍ରାମ ପ୍ରତି ସୁନା ଦର ୪୪,୭୬୮ ପହଁଚିଛି । ସେହିପରି ଚାନ୍ଦୀ ଦରରେ ୦.୮ ପ୍ରତିଶତ ହ୍ରାସ ହୋଇ ଏକ କିଲୋଗ୍ରାମ ଚାନ୍ଦୀର ଦାମ୍ ୬୭,୪୭୩ ରେ ପହଁଚିଛି । ପୂର୍ବ ସେସନରେ ସୁନା ୧.୨ ପ୍ରତିଶତ ଅର୍ଥାତ ୧୦ ଗ୍ରାମ ପ୍ରତି ସୁନା ୬୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ଏକ କିଲୋଗ୍ରାମ ଚାନ୍ଦୀରେ ୧.୬ ପ୍ରତିଶତ ଅର୍ଥାତ ୧୧୫୦ ଟଙ୍କା ଶସ୍ତା ହୋଇଥିଲା ।

୨୦୨୦ ରେ ଏକ ଶକ୍ତିଶାଳୀ ସମାବେଶ ପରେ ଇକ୍ୱିଟି ବଜାରରେ ବୃଦ୍ଧି ଏବଂ ଆମେରିକାର ବଣ୍ଡ ବିଲ୍ଡ ମଧ୍ୟରେ ଚଳିତ ବର୍ଷ ଚାପରେ ରହିଛି ସୁନା । ଚଳିତବର୍ଷ ଆରମ୍ଭରୁ ସୁନା ୫ ହଜାରରୁ ଅଧିକ ହ୍ରାସ ହୋଇଛି । ଅଗଷ୍ଟ ୨୦୨୦ ର ୫୬,୨୦୦ ଟଙ୍କାର ଉଚ୍ଚ ସ୍ତରରୁ ଏହା ୧୧,୫୦୦ ଟଙ୍କା ହ୍ରାସ ପାଇଛି ।

କରୋନା ଟିକା ନେଲେ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ଦିନ କରୋନା ଟିକା ନେଇଛନ୍ତି। ସେ ରାଜଭବନ ସ୍ଥିତ ହସ୍ପିଟାଲରେ ପ୍ରଥମ ଡୋଜ ନେଇଛନ୍ତି । ଏଥିସହ ଏହି ପର୍ଯ୍ୟାୟରେ ଯୋଗ୍ୟ ବ୍ୟକ୍ତି ମାନେ ଟିକା ନେବାକୁ ଆଗେଇ ଆସିବାକୁ ସେ ଅପିଲ କରିଛନ୍ତି।

କରୋନା ମୁକ୍ତ ଓଡ଼ିଶା ପାଇଁ ଟିକା ନେବା ଆବଶ୍ୟକ ବୋଲି ସେ ଟୁଇଟ କରି କହିଛନ୍ତି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକାର ପ୍ରଥମ ଡୋଜ ନେଇଥିଲେ ।

 

ଗତ ମାର୍ଚ୍ଚ ୧ରେ ବିଧାନସଭା ଡିସ୍‌ପେନ୍‌ସାରିରେ କୋଭାକ୍ସିନ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମିତିକି ସେ ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ କରିଥିଲେ । ସେହିପରି ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ମନ୍ତ୍ରୀ ଟିକା ନେଇସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ଦୂରାରୋଗ୍ୟରେ ପୀଡ଼ିତଙ୍କୁ ଟିକା ଦିଆଯାଉଛି। ଏହାବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି କହିଥିଲେ ଯେ ଆଗକୁ ରାଜ୍ୟରେ କରୋନା ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିବ। ବିଏସକେୱାଇ ଓ ସିଜିଏପଏସ୍ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲରେ କୋଭିଡ୍ ଟିକାକରଣ ହେବ।

୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତ

ନୂଆଦିଲ୍ଲୀ: ଦେଶର ୬ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର । ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି। ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି। ଚଳିତ ଥର ବୖେଠକ ଶ୍ରୀନଗରରେ ଆୟୋଜିତ କରାଯାଇଥିଲା ।

ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୯-୨୦ ବର୍ଷରେ ମଧ୍ୟ ଏହି ଦର ଧାର୍ଯ୍ୟ କରାଯାଇଥିଲା । ଗତ ୭ ବର୍ଷରେ ୨୦୧୯-୨୦ ସୁଧହାର ସର୍ବନିମ୍ନ ରହିଥିଲା । ୨୦୧୮-୧୯ ଆର୍ଥକ ବର୍ଷରେ ଏହା ୮.୬୫ ରହିଥିଲା । ୧୯୫୨ରେ ପ୍ରଥମେ ୩ ପ୍ରତିଶତ ସୁଧହାରରୁ ଇପିଏଫ ଆରମ୍ଭ ହୋଇଥିଲା। ତେବେ ଏହି ସୁଧହାର କମାଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।

ପିଏମ୍ କଣ୍ଟ୍ରିବ୍ୟୁସନରେ ହ୍ରାସ ହୋଇପାରେ

ଚଳିତ ବର୍ଷ ସମସ୍ତ ୩ ସ୍କିମର ପିଏମ୍ କଣ୍ଟ୍ରିବ୍ୟୁସନରେ ଗତ ଆର୍ଥିକ ବର୍ଷ ତୁଳନାରେ ୫% ହ୍ରାସ ହୋଇପାରେ ବୋଲି  ଇପିଏଫଓ ପକ୍ଷରୁ ଆଶା କରାଯାଉଛି । ତେବେ ଚଳିତ ଆର୍ଥିକ ବର୍ଷରେ କଲେକ୍ସନ ବଜେଟ୍ ଅନୁମାନ ଠାରୁ ପ୍ରାୟ ୧୧% କମ୍ ରହିଥିବା ସୂଚନା ମିଳିଛି ।

ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବାହାରିବାର କାରଣ କହିଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ

ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ଦିଆଯିବା ଘଟଣା । ପେଟ୍ରୋଲ ପମ୍ପରେ ଫରେନସିକ ଟିମ ପହଞ୍ଚି ପମ୍ପକୁ ସିଲ୍ କଲା । ଘଟଣାର ତଦନ୍ତ ଜାରି ରହିଛି । ଖୁବ୍‌ଶୀଘ୍ର ଏହାର ସମାଧାନ ହେବ । ଏଥିପାଇଁ ଯିଏ ଦାୟୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ସନ୍ଧ୍ୟାରେ ଏହି ପେଟ୍ରୋଲ୍‌ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ନେଇ ଅଭିଯୋଗ ଆସିଥିଲା । ଲୋକମାନେ ଗାଡ଼ିରେ ପେଟ୍ରୋଲ ପକାଇ ଯିବା ପରେ ଗାଡ଼ି ଖରାପ ହୋଇଥିଲା । ଏମିତିକି ଅନେକଙ୍କ ଗାଡ଼ି ରାସ୍ତାରେ ଅଟକି ଯାଇଥିଲା । ପରେ ଅପମିଶ୍ରିତ ପେଟ୍ରୋଲ ନେଇ ଉତ୍ତେଜନା ଦେଖାଯାଇଥିଲା ।  ଅପମିଶ୍ରଣ ତେଲ ଯୋଗୁଁ ଗ୍ରାହକ ହୋହଲ୍ଲା କରିଥିଲେ  । ଅପମିଶ୍ରିତ ତେଲ ଯୋଗୁଁ ବାଇକ ଖରାପ ହୋଇଥିବା ଅଭିଯୋଗରେ ଗ୍ରାହକ ଖପ୍ପା ହୋଇଥିଲେ । ତେଲରେ ପାଣି କିମ୍ବା ଜେଲ୍‌ ଭଳି କିଛି ସାମଗ୍ରୀ ମିଶାଇଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ଭରତପୁର ଥାନା ଦ୍ୱାରା ମ୍ୟାନେଜରଙ୍କୁ ଅଟକ ରଖାଯାଇଛି ।

