spot_img
Home Blog Page 5921

ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଏହି ଅବସରରେ ବିଜୁ ଛାତ୍ରଜନତା ଦଳ ଆୟୋଜନ କରିଛି ସାଇକେଲ ରାଲି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଗଡ଼ିଲା ଶହ ଶହ ସାଇକେଲ । ହଜାର ହଜାର ଯୁବକ ଯୁବତୀ, ଛାତ୍ରଛାତ୍ରୀ ରାଲିରେ ସାମିଲ ।  ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ଯିବ । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।

ଅପରପକ୍ଷରେ ନୂତନ ଓଡ଼ିଶାର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳ କରୁଛନ୍ତି ରାଜ୍ୟ ସରକାର । ଏ ଅବସରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୦୧୨ରୁ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳିନ କରିଆସୁଛନ୍ତି ।

ମଞ୍ଚରେ କାନ ଧରି ନେତା ହେଲେ ବସ୍ ଉଠ, କହିଲେ ପାପର କରୁଛି ପ୍ରାୟଶ୍ଚିତ

କୋଲକାତା: ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ନିର୍ବାଚନ ପାଖଉଛି, ଉଷ୍ଣତା ବଢ଼ୁଛି । ଜାରି ରହିଛି ନେତାଙ୍କ ଦଳ ଅଦଳବଦଳ । ନିର୍ବାଚନ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଜନସଭା ମାନ ଆୟୋଜିତ ହେଉଥିବା ବେଳେ ନେତା ଷ୍ଟେଜରେ ବସ୍ ଉଠ ହେବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

TMC leader does ‘uthak-baithak’ on stage as he joins BJP

ନିକଟରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ ବ୍ଲକ ସ୍ତରର ନେତା ସୁଶାନ୍ତ ପାଲ୍ । ସେ ବିଜେପିରେ ମିଶିବା ପରେ ମଞ୍ଚରେ କାନ ଧରି ଉଠ ବସ୍ ହୋଇଛନ୍ତି । ଆୟୋଜିତ ଏକ ଜନସଭାରେ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ମଞ୍ଚରେ ଉଠ ବସ୍ ହୋଇଛନ୍ତି ଟିଏମସର ଏହି ପୂର୍ବତନ ନେତା । ଟିଏମସିରେ ଏତେ ଦିନ ଥିବାରୁ ପାପର ପ୍ରାୟଶ୍ଚିତ କରୁଥିବା ସୁଶାନ୍ତ କହିଛନ୍ତି ।

TMC leader does ‘uthak-baithak’ on stage as he joins BJP

ଜନସଭାରେ ଉଦବୋଧନ ଦେଇ ସୁଶାନ୍ତ ପାଲ୍ କହିଛନ୍ତି- ସେ ପୂର୍ବରୁ ବିଜେପି ନେତା ଥିଲେ । କିନ୍ତୁ, ୨୦୦୫ ମସିହାରେ ସରକାରରୁ ବାମଦଳକୁ ଗାଦିଚ୍ୟୁତ୍ କରିବାକୁ ଟିଏମସିରେ ମିଶିଥିଲି । ମୋତେ ସେଥିପାଇଁ କ୍ଷମା କରି ଦିଅନ୍ତୁ । ମୋ ପାପ ପାଇଁ ନିଜକୁ ନିଜେ ଶାସ୍ତି ଦେଉଛି କହି ସମସ୍ତ ସାମ୍ନାରେ କାନ ଧରି ମଞ୍ଚରେ ବସ୍ ଉଠ୍ ହୋଇଥିଲେ ସୁଶାନ୍ତ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଚାକିରିଆଙ୍କ ପାଇଁ ବଡ ଖବର,ଏପ୍ରିଲ ୧ରୁ ୧୨ ଘଣ୍ଟା କାମ ସହ ବଢିବ ପିଏଫ୍

ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ଏପ୍ରିଲରେ ହୋଇପାରେ ବଡ଼ ପରିବର୍ତ୍ତନ।   ଚାକିରିଆଙ୍କ ୱର୍କିଂ ଟାଇମ୍, ଗ୍ରାଚ୍ୟୁଟି ଏବଂ ପିଏଫ ଅବଦାନ ନେଇ ହୋଇପାରେ ବଡ଼ ପରିବର୍ତ୍ତନ। ଆଗକୁ ଆପଣଙ୍କ ଦରମାର ପୂରା ଢାଞ୍ଚା ବଦଳିପାରେ ଯାହା ଆପଣଙ୍କ ପକେଟକୁ ବାଧିବ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ୍। ଏହି ନୂଆ ଲେବର କୋଡରେ ଘଟିବାକୁ ଯାଉଛି ବହୁତ ପରିବର୍ତ୍ତନ। ଆସନ୍ତୁ ଜାଣିବା କଣ ଏହି ସବୁ ପରିବର୍ତ୍ତନ।

