spot_img
Home Blog Page 5923

ଧର୍ମଗଡ଼ରେ ବାଇକ୍-ବସ୍ ମୁହାଁମୁହିଁ, ୩ ଜଣଙ୍କ ମୃତ୍ୟୁ

ଧର୍ମଗଡ଼: ବାଇକ୍ ଉପରେ ମାଡ଼ିଗଲା ବସ୍ । ଦୁର୍ଘଟଣାରେ ତିନି ମୃତ, ଜଣେ ଗୁରୁତର ଆହତ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ବାଇକ୍ ଉପରେ ମାଡ଼ି ଯାଇଛି । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Bike-Bus Collision, 3 Died In Dharmagarh Kalahandi

ମୃତକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ଘଟାଇ ଥିବା ବସଟି କେ. ଗାଁ ପଟୁ ଧର୍ମଗଡ଼ ଅଭିମୁଖେ ଆସୁଥିବା ବେଳେ ବାଇକଟି ଗୋଲାମୁଣ୍ଡାରୁ କେ.ଗାଁକୁ ଯାଉଥିଲା । ଡଙ୍ଗରିଗୁଡ଼ା ନିକଟରେ ବାଇକ୍ ଉପରେ ବସଟି ଚଢ଼ି ଯାଇଥିଲା । ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଗୁରୁତର ନାବାଳିକାକୁ ଉଦ୍ଧାର କରି ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ

ନୂଆଦିଲ୍ଲୀ  : ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ଖୁବ୍‌ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା । ଅନୁଷ୍କା ଶର୍ମା, କରୀନା କପୁର, କପିଲ ଶର୍ମା ପ୍ରମୁଖ ଅନେକ ସେଲିବ୍ରିଟିଙ୍କ ପରେ ଏବେ ଶ୍ରେୟା ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଯାଉଛନ୍ତି ।

ଶ୍ରେୟା ଗୁରୁବାର ସକାଳେ ଟ୍ଵିଟ୍‌ କରି ଲେଖିଛନ୍ତି, ବେବି ଶ୍ରେୟାଦିତ୍ୟ ଆସୁଛି । ଏଥିପାଇଁ ମୋ ସ୍ୱାମୀ ଓ ମୁଁ ଖୁବ୍‌ ଏକ୍ସାଇଟେଡ୍‌ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ କାମନା କରୁଛି । ସୂଚନାଯୋଗ୍ୟ ଯେ ଶ୍ରେୟା ୨୦୧୫ରେ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ ।

ଲକ୍‌ଡାଉନ୍‌ ବେଳେ ଶ୍ରେୟାଙ୍କ ଗୀତ ଅଙ୍ଗଦା ମୋରେ ରିଲିଜ୍‌ ହୋଇଥିଲା । ଶ୍ରେୟା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ବୋର୍‌ ହେଉଥିବା ବେଳେ ଏହି ଗୀତ କରିବାକୁ ଭାବିଥିଲେ । ସେ କହିଥିଲେ, ମହାମାରୀ ସମସ୍ତଙ୍କ ପାଇଁ ଡିପ୍ରେସନ୍‌ର କାରଣ ପାଲଟିଛି । ଲକ୍‌ଡାଉନ୍‌ ଯୋଗୁ ସେ ପରିବାର ସହ ସମୟ କାଟିଥିଲେ ।

ଶୁଦ୍ଧ କହି ଠକୁଛି ସଫୋଲା, ମହୁ ନାଁରେ ଅନଲାଇନରେ ବିକୁଛି ଚିନି ସିରା

ଭୁବନେଶ୍ୱର: ମହୁ ନାଁରେ ବିକ୍ରି ହେଉଛି ଚିନି ସିରପ୍ । ସଫୋଲା ବ୍ରାଣ୍ଡରେ ବିକ୍ରି ହେଉଛି ବିଷ । ବ୍ରାଣ୍ଡ, ଷ୍ଟିକରିଂ ସବୁ ସମାନ । ଡବା ଭିତରେ ଅଛି ୧୦୦ ପ୍ରତିଶତ ଶୁଦ୍ଧ ମହୁ । ମିଶୁନି ଚିନି, ଏହା ହେଉଛି ମାରିକୋ ସଫୋଲାର ଦାବି ।