ତେବେ ଫରେନ୍ସିକ୍‌ ଟିମ୍‌ ଆସି ପେଟ୍ରୋଲ ସାମ୍ପୁଲ୍‌ ସଂଗ୍ରହ କରିଛନ୍ତି । ବିଭିନ୍ନ ନୋଜେଲରୁ ସାମ୍ପୂଲ ସଂଗ୍ରହ କରାଯାଇଛି । ତେବେ ରିପୋର୍ଟ ଆସିବା ବେଳକୁ ଦୁଇ ଦିନ ସମୟ ଲାଗିପାରେ । ତେବେ ପେଟ୍ରୋଲ ପମ୍ପ ପକ୍ଷରୁ ପେଟ୍ରୋଲରେ କୌଣସି ପ୍ରକାର ଅପମିଶ୍ରଣ କରାଯାଇନଥିବା କୁହାଯାଇଛି । ପୁରା ପେଟ୍ରୋଲ ପମ୍ପ ଅଟୋମେଟିକ୍‌ ସିଷ୍ଟମ୍‌ ଦ୍ୱାରା ପରିଚାଳିତ । ତେଣୁ ଏଭଳି କୌଣସି ଅପମିଶ୍ରଣ ହୋଇନାହିଁ । ଏଭଳି ଯୁକ୍ତି ବାଢ଼ିଛନ୍ତି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ।

ତେବେ ସେ ଆହୁରି କହିଛନ୍ତି ଯେ, ପେଟ୍ରୋଲରେ ଏକ ପଦାର୍ଥ ମିଶେ ଯାହାକୁ ଇଥାନଲ ବୋଲି କୁହାଯାଏ । ଏହି ଇଥାନଲ ଏମିତି ଏକ ପଦାର୍ଥ ଯାହା ପାଣିରେ ମିଶିଲେ ପାଣି ହୋଇଯାଏ । ତେଣୁ ଯଦି କେହି ବ୍ୟକ୍ତି ସକାଳୁ ନିଜ ବାଇକ୍‌ ଧୋଇଥିବେ ଫଳରେ ଟାଙ୍କିରେ ପାଣି ରହିଥିବ । ପରେ ସେ ଆସି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଥିବେ । ତେବେ ଟାଙ୍କିରେ ଥିବା ପାଣି ଏବଂ ଇଥାନଲ ଉଭୟ ମିଶିବା ଦ୍ୱାରା ଟାଙ୍କିରେ ପାଣିର ମାତ୍ରା ବଢ଼ିଯାଇଥିବ । ଯାହା ଫଳରେ ଏଭଳି ସମସ୍ୟା ଦେଖାଯାଇଛି ବୋଲି ସେ ଅନୁମାନ କରିଛନ୍ତି ।

ପେଟ୍ରୋଲ ପମ୍ପରୁ ବାହାରିଥିବା ଅପମିଶ୍ରିତ ପେଟ୍ରୋଲ ପାଇଁ କର୍ତ୍ତୃପକ୍ଷ କ୍ଷମା ମାଗିଛନ୍ତି । ‘ବୁଧବାର ସନ୍ଧ୍ୟାରେ ଯେଉଁ ତ୍ରୁଟି ଦେଖାଯାଇଥିଲା ତାହା ଆଉ କେବେ ଦେଖାଯିବ ନାହିଁ । ଯାହା ଯାତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଏଥିପ୍ରତି ଆମେ ସାବଧାନ ରହିବୁ । ଏହା ଏକ ରେପୁଟେଡ୍‌ ସଂସ୍ଥା, ଏଥିରେ ଅପମିଶ୍ରଣର ପ୍ରଶ୍ନ ଉଠୁ ନାହିଁ । ଲୋକମାନେ ବିନା ଦ୍ୱିଧାରେ ନିଜ ଗାଡ଼ିରେ ଏଠାରେ ପେଟ୍ରୋଲ ପକାଇପାରିବେ ।’