୧. ଦରମାରେ ହେବ ପରିବର୍ତ୍ତନ: ଦରମା ଢ଼ାଞ୍ଚା ବା ପେ ଷ୍ଟ୍ରକ୍ଚର ଲାଗୁ ହୋଇପାରେ। ନୂଆ ଷ୍ଟ୍ରକ୍ଚର ଆଧାରରେ ଆପଣଙ୍କ ଦରମାରେ ବେସିକ୍ ଦରମା ୫୦ କିମ୍ବା ତାଠୁ ଅଧିକ ରଖିବାକୁ ପଡ଼ିବ।  ସରକାରଙ୍କ ଅନୁଯାୟୀ ଏହାଦ୍ୱାରା ନିଯୁକ୍ତିଦାତା ଓ କର୍ମଚାରୀ ଉଭୟଙ୍କୁ ଫାଇଦା ହେବ।

୨.  ନୂଆ ନିୟମ ମୁତାବକ ଆପଣଙ୍କ ପିଏଫ କଣ୍ଟ୍ରିବ୍ୟୁଶନ ବି ବଢ଼ିଯିବ। ହେଲେ ଆପଣଙ୍କ ଟେକ ହୋମ ଦରମା କମିଯିବ। ନିୟମ ମୁତାବକ ଆପଣଙ୍କ ଦରମାରେ ବେସିକ୍ ଦରମା ୫୦ ପ୍ରତିଶତ ହୋଇଯିବ ଯହା ଫଳରେ ଅନେକ ଲୋକଙ୍କ ଦରମା ଢାଞ୍ଚା ବଦଳିଯିବ।

୩. ୧୨ ଘଣ୍ଟା କାମ କରିବାର ପ୍ରସ୍ତାବ:  ଏହା ବ୍ୟତୀତ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ଘଣ୍ଟାକୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ, ଅଧିକ ସମୟ ମଧ୍ୟରେ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅଧିକକାମ କଲେ ଏହାକୁ ଓଭରଟାଇମ୍ ଅନ୍ତର୍ଭୁକ୍ତ କରାଯିବ। ବର୍ତ୍ତମାନ ସମୟରେ ଯଦି ଆପଣ 30 ମିନିଟରୁ କମ୍ ସମୟ ପାଇଁ ଏଧିକ କାମ କରୁଛନ୍ତି ତେବେ ଏହାକୁ ଓଭର ଟାଇମରେ ସାମିଲ କରାଯାଉନାହିଁ ।

୪. ତିନି ଦିନ ମିଳିବ ଛୁଟିଛ ନୂଆ ନିୟ ଅନୁଯାୟୀ ଯଦି ଜମେଣେ ବ୍ୟକ୍ତି ଦିନକୁ ୧୨ ଘଣ୍ଟା କାମ କରନ୍ତି ତେବେ ତାଙ୍କୁ ସମପ୍ତାହରେ ୩ ଦିନ ଛୁଟି ମିଳିବ । ଅର୍ଥାତ ସେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ ।

୪୫ରୁ ୬୦ ବର୍ଷ ବୟସ୍କ କଏଦୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଖୁବଶୀଘ୍ର କଏଦୀ ମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ଗୁରୁବାର ଦିନ ଜେଲ୍ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