Saffola Supplies Sugar Syrup As Honey In Online

ତେବେ, ଏହି ଦାବି କେତେ ସତ କେତେ ମିଛ । ଆମେ କହିବୁ ଆପଣଙ୍କୁ । ସଫୋଲା ବ୍ରାଣ୍ଡରେ ମାରିକୋ ତେଲଠୁ ନେଇ ମହୁ ସବୁ କିଛି ବିକ୍ରି କରୁଛି । ସୋସିଆଲ୍ ମିଡିଆରେ ବିଜ୍ଞାପନ ବି ଦେଉଛି କମ୍ପାନୀ ମହୁର ଶୁଦ୍ଧତାକୁ ନେଇ । ଏମିତିକି କମ୍ପାନୀ ନିଜ ୱେବସାଇଟ୍ https://saffola.marico.in/ ରେ ସବୁ ସାମଗ୍ରୀ ବିକ୍ରି କରୁଛି । କମ୍ପାନୀର ୱେବସାଇଟରୁ ରାଜଧାନୀର ଜଣେ ବାସିନ୍ଦା ୨୦୨୧ ଜାନୁଆରୀ ୧୧ ତାରିଖରେ ମହୁ ଅର୍ଡର କରିଥିଲେ । ୨୫୦ ଗ୍ରାମର ମହୁ ମଧ୍ୟ ଗ୍ରାହକଙ୍କୁ ମିଳିଥିଲା ।

Saffola Supplies Sugar Syrup As Honey In Online

ଗ୍ରାହକ ଅର୍ଡର କରିଥିବା ମହୁର ବ୍ୟାଚ୍ ନମ୍ବର K33 । ଏହି ମହୁଟି ୨୦୨୦ ଡିସେମ୍ବର ୦୨ ତାରିଖରେ ପ୍ୟାକେଜିଂ ହୋଇଛି । କମ୍ପାନୀ ଅନୁସାରେ ପ୍ୟାକେଜିଂର ୧୮ ମାସ ମଧ୍ୟରେ ମହୁକୁ ଆପଣ ବ୍ୟବହାର କରିପାରିବେ । ଗ୍ରାହକ ସଫୋଲା ଉପରେ ଭରସା କରି ମହୁ କିଣିଥିଲେ । କିନ୍ତୁ ସଫୋଲା ଶୁଦ୍ଧ ମହୁ ନାଁରେ ଧୋକ୍କା ଦେଇଛି । ଅଭିଯୋଗ ଅନୁସାରେ, ଗ୍ରାହକ ଜଣଙ୍କୁ ମହୁ ନୁହେଁ ବରଂ ଚିନି ସିରପ୍ ମିଳିଛି । ଏନେଇ ଗ୍ରାହକ କମ୍ପାନୀକୁ ଫେବ୍ରୁଆରୀ ୧୮ ତାରିଖରେ ଅଭିଯୋଗ କରିଥିଲେ ।