ହେମଗିରି ବିଇଓ ଓ କିରାଣି ଗିରଫ, ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ

ରାଉରକେଲା/ ଅନୁଗୁଳ: ବନ୍ଧା ହେଲେ ବାବୁ । ଲାଞ୍ଚ ନେଇ ତିନି ତିନି ଜଣ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ଭିଜିଲାନ୍ସ ଚଢ଼ାଉ କରି ବିଇଓ ଓ କିରାଣିଙ୍କୁ ବାନ୍ଧିଥିବା ବେଳେ ଅନୁଗୁଳରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Odisha Vigilance Arrested Two Officer And One Clerk In Bribe Case

୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହେମଗିରି ବିଇଓ ଓ କିରାଣି । ଭିଜିଲାନ୍ସ ବିଭାଗ ୩୫ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣି ବିରଞ୍ଚି ଖିଲାଇଙ୍କୁ ଗିରଫ କରିଛି । ଜଣେ ପ୍ରଧାନଶିକ୍ଷକଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଧରାପଡ଼ିଛନ୍ତି । ଦୁରାବଗା ଛକରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା ।

Odisha Vigilance Arrested Two Officer And One Clerk In Bribe Case

ଅନ୍ୟପଟେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଅଞ୍ଚଳର ଚର୍ତୁଭୂଜ ପୋଢ଼ ନାମକ ଜଣେ ବ୍ୟକ୍ତି ୨୦୦୬ ମସିହାରେ ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ସେତେବେଳେ ମଧ୍ୟ ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ ଥିଲେ । ଚାକିରି କରାଇ ଦେବା କହି ଚର୍ତୁଭୂଜଙ୍କୁ ଟଙ୍କା ମାଗି ଆସୁଥିଲେ ଚାରୁଲତା ।

Odisha Vigilance Arrested Two Officer And One Clerk In Bribe Case

ତେବେ ଚର୍ତୁଭୂଜ ଟଙ୍କା ଦେବାକୁ ସକ୍ଷମ ନ ଥିବାରୁ ଆକ୍ରୋଶମୂଳକ ଭାବେ ଚାରୁଲତା ଗତ ୩ ମାସ ହେଲା ଚର୍ତୁଭୂଜଙ୍କ ଦରମା ବନ୍ଦ କରି ଦେଇଥିଲେ । ବକେୟା ଦରମା ପାସ୍ କରିବାକୁ ଏବଂ ଚାକିରୀ ବାବଦରେ ୫୦ ହଜାର ଟଙ୍କା ଦାବି କରିଥିଲେ । ଏଥିପାଇଁ ଚର୍ତୁଭୂଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ପ୍ରକାରେ ଆଜି ୪୯ ହଜାର ଟଙ୍କା ଲାଞ୍ଚ ଦେବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଚାରୁଲତାଙ୍କୁ ଗିରଫ କରିଛି ।

‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ ବିଜେପିର କେରଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଖୁବଶୀଘ୍ର ହେବାକୁ ଯାଉଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ । ଯାହା ମଧ୍ୟରେ ରହିଛି କେରଳ। ଏଭଳି ସମୟରେ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ କହିଛନ୍ତି ଯେ ‘ମେଟ୍ରା ମ୍ୟାନ୍’ ଇ ଶ୍ରୀଧରନ କେରଳରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।

ମୁରଲୀଧରନଙ୍କ ପୂର୍ବରୁ କେରଳ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ କହିଥିଲେ, କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅପିଲ କରାଯାଇଛି ଯେ ଇ ଶ୍ରୀଧରନଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଉ । ଯାହା ପରେ କେନ୍ଦ୍ର ମନ୍ତ୍ରୀ ବି ମୁରଲୀଧରନ ମେଟ୍ରାେ ମ୍ୟାନଙ୍କୁ କେରଳରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ବିଜେପି ପକ୍ଷରୁ ବିଜୟ ଯାତ୍ରା ଅଭିଯାନ କରାଯାଉଥିବା ବେଳେ ଦଳର ପ୍ରଦେଶ ଅଧ୍ୟକ୍ଷ କେ. ସୁରେନ୍ଦ୍ରନ ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି, “ଦଳ ଖୁବ ଶୀଘ୍ର ଅନ୍ୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିବ’’।