Prisoners To Receive Covid-19 Vaccination In Odisha

ସୂଚନା ଅନୁଯାୟୀ ୬୦ ବର୍ଷରୁ ଅଧିକ ସମସ୍ତ ବୟସ୍କ କଏଦୀଙ୍କୁ କରୋନା ଟିକା ଦିଆଯିବ । ଏଥିସହ ଗମ୍ଭୀର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ସମସ୍ତ ଜେଲ୍ସୁପରିଟେଣ୍ଡେଣ୍ଟ ମାନଙ୍କୁ ଚିଠି ଲେଖିଛନ୍ତି ଜେଲ୍ ବିଭାଗ । ଜେଲ୍ ଭିତରେ ସମ୍ପୃକ୍ତ ସିଡିଏମଓ/ସିଏମଓ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ବିଭାଗକୁ ସୂଚନା ଦେଇ ଟିକା ପ୍ରଦାନ କରାଯିବ। ଏଥିସହିତ ସରକାରଙ୍କ ଦ୍ୱାରା ଜାରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଓ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ରାଜ୍ୟରେ ୭ ଲକ୍ଷ ୫୪ ହଜାର ୬୪୩ ଜଣ ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ୬ଟା ସୁଦ୍ଧା ମୋଟ୍ ୫୭,୮୯୩ ଜଣଙ୍କୁ ଟିକାକରଣ କରାଯାଇଛି । ସେହିପରି ଆଜି ଯାଏଁ ୩,୦୧,୫୨୭ ଜଣ ସ୍ୱାସ୍ଥ୍ୟ ସେବା କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୧,୮୫,୧୬୮ ଜଣ ସ୍ୱାସ୍ଥ୍ୟ ସେବା କର୍ମୀ ୨ୟ ଡୋଜ୍ ନେଇଛନ୍ତି । ଅପରପକ୍ଷେ ୧,୬୮,୧୫୪ ଜଣ ଆଗଧାଡିର କୋଭିଡ୍ ଯୋଦ୍ଧା ଟିକାର ପ୍ରଥମ ଡୋଜ ନେଇଛନ୍ତି ।

ଫିକା ପଡ଼ିବ ଜାଗର ଯାତ୍ରା, ମନ୍ଦିରରେ ଗହଳି କରିବାକୁ ଅନୁମତି ଦେଲାନି ପ୍ରଶାସନ

ଆରଡ଼ି: ଏଥର ଜାଗର ବି ପଡ଼ିବ ଫିକା । ଜାଗରରେ ଭଗବାନଙ୍କ ନିକଟରେ ଦୀପ ଜାଳିବାକୁ ହେଲା ବାରଣ । ଏଭଳି କଟକଣା ଲାଗୁ କରାଯାଇଛି ଆରଡିପୀଠ ଆଖଣ୍ଡଳମଣି ମନ୍ଦିରରେ । କରୋନା ମହାମାରୀ ଭୟଭୟତାକୁ ନେଇ ଚଳିତବର୍ଷ ବିନା ଭକ୍ତରେ ପାଳନ ହେବ ଆଖଣ୍ଡଳମଣିଙ୍କ ଜାଗରଯାତ୍ରା । ହେଲେ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି । ମନ୍ଦିର ନୀତି ନୀର୍ଘଣ୍ଟ  ଅନୁଯାୟୀ ଜାଗରଯାତ୍ରା ଦିନ ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ପହିଲି ବଡପଣ୍ଡାଙ୍କ ଦ୍ୱାରା କନିକାରାଜାଙ୍କର ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନ ନୀତି ଭୋଗ ଲାଗି ହେବ।

ସକାଳ 5ଟା ଠାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବା ସର୍ବସାଧାରଣ ଦର୍ଶନ ଚଳିତବର୍ଷ ମହାମାହାରୀ କରୋନା ପାଇଁ ବନ୍ଦ ରହିବ । ଏନେଇ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏପରିକି ଜାଗରଯାତ୍ରାର ପୂର୍ବଦିନ ଅର୍ଥାତ ମାର୍ଚ୍ଚ ୧୦ରୁ ୧୧ଯାଏଁ ପୀଠରେ ଦେଖିବାକୁ ମିଳିବନି ଭକ୍ତଙ୍କ ଗହଳି । ମେଳା ଓ ସାଂସ୍କୃତିକ କାର୍ଯକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି ।

ତେବେ ଶହଶହ ବର୍ଷର ପରମ୍ପରାକୁ ଅନୁଯାୟୀ, ସେବାୟତମାନେ କୋଭିଡ୍‌ ନିୟମ ପାଳନ କରି ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ସନ୍ଧ୍ୟା ୬ଟାରୁ ୪ପ୍ରହର ନୀତି ଆରମ୍ଭ ହେବ । ଏହାପରେ ରାତି ଗୋଟାଏରେ ସୁନାବେଶ ସମ୍ପନ୍ନ ହେବ । ପରେ ଭୋର ୪ଟା ୩୦ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

ବାଲି ମାଫିଆଙ୍କ ଉପରେ STFର ରେଡ୍, ୯ ଗିରଫ

ଭୁବନେଶ୍ୱର: ବାଲି ମାଫିଆଙ୍କୁ ଧରିଲା ଏସଟିଏଫ୍ । ଦୀର୍ଘ ଦିନ ଧରି ଭଷ୍ମା ଥାନା ଅଧୀନ ଇବ୍ ନଦୀ କୂଳରୁ ବାଲି ଉଠାଣ କରୁଥିବା ମାଫିଆଙ୍କୁ ଧରିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଗୁରୁବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଭଷ୍ମା ଥାନା ଅନ୍ତର୍ଗତ ଇବ୍ ନଦୀ ପଠାରେ ଏସଟିଏଫ୍ ଟିମ୍ ରେଡ୍ କରିଥିଲା । ରେଡ୍ ବେଳେ ୬ଟି ବାଲି ଭର୍ତ୍ତି ହାଇୱା ସହିତ ୨ଟି ପ୍ରୋକଲିନକୁ ସିଜ୍ କରାଯାଇଛି ।