Saffola Supplies Sugar Syrup As Honey In Online

କମ୍ପାନୀ ପକ୍ଷରୁ କୁହାଯାଇଥିଲା- ସଫୋଲା ମହୁ ସମ୍ପୂର୍ଣ୍ଣ ଶୁଦ୍ଧ । ଏଥିରେ କୌଣସି ପିଜର୍ଭେଟିଭ୍ ମିଶା ଯାଇନାହିଁ । ଗ୍ରାହକ ମହୁର ମାନ ଏବଂ ଚିନି ଭଳି ମିଠା ଲାଗୁଥିବା କହିଥିଲେ । କମ୍ପାନୀ ଅଧିକାରୀଙ୍କ ଉତ୍ତର ଥିଲା- ମହୁରେ ନାଚୁରାଲ ସୁଗାର (ପ୍ରାକ୍ରୁତିକ ଚିନି) ରହିଛି । ନ୍ୟାସନାଲ ହନି ବୋର୍ଡ ଅନୁସାରେ ଶୁଦ୍ଧ ମହୁରେ ନାଚୁରାଲ୍ ସୁଗାର ଗ୍ଲୁକୋଜ୍ ପ୍ରପୋଜ୍ ନାଁରେ ଥାଏ ବୋଲି କହିଥିଲେ । ଯାହାକି ଥଣ୍ଡାରେ ଜମି ଯାଇଥାଏ । ଆପଣ କିଣିଥିବା ମହୁ ପଞ୍ଜାବରେ ପ୍ରସ୍ତୁତ ହୋଇଛି । ଥଣ୍ଡା ସମୟରେ ମହୁ ପ୍ରସ୍ତୁତ ହୋଇଥିବାରୁ ଏହା ବସିଯାଇଛି ବୋଲି କମ୍ପାନୀ ଦାବି କରିଥିଲା । ଏଥିସହ ଉକ୍ତ ମହୁ ବ୍ୟାଚକୁ କମ୍ପାନୀ ଟେଷ୍ଟ କରିଥିବା କହିଥିଲେ ଅଧିକାରୀ । ଗ୍ରାହକଙ୍କୁ ଦାବି ପରେ କମ୍ପାନୀ ୨୫୦ ଗ୍ରାମର ମହୁକୁ ରିପ୍ଲେସ୍ କରିଛି ।

Saffola Supplies Sugar Syrup As Honey In Online

ରିପ୍ଲେସ୍ ଏବଂ ପୂର୍ବରୁ ଅର୍ଡର ହୋଇଥିବା ମହୁ ମଧ୍ୟରେ ପାର୍ଥକ୍ୟ ଦେଖନ୍ତୁ । ପୂର୍ବରୁ ମିଳିଥିବା ମହୁ ଦେଖିବାକୁ ହଳଦିଆ ରଙ୍ଗରେ ହୋଇଥିବା ବେଳେ ଏଥିରେ ଚିନି ସିରା ଭଳି ଛୋଟ ଛୋଟ ଦାନା ରହିଛି । ଆଉ ଏବେ ଗ୍ରାହକଙ୍କୁ ମିଳିଥିବା ମହୁର ରଙ୍ଗ ଲାଲ୍ ଥିବାବେଳେ ଏଥିରେ କୌଣସି ଚିନି ଦାନା ଦେଖାଯାଉ ନାହିଁ । ରିପୋର୍ଟ ଅନୁସାରେ, ୨୦୨୦ ଡିସେମ୍ବର ୨ରେ ସଫୋଲା ସମେତ ଅନ୍ୟ ୨ଟି ବ୍ରାଣ୍ଡର ମହୁକୁ ଭାରତ ଓ ଜର୍ମାନୀରେ ଟେଷ୍ଟ କରିବା ପରେ ଶୁଦ୍ଧତା ପ୍ରମାଣପତ୍ର ଦେଇଛି FSSAI ।

Saffola Supplies Sugar Syrup As Honey In Online

କିନ୍ତୁ, ମାରିକୋ ସଫୋଲା ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇ ମହୁ ନାଁରେ ଚିନି ସିରପ୍ ବିକୁଛି । ତାହା ପୁଣି କମ୍ପାନୀର ନିଜସ୍ୱ ଇ-କମର୍ସ ୱେବସାଇଟରେ । ଆଉ ଗ୍ରାହକଙ୍କ ଅଭିଯୋଗ ପରେ ମିଳୁଛି ଶୁଦ୍ଧ ମହୁ । ମହୁ ନିତିଦିନିଆ ଜୀବନର ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଛୋଟ ଛୁଆଠାରୁ ରୋଗୀଣା ମଣିଷ ସମସ୍ତଙ୍କ ଆବଶ୍ୟକ ହୋଇଥାଏ । ସଫୋଲା ଏଭଳି ଅପମିଶ୍ରିତ ମହୁ ବିକ୍ରି କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ FSSAI କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତାପସୀଙ୍କ ସମର୍ଥନରେ ଟିଏମସି ସାଂସଦ, କହିଲେ IT ରେଡ୍ ପଛର କାରଣ…