ପ୍ରାୟ ଦୁଇ ସପ୍ତାହ ପୂର୍ବେ ବିଜେପିରେ ଯୋଗଦେବା ପାଇଁ ଘୋଷଣା କରିବା ପରେ ସେ ଏହି ରାଜନୖେତିକ ଦଳରେ ଯୋଗ ଦେଇଥିଲେ । ଦିଲ୍ଲୀ ମେଟ୍ରାେ ଭଳି ସ୍ବପ୍ନକୁ ସତ କରିଥିବା ଶ୍ରୀଧରନ ଦେଶରେ ଅନେକ ସହରରେ ମେଟ୍ରୋ ପ୍ରୋଜେକ୍ଟରେ ସହଯୋଗ ମଧ୍ୟ କରିଥିଲେ ।

Ease of Living Index 2020: ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଭୁବନେଶ୍ୱର ଦ୍ୱିତୀୟ 

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏହି ଦୁଇଟି ବର୍ଗରେ ୧୦ ନମ୍ବରରେ ମଧ୍ୟ ପହଞ୍ଚି ପାରିନଥିବା ବେଳେ ୧୩ ତମ ସ୍ଥାନରେ ରହିଛି ।

govt-issued-ease-of-living-index-ranking-2021

ଦେଶର ୧୧୧ଟି ସହରକୁ ନେଇ ସର୍ଭେ-

ଏହି ସର୍ଭେରେ ଦେଶର ୧୧୧ ଟି ସହର ଭାଗ ନେଇଥିଲେ । ସହରଗୁଡିକୁ ଦୁଇଟି ବର୍ଗରେ ଭାଗ କରାଯାଇଥିଲା । ପ୍ରଥମ କାଟେଗୋରୀରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଥିଲା । ତନ୍ମଧ୍ୟରେ ଗୁଣବତ୍ତା ସ୍ତର ଏବଂ ବିକାଶମୂଳକ କାର୍ଯ୍ୟ ଯାହା ଲୋକଙ୍କ ଜୀବନଧାରଣ ଉପରେ ପ୍ରଭାବ ପକାଉଛି ।

୨୦୧୮ରେ ରାଙ୍କିଂ ଆରମ୍ଭ ହୋଇଥିଲା-

୨୦୧୮ ରେ ପ୍ରଥମ ଥର ପାଇଁ ସହରଗୁଡିକୁ ରାଙ୍କିଂ ଦିଆଯାଇଥିଲା ବେଳେ ଦ୍ୱିତୀୟ ଥର ୨୦୨୦ରେ ସହରଗୁଡିକର ରାଙ୍କିଂ କରାଯାଇଛି । ଏହି ବର୍ଗରେ ମୁଖ୍ୟତ ତିନୋଟି ପିଲର ରଖାଯାଇଥିଲା । ଜୀବନ ଧାରଣର ଗୁଣବତ୍ତା ପାଇଁ ପ୍ରଥମ ପିଲରରେ ୩୫% ମାର୍କ ରଖାଯାଇଥିଲା ଜ୍ଝ ୨ୟ ପାଇଁ ଆର୍ଥିକ ଯୋଗ୍ୟତାରେ ୧୫ ପ୍ରତିଶତ ମାର୍କ ଏବଂ ବିକାଶ ପାଇଁ ୨୦ ପ୍ରତିଶତ ମାର୍କ ରହିଥିଲା । ଅବଶିଷ୍ଟ ୩୦ ପ୍ରତିଶତ ଲୋକଙ୍କ ଗହଣରେ ସର୍ଭେ ପାଇଁ ରଖାଯାଇଥିଲା ବେଳେ ୪୯ଟି ସୂଚକାଙ୍କୁ ଆଧାର କରି ରାଙ୍କିଂ କରାଯାଇଥିଲା।

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ବେଙ୍ଗାଲୁରୁ – ୬୬.୭୦
୨. ପୁଣେ – ୬୬.୨୭
୩. ଅହମ୍ମଦାବାଦ – ୬୪.୮୭
୪. ଚେନ୍ନାଇ – ୬୨.୬୧
୫. ସୁରଟ- ୬୧.୭୩
୬. ନବି ମୁମ୍ବାଇ – ୬୧.୬୦
୭. କୋଏମ୍ବାଟୁର – ୫୯.୭୨
୮. ବଡୋଦରା -୫୯.୨୪
୯. ଇନ୍ଦୋର – ୫୮.୫୮
୧୦. ଗ୍ରେଟର ମୁମ୍ବାଇ – ୫୮.୨୩

୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ଶିମଲା – ୬୦.୯୦
୨. ଭୁବନେଶ୍ୱର – ୫୯.୮୫
୩. ସିଲଭାସା -୫୮.୪୩
୪. କାକିନାଡା – ୫୬.୮୪
୫. ସେଲମ୍ – ୫୬.୪୦
୬. ଭେଲୋର – ୫୬.୩୮
୭. ଗାନ୍ଧିନଗର – ୫୬.୨୫
୮. ଗୁରୁଗ୍ରାମ -୫୬.୦୦
୯. ଦାଭନଗେରେ -୫୫.୨୫
୧୦. ତିରୁଚିରାପଲ୍ଲୀ – ୫୫.୨୪

ରେଲୱେ ବ୍ରିଜ୍ ତଳୁ ବର୍ଷକର ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ବଡ଼ଶଙ୍ଖ ନିକଟ ରେଲୱେ ବ୍ରିଜ୍ ତଳୁ ଜଣେ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଶୁକନ୍ୟାର ବୟସ ବର୍ଷେ କିମ୍ବା ଦେଢ଼ ବର୍ଷ ହୋଇଥିବା ବେଳେ କେହି ମାରିବା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରି ରେଳ ବ୍ରିଜ୍ କଡ଼ରେ ଫୋପାଡ଼ି ଦେଇଛି ।

Headless Body Of One Year Girl Child Found In Ganjam

ଶିଶୁକନ୍ୟାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି l ଶିଶୁକନ୍ୟାଟିର ପରିଚୟ ମିଳିପାରିନାହିଁ ।

ସୁସ୍ୱାଦୁ ଖାଇବା ରୋଷେଇ ନ କରିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ: ରୋଷେଇ ସୁସ୍ୱାଦୁ ନହେବାରୁ ମଣିଷ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ମୁମ୍ବାଇର ଦହିସର ଅଞ୍ଚଳରେ । ଖାଦ୍ୟ ସୁସ୍ୱାଦୁ ହୋଇ ନ ଥିବାରୁ ଜଣେ ଶ୍ରମିକ ତାଙ୍କ ୨୭ ବର୍ଷୀୟ ସାଙ୍ଗକୁ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତଙ୍କ ଭଳି ପୀଡ଼ିତ ମଧ୍ୟ ଜଣେ ଶ୍ରମିକ ଥିଲେ। ଅଭିଯୁକ୍ତଙ୍କ ଆଶାନୁଯାୟୀ ରୋଷେଇ କରିବାରେ ବିଫଳ ହୋଇଥିଲେ ପୀଡ଼ିତ। ଏହା ପରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ବେଲ୍‌ଚାରେ ପୀଡ଼ିତଙ୍କ ମୁଣ୍ଡକୁ ପିଟିଦେଇଥିଲେ ଅଭିଯୁକ୍ତ।

ଘଟଣା ସ୍ଥଳରେ ହିଁ ରୋଷେଇ କରିଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ଆଉ ଜଣେ ଶ୍ରମିକ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।