STF Raid On The River bed Of IB, 9 Sand Mafia Arrested

ବେଆଇନ୍ ଭାବେ ବାଲି ଉଠାଣ କରୁଥିବା ୯ ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ବାଲି ଉଠାଣ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ହାଇୱା ସହ ପ୍ରୋକଲିନ୍ ମେସିନ୍ ଜବତ କରାଯାଇଛି । ବାଲି ମାଫିଆ ମାନେ ଦୀର୍ଘଦିନ ଧରି ଏଭଳି ବେଆଇନ୍ ଭାବେ ଇବ୍ ନଦୀ ପଠାରୁ ବାଲି ଉଠାଇ ଚାଲାଣ କରୁଥିଲେ ।

STF Raid On The River bed Of IB, 9 Sand Mafia Arrested

ଏନେଇ ଏସଟିଏଫ୍ ସୂଚନା ପାଇବା ପରେ ରେଡ୍ କରିଥିଲା । ଭସ୍ମା ଥାନା କେସ୍ ନମ୍ବର ୪୮/୨୦୨୧ରେ ମାମଲା ରୁଜୁ କରାଯାଇଛି । ଏଥିସହ ଆଇପିସି ୩୭୯/୪୧୧/୧୨୦(ବି) ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଏସଟିଏଫ୍ ।

ଚୀନରେ ଆରମ୍ଭ ହେବ ଶୁଦ୍ଧିକରଣ କ୍ୟାମ୍ପେନ୍, ଦଳ ଖୋଜିବ ସୁପ୍ରିମୋଙ୍କ ପ୍ରତି ବିଶ୍ୱସ୍ତ କିଏ?

ନୂଆଦିଲ୍ଲୀ: ଷ୍ଟାଲିନ୍ କ୍ଷମତାକୁ ଆସିବା ପରେ ଋଷରେ ଯାହା କରିଥିଲେ ତାକୁ ତାଙ୍କ ପରେ ସବୁ କମ୍ୟୁନିଷ୍ଟ ରାଷ୍ଟ୍ରର ମୁଖିଆ ମାନେ ଅନୁସରଣ କରି ଆସିଛନ୍ତି । ଷ୍ଟାଲିନ୍, ସୋଭିଏତ ଋଷିଆର ଲୌହ ମାନବ ପ୍ରକୃତରେ ନିଜ ବିରୋଧରେ କିଛି ମଧ୍ୟ ଶୁଣିବାକୁ ପସନ୍ଦ କରୁନଥିଲେ । ଯିଏ କହୁଥିଲା କିମ୍ବା ଯାହାର ଦଳରେ ଟିକିଏ ବି ପ୍ରତିପତି ବଢୁଥିଲା ତାକୁ ସମ୍ଭାବ୍ୟ ବିପଦ ଭାବେ ଗଣୁଥିଲେ ଷ୍ଟାଲିନ । ଲେନିନଙ୍କ ସାଥିରେ ଯେଉଁମାନେ ଲଢି ରାଜତନ୍ତ୍ରକୁ ଓପାଡ଼ି ଫୋପାଡ଼ି ଥିଲେ,ଷ୍ଟାଲିନଙ୍କ ସମୟରେ ସେମାନେ ହୋଇଗଲେ ବୁର୍ଜୁଆ। ଅନେକ ନେତାଙ୍କୁ ଗୁଳି କରି ହତ୍ୟା କରାଗଲା। କିଛିଙ୍କୁ ବନ୍ଦି କରାଗଲା । ଆଉ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସାଇବେରିଆର ଗୁଲାଗକୁ ପଠାଇ ଦିଆଗଲା ରିଏଜୁକେସନ୍ ନାମରେ। ଷ୍ଟାଲିନ୍ ଏଭଳି ଏଇଥିପାଇଁ କରିଥିଲେ ଯେ, ଯେମିତି ତାଙ୍କ ଶାସନ ପ୍ରତି କୌଣସି ବିପଦ ରହିବ ନାହିଁ ।