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ରେଡ୍ ପରେ ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ମଧ୍ୟ ରେଡକୁ ନେଇ କଟାକ୍ଷ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ସରକାର ସେମାନଙ୍କୁ ପ୍ରଶ୍ରୟ ଦିଅନ୍ତି ଯେଉଁମାନେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥାନ୍ତି । ହେଲେ ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ସେମାନଙ୍କୁ ରେଡର ସମ୍ମୁଖୀନ ହେବାକୁ ପଡେ । ‘‘ବଲିଉଡର ଯେଉଁ ମାନେ ମୁଣ୍ଡ ନୁଆଁନ୍ତି ସେମାନେ Y ଶ୍ରେଣୀ ସୁରକ୍ଷା ପାଇଥାନ୍ତି । ଆଉ ଯେଉଁ ମାନେ କୃଷକଙ୍କ ସହ ରହିଥାନ୍ତି ସେମାନଙ୍କ ଘରେ ଆଇଟି ରେଡ୍ ପଡିଥାଏ’’।

ଏହାର କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଥିଲେ ଯେ, IT-CBI-EDକୁ ସରକାର ଆଙ୍ଗୁଳିରେ ନଚେଇ ଥାଆନ୍ତି । ଭିଗି ବିଲ୍ଲୀ ଅର୍ଥାତ୍ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ମିତ୍ର ମିଡିଆ ।

ସୂଚନାଯୋଗ୍ୟ, ଗତ  ବୁଧବାର ଦିନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ, ମିତ୍ତଲର ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲର ନିପୋନ୍ ଷ୍ଟିଲ୍ । ଏନେଇ ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଗୁରୁବାର ସ୍ବାକ୍ଷରିତ ହୋଇଛି ଏମଓୟୁ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ କରାଯାଇଛି ।

ଏହି ଷ୍ଟିଲ୍ ପ୍ଲାଣ୍ଟ ଲାଗି ମିତ୍ତଲ ପକ୍ଷରୁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉ ଥିବା ନେଇ ସୂଚନା ମିଳିଛି । ଏପରିକି କେନ୍ଦ୍ରାପଡ଼ାରେ ନିର୍ମାଣ ହେବାକୁ ଥିବା ଏହି ଇସ୍ପାତ କାରଖାନାଟି ପାଖାପାଖି ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ହେବ ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ ।

 

ତେବେ ଏହା ପୂର୍ବରୁ ନବୀନ ନିବାସରେ ମିତ୍ତଲ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ମଧ୍ୟରେ ଏହି ପ୍ରକଳ୍ପ ନେଇ ଆଲୋଚନା କରାଯାଇଥିଲା।

ଆଇଟି ରେଡରୁ ତାପସୀଙ୍କ ଘରୁ କ’ଣ ମିଳିଲା ?

ମୁମ୍ବାଇ: ବୁଧବାର ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ପ୍ରାୟ ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଏମିତିକି ରାତି ପ୍ରାୟ ୧୧ ଟା ସମୟରେ ଅନୁରାଗ ଓ ତାପସୀଙ୍କୁ ପଚରାଉଚରା କରିଥିଲା । ଆୟକର ବିଭାଗର ଏହି ରେଡ୍ ଗୋଟିଏ ଦିନରେ ହିଁ ସରିନାହିଁ । ଗୁରୁବାର ଦିନ ତମାମ ଏହି ରେଡ୍ ଚାଲିବ ବୋଲି ଆଶଙ୍କା କରାଯାଉଛି ।

ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

ରେଡ୍ କେତେ ଦିନ ଚାଲିବ?
ଏହି ଚଢ଼ଉ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି । କାରଣ ଏନେଇ ଆୟକର ବିଭାଗର ସେଭଳି କିଛି ସୂଚନା ରହିଛି । ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି ତେଣୁ ଚଢ଼ଉ ଲମ୍ବା ଚାଲିପାରେ । ଏମିତିକି ଏହା ମଧ୍ୟ କୁହାଯାଉଛି ଯେ, ଚଢ଼ଉ ୩ ଦିନ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି । ଆୟକର ଅଧିକାରୀମାନେ ସମସ୍ତ ପ୍ରକାର ଡିଜିଟାଲ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି । ଏଥିପାଇଁ ସେମାନଙ୍କୁ ଅନେକ ଫାଇଲ୍ ଡାଉନଲୋଡ୍ କରିବାକୁ ପଡ଼ୁଛି । ଏହି କାରଣରୁ ମଧ୍ୟ ଅଧିକ ସମୟ ଲାଗୁଛି ।

ଆଇଟି ବିଭାଗକୁ ଅନେକ ପ୍ରମାଣ ମିଳିଛି
ଚଢ଼ଉ ବେଳେ ଆୟକର ବିଭାଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନେ ଜବତ କରିଛନ୍ତି । ସେହି ପ୍ରମାଣକୁ ଆଧାର କରି ଅଧିକ ତଦନ୍ତ କରାଯାଉଛି ବା ଅଧିକ ଖୋଳତାଡ଼ କରାଯାଉଛି । କମ୍ପାନୀ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉଛି । ସେମାନଙ୍କୁ ପଚରା ଉଚରା ମଧ୍ୟ କରାଯାଉଛି।

ଆମେ ଏଠି କହି ରଖୁଛୁ ଯେ, ଅନୁରାଗ କଶ୍ୟପ, ମଧୁ ମନଟେନା, ବିକ୍ରମାଦିତ୍ୟ ମୋଟଓ୍ୱାନେ ଓ ବିକାଶ ବହଲ ମିଶି ଫ୍ୟାଣ୍ଟମ ଫିଲ୍ମସ ନାଁରେ ୨୦୧୧ରେ ଏକ କମ୍ପାନୀ ଖୋଲିଥିଲେ । ସେହି କମ୍ପାନୀ ଅବଶ୍ୟ ୨୦୧୮ରେ ବନ୍ଦ ହୋଇଯାଇଥିଲା । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଏବଂ ଏମାନଙ୍କ ରିଟର୍ଣ୍ଣ ଫାଇଲ୍ ମଧ୍ୟରେ କୌଣସି ତାଳମେଳ ନାହିଁ । ତେଣୁ ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ, କମ୍ପାନୀ ପକ୍ଷରୁ ଟାକ୍ସ ଚୋରି କରାଯାଇଛି । ଏହି ମାମଲାରେ ପ୍ରଥମେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା ପରେ ଓ୍ୱାରେଣ୍ଟ ବାହାର କରାଯାଇଥିଲା ।

ବିରୋଧୀ ଦଳ ନେତାମାନେ ଏଭଳି ରେଡକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ଘାଟିରୁ ଓଲଟିଲା ବସ, ୧୦ ଗୁରୁତର ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ କରଂଜିଆ ରାସ୍ତାର ଶାତକୋଶିଆ ଘାଟିରେ ଗୁରୁବାର ଦିନ ଏକ ବସ୍‌ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା  ମିଳିଛି।

ସୂଚନା ଅନୁଯାୟୀ, ୪୦ ରୁ ଉର୍ଧ ଯାତ୍ରୀଙ୍କୁ ନେଇ କରଂଜିଆ ରୁ ଭୁବନେଶ୍ୱର ଯାଉଥିବା ହ୍ୟୁମାନ ନାମକ ବସ୍ ଶାତକୋଶିଆ ଘାଟି ଠାରେ ଓଲଟି ପଡିଥିଲା। କୗେଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡିଟି  ଘାଟି ତଳକୁ ଖସି ପଡିଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆନନ୍ଦପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଅପରପକ୍ଷେ ଆହତ ମାନଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣାର ସଠିକ୍ କାରଣ ଏଯାବତ୍ ଜଣାପଡି ନାହିଁ ।