ଷ୍ଟାଲିନଙ୍କ ପରେ ଚୀନରେ ମାଓ ସେ ତୁଙ୍ଗ୍ ସେଇ ଏକାକଥା ଆରମ୍ଭ କରିଥିଲେ । ୧୯୭୦ ଦଶକରେ ସେ ନିଜ ଦେଶରେ ଆରମ୍ଭ କରିଥିଲେ କଲଚୁରାଲ ରେଭୋଲ୍ୟସନ୍ ବା ସାଂସ୍କୃତି ବିପ୍ଲବ । ମାଓଙ୍କ ନଜରରେ ଯେଉଁମାନେ ଥିଲେ ବୁର୍ଜୁଆ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା କିମ୍ବା ଗାଏବ କରି ଦିଆଯାଇଥିଲା । ଏଠି ବି ଉଦ୍ଦେଷ୍ୟ ସମାନ ଥିଲା ସୁପ୍ରିମୋଙ୍କୁ ଯେମିତି କେହି ଚ୍ୟାଲେଂଜ୍ କରିବେ ନାହିଁ ।
ସମୟ ବଦଳିଛି କିନ୍ତୁ ଇତିହାସ ନିଜକୁ ଚୀନରେ ପୁଣିଥରେ ଦୋହରାଇବାକୁ ଯାଉଛି । ମାଓଙ୍କ ସ୍ଥାନ ନେଇଛନ୍ତି ସି ଜିନ୍ ପିଙ୍ଗ୍ । କଲଚୁରାଲ ରେଭୋଲ୍ୟସନ୍ ଶବ୍ଦ ବଦଳି ହୋଇଛି ଶୁଦ୍ଧିକରଣ । କିନ୍ତୁ ଉଦ୍ଦେଷ୍ୟ ଗୋଟିଏ । ନିଜ ପ୍ରତିପତି ସବୁଦିନ ପାଇଁ କିମ୍ବା ଅତିକମରେ ବଂଚିଥିବା ପର୍ଯ୍ୟନ୍ତ ବଂଚାଇ ରଖିବା । ଇତିହାସର ଆଉ ଗୋଟିଏ ପକ୍ଷ ହେଉଛି ମାଓଙ୍କ କଲଚୁରାଲ ରେଭୋଲ୍ୟୁସନର ଶିକାର ହୋଇଥିଲା ସି ଜିନ୍ ପିଙ୍ଗଙ୍କ ପରିବାର । ତାଙ୍କ ପିତାଙ୍କୁ ବନ୍ଦି ହେବାକୁ ପଡିଥିଲା । ଆଉ ସେତିକି ବେଳେ ସି ଜିନ୍ ପିଙ୍ଗ୍ ପ୍ରତିଜ୍ଞା କରିଥିଲେ ମାଓଙ୍କଠାରୁ ଅଧିକ ଶକ୍ତିଶାଳୀ ହେବା । ପିତାଙ୍କ ସହିତ ହୋଇଥିବା ଅନ୍ୟାୟ ବିରୋଧରେ ସେ କେବେ ମଧ୍ୟ ମୁହଁ ଖୋଲିନଥିଲେ । ଅଧିକନ୍ତୁ ଦଳ ଭିତରେ ପାହଚ ପରେ ପାହଚ ଉଠିଚାଲିଥିଲେ ଶୃଙ୍ଖଳିତ କ୍ୟାଡର ଭାବେ । ଏବେ ସି ଜିନ୍ ପିଙ୍ଗ୍ ନିଜ ଦେଶ ଶୁଦ୍ଧିକରଣ କରିବାକୁ ଯାଉଛନ୍ତି ।
ତେବେ ଏହି ଶୁଦ୍ଧି କରଣ କ’ଣ ? ଶୁଦ୍ଧିକରଣ ସବୁ ଧର୍ମରେ ରହିଛି । ଯାହାର ଅର୍ଥ ହେଉଛି ଶୁଦ୍ଧ କରିବା । କିନ୍ତୁ ସି ଜିନ୍ ପିଙ୍ଗଙ୍କ ଶୁଦ୍ଧିକରଣ ଅଲଗା । ଏହି ତଥାକଥିତ ଶୁଦ୍ଧିକରଣ ଜରିଆରେ ସେ ବିରୋଧୀଙ୍କୁ ଶୁଦ୍ଧ କରିବାକୁ ଚାହୁଁଛନ୍ତି ବା ବିରୋଧକୁ ଶୁଦ୍ଧ କରିବାକୁ ଚାହୁଁଛନ୍ତି । ଦୁର୍ନୀତି ବିରୋଧରେ ଏହା ବୋଲି କୁହାଯାଉଛି କିନ୍ତୁ ସତ ହେଉଛି।

ଚିନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ରେ ଶେଷ ହେଉଛି। ସେ ଦୀର୍ଘ୮ ବର୍ଷ ଧରି ଶାସନ କରିଛନ୍ତି। ଏପରି କ୍ଷେତ୍ରରେ ସେ ଶାସନ ଗାଦିରେ କବଜା ରଖିବା ପାଇଁ ଆରମ୍ଭ କରିଛନ୍ତି ସୁଦ୍ଧିକରଣ ପ୍ରକ୍ରିୟା। ଗତ ୨୭ ତାରିଖରେ କମ୍ୟୁନିଷ୍ଟ ପାର୍ଟି ଘୋଷଣା କରିଛି ଏହି ସୁଦ୍ଧିକରଣ ଅଭିଯାନ। ଏଥିରେ କମ୍ୟୁନିଷ୍ଟ ପାର୍ଟି ଓ ଜିଙ୍ଗପିଙ୍ଗଙ୍କ ପ୍ରତି ଯେଉଁମାନେ ବିଶ୍ୱସ୍ତ ନୁହେଁ ସେମାନଙ୍କର ଚିହ୍ନଟ କରାଯିବ।
ଏହା ୧୯୯୦ ମସିହାରୁ ଘରୋଇ ସୁରକ୍ଷା ବ୍ୟବସ୍ଥାରେ ଚାଲିଥିବା ସବୁଠାରୁ ବଡ଼ ଅଭିଯାନ ବୋଲି ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ କହିଛି। ଏହା ମାଧ୍ୟମରେ ପୋଲିସ, ଗୁପ୍ତ ପୋଲିସ, ନ୍ୟାୟପାଳିକା ଏବଂ ଜେଲଗୁଡ଼ିକରେ ଏହା ନିଶ୍ଚିତ ହେବ ଯେ ଏହି ଏଜେନ୍ସିଗୁଡ଼ିକ ସଂପୂର୍ଣ୍ଣ ବିଶ୍ୱସ୍ତ, ସଚ୍ଚୋଟ ଏବଂ ବିଶ୍ୱାସଯୋଗ୍ୟ କି ନୁହେଁ। ଜିନପିଙ୍ଗ ପାର୍ଟିର ନେତାମାନଙ୍କୁ କମ୍ୟୁନିଷ୍ଟ ପାର୍ଟିର ଇତିହାସ ପଢ଼ିବାକୁ ଓ ଲୋକଙ୍କ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

US President Joe Biden Speaks With Chinese President XI Jinping For First Time As President

ଜିନପିଙ୍ଗଙ୍କ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ତତ୍କାଳୀନ ନେତା ମାଓ ମଧ୍ୟ ଦେଶର ରାଜନୀତିରେ ନିୟନ୍ତ୍ରଣ ଆଣିବା ପାଇଁ ଏଭଳି କରିଥିଲେ । ୧୯୪୦ର ପ୍ରାରମ୍ଭରେ ମାଓ ମଧ୍ୟ ଏଭଳି ସୁଦ୍ଧିକରଣ ଅଭିଯାନ ଆରମ୍ଭ କରିଥିଲେ। ଯାହା ପରେ ଚୀନକୁ ୧୯୯୦ରେ ଆଉ ଏକ ଏହିଭଳି ଅଭଯାନର ଆବଶ୍ୟକ ବୋଲି କୁହାଯାଉଥିଲା । ଯାହା କି ବର୍ତ୍ତମାନ ଜିଙ୍ଗପିଙ୍ଗ ଆରମ୍ଭ କରିଛନ୍ତି ।

କମ୍ୟୁନିଷ୍ଟ୍ ରାଷ୍ଟ୍ର ଗୁଡିକର ଇତିହାସକୁ ଯଦି ଅଧ୍ୟୟନ କରାଯାଏ ତେବେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିବ । ରାଜନୈତିକ ଭାଷାରେ ଏହାକୁ ପର୍ଜ ବା ସମୁଳ ନିପାତ ବୋଲି କୁହାଯାଇଥାଏ । ଷ୍ଟାଲିନ୍ ଏହି ଭଳି ପର୍ଜ ଦ୍ୱାରା ନିଜ ବିରୋଧୀଙ୍କଠାରୁ ମୁକ୍ତି ପାଇଥିଲେ । ମାଓ ବି ଏମିତି କରି ବିରୋଧୀ ମାନଙ୍କୁ ଚିହ୍ନଟ କରିଥିଲେ । ଆଉ ବେସି ନୁହେଁ ୧୯୭୯ ମସିହାରେ ଇରାକର ସଦାମ ହୁସେନ ମଧ୍ୟ ନିଜ ଦେଶରେ ଏକ ପ୍ରକାର ଶୁଦ୍ଧିକରଣ କରିଥିଲେ । କ୍ଷମତା ଦଖଲ କରିବା ପରେ ବାଥ୍ ପାର୍ଟିର ଗୋଟିଏ ବୈଠକରେ ସଦ୍ଦାମଙ୍କ ଆଦେଶରେ କିଛି ଲୋକଙ୍କ ନାମ ପଢା ଯାଇଥିଲା । ଏହି ସମସ୍ତଙ୍କୁ ସଦ୍ଦାମ ଜିନ୍ଦାବାଦ କହିବାକୁ କୁହାଗଲା । ତା’ପରେ ସେମାନଙ୍କୁ ଗୁଳି କରି ମାରି ଦିଆଯାଇଥିଲା । କୁହାଯାଏ ଯେ, ଗୋଟିଏ ରାତିରେ ୩ ହଜାର ବିରୋଧୀଙ୍କୁ ସଦ୍ଦାମ ହତ୍ୟା କରିଥିଲେ । ଯାହା ଇରାକ ଇତିହାସରେ ଲଙ୍ଗ୍ ନାଇଟ୍ ଅଫ୍ ନାଇଫ୍ ବା ଲମ୍ବା ଛୁରିକାର ରାତି ଭାବେ ପରିଚିତ । ତେବେ ଲଙ୍ଗ୍ ନାଇଟ୍ ଅଫ୍ ନାଇଫ୍ ବାବଦରେ ଆଉ କେବେ ଆଉ ଗୋଟିଏ ଭିଡିଓ

୩୫୦ କୋଟିର ଟ୍ୟାକ୍ସ ଚୋରି କରିଛନ୍ତି ଫିଲ୍ମ କମ୍ପାନୀ, ତାପସୀ ନେଇଛନ୍ତି ୫ କୋଟି କ୍ୟାସ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ସମେତ ସିନେ ଜଗତ ସହ ଜଡିତ କିଛି ବ୍ୟକ୍ତି ତଥା କମ୍ପାନୀ ଉପରେ ଆୟକର ବିଭାଗର ଚଢଉ ଜାରି ରହିଛି। କିଛି ପ୍ରଡକ୍ସନ ହାଉସର ଆୟ ଓ ଶେୟାର ରେ ବଡ ଧରଣର ହେରାଫେରି କରାଯାଇଛି ବୋଲି ବିଭାଗ ପକ୍ଷରୁ ଗୁରୁବାର ଦିନ ଜାରି ଏକ ବୟାନରେ କୁହାଯାଇଛି ।

ଆୟକର ବିଭାଗକୁ ୩୫୦ କୋଟି ଟଙ୍କାର ଟ୍ୟାକ୍ସରେ ହେରାଫେରି କରାଯାଇଥିବା ଜଣାପଡିଛି । କମ୍ପାନୀର ଅଧିକାରୀ ମାନେ ୩୫୦ କୋଟି ଟଙ୍କା ଉପରେ କିଛି ସ୍ପଷ୍ଟ ଜବାବ ଦେଇପାରୁ ନାହାଁନ୍ତି । ସେହିପରି ତାପସୀ ପନ୍ନୁ ନାମରେ ୫ କୋଟିର କ୍ୟାସ୍ ରିସିପ୍ଟ ମିଳିଛି ।

ଆୟକର ବିଭାଗ କହିଛି ଯେ ମାର୍ଚ୍ଚ ୩ ତାରିଖ ଦିନ ଦୁଇଟି ବଡ ଫିଲ୍ମ ପ୍ରଡକ୍ସନ ହାଉସ୍, ଜଣେ ଅଭିନେତ୍ରୀ ଓ ମୁମ୍ବାଇର ୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଠିକଣା ଉପରେ ରେଡ୍ କରାଯାଇଛି । ଏହି ରେଡ୍ ମୁମ୍ବାଇ, ଦିଲ୍ଲୀ, ପୁଣେ ଓ ହାଇଦ୍ରାବାଦରେ ଚାଲିଛି । ଅଫିସ ଓ ଘର ସମେତ ମୋଟ୍ ୨୮ ସ୍ଥାନରେ ଚଢଉ ଜାରି ରହିଛି ।

୨ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର କାର୍ଯ୍ୟାଳୟ ପରିସରରେ ଇମେଲ୍, ହ୍ୱାଟ୍ସଅପ୍ ଚାର୍ଟ, ହାର୍ଡ ଡିସ୍କ ଆଦିରୁ ବହୁ ଡିଜିଟାଲ ଡାଟା ଜବତ କରାଯାଇଛି । ଏଥିସହିତ ୭ଟି ବ୍ୟାଙ୍କ ଲକର୍ସ ମିଳିଛି । ଯାହାକୁ ଯାଞ୍ଚ ପରିଧି ଅନ୍ତର୍ଭୁକ୍ତ କରାଯାଇଛି ।

ସୁତ୍ରରୁ ପ୍ରକାଶ ଯେ, ଆୟକର ବିଭାଗ ସ୍ପଷ୍ଟ କରିଛି ଯେ ROC ରେକର୍ଡସ୍ ଅନୁସାରେ ଫେଣ୍ଟମ ଫିଲ୍ମସ୍ ଏବେବି ଚାଲୁ ରହିଛି । ବିଭାଗର ଏକ ଟିମ୍ ଶୁଟ୍ ଲୋକେସନକୁ ଯାଇଛି ଯେଉଁଠି ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି । ତଲାସୀ ଅଭିଯାନ ଓ ପଚରାଉଚରା ଏବେବି ଜାରି ରହିଛି ।

ସୂଚନାଯୋଗ୍ୟ, ଗତ  ବୁଧବାର ଦିନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

ପଞ୍ଚାୟତିରାଜ ଦିବସ ପାଇଁ କାଲି ସ୍କୁଲ୍, କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପକ୍ଷୀ ଖେଳ ହେଲା କାଳ, ଗଞ୍ଜା ଆକ୍ରମଣରେ ମାଲିକ ମୃତ

ମାଲକାନଗିର: ପକ୍ଷୀ ଖେଳ ହେଲା କାଳ । ମାଲିକଙ୍କୁ ଛୁରିରେ ହତ୍ୟା କଲା ଗଞ୍ଜା । ଏଭଳି ଆଶ୍ଚର୍ଯ୍ୟଜନକ ଚକିତ କଲା ଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ତେଲଙ୍ଗାନାରେ । ଯେଉଁଠି ନିଜ ମାଲିକଙ୍କୁ ଛୁରିରେ ଆକ୍ରମଣ କରିଛି ଗଞ୍ଜା । ଖେଳ ମଜାରୁ ଚାଲି ଯାଇଛି ମାଲିକଙ୍କ ଜୀବନ । ପୋଲିସ ଗଞ୍ଜାକୁ ଅଟକ ରଖି ତଦନ୍ତ କରୁଛି ।

Cock Attacked With A Knife, Owner Died In Telangana

ସୂଚନା ଅନୁଯାୟୀ ତେଲଙ୍ଗାନା ଜଗତିଆଲ୍ ଜିଲ୍ଲା ଲୁଥିନୂର୍ ଗାଁରେ ଏକ କୁକୁଡ଼ା ଲଢେଇ ଆୟୋଜନ ହୋଇଥିଲା । ଏହି ଲଢେଇରେ ହଜାର ହଜାର ଟଙ୍କା ବାଜି ବି ଲାଗିଥିଲା । ନିଜ ଗଞ୍ଜା ଗୋଡ଼ରେ ଧାରୁଆ ଛୁରି ବାନ୍ଧିଥିଲେ ମାଲିକ ସତୀଶ । କିନ୍ତୁ, କୁକୁଡ଼ା ଏତେମାତ୍ରରେ ଉଗ୍ର ହୋଇଯାଇଥିଲା ଯେ ଭୂଇଁରୁ ଉପରକୁ ଡେଇଁବା ଆରମ୍ଭ କରିଥିଲା ।

Cock Attacked With A Knife, Owner Died In Telangana

ବାରମ୍ବାର ଉପରକୁ ଡେଇଁ ନିଜ ମାଲିକ ଉପରେ ଆକ୍ରମଣ କରିଥିଲା ଗଞ୍ଜା । ସତୀଶ ହଟିବା ପାଇଁ ଚେଷ୍ଟା କରିବ ପରେ ବି ସଫଳ ହୋଇନଥିଲେ । ଗଞ୍ଜା ଗୋଡ଼ରେ ଲାଗିଥିବା ଛୁରୀ ପଶିଯାଇଥିଲା ସତୀଶଙ୍କ ଅଣ୍ଟାରେ । ସତୀଶଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସତୀଶଙ୍କ ମୃତ୍ୟୁ ହୋଇଥିବା ବେଳେ ମାମଲା ରୁଜୁ କରି ଗଞ୍ଜାକୁ ଥାନାରେ ଅଟକ କରିଛି ପୋଲିସ ।