ଜାଲ ସାର୍ଟିଫିକେଟ ଦେଇ ଟିକା ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜାଲ ସାର୍ଟିଫିକେଟ ଦେଇ ଟିକା ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଟିକା ନେବା ପୂର୍ବରୁ ରେଜିଷ୍ଟର ମେଡିକାଲର ସାର୍ଟିଫିକେଟ ଯାଞ୍ଚ କରାଯାଉଛି। ରାଜ୍ୟରେ ୨୪ ଘଣ୍ଟିଆ ଟିକାକରଣ ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି। ଏନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ଲକ୍ଷ ୯୬ ହଜାର ୭୫୦ ଜଣଙ୍କୁ ଟିକା ଦିଆ ଗଲାଣି। ଗତକାଲି ସୁଦ୍ଧା ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ୫୮ ହଜାର ୧୪୯ ଜଣକୁ ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ଟି ଘରୋଇ ହସ୍ପିଟାଲରେ ଟିକାକରଣ କରାଯାଉଛି। ଆଗକୁ ଆହୁରି ଅନେକ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ୍ ଉପରେ ଗୋଡ଼ ପଡ଼ିଗଲା, ୨ ଯବାନ ଶହୀଦ

ମାଲକାନାଗିରି: ଝାଡ଼ଖଣ୍ଡରେ IED ବିସ୍ଫୋରଣ, ୨ଯବାନ ଶହୀଦ। ବିସ୍ଫୋରଣରେ ଅନ୍ୟ ୩ ଯବାନ ଆହତ। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମିରେ ହୋଇଛି ବିସ୍ଫୋରଣ। ପୁରା ଅଞ୍ଚଳରେ ଝାଡ଼ଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଯବାନଙ୍କ ଉଦ୍ଦେଶ୍ୟରେ ନକ୍ସଲ ଆଇଇଡି ଖଞ୍ଜିଥିବା ସୂଚନା ମିଳିଛି। ଶହୀଦ ଯବାନ ହେଲେ ହାର୍ଦ୍ୟର ସାହା ଏବଂ କିରଣ ସୁରିନ। ଗୁରୁତର ତିନି ଯବାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି। ଲ୍ୟାଣ୍ଡ ମାଇନ୍ ବ୍ଲାଷ୍ଟ୍ ପରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଜି ସକାଳେ ଟୋକ୍ଲୋ ଥାନା ଅନ୍ତର୍ଗତ ଲାଞ୍ଜି ଜଙ୍ଗଲରେ ଜିଲ୍ଲା ପୋଲିସ୍ ଏବଂ ସି ଆର୍ ପି ଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ହଠାତ୍ ସି ଆର୍ ପି ଏଫ୍ ଯବାନଙ୍କ ଗୋଡ ପଡ଼ିଥିଲା ଲ୍ୟାଣ୍ଡ ମାଇନ୍ ଉପରେ।

ଅପରେସନ ସମୟରେ ଖାଦ୍ୟନଳୀ କାଟିଦେଲେ ଡାକ୍ତର, ଅଭିଯୋଗ ଆଣିଲେ ପରିବାର ଲୋକେ

ବୁର୍ଲା: ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର। ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବାର ନିୟନ୍ତ୍ରଣ ଅପରେସନ ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାବେଳେ ସେ ବୁର୍ଲାର ସର୍ଜରି ବିଭାଗରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅପରେସନ ପାଇଁ ଲଖନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ତେବେ ସେଠାରେ ତାଙ୍କର ନସବନ୍ଦୀ ଅପରେସନ କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଛି। ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି।